Habisyali - The Sakala

ପୁରୀରେ ହବିଷିଆଳି ହନ୍ତସନ୍ତ: ବିଜେପି ସରକାର ଉପରେ ବର୍ଷିଲା ବିଜେଡ଼ି, ସୁବନ୍ଦୋବସ୍ତ କରିବାକୁ ଦାବି
ଭୁବନେଶ୍ବର: ପୁରୀରେ ହବିଷ୍ୟାଳିମାନେ ହନ୍ତସନ୍ତ ହେବାକୁ ନେଇ ବିଜେପି ସରକାର ଉପରେ ବର୍ଷିଲା ବିଜେଡ଼ି। ସାମ୍ବାଦିକ ସମ୍ମିଳନୀ କରି ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଅନଲାଇନ ପଞ୍ଜିକରଣ ପ୍ରହସନ ବନ୍ଦ କରି ସବୁ ହବିଷ୍ୟାଳିଙ୍କ ପାଇଁ ସୁବନ୍ଦୋବସ୍ତ କରିବାକୁ ଦାବି କଲା ବିଜେଡି ।

ହବିଷିଆଳି ମାନଙ୍କ ପାପ ବିଜେପି ସରକାରକୁ ଲାଗିବ। ଦିଲ୍ଲୀ ଓ ନାଗପୁରରେ ହବିଷିଆଳି ବ୍ୟବସ୍ଥା ନ ଥିବାରୁ ଏଠି ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇ ନାହିଁ । ହବିଷିଆଳି ମାନଙ୍କ ପାଇଁ ବ୍ୟବସ୍ଥା ନ କରି ପାରିବା ସରକାରଙ୍କ ଅପାରଗତା ଅଯୋଗ୍ୟତାକୁ ଦର୍ଶାଉଛି। ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଲା କିନ୍ତୁ ପ୍ରତ୍ୟେକ ଦିନ ଏଠି ଓଡ଼ିଆ ଅସ୍ମିତାକୁ କୁଠାର ଘାତ କରାଯାଉଛି ।

କାର୍ତ୍ତିକମାସ ଆମ ସମସ୍ତ ଙ୍କ ପାଇଁ ଏକ ପବିତ୍ର ମାସ। ଏହି କାର୍ତ୍ତିକ ମାସରେ ବିଧବା ମହିଳା କି ବୃଦ୍ଧା ମାନେ ହବିଷ କରିଥାନ୍ତି। ହବିଷିଆଳି ମାନଙ୍କୁ ଯେଉଁ ଭଳି ଭାବେ ବ୍ୟବହାର କରାଗଲା ତାହା ସମସ୍ତ ଙ୍କୁ ବ୍ୟଥିତ କରିଛି। ରାଜ୍ୟ ସରକାର ହବିଷିଆଳିମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନ କରି ସେମାନଙ୍କୁ ହନ୍ତସନ୍ତ କରି ଧୋକା ଦେଇଛନ୍ତି । ନବୀନ ପଟ୍ଟନାୟକ ବୃନ୍ଦାବତୀ ନିବାସ ୩୯ କୋଟି ବ୍ୟୟବରାଦରେ ନିର୍ମାଣ କରିଥିଲ। ଏହା ହବିଷିଆଳି ମାନଙ୍କ ପାଇଁ ନିର୍ମାଣ କରାଯାଇଥିଲା । ସେବେ ହବିଷ୍ୟାଳିମାନଙ୍କ ପାଇଁ ନବୀନ ପଟ୍ଟନାୟକ ସବୁ ବ୍ୟବସ୍ଥା କରିଥିଲେ । ଗତବର୍ଷ ୩୨୦୦ ହବିଷ୍ୟାଳି ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଚଳିତ ବର୍ଷ କେବଳ ୨୫୦୦ ହବିଷିଆଳିଙ୍କୁ ବୃନ୍ଦାବତୀ ନିବାସରେ ରଖା ଯାଇଛି । ଅନ୍ୟମାନଙ୍କୁ ଅନଲାଇନ ପଞ୍ଜିକରଣ ନାଁ ରେ ଧକା ମରାଯାଉଛି। ମାଆ ମାନେ ଦିନରେ ଖରା ରାତିରେ କାକର ମାଡ଼ ଖାଇ କାନ୍ଦୁଛନ୍ତି। ବିଜେପି ସରକାର କହିବ କିଏ ଧର୍ମ କରିବ କିଏ ନ କରିବ। ଇଏ ଏକ ଉଦ୍ଭଟ ଚିନ୍ତାଧାରା । ବିଜେପି ସରକାର ବିନାଶ ଭିତରେ ଗୋଟେ ଗୋଡ଼ ପକେଇ ସରିଲାଣି ବୋଲି ବିଜେଡି ମୁଖପାତ୍ରା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି।

ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ଅଭିନବ ଉପହାର, ସମସ୍ତଙ୍କୁ ଶାଲ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ପୁରୀ: ହବିଷ୍ୟାଳି ମା’ ମାନେ ପୁରୀରେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ । ଆଜି ହବିଷ୍ୟାଳିଙ୍କୁ ରାଜ୍ୟ ସରକାର ଅଭିନବ ଉପହାର ଦେଇଛନ୍ତି । ସମସ୍ତ ହବିଷ୍ୟାଳିଙ୍କ ପାଇଁ ପୁରୀରେ ରହିବାର ସୁବନ୍ଦୋବସ୍ତ କରିଥିବା ରାଜ୍ୟ ସରକାର ଏବେ ପୁଣି ପ୍ରତ୍ୟକଙ୍କୁ ଶାଲ୍ ପ୍ରଦାନ କରାଯାଇଛି । ଯାହାକୁ ନେଇ ବେଶ୍ ଉତ୍ସାହିତ ଭହିଷ୍ୟାଳି । ପୁରୀ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ହବିଷ୍ୟାଳୀଙ୍କୁ ଶାଲ୍ ବଣ୍ଟାଯାଉଛି ।

ଏହି ଅବସରରେ ହବିଷ୍ୟାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଉଦ୍ଦେଶ୍ୟରେ ଗୀତ ବୋଲିଛନ୍ତି । ମୁଖ୍ୟମନ୍ତ୍ରୀ ମାଆ ମାନଙ୍କର ମନର କଥାକୁ ବୁଝୁଥିବାରୁ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଚୀରକାଳ ସୁଖ ଓ ଆନନ୍ଦର ସହ ରାଜ୍ୟର ନେତୃତ୍ୱ ନିଅନ୍ତୁ ବୋଲି ଆଶିଷ ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାର ବଜେଟରେ ହବିଷ୍ୟାଳୀଙ୍କ ରହିବା ନିମନ୍ତେ ବୃନ୍ଦାବତୀ ନିବାସ ସ୍ଥାପନା କରିଛନ୍ତି । ସମସ୍ତ ପ୍ରକାର ରହିବା ବ୍ୟବସ୍ଥା ଏଠାରେ କରାଯାଇଛି । ହବିଷ୍ୟାଳିଙ୍କୁ ଖାଦ୍ୟ ପ୍ରଦାନ ମଧ୍ୟ କରାଯାଉଛି । ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶାଲ୍ ବଣ୍ଟନ କରାଯାଉଥିବାରୁ ବେଶ ଖୁସି ଅଛନ୍ତି ହବିଷ୍ୟାଳି ।

ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା; ୧୩ ତାରିଖରୁ କରିପାରିବେ ପଞ୍ଜିକରଣ
ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ପବିତ୍ର ଧର୍ମ ମାସ କାର୍ତ୍ତିକରେ ‘‘ରାଈଦାମୋଦର ବ୍ରତ’’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ବ୍ୟବସ୍ଥା କରାଯାଉଛି । ତେବେ କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ପୁନର୍ବାର ଚଳିତ ବର୍ଷ ସ୍ଥାୟୀ ହବିଷ୍ୟାଳି ଶିବିରର ବ୍ୟବସ୍ଥା ହୋଇଥିବା ବେଳେ ମୁଖ୍ୟତଃ ହବିଷ୍ୟାଳୀ ମାନଙ୍କ ରହଣି,ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତନ ଏବଂ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ।

ଏନେଇ ପଞ୍ଜିକରଣ ପ୍ରକ୍ରିୟା ପାଇଁ ରାଜ୍ୟସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା  ହୋଇଯାଇଛି। ଆଗ୍ରହୀ ମା’ ମାନେ ସେପ୍ଟେମ୍ବର ୧୩ ତାରିଖ ଠାରୁ ସେପ୍ଟେମ୍ବର ୨୯ ତାରିଖ ୨୦୨୨ମଧ୍ୟରେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିମ୍ବା ହ୍ବାଟସ୍‌ଆପ ନମ୍ବର ୯୪୩୭୩୩୩୮୨୩ ରେ ନିଜର ପଞ୍ଜିକରଣ କରାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।