Rajpath - The Sakala

ପ୍ରତି ୩ ଦିନରେ ମୋଦୀଙ୍କୁ କିଛି ଉଦଘାଟନ କରିବାର ଅଛି, କିଛି ନମିଳିଲେ ରାଜପଥ ନାମ ପରିବର୍ତ୍ତନ କରି ଉଦଘାଟନ କରୁଛନ୍ତି : ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ
ନୂଆଦିଲ୍ଲୀ : ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବର୍ତ୍ତମାନର ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଦଳୀୟ ସରକାରଙ୍କୁ ଟାର୍ଗେଟ କରି ସାରିଛନ୍ତି ରାଜ୍ୟପାଳ ମଲିକ। ସେ କେନ୍ଦ୍ରର ଅନେକ ଯୋଜନା ଏବଂ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଛନ୍ତି। ବର୍ତ୍ତମାନ ରାଜ୍ୟପାଳ ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ, ସେ ପ୍ରତ୍ୟେକ ତୃତୀୟ ଦିନରେ ଉଦଘାଟନ କରୁଛନ୍ତି। ବୋଧହୁଏ ଏଥର କିଛି ଉଦଘାଟନ କରିବାକୁ ନଥିଲା। ସେଥିପାଇଁ ସେ ରାଜପଥ ନାମ ପରିବର୍ତ୍ତନ କରି ଏହାର ଉଦଘାଟନ କରିଛନ୍ତି।

ନିକଟରେ ଉତ୍ତର ପ୍ରଦେଶ ବୁଲନ୍ଦ ଶହର ଜିଲ୍ଲାର ମୁଢି ବାକାପୁର ଗ୍ରାମରେ ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ । ଏହି ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ରାଜପଥ ବ୍ରିଟିଶ ନାମ ନୁହେଁ। ତେଣୁ ଏହାର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାବଦରେ ପ୍ରତିକ୍ରିୟା ରଖି ରାଜ୍ୟପାଳ କହିଛନ୍ତି ସେ ଏକ ଭଲ କାମ କରୁଛନ୍ତି। ତାଙ୍କୁ ମୋର ଶୁଭେଚ୍ଛା।ବର୍ତ୍ତମାନ ଯୁବକ ଅଛନ୍ତି ତେଣୁ ଚାଲୁଛନ୍ତି, ହେଲେ ଆଜିକାଲି ନେତମାନେ ଏସବୁ କରୁ ନାହାନ୍ତି ବୋଲି ମଲିକ କହିଛନ୍ତି।

କୃଷକ ଆନ୍ଦୋଳନ ପର ଠାରୁ ମୋ ଇସ୍ତଫା ମୋ ପାଖରେ ପଡ଼ିଛି। ଯେତେବେଳେ ତାଙ୍କୁ କୁହାଯାଏ ଯେ ତାଙ୍କ କଥା ତାଙ୍କ ଦଳର ସରକାରଙ୍କୁ କ୍ଷତି ପହଞ୍ଚାଉଛି, ତାହାଲେ ସେ ଇସ୍ତଫା ଦେଇଦେବେ। ଯଦି କିଛି ସତ କଥାକହି କିଛି ହରେଇବାକୁ ପଡେ ତେବେ ତା ପାଇଁ ମୁଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ସେପଟେ ଇଡି ଓ ସିବିଆଇର ଛାଟ କେବଳ ବିରୋଧୀ ନେତାଙ୍କ ଉପରେ ପଡୁଛି କିନ୍ତୁ ବିଜେପିର ଅନେକ ନେତା ଅଛନ୍ତି ଯେଉଁମାନଙ୍କ ଉପରେ ଜାତୀୟ ଯାଞ୍ଚ ଏଜେନ୍ସିର ରେଡ୍‌ କରିବା ଆବଶ୍ୟକ।  ଏମଏସପି ପ୍ରସଙ୍ଗ ଉଠାଇ ରାଜ୍ୟପାଳ କହିଛନ୍ତି ଯେ ଯଦି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ କାର୍ୟ୍ୟକାରୀ ନ କରାଯାଏ ତାହେଲେ କୃଷକ ଏବଂ ସରକାରଙ୍କ ମଧ୍ୟରେ ପୁଣି ଥରେ ଏକ ବଡ ଲଢେଇ ହେବା ନିଶ୍ଚିତ।

ଅନ୍ୟପଟେ ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି କରାଯିବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏଥିରେ ସେ ପ୍ରତିକ୍ରିୟା ଦେବା ବେଳେ ତାଙ୍କୁ ମଧ୍ୟ ଅଫର ମିଳିଥିବା କଥା କହିଥିଲେ। ଧନଖଡ଼ଙ୍କ ବିଷୟରେ ସେ କହିଥିଲେ ଯେ ଧନଖଡ଼ ଉପଯୁକ୍ତ ପାର୍ଥୀ ଥିଲେ, ଏଣୁ ତାଙ୍କୁ ରାଷ୍ଟ୍ରପତି କରିବାର ଥିଲା। ମୋର ଏ ବିଷୟରେ କହିବା ଉଚିତ ହେବନି। ହେଲେ ମୋତେ ପୂର୍ବରୁ ଇସାରା ଦିଆଯାଇଥିଲା ଯେ ଯଦି ଆପଣ କିଛି ନ କହିବେ ତେବେ ଆପଣଙ୍କୁ ଉପରାଷ୍ଟ୍ରପତି କରିଦେବୁ। ତେବେ ମୁଁ ଏପରି କରିପାରିବି ନାହିଁ। ମୁଁ ଯାହା ଦେଖିବି ତାହା ନିଶ୍ଚିତ କହିବି ବୋଲି ସତ୍ୟାପଲ ମଲ୍ଲିକ କହିଛନ୍ତି।

ସୂଚନାଯୋଗ୍ୟ ସେପ୍ଟମ୍ବର ୮ ତାରିଖ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଯାଇଥିବା କର୍ତ୍ତବ୍ୟପଥ ରାସ୍ତାକୁ ଉଦଘାଟନ କରିଛନ୍ତି। ଯାହା ପୂର୍ବରୁ ରାଜପଥ ନାମରେ ଜଣାଶୁଣା ରହିଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦାସତ୍ୱର ପ୍ରତୀକ ରାଜପଥ ଏବେ ଇତିହାସର ବିଷୟ ପାଲଟିଛି ଏବଂ ଏହାକୁ ସବୁଦିନ ପାଇଁ ଲିଭାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ କର୍ତ୍ତବ୍ୟ ପଥ ନାମରେ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଆଉ ଏକ ଦାସତ୍ୱ ପରିଚୟରୁ ମୁକ୍ତି ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି।

ରାଜପଥ ହେବ ‘କର୍ତ୍ତବ୍ୟ ପଥ’; ସନ୍ଧ୍ୟାରେ ଉଦ୍‌ଘାଟନ କରିବେ ମୋଦି
ନୂଆଦିଲ୍ଲୀ: ଆଜି ଉଦଘାଟିତ ହେବ କର୍ତ୍ତବ୍ୟ ପଥ। ପୂର୍ବରୁ ରାଜପଥ ନାମରେ ନାମିତ ହୋଇ ଆସିଥିବା ଏହି ମାର୍ଗର ନୂଆ ନାମ କର୍ତ୍ତବ୍ୟପଥ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଉଦଘାଟନ କରିବେ। ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ ଯାଏ ଯାଇଥିବା ରାଜପଥର ନାମ ବଦଳାଯାଇ ଏହାର ନାମ ରଖାଯାଇଛି କର୍ତ୍ତବ୍ୟପଥ ସେଣ୍ଟ୍ରାଲ ଭିସ୍ତା।

ଔପନିବେଶିକ ଶାସନ କାଳରୁ ଚାଲି ଆସିଥିବା ବିଭିନ୍ନ ନାମର ପରିବର୍ତ୍ତନ କରିବା ଲାଗି ସରକାର ଘୋଷଣା କରିଥିବା ପ୍ରକ୍ରିୟା କ୍ରମେ ରାଜପଥର ନାମ ବଦଳାଯାଇଛି । ଉଦଘାଟନ ଉତ୍ସବକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଉଦଘାଟନକୁ ଦୃଷ୍ଟିରେ ରଖି ତିଲକମାର୍ଗ, ପୁରାନା କିଲ୍ଲା ରୋଡ଼, ଶେରଶାହା ରୋଡ଼, ଡକ୍ଟର ଜାକିର ହୁସେନ ମାର୍ଗ, ପାଣ୍ଡରା ରୋଡ଼, ଶାହାଜାହାନ ରୋଡ଼, ଆକବର ରୋଡ଼, ଅଶୋକା ରୋଡ଼ରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି । ଏହା ସହ ଇଣ୍ଡିଆ ଗେଟ୍ ଠାରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଉଦଘାଟନକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ସ୍ଥାନୀୟ ଅଞ୍ଚଳ ଦେଇଯାଇଥିବା ରୋଡଗୁଡିକୁ ବନ୍ଦ କରିଦିଆଯିବ ।

ରାଜପଥ ହେଲା କର୍ତ୍ତବ୍ୟପଥ, ଏନଡିଏମସି ବୈଠକରେ ପ୍ରସ୍ତାବ ଉପରେ ଲାଗିଲା ମୋହର
ନୂଆଦିଲ୍ଲୀ : ନୂଆଦିଲ୍ଲୀର ଐତିହାସିକ ରାଜପଥର ନାଁ ପରିବର୍ତ୍ତନ ହୋଇଛି। ଏଣିକି ଦିଲ୍ଲୀର ରାଜପଥକୁ ‘କର୍ତ୍ତବ୍ୟ ପଥ’ ନାମରେ ସମଗ୍ର ବିଶ୍ବ ଜାଣିବ।ଏନେଇ ନୂଆ ଦିଲ୍ଲୀ ନଗର ପାଳିକା ପରିଷଦ ପକ୍ଷରୁ ବୁଧବାର ବସିଥିବା ବୈଠକରେ ଅଣାଯାଇଥିବା ପ୍ରସ୍ତାବ ଉପରେ ମୋହର ଲାଗିଛି ।ଏନଡିଏମସି ଅଧିକାରୀ ଏହା ପୂର୍ବରୁ କହିଥିଲେ କି ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ପ୍ରସ୍ତାବ ପ୍ରାପ୍ତ ହୋଇଛି । ଏହାପରେ ଏହାକୁ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏନଡିଏମସି ର ଉପାଧ୍ୟକ୍ଷ ସତୀଶ ଉପାଧ୍ୟୟ କହିଛନ୍ତି କି ଏନଡିଏମସି ବୈଠକରେ ଏହି ପ୍ରସ୍ତାବ ପାରିତ ହେବା ପରେ ଏବେ ଏନେଇ ଏକ ଅଧିସୂଚନା ଜାରି କରାଯିବ । ଏହାପରେ ଅନୁମତି ମିଳିବା ପରେ ଇଣ୍ଡିଆ ଗେଟ ନିକଟରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତୀ ଠାରୁ ରାଷ୍ଟ୍ରପତି ଭବନ ପର୍ୟ୍ୟନ୍ତ ପୁରା କ୍ଷେତ୍ରକୁ କର୍ତ୍ତବ୍ୟ ପଥ ନାମରେ ନାମିତ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ନୂତନ ରାଜପଥ ଏବଂ ସେଣ୍ଟ୍ରାଲ ଭିଷ୍ଟା ଲନର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏବେ ନେତାଜୀଙ୍କ ପ୍ରତୀମାଠୁ ନେଇ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଯାଉଥିବା ମାର୍ଗ ଏବଂ ପୂରା ଅଞ୍ଚଳ କର୍ତ୍ତବ୍ୟପଥ ନାମରେ ପରିଚିତ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନ ମାର୍ଗର ନାମ ରେସ୍ କୋର୍ସ ରୋଡରୁ ପରିବର୍ତ୍ତନ କରାଯାଇ ଲୋକ କଲ୍ୟାଣ ମାର୍ଗ କରାଯାଇଥିଲା।ସେହିବର୍ଷ ଔରଙ୍ଗଜେବ ରୋଡ ନାମ ବି ପରିବର୍ତ୍ତନ କରାଯାଇ ଏପିଜି ଅବ୍ଦୁଲ କାଲାମଙ୍କ ନାମରେ ନାମିତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲାର ପ୍ରଚୀରରୁ ପରାଧୀନତାର ସବୁ ପ୍ରତୀକକୁ ହଟାଇବା ନେଇ ଅନେକ ଥର ନିଜ ବକ୍ତବ୍ୟରେ କହିଥିଲେ। ଏଥିପାଇଁ ରାଜପଥ ନାଁର ପରିବର୍ତ୍ତନ କରାଯିବ ବୋଲି ଅନୁମାନ କରାଯାଉଥିଲା। ରାଜପଥ ନାମ ବଦଳାଇ କର୍ତ୍ତବ୍ୟପଥ କରି କେନ୍ଦ୍ର ସରକାର, ଉପନିବେଶବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଆଉ ଏକ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।ଚଳିତ ବର୍ଷ  ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦୀ ଭାଷଣରେ ୨୦୪୭ ଯାଏଁ କର୍ତ୍ତବ୍ୟର ମହତ୍ୱ ଉପରେ ଜୋର ଦେଇଥିଲେ। ଏବେ ଦେଶ ସ୍ବାଧୀନତାର ୭୫ ବର୍ଷରେ ପଦାର୍ପଣ କରି ସାରିଛି। ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଗାମୀ ୨୫ ବର୍ଷ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ (ପାଞ୍ଚ ପ୍ରତିଜ୍ଞା) ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଏହି ପାଞ୍ଚ ପ୍ରତିଜ୍ଞା ମଧ୍ୟରେ ଦେଶର କୌଣସି ବି କୋଣ ଅନୁକୋଣରେ ଗୋଲାମୀର ଅଂଶ ରହିବ ନାହିଁ। ଏବଂ ନାଗରିକମାନଙ୍କର କର୍ତ୍ତବ୍ୟ ଉପରେ ଧ୍ୟାନ ଦେବାକୁ କହିଥିଲେ। ଏଣୁ କର୍ତ୍ତବ୍ୟପଥ ନାମକରଣ ପଛରେ ଏହି ଦୁଇ କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖି ରାଜପଥର ନାମ ବଦଳାଇବା ଉପରେ କହିଛନ୍ତି ଯେ, ଆମକୁ ସ୍ଵାଧୀନତା ମିଳିବା ପରେ ବି ଆମେ ଔପନିବେଶବାଦକୁ ଆଗକୁ ବଢାଇ ଚାଲିଛନ୍ତି। ରାଜପଥ ଦର୍ଶାଉଛି ଯେ, ଆପଣ କେବଳ ରାଜା ପାଇଁ ଆସିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଦେଶ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏବେ ଆମକୁ ସାମ୍ରାଜ୍ୟବାଦୀ ନୀତି, ପ୍ରତୀକକୁ ସମାପ୍ତ କରିବାକୁ ପଡିବ। ଏଥିପାଇଁ ରାଜପଥ ନାମ ବଦଳାଯାଇ କର୍ତ୍ତବ୍ୟପଥ କରାଯାଇଛି।