secunderabad - The Sakala

ଇଲେକ୍ଟ୍ରିବାଇକ୍‌ ଶୋ’ ରୁମରେ ଅଗ୍ନିକାଣ୍ଡ: ୮ ଜଣଙ୍କ ଚାଲିଗଲା ଜୀବନ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ବଡ ଧରଣ ଅଘଟଣ ଘଟିଛି। ଏଠାରେ ଏକ  ଇଲେକ୍ଟ୍ରି ବାଇକ୍‌ ଶୋ’ ରୁମ୍‌ରେ ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବାଇକ୍‌ ଶୋ’ ରୁମ୍‌ ଉପରେ ଏକ ଲଜ୍‌ ଥିବାରୁ ସେଠାରେ ବହୁ ଲୋକ ଫସି ରହିଥିବା ଜଣାଯାଇଛି। ସେମାନଙ୍କୁ ଉଦ୍ଧାର କରାଯାଇଛିଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁଯାୟୀ, ଗତକାଲି ରାତିରେ ବାଇକ୍‌ ଶୋ’ ରୁମ୍‌ରେ ଇଲେକ୍ଟ୍ରିକ୍ ସ୍କୁଟର ଚାର୍ଜ କରାଯାଉଥିଲା । ରାତି ୧୦ଟା ପରେ ତାହା ହଠାତ୍‌ ଜଳିବାକୁ ଆରମ୍ଭ କଲା। ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ନିଆଁର ବେଗ ଏତେ ପ୍ରଖର ଥିଲା ଯେ, ତାହା ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପିବାରେ ଲାଗିଥିଲା। ଏହାଦେଖି ଉକ୍ତ ବିଲ୍ଡିଂର ଉପର ମହଲରେ ଫସି ରହିଥିବା ବହୁ ଲୋକ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଛନ୍ତି। ଏହାପରେ ବି ବହୁ ଲୋକ ସେଠାରେ ଫସି ରହିଥିବା ଜଣାଯାଇଛି। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ କରିଥିଲେ। ଘଟଣାସ୍ଥଳରୁ ୮ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବହୁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମୃତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ଏହି ଅଗ୍ନିକାଣ୍ଡ ଯୋଗୁଁ ଆଠ ଜଣଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ସେ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୫୦,୦୦ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।