Gyanvapi mosque - The Sakala

ଆରମ୍ଭ ହେଲା ଜ୍ଞାନବାପି ପରିସରରେ ସର୍ଭେ
ନୂଆଦିଲ୍ଲୀ: ଆଜି ସକାଳ ୭ଟା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’ ଟିମ୍‌ ବିଜ୍ଞାନଭିତ୍ତିକ ସର୍ଭେ ଆରମ୍ଭ କରିଛି। ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିବା ପରେ ସେଠାରେ ପୁଣି ସର୍ଭେ କାର୍ଯ୍ୟଆରମ୍ଭ କରାଯାଇଛି।

ଏହାଛଡ଼ା, ଅଦାଲତ କହିଛନ୍ତି ଯେ, ପୂର୍ବରୁ ଥିବା କ‌ୌଣସି ହିନ୍ଦୁ ମନ୍ଦିର ମୂଳଦୁଆ ଉପରେ ଏହି ୧୭ଶ ଶତାବ୍ଦୀର ମସ୍‌ଜିଦ୍‌ ନିର୍ମିତ ହୋଇଛି କି, ନାହିଁ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ। ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି, ନ୍ୟାୟ ଦୃଷ୍ଟିରୁ ‘ଏଏସ୍‌ଆଇ’ ସର୍ଭେ ଆବଶ୍ୟକ ଏବଂ ଏହା ଉଭୟ ପକ୍ଷଙ୍କୁ ଉପକୃତ କରିବ।

ଆଜି ‘ଏଏସ୍‌ଆଇ’ ମସ୍‌ଜିଦ୍‌ ପରିସରରେ ସର୍ଭେ ଆରମ୍ଭ ହୋଇଥିବା ବେ‌ଳେ କେବଳ ଜିଲ୍ଲା ପ୍ରଶାସନଦ୍ବାରା ନିଯୁକ୍ତ ଲୋକେ ସେଠାରେ ଉପସ୍ଥିତ ଅଛନ୍ତି। କିନ୍ତୁ, ‘ଅଞ୍ଜୁମନ୍‌ ଇନ୍ତେଜାମିଆ ମସ୍‌ଜିଦ୍‌ କମିଟି’ର ସଦସ୍ୟମାନେ ଏହି ସର୍ଭେ ବର୍ଜନ କରିଛନ୍ତି।

ସୂଚନା ଅନୁଯାୟୀ, ପୂର୍ବରୁ ତୋଳାଯାଇଥିବା ମନ୍ଦିର ଉପରେ ମସ୍‌ଜିଦ୍‌ ନିର୍ମାଣ କରାଯାଇଛି କି, ନାହିଁ ତାହା ସୁନିଶ୍ଚିତ କରିବା ଲାଗି ଆବଶ୍ୟକ ଉତ୍‌ଖନନ ସମେତ ସର୍ଭେ କରିବା ଲାଗି ଜୁଲାଇ ୨୧ ତାରିଖ ଦିନ ବାରାଣସୀ ସେସନ୍‌ସ୍‌ କ‌ୋର୍ଟ ‘ଏଏସ୍‌ଆଇ’କୁ ନିର୍ଦେଶ ଦେଇଥିଲେ।

ଆଜିଠୁ ଜ୍ଞାନବାପୀ ମସଜିଦ ପରିସରରେ ASI ଟିମ୍‌ର ସର୍ଭେ ଆରମ୍ଭ
ନୂଆଦିଲ୍ଲୀ: ଆଜିଠୁ ଜ୍ଞାନବାପୀ ମସଜିଦ ପରିସରରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଟିମ୍‌ର ସର୍ଭେ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ସର୍ଭେ ଆରମ୍ଭ ହୋଇଛି। ପ୍ରାୟ ୩୦ ଜଣିଆ ଏଏସଆଇ ଟିମ୍‌ ଦ୍ୱାରା ସାଇଣ୍ଟିଫିକ୍ ସର୍ଭେ କରାଯାଉଛି। ସର୍ଭେ ଟିମରେ ଦୁଇ ଜଣ ଓକିଲଙ୍କୁ ମଧ୍ୟ ସାମିଲ ଅଛନ୍ତି।

ଗତ ୨୧ ତାରିଖରେ ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟ ଜ୍ଞାନବ୍ୟାପୀ ମସଜିଦରେ ସାଇଣ୍ଟିଫିକ୍ ସର୍ଭେ କରିବାକୁ ଅନୁମତି ଦେଇଥିଲେ। ଏହି ସର୍ଭେ ରିପୋର୍ଟ ଜରିଆରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ। ଏହି ପ୍ରସଙ୍ଗରେ ଜିଲ୍ଲା ଦୌରାଜଜ କୋର୍ଟ ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉକି, ଏଏସ୍‌ଆଇକୁ ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ସର୍ଭେ କରିବାକୁ ବାରାଣାସୀ କୋର୍ଟ ଅନୁମତି ଦେବା ବେଳେ କିଛି ସର୍ତ୍ତ ରଖିଥିଲେ କୋର୍ଟ। କୋର୍ଟ କହିଛନ୍ତି ଏଏସ୍‌ଆଇ ମସ୍‌ଜିଦ୍‌ ପରିସରରେ ସମସ୍ତ ପ୍ରକାର ସର୍ଭେ କରିପାରିବ। କିନ୍ତୁ ଯେଉଁ ସ୍ଥାନକୁ ନେଇ ବିବାଦ ରହିଛି, ସେହି ସ୍ଥାନରେ କୌଣସି ପ୍ରକାର ସର୍ଭେ କରିପାରିବ ନାହିଁ। ତେଣୁ ଆଜି ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ମସଜିଦର ସିଲ ହୋଇଥିବା ଅଞ୍ଚଳକୁ ଛାଡି କ୍ୟାମ୍ପସରେ ସର୍ବେକ୍ଷଣ କରିବେ ବୋଲି ସୂଚନା ରହିଛି ।

ସେପଟେ ସର୍ବେକ୍ଷଣ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜ୍ଞାନବ୍ୟାପୀ ମସଜିଦ ପରିଚାଳନା କମିଟି ମାମଲା ଦାୟର କରିଛି। ତେବେ ପୂର୍ବରୁ ମୁସ୍‌ଲିମ୍‌ ପକ୍ଷ ଏହି ସର୍ଭେକୁ ବିରୋଧ କରିଥିଲେ। କିନ୍ତୁ କୋର୍ଟ ସମସ୍ତ ତଥ୍ୟ, ପ୍ରମାଣ, ଦସ୍ତାବିଜ୍ ଓ ଓକିଲଙ୍କ ଯୁକ୍ତିକୁ ଆଧାର କରି, ଏସ୍‌ଆଇକୁ ସର୍ଭେ ପାଇଁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାରେ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଜୁଲାଇ ୧୪ ତାରିଖରେ ଫଇସଲାକୁ ସଂରକ୍ଷିତ ରଖିଥିଲେ ବାରାଣାସୀ କୋର୍ଟ। କିନ୍ତୁ ୧୬ ତାରିଖରେ କିଛି ମହିଳାଗୋଷ୍ଠୀ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଯେ, ବିବାଦୀୟ ସ୍ଥାନକୁ ଛାଡ଼ି ASI ଅନ୍ୟ ସବୁ ସ୍ଥାନକୁ ସର୍ଭେ ଅନ୍ତର୍ଭୁକ୍ତ କରନ୍ତୁ। ପରେ ଜୁଲାଇ ୨୧ ତାରିଖରେ ଏହି ମାମଲାରେ ଫଇସଲା ଶୁଣାଯିବ ବୋଲି କୁହାଯାଇଥିଲା।

ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମାମଲା : ହିନ୍ଦୁ ପକ୍ଷଙ୍କ ଆବେଦନ ଗ୍ରହଣ କଲେ କୋର୍ଟ, ଆସନ୍ତା ୨୨ରେ ହେବ ପରବର୍ତ୍ତୀ ଶୁଣାଣି
ବାରଣାସୀ : ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମାମଲାରେ ଆସିଛି ଗୁରୁତ୍ବପୂର୍ଣ୍ଣ ରାୟ। ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ଶୃଙ୍ଗାର ଗୌରିଙ୍କ ନିୟମିତ ପୂଜା ଓ ଦର୍ଶନ ଦାବିରେ ହୋଇଥିବା ଆବେଦନ ଉପରେ କୋର୍ଟ ଶୁଣାଣି କରିବାକୁ ରାଜି ହୋଇଛନ୍ତି।  ହିନ୍ଦୁ ପକ୍ଷଙ୍କ ଆବେଦନ ଗ୍ରହଣ କରି ବାରଣାସୀ ଜିଲ୍ଲା କୋର୍ଟ ଏହି ମାମଲା ଶୁଣାଣି ଯୋଗ୍ୟ ବୋଲି କହିଛନ୍ତି। ଏଥି ସହିତ ମୁସଲିମ ପକ୍ଷଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ। ସେପ୍ଟେମ୍ୱର ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ଆଜି ବାରଣାସୀ ଜିଲ୍ଲା ଜଜ୍‌ ଏହି ମାମଲାର ରାୟ ଶୂଣାଇବା ପୂର୍ବରୁ କୋର୍ଟ ପରିସରରେ ସୁରକ୍ଷା ବଢ଼ାଇ ଦିଆଯାଇଥିଲା। କୋର୍ଟ ପରିସରରେ ବ୍ୟାପକ ପୁଲିସ ଛାଉଣି ହେବା ସହ ୨୫୦ ପୁଲିସ କର୍ମୀ ମୁତୟନ କରାଯାଇଥିଲା। ପୂରା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏସ୍‌ପି ସନ୍ତୋଷ କୁମାର ସିଂହଙ୍କ ସୂଚନା ମୁତାବକ, ସମଗ୍ର ବାରଣାସୀକୁ ୨୦୦୦ରୁ ଅଧିକ ଯବାନ ଜଗି ରହିଛନ୍ତି। ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ସମସ୍ତ ଉଚିତ ପଦକ୍ଷେପ ନିଆଯାଇଛି। ପୂରା ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।

ଜ୍ଞାନବ୍ୟାପୀ ମସଜିଦ ରାୟ ଆସିବା ପରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌର ପ୍ରତି ଗଳି କନ୍ଦିରୁ ଆରମ୍ଭ କରି ରାଜରାସ୍ତା ଯାଏଁ ପୁଲିସ କମିଶନର ଖୋଦ ମାର୍ଚ୍ଚ କରିଛନ୍ତି। ସେ ଘର ଘର ବୁଲି ଲୋକଙ୍କ ସହ କଥା ମଧ୍ୟ ହୋଇଛନ୍ତି। ଏଥିସହ ପୁରୁଣା ଲକ୍ଷ୍ନୌରେ ମଧ୍ୟ ଡ୍ରୋନ ସାହାଯ୍ୟରେ ତୀକ୍ଷ୍ଣ ନଜର ରଖାଯାଇଛି।

ଜ୍ଞାନବ୍ୟାପୀ ପରିସରରେ ଥିବା ମା’ ଶୃଙ୍ଗାର ଗୌରୀଙ୍କ ନିୟମିତ ଦର୍ଶନ ଓ ପୂଜନ ଦାବିକୁ ନେଇ ବାରଣାସୀ ଜିଲ୍ଲା ଜଜ୍‌ ଏକେ ବିଶ୍ୱେସଙ୍କ କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଯୋଗ୍ୟ ନା ନାହିଁ ଏହା ଉପରେ ହିନ୍ଦି ଓ ମୁସଲିମ ପକ୍ଷରର ବିତର୍କ ଶେଷ ହୋଇସାରିଛି। ବାରଣାସୀ ଜିଲ୍ଲା ଜଜ୍‌ ଅଜୟ କ୍ୟଷ୍ଣ ଅଗଷ୍ଟ ୨୪ ତାରିଖରେ ଏହି ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ। ସେପ୍ଟେମ୍ବର ୧୨ ତାରିଖରେ ରାୟ ଶୁଣାଇବାକୁ ଘୋଷଣା କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମେ’ ୨୩ ତାରିଖରୁ ଜ୍ଞାନବ୍ୟାପୀ ମାମଲାର ଶୁଣାଣି ଯୋଗ୍ୟ ନା ନାହିଁ ସେ ନେଇ ଜିଲ୍ଲା କୋର୍ଟରେ ଶୁଣାଣି ଚାଲିଥିଲା। ଯାହା ପରେ ଆଜି ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟ ଅନୁସାରେ ଏହା ଶୁଣାଣି ଯୋଗ୍ୟ। ଏଥି ସହିତ ଆସନ୍ତା ୨୨ରେ  ପରବର୍ତ୍ତୀ ଶୁଣାଣି ହେବ।

ଏହାପୂର୍ବରୁ ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବା ପାଇଁ ଆବେଦନକାରୀ ମହିଳାମାନେ ଦାବି କରିଥିଲେ। ଏପରିକି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ଗତ ବର୍ଷ ଏକ ଆବେଦନ କରାଯାଇଥିଲା। ଗତ ବର୍ଷ ମେ’ ମାସରେ ଦିଲ୍ଲୀର ରାକ୍ଷୀ ସିଂ ଏବଂ ବାରାଣାସୀର ୪ଜଣ ମହିଳା ସିଭିଲ୍ ଜଜଙ୍କ କୋର୍ଟରେ ଏହି ଆବେଦନ କରିଥିଲେ। ଏହାପରେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦ ପରିସରର ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା।