Liz Truss - The Sakala

୪୫ ଦିନ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିବା ପରେ ଇସ୍ତଫା ଦେଲେ ଲିଜ୍ ଟ୍ରସ
ନୂଆଦିଲ୍ଲୀ: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶପଥ ନେବାର ମାତ୍ର ଛଅ ସପ୍ତାହରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ ହେବା ଯାଏଁ ସେ ଏହି ଦାୟିତ୍ୱରେ ରହିବେ ।ଦେଶର ଆର୍ଥିକ ସଙ୍କଟ ଉଗ୍ର ରୂପ ଧାରଣ କରିଥିବାରୁ ଟ୍ରସ୍‌ଙ୍କ ଉପରେ ଚାପ ବଢ଼ିଥିଲା। ଏହି ଚାପକୁ ସହ୍ୟ ନ କରିପାରି ଆଜି ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ମାସରେ ବ୍ରିଟେନ ସରକାର ଏକ ଆର୍ଥିକ ଯୋଜନା ଆଗତ କରାଇଥିଲେ। ଏହା ଅସଫଳ ହେବା ପରେ ଦେଶରେ ଆର୍ଥିକ ଏବଂ ରାଜନୈତିକ ସଂକଟ ସୃଷ୍ଟି ହୋଇଥିଲା। ଏହା ପରେ ଟ୍ରସଙ୍କୁ ନିଜ ଅର୍ଥ ମନ୍ତ୍ରୀ ବଦଳାଇବାକୁ ପଡିଥିଲା ଏବଂ ନିଜ ନୀତିକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଥିଲା। ଏହାସହ ତାଙ୍କ ଅଳ୍ପ ଦିନର କାର୍ଯ୍ଯକାଳ ସମୟରେ କ୍ଷମତାରେ ଥିବା କନଜରଭେଟିବ ପାର୍ଟିରେ ଅନୁଶାସନହୀନତା ଦେଖିବାକୁ ମିଳିଥିଲା। ଏହାପରେ ଦଳର ସାଂସଦ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଚାପ ପକାଇଥିଲେ।

ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ପଛରେ ପକାଇ ଲିଜ୍ ଟ୍ରସ୍ ହେଲେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
ଲଣ୍ଡନ : ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଲିଜ୍ ଟ୍ରସ୍। ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ପଛରେ ପକାଇ ଲିଜ୍ ଟ୍ରସ୍ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ବନ୍ଦିତା ପରେ ଟ୍ରସ୍ ରିଷି ସୁନକଙ୍କୁ ପଛରେ ପକାଇ କଂଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି । ରିଷି ସୁନକଙ୍କୁ ମୋଟ ୬୦, ୩୯୯ ଭୋଟ୍ ମିଳିଥିବା ବେଳେ ଲିଜ୍ ଟ୍ରସ୍‌ଙ୍କୁ ୮୧, ୩୨୬ ଖଣ୍ଡ ଭୋଟ୍ ମିଳିଥିଲା।

ରିଷି ସୁନକ ପ୍ରଥମରୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌ର ଆଗରେ ଥିଲେ। ତେବେ ମତଦାଦ ମାଧ୍ୟମରେ ଦ୍ୱିତୀୟ ସ୍ଥାନରେ ଥିବା ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ମଧ୍ୟ ଆରମ୍ଭରୁ ନିଜ ଦବ୍‌ଦବା ବଜାୟ ରଖିଥିଲେ। ସେ ଋଷି ସୁନକଙ୍କୁ ଦେଇଥିଲେ କଡା ଟକ୍କର। ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପରେ ୪୨ ବର୍ଷିୟ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ୪୭ ବର୍ଷିୟ ଟ୍ରସ୍ କଞ୍ଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ କଞ୍ଜରଭେଟିଭ୍‌ ଦଳର ପ୍ରାୟ ୧ ଲକ୍ଷ ୬୦ ହଜାରରୁ ଅଧିକ ସଦସ୍ୟ ଭୋଟ ଦେଇଥିଲେ। ଲିଜଙ୍କୁ ୮୧,୩୨୬ଟି ଭୋଟ ମିଳିଥିବା ବେଳେ ସୁନକଙ୍କୁ ୬୦,୩୯୯ଟି ଭୋଟ ମିଳିଛି।

ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଲିଜ ଟ୍ରସ୍‌ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହାପୂର୍ବରୁ ମାର୍ଗରେଟ୍ ଥେରର ଓ ଥେରେସାଙ୍କ ବ୍ରିଟେନର ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି।

ଜନସନଙ୍କ ପରେ ଟ୍ରସ୍

ଜୁଲାଇ ୭ ରେ ବୋରିସ୍ ଜନସନ ଦଳର ନେତା ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ କଞ୍ଜରଭେଟିଭ୍‌ ପାର୍ଟିରେ ନିର୍ବାଚନ ପ୍ରସଙ୍ଗ ଉଠିଥିଲା ​​। ଏହାପରେ ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଏବଂ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ପ୍ରଧାନମନ୍ତ୍ରୀ ରେସ୍‌କୁ ଓହ୍ଲାଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କୁ ତାଙ୍କ ପରେ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲେ ବୋଲି ଜଣାପଡିଛି। ବୋରିସ୍ ଜନସନ ନିଜେ ରିଷି ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ସପକ୍ଷରେ ନଥିଲେ ।

ଭାଙ୍ଗିବ ବ୍ରିଟେନର ଏହି ସବୁ ରେକର୍ଡ

ବ୍ରିଟେନର ପ୍ରଧାନମନ୍ତ୍ରୀ ନାମର ଘୋଷଣା ହେବା ପରେ ଅନେକ ନୂଆ ରେକର୍ଡ ତିଆରି ହେବା ସହ କିଛି ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିବାକୁ ଯାଉଛି । ଅନେକ ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦର ଘୋଷଣା ବ୍ରିଟେନର ମହାରାଣୀ ବକିଂହାମ ପ୍ୟାଲେସରୁ କରିଥାନ୍ତି । ତେବେ ଚଳିତ ଥର ଏଭଳି ହେବ ନାହିଁ । ଚଳିତ ଥର ପ୍ରଧାନମନ୍ତ୍ରୀ ନାଁର ଘୋଷଣା ସ୍କଟଲାଣ୍ଡରୁ ହେବାକୁ ଯାଉଛି । ଇଂଲଣ୍ଡର ରାଣୀ ଏଲିଜା ବେଥ ଦ୍ୱିତୀୟ ବର୍ତ୍ତମାନ ସ୍କଟଲାଣ୍ଡର ବଲମାଁରଲ କ୍ୟାସେଲରେ ଅଛନ୍ତି । ତେଣୁ ପୁରୁଣା ପରମ୍ପରା ଭାଙ୍ଗିବା ସହ ସ୍କଟଲାଣ୍ଡରୁ ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା ହେବ । ଇଂଲଣ୍ଡର ରାଣୀ ଏଲିଜା ବେଥ ଦ୍ୱିତୀୟ ୯୬ ବର୍ଷ ବୟସରେ ଚାଲାବୁଲା କରିପାରୁନାହାନ୍ତି ଏଣୁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବଂ ବର୍ତ୍ତମାନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ସ୍କଟଲାଣ୍ଡ ଯିବେ । ସାଧାରଣତ ଏହି କାର୍ଯ୍ୟ ବର୍ମିଂହାମ ପ୍ୟାଲେସରେ କରାଯାଇଥାଏ ।

ଏପରି କିଛି ସରକାରୀ ପ୍ରକ୍ରିୟା ଅଛି

ସେପ୍ଟେମ୍ବର 6, ମଙ୍ଗଳବାର ଦିନ ଜନସନ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଶେଷ ଭାଷଣ ଦେବେ। ଏହା ପରେ ସେ ରାଣୀଙ୍କୁ ତାଙ୍କ ଇସ୍ତଫା ହସ୍ତାନ୍ତର କରିବାକୁ ସ୍କଟଲ୍ୟାଣ୍ଡ ଅଭିମୁଖେ ଯାତ୍ରା କରିବେ। ଜନସନ  ତାଙ୍କ ଇସ୍ତଫା ରାଣୀଙ୍କ ନିକଟରେ ଦାଖଲ କରିବା ପରେ ଲିଜ୍ ରାଣୀଙ୍କୁ ଭେଟିବେ। ପାରମ୍ପାରିକ ଭାବରେ ଏହି ସଭାକୁ ‘କିସ୍ ହ୍ୟାଣ୍ଡସ୍’ ସମାରୋହ କୁହାଯାଏ । ତେବେ, ଏଥର ରାଣୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଏହି ସମାରୋହ ସାଙ୍କେତିକ ହେବ। ଏହି ଶପଥ ଗ୍ରହଣ ସମାରୋହ ସ୍କଟଲ୍ୟାଣ୍ଡର ବଲମାଁରଲ ଦୁର୍ଗରେ ଅନୁଷ୍ଠିତ ହେବ। ସରକାରୀ ନିଯୁକ୍ତି ହେବା ମାତ୍ରେ ନୂତନ ପ୍ରଧାନମନ୍ତ୍ରୀ ଲଣ୍ଡନ ଫେରିବେ। ୧୦ ଡାଉନ୍ ଷ୍ଟ୍ରିଟ୍ରୁ ନୂତନ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଭାଷଣ ଦେବେ। ଲଣ୍ଡନ ସମୟ ଅନୁଯାୟୀ  ସେପ୍ଟେମ୍ବର 6, ମଙ୍ଗଳବାର ଅପରାହ୍ନ 4 ଟାରେ ଭାଷଣ ଦେବା ପରେ ପ୍ରଧାନମନ୍ତ୍ରୀ ନୂତନ କ୍ୟାବିନେଟ ନିଯୁକ୍ତ କରିବେ। ଜୁମ୍ କଲ୍ ରେ ରାଣୀ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇବେ । ଏହାପରେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ  ବିଭାଗ ହସ୍ତାନ୍ତର କରିବାର ରୀତିନୀତି ସଂପୂର୍ଣ୍ଣ କରିବେ। ବୁଧବାର (ସେପ୍ଟେମ୍ବର 7) ରେ ନୂତନ କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏହା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଗୃହ (ହାଉସ ଅଫ୍ କମନ୍ସ) ରେ ପହଞ୍ଚିବେ।