jagannath bamana besa - The Sakala

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବାମନ ଜନ୍ମ ନୀତି : ୪ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ : ଆଜି ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ ।ବାମନ ଜନ୍ମ ଅବସରରେ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ମଧ୍ୟାହ୍ନ ଧୂପ ବଢିବା ପରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ,ପବିତ୍ରା ଲାଗି ଓ ଇନ୍ଦ୍ରଧ୍ୱଜା ପୂଜା ଵିଧି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଅପରାହ୍ନ ୫ ଟା ଠାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ବାମନ ଜନ୍ମ ନୀତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆଜି ପବିତ୍ର ସୁନିଆ ଉତ୍ସବ ଥିବାରୁ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନିତୀ ସମ୍ପାଦନ କରାଯିବ ।

ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ୧୪ଶହ ୩୦ ସାଲ ୬୫ ଅଙ୍କର ପ୍ରବେଶ । ଏହି ଅବସରରେ କନକଦୁର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହଙ୍କୁ ପୂଜାର୍ଚ୍ଚନା କରିବେ ଗଜପତି ମହାରାଜ । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ସମ୍ପାଦନ କରାଯିବ । ଶ୍ରୀନଅର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବ । ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମ ନୃସିଂହ ଆଦି ଦେବାଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହରକରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜା ଏହାକୁ ଘୋଷଣା କରିବେ ।

ପରମ୍ପରା ଅନୁଯାୟୀ, ଆଜି ସକାଳ ଧୂପ ପରେ ମହାସ୍ନାନ, ସର୍ବାଙ୍ଗ ନୀତି ପରେ ଟେରା ପଡ଼ି ଜୟ-ବିଜୟ ଦ୍ବାର ବନ୍ଦ କରାଯିବ। ଏହାପରେ ଭିତର କାଠ ପାଖରେ ମୁରୁଜରେ ମଣ୍ଡଳ କଟାଯିବ। ମୁଦିରସ୍ତ ଧଣ୍ଡିପ୍ରସାଦ ଲାଗି କଲା ପରେ ବାମନ (ଶ୍ରୀକୃଷ୍ଣ) ମଣ୍ଡଳକୁ ବିଜେ କରିବେ। ବଣିଆ ସେବକ ଦେଇଥିବା ସୁନା ବାମନ ପ୍ରତିମାଙ୍କ ନିକଟରେ ବରୁଣ ପୂଜା, ବ୍ରହ୍ମବରଣ ନୀତି ଅନୁଷ୍ଠିତ ହେବା ପରେ ଖଣ୍ଡୁଆ ଯୋଡ଼ାଯାଇ ଜନ୍ମବିଧି ଅନୁଷ୍ଠିତ ହେବ। ଏହା ପରେ କ୍ଷୀର, ସର, ଲହୁଣୀ ଭୋଗ ହୋଇ ସୋମନାଥ ମାଜଣା ମଣ୍ଡପ ଖଟକୁ ବିଜେ କରିବେ। ପରେ ପତି ମହାପାତ୍ର ରୁପା ବଟାରେ ଶ୍ରୀଦୁର୍ଗା ଦେବୀଙ୍କୁ ସୋମନାଥ ମଣ୍ଡପରେ ବିଜେ କରାଇବେ। ଏଠାରେ ବସୁଧାରା ଓ ଯଜ୍ଞ ବିଧି ପରେ ଶୀତଳ ଭୋଗ, ବନ୍ଦାପନା ହୋଇ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ।

ଆଜି ସଂଧ୍ୟାରେ ରାଜନଅର ସୁନିଆଁ ପାଇଁ ଉତ୍ସବମୁଖର ହୋଇ ଉଠିବ। ପାରିଷଦ ବର୍ଗ ଗଜପତି ମହାରାଜଙ୍କୁ ବନ୍ଦାପନା ସହ ସୁନିଆଁ ଭେଟି ପ୍ରଦାନ କରିବେ। ବିଜେ କାହାଳୀ ସହ ସୁନିଆଁ ପର୍ବ ବେଶ୍ ଧୁମ୍ ଧାମରେ ଶ୍ରୀନହର ରେ ପାଳନ କରାଯିବ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସନର ଆରମ୍ଭର ପ୍ରଥମ ଦିନ ହେଉଛି ଏହି ସୁନିଆଁ ପର୍ବ। ପ୍ରତିବର୍ଷ ଏହି ଦିନ ଗଜପତି ମହାରାଜଙ୍କ ନୂଆ ଅଙ୍କ ଗଣନା କରାଯାଇଥାଏ। ସୁନିଆଁର ଅର୍ଥ ଏକ ସୁବର୍ଣ୍ଣ ମୋହରରେ ଅଙ୍କ କଷିବା। ଏହି ଅବସରରେ ଗଜପତି ମହାରାଜ ଗାଦି ଘରକୁ ବିଜେ କରିବେ। ସେଠାରେ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯିବ।ପଞ୍ଚଦେବ ଙ୍କୁ ପୂଜା ସହ ମଙ୍ଗଳାର୍ପଣ କରାଯିବ। ପରେ ଗଜପତି ମହାରାଜ ଗାଦିରେ ଅଧିଷ୍ଠିତ ହେବେ ଏହାପରେ ତାଙ୍କ ନାଁରେ ସୁନାର ନୂଆ ମୁଦ୍ରା ପ୍ରଚଳିତହେବ। ଯେଉଁଥିରେ ନୂଆ ଅଙ୍କ ଓ ସାଲ୍ ଉଲ୍ଲେଖ ରହିବ। ପାରିଷଦ ବର୍ଗ ଏହିଅବସରରେ ଗଜପତି ମହାରାଜ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୁଭାର୍ଶୀର୍ବାଦ ପ୍ରଦାନ କରିବେ। ସେମାନେ ଭିନ୍ନ ଭିନ୍ନ ସୁନିଆଁ ଭେଟି ଦେବା ସହ ମଙ୍ଗଳକାମନା ଜଣାଇବେ।