Rain Alert to odisha - The Sakala
ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ତା’ ପଛକୁ ଦାନା ବାନ୍ଧୁଛି ଆଉ ଗୋଟିଏ ଲଘୁଚାପ। ଏହା ଆସନ୍ତା ୨୫ ତାରିଖରେ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଫଳରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାଦ୍ୱାରା ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ତେଣୁ ଏଥର ପାର୍ବଣ ଫିକା ପଡ଼ିବାର ଆଶଙ୍କା ରହିଛି।
ସୋମବାର ସକାଳେ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପୀ ରହିଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ସୋମବାର ସନ୍ଧ୍ୟା ସୁଦ୍ଧା କୋରାପୁଟରେ ସର୍ବାଧିକ ୮୦ ମିମି ବର୍ଷା ହୋଇଥିବା ବେଳେ ଟିଟିଲାଗଡ଼ ଓ ସମ୍ବଲପୁରରେ ୩୯ ମିମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି। ଏହାସହିତ ଭଦ୍ରକ ୩୭, ବଲାଙ୍ଗିର ୨୪ ଓ ବୌଦ୍ଧରେ ୨୦ ମିମି ବର୍ଷା ରେକର୍ଡ ହୋଇଛି।
ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ କିଛି ପରିମାଣରେ ବର୍ଷା ଜାରି ରହିବ। ମଙ୍ଗଳବାର ସୁନ୍ଦରଗଡ଼ ଓ ସମ୍ବଲପୁରରେ ସବୁଠୁ ଅଧିକ ବର୍ଷା ହୋଇପାରେ। ଅନ୍ୟପଟେ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୀବ ଦ୍ୱିବେଦୀ କହିଛନ୍ତି ଯେ ସେପ୍ଟେମ୍ୱର ୨୫ ତାରିଖ ବେଳକ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ସେପ୍ଟେମ୍ୱର ୨୬ ତାରିଖ ପାଖାପାଖି ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଅବପାତରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି। ଏହା ସେପ୍ଟେମ୍ୱର ୨୭ ତାରିଖ ପାଖାପାଖି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଉଛି। ଏଥିପାଇଁ କିଛି ଜିଲ୍ଲା ପାଇଁ ପ୍ରବଳ ବର୍ଷା ଜନିତ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ କିଛି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜନିତ ଚେତାବନୀ ଜାରି ହୋଇଛି।
ଅନ୍ୟପଟେ ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ୪୦-୫୦ କିମି ଓ ଝଟକା ପବନ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି। ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ନ ଯିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।
ଲଘୁଚାପର ପ୍ରଭାବ: ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ସକ୍ରିୟ ରହିଛି। ଏହା ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରଭାବ ବଢ଼ିଛି।
ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର କହିଛି।
ତେବେ ଆଗାମୀ ୪୮ ଘଣ୍ଟାରେ ଲଘୁଚାପର ପ୍ରଭାବ ସବୁଠୁ ଅଧିକ ରହିବାକୁ ଥିବାରୁ ଶନିବାର ପାଇଁ ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ବର୍ଷା ଜନିତ ଆଲର୍ଟ ଜାରି ହୋଇଛି। ପାଣିପାଗ କେନ୍ଦ୍ର କହିଛି ଯେ ଶନିବାର କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ଅନୁଭୂତ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଲଘୁଚାପ ପ୍ରଭାବର ଉତ୍ତର ପଶ୍ଚିମବଙ୍ଗୋପସାଗରରେ ପବନର ବେଗ ୩୫-୪୫ କିମି ଓ ଝଟକା ପବନ ୫୫ କିମି ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।
ଅନ୍ୟପଟେ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନକୂଳ ହୋଇଛି। ଆସନ୍ତା ୧୫ ତାରିଖ ମଧ୍ୟରେ ଦେଶର ଉତ୍ତର ପଶ୍ଚିମ ଭାଗ ଯଥା ପଶ୍ଚିମ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବାର ସମ୍ଭାବନା ରହିଛି। ସାଧାରଣତଃ ଲଗାତାର ୫ ଦିନ ପର୍ଯ୍ୟନ୍ତ ବର୍ଷା କମିବା ପରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଜନିତ ସ୍ଥିତି ସୃଷ୍ଟି ହୋଇଥାଏ। ଗୁରୁଚାପ ବଳୟ ସୃଷ୍ଟି ହେବା ସହ ଆକାଶ ନିର୍ମଳ ମଧ୍ୟ ରହିବ। ସେପ୍ଟମ୍ବର ୧ ପରେ ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଥାଏ। ଓଡ଼ିଶାରୁ ମୌସୁମୀ ଅକ୍ଟୋବର ୧୦-୧୫ ତାରିଖ ମଧ୍ୟରେ ବିଦାୟ ନେଇଥାଏ। ଯେହେତୁ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟରେ ଦେଶରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେଉଛି, ଓଡ଼ିଶାରୁ ମଧ୍ୟ ସଠିକ୍‌ ସମୟରେ ମୌସୁମୀ ବିଦ୍ୟାୟ ନେବା ନେଇ ଆକଳନ କରାଯାଉଛି।
୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ଆଲର୍ଟ..
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। କାଲି ପର୍ଯ୍ୟନ୍ତ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲାଗୁଡିକ ହେଲା ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା। ସେହିପରି ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ, ନବରଙ୍ଗପୁରକୁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ପୂର୍ବରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ବର୍ଷାର ପ୍ରଭାବ ବଢ଼ିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହି ଲଘୁଚାପ ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆକଳନ କରାଯାଇଥିବା ବେଳେ ୨ ଓ ୩ ତାରିଖରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ରହିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ସାରା ରାଜ୍ୟକୁ ବର୍ଷା ଜନିତ ଆଲର୍ଟ ଜାରି କରାଯାଇଛି।
ଅନ୍ୟପଟେ ବର୍ତ୍ତମାନ ଘୂର୍ଣ୍ଣିବଳୟ ସହ ମୌସୁମୀ ଟ୍ରପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଗତ ୩୬ ଘଣ୍ଟାରେ ଦେବଗଡ଼ ୫୫ ମିମି ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୩୪, ଝାରସୁଗୁଡ଼ାରେ ୧୭, ପାରଳାଖେମୁଣ୍ଡି ୩୩, ଖୋର୍ଦ୍ଧା ୩୧ ଓ ନବରଙ୍ଗପୁରରେ ୧୭ ମିମି ବର୍ଷା ରେକର୍ଡ ହୋଇଛି। ଲଘୁଚାପ ପରେ ବର୍ଷାର ପ୍ରଭାବ ଆହୁରି ବଢ଼ିବା ଆଶଙ୍କା କରାଯାଉଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସେପ୍ଟେମ୍ୱର ୨ ରୁ ୪ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳ ଏବଂ ଉତ୍ତର ବଙ୍ଗୋପସାଗରରେ ପବନର ବେଗ ୩୦-୪୦ କିଲୋମିଟର ଓ ଝଟକା ପବନ ଘଣ୍ଟାପ୍ରତି ୫୦ କିମି ପହଞ୍ଚିବାର ଆଶଙ୍କା ରହିଛି। ଏଥିପାଇଁ ଓଡ଼ିଶା ଉପକୂଳ ଏବଂ ଉତ୍ତର ବଙ୍ଗୋପସାଗରରେ ସମୁଦ୍ର ସ୍ଥିତି ଅଶାନ୍ତ ରହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ଚଳିତ ବର୍ଷ ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭୪ ମିମି ବର୍ଷା ରେକର୍ଡ ହୋଇଛି। ଏହି ସମୟ ସୁଦ୍ଧା ସ୍ୱାଭାବିକ ବର୍ଷା ୯୨୨ ମିମି ତୁଳନାରେ ବର୍ଷାର ପରିମାଣ ୫ ପ୍ରତିଶତ କମ୍‌ ରହିଛି। ଜିଲ୍ଲାୱାରୀ ସ୍ଥିତି ଦେଖିଲେ ୯ ଟି ଜିଲ୍ଲରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ଓ ବାକି ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକ ରହିଛି।
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା, ବାଂଲାଦେଶ ଉପକୂଳ ଅଞ୍ଚଳରେ ସକ୍ରିୟ ଥିବା ଅବପାତ ସାମାନ୍ୟ ଦୁର୍ବଳ ହୋଇ ସଦୃଶ ଲଘୁଚାପର ରୂପ ନେଇଛି। ବର୍ତ୍ତମାନ ଏହା ଉତ୍ତର ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳ ଉପରେ ସକ୍ରିୟ ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ, ଦକ୍ଷିଣ ବିହାର ଓ ଉତ୍ତରପ୍ରଦେଶ ମୁହାଁ ହେବ। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ରାତିରେ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଭଲ ବର୍ଷା ହୋଇଥିବା ବେଳେ ଆଉ ଦୁଇ ତିନି ଦିନ ପର୍ଯ୍ୟନ୍ତ କିଛି କିଛି ବର୍ଷା ଜାରି ରହିବାର ସମ୍ଭାବନା ରହିଛି।
ବିଶେଷକରି ଉତ୍ତର-ପଶ୍ଚିମ ଓଡ଼ିଶାରେ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଜାରି ରହିବା ସହ ଏହି ସମୟରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହା ପ୍ରଭାବରେ ମହାନଦୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଆଦି ନଦୀରେ ଜଳସ୍ତର ବୃଦ୍ଧି ଆଶଙ୍କା ରହିଛି। ଫଳରେ ଏହି ସବୁ ନଦୀରେ ବନ୍ୟା ସୃଷ୍ଟି ହେବାର ମଧ୍ୟ ଆଶଙ୍କା ରହିଛି।
ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ଆସନ୍ତା ୨୪ଘଣ୍ଟା ପାଇଁ ବିଶେଷ କରି ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ ଜିଲ୍ଲା ପାଇଁ ଜଳଭଣ୍ଡାର ଓ ଏହାର ଆଖପାଖ ଅଞ୍ଚଳରେ ଜଳ ପ୍ରବାହ ସ୍ଥିତି ଯୋଗୁଁ ସାମ୍ଭାବ୍ୟ ଅଚାନକ ବନ୍ୟା ପରିସ୍ଥିତି ବା ଫ୍ଲାସଫ୍ଲଡ ହେବାର ସମ୍ଭାବନା ରହିଛି। ଏନେଇ ସ୍ଥାନୀୟ ବାସିନ୍ଦାମାନଙ୍କୁ ସତର୍କ ରହିବା ପାଇଁ ସୂଚୀତ କରାଯାଇଛି। ବନ୍ୟା ଦ୍ୱାରା ପନିପରିବା ଫସଲ ଚାଷ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଅତ୍ୟଧିକ ଜଳ ପ୍ରବାହ ଯୋଗୁଁ ଜଳବନ୍ଦୀ ଭଳି ବିଭିନ୍ନ ସମସ୍ୟା ଉପୁଜିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୧୮ କିମ୍ବା ୧୯ ବେଳକୁ ଆନ୍ଧ୍ର ନିକଟସ୍ଥ ସମୁଦ୍ର ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉତ୍ତର ବଙ୍ଗୋପସାଗରରେ ମିଆଁମାର ଦେଇ ଆସୁଥିବା ଏକ ଲଘୁଚାପ ସହ ୨୪-୨୫ ବେଳକୁ ମିଶିବ। ପରବର୍ତ୍ତୀ ସମୟରେ ଏହା ଲଘୁଚାପ କିମ୍ବା ସୁଦୃଶ ଲଘୁଚାପ ରୂପେ ଓଡ଼ିଶା/ପଶ୍ଚିମବଙ୍ଗ ଦେଇ ଗତି କରିବାର ସମ୍ଭାବନା ରହିଛି।
ଭୁବନେଶ୍ୱର: ଯୋଡ଼ା ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷା। ବର୍ତ୍ତମାନ ଉତ୍ତର ମଧ୍ୟପ୍ରଦେଶର ମଧ୍ୟ ଭାଗ ଏବଂ ତାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଅନ୍ୟ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଦୁଇଟି ପୃଥକ୍‌ ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ଦୁଇ ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପ୍ରଭାବ ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାରେ ରହିବାକୁ ଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆକଳନ କରାଯାଇଛି।
ଏହି ଲଘୁଚାପ ଯୋଗୁଁ ସୋମବାର ସମ୍ୱଲପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରୁସୁଗୁଡା ଓ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ଅନୁଗୋଳ, ଢେଙ୍କାନାଳ, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ନୟାଗଡ଼, ଦେବଗଡ଼, ବଲାଙ୍ଗିର, କନ୍ଧମାଳ ଓ କଳାହାଣ୍ଡି , ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ,ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିବା ସହ ପ୍ରବଳ ବର୍ଷା ଏବଂ ବିଜୁଳି, ଘଡ଼ଘଡିର ଚେତାବନୀ ଦେଇଛି। ସେହିପରି ୧୫,୧୬,୧୭ ତାରିଖ ପାଇଁ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ସହ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ଲଘୁଚାପ ଯୋଗୁଁ ସମଦ୍ର ଅଶାନ୍ତ ରହିବ ତେଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଗତ ୨୪ଘଣ୍ଟାରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ କଳାହାଣ୍ଡିର ଥୁଆମୂଳ ରାମପୁର ଠାରେ ୬୫ମିମି ବର୍ଷା ରେକର୍ଡ ହୋଇଛି ଏବଂ କଟକ କଣ୍ଟାପଡ଼ାରେ ୬୨ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସମ୍ୱଲପୁର, ଯାଜପୁର, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସ୍ଥିତି ଜାରି ରହିଥିବାବେଳେ ପୁଣି ଏକ ଲଘୁଚାପ ଓଡ଼ିଶାରେ ଅଧିକ ବର୍ଷା କରାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୯ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଓ ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି। ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଜାରି ରହିବାର ସମ୍ଭାବନା ଥିବାବେଳେ ପୁଣି ୪ କିମ୍ବା ୫ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ତେଣୁ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ଏସ୍‌ଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ କୁହାଯାଇଛି।
ଶନିବାର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ। ୨୯ରୁ ବର୍ଷାର ପ୍ରଭାବ ବଢ଼ିବା ସହ ୩୦ରେ ଅନେକ ସ୍ଥାନରେ ପ୍ରବଳ ହେବ।
ବାତ୍ୟା ‘ମିଗଜୋମ୍‌ ପ୍ରଭାବ: ପ୍ରବଳ ବର୍ଷା ସମ୍ଭାବନା ନେଇ ଗଜପତିରେ ସମସ୍ତ ସ୍କୁଲ ଛୁଟି ଘୋଷଣା
ଭୁବେଶ୍ବର: ବାତ୍ୟା ମିଚାଉଁ (ବର୍ମୀୟ ଭାଷାରେ ମିଗ୍‌‌ଜୋମ୍‌‌)ର ପ୍ରଭାବ ଓଡ଼ିଶାରେ ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳରେ ସ୍ୱଳ୍ପ ବର୍ଷା ହୋଇଛି। ଆସନ୍ତା କାଲିଠାରୁ ଏହାର ପ୍ରକୋପ ବୃଦ୍ଧି ପାଇବା ସହ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣ ଉପକୂଳ ଓ ଓଡ଼ିଶାର ଆନ୍ଧ୍ର ସୀମାନ୍ତବର୍ତ୍ତୀ କିଛି ଜିଲ୍ଲାରେ ବର୍ଷା ଓ ପବନର ପ୍ରଭାବ ରହିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି।
ବାତ୍ୟା ‘ମିଗଜୋମ’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତିରେ କାଲି ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ସବୁ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଆଶଙ୍କା ଥିବାରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଗଜପତି ଜିଲ୍ଲାପାଳ।
ପୁଣି ଆସୁଛି ଆଉ ଏକ ପଶ୍ଚିମା ଝଡ଼, ରାଜ୍ୟରେ ୨୬ରୁ ବଢ଼ିବ ବର୍ଷା
ଭୁବନେଶ୍ୱର: ୨୬ ତାରିଖରୁ ପୁଣି ଗୋଟିଏ ପଶ୍ଚିମା ଝଡ଼ ଓଡ଼ିଶାରେ ପ୍ରଭାବ ପକାଇବ। ୨୬ ତାରିଖରୁ ପରବର୍ତ୍ତୀ ୨-୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ବର୍ଷା ବୃଦ୍ଧି ହେବ। ଏଥିପାଇଁ ୨୬ରୁ ରାଜ୍ୟରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ମୁଖ୍ୟତଃ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ଓ ଉପକୂଳ ଅଭ୍ୟନ୍ତୀରଣରେ ଓଡ଼ିଶାରେ ବର୍ଷାର ପ୍ରକୋପ ରହିବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୬ରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହି ସମୟରେ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବୃଦ୍ଧି ହେବା ସହ ଘଣ୍ଟା ପ୍ରତି ୩୦-୪୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ଗତ ୨-୩ ଦିନ ରାଜ୍ୟରେ ପଶ୍ଚିମା ଝଡ଼ ନିଷ୍କ୍ରିୟ ହୋଇଯାଇଥିଲଲେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ଜାରି ରହିଛି।
ରାଜ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ଓ ବଜ୍ରପାତ ନେଇ ଟ୍ବିନ ସିଟି ସହ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ଯରେ ପଶ୍ଚିମା ଝଡ଼ ପ୍ରଭାବ ଜାରି ରହିଛି। ଅପରାହ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ ସହ କୁଆପଥର ବୃଷ୍ଟି ହେଉଛି। ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଛି। ଏ ନେଇ ଟ୍ବିନ ସିଟି ସମେତ ୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୪  ଜିଲ୍ଲାଗୁଡିକ ହେଲା ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବରଗଡ଼, ସୋନପୁର, ବୌଦ୍ଧ, ଦେବଗଡ଼, ସମ୍ବଲପୁର, ମାଲକାନଗିରି ଓ ଗଜପତି।  ଏହି ଜିଲ୍ଲା ଗୁଡିକୁ ଆଗୁଆ ସତର୍କତା କରାଯଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।
ଅଧା ଓଡ଼ିଶାକୁ ଭିଜାଇବ ବର୍ଷା : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୫ ଜିଲ୍ଲାରେ ବଜ୍ରପାତ ସହ ବର୍ଷା, ଜାରି ହେଲା ୟେଲୋଓ୍ଵାର୍ଣ୍ଣିଂ
ଭୁବନେଶ୍ବର : ସେପ୍ଟେମ୍ବର ୭ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ (ଅର୍ଥାତ୍‌ ୯ ସେପ୍ଟେମ୍ବରରେ) ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
#୭ସେପ୍ଟେମ୍ବର ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ #ଘୁର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ #୪୮ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ #ଲଘୁଚାପ କ୍ଷେତ୍ର ସମ୍ଭାବନା pic.twitter.com/5YurAbre9I
— Meteorological Centre, Bhubaneswar (@mcbbsr) September 5, 2022
ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ଆଶଙ୍କା ଥିବା ବେଳେ ୮ ତାରିଖରୁ ବର୍ଷା ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି । ୯ ତାରିଖରେ ଅଧା ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଲଘୁଚାପ ଆସୁଥିବାରୁ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।
ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୬ ତାରିଖ, ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଦକ୍ଷିଣ ଓଡ଼ିଶା, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୨୫ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି ଯାଇଛି।
#Warning for Day-1 to Day-5 pic.twitter.com/i7zgjFnA0m
— Meteorological Centre, Bhubaneswar (@mcbbsr) September 5, 2022
ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଂଜ, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ପ୍ରଭୃତି ୨୫ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାଗୁଡ଼ିକୁ ହଳଦିଆ ଚେତାବନୀ ବା ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।