Super Four - The Sakala

ଏସିଆ କପ୍‌ ସୁପର-୪; ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ..
ଦୁବାଇ: ଏସିଆ କପ୍‌ରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଗୋଟିଏ ସପ୍ତାହରେ ଦୁଇଥର ପରାସ୍ତ କରିବା ପରେ ପେସାଦାର ମନୋଭାବ ନେଇ ଖେଳୁଥିବା ଭାରତ ଏବେ ଅପ୍ରତିଦ୍ୱନ୍ଦ୍ୱୀ। ପାକିସ୍ତାନକୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ବୋଲି କହିବାକୁ ନାପସନ୍ଦ କରିଛନ୍ତି ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ପ୍ରକୃତରେ ରେକର୍ଡ ଦେଖିଲେ ଟି-୨୦ ଫର୍ମାଟରେ ଏବେ ଭାରତର କିଏ ପ୍ରତିଦ୍ୱନ୍ଦ୍ୱୀ ତାହା ଖୋଜିବାକୁ ହେବ। ରେକର୍ଡ ମଧ୍ୟ ଭାରତ ଅପ୍ରତିଦ୍ୱନ୍ଦ୍ୱୀ ବୋଲି କହୁଛି। ୨୦୨୪ ପରଠାରୁ ଏହି ଫର୍ମାଟରେ ଭାରତ ୩୨ଟି ମ୍ୟାଚରେ ଜିତିଥିଲାବେଳେ ମାତ୍ର ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଏଣୁ ଭାରତ ଯେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଦଳ ତାହା କିଏ ମାନୁ ନ ମାନୁ ରେକର୍ଡ ଏହାକୁ ସ୍ୱୀକାର କରୁଛି। ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍‌ରେ ଭାରତ ତାହାର ଦକ୍ଷତା ପ୍ରଦର୍ଶନ କରି ପାରି ନ ଥିଲା। ତଥାପି ଏହି ମ୍ୟାଚ୍‌କୁ ୭ଟି ବଲ ବାକିଥାଇ ଜିତିନେଇଥିଲା। ଏଣୁ ଆସନ୍ତାକାଲି ବାଂଲାଦେଶ ବିପକ୍ଷ ମୁକାବିଲାରେ ଭାରତକୁ ଫେବରାଇଟ୍‌ ବିବେଚନା କରାଯାଉଛି। ନିକଟରେ ପ୍ରଥମ ସୁପର-୪ ମ୍ୟାଚ୍‌ରେ ଶକ୍ତିଶାଳୀ ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ ବାଂଲା ଦଳର ମନୋବଳ ଢେ଼ର ବଢ଼ିଛି। ଏହି ବିଜୟ ପରେ ଦଳର କୋଚ୍‌ ଫିଲ୍‌ ସିମନ୍ସ କହନ୍ତି ଭାରତକୁ ଯେ କୌଣସି ଦଳ ହରାଇପାରିବ। ଏହା ଅର୍ଥ ବାଂଲାଦେଶ ଏହି ମୁକାବିଲାରେ ଭାରତକୁ ହରାଇପାରିବ। ଅବଶ୍ୟ ଭାରତ ନିକଟରେ ଏବେ ପ୍ରଚୁର ପରିମାଣରେ ପ୍ରତିଭା ରହିଛନ୍ତି। ଜଣଙ୍କ ପରେ ଜଣେ ମ୍ୟାଚ୍‌ ବିଜୟୀ ବିବେଚିତ ହେଉଛନ୍ତି। ଏଣୁ ଭାରତ କାହାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରୁନାହିଁ। ଦଳ ନିକଟରେ ଯେଭଳି ଶକ୍ତି ରହିଛି, ତାହା ବିଶ୍ୱର ଯେକକୌଣସି ବୋଲିଂକୁ ଧ୍ୱଂସ କିମ୍ବା ବ୍ୟାଟିଂକୁ ଧରାଶାୟୀ କରିପାରିବ।

ଟସ୍‌, ମିଡିଲ ଅର୍ଡର, ମୁସ୍ତାଫିଜୁର ଗୁରୁତ୍ୱପୂର୍ଣ୍ଣ

ଭାରତ ନିଜକୁ ଯେତେ ଶକ୍ତିଶାଳୀ ମନେ କଲେ ମଧ୍ୟ ଟସ୍‌ ଏଠାରେ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏଠାରେ ରନ୍‌ ଚେଜ୍‌ ସହଜ ହେଉଛି। ଯାହା ଫଳରେ ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶ ୧୬୯ ରନ୍‌ର ଟାର୍ଗେଟକୁ ଚେଜ୍‌ କରି ବିଜୟୀ ହୋଇଥିଲା। ଏଣୁ ଟସ୍‌ ଜିତିବା ଦଳ ଏଠାରେ ନିଶ୍ଚିତ ପ୍ରଥମେ ବୋଲିଂ କରିବାକୁ ଉଚିତ ମନେ କରିବ। ସେହିପରି ମିଡଲ ଓଭରରେ ଦୁବାଇ ପିଚ୍‌ ମନ୍ଥର ହୋଇଯାଉଛି। ଭାରତ ବିପକ୍ଷରେ ପାକିସ୍ତାନ ଏହି ସମୟରେ ୬ ଓଭର ବୋଲିଂ କରି ମାତ୍ର ୩୦ ରନ୍‌ ବିନିମୟରେ ୩ଟି ୱିକେଟ ନେଇଥିଲେ। ମିଡିଲ ଓଭରରେ ବାଂଲାଦେଶର ମୁସ୍ତାଫିଜୁର ରହମନଙ୍କ ଦକ୍ଷତା ଦୁଇଗୁଣ ବୃଦ୍ଧିପାଉଛି। ମିଡିଲ ଅର୍ଡରରେ ମୁସ୍ତାଫିଜୁରଙ୍କ ସହ ମେହେଦୀ ହାସନ ପ୍ରଭାବଶାଳୀ ହେବେ। ଏହି ସବୁ ସମସ୍ୟା ଭାରତ ଆଗରେ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇପାରେ।

ଦ୍ୱିତୀୟ ବିଜୟ ଆଶାରେ ବାଂଲାଦେଶ

ଭାରତ ଓ ବାଂଲାଦେଶ ମଧ୍ୟରେ ଏଯାଏ ୧୭ଟି ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ଏହା ମଧ୍ୟରୁ ୧୬ଟି ମ୍ୟାଚ୍‌ରେ ଭାରତ ଓ ମାତ୍ର ଗୋଟିଏ ମ୍ୟାଚ୍‌ରେ ବାଂଲାଦେଶ ଜିତିଛି। ବାଂଲାଦେଶ ଏଠାରେ ଭାରତ ବିପକ୍ଷରେ ଦ୍ୱିତୀୟ ବିଜୟ ହାସଲର ଆଶା ରଖିଛି। କିନ୍ତୁ ଏଥିଲାଗି ବାଂଲାଦେଶକୁ ସ୍ମାର୍ଟ କ୍ରିକେଟ ଖେଳିବାକୁ ହେବ। ଭାରତ ନିକଟରେ ଯେଭଳି ଖେଳାଳି ଅଛନ୍ତି ଓ ଫର୍ମରେ ରହିଛନ୍ତି, ଏହି ମ୍ୟାଚ୍‌ ଜିତିବାକୁ ଆଶା କରିବା ବାଂଲାଦେଶ ଲାଗି ଦିବାସ୍ୱପ୍ନ ହୋଇପାରେ। ପାକିସ୍ତାନକୁ ହରାଇଥିବା ଭାରତୀୟ ଦଳ ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି।

ପ୍ରସାରଣ : ସୋନି ସ୍ପୋର୍ଟ୍ସ ନେଟୱର୍କ

ଖେଳ ଆରମ୍ଭ : ରାତି ୮ଟା

ଭେନ୍ୟୁ : ଦୁବାଇ

ଏସିଆ କପ ୨୦୨୨: ଆଫଗାନିସ୍ତାନ ବିପକ୍ଷରେ ଭାରତର ସହଜ ବିଜୟ
ଦୁବାଇ:  ଭାରତ ଓ ଆଫଗାନିସ୍ତାନ ଆଜି ନିଜ ନିଜର ଶେଷ ସୁପର ୪ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲା। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରି ୨୧୨ ରନ କରିଥିଲା । ଏହି ମ୍ଯାଚକୁ ଜିତିବାକୁ ଆଫଗାନିସ୍ତାନକୁ ୨୧୩ ରନର ଆବଶ୍ୟକତା ରହିଥିଲା। ୨୧୩ ରନର ପିଛା କରି ଆଫଗାନିସ୍ତାନ ୮ ୱିକେଟ ହରାଇ ୧୧୧ ରନ କରିବାକୁ ସଫଳ ହୋଇଥିଲା। ଫଳରେ ଭାରତ ୧୦୧ ରନରେ ମ୍ଯାଚକୁ ସହଜରେ ଜିତି ନେଇଛି।

ଆଫଗାନିସ୍ତାନ ପକ୍ଷରୁ ସର୍ବାଧିକ ଇବ୍ରାହିମ ଜାର୍ଡନ ୬୪ ରନ କରି ଅପରାଜିତ ରହିଥିବା ବେଳେ। ରସିଦ ଖାନ ୧୫ ରନ ଓ ମୁଜିବୁର ରହମାନ ୧୮ ରନ କରି ଆଉଟ ହୋଇଥିଲେ।

ସେହିପରି ଭାରତ ପକ୍ଷରୁ ଭୁବନେଶ୍ବର କୁମାର ସର୍ବାଧିକ ୫ ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂହ, ରବିଚନ୍ଦ୍ର ଅଶ୍ବିନ ଓ ଦୀପକ ହୁଡା ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ।

ଭାରତ ପକ୍ଷରୁ ପ୍ରଥମ ଇଂନିସରେ  ଲୋକେସ ରାହୁଲ ଓ ବିରାଟ କୋହଲି ଓପନିଂ କରିଥିଲେ। ଲୋକେସ ରାହୁଲ ୪୧ ବଲରେ ୬୨ ରନ କରି ଆଉଟ ହୋଇଥିଲେ। ଏହାପରେ ସୂର୍ଯ୍ଯକୁମାର ଯାଦବ ୨ ବଲରେ ୬ ରନ କରି ଆଉଟ ହୋଇଥିଲେ। ପରେ ଅପରାଜିତ ଥିବା ବିରାଟ କୋହଲିଙ୍କ ସାଥ ଦେବା ପେଇଁ ଋଷଭ ପନ୍ତ ଆସିଥିଲେ। ପନ୍ତ ୧୬ ବଲରେ ୨୦ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ଦୀର୍ଘ ଦିନପରେ ଆଜି ଏକ ଶତକୀୟ ପାରି ଖେଳିଥିଲ। କୋହଲି ୬୧ ବଲରେ ୧୨୨ ରନ କରି ଅପରାଜିତ ରହିଥିଲେ। ଯେଉଁଥିରେ ୬ ଟି ଛକା ଓ ୧୨ ଟି ଚୌକା ରହିଥିଲା।

ଏସିଆ କପ ୨୦୨୨: ବିରାଟଙ୍କ ଦମଦାର ଶତକୀୟ ଇଂନିସ, ଆଫଗାନିସ୍ତାକୁ ୨୧୩ ରନର ଟାର୍ଗେଟ ଦେଲା ଭାରତ
ଦୁବାଇ:  ଭାରତ ଓ ଆଫଗାନିସ୍ତାନ ଆଜି ନିଜ ନିଜର ଶେଷ ସୁପର ୪ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୨୧୨ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ଆଫଗାନିସ୍ତାନକୁ ୨୧୩ ରନର ଆବଶ୍ୟକତା ରହିଛି। ଆଜିର ମ୍ଯାଚରେ ଅଧିନାୟକ ରୋହିତ ଶର୍ମା ଖେଳୁ ନାହାନ୍ତି। ତାଙ୍କ ବଦଳରେ କେଏଲ ରାହୁଲ ଅଧିନାୟକ ଭାର ସମ୍ଭାଳିଛନ୍ତି।

ଆଜିର ମ୍ଯାଚରେ ଲୋକେସ ରାହୁଲ ଓ ବିରାଟ କୋହଲି ଓପନିଂ କରିଥିଲେ। ଲୋକେସ ରାହୁଲ ୪୧ ବଲରେ ୬୨ ରନ କରି ଆଉଟ ହୋଇଥିଲେ। ଏହାପରେ ସୂର୍ଯ୍ଯକୁମାର ଯାଦବ ୨ ବଲରେ ୬ ରନ କରି ଆଉଟ ହୋଇଥିଲେ। ପରେ ଅପରାଜିତ ଥିବା ବିରାଟ କୋହଲିଙ୍କ ସାଥ ଦେବା ପେଇଁ ଋଷଭ ପନ୍ତ ଆସିଥିଲେ। ପନ୍ତ ୧୬ ବଲରେ ୨୦ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ଦୀର୍ଘ ଦିନପରେ ଆଜି ଏକ ଶତକୀୟ ପାରି ଖେଳିଥିଲ। କୋହଲି ୬୧ ବଲରେ ୧୨୨ ରନ କରି ଅପରାଜିତ ରହିଥିଲେ। ଯେଉଁଥିରେ ୬ ଟି ଛକା ଓ ୧୨ ଟି ଚୌକା ରହିଛି।

ଆଫଗାନିସ୍ତାନ ପକ୍ଷରୁ ଫରିଦ ଅହମ୍ମଦ ମଲ୍ଲୀକ ୨ଟି ୱିକେଟ ନେଇଥିଲେ।

ଏସିଆ କପ ୨୦୨୨: ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ ଦେଲା ଭାରତ
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ ୨୦୨୨ ସୁପର-୪ର ତୃତୀୟ ମୁକାବିଲା ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ସୁପର-୪ର ଏହି ମୁକାବିଲାରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୧୭୩ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୧୭୪ ରନର ଆବଶ୍ୟକତା ରହିଛି।

ପ୍ରାରମ୍ଭିକ ପର୍ଯ୍ଯାୟରେ ଭାରତର ବ୍ୟାଟିଂ ବିପର୍ଯ୍ଯୟ ହୋଇଥିଲା । ଲୋକେସ ରାହୁଲ ୭ ବଲରେ ୬ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲି ଖାତା ଖୋଲି ପାରି ନ ଥିଲେ। ଏହା ପରେ ରୋହିତ ଶର୍ମା ଏକ ଅଧିନାୟକ ପାରି ଖେଳିଥିଲେ। ୪୧ ବଲରେ ୭୧ ରନ କରି ରୋହିତ ଶର୍ମା ଆଉଟ ହୋଇଥିବା ବେଳେ ସୂର୍ଯ୍ଯକୁମାର ଯାଦବ ୨୯ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଏହା ପରେ ପାରିକୁ ଋଷଭ ପନ୍ତ ଓ ହାର୍ଦ୍ଧିକ ପାଣ୍ଡ୍ୟା ସମ୍ଭାଳିଥିଲେ। ହାର୍ଦ୍ଧିକ ପାଣ୍ଡ୍ୟା ୧୩ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ପରେ ଦୀପକ ହୁଡ୍ଡା ପାରିକୁ ସମ୍ଭାଳିଥିଲେ। ଋଷଭ ପନ୍ତ  ୧୩ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ଦୀପକ ହୁଡ୍ଡା ୪ ବଲରେ ୩ ରନ କରି ଆଉଟ ହୋଇଥିଲେ। ପରେ ଭୁବେନଶ୍ବର କୁମାର ଶୂନରେ ଆଉଟ ହୋଇଥିଲେ।  ରବିଚନ୍ଦ୍ରନ ଅଶ୍ବିନ ୭ ବଲରେ ୧୫ ଓ ଅର୍ଶଦୀପ ସିଂ ୧ ରନ କରି ଅପରାଜିତ ରହିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଧୁସଙ୍କା ୩ଟି ୱିକେଟ ନେଇଥିବା ବେଳେ । ଦାଶୁନ୍‌ ସନାକା ଓ  ଚାମିକା କରୁଣାରତ୍ନେ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ମହେଶ ଥିକସାନା ଗୋଟିଏ  ୱିକେଟ ନେଇଥିଲା।