Sheikh Hasina - The Sakala

୧୭ ବର୍ଷ ପରେ ସ୍ୱଦେଶ ଫେରିଲେ ତାରିକ ରେହମାନ: କହିଲେ ଗଢିବା 'ନୂଆ ବାଂଲାଦେଶ'
ନୂଆଦିଲ୍ଲୀ: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରେହମାନ ଦୀର୍ଘ ୧୭ ବର୍ଷ ପରେ ବାଂଲାଦେଶକୁ ଫେରିଛନ୍ତି। ଗୁରୁବାର ଦିନ ଢାକାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ସେ ଏକ "ନୂଆ ବାଂଲାଦେଶ" ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ନୂତନ ବାଂଲାଦେଶରେ ସମସ୍ତ ଧର୍ମର ଲୋକଙ୍କ ମଧ୍ୟରେ ଏକତା ଏବଂ ପାରସ୍ପରିକ ସମ୍ମାନ ବଜାୟ ରହିବ।

ନିଜର ୧୭ ମିନିଟର ଅଭିଭାଷଣରେ ତାରିକ ରେହମାନ ୧୯୭୧ର ସ୍ୱାଧୀନତା ସଂଗ୍ରାମ ଏବଂ ଅଗଷ୍ଟ ୨୦୨୪ର ଛାତ୍ର ଆନ୍ଦୋଳନ କଥା ଉଲ୍ଲେଖ କରିଛନ୍ତି। ସେ ଦେଶବାସୀଙ୍କୁ ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ଏକାଠି ହେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, "ପୁରୁଷ, ମହିଳା କିମ୍ବା ଶିଶୁ ହୁଅନ୍ତୁ, ବାଂଲାଦେଶର ଶାନ୍ତି ଓ ମର୍ଯ୍ୟାଦା ରକ୍ଷା କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ। ଆମେ ସମସ୍ତେ ମିଳିମିଶି ଆମର ବାଂଲାଦେଶ ଗଢିବୁ।"

ମାର୍ଟିନ ଲୁଥର କିଙ୍ଗ ଜୁନିଅରଙ୍କ ଐତିହାସିକ "ଆଇ ହାଭ ଏ ଡ୍ରିମ୍" ଭାଷଣକୁ ଉଦ୍ଧୃତ କରି ସେ ଦେଶରେ ଶାନ୍ତି ବଜାୟ ରଖିବାକୁ ଗୁରୁତ୍ୱ ଦେଇଛନ୍ତି। ନାଗରିକମାନଙ୍କୁ ହିଂସା ତ୍ୟାଗ କରି ଦେଶ ଗଠନରେ ସାମିଲ ହେବାକୁ ସେ ଆହ୍ୱାନ କରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ BNPର ପ୍ରାୟ ୧ ଲକ୍ଷରୁ ଅଧିକ କର୍ମୀ ଏକାଠି ହୋଇଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିୟାଙ୍କ ପୁଅ ତାରିକ ରେହମାନ ୨୦୦୮ ମସିହାରେ ଗିରଫଦାରୀ ଭୟରେ ଲଣ୍ଡନ ପଳାଇଥିଲେ। ଶେଖ ହସିନାଙ୍କ ସରକାର ସମୟରେ ତାଙ୍କ ବିରୋଧରେ ଅନେକ ଦୁର୍ନୀତି ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ହସିନା ଦେଶ ଛାଡ଼ିବା ପରେ ତାରିକଙ୍କ ପ୍ରତ୍ୟାବର୍ତ୍ତନ ବାଂଲାଦେଶ ରାଜନୀତି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ଫେବୃଆରୀ ୧୨ ତାରିଖରେ ହେବାକୁ ଥିବା ନିର୍ବାଚନରେ ସେ ଦେଶର ପରବର୍ତ୍ତୀ ନେତା ଭାବେ ଉଭା ହେବାର ସମ୍ଭାବନା ରହିଛି।

'ବାଂଲାଦେଶର ଭାରତ ବିରୋଧୀ ମନୋଭାବ ପାଇଁ ୟୁନୁସ୍ ସରକାର ଦାୟୀ': ଶେଖ ହସିନା
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବର୍ତ୍ତମାନର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଉପରେ ବର୍ଷିଛନ୍ତି। ଦେଶରେ ଚାଲିଥିବା ଅଶାନ୍ତି ଏବଂ ହିଂସା ପାଇଁ ସେ ୟୁନୁସ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ସରକାର ଚରମପନ୍ଥୀ ଶକ୍ତିମାନଙ୍କୁ ସଶକ୍ତ କରୁଥିବା ଏବଂ ଭାରତ ବିରୋଧୀ ଭାବନାକୁ ଉସୁକାଉଥିବା ନେଇ ସେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଏକ ସାକ୍ଷାତକାରରେ ଶେଖ ହସିନା କହିଛନ୍ତି ଯେ, ବାଂଲାଦେଶରେ ଭାରତ ପ୍ରତି ଯେଉଁ ଶତ୍ରୁତାପୂର୍ଣ୍ଣ ଆଚରଣ ଦେଖାଯାଉଛି, ତାହା ପଛରେ ୟୁନୁସ ସରକାରଙ୍କ ହାତ ରହିଛି। ସେ କହିଛନ୍ତି, "ଏହି ଶତ୍ରୁତା ସେହି ଚରମପନ୍ଥୀମାନଙ୍କ ଦ୍ୱାରା ସୃଷ୍ଟି କରାଯାଉଛି, ଯେଉଁମାନଙ୍କୁ ୟୁନୁସ ଶାସନ ସାହସ ଯୋଗାଇଛି।" ଏହି ଲୋକମାନେ ହିଁ ଭାରତୀୟ ଦୂତାବାସ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ ବୋଲି ହସିନା ଦାବି କରିଛନ୍ତି।

ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନେଇ ନୂଆଦିଲ୍ଲୀର ଚିନ୍ତା ସମ୍ପୂର୍ଣ୍ଣ ଯଥାର୍ଥ ବୋଲି ହସିନା କହିଛନ୍ତି। ସେ କହିଛନ୍ତି ଯେ, "ଗୋଟିଏ ଦାୟିତ୍ୱବାନ ସରକାର କୂଟନୀତିକ ମିଶନଗୁଡିକୁ ସୁରକ୍ଷା ଦେବା କଥା ଏବଂ ଧମକ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା। କିନ୍ତୁ ଏହାର ଓଲଟା, ୟୁନୁସ ସରକାର ଗୁଣ୍ଡାମାନଙ୍କୁ 'ଯୋଦ୍ଧା' ବୋଲି କହି ସେମାନଙ୍କୁ ସୁରକ୍ଷା ଦେଉଛନ୍ତି।"

ନିଜ ବିରୋଧରେ ଆସିଥିବା ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ (ICT)ର ରାୟକୁ ହସିନା ଖଣ୍ଡନ କରିଛନ୍ତି। ଏହା ନ୍ୟାୟ ନୁହେଁ ବରଂ "ରାଜନୈତିକ ଉଦ୍ଦେଶ୍ୟମୂଳକ" ବୋଲି ସେ ଦର୍ଶାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଆତ୍ମପକ୍ଷ ସମର୍ଥନ ପାଇଁ ସୁଯୋଗ କିମ୍ବା ଓକିଲ ନିଯୁକ୍ତି କରିବାର ଅଧିକାର ଦିଆଯାଇ ନାହିଁ। ଏହା କେବଳ ଆୱାମୀ ଲିଗ୍ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

ଭାରତ-ବାଂଲାଦେଶ ସମ୍ପର୍କ ଉପରେ ହସିନା କହିଛନ୍ତି, "ଭାରତ ଦୀର୍ଘ ଦଶନ୍ଧି ଧରି ବାଂଲାଦେଶର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଏବଂ ସହଯୋଗୀ ହୋଇ ରହିଛି।" ଏହି ସମ୍ପର୍କ ଅତ୍ୟନ୍ତ ଗଭୀର ଏବଂ କୌଣସି ଅସ୍ଥାୟୀ ସରକାର ଏହାକୁ ଭାଙ୍ଗିପାରିବେ ନାହିଁ। ବର୍ତ୍ତମାନର ତିକ୍ତତା କେବଳ ୟୁନୁସଙ୍କ ସୃଷ୍ଟି ବୋଲି ସେ ସ୍ପଷ୍ଟ କରିଛନ୍ତି। ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି।

ଶେଖ୍ ହସିନାଙ୍କୁ ଫାଶୀଦଣ୍ଡ ରାୟ ଶୁଣାଇଲେ ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍
ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିରସ୍ତ୍ର ନାଗରିକଙ୍କ ଉପରେ ଗୁଳି ଚଳାଇବା ସମେତ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ଶେଖ ହସିନା ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗମ୍ଭୀର ଅପରାଧ ପାଇଁ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଛି। କୋର୍ଟ ତାଙ୍କ ରାୟରେ ଏହା ମଧ୍ୟ କହିଛନ୍ତି ଯେ, ମାନବତା ବିରୋଧୀ ଏହି ଅପରାଧ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ କରାଯାଇଥିଲା।

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ପ୍ରଥମ ଅଭିଯୋଗ ଅନୁଯାୟୀ, ଶେଖ୍ ହସିନା ପରିସ୍ଥିତି ପରିଚାଳନା ଏବଂ ହିଂସା ରୋକିବା ପାଇଁ କିଛି କରିନଥିଲେ। ଏହା ତାଙ୍କର ଦାୟିତ୍ବ ଥିଲା। ପ୍ରମାଣରୁ ଏହା ମଧ୍ୟ ଜଣାପଡିଛି ଯେ, ଏହି ମାମଲାରେ ପୁଲିସ ମହାନିରୀକ୍ଷକ (ଆଇଜିପି) ଦୋଷୀ ହୋଇପାରନ୍ତି। ଜୁଲାଇ ୧୯ପରେ, ଗୃହମନ୍ତ୍ରୀଙ୍କ ବାସଭବନରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଶେଖ୍ ହସିନା ପ୍ରତିବାଦକାରୀଙ୍କୁ ଟାର୍ଗେଟ କରିବା ପାଇଁ ଏକ କୋର କମିଟିକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ନିରସ୍ତ୍ର ପ୍ରତିବାଦକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ: ଶେଖ ହସିନାଙ୍କ ବିରୁଦ୍ଧରେ ବାଂଲାଦେଶର ଇଣ୍ଟରନ୍ୟାସନାଲ୍ କ୍ରିମିନାଲ କୋର୍ଟର ରାଏ ଆସିଛି। କୋର୍ଟ ହସିନାଙ୍କୁ ଜୁଲାଇ ବିଦ୍ରୋହର ଦୋଷୀ ବୋଲି କହିବା ସହିତ ତାଙ୍କ ଆଦେଶରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ବୋଲି କହିଛି। ୪ ଶହ ପୃଷ୍ଠାର ରାଏ ୬ ଭାଗରେ ଶୁଣାଣି ହେଉଛି ।

ବାଙ୍ଗଲାଦେଶୀ ମିଡିଆ ପ୍ରଥମ୍ ଆଲୋର ଅନୁଯାୟୀ, କୋର୍ଟ ଫୈସଲା ଶୁଣାଇବା ସମୟରେ ହସିନାଙ୍କର ସେହି ଅଡିଓ ମଧ୍ୟ ଶୁଣାଯାଇଥିଲା, ଯାହା ବାଙ୍ଗଲାଦେଶରେ ବହୁତ ଭାଇରାଲ୍ ହୋଇଥିଲା। ଏହି ଅଡିଓରେ ହସିନା ପୋଲିସ୍ ମୁଖ୍ୟଙ୍କୁ ଲୋକମାନଙ୍କ ଉପରେ ଗୁଳି ଚଳାଇବାକୁ କହୁଛନ୍ତି। କୋର୍ଟ ଫୈସଲା ଶୁଣାଇବା ସମୟରେ ମାନବାଧିକାର ଆଯୋଗର ରିପୋର୍ଟର ମଧ୍ୟ ଉଲ୍ଲେଖ କରିଛି।

ସୂଚନାଯୋଗ୍ୟ ଯେ, ୨୦୨୪ ଅଗଷ୍ଟ ମାସରେ ଶେଖ ହାସିନାଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା। ହସିନାଙ୍କ ବିରୋଧରେ ବିରୋଧୀ ଦଳଙ୍କ ସହିତ ମୁସଲିମ୍ ମୌଳବାଦୀ ରାସ୍ତାକୁ ଓହ୍ଲାଇ ଥିଲେ । ଏହା ସହିତ ବାଂଲାଦେଶର ହିନ୍ଦୁଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା। ବାଂଲାଦେଶୀ ସେନା ହାସିନାଙ୍କୁ ଗାଦି ଛାଡ଼ିବାକୁ ଅଲ୍ଟିମେଟମ୍ ଦେଇଥିଲା । ଯାହା ପରେ ହସିନା ଭାରତକୁ ପଳାୟନ କରିଥିଲେ।

୨୫ ମିନିଟ ବିଳମ୍ବ ହୋଇଥିଲେ ମୁଁ ବଞ୍ଚି ନ ଥାନ୍ତି: ଶେଖ ହସିନା ୱାଜେଦ୍
ନୂଆଦିଲ୍ଲୀ: ନିଜ ଦେଶରୁ ପଳାଇ ଆସି ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ୱାଜେଦ୍ ୨୦୨୪ ଅଗଷ୍ଟ ୫ ତାରିଖର ଘଟଣାକ୍ରମକୁ ମନେ ପକାଇ ନିଜ ଦୁଃଖ ବଖାଣିଛନ୍ତି। ବାଂଲାଦେଶରେ ବିକ୍ଷୋଭ ପରେ ତାଙ୍କ ଉପରେ କିଭଳି ମରଣାନ୍ତକ ଆକ୍ରମଣ ହୋଇଥିଲା ଏବଂ ତାଙ୍କୁ ମାରିଦେବାକୁ ରାଜନୈତିକ ସ୍ତରରେ ଷଡ଼ଯନ୍ତ୍ର କରାଯାଇଥିଲା ତାହାକୁ ହସିନା ସାମ୍ନାକୁ ଆଣିଛନ୍ତି। ସେ ଆଲ୍ଲାଙ୍କ କୃପାରୁ ବଞ୍ଚି ଯାଇଥିବା କହିଛନ୍ତି । ୨୦୦୪ ଅଗଷ୍ଟ ୫ରେ ହସିନା ନିଜ ଦେଶ ଛାଡି ଅପ୍ରତ୍ୟାଶିତ ଭାବେ ଭାରତ ପଳାଇ ଆସିଥିଲା ବେଳେ ସେହି ଦିନ ହିଁ ବାଂଲାଦେଶର କୋଟାଲିପଡ଼ାରେ ହୋଇଥିବା ଗ୍ରେନେଡ୍ ଆକ୍ରମଣରେ ତାଙ୍କୁ ଟାର୍ଗେଟ କରାଯାଇଥିଲା । ଯେଉଁଥିରେ ୨୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ସେ ଆହତ ହୋଇଥିଲେ। ଯଦି ୨୦ ରୁ ୨୫ ମିନିଟ ବିଳମ୍ବ ହୋଇଥାଆନ୍ତା ତେବେ ସେ ଆଜି ନ ଥାନ୍ତେ ବୋଲି ଅଡିଓ ମେସେଜରେ ହସିନା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୨୪ରେ ବାଂଲାଦେଶରେ ହସିନା ସରକାରଙ୍କ ବିରୋଧରେ ବ୍ୟାପକ ଆନ୍ଦୋଳନ ଚାଲିବା ସହିତ ଦେଶର ସବୁ ପ୍ରାନ୍ତରରେ ବିକ୍ଷୋଭ, ହିଂସା ବଢିଥିଲା। ହିଂସାରେ ଶତାଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ଶହ ଶହ ଲୋକ ଆହତ ହୋଇଥିଲେ। ତେବେ ୨୦୨୪ ଅଗଷ୍ଟ ୫ରେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଭିତରେ ପଶିବାକୁ ଉଦ୍ୟମ କରିବା ପୂର୍ବରୁ ଶେଖ ହସିନା ସେନା ହେଲିକପ୍ଟରରେ ଭାରତ ଚାଲି ଆସିଥିଲେ। ତାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଭାରତରେ ଆଶ୍ରୟ ନେଇଛନ୍ତି । କିନ୍ତୁ ଏହାମଧ୍ୟରେ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଲାଗି ବାଂଲାଦେଶର ଅନ୍ତରୀଣ ସରକାର ଦୁଇଥର ଭାରତକୁ ଚିଠି ଲେଖିସାରିଛନ୍ତି। କିନ୍ତୁ ଭାରତ ସରକାର ହସିନାଙ୍କ ପ୍ରତ୍ୟର୍ପଣ ନେଇ ମୁହଁ ଖୋଲି ନଥିଲା ବେଳେ ହସିନାଙ୍କ ଭିସା ଅବଧି ବଢାଇ ଦେଇଛନ୍ତି।

ଶେଖ ହସିନାଙ୍କ ୧୫ ବର୍ଷ ଶାସନର ଅବସାନ: ଛାତ୍ର ଆନ୍ଦୋଳନ ହିଁ ଛଡ଼ାଇ ନେଲା କ୍ଷମତା, କାଳ ହେଲା ବିରୋଧୀ ଦମନ ଓ ସଂରକ୍ଷଣ ନୀତି
ନୂଆଦିଲ୍ଲୀ: ବାଂଲାଦେଶ ରାଜନୈତିକ ଇତିହାସରେ ସର୍ବାଧିକ କ୍ଷମତାରେ ରହିଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ଶେଖ ହସିନା। ସେ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ରହିବା ସହିତ ତାଙ୍କ ଦଳ ବାଂଲାଦେଶ ଆୱାମୀ ଲିଗ୍‌ର ପ୍ରଭାବ ଏବଂ ଆଧିପତ୍ୟ ମଧ୍ୟ ଏହି ସମୟରେ ଅନ୍ୟ ଯେକୌଣସି ରାଜନୈତିକ ଦଳ ଠାରୁ ଉର୍ଦ୍ଧ୍ବରେ ରହିଥିଲା। କିନ୍ତୁ ସାଂପ୍ରତିକ ସ୍ଥିତି ଶେଖ ହସିନାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଛି। ସ୍ଥିତି ଏଭଳି ହୋଇଛି ଯେ, ହସିନା ଜୀବନ ବଞ୍ଚାଇବାକୁ ଯାଇ ନିଜ ମାଟି ଛାଡି ବିଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।

୧୯୪୭ରେ ଜନ୍ମ ଗ୍ରହଣ କରିଥିବା ୭୬ ବର୍ଷୀୟା ଶେଖ ହସିନାଙ୍କ ରାଜନୈତିକ ଜୀବନ ୧୯୮୧ରେ ଆରମ୍ଭ ହୋଇଥିଲା। ୧୯୭୫ରେ ତତ୍‌କାଳୀନ ରାଷ୍ଟ୍ରପତି ତଥା ହସିନାଙ୍କ ପିତା ଶେଖ ମୁଜିବୁର ରହମନଙ୍କୁ ହତ୍ୟା କରାଯିବା ପରେ କେବଳ ନିଜ ଭଉଣୀ ଶେଖ ରେହନାଙ୍କୁ ବାଦ୍‌ ଦେଇ ହସିନା ନିଜ ମାଆ, ତିନି ଭାଇଙ୍କ ସମେତ ଅନ୍ୟ ସହଦୋରମାନଙ୍କୁ ମଧ୍ୟ ହରାଇଥିଲେ। ଏହାପରେ ସେ ପଶ୍ଚିମ ଜର୍ମାନୀ ପଳାଇ ଯାଇ ସେଠାରେ ବାଂଲାଦେଶ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଆଶ୍ରୟ ନେଇଥିଲେ। ପରେ ପରେ ତାଙ୍କୁ ଭାରତରେ ରାଜନୈତିକ ସୁରକ୍ଷା ମିଳିବାରୁ ସେ କିଛି ଦିନ ଭାରତରେ ସମୟ କାଟିଥିଲେ। ଏହାପରେ ଶେଖ ହସିନା ୧୯୮୧ରେ ବାଂଲାଦେଶ ଫେରିବା ସହିତ ନିଜ ବାପାଙ୍କ ଦଳ ଆୱାମୀ ଲିଗ୍‌ର ନେତୃତ୍ବ ନେଇଥିଲେ। ଏହି ସମୟରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ପରେ ପରେ ସେ ନିଜ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଖଲିଦା ଜିଆଙ୍କୁ ହାରାଇ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୦୧ରେ ପୁଣିଥରେ ବାଂଲାଦେଶ ନ୍ୟାସନାଲ ପାର୍ଟି(ବିଏନପି) ନେତ୍ରୀ ଖଲିଦା ଜିଆ କ୍ଷମତା ଦଖଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ନିର୍ବାଚନରେ ବିଜୟୀ ହୋଇଥିଲେ ମଧ୍ୟ ୨୦୦୬ରୁ ୨୦୦୮ ମଧ୍ୟରେ ବାଂଲାଦେଶର ଶାସନ କ୍ଷମତା ସେନା ହାତକୁ ଚାଲିଯାଇଥିଲା। ଫଳରେ ହସିନାଙ୍କୁ ନିଜ ପଦବୀ ଛାଡିବାକୁ ପଡ଼ିଥିଲା। ୨୦୦୪ରେ ମଧ୍ୟ ଏକ ସଭାରେ ଗ୍ରେନେଡ ମାଡ଼ କରାଯାଇ ତାଙ୍କୁ ହତ୍ୟା କରିବାକୁ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିଲା। ଏହି ଘଟଣାରେ ବହୁ ଲୋକ ମୃତାହତ ହୋଇଥିଲେ ହେଁ ଶେଖ ହସିନା ସୌଭାଗ୍ୟବଶତଃ ବର୍ତ୍ତିଯାଇଥିଲେ। ତେବେ ୨୦୦୯ ନିର୍ବାଚନରେ ହସିନା ପୁଣି ବହୁ ମତରେ ନିର୍ବାଚିତ ହେବା ସହିତ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୦୯ ପରଠାରୁ ସେ ଲଗାତର ଭାବେ ୪ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ଚଳିତ ବର୍ଷ ଜାନୁଆରୀ ମାସରେ ହୋଇଥିବା ନିର୍ବାଚନରେ ସେ ବିପୁଳ ଜନମତରେ ବିଜୟୀ ହେବା ସହ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ହସିନା ବାଂଲାଦେଶରେ ଏକଛତ୍ରବାଦ ଶାସନ ଚଳାଇଥିବା ଅଭିଯୋଗ କରି ପ୍ରମୁଖ ବିରୋଧୀ ଦଳ ଏହି ନିର୍ବାଚନକୁ ବର୍ଜନ କରିବା ସହିତ ଶେଖ ହସିନା ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ଆସିଥିଲେ।

ଗତ ଜାନୁଆରୀରେ ଶେଷ ହୋଇଥିବା ନିର୍ବାଚନକୁ ମୁଖ୍ୟ ବିରୋଧୀ ଦଳ ବିଏନପି ସମେତ ଅନ୍ୟ କିଛି ରାଜନୈତିକ ଦଳ ବର୍ଜନ କରିଥିଲେ। କିନ୍ତୁ ଏହି ନିର୍ବାଚନରେ ଶେଖ ହସନାଙ୍କ ଆୱାମୀ ଲିଗ୍‌ ବହୁମତରେ ବିଜୟୀ ହେବା ପରେ ଶେଖ ହସିନା ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହାକୁ ବିଏନପି ତୀବ୍ର ବିରୋଧ କରିବା ସହିତ ହସିନାଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲା। ହସିନା ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ସାରା ଦେଶରେ ହଙ୍ଗାମା ଆରମ୍ଭ କରିଥିଲା ବେଳେ ହସିନା ନିଜ ପଣରେ ଅତୁଟ ରହିଥିଲେ। ବରଂ ବିରୋଧୀ ଦଳ ନେତାମାନଙ୍କୁ ସେ ଆତଙ୍କବାଦୀ ଏବଂ ଦେଶଦ୍ରୋହୀ ବୋଲି କହି ସେମାନଙ୍କୁ ଦୃଢ ହସ୍ତରେ ଦମନ କରାଯିବା ଉଚିତ ବୋଲି କହିଥିଲେ। ଏହାପରେ କିଛି ଦିନ ପାଇଁ ତାଙ୍କ ବିରୋଧରେ ଆନ୍ଦୋଳନ ଥମିଯାଇଥିଲେ ମଧ୍ୟ ଗତ ଜୁଲାଇ ମାସ ପ୍ରଥମ ଭାଗରେ ବାଂଲାଦେଶ ସଂରକ୍ଷଣ ନୀତି ବିରୋଧରେ ସ୍ବର ତୀବ୍ର ହୋଇଥିଲା।

ଗଣତନ୍ତ୍ରବାଦୀ ନେତ୍ରୀରୁ ଏକଛତ୍ରବାଦୀ !

ସର୍ବାଧିକ ମୁସଲମାନ ଅଧ୍ୟୁଷିତ ଏକ କ୍ଷୁଦ୍ର ରାଷ୍ଟ୍ର ଭାବେ ବାଂଲାଦେଶ ବିଶ୍ବର ଅନ୍ୟତମ ଗରିବ ରାଷ୍ଟ୍ର ଭାବେ ବିବଚେିତ ହୋଇ ଆସୁଥିଲା। କିନ୍ତୁ ୨୦୦୯ରେ ଶେଖ ହସିନା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କ ଶାସନ କାଳ ମଧ୍ୟରେ ବାଂଲାଦେଶର ଭିତ୍ତିଭୂମି ଠାରୁ ଆରମ୍ଭ କରି ଅର୍ଥନୀତି, ବୈଦେଶିକ ବ୍ୟାପାର ଏବଂ ଆନ୍ତର୍ଜାତିକ ସ୍ତରରେ ସମ୍ପର୍କ ପ୍ରତିଷ୍ଠା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଥିଲା। ଏପରିକି ଅର୍ଥନୀତି କ୍ଷେତ୍ରରେ ବାଂଲାଦେଶ ଜିଡିପି ଭାରତ ଠାରୁ ମଧ୍ୟ ଟପିଯାଇଥିଲା। ୧୭୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ବାଂଳାଦେଶକୁ ଗରିବୀରୁ ମୁକ୍ତ କରିବା ସହିତ ମାତ୍ର ୧୦ ବର୍ଷ ମଧ୍ୟରେ ଏହାର ଜିଡିପିକୁ ତିନି ଗୁଣ କରିବା ଦିଗରେ ହସିନାଙ୍କ ନେତୃତ୍ବ ଏବଂ ଦିଗଦର୍ଶନ ଗୁରୁତ୍ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ତାଙ୍କ ଦଳର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବାଂଲାଦେଶ ନ୍ୟାସନାଲ ପାର୍ଟି(ବିଏନପି) ହସିନାଙ୍କୁ ଜଣେ ଏକଛତ୍ରବାଦୀ ଶାସକ ଭାବେ ଅଭିହିତ କରିଥିଲା। ବିଭିନ୍ନ ପ୍ରସଙ୍ଗରେ ବିଏନପି ହସିନାଙ୍କୁ ବିରୋଧ କରିଆସିଥିଲା ବେଳେ ଗତ ଜୁଲାଇରେ ସଂରକ୍ଷଣ ନୀତିକୁ ନେଇ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଥିଲା। ଏହି ଆନ୍ଦୋଳନରେ ହଜାର ହଜାର ଛାତ୍ରଛାତ୍ରୀ ସାମିଲ ହେବା ସହିତ ସାରା ଦେଶରେ ହସିନାଙ୍କ ବିରୋଧରେ ସ୍ବର ତୀବ୍ର ହୋଇଥିଲା।

ଛାତ୍ର ଆନ୍ଦୋଳନ ହିଁ ଛଡ଼ାଇ ନେଲା କ୍ଷମତା

ଜୁଲାଇ ୭ରୁ ବାଂଲାଦେଶରେ ଆରମ୍ଭ ହୋଇଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ନେଇ ଶେଷରେ ଶେଖ ହସିନାଙ୍କୁ କ୍ଷମତା ଛାଡିବାକୁ ପଡ଼ିଛି। ଏହି ଆନ୍ଦୋଳନ ଆରମ୍ଭ ହେବା ପରେ ବିଭନ୍ନ ସ୍ଥାନରେ ସରକାରୀ ବିରୋଧୀ ଦଙ୍ଗା, ହଙ୍ଗାମା ହେବା ସହିତ ବହୁ ଲୋକ ପ୍ରାଣ ହରାଇଥିଲେ। ବହୁ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିଲା। ତଥାପି ଶେଖ ହସିନା ସରକାର ନରମି ନଥିଲେ। କିନ୍ତୁ ଏହି ପ୍ରସଙ୍ଗରେ ବାଂଲାଦେଶ ସର୍ବୋଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରି ସଂରକ୍ଷଣ ବ୍ୟବସ୍ଥାରେ ପରବିର୍ତ୍ତନ ଆଣିବାକୁ ନିର୍ଦ୍ଦେଶ ଦେବା ପରେ ସରକାର ସଂରକ୍ଷଣ ହାର ହ୍ରାସ କରିଥିଲେ। କିନ୍ତୁ ଏହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ପରେ ପରେ ବିରୋଧୀ ଦଳଙ୍କ ପ୍ରୋତ୍ସାହନରେ ଏହି ଆନ୍ଦୋଳନ ଚରମ ଛୁଇଁବା ସହିତ ସାଧାରଣ ଲୋକ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଯାହାକି ଅଗଷ୍ଟ ୪ ତାରିଖରେ ଉଗ୍ରରୂପ ନେଇଥିଲା। ଏହି ଦିନରେ ବିଭିନ୍ନ ସ୍ଥାନରେ ପୋଡାଜଳା ସହ ପୁଲିସ ସହ ସଂଘର୍ଷରେ ଶତାଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲା। ଆଉ ଏହାର ଠିକ୍‌ ପର ଦିନ ଅର୍ଥାତ୍‌ ଅଗଷ୍ଟ ୫ରେ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାସଗୃହକୁ ନିଶାଣ କରି ଆକ୍ରମଣ କରିବା ଆରମ୍ଭ କରିଥିଲେ।

କ’ଣ ଥିଲା ସଂରକ୍ଷଣ ନୀତି

ବାଂଲାଦେଶରେ ସରକାରୀ ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ୫୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିଲେ ହେଁ ଏଥିରୁ ୩୦ ପ୍ରତିଶତ ବାଂଲାଦେଶ ମୁକ୍ତି ସଂଗ୍ରାମ(ସ୍ବାଧୀନତା)ରେ ସହିଦ ହୋଇଥିବା ସେନା କର୍ମଚାରୀଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ରହିଥିଲା। ଏହି ନୀତି ୨୦୧୮ରେ ଶେଖ ହସିନାଙ୍କ ଶାସନକାଳରେ କାର୍ଯ୍ୟକାରୀ କରାଯିବା ପରେ ଏହା ବିରୋଧରେ ସ୍ବର ଉଠିଥିଲା। ଏହାକୁ ନେଇ ଏହି ବର୍ଷ ବାଂଲାଦେଶ ସଂରକ୍ଷଣ ସଂସ୍କାର ଆନ୍ଦୋଳନ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ହସିନା ସ୍ବେଛାଚାର ନୀତିରେ ଦେଶର କେବଳ ଉଚ୍ଚ ବର୍ଗଙ୍କୁ ଏହି ନୀତିରେ ଫାଇଦା ଦେବାକୁ ସହିଦ ପରିବାରଙ୍କ ପାଇଁ ଏହି ନୀତି କାର୍ଯ୍ୟକାରୀ କରିଛନ୍ତି ବୋଲି ବିରୋଧୀ କହିଥିଲେ। ଏହପରେ ବିଭିନ୍ନ ସମୟରେ ଏହି ନୀତିକୁ ବିରୋଧ କରି ଆନ୍ଦୋଳନ, ବିକ୍ଷୋଭ କରାଯାଇଥିଲେ ମଧ୍ୟ ହସିନା ସରକାର ଏହାକୁ ଭ୍ରୁକ୍ଷେପ କରି ନଥିଲେ। ତେବେ ରାଜନୈତିକ ବିରୋଧୀଙ୍କ ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗତ ଜୁଲାଇରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ବେଳକୁ ବେଳ ତୀବ୍ର ହେବା ସହିତ ସାରା ଦେଶରେ ଶେଖ ହସିନା ସରକାର ବିରୋଧୀ ମାନସିକତାକୁ ତୀବ୍ର କରିଥÒଲା।

ବାଂଲାଦେଶରେ ସାମରିକ ବିଦ୍ରୋହର ଇତିହାସ

୧୫ଅଗଷ୍ଟ ୧୯୭୫: ଶେଖ ମୁଜିବୁର ରହମାନଙ୍କ ସରକାରକୁ ଗାଦିଚ୍ୟୁତ କରି ଖାଣ୍ଡାକେର ମୁସ୍ତାକ ଅହମ୍ମଦଙ୍କ ଦ୍ବାରା ସାମରିକ ଶାସନ ପ୍ରତିଷ୍ଠା

୩ ନଭେମ୍ବର ୧୯୭୫: ମୁସ୍ତାକ ଅହମ୍ମଦଙ୍କୁ ଗାଦିଚ୍ୟୁତ କଲେ ବ୍ରିଗେଡିୟର ଖାଲେଦ ମୁସରଫ୍‌

୭ନଭେମ୍ବର ୧୯୭୫: ବ୍ରିଗେଡିୟର ଖାଲେଦ ମୋସାରଫଙ୍କୁ ହତ୍ୟା କରି ଜିଆଉର ରହମାନଙ୍କୁ ଗୃହବନ୍ଦୀରୁ ମୁକ୍ତ କଲେ ବିଦ୍ରୋହୀ। ପରେ ଜିଆଉର ହେଲେ ରାଷ୍ଟ୍ରପତି

୧୯୮୧: ଜିଆଉର ରହମାନଙ୍କୁ ହତ୍ୟା କଲେ ସାମରିକ ବିଦ୍ରୋହୀ

୧୯୮୨: ନିର୍ବାଚନ ଜିଣି ଅବଦୁସ ସତ୍ତାର ପ୍ରଧାନମନ୍ତ୍ରୀ

୧୯୮୨: ସତ୍ତାରଙ୍କୁ ଗାଦିଚ୍ୟୁତ କରି ଲେଫଟନାଣ୍ଟ ଜେନେରାଲ ହୁସେନ ମହମ୍ମଦ ଏର୍ସାଦ ରାଷ୍ଟ୍ରପତି ହୋଇଥିଲେ। ୧୯୭୧ରେ ସ୍ବାଧୀନତା ପାଇବା ପରଠାରୁ ୨୦୧୨ ଯାଏଁ ବାଂଲାଦେଶରେ ମୋଟ ୨୭ଟି ସାମରିକ ବିଦ୍ରୋହ ଘଟିଛି। ଏବେ ଶେଖ ହସିନା ଇସ୍ତଫା ଦେଇ ବିଦେଶ ପଳାୟନ କରିବା ପରେ ବାଂଲାଦେଶ ଶାସନ କ୍ଷମତା ପୁଣିଥରେ ସେନା ହାତକୁ ଯାଇଛି।

୧୯୮୧: ଭାରତରେ ନିର୍ବାସନରେ ଥିବା ବେଳେ ହସିନା ଆୱାମୀ ଲିଗ୍‌ର ସଭାପତି ନିର୍ବାଚିତ

୧୯୮୬-୮୭ ଏବଂ ୧୯୯୧ ରୁ ୧୯୯୬ : ବିରୋଧୀ ମେଣ୍ଟର ନେତ୍ରୀ

୧୯୯୬-୨୦୦୧: ପ୍ରଧାନମନ୍ତ୍ରୀ

୨୦୦୧-୨୦୦୮: ବିରୋଧୀ ଦଳ ନେତ୍ରୀ

୨୦୦୪: ହତ୍ୟା ଷଡ଼ଯନ୍ତ୍ରରୁ ବର୍ତ୍ତିଲେ

୨୦୦୯ରୁ ୨୦୧୪, ୨୦୧୪-୨୦୧୯ ଏବଂ ୨୦୧୯-୨୦୨୪: ପ୍ରଧାନମନ୍ତ୍ରୀ

୨୦୨୪ : ଜାନୁଆରୀରେ ଅନୁଷ୍ଠିତ ନିର୍ବାଚନରେ ବିପୁଳ ବିଜୟୀ ହେବା ସହ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ

୫ ଅଗଷ୍ଟ ୨୦୨୪: ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଯୋଗୁଁ ଦେଶରେ ଅରାଜକତା ପରେ ସେନାମୁଖ୍ୟଙ୍କ ପରାମର୍ଶକ୍ରମେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା

ଭାରତ ଆମର ପ୍ରକୃତ ବନ୍ଧୁ, ବିପଦର ସାଥୀ- ବାଂଲାଦେଶ ପ୍ରଧାନମନ୍ତ୍ରୀ
ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି। କିନ୍ତୁ ଏହାପୂର୍ବରୁ ସେ ଭାରତକୁ ପ୍ରଶଂସାରେ ପେତି ପକାଇଛନ୍ତି। ରୁଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ପୂର୍ବ ୟୁରୋପରେ ଫସିଥିବା ବାଂଲାଦେଶୀ ଛାତ୍ରଙ୍କୁ ଉଦ୍ଧାର କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। ସେହିପରି ଭାରତ ସରକାରଙ୍କ କୋଭିଡ-୧୯ ଭ୍ୟାକ୍ସିନ ମୈତ୍ରୀ କାର୍ଯ୍ୟକ୍ରମକୁ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ହସିନା। ୟୁକ୍ରେନ୍ ଯୁଦ୍ଧ ସମୟରେ ଆମର ଅନେକ ଛାତ୍ରଙ୍କୁ ମୋଦୀ ଭାରତୀୟ ଛାତ୍ରଙ୍କ ସହ ସେଠାରୁ ଉଦ୍ଧାର କରିବାରେ ସାହାଯ୍ୟ କରି ବିପଦ ସମୟରେ ପ୍ରକୃତ ବନ୍ଧୁତ୍ୱ ଦେଖାଇଛନ୍ତି। ତାଙ୍କର ଏହି ଉଦାରତା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି। ତାଙ୍କର ଭାରତଗସ୍ତ ପୂର୍ବରୁ ଢାକାରେ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ହସିନା କହିଛନ୍ତି ଯେ,ଦୁଇ ଦେଶ ଉତ୍ତମ ସମ୍ପର୍କ ପାଇଁ ସେ ଗୁରୁତ୍ୱ ଦେଇଆସିଛନ୍ତି। ସେ କହିଛନ୍ତି ଯେ, କିଛି ପ୍ରସଙ୍ଗରେ ମତଭେଦ ରହିଥାଇପାରେ । କିନ୍ତୁ ଏହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ।

ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଉଭୟ ରାଷ୍ଟ୍ର ଏଭଳି କରିଆସିଛନ୍ତି ବୋଲି ସେ କହିଛନ୍ତି। କରୋନା ସମୟରେ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଭ୍ୟାକ୍ସି ମୈତ୍ରୀ କାର୍ଯ୍ୟକ୍ରମକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଏହି ପଦକ୍ଷେପ ପାଇଁ ମୁଁ ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଉଛି। ସେ କେବଳ ବାଂଲାଦେଶ ନୁହେଁ ବରଂ କିଛି ଦକ୍ଷିଣ ଏସିଆ ଦେଶକୁ ବି ଟିକା ଦେଇଛନ୍ତି। ଏହାଦ୍ବାରା ସେ ମାନବିକତାର ପରିଚୟ ଦେଇଛନ୍ତି। ଭାରତରୁ ଟିକା କିଣି ବାଂଲାଦେଶରେ ୯୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇପାରିଛି। ଏହାବ୍ୟତୀତ ୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ପାଇଁ ଭାରତର ସହଯୋଗକୁ ଏହି ମାଟି କଦାଚିତ ଭୁଲିବ ନାହିଁ। ବିଶେଷକରି ୧୯୭୫ରେ ଯେତେବେଳେ ମୁଁ ମୋ ପରିବାରର ସମସ୍ତ ସଦସ୍ୟଙ୍କୁ ହରାଇଥିଲି ସେତେବେଳେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମୋତେ ଭାରତରେ ଆଶ୍ରୟ ଦେଇ ଯେଭଳି ବଦାନ୍ୟତା ଦେଖାଇଥିଲେ ତାହା ମୋ ଜୀବନରେ ଅବିସ୍ମରଣୀୟ ହୋଇ ରହିବ ବୋଲି ହସିନା କହିଛନ୍ତି।