cm of odisha - The Sakala

ହିଟ୍ ଆଣ୍ଡ୍ ରନ୍: ୩ ଯୁବତୀଙ୍କ ଉପରେ କାର୍ ଚଢ଼ାଇ ଦେଲେ ନିଶାସକ୍ତ ଚାଳକ
ପାଟଣାଗଡ: ବେଲପଡା ଥାନା ନୁନହାଡ ଗାଁରେ ଅଭାବନୀୟ ଘଟଣା। ବେଲପଡ଼ା ନୁନ୍‌ହାଡ଼ ଗାଁରେ ହିଟ୍ ଆଣ୍ଡ୍ ରନ୍। ୩ ଯୁବତୀଙ୍କ ଉପରେ କାର ଚଢ଼ାଇ ଦେଲେ ନିଶାସକ୍ତ ଗାଡି ଚାଳକ। ଗୁରୁତର ଅବସ୍ଥାରେ ୩ ଯୁବତୀଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଲରେ ଉତ୍ତେଜନା ଦେଖାଦେଇଛି।

ଚିକିତ୍ସା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ସ୍ମାର୍ଟ ହେଲଥ କାର୍ଡ, ମାସକ ମଧ୍ୟରେ ମାଗଣା ଚିକିତ୍ସା ପାଇ ସୁସ୍ଥ ହେଲେ ସୁନ୍ଦରଗଡ ଜିଲ୍ଲାର ୫୦୦ରୁ ଅଧିକରୋଗୀ
ସୁନ୍ଦରଗଡ଼ : ଅର୍ଥ ଅଭାବରୁ କାହାର ଜୀବନ ଯିବ ନାହିଁ । ଚିକିତ୍ସା ପାଇଁ ଜମିବାଡ଼ି, ଗହଣା ବିକିବାକୁ ପଡ଼ିବ ନାହିଁ। କେବଳ ଗୋଟିଏ କାର୍ଡ ଦେଖାଇଲେ ମାଗଣାରେ ମିଳିବ ଚିକିତ୍ସା ସୁବିଧା । ସରକାରୀ ହସ୍ପିଟାଲରୁ ଆରମ୍ଭ କରି ବେସରକାରୀ ହସ୍ପିଟାଲ, ବିନା ଟଙ୍କାରେ ଚିକିତ୍ସା ସୁବିଧା ପାଇବେ ରାଜ୍ୟର ଗରିବ ଲୋକ । ଟଙ୍କିକିଆ ଚାଉଳ, ଆହାର ଭଳି ନବୀନଙ୍କ ଜନକଲ୍ୟାଣକାରୀ ଯୋଜନା ଭିତରୁ ଅନ୍ୟତମ ଯୋଜନା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟର  ୯୬ ଲକ୍ଷ ପରିବାର ପାଖରେ ପହଞ୍ଚିବ। ନିଜେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ସଞ୍ଜିବନୀ କୁହାଯାଉଥିବା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡର ବଣ୍ଟନ କରୁଛନ୍ତି। ପ୍ରଥରେ ମାଲକାନାଗିରି ପରେ ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି, ଦେବଗଡ଼, ପୁରୀ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନିଜେ ହିତାଧିକାରୀଙ୍କୁ ଦେଇଛନ୍ତି ସ୍ମାର୍ଟ କାର୍ଡ଼ । କେବଳ ସେତିକି ନୁହେଁ, ଗାଁ ଗାଁରେ ସ୍ୱତନ୍ତ୍ର କ୍ୟାମ୍ପ କରି ସମସ୍ତଙ୍କ ପାଖରେ କାର୍ଡ଼ ପହଞ୍ଚାଇବା ପାଇଁ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅଧିକାରୀଙ୍କୁ ତାଗିଦ୍ ବି କରିଛନ୍ତି । ସ୍ମାର୍ଟ କାର୍ଡ଼ର ଫାଇଦା ବି ଲୋକଙ୍କୁ ମିଳିଛି । ସ୍ମାର୍ଟ କାର୍ଡ଼ ଜରିଆରେ ଅନେକ ଗରିବ ଲୋକ ଉନ୍ନତ ଚିକିତ୍ସା ପାଇବାରେ ସକ୍ଷମ ହୋଇଛନ୍ତି ।

ଏହାରି ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ଏକ ଖୁସି ଖବର ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବାର ଏକ ମାସ ମଧ୍ୟରେ ଏହି ଜିଲ୍ଲା ପାଞ୍ଚ ଶହରୁ ଅଧିକ ରୋଗୀ ଏହି ଯୋଜନାର ଲାଭ ଉଠାଇବା ସହ ମାଗଣାରେ ବିଭିନ୍ନ ବଡ ବଡ ମେଡିକାଲରୁ ସୁସ୍ଥ ହୋଇ ଫେରିଛନ୍ତି ।ରାଉରକେଲା ସହରର ଦୁଇଟି ଘରୋଇ ହସ୍ପିଟାଲ ଓ ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲରେ ରୋଗୀମାନେ ମାଗଣାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଛନ୍ତି। ଗତମାସ ୧୪ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାରେ ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ଯାହା ପରେ ଉନ୍ନତ ସ୍ବାସ୍ଥ୍ୟସେବା ଆବଶ୍ୟକ କରୁଥିବା ଲୋକ ଏହି ସ୍ୱାସ୍ଥ୍ୟ କ୍ଷେତ୍ରରେ ସଞ୍ଜିବନୀ କୁହାଯାଉଥିବା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ନେଇ ବଡ ବଡ ମେଡିକାଲରେ ଚିକିତ୍ସିତ ହେବା ସହ ସୁସ୍ଥ ହୋଇ ଫେରିଛନ୍ତି। ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ସହାୟତାରେ ସୁସ୍ଥ ହୋଇ ଫେରିଥିବା ୫ଶହରୁ ଅଧିକ ରୋଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ସୁନ୍ଦରଗଡ ଜିଲ୍ଲାର ରୋଗୀମାନେ କିପରି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡରେ ଆହୁରି ସହାୟତା ପାଇବେ ଏବଂ ମେଡିକାଲରେ ଯେପରି ତାଙ୍କର କିଛି ଅସୁବିଧା ନହୁଏ ସେଥିପ୍ରତି ଗୁରୁତ୍ବ ଦେଇ ଜିଲ୍ଲାର ରୋଗୀଙ୍କ ପାଇଁ ଟୋଲ ଫ୍ରି ନମ୍ବର ଓ କଲ ସେଣ୍ଟର ସୁବିଧା କରାଯାଇଛି। ଆଗକୁ ମଧ୍ୟ ଗରିବ ଲୋକମାନେ କିପରି ଏହି ଯୋଜନାର ଲାଭ ଉଠାଇବେ ସେଥିପ୍ରତି ଜିଲ୍ଲାର ପ୍ରଶାସନ ଯତ୍ନବାନ ରହିଥିବା କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ।

ମୁଖ୍ଯମନ୍ତ୍ରୀଙ୍କ କରୋନା ସମୀକ୍ଷା, ଟେଷ୍ଟିଂ ଓ ସର୍ଭେଲାନ୍ସକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । କୋଭିଡ୍ ଗାଇଡଲାଇନକୁ କଡ଼ାକଡି ପାଳନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନସଚିବ ଏଣିକି ନିୟମିତ ସ୍ଥିତିର ସମୀକ୍ଷା କରିବେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଟେଷ୍ଟିଂ ଓ ସର୍ଭେଲାନ୍ସକୁ ବ୍ୟାପକ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି । ରାଜ୍ୟରେ ଦୈନିକ ଚିହ୍ନଟ କରୋନା ମାମଲା ମଧ୍ୟରୁ ୪ଟି ଜିଲ୍ଲାରୁ ୪୦ ପ୍ରତିଶତ ମାମଲା ଆସୁଛି । କଟକୁ ୧୩ ପ୍ରତିଶତ, ଖୋର୍ଦ୍ଧାରୁ ୧୦ ପ୍ରତିଶତ, ସୁନ୍ଦରଗଡ଼ରୁ ୯ ପ୍ରତିଶତ ଓ ମୟୂରଭଞ୍ଜରୁ ୮ ପ୍ରତିଶତ ସଂକ୍ରମଣ ମାମଲା ରହିଛି ।

ବଢ଼ୁଥିବା ସଂକ୍ରମଣକୁ ଦେଖି ଜିଲ୍ଲାରେ ଟେଷ୍ଟିଂ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଟେଷ୍ଟ-ଟ୍ରାକ୍-ଟ୍ରିଟ୍ ଉପରେ ଗୁରୁତ୍ୱ ଦିଆଯାଇଛି । କ୍ଲଷ୍ଟର କେସସ୍ ଚିହ୍ନଟ ହେଲେ ମିନି-କଣ୍ଟେନମେଣ୍ଟ ଜୋନ୍ କରିବାକୁ କୁହାଯାଇଛି । ସର୍ବସାଧାରଣ ସ୍ଥାନରେ କୋଭିଡ୍ ନିୟମ ପାଳନ ନେଇ ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ରାଜ୍ୟରେ ୩ ହଜାର ମୋ ସେବା କେନ୍ଦ୍ର ଓ ଓଡ଼ିଶାଓ୍ୱାନ୍ ପୋର୍ଟାଲ ଲୋକାର୍ପିତ
ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୫ ତମ ଜନ୍ମ ଜୟନ୍ତୀ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ମୋ ସେବାକେନ୍ଦ୍ର ଓ ଓଡ଼ିଶାଓ୍ୱାନ୍ ପୋର୍ଟାଲ ଲୋକାର୍ପିତ କରିଛନ୍ତି ।

ଏହି କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ  ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୂଳମନ୍ତ୍ର। ଗଣତନ୍ତ୍ରରେ ଲୋକେ ହେଉଛନ୍ତି ମାଲିକ। ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ ଗୋଟିଏ ମୋ ସେବାକେନ୍ଦ୍ର ଖୋଲାଯିବ। ଏହାଦ୍ୱାରା ୮୦୦୦ ଯୁବକ ଯୁବତୀ ଆତ୍ମ ନିଯୁକ୍ତିର ସୁଯୋଗ ପାଇବେ । ସେହିପରି ସହରବାସୀ ତଥା କମ୍ପୁଟର ଜାଣିଥିବା ଲୋକମାନଙ୍କ ପାଇଁ ଓଡ଼ିଶାଓ୍ୱାନ୍ ପୋର୍ଟାଲ ସେବା ଯୋଗାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଦୁଇ କାର୍ଯ୍ଯକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ତଥା ସେବାର ଗୁଣାତ୍ମକ ମାନ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତୀଙ୍କ ସଚିବ (୫ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ଯକ୍ରମ ସଂଚାଳନ କରିଥିଲା ବେଳେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ର କାର୍ଯ୍ଯକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି କାର୍ଯ୍ଯକ୍ରମରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ସାଂସଦ ଓ ବିଧାୟକମାନଙ୍କ ସମେତ ବିଭାଗୀୟ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ୍ ପ୍ଲାଣ୍ଟ: ରାଜ୍ଯସରକାର ଓ ଆର୍ସେଲର ମିତ୍ତଲ ମଧ୍ୟରେ ଏମଓୟୁ
ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ଆର୍ସେଲର ମିତ୍ତଲର ନିପୋନ୍ ଷ୍ଟିଲ୍ । ଏନେଇ ଓଡ଼ିଶା ସରକାର ଓ ଆର୍ସେଲର ମିତ୍ତଲ ମଧ୍ୟରେ ଗୁରୁବାର ଏମଓୟୁ ସ୍ବାକ୍ଷରିତ ହୋଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତ୍ତଲଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷରିତ କରାଯାଇଛି ।

ଏହି ଷ୍ଟିଲ୍ ପ୍ଲାଣ୍ଟ ଲାଗି ମିତ୍ତଲ ପକ୍ଷରୁ ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଉ ଥିବା ନେଇ ସୂଚନା ମିଳିଛି । ଏପରିକି କେନ୍ଦ୍ରାପଡ଼ାରେ ନିର୍ମାଣ ହେବାକୁ ଥିବା ଏହି ଇସ୍ପାତ କାରଖାନାଟି ପାଖାପାଖି ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ହେବ ବୋଲି ଆଧିକାରୀକ ସୁତ୍ରରୁ ପ୍ରକାଶ ।

ବିଜୁ ବାବୁଙ୍କ ୧୦୫ ତମ ଜୟନ୍ତୀରେ ଅନୁଷ୍ଠିତ ହେବ ବିଶାଳ ସାଇକେଲ୍ ଶୋଭାଯାତ୍ରା ଓ ରକ୍ତଦାନ ଶିବିର
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଶାଳ ସାଇକେଲ୍ ଶୋଭାଯାତ୍ରା କରାଯିବ। ଏହା ସହିତ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଏପ୍ରିଲ ୧୭ ପର୍ଯ୍ଯନ୍ତ ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ମାର୍ଚ୍ଚ ୫ରୁ ଏପ୍ରିଲ ୧୭ ପର୍ଯ୍ଯନ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏହି କାର୍ଯ୍ଯକ୍ରମ ଆୟୋଜନ ହେବ । ବିଜୁବାବୁଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପର୍ଯ୍ଯନ୍ତ ସାଇକେଲ୍ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ୍ ହେବେ । ଶୋଭାଯାତ୍ରାରେ ହଜାରହଜାର ଯୁବକ ଓ ଛାତ୍ର ଯୋଗଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶଓ୍ବାର ପର୍ଯ୍ଯନ୍ତ ୪ ହଜାର ୫୦୦ ମାଇଲ ସାଇକେଲ୍ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ ।

ପିପିଲି ଜନତାଙ୍କ ସହ ନବୀନଙ୍କ ଆଲୋଚନା ଆଜି
ଭୁବନେଶ୍ୱର: ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ପିପିଲି ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସହ ଭିଡ଼ିଓ କନଫରେନସିଂ ଜରିଆରେ ଆଲୋଚନା କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିପିଲି ବିଧାନସଭା କ୍ଷେତ୍ର ପାଇଁ କିଛି ବଡ଼ ପ୍ୟାକେଜ୍‍ ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିବା ସମ୍ଭାବନା ଅଛି। ମୁଖ୍ୟମନ୍ତ୍ରୀଙ୍କ ବୈଠକ ପାଇଁ ଦୁଇଟି ସ୍ଥାନରେ ବଡ଼ ସଭା ଆୟୋଜନ କରାଯାଇଛି। ପିପିଲି ବ୍ଲକ୍‍ ଅନ୍ତର୍ଗତ ଦାଣ୍ଡମକୁନ୍ଦପୁରର ବାଲିପଡ଼ିଆ ଏବଂ ଡେଲାଙ୍ଗ ବ୍ଲକ୍‍ ଅନ୍ତର୍ଗତ ରେଞ୍ଚ ପଡ଼ିଆ ଠାରେ ସଭା ଆୟୋଜନ କରାଯାଇଛି। ସାଢ଼େ ୧୧ଟାରୁ ୧୧.୫୦ ପର୍ଯ୍ୟନ୍ତ ପିପିଲିରେ ଏବଂ ୧୨.୧୦ରୁ ୧୨.୩୦ ପର୍ଯ୍ୟନ୍ତ ଡେଲାଙ୍ଗ ବ୍ଲକ୍‍ରେ ସଭା ଆୟୋଜନ ହେବ। ମୁଖ୍ୟମନ୍ତ୍ରୀଙ୍କ ଭର୍ଚ୍ଚୁଆଲ ସଭା ପୂର୍ବରୁ ଆଜି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପିପିଲି ଉପ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରତାପ ଦେବ ପିପିଲି ଏବଂ ଡେଲାଙ୍ଗ ଗସ୍ତ କରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବାକୁ ବଡ଼ ପଦକ୍ଷେପ, ନିଯୁକ୍ତି ପାଇବେ ୨୪୫୨ ଡାକ୍ତର
ଭୁବନେଶ୍ୱର, ୨୧ା୨ (ସମିସ): ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ବଡ଼ ପଦକ୍ଷେପ। ବିଭିନ୍ନ ଡ଼ାକ୍ତରଖାନାରେ ଆଉ ୨୪୫୨ ଜଣ ଡ଼ାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଜାନୁଆରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଡ଼ାକ୍ତର ପଦବୀ ପୂରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ଆଧାରରେ ୨୪୫୨ ମେଡିକାଲ ଅଫିସର (ଆସିଷ୍ଟାଣ୍ଟ ସର୍ଜନ) ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥି ମଧ୍ୟରୁ ୮୧୭ଟି ପଦବୀ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। କ୍ରୀଡ଼ାବିତ୍‍ଙ୍କ ପାଇଁ ୨୫ଟି ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୯୮ (୨୪ ମହିଳା) ପଦ ସଂରକ୍ଷିତ ଅଛି। ୪୦ ପ୍ରତିଶତ କିମ୍ବା ତଦୁର୍ଦ୍ଦ ଅକ୍ଷମତା ଥିବା ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ସଂରକ୍ଷଣ ସୁବିଧା ମିଳିବ ବୋଲି ଓପିଏସ୍‍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଓପିଏସ୍‍ସି ପକ୍ଷରୁ କୁହାଯାଇଛି ଯେ ଯଦି ଆବଶ୍ୟକ ସଂଖ୍ୟକ ମହିଳା ପ୍ରାର୍ଥୀ ନ ଥିବେ ତାହା ହେଲେ ସେହି ପଦବୀରେ ପୁରୁଷ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ତେବେ ଏସ୍‍ସି ଓ ଏସ୍‍ଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ପଦବୀରେ କୌଣସି ଅଦଳ ବଦଳ କରାଯାଇ ପାରିବ ନାହିଁ।

ଅଣ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ୬୩୩ (୨୧୧ ମହିଳା), ଏସ୍‍ଇବିସିଙ୍କ ପାଇଁ ୧୨୪(୪୧ ମହିଳା), ଏସ୍‍ସି ବର୍ଗ ପାଇଁ ୬୫୩ (୨୧୮ ମହିଳା) ଏବଂ ଏସ୍‍ଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୦୪୨ (୩୪୭ ମହିଳା) ପଦବୀ ସଂରକ୍ଷିତ ରହିଛି। ୨୦୨୧ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏସ୍‍ସି, ଏସ୍‍ଟି, ମହିଳା ଓ ଏସ୍‍ଇବିସି ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୫ ବର୍ଷ କୋହଳ କରାଯାଇ ଥିବା ବେଳେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷ କୋହଳ କରାଯାଇଛି। ସେହିପରି ଏସ୍‍ସି, ଏସ୍‍ଟି ଓ ଏସ୍‍ଇବିସି ବର୍ଗରେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୧୫ ବର୍ଷ କୋହଳ କରାଯିବ। ରାଜ୍ୟ ସରକାର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାଧିକୃତ ଚିକିତ୍ସାଳୟରେ ଠିକା କିମ୍ବା ଚୁକ୍ତି ଭିତ୍ତିରେ କାର୍ଯ୍ୟରତ ଡ଼ାକ୍ତରଙ୍କ ପାଇଁ ୫ ବର୍ଷ କୋଳହ କରାଯିବ। ପ୍ରାର୍ଥିମାନେ ମେଡିକାଲ କାଉନସିଲ ଅଫ୍‍ ଇଣ୍ଡିଆ ଦ୍ୱାରା ସ୍ୱିକୃତିପ୍ରାପ୍ତ ମେଡିକାଲ କଲେଜ କିମ୍ବା ମେଡିକାଲ ଅନୁଷ୍ଠାନରୁ ଏମ୍‍ବିବିଏସ୍‍ କିମ୍ବା ତତୁଲ୍ୟ ଡିଗ୍ରୀ ଧାରୀ ହୋଇଥିବା ଆବଶ୍ୟକ। କଟକ ଓ ଭୁବନେଶ୍ୱରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଓଡ଼ିଆ ଭାଷା କହିବା, ଲେଖିବା ଓ ପଢ଼ି ପାରୁଥିବା ଆବଶ୍ୟକ। ମାଟ୍ରିକ୍‍, ଦ୍ୱାଦଶ ଓ ଏମ୍‍ବିବିଏସ୍‍ ପରୀକ୍ଷାରେ ରଖିଥିବା ମାର୍କ ପାଇଁ ୧୦ ପ୍ରତିଶତ ଲେଖାଏଁ କ୍ୟାରିୟର୍‍ ମାର୍କିଂ ମିଳିବ। ସମୁଦାୟ ୨୦୦ ମାର୍କର ଲିଖିତ ପରୀକ୍ଷା ହେବ ବୋଲି ଓପିଏସ୍‍ସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ, ପ୍ରତିଟି ଅପରାଧକୁ ରାଜନୀତିକରଣ କରା ନ ଯାଉ- ମୁଖ୍ଯମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ବକ୍ତବ୍ୟ ରଖିଛନ୍ତି। ରେଳବାଇ, ବ୍ୟାଙ୍କିଂ, ଟେଲିକମ୍, କେନ୍ଦ୍ରୀୟ ଅନୁଦାନ ହ୍ରାସ , ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ଓ ଅଷ୍ଟମ ପରିଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ କରିବାକୁ ନିତି ଆୟୋଗ ବୈଠକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଗଣତନ୍ତ୍ରରେ ନିର୍ବାଚନ ଏକ ପ୍ରମୁଖ ଅଙ୍ଗ । ନିର୍ବାଚନରେ ବିଜୟୀ ହେଲା ପରେ ଦଳଗତ ଚିନ୍ତାଧାରାରୁ ଊର୍ଦ୍ଧ୍ୱରେ ରହି ସରକାରଙ୍କୁ ଲୋକଙ୍କ ପାଇଁ କାର୍ଯ୍ଯ କରିବାକୁ ପଡ଼ିଥାଏ । କିନ୍ତୁ ଆମେ ତାହା କରୁଛେ କି ନାହିଁ ତାହା ଆତ୍ମ ସମୀକ୍ଷା କରିବାର ବେଳ । ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ। ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରଙ୍କ ପ୍ରତି କାମକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି। ଏସବୁ ଦେଶର ଶାନ୍ତି ଏବଂ ବିକାଶରେ ବଡ଼ ବାଧକ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି।

ଜାତୀୟ ଦଳ ଗୁଡ଼ିକ ମହିଳା ସଂରକ୍ଷଣ ନେଇ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ପ୍ରତିଶ୍ରୃତି ଦେଇଛନ୍ତି । ଯଦି ଏହାକୁ ପାଳନ କରିବାନାହିଁ ଦେବେ ଆମକୁ ଇତିହାସ କ୍ଷମା ଦେବନି । ଅପପୁଷ୍ଟି, ଯୋଗାଯୋଗ, ଲିଙ୍ଗଗତ ବୈଷମ୍ୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଗ୍ରାମାଞ୍ଚଳ ଓ ଗରିବ ପିଲାଙ୍କ ମେଧାକୁ ନଜର ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୀତି ଆୟୋଗ ବୈଠକରେ ଅନେକ ପ୍ରସଙ୍ଗ ଉଠୁଛି । ନୀତି ଆୟୋଗର ପଦକ୍ଷେପ ସମସ୍ତେ ଜାଣିବା ଉଚିତ । ଅନୁସୂଚିତ ଜନଜାତି ତାଲିକାରେ କିଛି ସମ୍ପ୍ରଦାୟ ସାମିଲ ପ୍ରସଙ୍ଗ ୧୯୭୮ରୁ ପଡ଼ିରହିଛି । ବିନା ନିଷ୍ପତ୍ତିରେ ଦୀର୍ଘବର୍ଷ ଧରି ପକାଇ ରଖିବା ଠିକ ନୁହେଁ ବୋଲି ନବୀନ ପରାମର୍ଶ ଦେଇଛନ୍ତି । କରୋନା ନେଇ ସଂଗ୍ରାମ ମିଳିତ ଉଦ୍ୟମର ପ୍ରତିଫଳନ । ସଂଘୀୟ ରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମିଳିତ ଉଦ୍ୟମ ଦରକାର ବୋଲି ସେ ଯୁକ୍ତି ବାଢିଛନ୍ତି ।

ମୟୁରଭଞ୍ଜ ସଡ଼କ ଦୁର୍ଘଟଣା; ମୁଖ୍ଯମନ୍ତ୍ରୀଙ୍କ ଶୋକ, ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା
ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲାର ସାରକଣାଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଓଡ଼ିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡ ଅଧିବାସୀ । ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତ୍ୟୁବରଣ କରିଥିବା ୪ ଜଣ ଓଡ଼ିଶା ଅଧିବାସୀଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବାରିପଦା-ଅମର୍ଦା ରାଜ୍ୟ ରାଜପଥର ଶୀର୍ଷାପାଳ ଛକରେ ଗୁରୁବାର ସିରିଜ ଦୁର୍ଘଟଣା ଘଟିଥିଲା। ଗୋଟିଏ ଟ୍ରକ ଧକ୍କାରେ ତିନିଟି ଅଟୋ (ଦୁଇଟି ଯାତ୍ରୀବାହୀ ଏବଂ ଅନ୍ୟଟି ଡାଲା ଅଟୋ)କୁ ସିରିଜ ଧକ୍କା ଦେବାରୁ ଘଟଣାସ୍ଥଳରେ ଅଟୋଗୁଡିକ ଭାଙ୍ଗିରୁଜି ଯିବା ସହିତ ଚାରିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ
ରାଉରକେଲା : ଆସନ୍ତାକାଲି ରାଉରକେଲା ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ତଥା ବିକାଶ କାର୍ଯ୍ୟକ୍ରମ ପାଇଁ ୪ ହଜାର ୮୦୦ କୋଟି ଟଙ୍କାର ପ୍ରକଳ୍ପକୁ ଅନାବରଣ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପୂର୍ଣ୍ଣ ପ୍ରସ୍ତୁତିରେ ଲାଗିପଡ଼ିଛି ଜିଲା ପ୍ରଶାସନ। ରାଉରକେଲା ସହରକୁ ଉନ୍ନତ ମାନର ସହର ଭାବେ ଗଢ଼ି ତୋଳିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରୟାସ ରହିବ। ରାଜ୍ୟ ସରକାରଙ୍କ ଫୋକସ୍‌ରେ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ରହିଆସିଛି। ସମସ୍ତ ପ୍ରକାର ବିକାଶ ଯୋଜନା ଯେପରି ସଠିକ୍‌ ଭାବେ ଏଠାରେ କାର୍ଯ୍ୟକାରୀ ହୁଏ ସେନେଇ ଶାସକ ଦଳ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି। ୧୬ ତାରିଖ ବିପିୟୁଟି କ୍ୟାମ୍ପସ ସମାବେଶ ନବୀନ ପଟ୍ଟନାୟକଙ୍କ ଏହି ଲକ୍ଷ୍ୟକୁ ସାକାର କରିବ ବୋଲି ଆଶା କରାଯାଉଛି।

ସଭାସ୍ଥଳରେ ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ରହିଛି। ସେଠାରେ ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ପ୍ରଶାସନିକ ଅଧିକାରୀଙ୍କ ସହ ବିଜେଡି କର୍ମୀ ଏବଂ ମନ୍ତ୍ରୀ, ରାଜ୍ୟସଭା ସାଂସଦ, ନିଗମ ଅଧ୍ୟକ୍ଷ ତଥା ବିଧାୟକ ଏହି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ବିଜେଡି ରାଜ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼େଇ ପ୍ରମୁଖ ରବିବାର ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି। ଏଠାରେ ହେବାକୁ ଥିବା ସରକାରଙ୍କ ବିଭିନ୍ନ କାର୍ଯ୍ୟପନ୍ଥା ମଧ୍ୟରେ ହକି ବିଶ୍ୱକପ୍‍-୨୦୨୩ ଏବେ ରାଜ୍ୟ ସରକାରଙ୍କ ମୁଖ୍ୟ ରେଡାର୍‍ରେ ରହିଛି। ହକି ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାକୁ ବିଶ୍ୱସ୍ତରୀୟ ହକି ଖେଳାଯିବାକୁ ଥିବାରୁ ସବୁ ମହଲରେ ଉତ୍ସାହ ରହିଛି। ଏହାକୁ ସାକାର କରିବା ପାଇଁ କୌଣସି ପ୍ରକାର ପ୍ରସ୍ତୁତିକୁ ହାତଛଡ଼ା କରିବାକୁ ଚାହୁନାହାନ୍ତି ରାଜ୍ୟ ସରକାର। ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପରିସରରେ ପ୍ରାୟ ୧୫ ଏକର ଜାଗାରେ ଏଥିପାଇଁ ସର୍ବବୃହତ୍‍ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବାକୁ ଘୋଷଣା ହୋଇସାରିଛି। ଏହାର ଭିତ୍ତିପ୍ରସ୍ତର ସ୍ଥାପନ ସହ ୩ ହଜାର ୯୫୮ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ ନିର୍ମାଣ କରାଯିବ। କୃଷିକ୍ଷେତ୍ରର ଉନ୍ନତି ପାଇଁ ୩୫୨ କୋଟି ଟଙ୍କାରେ ୧୧ଟି ବୃହତ୍‍ ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ହେବ। ପାନୀୟଜଳର ସୁବିଧା ପାଇଁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ରହିଥିବା ବେଳେ ବିଭିନ୍ନ ୧୬ ଶହ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ସହ ଶିକ୍ଷାକ୍ଷେତ୍ରରେ ଉନ୍ନତି ପାଇଁ ୧୦ଟି କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଏବଂ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୧୭ଟି ଛାତ୍ର ନିବାସ ଓ ୧୬ଟି ଛାତ୍ରୀ ନିବାସର ଶିଳାନ୍ୟାସ ଆଦି କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ରାଉରକେଲାରେ ବିପିୟୁଟି ସମେତ ୧୦ଟି ପ୍ରମୁଖ ସ୍ଥାନରେ ଏଲ୍‍ଇଡି ପ୍ରୋଜେକ୍ଟର ମଧ୍ୟ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ସିଧାସଳଖ ଦେଖିପାରିବେ। ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଲୋକଙ୍କ ସହ ମନ୍ତ୍ରୀ, ନିଗମ ଅଧ୍ୟକ୍ଷ ଓ ବିଧାୟକମାନେ କଥା ହେବେ। ସରକାରୀ ଯୋଜନାଗୁଡ଼ିକ ସଠିକ୍‍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତଦାରଖ କରିବେ। ଏହାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ମନ୍ତ୍ରୀ, ନିଗମ ଅଧ୍ୟକ୍ଷ ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।