india vs england t20 - The Sakala

ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଟ୍ବେଣ୍ଟି-୨୦ : ଚିନ୍ତାରେ କୋହଲି, ଚାପରେ ଭାରତ
ଅହମ୍ମଦାବାଦ୍‍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲା ଏକତରଫା ଭାବେ ଜିତିନେଇଥିଲା ଇଂଲଣ୍ଡ। ଏହି ମ୍ୟାଚରେ ଇଂଲଣ୍ଡର ସବୁ ଯୋଜନା ସଫଳ ହୋଇଥିଲା ଓ ଭ୍ରମଣକାରୀ ଦଳ ସହଜରେ ଜିତିନେଇଥିଲା। କିନ୍ତୁ ଆୟୋଜକ ଭାରତର କୌଣସି ଯୋଜନାର ରୂପାୟନ ଠିକ୍‍ ଭାବେ ହୋଇ ପାରି ନଥିଲା। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କ୍ରମାଗତ ଦ୍ୱିତୀୟ ଅନ୍ତର୍ଜାତୀୟ ଇନିଂସରେ ଖାତା ଖୋଲିବାରେ ସମର୍ଥ ହୋଇ ନଥିଲେ। ଏଣୁ କୋହଲି ତାଙ୍କ ବ୍ୟାଟିଂକୁ ନେଇ ଚିନ୍ତାରେ ଅଛନ୍ତି।

ଏଭଳି ସ୍ଥିତିରେ ରବିବାର ଦୁଇ ଦଳ ମଧ୍ୟରେ ସିରିଜ୍‍ର ଦ୍ୱିତୀୟ ମୁକାବିଲା ଏଠାରେ ଖେଳାଯିବ। ଏହି ମ୍ୟାଚ୍‍କୁ ନେଇ ଭାରତ ପ୍ରବଳ ଚାପରେ ରହିଛି। ପ୍ରଥମ ମ୍ୟାଚ୍‍ରେ ଇଂଲଣ୍ଡ ଏପରି ଦମ୍‍ଦାର ଖେଳ ପ୍ରଦର୍ଶନ କରିଛି ଯେ ଭାରତ ତାହାକୁ ମୁକାବିଲା କରିବାକୁ ସମର୍ଥ ହୋଇ ପାରି ନଥିଲା। ଏଭଳି ସ୍ଥଳେ ଦ୍ୱିତୀୟ ମ୍ୟାଚ୍‍ ଦଳ ଲାଗି କଠିନ ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍‍ ଜିତି ନପାରିଲେ, ବିଶ୍ୱକପ୍‍ ପ୍ରସ୍ତୁତିରେ ପ୍ରତିବନ୍ଧକ ସୃଷ୍ଟି ହେବା ସ୍ୱାଭାବିକ୍‍।

ବିଜୟୀ ଇଂଲଣ୍ଡ କଥା ଆଲୋଚନାକୁ ନିଆଗଲେ ଦଳ ଭାରତର ସ୍ଲୋ ପିଚ୍‍ରେ ୪ଜଣ ଫାଷ୍ଟ ବୋଲରଙ୍କୁ ଖେଳାଇ ସଫଳ ହୋଇଥିଲା। ଜୋଫ୍ରା ଆର୍ଚର, ମାର୍କ ଉଡ୍‍ ଓ କ୍ରିସ୍‍ ଜୋର୍ଡାନ୍‍ ବେଶ୍‍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲେ। ଏହା ଦଳକୁ ବେଶ ଉତ୍ସାହିତ କରିଛି। ଦଳ ଜଣେ ସ୍ପିନରଙ୍କୁ ସୁଯୋଗ ଦେଇ ତାଙ୍କୁ ଇନିଂସ ଓପନ କରାଇଥିଲା। ଏହି କୌଶଳ ମଧ୍ୟ କ୍ଲିକ୍‍ କରିଛି। ଏହାର ଓପନର ଜେସନ ରୟ ଏଠାରେ ୫ଟି ଇନିଂସରେ ୨୦ ରନ୍‍ ଅତିକ୍ରମ କରି ନଥିଲାବେଳେ ଏହି ମ୍ୟାଚ୍‍ରେ ୪୯ ରନ୍‍ କରିଥିଲେ। ଏଣୁ ସବୁ ବିଭାଗରେ ଇଂଲଣ୍ଡକୁ ସଫଳତା ମିଳିଥିଲା। ଏହା ସତ୍ତ୍ବେ ପିଚ୍‍ ସ୍ଲୋ ହେଲେ ଆଉ ଜଣେ ସ୍ପିନରଙ୍କୁ ଖେଳାଯିବ ବୋଲି ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି। ନଚେତ ପ୍ରଥମ ମ୍ୟାଚ୍‍ ଖେଳିଥିବା ଦଳରେ କିଛି ପରବର୍ତ୍ତନ ହେବାର ଆଶା କମ୍‍।

ଅନ୍ୟପକ୍ଷରେ ପ୍ରଥମେ ବ୍ୟାଟିଂ କରି ୨୨ ରନ୍‍ରେ ୩ଟି ୱିକେଟ ହରାଇବା ପରେ ଭାରତ ଏହି ବିପର୍ଯ୍ୟୟରୁ ମୁକୁଳି ପାରି ନଥିଲା। ଶ୍ରେୟସ ଆୟର ୬୭ ରନ୍‍ କରିଥିଲେ ସତ, ତାହା କିନ୍ତୁ ଦଳକୁ ଏକ ବଡ଼ ସ୍କୋର ଦେବାରେ ସମର୍ଥ ହୋଇ ପାରି ନଥିଲା। ଏଭଳି ସ୍ଥିତିରେ ଭାରତ ତାହାର ନଂ-୧ ଓପନର ରୋହିତ ଶର୍ମାଙ୍କୁ ବିଶ୍ରାମ ଦେବ ନା ଏହି ମ୍ୟାଚ୍‍ ଖେଳାଇବ ତାହାକୁ ନେଇ ସନ୍ଦେହ ରହିଛି। କିନ୍ତୁ ରୋହିତ ଏହି ମ୍ୟାଚ୍‍ ଖେଳିବେ ବୋଲି କ୍ରିକେଟ ସମର୍ଥକମାନେ ଆଶା କରୁଛନ୍ତି। ଆଉ ଏକ ଚିନ୍ତା ହେଲା କୋହଲିଙ୍କ ବ୍ୟାଟିଂ ବିଫଳତା। କ୍ରମାଗତ ଶୂନରେ ଆଉଟ ହେବା ପରେ କୋହଲି ମଧ୍ୟ ନିଜ ଫର୍ମକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି।  ଭାରତର ଆଉ ଏକ ସମସ୍ୟା ହେଲା ମିଡିୟମ୍‍ ପେସ୍‍ ବୋଲିଂକୁ ନେଇ। ପ୍ରଥମ ମ୍ୟାଚ୍‍ରେ ଦୁଇ ଜଣ ପେସ୍‍ ବୋଲର ଭାରତର ଆଶାକୁ ପୂରଣ କରିପାରି ନଥିଲା। ୩ଜଣ ସ୍ପିନର ମଧ୍ୟ ପ୍ରଭାବ ପକାଇ ପାରି ନଥିଲେ। ଏଣୁ ଦ୍ୱିତୀୟ ମ୍ୟାଚ୍‍ରେ ୟୁଜବେନ୍ଦ୍ର ଚହଲଙ୍କ ସହ ଆଉ ଜଣେ ସ୍ପିନର ଅକ୍ଷର ପଟେଲ କିମ୍ବା ୱାଶିଂଟନ ସୁନ୍ଦରଙ୍କୁ ଖେଳାଇବାର ସୁଯୋଗ ମିଳିପାରେ।