Sewage Processing Plants - The Sakala

ପ୍ରତି ବନ୍ୟାରେ ବୁଡ଼ିବ ମଳ ପ୍ରକ୍ରିୟାକରଣ ପ୍ଲାଣ୍ଟ
ବୌଦ୍ଧ : ବୌଦ୍ଧଗଡ଼ ଏନଏସି ଏବଂ ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ଅଭାବ ଯୋଗୁଁ ସହରରେ ନିର୍ମାଣ ହୋଇଥିବା ମଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଚଳିତ ବନ୍ୟାରେ ବୁଡ଼ିଛି। ୨୦୨୧ ଏପ୍ରିଲରେ ଏହି ପ୍ରକଳ୍ପ କାର୍ଯ୍ୟାରମ୍ଭ ହୋଇଥିଲା। ନାସନାଲ ଗ୍ରୀନ ଟ୍ରିବ୍ୟୁନାଲର ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ୨ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବୌଦ୍ଧଗଡ଼ ଏନଏସି ତରଫରୁ ୱାର୍ଡ ନଂ ୧ରେ ମହାନଦୀ କୂଳରେ ୧.୭୮ ଏକର ପରିମିତ ଜାଗାରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି। ଏଠାରେ ପ୍ରକଳ୍ପ ନିର୍ମାଣ ହେବା ପୂର୍ବରୁ ସହରରୁ ପ୍ରାୟ ୪ କିଲୋମିଟର ଦୂର ନାରାୟଣପୁର ଗ୍ରାମ ନିକଟରେ ଏକ ଜନବସତି ଶୂନ୍ୟ ସ୍ଥାନରେ ଏହି ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ ହୋଇଥିଲା। ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ସେଠାରେ ଏହି ମଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ ସ୍ଥଗିତ ରଖାଯାଇ ସହର ମଧ୍ୟରେ ନିର୍ମାଣ କରାଯାଇଛି।

ତେବେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ରହିଥିବା ମାର୍ଗଦର୍ଶିକା ସମ୍ପୂର୍ଣ୍ଣ ଉଲଙ୍ଘନ କରାଯାଇ ଏଠାରେ ନିର୍ମାଣ ହୋଇଛି। ମାର୍ଗଦର୍ଶିକା ଅନୁସାରେ ଜନବସତିଠାରୁ ଦୂରରେ ଏବଂ ଜଳ ଉତ୍ସଠାରୁ ୨ ଶହ ମିଟର ଦୂରରେ ମଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ ହେବା ଉଚିତ। ଏହା ସହ ପ୍ରକଳ୍ପ ଅଞ୍ଚଳ ବନ୍ୟାପ୍ଲାବିତ ଅଞ୍ଚଳ ହୋଇ ନ ଥିବା ଦରକାର। ଏଠାକୁ ଯେକୌଣସି ସମୟରେ ଆମ୍ୱୁଲାନ୍ସ, ଅଗ୍ନିଶମ, ପୁଲିସ, ସେସପୁଲ ଓ ଅନ୍ୟାନ୍ୟ ଜରୁରୀକାଳୀନ ଯାନ ଚଳାଚଳ ପାଇଁ ରାସ୍ତା ଥିବା ଦରକାର। ସେହିପରି ଜିଲ୍ଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହମତି ଭିତ୍ତିରେ ପ୍ରକଳ୍ପ ସ୍ଥାନ ନିରୂପଣ ହେବା ଉଚିତ; କିନ୍ତୁ ଏଠାରେ ମାର୍ଗଦର୍ଶିକା ବିପରୀତରେ ଜନବସତି ନିକଟରେ, ଜଳଉତ୍ସ ପାର୍ଶ୍ବରେ, ମହାନଦୀର ବନ୍ୟାପ୍ଲାବିତ ଅଞ୍ଚଳରେ, ରାସ୍ତା ନ ଥିବା ସ୍ଥାନରେ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହମତି ବିନା ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି।

ଏହି ପ୍ରକଳ୍ପର ଗୋଟିଏ ପାର୍ଶ୍ବରେ ମହାନଦୀ ପ୍ରବାହିତ ହେଉଥିବା ବେଳେ ଅନ୍ୟ ୩ ଦିଗରେ ବ୍ୟକ୍ତିଗତ ମାଲିକାନାରେ ଥିବା ପ୍ଲଟ ରହିଛି। ତେଣୁ ପ୍ରକଳ୍ପ ଆରମ୍ଭ ହେବା ସମୟରେ ଏହାର ନିର୍ମାଣକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିବା ସହ ଜିଲ୍ଲାପାଳଙ୍କୁ ଲିଖିତ ପ୍ରତିବାଦ ମଧ୍ୟ ଜଣାଇଥିଲେ। ଚଳିତ ବନ୍ୟାରେ ମହାନଦୀର ଉଦବୃତ୍ତ ଜଳରେ ଏହି ମଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ସମ୍ପୂର୍ଣ୍ଣ ବୁଡି ଯାଇଥିଲା। ଏଠାକୁ ଗମନାଗମନ ପାଇଁ ନଦୀ ଗର୍ଭରେ ନିର୍ମିତ ହୋଇଥିବା ରାସ୍ତା ନିଶ୍ଚିହ୍ନ ହୋଇଯାଇଛି। ଏଭଳି ପ୍ରକଳ୍ପ ପାଇଁ ସ୍ଥାନ ନିରୂପଣ ପୂର୍ବରୁ ଆବଶ୍ୟକ ଭୌଗୋଳିକ, ସାମାଜିକ, ଅର୍ଥନୈତିକ, ବୈଷୟିକ, ପରିବେଶ, ପରିସ୍ଥାନ, ପ୍ରଦୂଷଣ, ମୃତ୍ତିକା, ଜଳଉତ୍ସ, ଜଳସ୍ରୋତ, ବର୍ତମାନ ଓ ଭବିଷ୍ୟତର ଜମି ଉପଯୋଗ ଭଳି ପରିମାପକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି।

ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ତତ୍କାଳୀନ ବୌଦ୍ଧଗଡ଼ ଏନଏସି ପ୍ରଶାସକ ତଥା ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହି ସ୍ଥାନରେ ପ୍ରକଳ୍ପ ନିର୍ମାଣ କରାଇଥିଲେ। ଏହି ସ୍ଥାନଟି ବୁଡି ଅଞ୍ଚଳ ବୋଲି ପ୍ରଶାସନର ଜ୍ଞାତସାରରେ ଅଛି। ଏହା ସତ୍ତ୍ବେ କେବଳ ସରକାରୀ ଅର୍ଥ ବିନିଯୋଗ କରିବା ଜିଦରେ ଜାଣିଶୁଣି ଏଠାରେ ନିର୍ମାଣ କରାଯାଇଛି। ଏଣୁ ଏହି ପ୍ଲାଣ୍ଟ ପ୍ରତିବର୍ଷ ଏଭଳି ବନ୍ୟାରେ ବୁଡ଼ିବା ନିଶ୍ଚିତ। ଅନ୍ୟପକ୍ଷେ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲାପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏହି ପ୍ରକଳ୍ପରେ ସରକାରୀ ଅର୍ଥ ଅପଚୟ ହୋଇଛି। ପ୍ରକଳ୍ପର ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ସଂକ୍ରାନ୍ତରେ ଆଇନଜୀବୀ ଡୋଳାମଣି ପ୍ରଧାନ ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ବିରୋଧରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏବଂ ଲୋକାୟୁକ୍ତଙ୍କ ନିକଟରେ ମକଦ୍ଦମା ଦାଏର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।