Food crisis - The Sakala

ଦେଶରେ ଖାଦ୍ୟ ସଙ୍କଟ ଆଣିବ ଇ-୨୦ ପେଟ୍ରୋଲ; ସତର୍କ କରାଇଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା
ନୂଆଦିଲ୍ଲୀ: ଦେଶରେ ଇଥାନଲ ମିଶ୍ରିତ ପେଟ୍ରୋଲକୁ ନେଇ ବିତର୍କ ଜାରି ରହିଥିବାବେଳେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ ପୁରୁଣା ଗାଡ଼ି ପାଇଁ ଇ-୧୦ ପେଟ୍ରୋଲ ଉପଲବ୍ଧ ଲାଗି ଦେଇଛନ୍ତି ପରାମର୍ଶ। ଇ-୧୦ ପେଟ୍ରୋଲ ଉପଲବ୍ଧ ନ ହେଲେ ଦେଶର ପ୍ରାୟ ୮ କୋଟି ଦୁଇଚକିଆ ଯାନ କ୍ଷତିଗ୍ରସ୍ତ ହେବ ଏବଂ ଏହାର ମରାମତି ଆଦି ନିମନ୍ତେ ଦେଶବାସୀଙ୍କୁ ବିପୁଳ ବ୍ୟୟ ବହନ କରିବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଇ-୨୦ ପେଟ୍ରୋଲ ପ୍ରଚଳନ ମଧ୍ୟ ଦେଶରେ ଖାଦ୍ୟ ସଙ୍କଟକୁ ପରୋକ୍ଷରେ ନିମନ୍ତ୍ରଣ କରିବ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମରେ ଏକ ସ୍ତମ୍ଭରେ ଶ୍ରୀ ନାଗେଶ୍ୱରନ୍‌ କହିଛନ୍ତି ଯେ ଭାରତରେ ଚଳାଚଳ କରୁଥିବା ଦୁଇଚକିଆ ଯାନ ମଧ୍ୟରୁ ପ୍ରାୟ ୭.୫ରୁ ୮ କୋଟି ଦୁଇଚକିଆ ଯାନ ଇ-୧୦ ପେଟ୍ରୋଲ ନିମନ୍ତେ ପ୍ରସ୍ତୁତ କରାଯାଇଛି। ଏହି ଯାନଗୁଡ଼ିକ ଅନେକ ଉଚ୍ଚ ମାତ୍ରାର ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ ବ୍ୟବହାର ପାଇଁ ନିର୍ମିତ ହୋଇନାହିଁ। ତେଣୁ ଇ-୨୦ ଭଳି ଅଧିକ ଇଥାନଲ୍‌ ମିଶ୍ରଣ ବ୍ୟବହାର କଲେ ସମସ୍ୟା କେବଳ ମାଇଲେଜ୍‌ କମିବାରେ ସୀମିତ ରହିବ ନାହିଁ। ପୁରୁଣା ଇଞ୍ଜିନରେ ରବର ସିଲ୍‌, ଗ୍ୟାସକେଟ୍‌, ଫୁଏଲ ସିଷ୍ଟମର ବିିଭିନ୍ନ ଯନ୍ତ୍ରାଂଶ ଏହାଦ୍ୱାରା ପ୍ରଭାବିତ ହୋଇପାରେ ଏବଂ ଅଧିକ ଇଥାନଲ୍‌ ମିଶ୍ରଣ ସହ ଦୀର୍ଘ ସମୟ ଚାଲିଲେ କେତେକ ପୁରୁଣା ଯାନରେ ଇନ୍ଧନ ବ୍ୟବସ୍ଥାର ଯନ୍ତ୍ରାଂଶର ସ୍ଥାୟୀତ୍ୱ  ନେଇ ମଧ୍ୟ  ପ୍ରଶ୍ନ ଉଠିପାରେ। ସେହିପରି କାର୍ବୁରେଟର୍‌ ଭିତ୍ତିକ ପୁରୁଣା ଦୁଇଚକିଆ ଯାନ ଅଧିକ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ ସହ ଅନୁକୂଳ ହେବାରେ ସମସ୍ୟାର ସମ୍ମୁଖୀନ ହୋଇପାରେ। ଏଥିରେ ଇଞ୍ଜିନ୍‌ ଚାଲିବା, ଷ୍ଟାର୍ଟିଂ ଓ ଇନ୍ଧନ ଦକ୍ଷତା ଭଳି ବିଷୟ ପ୍ରଭାବିତ ହେବାର ଆଶଙ୍କା ରହିଥାଏ । ଏହା ଫଳରେ ଇ-୨୦ ନୀତିକୁ ନେଇ ଆଲୋଚନାରେ ପୁରୁଣା ଯାନ ମାଲିକଙ୍କ ସ୍ୱାର୍ଥ, ଯାନର ଇଞ୍ଜିନ୍‌ କମ୍ପାଟିବିଲିଟି ଓ ଅତିରିକ୍ତ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ଗୁରୁତ୍ୱ ପାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସମ୍ପ୍ରତି ଭାରତ ସରକାର ଦେଶରେ ଏଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ଜୋରଦାର ଭାବେ ପ୍ରୋତ୍ସାହନ ଦେଉଛନ୍ତି। ପେଟ୍ରୋଲିୟମ ଆମଦାନି ଉପରେ ନିର୍ଭରଶୀଳତା କମାଇବା, ବିଦେଶୀ ମୁଦ୍ରା ସଞ୍ଚୟ କରିବା ଏବଂ ପରିବେଶ ପ୍ରଦୂଷଣ ହ୍ରାସ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ବୋଲି କୁହାଯାଉଛି ।  ଏହି ପରିପ୍ରେକ୍ଷୀରେ ନାଗେଶ୍ୱରନ ଇ-୨୦ ନୀତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ବଦଳରେ ବିକଳ୍ପ ଆଧାରିତ ବ୍ୟବସ୍ଥା ପାଇଁ ମତ ଦେଇଛନ୍ତି। ନୂଆ ଏବଂ ଇ-୨୦ ଅନୁକୂଳ ଗାଡ଼ି ପାଇଁ ଇ-୨୦ ପେଟ୍ରୋଲ ବିକ୍ରି ଜାରି ରହୁ, କିନ୍ତୁ ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ଇ-୧୦ କିଣିବାର ସୁଯୋଗ ରହୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।

ଅପରପକ୍ଷରେ ଏହି ପ୍ରସଙ୍ଗରେ ସେ ଇ-୨୦ ପେଟ୍ରୋଲ ଦେଶରେ ଖାଦ୍ୟ ସଙ୍କଟ ସୃଷ୍ଟ କରିପାରେ ବୋଲି ଆଶଙ୍କା କରିଛନ୍ତି। ଭବିଷ୍ୟତରେ ଏଥାନଲ ମିଶ୍ରଣର ମାତ୍ରା ଆହୁରି ବଢ଼ିଲେ କୃଷି କ୍ଷେତ୍ର ଉପରେ ଅତିରିକ୍ତ ଚାପ ପଡ଼ିପାରେ। ଏଥାନଲ ଉତ୍ପାଦନ ପାଇଁ ଖାଦ୍ୟଶସ୍ୟ, ଆଖୁ, ଜମି ଏବଂ ଜଳର ଚାହିଦା ବଢ଼ିଲେ ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ତେଣୁ ଶକ୍ତି ସୁରକ୍ଷା ସହିତ ଖାଦ୍ୟ ସୁରକ୍ଷାର ସନ୍ତୁଳନ ରକ୍ଷା କରିବା ମଧ୍ୟ ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି ।

ଚାଉଳ ରପ୍ତାନି ନେଇ ଭାରତର ପ୍ରତିବନ୍ଧକ: ଚାଇନାରେ ଦେଖାଦେବ ଖାଦ୍ୟ ସଙ୍କଟ
ନୂଆଦିଲ୍ଲୀ: ଘରୋଇ ବଜାରରେ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଆକାଶଛୁଆଁ ଦରଦାମ୍‌ ଯୋଗୁ ଖାଉଟି ନୟାନ୍ତ। ବଜାରରେ ଚାଉଳ କିଲୋ ପିଛା ଦର ୩୦ ଟଙ୍କାରୁ ବୃଦ୍ଧି ଘଟି ୪୦ ଟଙ୍କାରେ ପହଞ୍ଚିଛି। ଏଭଳି ସମୟରେ ଘରୋଇ ବଜାରରେ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ନିକଟରେ ଭଙ୍ଗା ଚାଉଳ ରପ୍ତାନି ଉପରେ ସରକାର ନିଷେଧାଦେଶ ଲାଗୁ କରିଥିଲେ। ସରକାର ଚାଉଳ ରପ୍ତାନି ଉପରେ ୨୦% ଶୁଳ୍କ ଲାଗୁ କରିଛନ୍ତି। ଭାରତ ସରକାରଙ୍କ ଏହି ପଦକ୍ଷେପ ଆଗାମୀ ଦିନରେ ଚାଇନାରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ ବୋଲି ଏବେ ଠୁ ଆଶଙ୍କା କରାଯାଉଛି। ଏପରିକି ଏଥିଯୋଗୁ ସମ୍ପୂର୍ଣ୍ଣ ଏସୀୟ ବଜାରରେ ସଙ୍କଟଜନକ ସ୍ଥିତି ମଧ୍ୟ ଦେଖାଦେଇପାରେ।

ଏଠାରେ ସୂଚନାଯୋଗ୍ୟ ଯେ, ଚୀନ୍ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ ଚାଉଳ ଉତ୍ପାଦନକାରୀ। ୨୦୨୧-୨୨ ଆର୍ଥିକବର୍ଷରେ ଭାରତ ୨୧.୨ ନିୟୁତ ଟନ୍ ଚାଉଳ ରପ୍ତାନି କରିଥିଲା। ତଥାପି ଚଳିତବର୍ଷ କମ୍ ବର୍ଷା ହେତୁ ଧାନ ବୁଣାଯାଇଥିବା ଜମି ଆକାରରେ ୬% ହ୍ରାସ ପାଇ ୩୬୭.୫୫ ଲକ୍ଷ ହେକ୍ଟରରେ ପହଞ୍ଚିଛି। ଭଙ୍ଗା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତର ନିଷ୍ପତ୍ତି ଚାଇନାରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ। ଏହାର ମୁଖ୍ୟ କାରଣ ହେଉଛି ଭଙ୍ଗା ଚାଉଳର ବେଜିଂ ହେଉଛି ସବୁଠାରୁ ବଡ କ୍ରେତା। ଏଭଳି ପରିସ୍ଥିତିରେ ଭାରତର ଏହି ପଦକ୍ଷେପ ଚାଇନାରେ ଯୋଗାଣ ଶୃଙ୍ଖଳା ଉପରେ ପ୍ରଭାବ ପକାଇପାରେ। ଚାଇନାରେ ଭଙ୍ଗା ଚାଉଳ ମୁଖ୍ୟତ ଗୋଖାଦ୍ୟ, ନୁଡୁଲ୍ସ ଏବଂ ମଦ ତିଆରି ପାଇଁ ବ୍ୟବହୃତ ହୋଇଥାଏ। କେତେକ ଆଫ୍ରିକୀୟ ଦେଶକୁ ଭଙ୍ଗା ଚାଉଳ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ ରାଷ୍ଟ୍ର। ଚାଇନାର କୃଷି ସୂଚନା ନେଟୱାର୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଚାଇନା ହେଉଛି ଭାରତୀୟ ଭଙ୍ଗା ଚାଉଳର ସବୁଠାରୁ ବଡ କ୍ରେତା। ଏପ୍ରିଲ୍ ୨୦୨୧ରେ ଡ୍ରାଗନ୍‌ ଏହା ଭାରତରୁ ୧୧ ଲକ୍ଷ ଟନ୍ ଭଙ୍ଗା ଚାଉଳ ଆମଦାନୀ କରିଥିଲା।​| ଏଥି ସହିତ ଭାରତ ୨୦୨୧ରେ ରେକର୍ଡ ୨୧.୫ ନିୟୁତ ଟନ୍ ଚାଉଳ ରପ୍ତାନି କରିଛି, ଯାହା ଥାଇଲ୍ୟାଣ୍ଡ, ଭିଏତ୍‌ନାମ, ପାକିସ୍ଥାନ ଏବଂ ଆମେରିକାର ବିଶ୍ବର ଚାରି ରପ୍ତାନିକାରୀଙ୍କ ରପ୍ତାନିଠାରୁ ଅଧିକବ ଏ ସମ୍ପର୍କରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର କହିବା ହେଉଛି, କେତେକ ଭୌଗୋଳିକ ରାଜନୈତିକ ପରିସ୍ଥିତି ଯୋଗୁଁ ଭଙ୍ଗା ଚାଉଳର ବିଶ୍ବ ବଜାରରେ ଚାହିଦା ବଢ଼ିବାରେ ଲାଗିଛି, ଯାହା ଗୋଖାଦ୍ୟ ସମେତ ଅନ୍ୟ ଦ୍ରବ୍ୟର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟାଇଛି।

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଚାଉଳ ରପ୍ତାନୀକାରୀ। ବିଶ୍ୱ ରପ୍ତାନୀର ଏହା ୪୦ ପ୍ରତିଶତ ନିୟନ୍ତ୍ରଣ କରିଥାଏ। ଭାରତ ପ୍ରାୟ ୧୫୦ରୁ ଅଧିକ ଦେଶକୁ ଚାଉଳ ବିକ୍ରି କରିଥାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ, ଅତ୍ୟଧିକ ଗରମ ଏବଂ ପୃଥିବୀର ଅନେକ ସ୍ଥାନରେ ମରୁଡ଼ି ଖାଦ୍ୟ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟାଇଛି। ଏଭଳି ପରିସ୍ଥିତିରେ ଭାରତର ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଯୋଗୁଁ ଖାଦ୍ୟ ସଙ୍କଟ ବଢ଼ାଇପାରେ।