AIMIM chief Owaisi - The Sakala

ଭାରତକୁ ଏକ ଦୁର୍ବଳ ପ୍ରଧାନମନ୍ତ୍ରୀ ଏବଂ ଖିଚଡି ସରକାର ଦରକାର : ଅସଦୁଦ୍ଦିନ ଓୱେସୀ
ନୂଆଦିଲ୍ଲୀ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ବିରୋଧୀ ଏକାଠି ହେବାକୁ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଭାରତକୁ ଦୁର୍ବଳ ପ୍ରଧାନମନ୍ତ୍ରୀ ଓ ଖିଚଡି ସରକାରଙ୍କ ଆବଶ୍ୟକତା ରହିଛି ବୋଲି କହି ଚର୍ଚ୍ଚାରେ ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱେସୀ। ସେ କହିଛନ୍ତି ଯେ, ସେ ଦେଶରେ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ଏବଂ ଖିଚଡି ସରକାର ଚାହୁଁଛନ୍ତି। ବିଧାନସଭା ନିର୍ବାଚନ ପାଇଁ ଗୁଜରାଟରେ ପହଞ୍ଚିଥିବା ଓୱେସୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଥିବା ଜଣାପଡ଼ିଛି। ଓୱେସୀଙ୍କ ଏହି ବିବୃତ୍ତି ଦେଇ ଦେଶର ରାଜନୀତିରେ ଏକ ନୂଆ ଝଡ଼ ଆଣିଛନ୍ତି।

Tale of the humble ‘Khichdi’!

While addressing a PC in #Ahmedabad, Gujarat #AIMIM chief @asadowaisi wish a coalition Government in 2024. #GujaratElections2022 pic.twitter.com/GTKiMUFkke

— Ashish (@KP_Aashish) September 10, 2022

ଓୱେସୀ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି  ଜବାହରଲାଲ ନେହେରୁଙ୍କ ପରେ ସବୁଠାରୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀଙ୍‌କୁ ଯେତେବେଳେ ମୁଦ୍ରାସ୍ଫୀତି, ବେକାରୀ, ଚାଇନା ଅନୁପ୍ରବେଶ ଏବଂ କର୍ପୋରେଟ ଟ୍ୟାକ୍ସ ଛାଡ ଏବଂ ଶିଳ୍ପପତିଙ୍କ ବ୍ୟାଙ୍କ ଋଣ ଭଳି ପ୍ରଶ୍ନ ଉପରେ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ଏହି ସିଷ୍ଟମକୁ ଦାୟୀ କରିଥିଲେ। ଓୱେସୀ କହିଛନ୍ତି ଯେ ସେ ବିଶ୍ୱାସ କରନ୍ତି ଯେ ଦେଶରେ ବର୍ତ୍ତମାନ ଦୁର୍ବଳମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ଦୁର୍ବଳ ପ୍ରଧାନମନ୍ତ୍ରୀ ଦରକାର ।

AIMIM chief Asaduddin Owaisi: I believe India now needs a weak prime minister. We have seen a powerful prime minister, now we need a weak PM so that he could help the weak. A powerful PM is only helping the mighty. The country also needs a "khichdi" (multi-party) govt.

— Press Trust of India (@PTI_News) September 10, 2022

ଚୀନ୍ ଆମ ମାଟିରେ ଆସି ବସିବାକୁ ନେଇ ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ ଏହାର ଉତ୍ତର ଦିଅନ୍ତି ନାହିଁ। ଯେତେବେଳେ ଶିଳ୍ପପତିଙ୍କ ଋଣ କାହିଁକି ଛାଡ ହେଲା ବୋଲି ପଚରାଯାଏ, ସେ କୁହନ୍ତି ଯେ ସିଷ୍ଟମ ମୋତେ କାମ କରିବାକୁ ଦେଉ ନାହିଁ। ତାଙ୍କ ପାଖରେ ୩୦୦ରୁ ଅଧିକ ସାଂସଦ ଅଛନ୍ତି। ପଣ୍ଡିତ ନେହେରୁଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ହୋଇ ବି ସେ ସିଷ୍ଟମ ଉପରେ ଦୋଷ ଲଦୁଛନ୍ତି। ସେଥିପାଇଁ ମୁଁ ବିଶ୍ୱାସ କରୁଛି ଯେ ଦେଶକୁ ଦୁର୍ବଳ ପ୍ରଧାନମନ୍ତ୍ରୀ ଆବଶ୍ୟକ। ଶକ୍ତିଶାଳୀମାନେ କ୍ଷମତାକୁ ଆସି କିଛି କରିପାରିଲେ ନାହିଁ। ବର୍ତ୍ତମାନ ଦୁର୍ବଳମାନେ ପ୍ରଧାନମନ୍ତ୍ରୀ ହେଲେ ସେମାନେ ଦୁର୍ବଳମାନଙ୍କୁ ସାହାଯ୍ୟ କରିପାରିବେ। ଶକ୍ତିଶାଳୀମାନେ ଶକ୍ତିଶାଳୀମାନଙ୍କୁ ସାହାଯ୍ୟ କରୁଛନ୍ତି। ସେ ଦୁର୍ବଳମାନଙ୍କୁ ପଚାରୁ ବି ନାହାନ୍ତି। ମୁଁ ଚାହୁଁଛି ଦେଶରେ ଖିଚଡି ସରକାର ଗଠନ ହେଉ।

ନୀତୀଶ ବିଜେପି ପାଇଁ ଲାଭଦାୟକ

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୂ କ୍ଷମତାତ୍ୟୁତ କରିବା ପାଇଁ ବରୋଧୀ  ମାନେ ପ୍ରସ୍ତୁତିରେ ଲାଗିଛନ୍ତି। ଏହାରି ଭିତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବିଭିନ୍ନ ରାଜ୍ୟ ଗସ୍ତରେ ଆସି ବିରୋଧୀ ଦଳର ନେତା ମାନଙ୍କୁ ଭେଟିଛନ୍ତି । ଆଉ ଏଭଳି ସମୟରେ, ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ, ଯଦି ବିଜେପି ବିରୋଧରେ ମୁହାଁ ମୁହିଁ ଲଢେଇ ହୁଏ ତେବେ ଏହା କଷ୍ଟସାଧ୍ୟ ହେବ । ଅନେକ ନେତା ଏଥିପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଯଦି ଜଣଙ୍କ ଚେହେରାରେ ବିରୋଧୀ ମୋଦୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ବିଜେପି ପାଇଁ ଏହା ଲାଭଦାୟକ ହେବ । ଯିଏ ଯେଉଁ ରାଜ୍ୟରେ ଅଛନ୍ତି, ତାଙ୍କୁ ସେଠାରେ ପ୍ରତିଦ୍ୱନ୍ଦ୍ୱିତା କରିବା ଆବଶ୍ୟକ । ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିରୋଧୀ ଦଳରୁ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଉପରେ ସେ ସହମତ ନୁହଁନ୍ତି ।

नए नए “सेक्युलर चाचा” @NitishKumar के राज में बच्चे भी महफ़ूज़ नहीं, उन्हें कोर्ट में रस्सी से बांध कर पेश किया जाता है। दंगाइयों को पकड़ने के बजाय, पुलिस मुसलमान बच्चों को निशाना बना रही है। पुलिस कर्मियों को सख़्त सज़ा मिलनी चाहिए और बच्चे के घर वालों को मुआवजा मिलना चाहिए https://t.co/VaBFadyqrY

— Asaduddin Owaisi (@asadowaisi) September 10, 2022

ଅନ୍ୟପଟେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱେସି ନୀତୀଶ କୁମାରଙ୍କୁ ବିହାରର ଏକ ଘଟଣା ନେଇ ଟ୍ୱିଟ କରି ଟାର୍ଗେଟ କରିଛନ୍ତି । କହିଛନ୍ତି ଯେ ନୂଆ ନୂଆ ସେକ୍ୟୁଲାର ଚାଚା (ଧର୍ମନିରପେକ୍ଷ ଦାଦା) ନୀତୀଶ କୁମାରଙ୍କ ଶାସନରେ ପିଲାମାନେ ସୁରକ୍ଷିତ ନୁହଁନ୍ତି, ସେମାନଙ୍କୁ ଦଉଡିରେ ବାନ୍ଧି କୋର୍ଟରେ ହାଜର କରାଯାଇଛି । ପୋଲିସ ଦଙ୍ଗାକାରୀଙ୍କୁ ଧରିବା ପରିବର୍ତ୍ତେ ମୁସଲମାନ ପିଲାମାନଙ୍କୁ ଟାର୍ଗେଟ କରୁଛି । ଏଥିପାଇଁ ପୋଲିସ କର୍ମଚାରୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ ଏବଂ ଶିଶୁର ପରିବାର ସଦସ୍ୟ କ୍ଷତିପୂରଣ ପାଇବା ଉଚିତ୍ ।

ଅସଦୁଦ୍ଦିନ ଓୱେସି ସ୍ପଷ୍ଟ ଭାବରେ କହିଛନ୍ତି ଯେ ନୀତିଶ କୁମାର ବେଳେବେଳେ ବିଜେପି ସହ ଅଛନ୍ତି ଏବଂ ବେଳେବେଳେ ସେ ପକ୍ଷ ପରିବର୍ତ୍ତନ କରୁଛନ୍ତି । ବଳବାନ ମାନେ ସର୍ବଦା ବଳବାନମାନଙ୍କୁ ସମର୍ଥନ କରନ୍ତି । ଯଦି ନୀତିଶଙ୍କ ଚେହେରାକୁ ଆଗରେ ରଖି ପିଏମ ମୋଦୀଙ୍କୁ ଚ୍ୟାଲେଞ୍ଜ କରାଯାଏ, ତେବେ ବିଜେପି ଏଥିରୁ ଲାଭବାନ ହେବ ବୋଲି ସେ କହିଛନ୍ତି ।