Babul Supriyo - The Sakala
କୋଲକାତା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମସି ନେତା ବାବୁଲ ସୁପ୍ରିୟୋଙ୍କୁ କରୋନା । ତୃତୀୟ ଥର ପାଇଁ କୋଭିଡ ସଂକ୍ରମିତ ହୋଇଛନ୍ତି ବାବୁଲ । ଟ୍ୱିଟ କରି ନିଜେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ, ତାଙ୍କ ପତ୍ନୀ, ବାପା ଏବଂ ତାଙ୍କର ଅନେକ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।
ଓମିକ୍ରନ୍ର ଆତଙ୍କ ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଦେଶର ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଜନତାଙ୍କ ସହ ନେତା ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ କରୋନା ସଂକ୍ରମିତ ହୋଇଛନ୍ତି। ଏଥି ସହିତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିଓ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ସୁପ୍ରିୟୋ କୋଭିଡ ପଜିଟିଭ୍‌ ହୋଇଥିବା ନେଇ ସୂଚନା ଦେବା ସହ କେନ୍ଦ୍ର ସରକାରଙ୍କ ମଧ୍ୟ ଟାର୍ଗେଟ କରିଛନ୍ତି।
And, this is my 3rd time•First in Nov20 when I lost my Maa & somehow saved my Dad, then again in April 21 & now🤩 not really worried abt the positive-ness but the sheer number of individuals who got contracted & no way to find out who gave it to whom• VERY FEW r wearing Masks🤨 https://t.co/1XE0X4S33v
— Babul Supriyo (@SuPriyoBabul) January 4, 2022
ସୁପ୍ରିୟୋ ଟ୍ୱିଟରେ  କୋଭିଡ କକଟେଲ ଭ୍ୟାକ୍ସିନର ଅତ୍ୟଧିକ ମୂଲ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସୁପ୍ରିଓ କହିଛନ୍ତି ଯେ ତାଙ୍କ ୮୪ ବର୍ଷ ବୟସ୍କ ପିତାଙ୍କ ପାଇଁ କରୋନା ଟିକା କକଟେଲ କିଣିବାକୁ ପଡିବ, କିନ୍ତୁ ଏହାର ମୂଲ୍ୟ ଏତେ ଅଧିକ ଯେ ଗରିବ ଲୋକ ଏହାକୁ କିଣି ପାରିବେ ନାହିଁ।କୋଭିଡ କକଟେଲ ଶଟ୍‌ର ଦାମକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରି ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କୋଭିଡ କକଟେଲ ଶଟ ଗୁରୁତର ଅସୁସ୍ଥ ଲୋକଙ୍କୁ ଦିଆଯାଏ। ବାବୁଲ ତାଙ୍କ ୮୪ ବର୍ଷୀୟ ବାପାଙ୍କ ପାଇଁ ଏହାକୁ ୬୧ ହଜାର ଟଙ୍କା ଦେଇ କିଣିଛନ୍ତି। କିନ୍ତୁ ଗରିବ ଶ୍ରେଣୀର ଲୋକମାନେ କେମିତି ଏହାକୁ କଣିବେ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
Since even the fully vaccinated are not immune fresh infections, Govt must act quickly to make this jab available in Govt hospitals simultaneously along with the ongoing vaccination drive• Vaccination is must but the cocktail is the need of the hour @mansukhmandviya @AmitShah
— Babul Supriyo (@SuPriyoBabul) January 4, 2022
ବାବୁଲ କହିଛନ୍ତି, “ମୁଁ, ମୋ ପତ୍ନୀ, ବାପା ଓ ମୋର ଏକାଧିକ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ୬୧ ହଜାର ଟଙ୍କା ପଡ଼ୁଥିବା କକଟେଲ ଶଟ୍‌ ପାଇଁ ମୁଁ ଚିନ୍ତା ପ୍ରକଟ କରୁଛି। ଏହି ଶଟ୍‌ ଗୁରୁତର ଅସୁସ୍ଥ ଲୋଙ୍କୁ ଦିଆଯାଏ। ମୋ ବାପାଙ୍କ ବୟସ ୮୪ ବର୍ଷ ଓ ତାଙ୍କ ପାଇଁ ମୁଁ ସ୍ପଟ ଉପରେ ଟଙ୍କା ଦେଇ ଏହାକୁ କିଣିବାକୁ ବାଧ୍ୟ ହୋଇଛି। କେମିତି ଆର୍ଥିକ ପଛୁଆ ବର୍ଗରେ ଲୋକମାନେ ଏତେ ଟଙ୍କା ଏହି ଶଟ୍‌ ପାଇଁ ଦେବେ? କରୋନା ଟିକାର ଦୁଇଟି ଯାକ ଡୋଜ୍‌ ମଧ୍ୟ ନୂଆ ସଂକ୍ରମଣରୁ ରକ୍ଷା ଦେଇପାରୁନି। ତେଣୁ ସରକାର କକଟେଲ ଶଟ ତୁରନ୍ତ ହସ୍ପିଟାଲରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରନ୍ତୁ। ଏଥିସହ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ଦରକାର। ଟିକାକରଣ ନିଶ୍ଚିତ। ହେଲେ ବର୍ତ୍ତମାନ ସମୟରେ କକଟେଲ ମଧ୍ୟ ଜରୁରୀ।” ସେ ଏହି ଟ୍ୱିଟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।
ମୋଦୀ ଓ ଶାହାଙ୍କୁ ଧନ୍ୟବାଦ୍‌ ଦେଇ ସାଂସଦ ପଦରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିୟୋ
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଙ୍ଗଳବାର ଦିନ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।ଗତ ମାସରେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ବାବୁଲ ସୁପ୍ରିୟୋ ଆଜି ବିଧିବଦ୍ଧ ଭାବେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।ସାଂସଦ ପଦରୁ ଇସ୍ତଫା ଦେଇ ବିଜେପି ସହ ଥିବା ସମସ୍ତ ସମ୍ପର୍କ ତୁଟାଇଛନ୍ତି ବାବୁଲ । ତେବେ ସାଂସଦ ପଦ ଛାଡିବା ପରେ ତାଙ୍କ ପ୍ରତି ବିଶ୍ୱାସ ଓ ଭରସା କରିଥିବାରୁ ବିଜେପିକୁ ଧନ୍ୟବାଦ ଜଣାଇଛନ୍ତି ବାବୁଲ ।
ବାବୁଲ ସୁପ୍ରିୟୋ କହିଛନ୍ତି ଯେ, ତାଙ୍କୁ ବିଜେପିରେ କ୍ୟାରିଅର ପାଇଁ ସୁଯୋଗ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ କୃତଜ୍ଞ।  ମୁଁ ବିଜେପି ଯୋଗ ଦେଇ ମୋର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲି। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ, ଦଳର ମୁଖ୍ୟ ତଥା ଅମିତ ଶାହଙ୍କୁ ଧନ୍ୟବାଦ ଜଣାଉଛି । ସେମାନେ ମୋ ଉପରେ ଆତ୍ମବିଶ୍ୱାସ ରଖିଥିଲେ।  ମୁଁ ଆଉ ଦଳରେ ନଥିବାରୁ ସାଂସଦ ଆସନରେ ରହିବାକୁ ଚାହୁଁନାହିଁ । ମୁଁ ଏବେ ଦଳର ଅଂଶ ନୁହେଁ, ତେଣୁ ମୁଁ ନିଜ ପାଇଁ ସେଇ ଆସନ ରଖିବା ଉଚିତ ନୁହେଁ ବୋଲି କହିଛନ୍ତି ବାବୁଲ ସୁପ୍ରିୟୋ।
ବାବୁଲ ସୁପ୍ରିଓ ତୃଣମୂଳ କଂଗ୍ରେସ୍‌ରେ ଯୋଗ ଦେବାର ୨ ଦିନ ପରେ ଗତ ସେପ୍ଟେମ୍ବର ୨୦ ତାରିଖ ଦିନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ପତ୍ର ଲେଖି ସାଂସଦ ପଦରୁ ଔପଚାରିକ ଇସ୍ତଫା ପ୍ରଦାନ ନିମନ୍ତେ ତାଙ୍କୁ କିଛି ଦିନ ସମୟ ଦେବାକୁ ନିବେଦନ କରିଥିଲେ। ଏଣୁ ନିର୍ଦ୍ଧିଷ୍ଠ ସମୟ ସୀମା ମଧ୍ୟରେ ସେ ସଂସଦ ଭବନ ଆସି ସାଂସଦ ସଦସ୍ୟତା ତ୍ୟାଗ କରିଦେଇଛନ୍ତି।
ଟିଏମ୍‌ସିରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ
କୋଲକାତା: ପଶ୍ଚିମବଙ୍ଗ ବିଜେପିକୁ ଲାଗିଛି ବଡ ଝଟକା। ଆଜି ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ପୂର୍ବରୁ ମୋଦି ସରକାରରେ ମନ୍ତ୍ରୀ ଥିବା ବାବୁଲ ଆଜି ଟିଏମସିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ଏବଂ ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନଙ୍କ ଉପସ୍ଥିତିରେ ସୁପ୍ରିୟୋ ମମତାଙ୍କ ଦଳରେ ସାମିଲ ହୋଇଛନ୍ତି । ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ହଟିବା ପରେ ବାବୁଲ ବିଜେପି ଛାଡି ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ ।
ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜଣେ ସମାଲୋଚକ ଭାବେ ଜଣାଶୁଣା ସୁପ୍ରିୟୋ ଆଜି ତାଙ୍କ ସହ ହାତ ମିଳାଇଛନ୍ତି । ଅବଶ୍ୟ ରାଜନୀତିରେ କୌଣସି ସ୍ଥାୟୀ ‘ବନ୍ଧୁ’ କିମ୍ବା ‘ଶତ୍ରୁ’ ନଥାନ୍ତି। ତେବେ ବାବୁଲ ସୁପ୍ରିୟୋ ଟିଏମସିରେ ଯୋଗଦେବା ପଶ୍ଚିମବଙ୍ଗ ବିଜେପିକୁ ଆଉ ଏକ ଶକ୍ତ ଝଟକା ବୋଲି କୁହାଯାଉଛି ।
ରାଜନୀତିରୁ ବିଦାୟ ନେଲେ ଭାଜପାର ବାବୁଲ ସୁପ୍ରିୟୋ
ଲୋକପ୍ରିୟ ଗାୟକ ତଥା ଭାଜପା ସରକାରଙ୍କର କେନ୍ଦ୍ରୀୟ ମନ୍ତ୍ରୀ ଥିବା ବାବୁଲ ସୁପ୍ରିଓ ରାଜନୀତିରୁ ସନ୍ୟାସ ନେଉଥିବା ଶନିବାର ଘୋଷଣା କରିଛନ୍ତି । ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏନେଇ ଦେଇଛନ୍ତି ସୂଚନା। ରାଜନୀତି ବିନା ମଧ୍ୟ ଏହି କାମ ସମ୍ଭବ ବୋଲି ସେ କହିଛନ୍ତି। କିଛିଦିନରୁ ଏନେଇ ଚର୍ଚ୍ଚା ହେଉଥିଲେ ହେଁ ଏତେ ଶୀଘ୍ର ସେ ରାଜନୀତି ଛାଡ଼ି ନ ପାରନ୍ତି ବୋଲି କୁହାଯାଉଥିଲା । ହେଲେ ନିକଟରେ ହୋଇଥିବା ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ପଦରୁ ବିଦା ହେବା ପରେ ସେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି।
ପଶ୍ଚିମବଙ୍ଗ ପଲିଟିକ୍ସ : ଜଣେ କେନ୍ଦ୍ରମନ୍ତ୍ରୀ ଓ ୪ ଜଣ ସାଂସଦଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କଲା ବିଜେପି
କଲକାତା : ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତେ ଗରମ ହେବାରେ ଲାଗିଛି। ଘନ ଘନ ପ୍ରଚାର ଏବଂ ରୋଡ ଶୋ ମଧ୍ୟ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ୬୩ ଜଣ ପ୍ରାର୍ଥୀ ରହିଛନ୍ତି। ଆଉ ଏହି ୬୩ ଜଣଙ୍କ ମଧ୍ୟରେ ବିଜେପିର ଚାରି ସାଂସଦ, ଜଣେ କେନ୍ଦ୍ରମନ୍ତ୍ରୀ ଓ ଟଲିଉଡର ୪ କଳାକାର ରହିଛନ୍ତି। ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଟୋଲାଗଞ୍ଜ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।
Swapan Das Gupta will contest from Tarakeswar Assembly seat, MP Nisith Pramanik from Dinhata, and Union Minister Babul Supriyo will contest from Tollygung Assembly seat. Actor Yash Das Gupta will contest from Chanditala: BJP National General Secretary Arun Singh pic.twitter.com/tkUHR6xAfL
— ANI (@ANI) March 14, 2021
ଜଣାଶୁଣା ଅର୍ଥନୀତିଜ୍ଞ ଅଶୋକ ଲାହିରି ଅଲିପୁରଦ୍ୱାର, ଡୋମଜୁରରୁ ରାଜୀବ ବାନାର୍ଜୀ, ସିଙ୍ଗୁରରୁ ରବୀନ୍ଦ୍ରନାଥ ଭଟ୍ଟାଚାର୍ୟ୍ୟ, ରାଜ୍ୟସଭା ସାଂସଦ ସ୍ୱପ୍ନ ଦାସଗୁପ୍ତା ତାରକେଶ୍ୱରରୁ ପ୍ରାର୍ଥୀ ହେବେ। ସାଂସଦ ନିଶିଥ ପ୍ରମାଣିକ ଦିନହାଟ ବିଧାନସଭା ଆସନରୁ, ତାଲିଗଞ୍ଜରୁ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ଅଭିନେତା ୟଶ ଦାସଗୁପ୍ତ ଚଣ୍ଡିତାଲାରୁ ପ୍ରାର୍ଥୀ ହେବେ। ଅଭିନେତ୍ରୀ ପାୟଲ ସରକାର ବେହାଲା ଇଷ୍ଟରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଡକ୍ଟର ଇନ୍ଦ୍ରନିଲ ଖାନ କସବାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଭିନେତ୍ରୀ ତନୁଶ୍ରୀ ଚକ୍ରବର୍ତ୍ତୀ ହାଓ୍ୱାଡାର ଶ୍ୟାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସାଂସଦ ଲୋକେଟ୍ ଚାଟାର୍ଜୀ ଚୁଞ୍ଚୁଡାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସୋନାରପୁର ଦକ୍ଷିଣରୁ ଅଞ୍ଜନା ବସୁ ପ୍ରାର୍ଥୀ ହେବେ। ସେହିପରି ହାଓ୍ୱାଡା ଦକ୍ଷିଣରୁ ରାତିସେନ ଗୁପ୍ତା ପ୍ରାର୍ଥୀ ହୋଇଛନ୍ତି।
ସୂଚନାଯୋଗ୍ୟ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୭ରୁ ଏପ୍ରିଲ୍ ୨୯ ଯାଏ ଭୋଟିଂ ହେବାକୁ ଥିବାବେଳେ ମେ’ ୨ ତାରିଖରେ ପଶ୍ଚିମବଙ୍ଗ ସହ ତାମିଲନାଡ଼ୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସବା ନିର୍ବାଚନ ଫଳାଫଳ ଆସିବ ।