PMFBY - The Sakala

ଚାଷ ଓ ଚାଷୀ ସଂପର୍କୀତ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କଲେ ସାଂସଦ ସସ୍ମିତ ପାତ୍ର, ଚାଷୀଙ୍କୁ ଛାଡ଼ି ରାଜନୀତି କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଦେଲେ ପରାମର୍ଶ
ଭୁବନେଶ୍ୱର: କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠିକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଚାଷୀଙ୍କୁ ନେଇ ରାଜନୀତି ନକରୁ ବିଜେପି। କାରଣ ଧାନ ସଂଗ୍ରହ, ସାର, ଚାଉଳ ଓ ଉଷୁନା ଚାଉଳ ଉଠାଣ, ଏମଏସପି ନିର୍ଦ୍ଧାରଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ପରି ଚାଷ ଓ ଚାଷୀ ସଂପର୍କୀତ ପ୍ରସଙ୍ଗ ହେଉଛି କେନ୍ଦ୍ର ସରକାରଙ୍କର । ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଏଭଳି ଚିଠି ଲେଖାଯାଇଛି କି, ବୋଲି ସେ ପ୍ରଶ୍ନ କରିଛନ୍ତି।

ଚାଷୀଙ୍କ ଅର୍ଥ ରିଲିଜ ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫସଲ ବୀମା ଯୋଜନାରେ କ୍ଷତିପୂରଣ ଅଟକାଇଥିଲା କେନ୍ଦ୍ର। ଚାଷୀଙ୍କୁ ଛାଡ଼ି ରାଜନୀତି କରିବାକୁ ପରାମର୍ଶ ଦେଇଛନ୍ତି ସସ୍ମିତ। ଫସଲ ବୀମା ରାଶି ନେଇ ବିଜେଡି ମୁଣ୍ଡରେ ଦୋଷ ଲଦିବାକୁ ବିଜେପି ଉଦ୍ୟମ କରୁଛି। ସେହିପରି ବିଜେପିର ବିଧାନସଭା ଆଗରେ ଧାରଣା ଦେବା ପ୍ରସଙ୍ଗରେ ବର୍ଷିଛନ୍ତି ସସ୍ମିତ। ବିଧାନସଭା ନୁହେଁ ବରଂ ଚାଷୀଙ୍କ ଦାବି ପାଇଁ ସଂସଦ ସାମ୍ନାରେ ଧାରଣା ଦେଉ ବିଜେପି। ବିଜେପି ସାଂସଦ ଧାରଣା ଦେଲେ କେନ୍ଦ୍ର ସରକାର ନିଦରୁ ଉଠିପାରେ ବୋଲି ସସ୍ମିତ କହିଛନ୍ତି। ଧାନର ଏମଏସପି ବୃଦ୍ଧି ନେଇ ରାଜ୍ୟ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। କେନ୍ଦ୍ର ନିକଟରେ ଧାନର ଏମ୍ଏସ୍ପି ୨୯୩୦ଟଙ୍କା ପାଇଁ ଦାବି କରନ୍ତୁ ବିଜେପି ବିଧାୟକ। କେନ୍ଦ୍ର ଓ ରାଜ୍ୟରେ ବିଜେପିର ଚାଷୀ ଓ ଚାଷ ବିରୋଧୀ ନୀତି ରହିଛି। ବିଜେପିର ୮ବର୍ଷ ଶାସନରେ ଚାଷୀ କିଛି ଉପକାର ପାଇଲେନି ବୋଲି ସସ୍ମିତ କହିଛନ୍ତି।

ବିଜେପି ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ନେଇଥିବା ଭୁଲ ପଦକ୍ଷେପ ସଂକ୍ରାନ୍ତରେ ଗତକାଲି ସନ୍ଧ୍ୟାରେ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଯେଉଁ ଅଭିଯୋଗ ଆଣିଥିଲା ତାହା ଆଜି ଧରାପଡିଛି । ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ତୋମାର ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଗତକାଲି ବିଜେଡି ତିନୋଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିଥିଲା । ପ୍ରଥମେ, ଏଚ୍‌ଡିଏଫ୍‌ସି ପରି ବୀମା କମ୍ପାନୀକୁ କେନ୍ଦ୍ର ସରକାର ତାଲିକାଭୁକ୍ତ କରନ୍ତି କି ନାହିଁ । ଉତ୍ତର ହେଉଛି କେନ୍ଦ୍ର ଏହା କରେ । ଦ୍ୱିତୀୟରେ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟଗୁଡିକ ମଧ୍ୟ ଏହି ତଥାକଥିତ ଅନିୟମିତ ବୀମା କମ୍ପାନୀ ଏଚ୍‌ଡିଏଫ୍‍ସିକୁ ସେମାନଙ୍କ ରାଜ୍ୟରେ ବ୍ୟବହାର କରୁଛନ୍ତି କି ନାହିଁ ।

ଆଜି କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଚିଠି ପ୍ରକୃତରେ ଉପରୋକ୍ତ ପ୍ରଶ୍ନଗୁଡ଼ିକରୁ ଧ୍ୟାନ ବଦଳାଇବା ପାଇଁ ଏକ ସୁଚିନ୍ତିତ କୌଶଳ, ଯାହାର ଉତ୍ତର ହେଉଛି କେନ୍ଦ୍ର ପଦମପୁର ଏବଂ ଓଡିଶାର ଚାଷୀଙ୍କ ଠାରୁ ଏହାକୁ ଲୁଚାଇବାକୁ ଚାହୁଁଛି । ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ଏହି ଚିଠିଟି ତ୍ରୁଟିପୂର୍ଣ୍ଣ, ଭୁଲ୍‍ ଏବଂ ବିକୃତ ତଥ୍ୟ ଏବଂ ଅର୍ଦ୍ଧ ସତ୍ୟ ଉପରେ ଆଧାରିତ ବୋଲି ଡକ୍ଟର ପାତ୍ର କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନ୍ୟବର କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ୨୯ ଅଗଷ୍ଟ ୨୦୨୨ରେ ଚିଠି ଲେଖି ଦାବି କରିଥିଲେ ଯେ ଓଡ଼ିଶାର ଚାଷୀଙ୍କୁ ଦିଆଯାଉଥିବା ଫସଲ ବୀମା ରାଶି ଲୁଚା ଯାଉଛି ଏବଂ ଏହାକୁ ଦର୍ଶାଯାଉ ନାହିଁ । ଏହାର କାରଣ କ’ଣ ମୁଖ୍ୟମନ୍ତ୍ରୀ ଫସଲ୍ ବୀମା ପାଇଁ କେନ୍ଦ୍ର ଉପରେ ନିୟମିତ ଚାପ ପକାଉଥିବାରୁ କେନ୍ଦ୍ର ଲୁଚାଇବାକୁ ଚାହୁଁଛି କି? ଦ୍ୱିତୀୟରେ ଓଡ଼ିଶାର ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ୯ ନଭେମ୍ବର, ୨୦୨୨ରେ ସାକ୍ଷାତ କରି ଓଡିଶାର କୃଷକମାନଙ୍କୁ ଫସଲ ବୀମା ଅର୍ଥ ପ୍ରଦାନ ବିଷୟରେ କହିଥିଲେ ମଧ୍ୟ ତାହାକୁ ଲୁଚା ଯାଇଛି କାହିଁକି?

ପଦାରେ ପଡିଲା କେନ୍ଦ୍ର ସରକାରଙ୍କ ଚାଲ୍‌ବାଜି : କାଲି ଚାଷୀ ଚେତାଇଲେ, ଆଜି କେନ୍ଦ୍ର କୃଷି ମନ୍ତ୍ରୀ ଇନସ୍ୟୁରାନ୍ସ କମ୍ପାନୀକୁ ନିର୍ଦେଶ ଦେଲେ
ଭୁବନେଶ୍ବର : ରାଜନୈତିକ ସୁଆଙ୍ଗରେ ଧୂରନ୍ଧର କେନ୍ଦ୍ରର ବିଜେପି ସରକାରଙ୍କ ସବୁ ଚାଲ୍‌ବାଜି ଆଜି ପଦାରେ ପଡିଛି। ‘ପ୍ରଧାନମନ୍ତ୍ରୀ ଫସଲ ବୀମା’ ଯୋଜନାରେ ଚାଷୀଙ୍କୁ ଭୁଆଁ ବୁଲାଇଥିବା ବିଜେପିକୁ ଗତକାଲି ବରଗଡ ପଦ୍ମପୁରରେ ଚାଷୀମାନେ ଚେତାଇବା ପରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୀମା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିବା ପରେ ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟରୁ ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ମିଳିନଥିବା ସ୍ପଷ୍ଟ ହୋଇଛି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପରେ ଏବେ କେନ୍ଦ୍ର ସରକାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି।

On 29th August, 2022 Hon’ble CM Odisha wrote to you for Fasal Bima of Odisha’s farmers, on 7th Nov (pic attached) the TAC had passed order, 9th Nov 2022 Odisha’s Cooperation Minister met and urged you for Fasal Bima payment. (2/3) pic.twitter.com/TbhcAGBvs3

— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) November 15, 2022

ସାଂସଦ ସସ୍ମିତ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ ନକରି ଯୁଦ୍ଧକାଳୀନ ଭିତ୍ତିରେ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟର ସାଂସଦ ଓ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ମଧ୍ୟ କନ୍ଦ୍ରେ କୃଷିମନ୍ତ୍ରୀଙ୍କୁ ଭେଟି ଦାବି କରିସାରିଥିଲେ। ହେଲେ କେନ୍ଦ୍ର ସରକାର ଚାଲବାଜି କରୁଥିଲେ। କାଲି ବରଗଡ ପଦ୍ମପୁରରେ ଚାଷୀମାନେ ଭୋଟ ପୁର୍ବରୁ ଚେତାଇବା ପରେ ଆଜି କେନ୍ଦ୍ର ସରକାରଙ୍କ ହେତୁ ପସିଛି। ଆଉ ଏହାପରେ ଯାଇ ଘୋଷଣା କରିଛନ୍ତି।  ଗତ ଅଗଷ୍ଟ ୨୯ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ନଭେମ୍ବର ୯ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନୂଆଦିଲ୍ଲୀଠାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ହେଲେ କେନ୍ଦ୍ର ସରକାରଙ୍କ ମୁଣ୍ଡରେ ବୁଦ୍ଧି ପଶିନଥିଲା। ସେହିପରି ଫସଲ ବୀମା କେନ୍ଦ୍ର ସରକାର ମଂଜୁର କରନ୍ତି, ବୀମା କମ୍ପାନୀ ଚାଷୀଙ୍କୁ ଏହି ରାଶି ପ୍ରଦାନ କରେ । ଏଥିରେ ରାଜ୍ୟର କୌଣସି ଭୂମିକା ନାହିଁ ବୋଲି ମଧ୍ୟ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

Also please clear all pending Fasal Bima claims for all farmers of Odisha and not only Padmapur. They are also suffering for long. (4th tweet of series)

— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) November 15, 2022

ସୂଚନାଯୋଗ୍ୟ ଏପ୍ରିଲ ୨୦୧୬ ରୁ ୧୪ ଡିସେମ୍ବର ୨୦୨୦ ମଧ୍ୟରେ ବେସରକାରୀ ବୀମା କମ୍ପାନୀମାନେ କୃଷକମାନଙ୍କଠାରୁ ବୀମା ପ୍ରିମିୟମ୍‍ ହିସାବରେ ୧,୨୬, ୫୨୧ କୋଟି ଟଙ୍କା ଆଦାୟ କରିଛନ୍ତି। ଏହା ବଦଳରେ କମ୍ପାନୀଗୁଡ଼ିକ କ୍ଷତିପୂରଣ ବାବଦରେ ଚାଷୀଙ୍କୁ ପ୍ରଦାନ କରିଛନ୍ତି ମାତ୍ର ୮୭,୩୨୦ କୋଟି ଟଙ୍କା। ଅର୍ଥାତ୍‍ କମ୍ପାନୀଗୁଡିକ ୬୯ ପ୍ରତିଶତ କ୍ଷତିପୂରଣ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ଫସଲ ନଷ୍ଟ ପାଇଁ କୃଷକମାନେ ଏହି ସମୟରେ ବୀମା କମ୍ପାନୀଗୁଡ଼ିକ ଠାରୁ ୯୨,୯୫୪ କୋଟି ଟଙ୍କା ଦାବି କରିଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୮୭,୩୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି ବର୍ଷଗୁଡିକରେ କେବଳ ୯.୧୫ କୋଟି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି ଏବଂ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଷୀଙ୍କୁ ୫୯୨୪ କୋଟି ଟଙ୍କାର ବୀମା ରାଶି ଦାବି କମ୍ପାନୀଗୁଡ଼ିକ ପ୍ରଦାନ କରିନାହାନ୍ତି। ଏହାମଧ୍ୟରୁ ଓଡ଼ିଶାର ଚାଷୀମାନେ ପ୍ରାୟ ୫୦୦ କୋଟି ଟଙ୍କା ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି।ଫଳରେ ଏହି ଯୋଜନାର ଲାଭ କୃଷକମାନଙ୍କ ପାଇଁ କମ୍‍ ଏବଂ ଘରୋଇ ବୀମା କମ୍ପାନୀଗୁଡ଼ିକ ପାଇଁ ଅଧିକ ବୋଲି କୃଷକ ସଙ୍ଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। କର୍ପୋରେଟ ସଂସ୍ଥା ଓ ବ୍ୟବସାୟୀଙ୍କ ସ୍ୱାର୍ଥ ପ୍ରତି କେନ୍ଦ୍ର ସରକାର ଯେପରି ଆଗ୍ରହ ପ୍ରକାଶ କରୁଛନ୍ତି, ଚାଷୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସେପରି ଗୁରୁତ୍ୱ ଦେଉ ନାହାନ୍ତି।

ଲୋକସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟର ତଥ୍ୟ ଅନୁଯାୟୀ, ଘରୋଇ ବୀମା କମ୍ପାନୀଗୁଡିକ ୨୦୧୬ ରୁ ୨୦୨୦ ମଧ୍ୟରେ ହାରାହାରି ୩୧ ପ୍ରତିଶତ ଲାଭ କରିଛନ୍ତି। କିଛି କମ୍ପାନୀର ଲାଭ ୫୦ ରୁ ୬୦ ପ୍ରତିଶତ ଅତିକ୍ରମ କରିଛି। ରିଲାଏନ୍ସ-ଜିଆଇସି ଲିମିଟେଡ୍‍ ପ୍ରିମିୟମ୍‍ ଭାବରେ ଚାଷୀଙ୍କ ଠାରୁ ୬୧୫୦ କୋଟି ଟଙ୍କା ସଂଗ୍ରହ କରି କୃଷକମାନଙ୍କୁ ମାତ୍ର ୨୫୮୦ କୋଟି ଟଙ୍କା ପ୍ରଦାନ କରିଛି। ଏହି ସମୟ ମଧ୍ୟରେ ଜେନେରାଲ ଇଣ୍ଡିଆ ଇନ୍ସସ୍ୟୁରାନ୍ସ ପ୍ରାୟ ୬୨%, ଇଫକୋ ୫୨% ଏବଂ ଏଚଡ଼ିଏଫସି ଏଗ୍ରୋ ୩୨% ରୋଜଗାର କରିଛି। ବୀମା ଦାବିର ସମାଧାନ ପ୍ରକ୍ରିୟାକୁ ଶୀଘ୍ର ଏବଂ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆଭିମୁଖ୍ୟ ବୋଲି କୁହାଯାଉଛି। ମାତ୍ର ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା, ଏପରିକି ପଦ୍ମପୁର ଉପଖଣ୍ଡର ଚାଷୀମାନେ ଏ ପର୍ଯ୍ୟନ୍ତ ବୀମାରାଶି ପାଇବାରେ ସଫଳ ହୋଇ ନାହାନ୍ତି। ପଶ୍ଚିମ ଓଡ଼ିଶା ଓ ବରଗଡ଼ ଜିଲ୍ଲାର ଚାଷୀ ବ୍ୟାଙ୍କ ଓ ବୀମା କମ୍ପାନୀ ଖେଳରେ ପେଣ୍ଡୁ ପରି କେବଳ ପଦାଘାତର ଶିକାର ହୋଇ ଚାଲିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କୌଣସି ପଲିସୀ ବଣ୍ଡ ଦିଆଯାଉ ନାହିଁ।

ଅନ୍ୟପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ୫ ବର୍ଷ ହେଲା କେନ୍ଦ୍ର ସରକାର ଚାପି ରଖିଛନ୍ତି। ମାତ୍ର ଉପନିର୍ବାଚନ ସମୟରେ ଚାଷୀ ସ୍ୱାର୍ଥ ପ୍ରସଙ୍ଗରେ ରାଜ୍ୟ ବିଜେପି ନେତାଏ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆନ୍ଦୋଳନରତ ଚାଷୀ ଏବଂ ସାମାଜିକ ସଂଗଠନର ଦାବିକୁ ସମ୍ମାନ ଦେଇ ଆମେ ନାମାଙ୍କନ ଦାଖଲ ନକରି ଫେରି ଆସିଲୁ ବୋଲି ଗତକାଲି ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କେନ୍ଦ୍ରମନ୍ତ୍ରୀ ମତକୁ ସ୍ଥାନୀୟ ଜନସାଧାରଣ ମାନିବାକୁ ନାରାଜ। ବିଜେପିର କେନ୍ଦ୍ରମନ୍ତ୍ରୀ ଏହି ସମସ୍ୟା ଦିଲ୍ଲୀରେ ସମାଧାନ କରିବାରେ କାହିଁକି ପ୍ରୟାସ କଲେ ନାହିଁଁ ବୋଲି ପଦ୍ମପୁରର ଚାଷୀ ପ୍ରଶ୍ନ କରିଥିଲେ। ତେବେ ଆଗକୁ ନିର୍ବାଚନ ଥିବାରୁ  ବିଜେପିର କେନ୍ଦ୍ରମନ୍ତ୍ରୀଙ୍କର ହେତୁ ପଶିଲା । ତାହା ପରେ ସେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କଲେ । ଯାହା ପରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶୋଷଣର ମାଧ୍ୟମ ପାଲଟିଛି ପ୍ରଧାନମନ୍ତ୍ରୀ ଫସଲ ବୀମା : ପଶ୍ଚିମ ଓଡ଼ିଶାର ଚାଷୀ ଏବେ ବି ପାଇ ନାହାନ୍ତି ୫୦୦ କୋଟି ବୀମା ରାଶି
ବରଗଡ଼: କେନ୍ଦ୍ରର ବୀମା ପ୍ରତାରଣାରେ ରାଜ୍ୟର ଚାଷୀ ହନ୍ତସନ୍ତ। ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦରେ ଚାଷୀଙ୍କଠାରୁ ବୀମା କମ୍ପାନଗୁଡ଼ିକ ବିପୁଳ ଅର୍ଥ ସଂଗ୍ରହ କରୁଥିଲେ ମଧ୍ୟ ବୀମାରାଶି ପ୍ରଦାନରେ ଯେପରି ଟାଳଟୁଳ କରୁଛନ୍ତି ତାହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡରେ ଦେଇଛି ପ୍ରଚଣ୍ଡ ପାହାର। ଏଥିରୁ ମୁକୁଳିବା ଓ ଅଣ୍ଟାସଳଖି ଠିଆ ହେବା ଚାଷୀଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଏ ସମ୍ପର୍କରେ ବିଭିନ୍ନ କୃଷକ ସଙ୍ଗଠନ, ରାଜ୍ୟ ସରକାର, ଶାସକ ବିଜେଡି ବାରମ୍ବାର ଅଭିଯୋଗ ସତ୍ତ୍ବେ କେନ୍ଦ୍ର ଏହାପ୍ରତି ଆଖିବୁଜି ଦେଇଛି। ଯାହାକୁ ନେଇ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏପ୍ରିଲ ୨୦୧୬ ରୁ ୧୪ ଡିସେମ୍ବର ୨୦୨୦ ମଧ୍ୟରେ ବେସରକାରୀ ବୀମା କମ୍ପାନୀମାନେ କୃଷକମାନଙ୍କଠାରୁ ବୀମା ପ୍ରିମିୟମ୍‍ ହିସାବରେ ୧,୨୬, ୫୨୧ କୋଟି ଟଙ୍କା ଆଦାୟ କରିଛନ୍ତି। ଏହା ବଦଳରେ କମ୍ପାନୀଗୁଡ଼ିକ କ୍ଷତିପୂରଣ ବାବଦରେ ଚାଷୀଙ୍କୁ ପ୍ରଦାନ କରିଛନ୍ତି ମାତ୍ର ୮୭,୩୨୦ କୋଟି ଟଙ୍କା। ଅର୍ଥାତ୍‍ କମ୍ପାନୀଗୁଡିକ ୬୯ ପ୍ରତିଶତ କ୍ଷତିପୂରଣ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ଫସଲ ନଷ୍ଟ ପାଇଁ କୃଷକମାନେ ଏହି ସମୟରେ ବୀମା କମ୍ପାନୀଗୁଡ଼ିକ ଠାରୁ ୯୨,୯୫୪ କୋଟି ଟଙ୍କା ଦାବି କରିଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୮୭,୩୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି ବର୍ଷଗୁଡିକରେ କେବଳ ୯.୧୫ କୋଟି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି ଏବଂ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଷୀଙ୍କୁ ୫୯୨୪ କୋଟି ଟଙ୍କାର ବୀମା ରାଶି ଦାବି କମ୍ପାନୀଗୁଡ଼ିକ ପ୍ରଦାନ କରିନାହାନ୍ତି। ଏହାମଧ୍ୟରୁ ଓଡ଼ିଶାର ଚାଷୀମାନେ ପ୍ରାୟ ୫୦୦ କୋଟି ଟଙ୍କା ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି।ଫଳରେ ଏହି ଯୋଜନାର ଲାଭ କୃଷକମାନଙ୍କ ପାଇଁ କମ୍‍ ଏବଂ ଘରୋଇ ବୀମା କମ୍ପାନୀଗୁଡ଼ିକ ପାଇଁ ଅଧିକ ବୋଲି କୃଷକ ସଙ୍ଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। କର୍ପୋରେଟ ସଂସ୍ଥା ଓ ବ୍ୟବସାୟୀଙ୍କ ସ୍ୱାର୍ଥ ପ୍ରତି କେନ୍ଦ୍ର ସରକାର ଯେପରି ଆଗ୍ରହ ପ୍ରକାଶ କରୁଛନ୍ତି, ଚାଷୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସେପରି ଗୁରୁତ୍ୱ ଦେଉ ନାହାନ୍ତି।

୫୭ ମାସରେ କମ୍ପାନୀ ନେଇଛନ୍ତି ୧୨୬୫୨୧ କୋଟି ବୀମା ପ୍ରିମିୟମ

ପ୍ରତିବଦଳରେ ଚାଷୀଙ୍କୁ ମିଳିଛି ୮୭୩୨୦ କୋଟି ଟଙ୍କା କ୍ଷତିପୂରଣ ରାଶି

ଏବେ ବି ବୀମା କମ୍ପାନୀ ଉପରେ ଗଡ଼ୁଛି ୫୯୨୪ କୋଟି ଟଙ୍କା ବକେୟା

ଲୋକସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟର ତଥ୍ୟ ଅନୁଯାୟୀ, ଘରୋଇ ବୀମା କମ୍ପାନୀଗୁଡିକ ୨୦୧୬ ରୁ ୨୦୨୦ ମଧ୍ୟରେ ହାରାହାରି ୩୧ ପ୍ରତିଶତ ଲାଭ କରିଛନ୍ତି। କିଛି କମ୍ପାନୀର ଲାଭ ୫୦ ରୁ ୬୦ ପ୍ରତିଶତ ଅତିକ୍ରମ କରିଛି। ରିଲାଏନ୍ସ-ଜିଆଇସି ଲିମିଟେଡ୍‍ ପ୍ରିମିୟମ୍‍ ଭାବରେ ଚାଷୀଙ୍କ ଠାରୁ ୬୧୫୦ କୋଟି ଟଙ୍କା ସଂଗ୍ରହ କରି କୃଷକମାନଙ୍କୁ ମାତ୍ର ୨୫୮୦ କୋଟି ଟଙ୍କା ପ୍ରଦାନ କରିଛି। ଏହି ସମୟ ମଧ୍ୟରେ ଜେନେରାଲ ଇଣ୍ଡିଆ ଇନ୍ସସ୍ୟୁରାନ୍ସ ପ୍ରାୟ ୬୨%, ଇଫକୋ ୫୨% ଏବଂ ଏଚଡ଼ିଏଫସି ଏଗ୍ରୋ ୩୨% ରୋଜଗାର କରିଛି। ବୀମା ଦାବିର ସମାଧାନ ପ୍ରକ୍ରିୟାକୁ ଶୀଘ୍ର ଏବଂ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆଭିମୁଖ୍ୟ ବୋଲି କୁହାଯାଉଛି। ମାତ୍ର ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା, ଏପରିକି ପଦ୍ମପୁର ଉପଖଣ୍ଡର ଚାଷୀମାନେ ଏ ପର୍ଯ୍ୟନ୍ତ ବୀମାରାଶି ପାଇବାରେ ସଫଳ ହୋଇ ନାହାନ୍ତି। ପଶ୍ଚିମ ଓଡ଼ିଶା ଓ ବରଗଡ଼ ଜିଲ୍ଲାର ଚାଷୀ ବ୍ୟାଙ୍କ ଓ ବୀମା କମ୍ପାନୀ ଖେଳରେ ପେଣ୍ଡୁ ପରି କେବଳ ପଦାଘାତର ଶିକାର ହୋଇ ଚାଲିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କୌଣସି ପଲିସୀ ବଣ୍ଡ ଦିଆଯାଉ ନାହିଁ।

ଅନୁରୂପ ଭାବରେ ଚାଷୀଙ୍କ ସହମତି ବିନା ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରିମିୟମ କାଟି ରଖୁଛନ୍ତି। ଅନେକ କ୍ଷେତ୍ରରେ ବ୍ୟାଙ୍କ ମଧ୍ୟ ଧାର୍ଯ୍ୟ ତାରିଖ ମଧ୍ୟରେ ଏହି ରାଶି ବୀମା କମ୍ପାନୀରେ ଜମା କରୁ ନ ଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କୌଣସି ବୀମା କାଗଜ ପତ୍ର ଏପରିକି ପ୍ରିମିୟମ ରସିଦ ମଧ୍ୟ ଦିଆ ଯାଉ ନ ଥିବାରୁ ଚାଷୀ ବୀମା କମ୍ପାନୀ ବିରୋଧରେ ଅଦାଲତ ଯିବାକୁ ସମର୍ଥ ହେଉନାହିଁ। ପୁନଶ୍ଚ ଫସଲ ନଷ୍ଟ ହେବାର ୨୪ ଘଣ୍ଟା ମଧ୍ୟରେ ବୀମା କମ୍ପାନୀକୁ କ୍ଷତିଗ୍ରସ୍ତ ଚାଷୀ ଅବଗତ କରାଇବାକୁ ରଖାଯାଇଥିବା ସର୍ତ୍ତ ସବୁଠାରୁ ସମସ୍ୟା ହୋଇଛି। ବୀମା କମ୍ପାନୀର ଗୋଟିଏ ଫୋନ୍‍ ନମ୍ବରରେ ବରଗଡ଼ ଜିଲ୍ଲାର ଲକ୍ଷଲକ୍ଷ ଚାଷୀ କିପରି କ୍ଷତି ସମ୍ପର୍କରେ ଅବଗତ କରିବେ ତାହା ସବୁଠାରୁ ବଡ଼ ପ୍ରଶ୍ନ।

ଏହି ସବୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ନିଶାଣ କରିଛନ୍ତି ବରଗଡ଼ର ପରିବେଶବିତ୍‍ ତଥା ଶ୍ରମିକ ନେତା ଜେଠୁ ଭୋଇ। ଶ୍ରୀ ଭୋଇ କହିଛନ୍ତି ଯେ ବିଜେପି ଓ କେନ୍ଦ୍ର ସରକାର ମିଠା ମିଠା କଥା କହି ପ୍ରଧାନମନ୍ତ୍ରୀ ଫସଲ ବୀମା ନାମରେ ଦିନ ଦ୍ୱିପହରରେ ଚାଷୀଙ୍କୁ ଶୋଷଣ କରୁଛି। ୧୩ ଜାନୁୟାରୀ ୨୦୧୬ ବରଗଡ଼ରେ ଆୟୋଜିତ ସମାବେଶରେ ପ୍ରଧାନମନ୍ତ୍ରୀ ଫସଲବୀମା ଦ୍ୱାରା ଚାଷୀ ଲାଭାନ୍ୱିତ ହେବେ ବୋଲି ବିଜେପି ନେତାମାନେ ଘୋଷଣା କରିଥିଲେ। ‘ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା’କୁ ସମସ୍ତ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିଲା। ମାତ୍ର ବାସ୍ତବରେ ଏହି ବୀମା ଯୋଜନାରେ ଚାଷୀ କ୍ଷତିଗ୍ରସ୍ତ ହୋଇଛି ଓ ବୀମା କମ୍ପାନୀଗୁଡ଼ିକ ଲାଭାନ୍ୱିତ ହୋଇଛନ୍ତି। ଆଖିରେ ଆଙ୍ଗୁଳି ଗୁଞ୍ଜି କମ୍ପାନୀ ଓ କର୍ପେରେଟ ସଂସ୍ଥା ଚାଷୀଙ୍କୁ ଶୋଷଣ କରୁଛନ୍ତି। ବିଜେପି ନେତାଙ୍କ ମିଠା କଥା ପଛରେ ରହିଥିବା ଷଡ଼ଯନ୍ତ୍ର ଏବେ ଜଳଜଳ ଦିଶୁଛି ବୋଲି କହିଛନ୍ତି ଶ୍ରୀ ଭୋଇ।

ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଦିଗହରା; ବୀମା କମ୍ପାନୀଙ୍କ ମନୋମୁଖୀ କାର୍ଯ୍ୟ ପ୍ରତିବାଦରେ ତେଜିଲାଣି ଚାଷୀ ଅସନ୍ତୋଷ
ଭୁବନେଶ୍ୱର: ରାଜ୍ୟରେ କ୍ରମଶଃ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ବୀମା କମ୍ପାନୀଙ୍କ ମନୋମୁଖୀ କାର୍ଯ୍ୟ ଚରମ ସୀମାରେ ପହଞ୍ଚିଛି ଓ ପ୍ରତିବାଦରେ ଅସନ୍ତୁଷ୍ଟ ଚାଷୀ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବଲାଙ୍ଗୀର ପରେ ସୋମବାର ବରଗଡ଼ ସୋହେଲାରେ ଚାଷୀମାନେ ବୀମା କମ୍ପାନୀଙ୍କ ଚାଷୀମାରଣ ନୀତି ବିରୋଧରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। କେବଳ ବଲାଙ୍ଗୀର ବା ବରଗଡ଼ ନୁହେଁ; ରାଜ୍ୟବ୍ୟାପୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବ୍ୟାପକ ଅବ୍ୟବସ୍ଥା ନେଇ ଚାଷୀମାନେ ତାତିଲେଣି। ଏତିକିବେଳେ କେନ୍ଦ୍ର ସରକାର ଏହାର ତ୍ୱରିତ୍‍ ସମାଧାନ ପରିବର୍ତ୍ତେ ଦୀର୍ଘଦିନ ଧରି ଟାଳଟୁଳ ନୀତି ଅବଲମ୍ବନ କରି ଆସିବା ଚାଷୀଙ୍କ ପାଇଁ କଟା ଘାରେ ଲୁଣ ଦେବା ସଦୃଶ୍ୟ ହୋଇଛି। ଯୋଜନା ଅଧୀନରେ ରାଜ୍ୟରେ ଫସଲହାନି ବୀମା ରାଶି ବାବଦରେ ପ୍ରାୟ ୬୧୬ କୋଟି ଟଙ୍କାର ବକେୟା ପଡ଼ିଥିବା ବେଳେ ବୀମା କମ୍ପାନୀମାନେ ଟଙ୍କା ଦେଉନାହାନ୍ତି। ଏନେଇ ନିକଟରେ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି; ଏହା ସତ୍ତ୍ବେ ବୀମାକମ୍ପାନୀଗୁଡ଼ିକ ନିଧଡ଼କ ହୋଇ ବସିଛନ୍ତି।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଦେଶବ୍ୟାପୀ ଲାଗୁ ହେବା ପରଠାରୁ ଗତ ୫ ବର୍ଷ ମଧ୍ୟରେ ଅର୍ଥାତ୍‍ ୨୦୧୬-୧୭ରୁ ୨୦୨୧-୨୨ ମଧ୍ୟରେ ବୀମା କମ୍ପାନୀମାନେ ପ୍ରାୟ ୪୦ ହଜାର କୋଟି ଟଙ୍କାର ବୀମା ଦେୟ ଆଦାୟ କରିଛନ୍ତି। ମାତ୍ର ଚାଷୀଙ୍କୁ ସେମାନଙ୍କର ହକ୍‍ ଦେବାକୁ ସେମାନେ କ’ଣ ପାଇଁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟରେ ୯୮% ଧାନ ଫସଲ ଏହି ବୀମା ଯୋଜନାରେ ସାମିଲ ହୋଇଛି। ୨୦୨୧ ଖରିଫ୍‍ ଋତୁରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ସେଥିରେ ବ୍ୟାପକ ଫସଲହାନୀ ହୋଇଛି। ରାଜ୍ୟ ସରକାର ଓ ଚାଷୀମାନେ ପ୍ରିମିୟମ ପ୍ରଦାନ କରୁଛନ୍ତି; ମାତ୍ର ସେମାନଙ୍କୁ ସେମାନଙ୍କ କ୍ଷତି ଅନୁଯାୟୀ ବୀମା ଟଙ୍କା ମିଳୁନାହିଁ। ସମ୍ପୃକ୍ତ ବୀମା କମ୍ପାନୀ ମାନେ ସିସିଇ ବ୍ୟବସ୍ଥାରେ ତ୍ରୁଟି ଥିବା ବାହାନା କରି ଚାଷୀଙ୍କୁ ବୀମା ରାଶି ଦେବାକୁ ମନା କରି ଦେଇଛନ୍ତି। ଯାହାକୁ ନେଇ ଗ୍ରାମାଞ୍ଚଳରେ ପ୍ରତିବାଦର ସ୍ୱର ତୀବ୍ରତର ହେଲାଣି।

ଗତ ୮ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦୁଇଦିନିଆ ରାଜ୍ୟ ସମବାୟ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀରେ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏନେଇ ଦୃଢ଼ ପ୍ରତିବାଦ କରିଥିଲେ। ଚାଷୀମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟାରେ ଛନ୍ଦି ହୋଇ ବିଭିନ୍ନ ପ୍ରକାରର କଷ୍ଟ ଏବଂ ଆର୍ଥିକ ସଙ୍କଟ ତଥା ବୀମା କମ୍ପାନୀମାନଙ୍କ ଦ୍ୱାରା ନିଜର ଆର୍ଥିକ ଅଧିକାର ପାଇବାକୁ ବଞ୍ଚିତ ହେଉଛନ୍ତି। ଏହାର ମୂଳକାରଣ ବୀମା କମ୍ପାନୀ ଚାଷୀ ଏବଂ ସମବାୟ ହିତାଧିକାରୀମାନଙ୍କୁ ବିଭିନ୍ନ ସମୟରେ ଗୁରୁତ୍ୱ ନଦେଇ ନିଜର ସ୍ୱାର୍ଥ ସାଧନ ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ତେଣୁ କେନ୍ଦ୍ର ସରକାର ଏହାର ସମାଧାନ କରନ୍ତୁ। ଏଥିପ୍ରତି ବିଶେଷ ଦୃଷ୍ଟିଦେବାକୁ ସେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ଦାବି କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ବୀମା ଯୋଜନାର ସଫଳ କାର୍ଯ୍ୟନ୍ୱୟନ ପାଇଁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ମାର୍ଟ ସାମ୍ପଲିଂ ଟେକ୍‍ନିକ୍‍ (ଏସ୍‍ଏସ୍‍ଟି) ଜରିଆରେ ଫସଲ ଅମଳ ପ୍ରୟୋଗ (ସିସିଇ) ପାଇଁ ଜମି ଚିହ୍ନଟ କରୁଛନ୍ତି। ସେହିପରି ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶା ରାଜ୍ୟ ଜମିଜମା ରେକର୍ଡ ପୋର୍ଟାଲ ଏବଂ ଜାତୀୟ ଫସଲ ବୀମା ପୋର୍ଟାଲର ମିଶ୍ରଣ କରିଛନ୍ତି। ମୋବାଇଲ୍‍ ଆପ୍‍ ବ୍ୟବହାର କରାଯାଇ ସିସିଇ ଡାଟା ଜରିଆରେ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଏଥିସହ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ଏହାସତ୍ତ୍ବେ କେନ୍ଦ୍ର ସରକାର ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ଯେପରି ନିଦାବିଷ୍ଣୁ ସାଜିଛନ୍ତି ତାହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।