JHADAMALA - The Sakala

ବଡ ଭାଇକୁ ପୋଡି ମାରିଦେବାକୁ ସାନଭାଇର ଉଦ୍ୟମ : ଘରେ ଶୋଇଥିବା ବେଳ ଲଗାଇ ଦେଲା ନିଆଁ
ରାଜକନିକା :  ଭାତୃବିବାଦ ଯେ କେତେ ଉଗ୍ରରୂପ ନେଇ ପାରେ,ତାହା ଆଜି ରାଜକନିକା ଅଂଚଳରେ ଦେଖିବାକୁ ମିଳିଛି । ବଡଭାଇକୁ ଘର ତିଆରି ବେଳେ ଟଙ୍କା ସାହାଯ୍ୟ କରିଥିବା ସାନଭାଇ ବାକି ଟଙ୍କା ପାଇଁ ବଡଭାଇକୁ ଶୋଇବା ଅବସ୍ଥାରେ ପେଟ୍ରୋଲ ପକାଇ ପୋଡି ମାରିଦେବାର ଉଦ୍ୟମ କରିବା ଘଟଣା ସାରା ରାଜକନିକାକୁ ସ୍ତମ୍ଭୀଭୂତ କରିଦେଇଛି । ଗୁରୁତର ଅବସ୍ଥାରେ ବଡଭାଇ କଟକ ମେଡିକାଲରେ  ଜୀବନ ସହ ସଂଘର୍ଷ କରୁଥିବା ବେଳେ ପିଶାଚ ସାନଭାଇ ରାଜକନିକା ଥାନାରେ ଅଟକ ରହିଛି ।

ସୂଚନାଯୋଗ୍ୟ ଯେ ରାଜକନିକା ଥାନାନ୍ତର୍ଗତ କାଟଣା-ବଣିଆ ଗ୍ରାମପଞ୍ଚାୟତର ଝାଡମାଳ ଗାଁର ପବିତ୍ର ପ୍ରଧାନ(୫୦)ଆଜି ଅପରାହ୍ନରେ ନିଜ ବଡଭାଇ ବିଚିତ୍ର ପ୍ରଧାନ (୬୨) ଘରେ ଶୋଇଥିବା ବେଳେ ତାଙ୍କ ଉପରକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ।  ପେଟ୍ରୋଲ୍‌ ପକାଇ ହଠାତ ନିଆଁ ଲଗାଇ ଦେବାରୁ ସାରା ଶରୀର ଜଳୁଥିବା ବିଚିତ୍ର ଜୀବନ ବିକଳରେ ଘରସାରା ଦୌଡିବାରୁ ନିଜେ ପୋଡି ଯାଉଥିବା ସହ ଘର ମଧ୍ୟ ନିଆଁ ଲାଗି ସଂପୂର୍ଣ୍ଣ ଘର ଜଳିଯାଇଛି । ନିଆଁ ଲାଗିବା କ୍ଷଣି ଅର୍ଦ୍ଧଦଗ୍ଧ ବିଚିତ୍ର ଘରୁ ବାହାରି ଆସି ତଳେ ପଡି ଯାଇଥିଲେ। ଏହାପରେ ଗାଁ ଲୋକ ଗୁରୁତର ଭାବେ ଉଦ୍ଧାର ହୋଇଥିବା ବିଚିତ୍ରକୁ ରାଜକନିକା ମେଡିକାଲରେ ଭର୍ତି କରିଥିଲେ ହେଁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ବଡଭାଇକୁ ନିଜ ଜାଗା ବାଡି ପାଇଁ ଦୀର୍ଘବର୍ଷ ହେବ ଶତୃତା କରି ଆସୁଥିବା ସ୍ନାତକ ପଢୁଆ ସାନଭାଇ ପବିତ୍ର ପିଲାଛୁଆ ଧରି ଭୂବନେଶ୍ୱରରେ ରହୁଥିବା ବେଳେ ମଝିରେ ମଝିରେ ଗାଁକୁ ଆସି ନିଜ ବିକ୍ରୀ କରିଥିବା ସଂପତିର ସବୁ ଟଙ୍କା ନେଇ ଯାଇଥିଲେ ହେଁ ଘର ତିଆରି ବେଳେ ଧାର ଦେଇଥିବା କିଛି ଟଙ୍କା ଦେବାକୁ ଜିଦ କରି ଭାଇ ସହ ଝଗଡା କରିଥିଲା । ତେବେ ଭଦ୍ରଲୋକଙ୍କ ଜରିଆରେ ମାମଲାର ସମାଧାନ ହୋଇ ଥିଲେ ବି ପବିତ୍ର ଗାଁକୁ ଆସି ବିଭିନ୍ନ ସମୟରେ ଝାମେଲା କରିବା ସହ ଭାଇ ଓ ତାଙ୍କ ପରିବାରକୁ ହଇରାଣ କରି ଆସୁଥିଲା । ଆଜି ଅପରାହ୍ନରେ ବଡଭାଇ ଘରେ ପଶି ପେଟ୍ରାଲ ପକାଇ ନିଆଁ ଲଗାଇ ଦୌଡି ପଳାଉଥିବା ସମୟରେ କାଟଣା ରାସ୍ତାରେ ଲୋକେ କାବୁ କରି ଜଣକ ଘରେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ ।

ଖବର ପାଇ ରାଜକନିକା ପୁଲିସ ପବିତ୍ରକୁ ଗିରଫ କରି ଥାନାରେ ଅଟକ ରଖିଥିବା ବେଳେ ବିଚିତ୍ରଙ୍କ ସ୍ତ୍ରୀ ବସନ୍ତ ମଂଜରୀ ପ୍ରଧାନ ରାଜକନିକା ଥାନାରେ ଦିଅରର ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବାର ଉଦ୍ୟମ କରି ନିଆଁ ଲଗାଇ ପୋଡି ଦେବାର ଉଦ୍ୟମ କରିଥିବା ସଂପର୍କରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି । ତେବେ ଭାଇଭାଇର ଶତୃ ହେବା ଘଟଣାରେ ଆଜି ନୂଆ ଏକ ଅଧ୍ୟାୟ ଯୋଡି ହେବା ସହ ଜଣେ ଉଚ୍ଚ ଶିକ୍ଷିତ ଭାଇର ଜହ୍ଲାଦପଣିଆକୁ ନେଇ ସବୁଠି ନିନ୍ଦନୀୟ ଆଲୋଚନା ଜାରି ରହିଛି ।