Health Insurance - The Sakala

ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ବୈଠକରେ ସହମତି: ଟର୍ମ ଲାଇଫ, ସ୍ବାସ୍ଥ୍ୟବୀମାରୁ ହଟିବ ଟିକସ; ବୟସ୍କଙ୍କୁ ମିଳିବ ଫାଇଦା
ନୂଆଦିଲ୍ଲୀ: ଟର୍ମ ଲାଇଫ ଏବଂ ଜୀବନ ବୀମା ପ୍ରିମିୟମ ଉପରୁ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସ୍‌ଟି ନେଉଛନ୍ତି। ବିଭିନ୍ନ ମହଲରେ ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରାଯାଉଛି। ଖୋଦ୍‌ କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ ବୀମା ଉପରେ ଜିଏସ୍‌ଟିକୁ ବିରୋଧ କରିଥିଲେ। ସେ ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ ଚିଠି ଲେଖିଥିଲେ। ଏହା ମୃତ୍ୟୁ ଉପରେ ବୀମା ନେବା ସହ ସମାନ ବୋଲି କହିଥିଲେ। ଚାରିଆଡୁ ସମାଲୋଚନା ପରେ କେନ୍ଦ୍ର ସରକାର ଟର୍ମ ଲାଇଫ ଏବଂ ଜୀବନ ବୀମା ଉପରେ ଜିଏସ୍‌ଟିକୁ ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ମନ୍ତ୍ରିଗୋଷ୍ଠୀ (ଜିଓଏମ)ବୈଠକରେ ଟର୍ମ ଲାଇଫ ଏବଂ ଜୀବନ ବୀମା ପ୍ରିମିୟମ ଉପରୁ ଜିଏସ୍‌ଟି ହଟାଇବା ପାଇଁ ସହମତି ପ୍ରକାଶ ପାଇଛି। ତେବେ ଜିଏସ୍‌ଟି ହ୍ରାସର ଲାଭ ସମସ୍ତଙ୍କୁ ପ୍ରଦାନ କରାଯିବ ନାହିଁ। କେବଳ ବରିଷ୍ଠ ନାଗରିକଙ୍କୁ ପ୍ରିମିୟମରେ ଆଶ୍ବସ୍ତି ଦେବାକୁ ମନ୍ତ୍ରୀଗୋଷ୍ଠୀ ବୈଠକରେ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କ ଲାଗି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାର ପ୍ରିମିୟମ ଉପରେ ଜିଏସ୍‌ଟି ହଟାଇବାକୁ ସହମତି ପ୍ରକାଶ ପାଇଛି। ମାତ୍ର ୫ ଲକ୍ଷ ଟଙ୍କାରୁ ଅଧିକ ବୀମାର ପ୍ରିମିୟମ ଉପରେ କୌଣସି ଆଶ୍ବସ୍ତି ପ୍ରଦାନ କରାଯିବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।

ସୂଚନା ଅନୁଯାୟୀ ଏହି ବୈଠକରେ ରାଜ୍ୟ ମନ୍ତ୍ରିସ୍ତରୀୟ କମିଟିର ଅଧିକାଂଶ ସଦସ୍ୟ ସାଧାରଣ ଜନତାଙ୍କୁ ଲାଭ ଦେବା ଲାଗି ଟିକସ ହ୍ରାସକୁ ସମର୍ଥନ କରିଥିଲେ। ମାତ୍ର ବରିଷ୍ଠ ନାଗରିକଙ୍କୁ ସମସ୍ତେ ପ୍ରାଧାନ୍ୟ ଦେଇଥିଲେ। ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ରିପୋର୍ଟ ଜିଏସ୍‌ଟି ପରିଷଦକୁ ପ୍ରଦାନ କରାଯିବ ବୋଲି ବିହାର ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି। ତେବେ ଜିଏସ୍‌ଟି ପରିଷଦ ଏହା ଉପରେ ଅନ୍ତିମ ନିଷ୍ପତ୍ତି ନେବ। ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଦାନ କରାଯାଇଥିବା ବୀମା ପ୍ରିମିୟମ ଯେତେ ଅଧିକ ହେଲେ ବି ଜିଏସ୍‌ଟି ଲାଗିବ ନାହିଁ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଜିଏସ୍‌ଟି ପରିଷଦର ଗତ ବୈଠକରେ ଏହି ପ୍ରିମିୟମ ବିଷୟରେ ନିଷ୍ପତ୍ତି ନେବା ପାଇଁ ୧୩ ସଦସ୍ୟ ବିଶିଷ୍ଟ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଥିଲା। ସମ୍ରାଟ ଚୌଧୁରୀ ଏହାର ସଂଯୋଜକ ଥିବାବେଳେ ଉତ୍ତର ପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ଗୋଆ, ଗୁଜରାଟ, ମେଘାଳୟ, ପଞ୍ଜାବ, ତାମିଲନାଡୁ ଏବଂ ତେଲଙ୍ଗାନା ମନ୍ତ୍ରୀ ସାମିଲ ଅଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଏହି କମିଟିକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅନ୍ୟପକ୍ଷରେ ଆଜିର ମନ୍ତ୍ରୀଗୋଷ୍ଠୀ ବୈଠକରେ ବିଭିନ୍ନ ଦ୍ରବ୍ୟ ଉପରେ ଜିଏସ୍‌ଟି ହାର ପରିବର୍ତ୍ତନକୁ ନେଇ ଚର୍ଚ୍ଚା ହୋଇଥିଲା। ଜିଏସ୍‌ଟି ହାର ବୃଦ୍ଧି ଦ୍ବାରା ଅତିରିକ୍ତ ୨୨ ହଜାର କୋଟି ଟଙ୍କାର ରାଜସ୍ବ ମିଳିବ ବୋଲି ଚର୍ଚ୍ଚା କରାଯାଇଥିଲା। ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଓଏମରେ ୨୦ ଲିଟିରିଆ ପ୍ୟାକେଜ୍‌ଡ ପାଣି ବୋତଲ ଉପରେ ଜିଏସ୍‌ଟିକୁ ୨୦ରୁ ୫ ପ୍ରତିଶତ, ୧୦ ହଜାରରୁ କମ୍‌ ଦାମର ବାଇସାଇକେଲ ଏବଂ ନୋଟ୍‌ବୁକ (ଅଭ୍ୟାସ)ରୁ ୧୨ରୁ ୫ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଅଧିକ ଦାମର ଜୋତା(୧୫ ହଜାରରୁ ଊର୍ଦ୍ଧ୍ବ) ଏବଂ ୨୫ ହଜାରରୁ ଅଧିକ ମୂଲ୍ୟର ହାତଘଣ୍ଟା ଉପରେ ଜିଏସ୍‌ଟି ବଢ଼ାଇ ୧୮ରୁ ୨୮ ପ୍ରତିଶତ କରିବାକୁ ସମ୍ରାଟ ପ୍ରସ୍ତାବ ଦେଇଥିଲେ। ଏହା ବ୍ୟତୀତ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ, ହେୟାର ଡ୍ରାଏର, ହେୟାର କଲର ଉପରେ ଜିଏସ୍‌ଟି ବଢ଼ାଇବାକୁ ଆଲୋଚନା ହୋଇଥିଲା। ସାଧାରଣ ନାଗରିକଙ୍କୁ ଆଶ୍ବସ୍ତି ଦେବା ଲାଗି ୧୦୦ରୁ ଅଧିକ ସାମଗ୍ରୀର ଜିଏସ୍‌ଟିକୁ ହ୍ରାସ କରି ୧୨ରୁ ୫ ପ୍ରତିଶତ କରିବାକୁ ମନ୍ତ୍ରିସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା। ଏହି ୬ ସଦସ୍ୟ ବିଶିଷ୍ଟ ଜିଓଏମ୍‌ରେ ବିଭିନ୍ନ ରାଜ୍ୟର ଅର୍ଥ ଓ ସ୍ବାସ୍ଥ୍ୟମନ୍ତ୍ରୀ ସାମିଲ ଅଛନ୍ତି।

ମହଙ୍ଗା ପଡ଼ିଲା ପୁରୁଣା ରୋଗ ସମ୍ପର୍କିତ ତଥ୍ୟ ଲୁଚାଇବା, ସୂଚନା ଦେଇ ନ ଥିବାରୁ ୨୫% କ୍ଲେମ୍‌ ଖାରଜ
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବୀମା କିଣିବା ସମୟରେ ମଧୁମେହ ଏବଂ ରକ୍ତଚାପ (ବିପି) ପରି ଅନ୍ୟ ପୁରୁଣା ରୋଗ ଲୁଚାଇବା ଆପଣଙ୍କ ପାଇଁ ବହୁତ ମହଙ୍ଗା ପଡିପାରେ। ଏହି ଆଧାରରେ, ବୀମା କମ୍ପାନୀଗୁଡିକ ବୀମାକାରୀ କରିଥିବା କ୍ଲେମ୍‌ ବା ଦାବିକୁ ପ୍ରତ୍ୟାଖ୍ୟାନ କରିପାରିବେ ଏବଂ ପ୍ରିମିୟମ ଟଙ୍କା ଜବତ କରି ବୀମା ପଲିସିକୁ ମଧ୍ୟ ବାତିଲ କରିପାରିବେ। ନିକଟରେ ହୋଇଥିବା ପଲିସି ବଜାର ସର୍ବେକ୍ଷଣ ଅନୁଯାୟୀ, ୨୫% ସ୍ୱାସ୍ଥ୍ୟ ବୀମା ଆବେଦନ ପୁରୁଣା ରୋଗ ଲୁଚାଇବା କାରଣରୁ ପ୍ରତ୍ୟାଖ୍ୟାନ କରାଯାଇଛି।

ପଲିସି ବଜାରର ସର୍ଭେ ଅନୁଯାୟୀ, ଭାରତରେ ୨୫% ସ୍ୱାସ୍ଥ୍ୟ ବୀମା କ୍ଲେମ୍‌କୁ ପୁରୁଣା ରୋଗ ଲୁଚାଇବା ଆଧାରରେ ପ୍ରତ୍ୟାଖ୍ୟାନ କରାଯାଇଥିବାବେଳେ ବୀମା ଉତ୍ପାଦର ସୀମିତ ବୁଝାମଣା ହେତୁ ୫୦ ପ୍ରତିଶତ କ୍ଲେମ୍‌ ପ୍ରତ୍ୟାଖ୍ୟାନ କରାଯାଇଛି। ଚଳିତବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ବୀମାକାରୀଙ୍କ ଦ୍ବାରା କରାଯାଇଥିବା ଦୁଇ ଲକ୍ଷ କ୍ଲେମ୍‌ ମଧ୍ୟରୁ ୩୦ ହଜାର କ୍ଲେମ୍‌କୁ ପ୍ରତ୍ୟାଖ୍ୟାନ କରାଯାଇଥିବା ରିପୋର୍ଟରେ ସୂଚନା ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ସ୍ୱାସ୍ଥ୍ୟ ବୀମା ଉତ୍ପାଦ ବିଷୟରେ ଗ୍ରାହକଙ୍କ ବୁଝିବା ସୀମିତ ରହିଥାଏ। ଅନେକ ଥର ବୀମାକାରୀ ଏମିତି ଭୁଲ୍ କରିଥାନ୍ତି, ଯେଉଁଥିପାଇଁ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡିଥାଏ।

ଉଦାହରଣ ସ୍ୱରୂପ, ଅନେକ ରୋଗ ରହିଛି ଯେଉଁଥିପାଇଁ କ୍ଲେମ୍‌ରେ ୱେଟିଂ ପରିୟଡ୍‌ ବା ଅପେକ୍ଷା ସମୟ ରହିଥାଏ। ଏହି ଅପେକ୍ଷା ସମୟ ଏକ ମାସ, ଦୁଇ ବର୍ଷ କିମ୍ବା ଚାରି ବର୍ଷ ହୋଇପାରେ। ଧରାଯାଉ ଯଦି ଷ୍ଟୋନ୍‌ ସମ୍ପର୍କିତ ରୋଗର ଅପେକ୍ଷା ସମୟ ଦୁଇ ବର୍ଷ ହୁଏ, ତେବେ ବୀମା ଗ୍ରହଣ କରିବାର ଦୁଇ ବର୍ଷ ପରେ କମ୍ପାନୀ ଷ୍ଟୋନ୍‌ ଚିକିତ୍ସା ପାଇଁ କ୍ଲେମ୍‌ ପ୍ରଦାନ କରିବ। ପଲିସି ବଜାରର ଏକ ସର୍ଭେରେ ଏହା ଜଣାପଡିଛି ଯେ କ୍ଲେମ୍‌ଗୁଡିକର ୧୮ ପ୍ରତିଶତରୁ ଅଧିକ ଅପେକ୍ଷା ଅବଧି ସମାପ୍ତ ନ ହେବା ହେତୁ ଖାରଜ କରିଦିଆଯାଉଛି। ଏହାର ଅର୍ଥ ହେଉଛି ଏଭଳି ମାମଲାରେ ଅପେକ୍ଷା ଅବଧି ସମାପ୍ତ ହେବା ପୂର୍ବରୁ ବୀମାକାରୀ କ୍ଲେମ୍‌ ଦାଖଲ କରିଛନ୍ତି। ସର୍ଭେରୁ ଆହୁରିମଧ୍ୟ ଜଣାପଡିଛି ଯେ ୨୫ ପ୍ରତିଶତ କ୍ଲେମ୍‌ ପ୍ରତ୍ୟାଖ୍ୟାନ କରାଯାଇଛି କାରଣ ସେଗୁଡିକ ବୀମା କଭରେଜ୍ ବାହାରେ ରହିଥିଲା। ଅନେକ ସମୟରେ ବୀମା ଉତ୍ପାଦରେ ଡେ କେୟାର ବା ଓପିଡି କଭରେଜ୍ ଅନ୍ତର୍ଭୂକ୍ତ କରାଯାଏନାହିଁ, କିନ୍ତୁ ବୀମାକାରୀ ତାହାର କ୍ଲେମ୍‌ କରିଥାନ୍ତି। ତେଣୁ, ବୀମା କ୍ରେତା ପଲିସି ନେବା ସମୟରେ କଭରେଜର ପରିସରକୁ ସଠିକ୍ ଭାବରେ ବଝିବା ଜରୁରୀ। ଚିକିତ୍ସା କରିବା ପୂର୍ବରୁ ପଲିସିର ଦସ୍ତାବିଜ୍‌ଗୁଡିକୁ ସଠିକ୍ ଭାବେ ପଢ଼ିବା ଏବଂ ବୁଝିବା ଦ୍ୱାରା ଏହି ପ୍ରକାରର ପ୍ରତ୍ୟାଖ୍ୟାନକୁ ହ୍ରାସ କରାଯାଇପାରେ। ଭୁଲ ଫାଇଲ୍‌ କରାଯିବା ହେତୁ ୪.୫ ପ୍ରତିଶତ କ୍ଲେମ୍‌ ପ୍ରତ୍ୟାଖ୍ୟାନ କରାଯାଇଛି। ସର୍ବେକ୍ଷଣରୁ ଜଣାପଡିଛି ଯେ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ୫୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବୀମା କ୍ଷେତ୍ରରେ ପ୍ରତ୍ୟାଖ୍ୟାନ ହାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ତୁଳନାରେ ବହୁତ କମ୍ ରହିଛି। ସ୍ୱାସ୍ଥ୍ୟ ବୀମା କିଣିବାବେଳେ, ପ୍ରତ୍ୟେକ ବ୍ୟକ୍ତି ବୀମା କମ୍ପାନୀମାନଙ୍କୁ ତାଙ୍କର ଚିକିତ୍ସା ଇତିହାସ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବା ଉଚିତ୍ ବୋଲି ପଲିସି ବଜାରର ମୁଖ୍ୟ (ସ୍ବାସ୍ଥ୍ୟ ବୀମା)ଅମିତ୍‌ ଛାବଡା କହିଛନ୍ତି। ଦାବିପତ୍ର ଦାଖଲ କରିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ଯତ୍ନର ସହ ପ୍ରଦାନ କରାଯିବା ଉଚିତ ଯାହା ଦ୍ବାରା ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯିବନାହିଁ।

୧୦ ଲକ୍ଷକୁ ବଢ଼ିଲା ବିଧାୟକଙ୍କ ସ୍ୱାସ୍ଥ୍ୟବୀମା
ଭୁବନେଶ୍ୱର : ଏଣିକି ଓଡ଼ିଶା ବିଧାନସଭାର ପୂର୍ବ ତଥା ବର୍ତ୍ତମାନର ବିଧାୟକ/ବିଧାୟିକା ଏବଂ ସେମାନଙ୍କର ପତି/ପତ୍ନୀଙ୍କୁ ୫ ଲକ୍ଷ ଟଙ୍କା ପରିବର୍ତ୍ତେ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ମୋଟ ୫୬୨ ଜଣ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟସେବାର ସୁବିଧା ପାଇବେ ବୋଲି ଜଣାପଡ଼ିଛି। ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ବାଦ୍‍ ଦେଇ ୧୨୪ ଜଣ ବିଧାୟକ/ବିଧାୟିକା ସେମାନଙ୍କ ପତି ବା ପତ୍ନୀ; ଏହିପରି ମୋଟ ୨୧୨ ଜଣଙ୍କୁ ଏହି ସୁବିଧା ମିଳିବ।

ଏଥିସହ ଓଡ଼ିଶା ବିଧାନସଭାର ୩୧୭ ଜଣ ପୂର୍ବତନ ବିଧାୟକ/ବିଧାୟିକା ଏବଂ ସେମାନଙ୍କର ପତି/ପତ୍ନୀଙ୍କୁ ମଧ୍ୟ ସୁବିଧା ମିଳିବ। ବିଧାୟକ ଏବଂ ପୂର୍ବ ବିଧାୟକମାନେ ଏହି ସ୍ୱାସ୍ଥ୍ୟବୀମାର ରାଶି ପରିମାଣ ବୃଦ୍ଧି କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ। ତଦନୁଯାୟୀ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ସ୍ୱାସ୍ଥ୍ୟବୀମା ରାଶିକୁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ବିଚାର ନିମନ୍ତେ ଉପସ୍ଥାପନ କରାଯାଇଥିଲା। ଉକ୍ତ ପ୍ରସ୍ତାବକୁ ବିଚାର କରି ରାଜ୍ୟ ଅର୍ଥ ବିଭାଗ ଏହି ବୃଦ୍ଧି ପ୍ରସ୍ତାବ ଉପରେ ସହମତି ପ୍ରଦାନ କରିଥିଲେ।