Kartavya Path - The Sakala

ଆଗାମୀ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼
ଭୁବନେଶ୍ବର: ଆଗାମୀ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ‘ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ’ ବିଷୟବସ୍ତୁ ଆଧାରରେ ହେବାକୁ ଥିବା ଏହି ପ୍ରଜ୍ଞାପନ ମେଢ଼ରେ ଆତ୍ମନିର୍ଭର ଭାରତ ଗଠନ କ୍ଷେତ୍ର (କୃଷିରୁ ସେମିକଣ୍ଡକ୍ଟର୍‌ ପର୍ଯ୍ୟନ୍ତ)ରେ ଓଡ଼ିଶାର ଅବଦାନ ଦେଖିବାକୁ ମିଳିବ। ଓଡ଼ିଶାର କୃଷି ଓ ସାଂସ୍କୃତିକ ସମୃଦ୍ଧିରୁ ଆରମ୍ଭ କରି ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ ଏବଂ ନବସୃଜନ ଓ ପ୍ରଯୁକ୍ତିର ଏକ ସମ୍ମିଳିତ ଦୃଶ୍ୟ ଏହି ପ୍ରଜ୍ଞାପନ ମେଢ଼ରେ ସ୍ଥାନ ପାଇବ।

ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ୱୟ ରଖି ଓଡ଼ିଶା କିପରି ତାହାର ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ, ମାନବସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟା ଉପଯୋଗରେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନକୁ ଇନ୍ଧନ ପ୍ରଦାନ କରୁଛି, ତାହା ପ୍ରଦର୍ଶିତ ହେବ। ମେଢ଼ର ବିଭିନ୍ନ ଅଂଶରେ କୋରାପୁଟ କଫିରୁ ଆରମ୍ଭ କରି ସିଲିକନ୍‌ ସେମିକଣ୍ଡକ୍ଟର୍‌ ପର୍ଯ୍ୟନ୍ତ ନିରନ୍ତର ଯାତ୍ରାକୁ ଉପସ୍ଥାପନ କରାଯିବ। ସମ୍ବଲପୁରୀ ବସ୍ତ୍ର ଦ୍ବାରା ଆଚ୍ଛାଦିତ ମେଢ଼ର ଉଭୟ ପାର୍ଶ୍ବରେ ପାରମ୍ପରିକ ଜନଜାତି ଚିତ୍ରକଳା ଉପରେ ରୁପା ତାରକସୀ କାରୁକାର୍ଯ୍ୟ, ଓଡ଼ିଶାର ଗଭୀର ସାଂସ୍କୃତିକ ପରିଚୟ ଏବଂ ଉତ୍କୃଷ୍ଟ ହସ୍ତଶିଳ୍ପ ପରମ୍ପରାକୁ ପ୍ରତିଫଳିତ କରାଯିବ। ଏହାର ଲାଇଭ ଡେମୋନଷ୍ଟ୍ରେସନ୍‌ ମଧ୍ୟ ଦେଖିବାକୁ ମିଳିବ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ମହିଳା ସଶକ୍ତୀକରଣକୁ ନେଇ ଗତ ୨୦୨୪ରେ ପ୍ରଦର୍ଶିତ ଓଡ଼ିଶାର ପ୍ରଜ୍ଞାପନ ମେଢ଼ କର୍ତ୍ତବ୍ୟପଥରେ ପରାକାଷ୍ଠା ପ୍ରଦର୍ଶନ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲା।

ରାଜପଥ ହେବ ‘କର୍ତ୍ତବ୍ୟ ପଥ’; ସନ୍ଧ୍ୟାରେ ଉଦ୍‌ଘାଟନ କରିବେ ମୋଦି
ନୂଆଦିଲ୍ଲୀ: ଆଜି ଉଦଘାଟିତ ହେବ କର୍ତ୍ତବ୍ୟ ପଥ। ପୂର୍ବରୁ ରାଜପଥ ନାମରେ ନାମିତ ହୋଇ ଆସିଥିବା ଏହି ମାର୍ଗର ନୂଆ ନାମ କର୍ତ୍ତବ୍ୟପଥ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଉଦଘାଟନ କରିବେ। ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ ଯାଏ ଯାଇଥିବା ରାଜପଥର ନାମ ବଦଳାଯାଇ ଏହାର ନାମ ରଖାଯାଇଛି କର୍ତ୍ତବ୍ୟପଥ ସେଣ୍ଟ୍ରାଲ ଭିସ୍ତା।

ଔପନିବେଶିକ ଶାସନ କାଳରୁ ଚାଲି ଆସିଥିବା ବିଭିନ୍ନ ନାମର ପରିବର୍ତ୍ତନ କରିବା ଲାଗି ସରକାର ଘୋଷଣା କରିଥିବା ପ୍ରକ୍ରିୟା କ୍ରମେ ରାଜପଥର ନାମ ବଦଳାଯାଇଛି । ଉଦଘାଟନ ଉତ୍ସବକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଉଦଘାଟନକୁ ଦୃଷ୍ଟିରେ ରଖି ତିଲକମାର୍ଗ, ପୁରାନା କିଲ୍ଲା ରୋଡ଼, ଶେରଶାହା ରୋଡ଼, ଡକ୍ଟର ଜାକିର ହୁସେନ ମାର୍ଗ, ପାଣ୍ଡରା ରୋଡ଼, ଶାହାଜାହାନ ରୋଡ଼, ଆକବର ରୋଡ଼, ଅଶୋକା ରୋଡ଼ରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି । ଏହା ସହ ଇଣ୍ଡିଆ ଗେଟ୍ ଠାରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଉଦଘାଟନକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ସ୍ଥାନୀୟ ଅଞ୍ଚଳ ଦେଇଯାଇଥିବା ରୋଡଗୁଡିକୁ ବନ୍ଦ କରିଦିଆଯିବ ।

ରାଜପଥ ହେଲା କର୍ତ୍ତବ୍ୟପଥ, ଏନଡିଏମସି ବୈଠକରେ ପ୍ରସ୍ତାବ ଉପରେ ଲାଗିଲା ମୋହର
ନୂଆଦିଲ୍ଲୀ : ନୂଆଦିଲ୍ଲୀର ଐତିହାସିକ ରାଜପଥର ନାଁ ପରିବର୍ତ୍ତନ ହୋଇଛି। ଏଣିକି ଦିଲ୍ଲୀର ରାଜପଥକୁ ‘କର୍ତ୍ତବ୍ୟ ପଥ’ ନାମରେ ସମଗ୍ର ବିଶ୍ବ ଜାଣିବ।ଏନେଇ ନୂଆ ଦିଲ୍ଲୀ ନଗର ପାଳିକା ପରିଷଦ ପକ୍ଷରୁ ବୁଧବାର ବସିଥିବା ବୈଠକରେ ଅଣାଯାଇଥିବା ପ୍ରସ୍ତାବ ଉପରେ ମୋହର ଲାଗିଛି ।ଏନଡିଏମସି ଅଧିକାରୀ ଏହା ପୂର୍ବରୁ କହିଥିଲେ କି ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ପ୍ରସ୍ତାବ ପ୍ରାପ୍ତ ହୋଇଛି । ଏହାପରେ ଏହାକୁ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏନଡିଏମସି ର ଉପାଧ୍ୟକ୍ଷ ସତୀଶ ଉପାଧ୍ୟୟ କହିଛନ୍ତି କି ଏନଡିଏମସି ବୈଠକରେ ଏହି ପ୍ରସ୍ତାବ ପାରିତ ହେବା ପରେ ଏବେ ଏନେଇ ଏକ ଅଧିସୂଚନା ଜାରି କରାଯିବ । ଏହାପରେ ଅନୁମତି ମିଳିବା ପରେ ଇଣ୍ଡିଆ ଗେଟ ନିକଟରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତୀ ଠାରୁ ରାଷ୍ଟ୍ରପତି ଭବନ ପର୍ୟ୍ୟନ୍ତ ପୁରା କ୍ଷେତ୍ରକୁ କର୍ତ୍ତବ୍ୟ ପଥ ନାମରେ ନାମିତ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ନୂତନ ରାଜପଥ ଏବଂ ସେଣ୍ଟ୍ରାଲ ଭିଷ୍ଟା ଲନର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏବେ ନେତାଜୀଙ୍କ ପ୍ରତୀମାଠୁ ନେଇ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଯାଉଥିବା ମାର୍ଗ ଏବଂ ପୂରା ଅଞ୍ଚଳ କର୍ତ୍ତବ୍ୟପଥ ନାମରେ ପରିଚିତ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନ ମାର୍ଗର ନାମ ରେସ୍ କୋର୍ସ ରୋଡରୁ ପରିବର୍ତ୍ତନ କରାଯାଇ ଲୋକ କଲ୍ୟାଣ ମାର୍ଗ କରାଯାଇଥିଲା।ସେହିବର୍ଷ ଔରଙ୍ଗଜେବ ରୋଡ ନାମ ବି ପରିବର୍ତ୍ତନ କରାଯାଇ ଏପିଜି ଅବ୍ଦୁଲ କାଲାମଙ୍କ ନାମରେ ନାମିତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲାର ପ୍ରଚୀରରୁ ପରାଧୀନତାର ସବୁ ପ୍ରତୀକକୁ ହଟାଇବା ନେଇ ଅନେକ ଥର ନିଜ ବକ୍ତବ୍ୟରେ କହିଥିଲେ। ଏଥିପାଇଁ ରାଜପଥ ନାଁର ପରିବର୍ତ୍ତନ କରାଯିବ ବୋଲି ଅନୁମାନ କରାଯାଉଥିଲା। ରାଜପଥ ନାମ ବଦଳାଇ କର୍ତ୍ତବ୍ୟପଥ କରି କେନ୍ଦ୍ର ସରକାର, ଉପନିବେଶବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଆଉ ଏକ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।ଚଳିତ ବର୍ଷ  ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦୀ ଭାଷଣରେ ୨୦୪୭ ଯାଏଁ କର୍ତ୍ତବ୍ୟର ମହତ୍ୱ ଉପରେ ଜୋର ଦେଇଥିଲେ। ଏବେ ଦେଶ ସ୍ବାଧୀନତାର ୭୫ ବର୍ଷରେ ପଦାର୍ପଣ କରି ସାରିଛି। ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଗାମୀ ୨୫ ବର୍ଷ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ (ପାଞ୍ଚ ପ୍ରତିଜ୍ଞା) ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଏହି ପାଞ୍ଚ ପ୍ରତିଜ୍ଞା ମଧ୍ୟରେ ଦେଶର କୌଣସି ବି କୋଣ ଅନୁକୋଣରେ ଗୋଲାମୀର ଅଂଶ ରହିବ ନାହିଁ। ଏବଂ ନାଗରିକମାନଙ୍କର କର୍ତ୍ତବ୍ୟ ଉପରେ ଧ୍ୟାନ ଦେବାକୁ କହିଥିଲେ। ଏଣୁ କର୍ତ୍ତବ୍ୟପଥ ନାମକରଣ ପଛରେ ଏହି ଦୁଇ କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖି ରାଜପଥର ନାମ ବଦଳାଇବା ଉପରେ କହିଛନ୍ତି ଯେ, ଆମକୁ ସ୍ଵାଧୀନତା ମିଳିବା ପରେ ବି ଆମେ ଔପନିବେଶବାଦକୁ ଆଗକୁ ବଢାଇ ଚାଲିଛନ୍ତି। ରାଜପଥ ଦର୍ଶାଉଛି ଯେ, ଆପଣ କେବଳ ରାଜା ପାଇଁ ଆସିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଦେଶ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏବେ ଆମକୁ ସାମ୍ରାଜ୍ୟବାଦୀ ନୀତି, ପ୍ରତୀକକୁ ସମାପ୍ତ କରିବାକୁ ପଡିବ। ଏଥିପାଇଁ ରାଜପଥ ନାମ ବଦଳାଯାଇ କର୍ତ୍ତବ୍ୟପଥ କରାଯାଇଛି।

ବଦଳିବ ଐତିହାସିକ ଦିଲ୍ଲୀ ‘ରାଜପଥ’ର ନାମ, ‘କର୍ତ୍ତବ୍ୟ ପଥ’ ନାମରେ ଜାଣିବ ସାରା ବିଶ୍ବ
ନୂଆଦିଲ୍ଲୀ : ନୂଆଦିଲ୍ଲୀର ଐତିହାସିକ ରାଜପଥର ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏଣିକି ଦିଲ୍ଲୀର ରାଜପଥକୁ ‘କର୍ତ୍ତବ୍ୟ ପଥ’ ନାମରେ ସମଗ୍ର ବିଶ୍ବ ଜାଣିବ। ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନ୍‌ର ନାଁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲାର ପ୍ରଚୀରରୁ ପରାଧୀନତାର ସବୁ ପ୍ରତୀକକୁ ହଟାଇବା ନେଇ ଅନେକ ଥର ନିଜ ବକ୍ତବ୍ୟରେ କହିଥିଲେ। ଏଥିପାଇଁ ରାଜପଥ ନାଁର ପରିବର୍ତ୍ତନ କରାଯିବ ବୋଲି ଅନୁମାନ କରାଯାଉଥିଲା। ରାଜପଥ ନାମ ବଦଳାଇ କର୍ତ୍ତବ୍ୟପଥ କରି କେନ୍ଦ୍ର ସରକାର, ଉପନିବେଶବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଆଉ ଏକ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।

ରାଷ୍ଟ୍ରପତି ଭବନ ସଂଯୋଗକାରୀ ରାଜପଥ ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ସେପ୍ଟେମ୍ବର ୭ ତାରିଖରେ ଏନଡିଏମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକାଇଥିବା ଜଣାପଡିଛି। ଏହି ବୈଠକରେ ନୂଆ ନାଁ ଉପରେ ମୋହର ବାଜିବା ସହ ଘୋଷଣା କରାଯିବ।

ଚଳିତ ବର୍ଷ  ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦୀ ଭାଷଣରେ ୨୦୪୭ ଯାଏଁ କର୍ତ୍ତବ୍ୟର ମହତ୍ୱ ଉପରେ ଜୋର ଦେଇଥିଲେ। ଏବେ ଦେଶ ସ୍ବାଧୀନତାର ୭୫ ବର୍ଷରେ ପଦାର୍ପଣ କରି ସାରିଛି। ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଗାମୀ ୨୫ ବର୍ଷ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ (ପାଞ୍ଚ ପ୍ରତିଜ୍ଞା) ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଏହି ପାଞ୍ଚ ପ୍ରତିଜ୍ଞା ମଧ୍ୟରେ ଦେଶର କୌଣସି ବି କୋଣ ଅନୁକୋଣରେ ଗୋଲାମୀର ଅଂଶ ରହିବ ନାହିଁ। ଏବଂ ନାଗରିକମାନଙ୍କର କର୍ତ୍ତବ୍ୟ ଉପରେ ଧ୍ୟାନ ଦେବାକୁ କହିଥିଲେ। ଏଣୁ କର୍ତ୍ତବ୍ୟପଥ ନାମକରଣ ପଛରେ ଏହି ଦୁଇ କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ନୂଆ ନିଷ୍ପତ୍ତି ଅନୁସାରେ, ନେତାଜୀଙ୍କ ପ୍ରତିମୂର୍ତ୍ତିଠାରୁ ରାଷ୍ଟ୍ରପତି ଭବନ ଯାଏଁ ପୂରା ରାସ୍ତା ଏବଂ ଏହି ଅଞ୍ଚଳ କର୍ତ୍ତବ୍ୟ ପଥ ନାଁରେ ପରିଚିତ ହେବ। ଏହାସହ ଏହା ଶାସକ ବର୍ଗକୁ ମଧ୍ୟ ଏକ ସନ୍ଦେଶ ଯେ ଦେଶର ଶାସକ ଏବଂ ପ୍ରଜା ଯୁଗ ଶେଷ ହୋଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଥିବା ରାସ୍ତାର ନାଁ ପରିବର୍ତ୍ତନ କରି ଲୋକ କଲ୍ୟାଣ ମାର୍ଗ ରଖାଯାଇଥିଲା।