Change Name Of Rajpath - The Sakala

ପ୍ରତି ୩ ଦିନରେ ମୋଦୀଙ୍କୁ କିଛି ଉଦଘାଟନ କରିବାର ଅଛି, କିଛି ନମିଳିଲେ ରାଜପଥ ନାମ ପରିବର୍ତ୍ତନ କରି ଉଦଘାଟନ କରୁଛନ୍ତି : ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ
ନୂଆଦିଲ୍ଲୀ : ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବର୍ତ୍ତମାନର ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଦଳୀୟ ସରକାରଙ୍କୁ ଟାର୍ଗେଟ କରି ସାରିଛନ୍ତି ରାଜ୍ୟପାଳ ମଲିକ। ସେ କେନ୍ଦ୍ରର ଅନେକ ଯୋଜନା ଏବଂ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଛନ୍ତି। ବର୍ତ୍ତମାନ ରାଜ୍ୟପାଳ ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ, ସେ ପ୍ରତ୍ୟେକ ତୃତୀୟ ଦିନରେ ଉଦଘାଟନ କରୁଛନ୍ତି। ବୋଧହୁଏ ଏଥର କିଛି ଉଦଘାଟନ କରିବାକୁ ନଥିଲା। ସେଥିପାଇଁ ସେ ରାଜପଥ ନାମ ପରିବର୍ତ୍ତନ କରି ଏହାର ଉଦଘାଟନ କରିଛନ୍ତି।

ନିକଟରେ ଉତ୍ତର ପ୍ରଦେଶ ବୁଲନ୍ଦ ଶହର ଜିଲ୍ଲାର ମୁଢି ବାକାପୁର ଗ୍ରାମରେ ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ । ଏହି ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ରାଜପଥ ବ୍ରିଟିଶ ନାମ ନୁହେଁ। ତେଣୁ ଏହାର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାବଦରେ ପ୍ରତିକ୍ରିୟା ରଖି ରାଜ୍ୟପାଳ କହିଛନ୍ତି ସେ ଏକ ଭଲ କାମ କରୁଛନ୍ତି। ତାଙ୍କୁ ମୋର ଶୁଭେଚ୍ଛା।ବର୍ତ୍ତମାନ ଯୁବକ ଅଛନ୍ତି ତେଣୁ ଚାଲୁଛନ୍ତି, ହେଲେ ଆଜିକାଲି ନେତମାନେ ଏସବୁ କରୁ ନାହାନ୍ତି ବୋଲି ମଲିକ କହିଛନ୍ତି।

କୃଷକ ଆନ୍ଦୋଳନ ପର ଠାରୁ ମୋ ଇସ୍ତଫା ମୋ ପାଖରେ ପଡ଼ିଛି। ଯେତେବେଳେ ତାଙ୍କୁ କୁହାଯାଏ ଯେ ତାଙ୍କ କଥା ତାଙ୍କ ଦଳର ସରକାରଙ୍କୁ କ୍ଷତି ପହଞ୍ଚାଉଛି, ତାହାଲେ ସେ ଇସ୍ତଫା ଦେଇଦେବେ। ଯଦି କିଛି ସତ କଥାକହି କିଛି ହରେଇବାକୁ ପଡେ ତେବେ ତା ପାଇଁ ମୁଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ସେପଟେ ଇଡି ଓ ସିବିଆଇର ଛାଟ କେବଳ ବିରୋଧୀ ନେତାଙ୍କ ଉପରେ ପଡୁଛି କିନ୍ତୁ ବିଜେପିର ଅନେକ ନେତା ଅଛନ୍ତି ଯେଉଁମାନଙ୍କ ଉପରେ ଜାତୀୟ ଯାଞ୍ଚ ଏଜେନ୍ସିର ରେଡ୍‌ କରିବା ଆବଶ୍ୟକ।  ଏମଏସପି ପ୍ରସଙ୍ଗ ଉଠାଇ ରାଜ୍ୟପାଳ କହିଛନ୍ତି ଯେ ଯଦି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ କାର୍ୟ୍ୟକାରୀ ନ କରାଯାଏ ତାହେଲେ କୃଷକ ଏବଂ ସରକାରଙ୍କ ମଧ୍ୟରେ ପୁଣି ଥରେ ଏକ ବଡ ଲଢେଇ ହେବା ନିଶ୍ଚିତ।

ଅନ୍ୟପଟେ ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି କରାଯିବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏଥିରେ ସେ ପ୍ରତିକ୍ରିୟା ଦେବା ବେଳେ ତାଙ୍କୁ ମଧ୍ୟ ଅଫର ମିଳିଥିବା କଥା କହିଥିଲେ। ଧନଖଡ଼ଙ୍କ ବିଷୟରେ ସେ କହିଥିଲେ ଯେ ଧନଖଡ଼ ଉପଯୁକ୍ତ ପାର୍ଥୀ ଥିଲେ, ଏଣୁ ତାଙ୍କୁ ରାଷ୍ଟ୍ରପତି କରିବାର ଥିଲା। ମୋର ଏ ବିଷୟରେ କହିବା ଉଚିତ ହେବନି। ହେଲେ ମୋତେ ପୂର୍ବରୁ ଇସାରା ଦିଆଯାଇଥିଲା ଯେ ଯଦି ଆପଣ କିଛି ନ କହିବେ ତେବେ ଆପଣଙ୍କୁ ଉପରାଷ୍ଟ୍ରପତି କରିଦେବୁ। ତେବେ ମୁଁ ଏପରି କରିପାରିବି ନାହିଁ। ମୁଁ ଯାହା ଦେଖିବି ତାହା ନିଶ୍ଚିତ କହିବି ବୋଲି ସତ୍ୟାପଲ ମଲ୍ଲିକ କହିଛନ୍ତି।

ସୂଚନାଯୋଗ୍ୟ ସେପ୍ଟମ୍ବର ୮ ତାରିଖ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଯାଇଥିବା କର୍ତ୍ତବ୍ୟପଥ ରାସ୍ତାକୁ ଉଦଘାଟନ କରିଛନ୍ତି। ଯାହା ପୂର୍ବରୁ ରାଜପଥ ନାମରେ ଜଣାଶୁଣା ରହିଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦାସତ୍ୱର ପ୍ରତୀକ ରାଜପଥ ଏବେ ଇତିହାସର ବିଷୟ ପାଲଟିଛି ଏବଂ ଏହାକୁ ସବୁଦିନ ପାଇଁ ଲିଭାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ କର୍ତ୍ତବ୍ୟ ପଥ ନାମରେ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଆଉ ଏକ ଦାସତ୍ୱ ପରିଚୟରୁ ମୁକ୍ତି ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି।