India vs Afghanistan - The Sakala

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଭାରତୀୟ କ୍ରିକେଟ ଦଳ ପାଇଁ ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଡ଼ରେ ଆହତ ସମସ୍ୟା କାରଣରୁ ଆସନ୍ତା ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜରୁ ବାଦ୍ ଦିଆଯାଇଛି। କେବଳ ସେତିକି ନୁହେଁ, ଆଗାମୀ ଇଂଲଣ୍ଡ ସିରିଜରେ ମଧ୍ୟ ତାଙ୍କର ଖେଳିବା ନେଇ ଆଶଙ୍କା ଦେଖାଦେଇଛି।

ଫିଟନେସ୍ ଟେଷ୍ଟ ପରେ ପୁଣି ସମସ୍ୟା

ଗୋଡ଼ରେ ଆଘାତ ଲାଗିବା କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଜୁନ୍ ମାସର ମୁକାବିଲାରୁ ଓହରିବାକୁ ପଡ଼ିଛି। ପ୍ରାଥମିକ ସ୍ତରରେ ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE) ରେ ଏକ ସପ୍ତାହ ଧରି ଚାଲିଥିବା ଡ୍ରିଲ୍ସ ଏବଂ ଫିଟନେସ୍ ଟେଷ୍ଟ ଶେଷ କରିବା ପରେ ତାଙ୍କୁ ଖେଳିବା ପାଇଁ ସବୁଜ ସଙ୍କେତ ମିଳିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଆଉ ଏକ ଆହତ ସମସ୍ୟା ଦେଖାଦେବାରୁ ତାଙ୍କୁ ସିରିଜରୁ ବାହାରିବାକୁ ବାଧ୍ୟ କରାଯାଇଛି।

କ୍ୱାଡ୍ରିସେପ୍ସ ଷ୍ଟ୍ରେନ୍ କାରଣରୁ ବାଦ୍

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ର ସୂତ୍ର ଅନୁଯାୟୀ, ଫିଟନେସ୍ ପାସ୍ କରିବା ପରେ ହାର୍ଦ୍ଦିକ କ୍ୱାଡ୍ରିସେପ୍ସ ଷ୍ଟ୍ରେନ୍ (ମାଂସପେଶୀ ଜନିତ ଆଘାତ) ର ଶିକାର ହୋଇଥିଲେ। ବର୍ତ୍ତମାନ ଡାକ୍ତରମାନେ ତାଙ୍କୁ ତୁରନ୍ତ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସେ ନିଜର ରିହାବିଲିଟେସନ୍ (rehabilitation) ପ୍ରକ୍ରିୟା ଜାରି ରଖିବା ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଠାରେ ହିଁ ରହିବେ ବୋଲି ସ୍ପଷ୍ଟ କରାଯାଇଛି। ଏହି ଅଚାନକ ଆହତ ସମସ୍ୟା କାରଣରୁ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ତାଙ୍କର ଉପଲବ୍ଧତା ଏବେ ସନ୍ଦେହ ଘେରରେ ରହିଛି ଅର୍ଥାତ ଦଳ ପାଇଁ ଆହୁରି ଅସୁବିଧା ବଢ଼ିପାରେ।

ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ
ନିକଟରେ ଶେଷ ହୋଇଥିବା ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଭାରତ ଏକ ଐତିହାସିକ ବିଜୟ ହାସଲ କରିଛି। କିନ୍ତୁ କ୍ରିକେଟ୍ ବିଶେଷଜ୍ଞଙ୍କ ମତରେ ଏହି ଏକତରଫା ବିଜୟରୁ ଭାରତୀୟ ଦଳ ପାଇଁ ଭବିଷ୍ୟତ ଦୃଷ୍ଟିରୁ ବିଶେଷ କିଛି ହାସଲ କରିବାକୁ ନାହିଁ।

ବିରାଟ ବିଜୟ, କିନ୍ତୁ କମ୍ ଆହ୍ୱାନ

ନୂଆ ଚଣ୍ଡିଗଡ଼ଠାରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଶୁବମନ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଫଗାନିସ୍ତାନକୁ ଇନିଂସ ଏବଂ ୩୦୦ ରନ୍ର ଏକ ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ଏହା କେବଳ ତିନି ଦିନ ମଧ୍ୟରେ ଶେଷ ହୋଇଯାଇଥିଲା। ଭାରତ ପାଇଁ ଏହା ଏକ ବଡ଼ ସଫଳତା ହୋଇଥିଲେ ମଧ୍ୟ, ଦଳକୁ ଏହି ମ୍ୟାଚରେ କୌଣସି କଠିନ ଆହ୍ୱାନର ସାମ୍ନା କରିବାକୁ ପଡ଼ିନଥିଲା। ଆଫଗାନିସ୍ତାନର ନୂଆ ମୁଖ୍ୟ କୋଚ୍ ରିଚାର୍ଡ ପାଇବସ୍ ନିଜ ଦଳର ଅଭିଜ୍ଞତା ଅଭାବ ଏବଂ ଅଭ୍ୟାସର କମିକୁ ଏହି ଶୋଚନୀୟ ପରାଜୟର କାରଣ ବୋଲି ଦର୍ଶାଇଛନ୍ତି। ବଡ଼ ଦଳଗୁଡ଼ିକୁ କଡ଼ା ଟକ୍କର ଦେବା ପାଇଁ ଆଫଗାନିସ୍ତାନକୁ ଏବେ ବି ବହୁତ ପରିଶ୍ରମ କରିବାକୁ ପଡ଼ିବ।

ମାନବ ସୁଥାରଙ୍କ ଉଜ୍ଜ୍ୱଳ ପ୍ରଦର୍ଶନ ଓ ନୂଆ ଷ୍ଟାଡିୟମ୍

ଏହି ମ୍ୟାଚରୁ ଭାରତୀୟ ଦଳ ପାଇଁ ସବୁଠାରୁ ବଡ଼ ସକାରାତ୍ମକ ଦିଗ ହେଉଛି ୨୩ ବର୍ଷୀୟ ଯୁବ ବାମହାତୀ ସ୍ପିନର୍ ମାନବ ସୁଥାରଙ୍କ ଆକର୍ଷଣୀୟ ପ୍ରଦର୍ଶନ। ଏହି ମ୍ୟାଚ୍ ଜରିଆରେ ଦଳକୁ ଜଣେ ପ୍ରତିଭାବାନ୍ ସ୍ପିନର୍ ମିଳିଛନ୍ତି। ଏହା ସହିତ ନୂଆ ଚଣ୍ଡିଗଡ଼ର ମହାରାଜା ଯାଦବୀନ୍ଦ୍ର ସିଂହ ଷ୍ଟାଡିୟମ୍ ଦେଶର ୩୧ତମ ଟେଷ୍ଟ ଭେନ୍ୟୁ ଭାବରେ ମାନ୍ୟତା ପାଇଛି। ସାଧାରଣତଃ ଆନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ ପଡ଼ିଆକୁ କିଛି ଦିନ ବିଶ୍ରାମ ଦିଆଯାଏ, କିନ୍ତୁ ଏହି ଷ୍ଟାଡିୟମ୍ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାର ମାତ୍ର କିଛି ଦିନ ପୂର୍ବରୁ ଅର୍ଥାତ୍ ମେ ୨୭ ଓ ୨୯ ତାରିଖରେ ଆଇପିଏଲ୍ (IPL) ମ୍ୟାଚ୍ ଆୟୋଜନ କରିଥିଲା, ଯାହା ବିସିସିଆଇ (BCCI)ର ନିୟମରେ କିଛି ପରିବର୍ତ୍ତନକୁ ସୂଚାଉଛି।

ଆଫଗାନିସ୍ତାନ ପାଇଁ ସୁଯୋଗ ଓ ଶିକ୍ଷା

ଧଳା ବଲ୍ କ୍ରିକେଟରେ ଭରପୂର ବର୍ଷ ମଧ୍ୟରେ ଏହି ଏକମାତ୍ର ରେଡ୍ ବଲ୍ ଟେଷ୍ଟ ମ୍ୟାଚ୍ ଆଫଗାନିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଭାରତୀୟ ମାଟିରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ ବିପକ୍ଷରେ ଟେଷ୍ଟ ଖେଳିବାର ସୁଯୋଗ ଦେଇଥିବାରୁ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ବିସିସିଆଇ (BCCI) ପ୍ରତି କୃତଜ୍ଞତା ଜ୍ଞାପନ କରିଛି। ସାମ୍ପ୍ରତିକ ପରିସ୍ଥିତିରେ ଏଭଳି ସୁହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଏବଂ ସୁଯୋଗ ଉଭୟ ଦେଶର କ୍ରିକେଟ୍ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ଅଧିକନ୍ତୁ, ଏହା ଭବିଷ୍ୟତରେ ଆଫଗାନିସ୍ତାନକୁ ନିଜର ଟେଷ୍ଟ କ୍ରିକେଟ୍ ଦକ୍ଷତା ବଢ଼ାଇବାକୁ ସାହାଯ୍ୟ କରିବ।

ଅଫଗାନିସ୍ତାନ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାମ୍ପରେ ସାମିଲ ହେଲେ ଆକିବ ନବୀ, ବିସିସିଆଇର ବଡ଼ ନିଷ୍ପତ୍ତି
ଜମ୍ମୁ-କାଶ୍ମୀରର ଷ୍ଟାର ଦ୍ରୁତ ବୋଲର ଆକିବ ନବୀ ଅଫଗାନିସ୍ତାନ ବିପକ୍ଷ ଆଗାମୀ ଏକମାତ୍ର ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଇଛନ୍ତି। ଜୁନ୍ ୬ ତାରିଖରୁ ମୁଲ୍ଲାନ୍‌ପୁର ଠାରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ପାଇଁ ତାଙ୍କୁ ବ୍ୟାକଅପ୍ ଖେଳାଳି ତଥା ନେଟ୍ ବୋଲର ଭାବେ ଡାକରା ମିଳିଛି। ପ୍ରଥମେ ଘୋଷିତ ସ୍କ୍ୱାଡ୍‌ରେ ତାଙ୍କୁ ସ୍ଥାନ ମିଳିନଥିଲା, ଯାହାକୁ ନେଇ କ୍ରିକେଟ୍ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ବ୍ୟାପକ ସମାଲୋଚନା ପରେ ବିସିସିଆଇ ଏହି ବଡ଼ ନିଷ୍ପତ୍ତି ନେଇଛି।

ଚୟନକୁ ନେଇ ହୋଇଥିଲା ବିବାଦ

ଗତ ଘରୋଇ ସିଜିନ୍‌ରେ ଆକିବ ନବୀ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ରଣଜୀ ଟ୍ରଫିରେ ମାତ୍ର ୧୦ଟି ମ୍ୟାଚ୍ ଖେଳି ୧୨.୫୬ ହାରରେ ୬୦ଟି ୱିକେଟ୍ ଅକ୍ତିଆର କରିଥିଲେ ଏବଂ ଜମ୍ମୁ-କାଶ୍ମୀରକୁ ପ୍ରଥମ ଥର ପାଇଁ ରଣଜୀ ଚାମ୍ପିୟନ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏତେ ସୁନ୍ଦର ପ୍ରଦର୍ଶନ ସତ୍ତ୍ୱେ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ତାଙ୍କୁ ଅଣଦେଖା କରିଥିଲା। ତାଙ୍କ ବଦଳରେ ପଞ୍ଜାବର ଗୁରନୁର ବ୍ରାରଙ୍କୁ ସୁଯୋଗ ମିଳିଥିଲା। ଏହାକୁ ନେଇ ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାରଙ୍କ ସମେତ ଅନେକ ଦିଗ୍ଗଜ ବିସିସିଆଇ ଉପରେ କ୍ଷୋଭ ପ୍ରକାଶ କରିଥିଲେ।

ନେଟ୍ ବୋଲର ଭାବେ ସୁଯୋଗ

ବିସିସିଆଇ ସୂତ୍ର ଅନୁଯାୟୀ, ଲଗାତାର ଆଇପିଏଲ୍ ମ୍ୟାଚ୍ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣା ନେଟ୍‌ସରେ ଅଧିକ ସମୟ ବୋଲିଂ କରିପାରିବେ ନାହିଁ। ବ୍ୟାଟରମାନଙ୍କୁ ପର୍ଯ୍ୟାପ୍ତ ଅଭ୍ୟାସ କରାଇବା ପାଇଁ ଆକିବ ନବୀଙ୍କ ସମେତ ମୋଟ ୭ ଜଣ ବୋଲରଙ୍କୁ ନେଟ୍ ବୋଲର ଭାବେ ଡକାଯାଇଛି।

ଭବିଷ୍ୟତ ପାଇଁ ପ୍ରସ୍ତୁତି

ଯଦିଓ ନବୀଙ୍କୁ ଆନୁଷ୍ଠାନିକ ଭାବେ ଶୁଭମନ ଗିଲ୍ଙ୍କ ନେତୃତ୍ୱାଧୀନ ମୁଖ୍ୟ ସ୍କ୍ୱାଡ୍‌ରେ ସାମିଲ କରାଯାଇନାହିଁ, ତଥାପି ଏହା ତାଙ୍କ ପାଇଁ ଏକ ବଡ଼ ସୁଯୋଗ ବୋଲି ବିବେଚନା କରାଯାଉଛି। ଆଗାମୀ ଅକ୍ଟୋବର ମାସରେ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଚୟନକର୍ତ୍ତାମାନେ ତାଙ୍କ ଉପରେ ନଜର ରଖିଛନ୍ତି ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ନବୀ ଆଇପିଏଲ୍ ୨୦୨୬ ମିନି ନିଲାମରେ ଦାମୀ ଖେଳାଳି ହୋଇଥିଲେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ୫ଟି ମ୍ୟାଚ୍ ଖେଳି ଗୋଟିଏ ବି ୱିକେଟ୍ ନେଇପାରିନଥିଲେ। ତଥାପି ରେଡ୍-ବଲ୍ କ୍ରିକେଟ୍‌ରେ ତାଙ୍କର ପ୍ରଭାବଶାଳୀ ରେକର୍ଡ ଯୋଗୁଁ ତାଙ୍କୁ ଟିମ୍ ଇଣ୍ଡିଆ କ୍ୟାମ୍ପରେ ସ୍ଥାନ ମିଳିପାରିଛି।

ଆଫଗାନିସ୍ତାନ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ୩ ନୂଆ ମୁହଁ ସାମିଲ୍‌, ଦିନିକିଆକୁ ଫେରିଲେ ଇଶାନ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ମଙ୍ଗଳବାର ଦିନ ଆଗାମୀ ଆଫଗାନିସ୍ତାନ ବିପକ୍ଷ ଘରୋଇ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ବଛା ଯାଇଥିବା ଏହି ଦଳରେ ଅଭିଜ୍ଞ ତଥା ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ଆସନ୍ତା ୨୦୨୬ ଜୁନ୍ ମାସରେ ଏହି ସିରିଜ୍ ଖେଳାଯିବ।

ଏହି ଦ୍ୱିପାକ୍ଷିକ ସିରିଜରେ ଗୋଟିଏ ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ, ଯାହାକି ଜୁନ୍ ୬, ୨୦୨୬ ରୁ ଆରମ୍ଭ ହେବ। ଏହି ଦଳ ଚୟନରେ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ବିସ୍ଫୋରକ ୱିକେଟ୍-କିପର ବ୍ୟାଟର ଇଶାନ କିଷନଙ୍କ ପ୍ରତ୍ୟାବର୍ତ୍ତନ ଏବଂ ଆଇପିଏଲର ନୂଆ ବୋଲିଂ ସେନ୍ସେସନ୍ ପ୍ରିନ୍ସ ଯାଦବଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିବା ସାମିଲ ରହିଛି।

ଦେଶୀୟ କ୍ରିକେଟ୍, ଟି-୨୦ ବିଶ୍ୱକପ୍ ୨୦୨୬ ଏବଂ ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ପରେ ଷ୍ଟାର୍ ୱିକେଟ୍-କିପର ଇଶାନ କିଷନ ଦିନିକିଆ ଦଳକୁ ଫେରିଛନ୍ତି। ସେହିପରି ଦିନିକିଆ ସେଟ୍-ଅପ୍ ରେ ଯୁବ ଦ୍ରୁତ ବୋଲର୍ ପ୍ରିନ୍ସ ଯାଦବଙ୍କୁ ସାମିଲ କରାଯିବା ସବୁଠାରୁ ରୋମାଞ୍ଚକର ନିଷ୍ପତ୍ତି। ଆଇପିଏଲ୍ ୨୦୨୬ ରେ ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚ୍ ରୁ ୧୬ଟି ୱିକେଟ୍ ନେଇ ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖାସ କରି ବିରାଟ କୋହଲିଙ୍କୁ ଆଉଟ୍ କରିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ବିଜୟ ହଜାରେ ଟ୍ରଫି ୨୦୨୫-୨୬ ରେ ମଧ୍ୟ ସେ ୧୮ଟି ୱିକେଟ୍ ହାସଲ କରିଥିଲେ।

ଉଭୟ ସିରିଜରେ ଶୁଭମନ ଗିଲ୍ ଭାରତର ନେତୃତ୍ୱ ନେବେ। ଟେଷ୍ଟ ଦଳ ପାଇଁ କେ.ଏଲ୍ ରାହୁଲଙ୍କୁ ଉପ-ଅଧିନାୟକ କରାଯାଇଛି, ଯିଏକି ଋଷଭ ପନ୍ତଙ୍କ ସ୍ଥାନ ନେଇଛନ୍ତି। ଅନ୍ୟପଟେ ଦିନିକିଆ ଦଳକୁ ଫେରିଥିବା ଶ୍ରେୟସ ଆୟରଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ୱର୍କଲୋଡ୍ ମ୍ୟାନେଜମେଣ୍ଟ ଅଧୀନରେ ଷ୍ଟାର୍ ବୋଲର ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଉଭୟ ସିରିଜରୁ ବିଶ୍ରାମ ଦିଆଯାଇଛି। ସେହିପରି ଦିନିକିଆ ଦଳରେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥାନ ପାଇଥିଲେ ମଧ୍ୟ ସେମାନଙ୍କ ଖେଳିବା BCCI ର ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ। ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି।

ଟେଷ୍ଟ ଦଳ: ଶୁଭମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ), ସାଇ ସୁଦର୍ଶନ, ଋଷଭ ପନ୍ତ, ଦେବଦତ୍ତ ପାଡିକଲ, ଧ୍ରୁବ ଜୁରେଲ, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, କୁଲଦୀପ ଯାଦବ, ନୀତିଶ କୁମାର ରେଡ୍ଡୀ, ମାନବ ସୁଥାର, ପ୍ରସିଦ୍ଧ କୃଷ୍ଣା, ଗୁରନୁର ବ୍ରାର ଏବଂ ହର୍ଷ ଦୁବେ।

ଦିନିକିଆ ଦଳ: ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା (ଫିଟନେସ୍ ଉପରେ ନିର୍ଭର), ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ଅର୍ଶଦୀପ ସିଂହ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା (ଫିଟନେସ୍ ଉପରେ ନିର୍ଭର), ନୀତିଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣା, ପ୍ରିନ୍ସ ଯାଦବ, ଗୁରନୁର ବ୍ରାର ଏବଂ ହର୍ଷ ଦୁବେ।

ଭାରତ-ଆଫଗାନିସ୍ତାନ ପ୍ରଥମ ଟ୍ବେଣ୍ଟି-୨୦, ୬ ୱିକେଟରେ ଜିତିଲା ଭାରତ
ମୋହାଲି: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଗୁରୁବାର ମୋହାଲିରେ ଖେଳା ଯାଇଥିଲା। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ।ଆଫଗାନିସ୍ତାନ ପ୍ରଥମ ବ୍ୟାଟିଂ କରି ଭାରତକୁ ୧୫୮ ରନର ଟାର୍ଗେଟ୍ ଦେଇଥିଲା। ଭାରତ ୧୭.୩ ଓଭରରେ ୪  ୱିକେଟ ହରାଇ ୧୫୯ ରନ କରି ଆଜିର ମ୍ୟାଚକୁ ଜିତନେଇଛି। ଫଳରେ ଭାରତ ୩ ଟିକିଆ ସିରିଜରରେ ୧-୦ ରେ ଆଗରେ ରହିଛି।

ଭାରତ ପକ୍ଷରୁ  ରୋହିତ ଶର୍ମା ୨ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମନ ଗିଲ୍ ଓ ତିଲକ ବର୍ମା ଶର୍ମା ସମ୍ଭାଳିଥିଲେ। ଶୁଭମନ ଗିଲ୍ ୧୨ ବଲରେ ୨୩ ରନ କରି ଆଉଟ ହୋଇଥିଲେ। ତିଲକ ବର୍ମା ୨୨ ବଲରେ ରନ କରି ଆଉଟ ହୋଇଥିଲେ।  ପରେ ଜିତେଶ ଶର୍ମା ୨୦ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ପାରିକୁ ରିଙ୍କୁ ସିଂହ ଓ ଶୁଭମ ଦୁବେ ସମ୍ଭାଳିଥିଲେ। ରିଙ୍କୁ ସିଂହ ୯ ବଲରେ ୧୬ରନ କରି ଅପରାଜିତ ଥିବା ବେଳେ ଶୁଭମ ଦୁବେ ଏକ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ।  ୪୦ ବଲରେ ୬୦ ରନ କରି ଅପରାଜିତ ରହିଥିଲେ ଶୁଭମ ଦୁବେ ।

ଆଫଗାନିସ୍ତାନ ପକ୍ଷରୁ ମୁଜୀବ ଉର ରହମାନ ୨ଟି ୱିକେଟ ନେଇଥିବା ବେଳେ ଅଜମତଉଲ୍ଲାହ ଉମାରଜାଇ ଗୋଟିଏ ୱିକେଟ ନେଇଥିଲା।

ଆଫଗାନିସ୍ତାନ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା, ଦଳକୁ ଫେରିଲେ ରୋହିତ ଓ ବିରାଟ
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିଛନ୍ତି। ମହମ୍ମଦ ସିରାଜ ଏବଂ ଜଶପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି । ଆସନ୍ତା ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ। ଟି-୨୦ ବିଶ୍ବକପ ପୂର୍ବରୁ ଏହା ଶେଷ ଟି-୨୦ ସିରିଜ ହୋଇଥିବାରୁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି।

What do you all make of this power-packed T20I squad set to face Afghanistan? 😎#TeamIndia | #INDvAFG | @IDFCFIRSTBank pic.twitter.com/pY2cUPdpHy

— BCCI (@BCCI) January 7, 2024

ଭାରତୀୟ ଦଳ: ରୋହିତ ଶର୍ମା,ଗିଲ, ଜୟସ୍ବାଲ, ତିଲକ ବର୍ମା, ରିଙ୍କୁ ସିଂ,ଜିତେଶ ଶର୍ମା,ସଞ୍ଜୁ ସାମସନ,ଶିଭମ ଦୁବେ,ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କଲଦୀପ ଯାଦବ, ଅର୍ଶଦୀପ ସିଂ, ଆଭେସ ଖାନ୍, ମୁକେଶ କୁମାର।

ଆଇସିସି ବିଶ୍ୱକପ୍‌ ୨୦୨୩: ରୋହିତଙ୍କ ବିସ୍ଫୋରକ ଶତକୀୟ ଓ ବିରାଟଙ୍କ ଅର୍ଦ୍ଧଶତକୀୟ ଇଂନିସ, ଆଫଗାନିସ୍ତାନକୁ ୮ ୱିକେଟରେ ହରାଇଲା ଭାରତ
ନୂଆଦିଲ୍ଳୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମ୍‌‌ରେ ଚଳିତ ବିଶ୍ୱକପ୍‌‌ରେ ବୁଧବାର ଦ୍ୱିତୀୟ ଲିଗ୍‌‌ ମ୍ୟାଚ୍‌‌ ଖେଳଯାଇଥିଲା।  ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୨୭୨ ରନ କରିଥିଲା। ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୭୩ ରନର ଆବଶ୍ୟକତା ରହିଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ୍‌‌ ଶର୍ମା ଓ ଇଶାନ କିଶାନ ପଡିଆକୁ ଓହ୍ଲାଇଥିଲେ। ରୋହିତ୍‌‌ ଶର୍ମାଙ୍କ ବ୍ୟାଟରୁ ଆଜି ଏକ ବିସ୍ଫୋରକ ଇଂନିସ ଦେଖିବାକୁ ମିଳିଥିଲା। ଭାରତ ୩୫ ଓଭରରେ ୨ ୱିକେଟ ହରାଇ ୨୭୩ ରନ କରି ମ୍ୟାଚକୁ ସହଜରେ ଜିତି ନେଇଛି।

ରୋହିତ୍‌‌ ଶର୍ମା ଏକ ଶତକୀୟ ଇଂନିସ ଖେଳିଥିଲେ।  ୮୪ ବଲରେ ୧୩୧ ରନ କରି ଆଉଟ କରି ଆଉଟ ହୋଇଥିଲେ। ରୋହିତ୍‌‌ ଶର୍ମାଙ୍କ ଏହି ଶତକୀୟ ଇଂନିସରେ ୫ ଟି ଛକା ଓ ୧୬ଟି ଚୌକା ସାମିଲ ରହିଛି। ଇଶାନ କିଶାନ ୪୭ ବଲରେ ୪୭ ରନ କରି ଆଉଟ ହୋଇଥିଲେ। ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ପାରିକୁ ସମ୍ଭାଳିଥିଲେ। ବିରାଟ କୋହଲି ମଧ୍ୟ ଏକ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ବିରାଟ ୫୬ ବଲରେ ୫୫ ରନ କରି ଅପରାଜିତ ରହିଥିବା ବେଳେ ଶ୍ରେୟସ ଆୟର ୨୩ ବଲରେ ୨୫ ରନ କରି ଅପରାଜିତ ରହିଥିଲେ।

ଆଫଗାନିସ୍ତାନ ପକ୍ଷରୁ ବୋଲିଂରେ ରଶିଦ ଖାନ ୨ଟି ୱିକେଟ ନେଇଥିଲେ।

ଏସିଆ କପ ୨୦୨୨: ଆଫଗାନିସ୍ତାନ ବିପକ୍ଷରେ ଭାରତର ସହଜ ବିଜୟ
ଦୁବାଇ:  ଭାରତ ଓ ଆଫଗାନିସ୍ତାନ ଆଜି ନିଜ ନିଜର ଶେଷ ସୁପର ୪ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲା। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରି ୨୧୨ ରନ କରିଥିଲା । ଏହି ମ୍ଯାଚକୁ ଜିତିବାକୁ ଆଫଗାନିସ୍ତାନକୁ ୨୧୩ ରନର ଆବଶ୍ୟକତା ରହିଥିଲା। ୨୧୩ ରନର ପିଛା କରି ଆଫଗାନିସ୍ତାନ ୮ ୱିକେଟ ହରାଇ ୧୧୧ ରନ କରିବାକୁ ସଫଳ ହୋଇଥିଲା। ଫଳରେ ଭାରତ ୧୦୧ ରନରେ ମ୍ଯାଚକୁ ସହଜରେ ଜିତି ନେଇଛି।

ଆଫଗାନିସ୍ତାନ ପକ୍ଷରୁ ସର୍ବାଧିକ ଇବ୍ରାହିମ ଜାର୍ଡନ ୬୪ ରନ କରି ଅପରାଜିତ ରହିଥିବା ବେଳେ। ରସିଦ ଖାନ ୧୫ ରନ ଓ ମୁଜିବୁର ରହମାନ ୧୮ ରନ କରି ଆଉଟ ହୋଇଥିଲେ।

ସେହିପରି ଭାରତ ପକ୍ଷରୁ ଭୁବନେଶ୍ବର କୁମାର ସର୍ବାଧିକ ୫ ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂହ, ରବିଚନ୍ଦ୍ର ଅଶ୍ବିନ ଓ ଦୀପକ ହୁଡା ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ।

ଭାରତ ପକ୍ଷରୁ ପ୍ରଥମ ଇଂନିସରେ  ଲୋକେସ ରାହୁଲ ଓ ବିରାଟ କୋହଲି ଓପନିଂ କରିଥିଲେ। ଲୋକେସ ରାହୁଲ ୪୧ ବଲରେ ୬୨ ରନ କରି ଆଉଟ ହୋଇଥିଲେ। ଏହାପରେ ସୂର୍ଯ୍ଯକୁମାର ଯାଦବ ୨ ବଲରେ ୬ ରନ କରି ଆଉଟ ହୋଇଥିଲେ। ପରେ ଅପରାଜିତ ଥିବା ବିରାଟ କୋହଲିଙ୍କ ସାଥ ଦେବା ପେଇଁ ଋଷଭ ପନ୍ତ ଆସିଥିଲେ। ପନ୍ତ ୧୬ ବଲରେ ୨୦ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ଦୀର୍ଘ ଦିନପରେ ଆଜି ଏକ ଶତକୀୟ ପାରି ଖେଳିଥିଲ। କୋହଲି ୬୧ ବଲରେ ୧୨୨ ରନ କରି ଅପରାଜିତ ରହିଥିଲେ। ଯେଉଁଥିରେ ୬ ଟି ଛକା ଓ ୧୨ ଟି ଚୌକା ରହିଥିଲା।

ଏସିଆ କପ ୨୦୨୨: ବିରାଟଙ୍କ ଦମଦାର ଶତକୀୟ ଇଂନିସ, ଆଫଗାନିସ୍ତାକୁ ୨୧୩ ରନର ଟାର୍ଗେଟ ଦେଲା ଭାରତ
ଦୁବାଇ:  ଭାରତ ଓ ଆଫଗାନିସ୍ତାନ ଆଜି ନିଜ ନିଜର ଶେଷ ସୁପର ୪ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୨୧୨ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ଆଫଗାନିସ୍ତାନକୁ ୨୧୩ ରନର ଆବଶ୍ୟକତା ରହିଛି। ଆଜିର ମ୍ଯାଚରେ ଅଧିନାୟକ ରୋହିତ ଶର୍ମା ଖେଳୁ ନାହାନ୍ତି। ତାଙ୍କ ବଦଳରେ କେଏଲ ରାହୁଲ ଅଧିନାୟକ ଭାର ସମ୍ଭାଳିଛନ୍ତି।

ଆଜିର ମ୍ଯାଚରେ ଲୋକେସ ରାହୁଲ ଓ ବିରାଟ କୋହଲି ଓପନିଂ କରିଥିଲେ। ଲୋକେସ ରାହୁଲ ୪୧ ବଲରେ ୬୨ ରନ କରି ଆଉଟ ହୋଇଥିଲେ। ଏହାପରେ ସୂର୍ଯ୍ଯକୁମାର ଯାଦବ ୨ ବଲରେ ୬ ରନ କରି ଆଉଟ ହୋଇଥିଲେ। ପରେ ଅପରାଜିତ ଥିବା ବିରାଟ କୋହଲିଙ୍କ ସାଥ ଦେବା ପେଇଁ ଋଷଭ ପନ୍ତ ଆସିଥିଲେ। ପନ୍ତ ୧୬ ବଲରେ ୨୦ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ଦୀର୍ଘ ଦିନପରେ ଆଜି ଏକ ଶତକୀୟ ପାରି ଖେଳିଥିଲ। କୋହଲି ୬୧ ବଲରେ ୧୨୨ ରନ କରି ଅପରାଜିତ ରହିଥିଲେ। ଯେଉଁଥିରେ ୬ ଟି ଛକା ଓ ୧୨ ଟି ଚୌକା ରହିଛି।

ଆଫଗାନିସ୍ତାନ ପକ୍ଷରୁ ଫରିଦ ଅହମ୍ମଦ ମଲ୍ଲୀକ ୨ଟି ୱିକେଟ ନେଇଥିଲେ।