Euthanasia - The Sakala

ବ୍ୟବସ୍ଥାର ଚକ୍ରବ୍ୟୁହରେ ଚାପି ହୋଇ ବରଗଡର ଯୁବଚାଷୀ ଇଚ୍ଛାମୃତ୍ୟୁ ମାଗିବା ଓଡିଶା ପାଇଁ ନିନ୍ଦନୀୟ: ବିଜେଡି
ଭୁବନେଶ୍ୱର: ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲରେ ଚାଷୀ ଗୋପାଳ କୃଷ୍ଣ ସାହୁ କଷ୍ଟ ଉପାର୍ଜିତ ଧାନକୁ ବିକି୍ର କରିନପାରି ଶେଷରେ ବାଧ୍ୟହୋଇ ଇଚ୍ଛାମୃତୁ୍ୟ ମାଗିବା ଘଟଣା ସମଗ୍ର ଓଡ଼ିଶାବାସୀଙ୍କୁ ବିଚଳିତ କରିଛି । ଚାଷୀଙ୍କ ଇଚ୍ଛାମୃତୁ୍ୟ ଆବେଦନକୁ ଗ୍ରହଣ କରି ସରକାର ନିଜର ଅସହାୟତାକୁ ପ୍ରକାଶ କରିଛନ୍ତି । ସରକାରଙ୍କ ଏହି ଚାଷୀ ମାରଣ ନୀତିକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଓ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ରାଜ୍ୟରେ ପରିବର୍ତ୍ତନ କଥା କହୁଥିବା ଡବଲ ଇଞ୍ଜିନ ସରକାରରେ ପରିବର୍ତ୍ତନ ଅତ୍ୟନ୍ତ ଭୟଙ୍କର ହୋଇଛି । ଓଡ଼ିଶାର ଆର୍ଥିକ ମେରୁଦଣ୍ଡ କୁହାଯାଉଥିବା ଚାଷୀକୂଳ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଆଜି ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଛି ।

ଶ୍ରୀମତୀ ବର୍ଷା ସିଂ ବରିହା କହିଥିଲେ ଯେ, ବରଗଡ଼ ଜିଲ୍ଲାର ଚାଷୀ ଗୋପାଳ କୃଷ୍ଣ ସାହୁ ନିଜର କଷ୍ଟ ଉପାର୍ଜିତ ଧାନକୁ ବିକି୍ର କରିବା ପାଇଁ ବାରମ୍ବାର ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ଶେଷରେ ବାଧ୍ୟ ହୋଇ ଚରମ ପଦକ୍ଷେପ ସ୍ୱରୂପ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତୁ୍ୟ ମାଗିଛନ୍ତି ଏବଂ ସେହି ଇଚ୍ଛାମୃତୁ୍ୟକୁ ଜିଲ୍ଲା ପ୍ରଶାସନ ଗ୍ରହଣ କରିବା ଅତ୍ୟନ୍ତ ଲଜ୍ଜାଜନକ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ସରକାର ଚାହୁଁଛନ୍ତି ଚାଷୀ ଆତ୍ମହତ୍ୟା କରୁ । ଯେଉଁ ରାଜ୍ୟରେ ଚାଷୀ ଇଚ୍ଛାମୃତୁ୍ୟ ମାଗିବାକୁ ବାଧ୍ୟ ହୁଏ, ସେଠି ସରକାରଙ୍କ କୃଷକ କଲ୍ୟାଣ ନୀତି କେତେ ସଫଳ, ତାହା ସାଧାରଣ ଲୋକ ବିଚାର କରିପାରିବେ । ରାଜ୍ୟର ଅନେକ ମଣ୍ଡିରୁ ଧାନ ଉଠୁନଥିବାରୁ ଚାଷୀକୂଳ ଚିନ୍ତାରେ ରହିଛି । ହଜାର ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିବାରୁ ମୌସୁମୀ ବର୍ଷାରେ ଭିଜି ଗଜା ହେଲାଣି । ସରକାର କହିଥିଲେ ଏମଏସପି ବୃଦ୍ଧି କରିବେ, କିନ୍ତୁ ବୃଦ୍ଧି କଲେ ନାହିଁ । ଅନ୍ୟପଟେ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀର ଅହେତୁକ ଦରବୃଦ୍ଧି ଚାଷୀର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଡବଲ ଇଞ୍ଜିନ ସରକାର କେବଳ ଚାଷୀକୂଳ ପ୍ରତି ଅନ୍ୟାୟ କରିନାହିଁ, ରାଜ୍ୟର ବୟସ୍କ, ଦିବ୍ୟାଙ୍ଗ, ବିଧବାମାନଙ୍କୁ ଭତ୍ତା ପ୍ରଦାନରେ ବିଳମ୍ବ କରିବା ଯୋଗୁଁ ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଚାଷୀକୂଳର ସମସ୍ତ ସମସ୍ୟା ଡବଲ ଇଞ୍ଜିନ ସରକାର ତୁରନ୍ତ ସମାଧାନ କରନ୍ତୁ, ନଚେତ୍ ଚାଷୀକୂଳର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ଲଢ଼େଇ ଜୋରଦାର କରିବ ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଚାଷୀକୂଳକୁ ୩୧୦୦ ଟଙ୍କା ଦେଉଥିବାର ଡିଣ୍ଡିମ ପିଟୁଥିବା ଡବଲ ଇଞ୍ଜିନ ସରକାର ଅନ୍ୟପଟେ ୧୫ କିଲୋ କଟନୀ ଛଟନୀ କରି ସରକାର ଦୋମୁହାଁ ନୀତିର ପରିଚୟ ଦେଉଛନ୍ତି । ପ୍ରତିଥର ଧାନ ସଂଗ୍ରହ ପାଇଁ ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡୁଛି । ମଣ୍ଡି ସମସ୍ୟା, ଟୋକନ ସମସ୍ୟା ଯୋଗୁଁ ଚାଷୀ ତାର ଧାନକୁ ବିକି୍ର କରିନପାରି ଇଚ୍ଛାମୃତୁ୍ୟ ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛି । ବରଗଡ଼ର ଚାଷୀ ଇଚ୍ଛାମୃତୁ୍ୟ ମାଗିବା ଓ ଜିଲ୍ଲା ପ୍ରଶାସନ ତାଙ୍କ ଆବେଦନକୁ ଗ୍ରହଣ କରିବା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଦୁଃଖ ଦେଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ସରକାର କେତେ ଅସହାୟ ହୋଇପଡ଼ିଛନ୍ତି । ଧାନ ବିକି୍ରର ୨୪ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାର ପ୍ରତିଶ୍ରୁତି ସରକାର ଦେଉଛନ୍ତି, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡୁଛି । ବିଜୁ ଜନତା ଦଳ ଆଶା କରୁଛି, ସରକାର ଚାଷୀକୂଳ ପ୍ରତି ଯତ୍ନବାନ ହୁଅନ୍ତୁ ଓ ଚାଷୀକୂଳର ସବୁ ସମସ୍ୟା ଦୂର କରନ୍ତୁ ।

ଧାନ ବିକ୍ରି ସମସ୍ୟା ଓ ପ୍ରଶାସନିକ ଅବହେଳା; ରାଷ୍ଟ୍ରପତିଙ୍କ ନିକଟରେ ‘ଇଚ୍ଛାମୃତ୍ୟୁ’ ଆବେଦନ କଲେ ବରଗଡ଼ର ଯୁବଚାଷୀ
ମେଲଛାମୁଣ୍ଡା: ଯେଉଁ ହାତ ସାରା ଦେଶକୁ ଅନ୍ନ ଯୋଗାଏ, ଆଜି ସେହି ହାତ ନିଜ ପାଇଁ ମୃତ୍ୟୁ ଭିକ୍ଷା କରୁଛି । ଧାନ ବିକ୍ରି ସମସ୍ୟା ଓ ପ୍ରଶାସନିକ ଅବହେଳା ଯୋଗୁଁ ପୁଣି ଚର୍ଚ୍ଚାରେ ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା। ବ୍ୟବସ୍ଥାର ଚକ୍ରବ୍ୟୂହରେ ଚାପି ହୋଇ ଶେଷରେ ରାଷ୍ଟ୍ରପତିଙ୍କ ନିକଟରେ ‘ଇଚ୍ଛାମୃତ୍ୟୁ’ ପାଇଁ ଆବେଦନ କରିଛନ୍ତି ଜଣେ ଯୁବଚାଷୀ। ଏଭଳି ଏକ ସମ୍ବେଦନଶୀଳ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମେଲଛାମୁଣ୍ଡା ଥାନା ମେଲଛାମୁଣ୍ଡା ଗ୍ରାମରୁ।

ମେଲଛାମୁଣ୍ଡା ଗ୍ରାମର ଭରତକୃଷ୍ଣ ସାହୁଙ୍କ ପୁଅ ଗୋପାଳ ସାହୁ ଚଳିତ ରବି ଋତୁରେ କଷ୍ଟେମଷ୍ଟେ ଧାନ ଚାଷ କରିଥିଲେ। ହେଲେ ଧାନ ବିକ୍ରି ସମୟରେ ତାଙ୍କୁ ସରକାରୀ ଟୋକନ ମିଳିନଥିଲା। ଘରେ ରୋଗୀଣା ମାଆଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ ତୁଲାଇବା ପାଇଁ ସେ ବାଧ୍ୟ ହୋଇ ଶାଗମାଛ ଦରରେ କିଛି ଧାନ ଖୋଲା ବଜାରରେ ବିକ୍ରି କରିଦେଇଥିଲେ।

ଘରେ ବାକି ରହିଥିବା ଧାନତକ ସରକାରୀ ମଣ୍ଡିରେ ବିକ୍ରି କରିବା ଆଶାରେ ଗୋପାଳ ଦୀର୍ଘ ଦିନ ହେବ ଟୋକନ୍‌କୁ ଅପେକ୍ଷା କରି ରହିଥିଲେ। ଏଥିପାଇଁ ସେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଗୁହାରି ଜଣାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ସୁଫଳ ମିଳିନଥିଲା। କେହି ତାଙ୍କ ଦୁଃଖ ନଶୁଣିବାରୁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଚାଷ କାର୍ଯ୍ୟ ପାଇଁ କରିଥିବା ଧାର-କରଜର ବୋଝ ଗୋପାଳଙ୍କ ମୁଣ୍ଡ ଉପରେ ଚାପ ସୃଷ୍ଟି କରିଥିବାବେଳେ ପ୍ରଶାସନର ନିରବତା ତାଙ୍କୁ ମାନସିକ ସ୍ତରରେ ମାରିଦେଇଛି। ଅନ୍ୟ କୌଣସି ଉପାୟ ନପାଇ ଯୁବଚାଷୀ ଗୋପାଳ ସାହୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଚରମ ପଦକ୍ଷେପ ସ୍ୱରୂପ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି । ସେ ଜିଲ୍ଲାପାଳଙ୍କ ଜରିଆରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ପତ୍ର ପ୍ରଦାନ କରିଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ବ୍ୟବସ୍ଥାରେ ଥିବା ତ୍ରୁଟି ଯୋଗୁଁ ଆଉ କେତେ ଦିନ ଏଭଳି ଚାଷୀଙ୍କୁ ନିଜ ଜୀବନ ହାରିବାକୁ ବା ମୃତ୍ୟୁ ମାଗିବାକୁ ପଡ଼ିବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ।

ଧାନ ବିକ୍ରି କରିପାରିଲେନି, ଚାଷୀ ମାଗିଲେ ଇଚ୍ଛାମୃତ୍ୟୁ; ବରଗଡ଼ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି
ଭେଡେନ/ବରଗଡ଼: ମାର୍ଚ୍ଚ ୩୧ରୁ ରାଜ୍ୟରେ ସରିଛି ଖରିଫ ଧାନ କିଣା, ରବିଧାନ କିଣା ଆରମ୍ଭ ହୋଇଛି। କୃଷିମନ୍ତ୍ରୀ ଓ ଯୋଗାଣମନ୍ତ୍ରୀ ଚାଷୀଙ୍କଠାରୁ ଧାନ କ୍ରୟ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ ବୋଲି କହୁଛନ୍ତି। ଏପରି ସମୟରେ ଧାନ ବିକ୍ରିକୁ ନେଇ ରାଜ୍ୟରେ ଆସିଛି ଏକ ସାଂଘାତିକ ଚିତ୍ର। ଧାନ ବିକ୍ରି କରିବାରେ ବିଫଳ ହୋଇଥିବା ବରଗଡ଼ ଜିଲ୍ଲା ଭେଡେ଼ନ୍‌ ବ୍ଲକ୍‌ର ଜଣେ ଚାଷୀ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି। ଧାନ ବିକ୍ରି କରିବାରେ ବିଫଳ ହେବା ପରେ ସେ ଯାବତୀୟ ଆର୍ଥିକ ଅନଟନର ସମ୍ମୁଖୀନ ହୋଇଛନ୍ତି। ପରିବାର ଖର୍ଚ୍ଚ ତୁଲାଇବାକୁ ବି ବିଫଳ ହୋଇଛନ୍ତି। ତେଣୁ ସେ ଜୀବନ ହାରିବାକୁ ସ୍ଥିର କରିଛନ୍ତି ଓ ଏଥିପାଇଁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ଇଚ୍ଛାମୃତ୍ୟୁ ଆବେଦନ କରିଥିବା ଚାଷୀ ଜଣକ ହେଉଛନ୍ତି ଭେଡେ଼ନ୍‌ ବ୍ଲକ୍‌ ତାଲମେଣ୍ଡା ଗ୍ରାମର ରୋହିତ ଭୋଇ। ଭେଡେ଼ନ୍‌ ବ୍ଲକ୍‌ ଅଫିସରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ସେ ଯୋଗ ଦେଇ ଆତ୍ମବିସର୍ଜନ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ଏ ସଂକ୍ରାନ୍ତରେ ସେ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଏକ ଆବେଦନପତ୍ର ଦେଇଛନ୍ତି। ଏପରି ଆବେଦନ ଦେଖିବା ପରେ ଜିଲ୍ଲାପାଳ ଓ ଅନ୍ୟ ସରକାରୀ ଅଧିକାରୀମାନେ ତଟସ୍ଥ ହୋଇଛନ୍ତି। ରୋହିତଙ୍କୁ ବୁଝାସୁଝା କରିଛନ୍ତି।

ରୋହିତ ଭୋଇ ଜଣେ ଗରିବ ଚାଷୀ। ବର୍ଷଯାକ ତୁଣ୍ଡଝାଳ ମୁଣ୍ଡରେ ମାରି ଖରିଫରେ କିଛି ଧାନ ଉତ୍ପାଦନ କରିଥିଲେ। ମାତ୍ର ତାହା ସେ ବିକ୍ରି କରିପାରିଲେ ନାହିଁ। ଏବେ ବି ମଣ୍ଡିରେ ତାଙ୍କର ବସ୍ତାବସ୍ତା ଧାନ ପଡ଼ି ରହିଛି।  ସେ କହିଛନ୍ତି ଯେ ଗତ ଖରିଫ ଋତୁରେ ପ୍ରଶାସନର ଅବହେଳା ଯୋଗୁଁ ସେ ଧାନ ବିକି ପାରିନାହାନ୍ତି।  ଧାନଗଣ୍ଡାକ ବିକିବା ପାଇଁ ସେ ଦୀର୍ଘ ଦିନ ହେଲା ଖରା-ବର୍ଷାରେ ଧାରଣା ଦେଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି। ବ୍ଲକ୍‌ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତେ ତାଙ୍କ ପ୍ରତି  ଅବହେଳା କରିଛନ୍ତି। ଧାନ ବିକ୍ରି ହୋଇପାରୁନଥିବାରୁ ତାଙ୍କ ପରିବାରର ଅବସ୍ଥା ଶୋଚନୀୟ ହୋଇପଡିଛି।  ବୃଦ୍ଧ ବାପା-ମା’ଙ୍କ ପାଇଁ ଔଷଧ ମଧ୍ୟ କିଣିପାରୁନାହାନ୍ତି, ପରିବାରର ଗୁଜୁରାଣ ମେଣ୍ଟାଇବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ, ଛୁଆଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ଅସମ୍ଭବ ହୋଇ ପଡ଼ିଛି। ପରିବାର ଲୋକ ଦୁଃଖ ସେ ସହି ପାରୁନାହାନ୍ତି, ତେଣୁ ଅତିଷ୍ଠ ହୋଇ ଜୀବନ ହାରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ତେଣୁ ତାଙ୍କୁ ସରକାର ଓ ପ୍ରଶାସନ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଉ। ଶାନ୍ତିରେ ସେ ଜୀଇ ପାରୁନାହାନ୍ତି, ଶାନ୍ତିରେ ଅନ୍ତତଃ ମରିବାକୁ ସରକାର ଅନୁମତି ଦେଉ ବୋଲି ସେ ଆବେଦନ କରିଛନ୍ତି।

ବିଚାରପତିଙ୍କ ଟେବୁଲ୍ ଉପରେ ମୃତ ଭ୍ରୂଣ ରଖିଲେ ବ୍ୟକ୍ତି: ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଞ୍ଚଲ୍ୟ, ମାଗିଲେ ଇଚ୍ଛାମୃତ୍ୟୁ
ମଧ୍ୟପ୍ରଦେଶର ଜବଲପୁର ହାଇକୋର୍ଟ (Jabalpur High Court) ପରିସରରେ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ନ୍ୟାୟ ଆଶାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଗର୍ଭପାତ ପରେ ମୃତ ଭ୍ରୂଣକୁ ଆଣି ସିଧାସଳଖ କୋର୍ଟ ରୁମ୍‌ରେ ପ୍ରବେଶ କରିଥିଲେ। ସେ ବିଚାରପତିଙ୍କ ଡାଇସ୍ ବା ଟେବୁଲ୍ ଉପରେ ସେହି ମୃତ ଭ୍ରୂଣକୁ ରଖି ନିଜ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି। କେବଳ ସେତିକି ନୁହେଁ, ଯଦି ତାଙ୍କୁ ନ୍ୟାୟ ନ ମିଳେ ତେବେ ତାଙ୍କୁ 'ଇଚ୍ଛାମୃତ୍ୟୁ' (Euthanasia) ପାଇଁ ଅନୁମତି ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏହି ଘଟଣା କୋର୍ଟରେ ଉପସ୍ଥିତ ଥିବା ବିଚାରପତି, ଓକିଲ ଏବଂ ସୁରକ୍ଷାକର୍ମୀଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଥିଲା।

୨୦୦ କୋଟିର ଦୁର୍ନୀତି ଉନ୍ମୋଚନର ପରିଣାମ

ଏହି ବ୍ୟକ୍ତିଙ୍କ ନାମ ହେଉଛି ଦୟାଶଙ୍କର ପାଣ୍ଡେ (Dayashankar Pandey) ଏବଂ ସେ ରୀୱା (Rewa) ଜିଲ୍ଲାର ବାସିନ୍ଦା। ସେ ଜବଲପୁର ସ୍ଥିତ 'ଶୁଭ ମୋଟର୍ସ' ନାମକ ଏକ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ। ଦୟାଶଙ୍କରଙ୍କ ଅଭିଯୋଗ ଅନୁଯାୟୀ, ଚାକିରି ସମୟରେ ସେ କମ୍ପାନୀରେ ପ୍ରାୟ ୨୦୦ କୋଟି ଟଙ୍କାର ଏକ ବଡ଼ ଆର୍ଥିକ ଦୁର୍ନୀତି ବିଷୟରେ ଜାଣିବାକୁ ପାଇଥିଲେ। ଯେତେବେଳେ ସେ ଏହି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ, ତାଙ୍କୁ ଏବଂ ତାଙ୍କ ପରିବାରକୁ ଲଗାତାର ହତ୍ୟା ଧମକ ମିଳିବା ଆରମ୍ଭ ହୋଇଥିଲା।

ଆକ୍ରମଣରେ ପତ୍ନୀଙ୍କ ଗର୍ଭପାତ, ପ୍ରମାଣ ଧରି କୋର୍ଟରେ ପହଞ୍ଚିଲେ ସ୍ୱାମୀ

ଦୟାଶଙ୍କର ଦାବି କରିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ତାଙ୍କ ଉପରେ ୪ ଥର ଜୀବନମରଣ ଆକ୍ରମଣ ହୋଇସାରିଛି। ଗୋଟିଏ ଆକ୍ରମଣ ସମୟରେ ତାଙ୍କ ଗର୍ଭବତୀ ପତ୍ନୀ ଗୁରୁତର ଆହତ ହୋଇଥିଲେ, ଯାହା ଫଳରେ ତାଙ୍କର ଗର୍ଭପାତ ହୋଇଯାଇଥିଲା। ସେହି ଆକ୍ରମଣ କାରଣରୁ ହିଁ ତାଙ୍କର ଅଜନ୍ମା ସନ୍ତାନର ମୃତ୍ୟୁ ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଅମାନବୀୟ ଘଟଣା ପରେ ପୋଲିସର ନିଷ୍କ୍ରିୟତା କାରଣରୁ ନିରାଶ ହୋଇ ଦୟାଶଙ୍କର ସେହି ମୃତ ଭ୍ରୂଣକୁ ପ୍ରମାଣ ସ୍ୱରୂପ ଧରି ହାଇକୋର୍ଟରେ ପହଞ୍ଚିଥିଲେ।

ନ୍ୟାୟ ନଚେତ୍ ଇଚ୍ଛାମୃତ୍ୟୁ

କୋର୍ଟରେ ଶୁଣାଣି ଚାଲିଥିବା ବେଳେ ସେ ବିଚାରପତିଙ୍କ ସାମ୍ନାରେ ଭ୍ରୂଣ ରଖି କହିଥିଲେ ଯେ, ଦୁର୍ନୀତି ବିରୋଧରେ ସତ କହିବାର ତାଙ୍କୁ ଏହି ଶାସ୍ତି ମିଳୁଛି। ବାରମ୍ବାର ପୋଲିସ ଏବଂ ପ୍ରଶାସନ ନିକଟରେ ସୁରକ୍ଷା ମାଗିବା ସତ୍ତ୍ୱେ ତାଙ୍କ କଥା କେହି ଶୁଣୁନାହାନ୍ତି। ଏପରିକି ଗତ ୧ ମାର୍ଚ୍ଚ ୨୦୨୬ ରେ ମଧ୍ୟ ତାଙ୍କ ଉପରେ ପୁଣି ଏକ ଆକ୍ରମଣ ହୋଇଥିଲା। ଜୀବନ ପ୍ରତି ସର୍ବଦା ବିପଦ ଥିବାରୁ ଏବଂ ପୋଲିସ ଉପରୁ ଭରସା ତୁଟିଯିବାରୁ ସେ ବାଧ୍ୟ ହୋଇ ନ୍ୟାୟାଳୟଙ୍କ ନିକଟରେ ସୁରକ୍ଷା ନଚେତ୍ ଇଚ୍ଛାମୃତ୍ୟୁର ଅନୁମତି ମାଗିଛନ୍ତି।

ଜୀବନ ହାରିଲେ ଦିବ୍ୟାଙ୍ଗ ଛାତ୍ର : ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ କରିଥିଲେ ନିବେଦନ
ବାଲେଶ୍ୱର : ସଡ଼କ ଦୁର୍ଘଟଣା ପରେ ପରିବାରର ଚିନ୍ତା ଏବଂ ସରକାରୀ ସହାୟତା ପାଇବା ନିମନ୍ତେ ଦୀର୍ଘ ୪ ବର୍ଷ ପ୍ରତୀକ୍ଷା କରିବା ପରେ ଶେଷରେ ନିରାଶ ହୋଇ ବିଷ ପିଇ ଜୀବନ ହାରିଛନ୍ତି ଦିବ୍ୟାଙ୍ଗ ଛାତ୍ର ବିଜୟ ଜେନା। ପାଠ ପଢ଼ୁଥିବାବେଳେ ଏକ ସଡକ ଦୁର୍ଘଟଣା ତାଙ୍କ ଜୀବନର ମୋଡ ବଦଳାଇଦେଲା। ସେ ସୁସ୍ଥ ଏବଂ ମେଧାବୀ ଛାତ୍ରରୁ ପାଲଟିଗଲେ ଦିବ୍ୟାଙ୍ଗ। ସବୁ ସ୍ୱପ୍ନ ଆଉ ଇଚ୍ଛା ତାଙ୍କ ହୁଇଲ୍‍ ଚେୟାର ଚକରେ ଗଡ଼ୁଥିଲା। ନା ସେ ସୁସ୍ଥ ହେଉଥିଲେ ନା ତାଙ୍କୁ କିଛି ସହାୟତା ମିଳୁଥିଲା। ସହାୟତା ପାଇଁ ଜିଲ୍ଲା ପ୍ରଶାସନଠୁ କେବଳ ପ୍ରତିଶ୍ରୁତି ପାଉଥିଲେ। ଶେଷରେ ନିରାଶ ହୋଇ ବିଜୟ କିଛି ଦିନ ତଳେ ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଟୁଇଟ୍‍ ମାଧ୍ୟମରେ ନିବେଦନ କରିଥିଲେ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ବରୁଣସିଂ ଅଞ୍ଚଳର ବିଜୟ ଜେନା ଏକ ରାସ୍ତା ଦୁର୍ଘଟଣାରେ ନିଜର ମେରୁଦଣ୍ଡରେ ଆଘାତ ଯୋଗୁଁ ଶଯ୍ୟାଶାୟୀ ହୋଇ ଚିକିତ୍ସିତ ହେଉଥିଲେ।

ଗରିବ ପରିବାରର ହୋଇଥିବାରୁ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ସମସ୍ତଙ୍କ ପାଖରେ ଗୁହାରି କରିଥିଲେ ସୁଦ୍ଧା ତାଙ୍କ ଦୁଃଖ କେହି ଶୁଣିନଥିଲେ। ଏପରିକି ତାଙ୍କୁ ଘର ଖଣ୍ଡିଏ ବି ମିଳିନାହିଁ। ସେ ଦୀର୍ଘ ୪ ବର୍ଷରୁ ଅଧିକ ଦିନ ଯନ୍ତ୍ରଣାରେ ଘାଣ୍ଟି ହେବା ଯୋଗୁଁ ଶେଷରେ ଅଗଷ୍ଟ ମାସରେ ଟୁଇଟ୍‍ କରି ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛାମୃତ୍ୟ ପାଇଁ ନିବେଦନ କରିଥିଲେ। ହେଲେ ସବୁଆଡୁ ନିରାଶ ହେବା ପରେ ଶୁକ୍ରବାର ସକାଳୁ ବିଜୟ ବିଷ ପିଇଥିଲେ। ବିଷ ପିଇବାର ଭିଡିଓ ବିଜୟ ନିଜେ କରୁଥିଲେ। ଏହା ଜଣାପଡ଼ିବା ପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପରିବାର ଲୋକେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିଲେ; ହେଲେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି।