Gautam Adani - The Sakala
ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ଦେଶର ଦ୍ୱିତୀୟ ଧନୀ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଏହି ଅଭିଯୋଗର ପ୍ରଭାବ ଷ୍ଟକ ବଜାରରେ ମଧ୍ୟ ଦେଖିବାକୁ ମିଳିଛି।ଗୁରୁବାର ପ୍ରାରମ୍ଭିକ ବୃଦ୍ଧି ପରେ ବଜାରରେ ହ୍ରାସ ଦେଖିବାକୁ ମିଳିଛି। ଆମେରିକାରେ ଗୌତମ ଆଦାନୀ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଆଦାନୀ ଗ୍ରୁପ୍‌ର ଷ୍ଟକ୍ରେ ହ୍ରାସ ଘଟିଥିବାର ଦେଖାଯାଉଛି।
ନ୍ୟୁୟର୍କ ଫେଡେରାଲ କୋର୍ଟ ଗୌତମ ଆଦାନୀଙ୍କୁ ସୌର ଚୁକ୍ତି ପାଇଁ କୋଟି କୋଟି ଟଙ୍କା ଲାଞ୍ଚ ଦେବା ଏବଂ ଆନ୍ତର୍ଜାତୀୟ ନିବେଶକଙ୍କୁ ବିଭ୍ରାନ୍ତ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଦାନୀ ଏବଂ ତାଙ୍କ ପୁତୁରାଙ୍କ ବିରୋଧରେ ଗିରଫ ପରୱାନା ମଧ୍ୟ ଜାରି କରାଯାଇଥିବା ଜଣାପଡ଼ିଛି। ଏହି ଲାଞ୍ଚ ଟଙ୍କା ସଂଗ୍ରହ କରିବା ପାଇଁ ଆଦାନୀ ଆମେରିକୀୟ, ବିଦେଶୀ ନିବେଶକ ଏବଂ ବ୍ୟାଙ୍କମାନଙ୍କୁ ମିଛ କହିଥିବା ଅଭିଯୋଗ ହୋଇଛି। ଏହି ମାମଲା ପରେ ଆଦାନୀ ଏଣ୍ଟରପ୍ରାଇଜେସ୍ ବଣ୍ଡ ମାଧ୍ୟମରେ ୬୦୦ ମିଲିୟନ୍ ଡଲାର୍ ସଂଗ୍ରହ ଯୋଜନାକୁ ବାତିଲ କରିଦେଇଛି। ଏହା ବ୍ୟତୀତ ଆଦାନୀ ବଣ୍ଡର ମୂଲ୍ୟ ମଧ୍ୟ ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି।
ସୂଚନା ଅନୁଯାୟୀ , ଏହି ମାମଲା ୨୪  ଅକ୍ଟୋବର ୨୦୨୪ ରେ ଆମେରିକାର କୋର୍ଟରେ ପଞ୍ଜୀକୃତ ହୋଇଥିଲା। ଯାହା ବୁଧବାର ଦିନ ଶୁଣାଣି ହୋଇଥିଲା। ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର, ଅନ୍ୟ ୭ଜଣ ଅଭିଯୁକ୍ତଙ୍କ ସହିତ, ସେମାନଙ୍କର ଅକ୍ଷୟ ଶକ୍ତି କମ୍ପାନୀ ପାଇଁ ଚୁକ୍ତିନାମା ପାଇବା ଏବଂ ଭାରତର ସର୍ବ ବୃହତ ସୌର ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ପ୍ରାୟ ୨୬୫ ନିୟୁତ ଡଲାର୍‌ ଲାଞ୍ଚ ଦେଇଥିବା ଅଭିଯୋଗ ଆସିଛି।
ଖୁବ୍ ଶୀଘ୍ର ଟେଲିକମ୍ ଶିଳ୍ପରେ ମୁକେଶ ଅମ୍ବାନୀଙ୍କୁ ଟକ୍କର ଦେବେ ଗୌତମ ଆଦାନୀ
ନୂଆଦିଲ୍ଲୀ,: ଭାରତର ଧନୀ ବ୍ୟବସାୟୀ ଗୌତମ ଆଦାନୀ ଖୁବ୍ ଶୀଘ୍ର ଟେଲିକମ୍ ଶିଳ୍ପରେ ପ୍ରବେଶ କରିବାକୁ ଯାଉଛନ୍ତି। ଏବେ ଟେଲିକମ୍‌ ସେବାରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ଆଦାନୀ। ଇଣ୍ଟରନେଟ୍ ସେବା ବଜାରରେ ଗୌତମ ଆଦାନୀଙ୍କ ପ୍ରବେଶ ନେଇ ସାରା ଦେଶରେ ଗୁଜବ ପ୍ରଚାରିତ ହେବାରେ ଲାଗିଛି। କାରଣ ଭାରତରେ ପରବର୍ତ୍ତୀ ସ୍ପେକ୍ଟ୍ରମ୍ ନିଲାମ ମେ’ ୨୦ରୁ ଆରମ୍ଭ ହେବାକୁ ଯାଉଛି। ମାର୍ଚ୍ଚ ୮ ରେ ଟେଲି ଯୋଗାଯୋଗ ବିଭାଗ ଏ ସମ୍ପର୍କରେ ନୋଟିସ ଜାରି କରିଥିଲା। ଗତ ସ୍ପେକ୍ଟ୍ରମ୍ ନିଲାମରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ମଧ୍ୟ ଭାଗ ନେଇଥିଲେ। ଏହି କାରଣରୁ, ଚଳିତବର୍ଷ ନିଲାମରେ ଅରବପତି ଶିଳ୍ପପତି ମଧ୍ୟ ଅଂଶଗ୍ରହଣ କରିବେ ବୋଲି ବିଶ୍ୱାସ କରାଯାଉଛି। ଆଦାନୀ ବୋଧହୁଏ ୫ଜି ଇଣ୍ଟରନେଟ୍ ସେବା ହାସଲ କରିବାର ଏକ ସମ୍ଭାବ୍ୟ ସୁଯୋଗ ଖୋଜୁଛନ୍ତି।
ନିକଟରେ ଗୌତମ ଆଦାନୀ ଡାଟା କେନ୍ଦ୍ର ବିସ୍ତାର କରିବାକୁ ଯୋଜନା କରୁଥିବା ନେଇ କର୍ମଚାରୀଙ୍କ ସହ ଏକ ବୈଠକରେ କହିଥିଲେ। ଆଦାନୀ ଦେଶରେ ୫ଜି ଇଣ୍ଟରନେଟର ବୃଦ୍ଧି ପାଉଥିବା ପରିସରରେ ଭାଗ ନେବାକୁ ଚିନ୍ତା କରୁଛନ୍ତି। କ୍ୱାଲକମ୍ ସିଇଓ କିଛି ଦିନ ପୂର୍ବରୁ ଭାରତ ଆସି ଗୌତମ ଆଦାନୀଙ୍କୁ ଭେଟିଥିଲେ। ଆଦାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ବୈଠକ ବିଷୟରେ ସୂଚନା ଦେଇଥିଲେ। ରିପୋର୍ଟ ଅନୁଯାୟୀ ସେ ଖୁବ୍ ଶୀଘ୍ର ଏକ ନୂତନ କମ୍ପାନୀର ଶୁଭାରମ୍ଭ କରିପାରନ୍ତି।
ବାହାନଗା ଟ୍ରେନ ଟ୍ରାଜେଡ଼ି: ମୃତକଙ୍କ ପିଲାଙ୍କ ପାଠପଢ଼ା ଦାୟିତ୍ବ ନେବ ଆଦାନୀ ଗ୍ରୁପ୍‌, ବୀରେନ୍ଦ୍ର ସେହୱାଗ ଯୋଗାଇବେ ମାଗଣା ଶିକ୍ଷା
ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାର ଦୁଇ ଦିନ ପରେ ଆଦାନୀ ଗ୍ରୁପ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ରେଳ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରି ଏଥିରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣାରେ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି। ଆଦାନୀ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ପୀଡ଼ିତା ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ପିଲାମାନଙ୍କୁ ଆସନ୍ତାକାଲି ଏକ ଭଲ ମଣିଷ ହେବାକୁ ଦେବା ସମସ୍ତଙ୍କ ଦାୟିତ୍ୱ। ଏଥିପାଇଁ ତାଙ୍କ ଗ୍ରୁପ ଏହି ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ବହନ କରିବ।
ସେହିପରି, ବାହାନଗା ରେଳ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ ତାଙ୍କ ବିଦ୍ୟାଳୟରେ ମାଗଣା ଶିକ୍ଷା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ସେହୱାଗ୍‌।
ସେହୱାଗ ଏକ ଟ୍ବିଟରେ ଲେଖିଛନ୍ତି ଯେ, ଦୁର୍ଘଟଣାର ଏହି ଚିତ୍ର ଆମକୁ ଏକ ଦୀର୍ଘ ସମୟ ଧରି ଡରାଇବ। ଏହି ଦୁଃଖଦ ସମୟରେ ସେ କେବଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଲାମାନଙ୍କୁ ଶିକ୍ଷା ଆକାରରେ ସାହାଯ୍ୟ କରିପାରିବେ। ବୋର୍ଡିଂ ସୁବିଧା ଥିବା ସେହୱାଗ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ଏହି ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ସେହୱାଗ୍‌ କହିଛନ୍ତି।
ହୁରୁନ୍‌ ବିଶ୍ବ ଧନୀ ତାଲିକା, ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ
ନୁଆଦିଲ୍ଲୀ: ହୁରୁନ ବିଶ୍ବ ଧନୀ ତାଲିକା ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀ ଏବେ ଦେଶର ସବୁଠୁ ଧନୀ ବ୍ୟକ୍ତି। ଗୌତମ ଆଦାନୀ ଏହି ସୂଚୀରେ ୨୩ତମ ସ୍ଥାନକୁ ଖସିଯାଇଛନ୍ତି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୮୨ ବିଲିୟନ ଡଲାର ରହିଥିବାବେଳେ ଗୌତମ ଆଦାନୀ ଓ ତାଙ୍କ ପରିବାର ପାଖରେ ୫୩ ବିଲିୟନ ଡଲାରର ସମ୍ପତ୍ତି ରହିଛି। ଗତ ଏକ ବର୍ଷ ମଧ୍ୟରେ ଉଭୟ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇଛି। ଏହି ସମୟରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୨୦ ପ୍ରତିଶତ ହ୍ରାସ ଘଟିଛି। ସେହିପରି ଗୌତମ ଆଦାନୀଙ୍କ ସମ୍ପତ୍ତିରେ ୩୫ ପ୍ରତିଶତ ହ୍ରାସ ଘଟିଛି। ସାଇରସ ପୁନାୱାଲା ଓ ଶିବ ନାଦର ପରିବାର ଯଥାକ୍ରମେ ତାଲିକାର ୪୬ ଓ ୫୦ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ସ୍ୱର୍ଗତ ରାକେଶ ଝୁନଝୁନୱାଲା, ତାଙ୍କ ପତ୍ନୀ ରେଖା ଝୁନଝୁନୱାଲା ଏବଂ ତାଙ୍କ ପରିବାର ପ୍ରଥମଥର ପାଇଁ ସ୍ଥାନ ପାଇଛନ୍ତି।
୨୦୨୩ ମସିହାର ତାଲିକାରେ ମୋଟ ୩୩୧୨ ଅରବପତି ସ୍ଥାନ ପାଇଛନ୍ତି। ଏଥିରେ ଆମେରିକା, ଚୀନ୍ ଓ ଭାରତର ସବୁଠାରୁ ଅଧିକ ଅରବପତି ରହିଛନ୍ତି। ଭାରତର ୧୮୭ ଅରବପତି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେଥିମଧ୍ୟରୁ ୧୬ ଜଣ ଅରବପତି ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ହୁରୁନ ରିପୋର୍ଟ ଅନୁଯାୟୀ, ଭାରତରେ ରହୁଥିବା ଅରବପତିମାନଙ୍କର ପସନ୍ଦର ସ୍ଥାନ ହେଉଛି ଦେଶର ଅର୍ଥିକ ରାଜଧାନୀ ମୁମ୍ବଇ।  ମୁମ୍ବାଇ ହେଉଛି ଦେଶର ଏକମାତ୍ର ସହର, ଯେଉଁଠାରେ ଦେଶର ପ୍ରାୟ ଏକ ତୃତୀୟାଂଶ ଅରବପତି ରହୁଛନ୍ତି। ମୁମ୍ବଇରେ ରହୁଥବା ଅରବପତିଙ୍କ ସଂଖ୍ୟା ବାଙ୍ଗାଲୋରରେ ରହୁଥିବା ଅରବପତିଙ୍କ ତୁଳନାରେ ତିନି ଗୁଣ ଅଧିକ। ଏଥିସହିତ ଦିଲ୍ଲୀ ତୁଳନାରେ ଏହା ଦୁଇଗୁଣରୁ ଅଳ୍ପ କମ୍। ମୁମ୍ବଇରେ ୬୬ ଜଣ ଅରବପତି ରହୁଛନ୍ତି। ଯାହା ଦେଶର ମୋଟ ଅରବପତିଙ୍କ ସଂଖ୍ୟାର ଏକ ତୃତୀୟାଂଶ।  ରାଜଧାନୀ ଦିଲ୍ଲୀରେ ୩୯ ଜଣ ଏବଂ  ବେଙ୍ଗାଲୁରୁରେ  ୨୧ ଜଣ ଅରବପତି ବାସ କରୁଛନ୍ତି। ବର୍ତ୍ତମାନ ଦେଶରେ ୧୮୭ ଅରବପତି ରହୁଛନ୍ତି।
ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରଭାବ: ମାସକରେ ଆଦାନୀଙ୍କ କ୍ଷତି ୭.୨୮ ଲକ୍ଷ କୋଟି
ନୂଆଦିଲ୍ଲୀ: ହିଣ୍ଡେନ୍‌ବର୍ଗ ରିପୋର୍ଟର ପ୍ରଭାବ ଶିଳ୍ପପତି ଗୌତମ ଆଦାନୀଙ୍କୁ ବେଶ ଭାରି ପହିଛି। ଫଳରେ ତାଙ୍କର ସମ୍ପତ୍ତି କ୍ରମାଗତ ଭାବେ ହ୍ରାସ ଘଟିବାରେ ଲାଗିଛି। ଏକଦା ବିଶ୍ବର ୩ ନମ୍ବର ଧନୀ ଥିବା ଆଦାନୀ ଏବେତାଲିକାରେ ୨୫ ନମ୍ବର ସ୍ଥାନକୁ ଖସିଆସିଛନ୍ତି। ଏପରିକି ମାତ୍ର ମାସକ ମଧ୍ୟରେ ହିଁ ଆଦାନୀଙ୍କ ସମ୍ପତ୍ତି ପରିମାଣରେ ବଡ ଧରଣର ହ୍ରାସ ହୋଇଛି। ବ୍ଲୁମ୍‌ବର୍ଗ ବିଲିନୟେର ଇଣ୍ଡେକ୍ସର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୪୯.୧ ବିଲିୟନ ଡଲାର (୪ ଲକ୍ଷ ୫ ହଜାର କୋଟି ଟଙ୍କା)ରେ ହିଁ ସୀମିତ ରହିଯାଇଛି। ସୂଚନା ଯୋଗ୍ୟ ଯେ, ମାତ୍ର ମାସକ ପୂର୍ବରୁ ଆଦାନୀ ବିଶ୍ବର ୩ ନମ୍ବର ଧନୀ ଥିଲେ। କିନ୍ତୁ ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡେନବର୍ଗର ଏକ ରିପୋର୍ଟ ଆଦାନୀଙ୍କ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟକୁ ରସାତଳ କରିଦେଇଛି । ଗୋଟିଏ ମାସ ପୂର୍ବରୁ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ୧୨୦ ବିଲିୟନ ଡଲାର ରହିଥିବାବେଳେ ଏବେ ତାହା ୫୦ ବିଲିୟନ୍‌ ଡଲାର ଅର୍ଥାତ୍‌ ମାତ୍ର ୪୯.୧ ବିଲିୟନ ଡଲାର ରହିଛି।
ହିଣ୍ଡେନବର୍ଗ ରିପୋର୍ଟ କେବଳ ଆଦାନୀ ଗ୍ରୁପ୍‌ ନୁହେଁ ପୂରା ଭାରତୀୟ ସେୟାର ବଜାରକୁ ଦୋହଲାଇ ଦେଇଛି। ଆଦାନୀ ଗ୍ରୁପର ଯେତେ ବି କମ୍ପାନୀ ସେୟାର ବଜାରରେ ପଞ୍ଜିକୃତ ହୋଇଛନ୍ତି ସେଗୁଡିକର ସେୟାର ମୂଲ୍ୟ ୫୦%ରୁ ବି ଅଧିକ ହ୍ରାସ ପାଇଛି , ଯାହାକି ଇତିହାସରେ ବିରଳ ଘଟଣା। ଆଦାନୀ ଗ୍ରୁପ୍‌ର ୭ଟି ପ୍ରମୁଖ ସେୟାର ମୂଲ୍ୟ ପାଖାପାଖି ୧୨୦ ବିଲିୟନ ଡଲାର (୭ ଲକ୍ଷ ୨୮ ହଜାର କୋଟି ଟଙ୍କା) ହ୍ରାସ ପାଇଛି। ଅପରପକ୍ଷେ ଆଦାନୀ ଗ୍ରୁପ୍‌ ପକ୍ଷରୁ ବାରମ୍ବାର ହିଣ୍ଡେନବର୍ଗ ରିପୋର୍ଟକୁ ଖଣ୍ଡନ କରାଯାଉଛି। ଅନ୍ୟପଟରେ ନିବେଶକମାନେ ବି ଆଦାନୀଙ୍କ ସଫେଇକୁ ବିଶ୍ବାସ କରିବାକୁ ପ୍ରସ୍ତୁତ ନାହଁାନ୍ତି। ଅର୍ଥାତ୍ ସିଧାସଳଖ କହିବାକୁ ଗଲେ, ଆଦାନୀ ଗ୍ରୁପ୍‌ର କୌଣସି ସେୟାରରେ ନିବେଶ କରିବାକୁ ଆଗ ଭଳି ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି ନିବେଶକ। ଯାହାଫଳରେ ସେୟାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ଗୌତମ ଆଦାନୀଙ୍କ ସମ୍ପତ୍ତି ଉପରେ ପଡିଛି। ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଆଦାନୀଙ୍କ ସମ୍ପତ୍ତି ପରିମାଣ ୭୧ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୫ ଲକ୍ଷ ୮୭ ହଜାର କୋଟି ଟଙ୍କା) ହ୍ରାସ ପାଇଛି ।
ଧନୀ ତାଲିକାରୁ ଖସୁଛି ଗୌତମ ଆଦାନୀଙ୍କ ରାଙ୍କ
ନୂଆଦିଲ୍ଲୀ: ବିଶ୍ବର ଟପ୍ ଟେନ୍ ଧନୀ ତାଲିକାରୁ ବାହାରିଲେ ଗୌତମ ଆଦାନୀ । କମୁଛି ଭାରତର ୧ ନଂ ଧନୀଙ୍କ ସମ୍ପତ୍ତି । ଆଦାନୀ ଗ୍ରୁପ ଲୋକଙ୍କୁ ମିଛ କହି ନିଜ ଶେୟାର ମୁଲ୍ୟ ବୃଦ୍ଧି କରି ଠକେଇ କରୁଥିବା କଥା କହିଛି ହିଣ୍ଡେନବର୍ଗ ରିସର୍ଚ୍ଚ । ଏ କଥା କହିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହା ପରେ ଲଗାତାର କମୁଛି ଶେୟାରର ମୂଲ୍ୟ । ଏପରି ତଥ୍ୟକୁ କିନ୍ତୁ ଗୌତମ ଆଦାନୀ ଗ୍ରହଣ କରନାହାନ୍ତି ।
ପୂର୍ବରୁ ବିଶ୍ବ ଧନୀ ତାଲିକାରେ ୩ ନଂ ସ୍ଥାନରେ ଥିଲେ ଗୌତମ । ଏ ରିପୋର୍ଟ ପ୍ରକାଶ ପାଇବା ପରେ ସେ ୭ ନଂ ସ୍ଥାନକୁ ଖସିଥିଲେ । ଆଜି ସ୍ଥିତି ଆହୁରି ଖରାପ ହେବାରୁ ସେ ଟପ୍ ଟେନ୍ ତାଲିକାରୁ ବାହାର ହୋଇଛନ୍ତି । ଏହା ଜଣାପଡ଼ିବା ପରେ ତାଙ୍କ ଉପରେ କେହି ସହଜରେ ଭରଷା କରି ପାରୁନାହାନ୍ତି । ଶେୟାରର ମୂଲ୍ୟ କମୁ ଥିବାରୁ ନିବେଶକମାନେ ମଧ୍ୟ କ୍ଷତି ସହୁଛନ୍ତି ।
ବିଶ୍ୱ ଧନୀ ତାଲିକାର ୨ନଂ ସ୍ଥାନରେ ଭାରତର ଉଦ୍ୟୋଗପତି ଗୌତମ ଅଦାନୀ
ନୂଆଦିଲ୍ଲୀ: ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀ ପାଲଟିଲେ ବିଶ୍ୱର ଦ୍ୱିତୀୟ ବଡ ଧନୀ । ବିଶ୍ୱର ଟପ-୧୦ ବିଲେନିୟରଙ୍କ ସୂଚୀରେ ଏଲନ ମସ୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ। ଗତ ସପ୍ତାହରେ ସେ ୪ନଂ ସ୍ଥାନରୁ ଉଠି ୩ନଂରେ ପହଞ୍ଚିଥିଲେ। ହେଲେ ଏବେ ସେ ବିଶ୍ୱର ଦୁଇ ନମ୍ବର ଧନୀ ହୋଇ ଯାଇଥିବା ଫୋର୍ବସ ରିପୋର୍ଟ ପ୍ରକାଶ କରିଛି। ତେବେ ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ତାଲିକାରେ ଗୌତମ ଅଦାନୀ ଏବେ ବି ତୃତୀୟ ସ୍ଥାନରେ ରହିଛନ୍ତି ।
ଫୋର୍ବସର ରିୟଲ ଟାଇମ ବିଲେନିୟର ତାଲିକାରେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୫୫.୭ ବିଲିୟନ ଡଲାର ରହିଛି। ତାଙ୍କ ସମ୍ପତ୍ତିର ମୂଲ୍ୟ ୫.୫ ବିଲିୟନ ଡଲାର ବା ୪% ବୃଦ୍ଧି ପାଇଛି। ଆଦାନୀ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କୁ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରୁ ହଟାଇ ଦେଇଛନ୍ତି। ଏବେ ଆଦାନୀଙ୍କ ଉପରେ କେବଳ ଟେଲସାର ମୁଖ୍ୟ ଏଲନ ମସ୍କ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୭୩.୫ ବିଲିୟନ ଡଲାର।
ଗତ ମାସରେ ମଧ୍ୟ ଗୌତମ ଆଦାନୀ ଲୁଇ ଭୁଇଟନର ବର୍ନାର୍ଡ ଆର୍ନଲ୍ଟଙ୍କୁ ଟପି ତୃତୀୟ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ସେହି ସମୟରେ ସେ ଜେଫ୍ ବେଜୋସ୍ ଏବଂ ଏଲନ୍ ମସ୍କଙ୍କ ପଛରେ ଥିଲେ।
ଏବେ ଆର୍ନାଲ୍ଟ ମୋଟ ୧୫୩.୫ ବିଲିୟନ ଡ଼ଲାର ସମ୍ପତ୍ତି ସହ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । କାରଣ ଶୁକ୍ରବାର ତାଙ୍କର ନିଟ୍ ମୂଲ୍ୟ ୩.୦୮ ପ୍ରତିଶତ ତଥା ୪.୯ ବିଲିୟନ ଡ଼ଲାର ହ୍ରାସ ପାଇଛି। ଅନ୍ୟପକ୍ଷରେ ଜେଫ୍ ବେଜୋସ୍ ବର୍ତ୍ତମାନ ୧୪୯.୭ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସମ୍ପତ୍ତି ସହ ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ନିଟ୍ ମୂଲ୍ୟ ଶୁକ୍ରବାର ୨.୩ ବିଲିୟନ ଡ଼ଲାର୍ ହ୍ରାସ ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ମୁଖ୍ୟ ମୁକେଶ ଅମ୍ବାନୀ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି । ତାଙ୍କ ସମ୍ପତ୍ତି ୯୨ ବିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି ।
ରେକର୍ଡ କଲେ ଗୌତମ ଆଦାନୀ : ପ୍ରଥମ ଏସୀୟ ବ୍ୟକ୍ତି ଭାବେ ହେଲେ ବିଶ୍ବର ତୃତୀୟ ଧନୀ
ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ଏହା ସହ ସେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଏସୀୟ ମହାଦେଶର ବ୍ୟକ୍ତି ଭାବେ ବିଶ୍ବର ତୃତୀୟ ଧନୀ ତାଲିକାରେ ପହଞ୍ଚିଛନ୍ତି। ‘ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ୍‌’ର ସୂଚନା ଅନୁସାରେ ଫ୍ରାନ୍ସର ବନାଡ୍‌ ଆଲନ୍‌ଙ୍କୁ ଅତିକ୍ରମ କରି ଭାରତୀୟ କୋଟିପତି ଗୌତମ ଅଦାନୀ ବିଶ୍ୱର ତୃତୀୟ ‌ଶ୍ରେଷ୍ଠ ବିତ୍ତଶାଳୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି।ଶ୍ରେଷ୍ଠ ୩ଜଣଙ୍କ ମଧ୍ୟରେ ଜଣେ ଏସୀୟ ବ୍ୟକ୍ତି ସ୍ଥାନୀତ ହେବାରେ ଏହା ହେଉଛି ପ୍ରଥମ ଘଟଣା। ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଚୀନ୍‌ ‘ଆଲିବାବା ଗ୍ରୁପ୍‌’ର ଜାକ୍‌ ମା’ଙ୍କ ଭଳି ଆହୁରି ଅନେକ ବିତ୍ତଶାଳୀ ଏସୀୟମାନେ ମଧ୍ୟ ଏ ସ୍ତରକୁ ଉଠିବାରେ ସମର୍ଥ ହୋଇ ନ ଥିଲେ।
‘ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ୍‌’ର ସୂଚକାଙ୍କ ଅନୁଯାୟୀ ୧୩୭.୪ ବିଲିୟନ୍‌ ଡଲାର୍‌ ସମ୍ପତ୍ତି ସହ ଫ୍ରାନ୍‌ସ୍‌ର ବନାଡ୍‌ ଆନଲ୍‌ଙ୍କୁ ଅତିକ୍ରମ କରିଯାଇଥିବା ଗୌତମ ଆଦାନୀ ସମ୍ପ୍ରତି ରାଙ୍କିଙ୍ଗ୍‌ରେ ଏବେ ଆମେରିକାର ଏଲନ୍‌ମସ୍କ୍‌ ଏବଂ ଜେଫ୍‌ ବେଜୋସ୍‌ଙ୍କ ପଛରେ ରହିଛନ୍ତି। ଟେସଲା ମୁଖ୍ୟ ତଥା ବିଶର ସବୁଠାରୁ ଧନୀ ଏଲନ୍‌ମସ୍କ୍‌ଙ୍କ ସମ୍ପତ୍ତି ୨୫୧ ବିଲିୟନ ଡ଼ଲାର୍ ହୋଇଥିବାବେଳେ ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସଙ୍କ ସମ୍ପତ୍ତି ୧୫୩ ବିଲିୟନ ଡ଼ଲାର ଅଟେ।
ଫ୍ରାନ୍ସର ବନାଡ୍‌ ଆଲନ୍‌ ଯାହାଙ୍କୁ ଅତିକ୍ରମ କରି ଗୌତମ ଆଦାନୀ ବିଶ୍ବର ତୃତୀୟ ଧନୀ ହୋଇଛନ୍ତି ସେ ଫ୍ରାନ୍‌ସ୍‌ର ପ୍ରସିଦ୍ଧ ବ୍ୟବସାୟୀ, ନିବେଶକ ଏବଂ ଚିତ୍ରକଳା ସଂଗ୍ରାହକ। ବିଶ୍ବର ବୃହତ୍ତମ ସୌଖୀନ ସାମଗ୍ରୀ କମ୍ପାନି ‘ଏଲ୍‌ଭିଏମ୍‌ଏଚ୍‌ ମୋଇଟ୍‌ ହେନ୍‌ସି-ଲୁଇ ଭୁଇଟୋ’ର ସହସଂସ୍ଥାପକ, ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ।
ଗୌତମ ଆଦାନୀଙ୍କ ପାଇଁ ସଫଳ ବର୍ଷ ୨୦୨୨
ଭାରତୀୟ କୋଟିପତି ଗୌତମ ଅଦାନୀଙ୍କ ପାଇଁ ୨୦୨୨ ମସିହା ବେଶ ସଫଳଦାୟକ ହେବାରେ ଲାଗିଛି। ଚଳିତ ବର୍ଷ ସେ ସଫଳାତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଚାଲିଛନ୍ତି। ଚଳିତ ବର୍ଷ ସେ ଭାରତର ପ୍ରଥମ ଧନୀ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇବା ସହ ଦେଶର ନମ୍ବର ୧ ଧନୀ ସହ ଏସୀୟାରେ ମଧ୍ୟ ଶ୍ରେଷ୍ଠ ବିତ୍ତଶାଳୀ ହୋଇଥିଲେ। ଏହାପରେ ବିଶ୍ବର ଜଣେ ପରେ ଜଣେ ଧନୀଙ୍କୁ ପଛରେ ପକାଇ ବର୍ତ୍ତମାନ ସୁଦ୍ଧା ବିଶ୍ବର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି।
ରୋଷେଇ ଘରଠାରୁ ବିମାନ ବନ୍ଦର ଏବଂ ବିଦ୍ୟୁତ କ୍ଷେତ୍ର ସବୁଠି ନିଜର ଉପସ୍ଥିତି ଜାହିର କରିପାରିଥିବା ଆଦାନୀ ଗ୍ରୁଫ୍‌ ବେଶ ସଫଳ ହେବାରେ ଲାଗିଛି। ଦେଶରେ ଆଦାନିଙ୍କର ବିଭିନ୍ନ ବ୍ୟବସାୟ ରହିଛି । ଫୁଡ ପ୍ରୋସେସିଂ ୟୁନିଟ, ବିମାନ ବନ୍ଦର ପରିଚାଳନା, ରୋଡ୍ ଆଣ୍ଡ ଟ୍ରାନ୍ସପୋର୍ଟ ଆଦି ମୁଖ୍ୟ କମ୍ପାନୀ ରହିଛି । ଏହାରି ଭିତରେ ଗ୍ରୀନ ଏନର୍ଜି, ଗ୍ୟାସ, ଶକ୍ତି, ସୌର ଶକ୍ତି, ଥର୍ମାଲ, ଡାଟା ସେଂଟର ଆଦି ରହିଛି । ଗୁଜରାଟ ଅହମଦାବାଦରେ ରହିଛି ଏହି କମ୍ପାନୀର ମୁଖ୍ୟ ଅଫିସ । ଆଦାନି ଗ୍ରୁପ ପ୍ରଥମେ ମାଇନ୍ସ ଏବଂ କୋଇଲା କାରବାରରୁ ବ୍ୟବସାୟ ଆରମ୍ଭ କରିଥିଲା ।
ଗୌତମ ଆଦାନୀଙ୍କ ଜୀବନ ଯାତ୍ରା
ଗୌତମ ଆଦାନୀ ୨୪ ଜୁନ୍ ୧୯୬୨ ରେ ଗୁଜୁରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ତାଙ୍କ ପରିବାର ଅହମ୍ମଦାବାଦର ପୋଲ ଅଞ୍ଚଳରେ ଶେଥ୍‌ ଚୋଳରେ ରହୁଥିଲେ। ଗୁଜୁରାଟ ୟୁନିଭରସିଟିରୁ ବି.କମ୍ ଅଧ୍ୟୟନ କରିବା ପରେ  ଗୌତମ ଆଦାନୀ ବ୍ୟବସାୟ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ ଏବଂ ଏଠାରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ସେ ୧୯୭୮ ରେ ହୀରା ବଜାରରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ସେତେବେଳେ ବ୍ୟବସାୟ ଏତେ ଭଲ ଚାଲିନଥିଲା। କିନ୍ତୁ ୧୯୮୧ ମସିହାରେ ଗୌତମ ଆଦାନୀଙ୍କ ଭାଗ୍ୟ ଖୋଲିଥିଲା। ଯେତେବେଳେ ତାଙ୍କ ବଡ ଭାଇ ତାଙ୍କୁ ପ୍ଲାଷ୍ଟିକ ବ୍ୟବସାୟରେ ଯୋଗଦେବା ପାଇଁ ଅହମ୍ମଦାବାଦକୁ ଡାକିଲେ । ଏହା ପରେ ୧୯୮୮ ରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡର ବୃଦ୍ଧି ଘଟିଥିଲା, ଯାହା ଥର୍ମାଲ,କୃଷିଜାତ ଦ୍ରବ୍ୟ ଏବଂ ବସ୍ତ୍ର ପରି ଦ୍ରବ୍ୟରେ ବାଣିଜ୍ୟ କାରବାର ଆରମ୍ଭ କରିଥିଲା ​​।
୧୯୯୧ ପରେ ଆଉ ପଛକୁ ଚାହିଁ ନାହାନ୍ତି ଗୌତମ ଆଦାନୀ
୧୯୯୧ ରେ ଅର୍ଥନୈତିକ ସଂସ୍କାର ହେତୁ, ଆଦାନୀ ଗୋଷ୍ଠୀର ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଲା ଏବଂ ସେମାନେ ବହୁରାଷ୍ଟ୍ରୀୟ ବ୍ୟବସାୟୀ ଭାବରେ ଉଭା ହେଲେ । ୧୯୯୫ ଗୌତମ ଆଦାନୀଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ପ୍ରମାଣିତ ହେଲା, ଯେତେବେଳେ ତାଙ୍କ କମ୍ପାନୀ ମୁଣ୍ଡ୍ରା ବନ୍ଦର ପରିଚାଳନା ପାଇଁ ଚୁକ୍ତିନାମା ପାଇଲା | ଗୌତମ ଆଦାନୀ ତାଙ୍କ ବ୍ୟବସାୟର ବିବିଧକରଣ ଜାରି ରଖିଥିଲେ ଏବଂ ୧୯୯୬ ରେ ଆଦାନୀ ପାୱାର ଲିମିଟେଡ୍ ଆରମ୍ଭ ହୋଇଥିଲା। ୧୦ ବର୍ଷ ପରେ, କମ୍ପାନୀ ବିଦ୍ୟୁତ୍ ଉତ୍ପାଦନ ବ୍ୟବସାୟରେ ପ୍ରବେଶ କଲା । ଏହା ପରେ, ସେ ପଛକୁ ଚାହିଁ ନଥିଲେ ଏବଂ ଘରୋଇ ରାସନରୁ କୋଇଲା ଖଣି, ରେଳବାଇ ,ବିମାନବନ୍ଦର ଏବଂ ବନ୍ଦର ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବ୍ୟବସାୟରେ ନିଜର ଉପସ୍ଥିତି ଜାହିର କରିଥିଲେ।
ସମ୍ପତ୍ତି ଦୌଡରେ ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ
ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ଏବେ ସମ୍ପତ୍ତି ଦୌଡରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଟପିଯାଇଛି। ଆଦାନୀ ବିଶ୍ୱର ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ନିଜକୁ ସ୍ଥାନିତ କରିଥ଄ବାବେଳେ ଅମ୍ବାନୀ ସୂଚୀର ନବମ ସ୍ଥାନରେ ରହିଛନ୍ତି। ଆଦାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୧୦୪ ବିଲିୟନ ଡଲାରରେ ପହଞ୍ଚିଯାଇଛି। ଏହି ଅନୁସାରେ ବିଶ୍ୱର ସବୁଠୁ ଧନୀ ଟେସଲା ଓ ସ୍ପେସ୍ ଏକ୍ସ ମାଲିକ ଏଲନ୍‌ ମସ୍କଙ୍କ ମୋଟ ସମ୍ପତ୍ତିଠାରୁ ତାଙ୍କ ସମ୍ପତ୍ତିର ପରିମାଣ ମାତ୍ର ୧୦୦ ବିଲିୟନ ଡଲାର ପଛରେ ରହିଛି। ମସ୍କଙ୍କ ମୋଟ ସମ୍ପତ୍ତି ୨୦୪.୫ ବିଲିୟନ ଡଲାର।
ରିପୋର୍ଟ ଅନୁସାରେ ଆଦାନୀ ତାଙ୍କ ବ୍ୟବସାୟରେ କ୍ରମାଗତ ଭାବେ ସମ୍ପ୍ରସାରଣ ଘଟାଇବାରେ ଲାଗିଛନ୍ତି। ନିକଟରେ ସେ ସିମେଣ୍ଟ କାରବାରରେ ପାଦ ଥାପିଥିବାବେଳେ ଏହି କ୍ଷେତ୍ରରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଆଦାନୀ ୧୦.୫ ବିଲିୟନ ଡଲାରରେ ହୋଲସିମ୍ ଲିମିଟେଡଙ୍କ ଭାରତୀୟ କାରବାରକୁ ହାତେଇ ନେବାରେ ସଫଳ ହୋଇଛନ୍ତି। ହୋଲସିମ ଭାରତରେ ଏସିସି ଓ ଅମ୍ବୁଜା ବ୍ରାଣ୍ଡର ସିମେଣ୍ଟ କାରବାର କରୁଥିଲା। ଏଣୁ ସିମେଣ୍ଟ କ୍ଷେତ୍ରରେ ପ୍ରବେଶ ସହ ଅାଦାନୀ ଦେଶର ଦ୍ୱିତୀୟ ସର୍ବବୃହତ୍ତ ସିମେଣ୍ଟ ନିର୍ମାତା ପାଲଟିଛନ୍ତି।
ଏଥିରେ ମୁକେଶ ଅମ୍ବାନୀଙ୍କ କାରବାର ହିସାବ କଲେ ତାଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ନିକଟରେ ୧୯ ଲକ୍ଷ କୋଟି ବଜାର ପୁଞ୍ଜିର ଦେଶର ୧ ନମ୍ବର କମ୍ପାନୀରେ ପରିଣତ ହୋଇଥିଲା। ଆଦାନୀଙ୍କ କାରବାର ବନ୍ଦରଠାରୁ ଆରମ୍ଭ କରି ଲୋକଙ୍କ ଘରର ରୋଷେଇଶାଳ ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି। ଏଥିରେ ଅମ୍ବାନୀ ଟେଲିକମ କ୍ଷେତ୍ରରୁ ରିଟେଲ ପର୍ଯ୍ୟନ୍ତ ବ୍ୟାପୀ ରହିଛନ୍ତି।
ଏଲନ ମସ୍କ, ଜେଫ୍ ବେଜୋସଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ
ନୂଆଦିଲ୍ଲୀ: ବ୍ୟକ୍ତିଗତ ଆୟ କ୍ଷେତ୍ରରେ ଏଲ୍‌ନ ମସ୍କ ଏବଂ ଜେଫ୍ ବେଜୋସଙ୍କୁ ପଛରେ ପକାଇଛନ୍ତି ଭାରୀୟ ଶିଳ୍ପପତି ଗୌତମ ଆଦାନୀ। ଆୟ ମାମଲାରେ ସେ ଏବେ ହୋଇଛନ୍ତି ଦୁନିଆର ନମ୍ବର ଓ୍ୱାନ ବ୍ୟବସାୟୀ। ଏସିଆର ଦ୍ଵିତୀୟ ସବୁଠୁ ଧନ୍ୟ ବ୍ୟକ୍ତି ଗୌତମ ଆଦାନୀଙ୍କ ୨୦୨୧ରେ ନିଜ ସମ୍ପତ୍ତିରେ ୪୯ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ଘଟିଛି। ଦୁନିଆର ୩ ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ, ଜେଫ ବେଜୋସ ଏବଂ ବର୍ଣ୍ଣାର୍ଡ ଆରନୋଲ୍ସଙ୍କ ୨୦୨୧ରେ ଆୟ କରିଥିବା ସମ୍ପତ୍ତି ସବୁକୁ ମିଶାଇ ଦେଲେ ମଧ୍ୟ ଗୌତମ ଆଦାନୀଙ୍କଠୁ କମ୍ ହେବ। ୨୦୨୨ ହୁରୁନ ବିଶ୍ବ ଧନୀ ତାଲିକାରୁ ବୁଧବାର ଏହି ସୂଚନା ମିଳିଛି।
ତଥାପି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀ ୧୦୩ ବିଲିୟନ ଆମେରିକୀୟ ଡଲାର ସହ ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି ଅଛନ୍ତି। ତେବେ ୨୦୨୧ରେ ସମ୍ପତ୍ତି ବୃଦ୍ଧି ମାମଲାରେ ଆଦାନୀ ସମସ୍ତଙ୍କୁ ପଛରେ ପକାଇଛନ୍ତି। ଗତ ୧୦ ବର୍ଷରେ ଅମ୍ବାନୀଙ୍କ ସମ୍ପତ୍ତିରେ ୪୦୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଆଦାନୀଙ୍କ ସଂପତ୍ତିରେ ୧୮୩୦ ପ୍ରତିଶତ ବୃଦ୍ଧି ଘଟିଛି। ହୁରୁନ ବିଶ୍ବ ଧନୀ ତାଲିକାରେ କୁହାଯାଇଛି ଯେ ୫୯ ବର୍ଷୀୟ ଗୌତମ ଆଦାନୀ ୨୦୨୨ରେ ସବୁଠୁ ଅଧିକ ଆୟ ଗତବର୍ଷ ଆଦାନୀ ନିଜ ଡଲାର ଯୋଡିଛନ୍ତି। ଗୋଟିଏ ବର୍ଷରେ ତାଙ୍କ ସମ୍ପତ୍ତିରେ ଯେତିକି ବୃଦ୍ଧି ଘଟିଛି ସେତିକି ବୃଦ୍ଧି ଏଲନ୍ ମସ୍କ, ଜେଫ୍ ବେଜୋସ ଏବଂ ବର୍ଣ୍ଣାର୍ଡ ଆରନୋଲ୍ଟଙ୍କ ପରି ତିନି ବିଶ୍ଵ ଅରବପତିଙ୍କର ସମ୍ପତ୍ତିରେ ହୋଇନାହିଁ। ୨୦୨୧ରେ ମୁକେଶ ଅମ୍ବାନୀଙ୍କ ସଂପତ୍ତିରେ ୨୦ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ଘଟିଥିଲା।
ଗୌତମ ଆଦାନୀ : ପ୍ଲାଷ୍ଟିକ ବ୍ୟବସାୟରୁ ଖୋଲିଥିଲା ଭାଗ୍ୟ, ଆଉ ଏବେ ଏସିଆର ନମ୍ବର ଓ୍ବାନ୍ ଧନୀ
ନୂଆଦିଲ୍ଲୀ : ରୋଷେଇ ଘରଠାରୁ ବିମାନ ବନ୍ଦର ଏବଂ ବିଦ୍ୟୁତ କ୍ଷେତ୍ର ସବୁଠି ନିଜର ଉପସ୍ଥିତି ଜାହିର କରିପାରିଥିବା ଆଦାନୀ ଗ୍ରୁଫ୍‌ର ଚେୟାରମ୍ୟାନ୍ ଗୌତମ ଆଦାନୀ ଗତ ଶୁକ୍ରବାର ଠାରୁ ଏସିଆର ସବୁଠାରୁ ଧନୀ ହୋଇଯାଇଛନ୍ତି । ପୂର୍ବରୁ ସେ ଭାରତର ସବୁଠାରୁ ବଡ ଧନୀ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଧନୀ ତାଲିକାର ଶୀର୍ଷକୁ ଉଠିଥିଲେ । ଏହାପରେ ପୁଣି ଆହୁରି ଆଗକୁ ଯାଇ ଏସିଆର ନମ୍ବର ଓ୍ବାନ୍ ଧନୀ ହୋଇଛନ୍ତି । କେବଳ ସେତିକି ନୁହେଁ, ଗୌତମ ଆଦାନୀ ଏବେ ବିଶ୍ବର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ରହିଛନ୍ତି । ଏହାରି ମଧ୍ୟରେ ଦ୍ରୁତ ଗତିରେ ବଢୁଛି ଆଦାନି ଗ୍ରୁପ କମ୍ପାନୀର ମାଲିକ ଗୌତମ ଆଦାନୀଙ୍କ ସମ୍ପତି। ଆପଣଙ୍କ ରୋଷେଇ ଘରଠାରୁ ଆରମ୍ଭ କରି ଦେଶର ବିମାନବନ୍ଦର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ରଖିଛି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁଫ୍‌।
ଦେଶରେ ଆଦାନିଙ୍କର ବିଭିନ୍ନ ବ୍ୟବସାୟ ରହିଛି । ଫୁଡ ପ୍ରୋସେସିଂ ୟୁନିଟ, ବିମାନ ବନ୍ଦର ପରିଚାଳନା, ରୋଡ୍ ଆଣ୍ଡ ଟ୍ରାନ୍ସପୋର୍ଟ ଆଦି ମୁଖ୍ୟ କମ୍ପାନୀ ରହିଛି । ଏହାରି ଭିତରେ ଗ୍ରୀନ ଏନର୍ଜି, ଗ୍ୟାସ, ଶକ୍ତି, ସୌର ଶକ୍ତି, ଥର୍ମାଲ, ଡାଟା ସେଂଟର ଆଦି ରହିଛି । ଗୁଜରାଟ ଅହମଦାବାଦରେ ରହିଛି ଏହି କମ୍ପାନୀର ମୁଖ୍ୟ ଅଫିସ । ଆଦାନି ଗ୍ରୁପ ପ୍ରଥମେ ମାଇନ୍ସ ଏବଂ କୋଇଲା କାରବାରରୁ ବ୍ୟବସାୟ ଆରମ୍ଭ କରିଥିଲା ।
ଫୋବର୍ସ ପକ୍ଷରୁ ଜାରି କରାଯାଇଥିବା ରିଅଲ୍ ଟାଇମ୍ ଲିଷ୍ଟ ଅନୁଯାୟୀ, ଗୌତମ ଆଦାନୀ ଏବଂ ଫ୍ୟାମିଲି ପାଖରେ ଏବେ ୯୧.୨ ବିଲିୟନ ଡଲାର ସମ୍ପତ୍ତି ରହିଛି । ଯାହା ଫଳରେ ସେ ବିଶ୍ବର ଧନୀ ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି। ଯେତେବେଳେ କି, ମୁକେଶ ଅମ୍ବାନୀ  ୯୧.୦ ବିଲିୟନ ଡ଼ଲାର ସହିତ ବିଶ୍ବର ଧନୀ ତାଲିକାରେ ୧୧ମ ସ୍ଥାନରେ ରହିଛନ୍ତି।ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଆଦାନୀଙ୍କ ସମ୍ପତ୍ତି ଗୁରୁବାର ଦିନ ୨.୧ ବିଲିୟନ ଡ଼ଲାରର ବୃଦ୍ଧି ପାଇଛି।
ଗୌତମ ଆଦାନୀଙ୍କ ଜୀବନ ଯାତ୍ରା
ଗୌତମ ଆଦାନୀ ୨୪ ଜୁନ୍ ୧୯୬୨ ରେ ଗୁଜୁରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ତାଙ୍କ ପରିବାର ଅହମ୍ମଦାବାଦର ପୋଲ ଅଞ୍ଚଳରେ ଶେଥ୍‌ ଚୋଳରେ ରହୁଥିଲେ। ଗୁଜୁରାଟ ୟୁନିଭରସିଟିରୁ ବି.କମ୍ ଅଧ୍ୟୟନ କରିବା ପରେ  ଗୌତମ ଆଦାନୀ ବ୍ୟବସାୟ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ ଏବଂ ଏଠାରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ସେ ୧୯୭୮ ରେ ହୀରା ବଜାରରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ସେତେବେଳେ ବ୍ୟବସାୟ ଏତେ ଭଲ ଚାଲିନଥିଲା। କିନ୍ତୁ ୧୯୮୧ ମସିହାରେ ଗୌତମ ଆଦାନୀଙ୍କ ଭାଗ୍ୟ ଖୋଲିଥିଲା। ଯେତେବେଳେ ତାଙ୍କ ବଡ ଭାଇ ତାଙ୍କୁ ପ୍ଲାଷ୍ଟିକ ବ୍ୟବସାୟରେ ଯୋଗଦେବା ପାଇଁ ଅହମ୍ମଦାବାଦକୁ ଡାକିଲେ । ଏହା ପରେ ୧୯୮୮ ରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡର ବୃଦ୍ଧି ଘଟିଥିଲା, ଯାହା ଥର୍ମାଲ,କୃଷିଜାତ ଦ୍ରବ୍ୟ ଏବଂ ବସ୍ତ୍ର ପରି ଦ୍ରବ୍ୟରେ ବାଣିଜ୍ୟ କାରବାର ଆରମ୍ଭ କରିଥିଲା ​​।
୧୯୯୧ ପରେ ଆଉ ପଛକୁ ଚାହିଁ ନାହାନ୍ତି ଗୌତମ ଆଦାନୀ
୧୯୯୧ ରେ ଅର୍ଥନୈତିକ ସଂସ୍କାର ହେତୁ, ଆଦାନୀ ଗୋଷ୍ଠୀର ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଲା ଏବଂ ସେମାନେ ବହୁରାଷ୍ଟ୍ରୀୟ ବ୍ୟବସାୟୀ ଭାବରେ ଉଭା ହେଲେ । ୧୯୯୫ ଗୌତମ ଆଦାନୀଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ପ୍ରମାଣିତ ହେଲା, ଯେତେବେଳେ ତାଙ୍କ କମ୍ପାନୀ ମୁଣ୍ଡ୍ରା ବନ୍ଦର ପରିଚାଳନା ପାଇଁ ଚୁକ୍ତିନାମା ପାଇଲା | ଗୌତମ ଆଦାନୀ ତାଙ୍କ ବ୍ୟବସାୟର ବିବିଧକରଣ ଜାରି ରଖିଥିଲେ ଏବଂ ୧୯୯୬ ରେ ଆଦାନୀ ପାୱାର ଲିମିଟେଡ୍ ଆରମ୍ଭ ହୋଇଥିଲା। ୧୦ ବର୍ଷ ପରେ, କମ୍ପାନୀ ବିଦ୍ୟୁତ୍ ଉତ୍ପାଦନ ବ୍ୟବସାୟରେ ପ୍ରବେଶ କଲା । ଏହା ପରେ, ସେ ପଛକୁ ଚାହିଁ ନଥିଲେ ଏବଂ ଘରୋଇ ରାସନରୁ କୋଇଲା ଖଣି, ରେଳବାଇ ,ବିମାନବନ୍ଦର ଏବଂ ବନ୍ଦର ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବ୍ୟବସାୟରେ ନିଜର ଉପସ୍ଥିତି ଜାହିର କରିଥିଲେ।
ସାତୋଟି କମ୍ପାନୀ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ
ସମ୍ପ୍ରତି, ଆଦାନୀ ଗ୍ରୁପର ଏକ କମ୍ପାନୀ ଆଦାନୀ ୱିଲମାର ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ହୋଇ ନିବେଶକମାନଙ୍କ ପସନ୍ଦ ସାବ୍ୟସ୍ତ ହୋଇଛି। ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଥିବା ଆଦାନୀ ଗ୍ରୁପ୍ ର ଏହା ହେଉଛି ସପ୍ତମ କମ୍ପାନୀ । ଏହାପୂର୍ବରୁ ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ଗ୍ରୀନ୍ ଏନର୍ଜି, ଆଦାନୀ ଟୋଟାଲ୍ ଗ୍ୟାସ୍, ଆଦାନୀ ଟ୍ରାନ୍ସମିସନ୍, ଆଦାନୀ ବନ୍ଦର ଏବଂ ଆଦାନୀ ପାୱାର ତାଲିକାଭୁକ୍ତ ହୋଇଛି । ୨୦୨୦ ଆରମ୍ଭରୁ ଆଦାନୀ ଗ୍ରୀନ୍ ଏବଂ ଆଦାନୀ ଟୋଟାଲ୍ ଗ୍ୟାସର ସେୟାର ୧୦୦୦ ପ୍ରତିଶତରୁ ଅଧିକ ଲାଭ କରିଛି । ଆଦାନୀ ଏଣ୍ଟରପ୍ରାଇଜେସ୍ ଅନୁଯାୟୀ ୧୯୯୪ ମସିହାରେ, ପ୍ରଥମ କମ୍ପାନୀର ସେୟାରଗୁଡିକ BSE ଏବଂ NSE ରେ ତାଲିକାଭୁକ୍ତ ହୋଇଥିଲା । ସେତେବେଳେ ଗୋଟିଏ ଅଂଶର ମୂଲ୍ୟ ୧୫୦ ଟଙ୍କା ଥିଲା।
ମୁଣ୍ଡ୍ରା ବନ୍ଦର
୧୯୯୫ ମସିହାରେ, ଆଦାନୀ ଗୋଷ୍ଠୀ ମୁଣ୍ଡ୍ରା ବନ୍ଦରର କାର୍ଯ୍ୟ ଆରମ୍ଭ କରିଥିଲା। ୮୦୦୦ ହେକ୍ଟରରୁ ଅଧିକ ପରିସରରେ ଆଦାନୀଙ୍କ ମୁଣ୍ଡ୍ରା ବନ୍ଦର ହେଉଛି ଭାରତର ସବୁଠାରୁ ବଡ ଘରୋଇ ବନ୍ଦର । ଏହା ଆଦାନୀ ଗ୍ରୁପ୍ ପାଇଁ ସବୁଠାରୁ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି ।
ରାସନ ବ୍ୟବସାୟ
ଜାନୁୟାରୀ ୧୯୯୯ ରେ ଆଦାନୀ ଗ୍ରୁପ୍ ୱିଲ୍ ଆଗ୍ରି ବିଜନେସ୍ ଗ୍ରୁପ୍ ୱିଲମାର ସହିତ ହାତ ମିଶାଇ ଖାଇବା ତେଲ ବ୍ୟବସାୟରେ ପ୍ରବେଶ କରିଥିଲା। ଆଜି, ଆଦାନୀ-ୱିଲମର୍ କମ୍ପାନୀ ଦେଶରେ ସର୍ବାଧିକ ବିକ୍ରି ହେଉଥିବା ଫର୍ଚୁନ୍ ଖାଇବା ତେଲ ଉତ୍ପାଦନ କରେ | କମ୍ପାନୀ ମଇଦା, ଚାଉଳ, ଡାଲି, ଚିନି ମଧ୍ୟ ପ୍ରସ୍ତୁତ କରିଥାଏ ।
ଶସ୍ୟ ସଂରକ୍ଷଣ
ରାସନ ଉତ୍ପାଦ ଉତ୍ପାଦନ ସହିତ, ୨୦୦୫ ମସିହାରେ ଆଦାନୀ ଗ୍ରୁପ୍ ଆଉ ଏକ ବଡ ପଦକ୍ଷେପ ନେଇ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ସହଯୋଗରେ ଦେଶରେ ବଡ଼ ସିଲୋ ଉତ୍ପାଦନ ଆରମ୍ଭ କଲା |। ବହୁ ପରିମାଣର ଶସ୍ୟ ସିଲୋରେ ଗଚ୍ଛିତ ରହିଛି।
କୋଇଲା ଖଣି
୨୦୧୦ ରେ ଆଦାନୀ ଗ୍ରୁପ ୧୨,୧୪୭ କୋଟିରେ ଅଷ୍ଟ୍ରେଲିଆର ଲିଙ୍କ ଏନର୍ଜିରୁ ଏକ କୋଇଲା ଖଣି କିଣିଥିଲା। ଜିଲି ବେଷ୍ଟ କୁଇନ୍ ଦ୍ୱୀପରେ ଅବସ୍ଥିତ ଏହି ଖଣିରେ ୭.୮ ବିଲିୟନ ଟନ୍ ଖଣିଜ ଜମା ରହିଛି ଯାହା ପ୍ରତିବର୍ଷ ୬୦ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିପାରିବ ।
ପ୍ରତିରକ୍ଷା ଉପକରଣ
୨୦୧୫ ବର୍ଷ ପରେ, ଆଦାନୀ ଗୋଷ୍ଠୀ ମଧ୍ୟ ସେନାକୁ ପ୍ରତିରକ୍ଷା ଉପକରଣ ଯୋଗାଣ କାର୍ଯ୍ୟ ଆରମ୍ଭ କଲା । ଏହା ସହିତ, କିଛି ସମୟ ପରେ ଆଦାନୀ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ବ୍ୟବସାୟ ବିସ୍ତାର କଲା ।୨୦୧୭ରେ ତାଙ୍କ କମ୍ପାନୀ ସୋଲାର ପିଭି ପ୍ୟାନେଲ ଉତ୍ପାଦନ ଆରମ୍ଭ କଲା ।
ବିମାନବନ୍ଦର
୨୦୧୯ ରେ ଆଦାନୀ ଗ୍ରୁପ୍ ବିମାନବନ୍ଦର ସେକ୍ଟରରେ ନିଜର ଉପସ୍ଥିତି ଜାହିର କରିଥିଲା।  ଆଦାନୀ ଗ୍ରୁପ୍ ବର୍ତ୍ତମାନ ଅହମ୍ମଦାବାଦ, ଲକ୍ଷ୍ନୌ, ମାଙ୍ଗାଲୁରୁ, ଜୟପୁର, ଗୁଆହାଟି ଏବଂ ଥିରୁବନନ୍ତପୁରମ୍ ସମେତ ଦେଶର ୬ଟି ବିମାନବନ୍ଦରର ଆଧୁନିକୀକରଣ ଏବଂ କାର୍ଯ୍ୟ କରୁଛି। ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ୍ ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡରେ୭୪ ପ୍ରତିଶତ ଅଂଶଧନ କିଣିଛି। ଏହା ସହିତଆଦାନୀଙ୍କ ଗ୍ରୁପ୍‌ ହେଉଛି ଦେଶର ସର୍ବବୃହତ ଘରୋଇ କ୍ଷେତ୍ର ବିମାନବନ୍ଦର ଅପରେଟର, ପାୱାର ଜେନେରେଟର ଏବଂ ସିଟି ଗ୍ୟାସ ରିଟେଲର ।
ଜାଣନ୍ତୁ ମାନବକଲ୍ୟାଣ ଦିଗରେ କେଉଁ ଭାରତୀୟ ଉଦ୍ୟୋଗପତି କେତେ ଅର୍ଥ ଦାନ କରନ୍ତି
ମୁମ୍ବାଇ : ଆନ୍ତର୍ଜାତିକ ସ୍ତରରେ ଅରବପତି ବିଲ ଗେଟସ୍‌ଙ୍କ ଠାରୁ ଭାରତର ବହୁ ପ୍ରତିଷ୍ଠିତ ଉଦ୍ୟୋଗପତି ମାନବକଲ୍ୟାଣ ଦିଗରେ ବିପୁଳ ଅର୍ଥ ଦାନ କରିଥାଆନ୍ତି। ଏପରିକି ମାନବକଲ୍ୟାଣ କିମ୍ବା ସମାଜକଲ୍ୟାଣ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରାୟ ସମସ୍ତ ପ୍ରତିଷ୍ଠିତ ଶିଳ୍ପଗୋଷ୍ଠୀର ଏକ ପୃଥକ ବିଭାଗ କାର୍ଯ୍ୟ କରୁଛି। ହେଲେ ଏସବୁ କ୍ଷେତ୍ରରେ ଭାରତୀୟ ଉଦ୍ୟୋଗପତିଙ୍କ ମଧ୍ୟରେ ଅଜିମ୍‌ ପ୍ରେମଜୀଙ୍କ ସ୍ଥାନ ସବୁଠୁ ଆଗରେ । ଗତ ଆର୍ଥିକ ବର୍ଷ(୨୦୨୦-୨୧)ରେ ପ୍ରେମଜୀଙ୍କ କମ୍ପାନୀ ଯେତିକି ପରିମାଣର ଦାନ କରିଛି ତାହା ଅନ୍ୟ ସମସ୍ତ ଉଦ୍ୟୋଗ କ୍ଷେତ୍ର ତୁଳନାରେ ଅଧିକ ବୋଲି ଜଣାପଡ଼ିଛି। ମୁଖ୍ୟତଃ ସଫ୍ଟୱେୟର ରପ୍ତାନୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଜିମ ପ୍ରେମଜୀଙ୍କ ୱିପ୍ରୋ କମ୍ପାନୀ ଏହି ଆର୍ଥିକ ବର୍ଷରେ ମୋଟ ୯୭୧୩ କୋଟି ଟଙ୍କା ମାନବକଲ୍ୟାଣ ଦିଗରେ ବ୍ୟୟ କରିଛି। ଅର୍ଥାତ ଦିନକୁ ୨୭ କୋଟି ଟଙ୍କା ଦାନ କରାଯାଇଛି। ଫଳରେ ଏହି ଆର୍ଥିକ ବର୍ଷରେ ମାନବକଲ୍ୟାଣ ଦିଗରେ ସର୍ବାଧିକ ବ୍ୟୟ କରିଥିବା ଭାରତୀୟ ଉଦ୍ୟୋଗପତିଙ୍କ ମଧ୍ୟରେ ଅଜିମ ପ୍ରେମଜୀ ସବୁଠୁ ଆଗରେ ରହିଛନ୍ତି।
‘ହୁରୁନ୍‌ ଇଣ୍ଡିଆ ଫିଲାନ୍ତ୍ରୋଫି ତାଲିକା ୨୦୨୧’ ଅନୁଯାୟୀ ୱିପ୍ରୋ କମ୍ପାନୀର ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବେ ପ୍ରେମଜୀ ଗତବର୍ଷ ନିଜ ଦାନ ପରିମାଣରେ ବୃଦ୍ଧି କରିଥିଲେ। ପୂର୍ବରୁ ସେ ବାର୍ଷିକ ଯେତିକି ପରିମାଣର ଦାନ ଦେଉଥିଲେ ତାହାର ଏକ ଚତୁର୍ଥାଂଶ ବୃଦ୍ଧି କରିଥିଲେ। ବିଶେଷକରି କରୋନା ମହାମାରୀ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରେମଜୀ ଏଭଳି ନିଷ୍ପତ୍ତି ନେଇଥÒଲେ ବୋଲି କୁହାଯାଇଛି। ପ୍ରେମଜୀଙ୍କ ପଛକୁ ଦାନ କରିବା କ୍ଷେତ୍ରରେ ଦ୍ବିତୀୟରେ ରହିଛନ୍ତି ଏଚସିଏଲ କମ୍ପାନୀର ଶିବ ନାଦର। ସେ ଏହି ବର୍ଷରେ ମୋଟ ୧୨୬୩ କୋଟି ଟଙ୍କା ଦାନ ଦେଇଛନ୍ତି। ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଭାରତର ସବୁଠୁ ବିତ୍ତଶାଳୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ୨୦୨୦-୨୧ ଆର୍ଥିକ ବର୍ଷରେ ସେ ୫୭୭ କୋଟି ଟଙ୍କା ଦାନ ଦେଇଛନ୍ତି। ଏହାପରେ ଆଦିତ୍ୟ ବିର୍ଲା ଗୋଷ୍ଠୀ ମୁଖ୍ୟ କୁମାର ମଙ୍ଗଳମ ବିର୍ଲା ୩୭୭ କୋଟି ଟଙ୍କାର ଦାନ ଦେଇଥÒବା ବେଳେ ଭାରତର ଦ୍ବିତୀୟ ବିତ୍ତଶାଳୀ କୁହାଯାଉଥିବା ଗୌତମ ଆଦାନୀ ମାତ୍ର ୧୩୦ କୋଟି ଟଙ୍କା ଦାନ କରିଛନ୍ତି। ସେହିପରି ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲକେନି ଏହି ବର୍ଷରେ ୧୮୩ କୋଟି ଟଙ୍କା ଦାନ କରି ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଭାରତୀୟ ଉଦ୍ୟୋଗପତିମାନେ ଦେଉଥିବା ଦାନର ସର୍ବାଧିକ ଅଂଶ ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟ କରାଯାଉଥିବା ବେଳେ ଏବେ ଏହି ତାଲିକାରେ ଆଉ କିଛି ନୂଆ ଉଦ୍ୟୋଗପତି ମଧ୍ୟ ଯୋଡି ହେବା ଦେଖାଯାଇଛି।
ଶେୟାର ବଜାରରେ ସର୍ବାଧିକ ପୁଞ୍ଜି ନିବେଶ କରୁଥିବା ରାକେଶ ଝୁନଝୁନୱାଲା ଏବେ ମାନବକଲ୍ୟାଣ ଦିଗରେ ଦାନ କରିବା ଆରମ୍ଭ କରିଥିବା ବେଳେ ଏହି ବର୍ଷରେ ସେ ୫୦ କୋଟି ଟଙ୍କା ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବ୍ୟୟ କରିଛନ୍ତି। ସେହିପରି ଉଦ୍ୟୋଗପତି ଭ୍ରାତା ନିତିନ ଏବଂ ନିଖିଲ କାମଥ ୭୫୦ କୋଟି ଟଙ୍କା ଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଅନ୍ୟ ଉଦ୍ୟୋଗପତିଙ୍କ ମଧ୍ୟରେ ହିନ୍ଦୁଜା ପରିବାର, ବଜାଜ ଗୋଷ୍ଠୀ, ଅନୀଲ ଅଗ୍ରୱାଲ ଏବଂ ବର୍ମନ ପରିବାର ରହିଥିଲା ବେଳେ ଏଲ ଆଣ୍ଡି ଟି ମୁଖ୍ୟ ଏ କେ ନାୟକ ୧୧୨ କୋଟି ଟଙ୍କା ଦାନ କରି ୧୧ତମ ସ୍ଥାନରେ ରହିଛନ୍ତି। ଦାନକାରୀଙ୍କ ତାଲିକାରେ କିଛି ମହିଳା ଉଦ୍ୟୋଗପତି ମଧ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ୬୯ କୋଟି ଟଙ୍କା ଦାନ କରି ରୋହିଣୀ ନିଲକେନି ସବୁଠୁ ଆଗରେ ରହିଥିବା ବେଳେ ତାଙ୍କ ପଛକୁ ୟୁଏସଭି ଗୋଷ୍ଠୀର ଲିନା ତିୱାରି ୨୪ କୋଟି ଟଙ୍କା ଦାନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ଥର୍ମାକ୍ସର ଅନୁ ଆଗା ଯିଏକି ୨୪ କୋଟି ଟଙ୍କାର ଦାନ ଦେଇଛନ୍ତି। ଏହି ତାଲିକାରେ ୩୧ ପ୍ରତିଶତ ଭାବେ ମୁମ୍ବାଇର ସବୁଠୁ ଅଧିକ ଉଦ୍ୟୋଗପତିଙ୍କ ନାମ ରହିଥିବା ବେଳେ ଏହାପଛକୁ ଦିଲ୍ଲୀ(୨୭ ପ୍ରତିଶତ) ଏବଂ ବେଙ୍ଗାଲୁରୁ(୧୦ ପ୍ରତିଶତ) ତୃତୀୟ ସ୍ଥାନରେ ରହିଛି। ତେବେ ଫାର୍ମା ଶିଳ୍ପ କ୍ଷେତ୍ରରୁ ସର୍ବାଧିକ ଦାନକାରୀ ରହିଥିବା ଜଣାପଡ଼ିଛି।