odia movie - The Sakala
ମୁକ୍ତିଲାଭ କଲା 'ବିନ୍ଦୁସାଗର' ଟିଜର: ମୁଖ୍ୟ ଭୂମିକାରେ ପ୍ରକୃତି ଓ ଦିପନ୍ୱିତ, ଏପ୍ରିଲ ୧୦ରେ ହେବ ରିଲିଜ୍
ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଖବର। ବହୁପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ବିନ୍ଦୁସାଗର'ର ଅଫିସିଆଲ ଟିଜର ମୁକ୍ତିଲାଭ କରିଛି। ଦର୍ଶକଙ୍କ ମନ ଜିଣିବା ପାଇଁ ପ୍ରସ୍ତୁତ ଏହି ସିନେମାର ଟିଜରକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ 'ଦମନ' ଫେମ୍ ଦିପନ୍ୱିତ ଦାଶମହାପାତ୍ରଙ୍କୁ ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।
ଦମଦାର ଷ୍ଟାରକାଷ୍ଟ
ଏହି ଚଳଚ୍ଚିତ୍ରରେ ପ୍ରକୃତି ମିଶ୍ର ଏବଂ ଦିପନ୍ୱିତଙ୍କ ବ୍ୟତୀତ ଅଭିନେତା ରବିନ ଦାସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଟିଜରରେ ଦେଖାଯାଇଥିବା ଦୃଶ୍ୟ ଏବଂ କାହାଣୀର ଝଲକ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି କରିଛି। ଦିପନ୍ୱିତ ଏବଂ ପ୍ରକୃତିଙ୍କ ଅଭିନୟର ନୂଆ ଯୁଗଳବନ୍ଦୀକୁ ଦେଖିବା ପାଇଁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ସିନେମାର ବିଷୟବସ୍ତୁ କିଛି ନିଆରା ହେବ ବୋଲି ଟିଜରରୁ ଅନୁମାନ କରାଯାଉଛି।
ଏପ୍ରିଲ ୧୦ରେ ଶୁଭମୁକ୍ତି
ଚଳଚ୍ଚିତ୍ର ନିର୍ମାତାଙ୍କ ସୂଚନା ଅନୁଯାୟୀ, 'ବିନ୍ଦୁସାଗର' ଆସନ୍ତା ଏପ୍ରିଲ ୧୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଟିଜର ରିଲିଜ୍ ହେବା ପରେ ଏହାକୁ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି।
ଆଜିଠାରୁ 'ଆଓ ନେକ୍ସଟ୍'ରେ ଷ୍ଟ୍ରିମିଂ ହେଉଛି ବ୍ଲକବଷ୍ଟର ଓଡ଼ିଆ ହରର ଫିଲ୍ମ 'ବୋଉ ବୁଟୁ ଭୂତ'
ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଚଳିତ ବର୍ଷ ବଡ଼ ପରଦାରେ ଧମାଲ ମଚାଇଥିବା ବ୍ଲକବଷ୍ଟର ହରର-କମେଡି ଚଳଚ୍ଚିତ୍ର 'ବୋଉ ବୁଟୁ ଭୂତ' (Bou Buttu Bhuta) ଆଜିଠାରୁ ଓଟିଟି (OTT) ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଦର୍ଶକମାନେ ଏହି ସୁପରହିଟ୍ ସିନେମାଟିକୁ ଏକମାତ୍ର ଓଡ଼ିଆ ଓଟିଟି ପ୍ଲାଟଫର୍ମ 'ଆଓ ନେକ୍ସଟ୍' (AAO NXT) ରେ ଏକ୍ସକ୍ଲୁସିଭ୍‌ ଭାବେ ଦେଖିପାରିବେ।
ଗତ ରଜ ଉତ୍ସବ ସମୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳତାର ନୂଆ ରେକର୍ଡ ସୃଷ୍ଟି କରିଥିଲା। ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତି, ବର୍ଷୀୟାନ ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ଅର୍ଚ୍ଚିତା ସାହୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ହରର ଏବଂ କମେଡିର ଏକ ନିଆରା ମିଶ୍ରଣ ହୋଇଥିବାରୁ ଏହା ସବୁ ବର୍ଗର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା।
ସିନେମାଟିର କାହାଣୀ ମୁଖ୍ୟତଃ ମା', ପୁଅ ଏବଂ ଏକ ଭୂତର କାରନାମା ଉପରେ ଆଧାରିତ। ଯଦି ଆପଣ ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ରଟିକୁ ଦେଖିପାରି ନଥିଲେ କିମ୍ବା ପୁଣିଥରେ ଏହାର ମଜା ନେବାକୁ ଚାହୁଁଛନ୍ତି, ତେବେ ଆଜି ହିଁ 'ଆଓ ନେକ୍ସଟ୍' ଆପ୍ ଡାଉନଲୋଡ୍ କରି ଏହି ବ୍ଲକବଷ୍ଟର ସିନେମାକୁ ଉପଭୋଗ କରନ୍ତୁ।
ଭୁବନେଶ୍ୱର: ଚଳିତବର୍ଷ ରଜରେ ପରଦାକୁ ଆସିବ ୨ଟି ନୂଆ ଓଡ଼ିଆ ସିନେମା। ବାବୁସାନ୍‌ଙ୍କ ‘ବୋଉ ବୁଟୁ ଭୂତ’ ଏବଂ ସବ୍ୟସାଚୀଙ୍କ ‘ଅନନ୍ତା’। ଏହାସହିତ ରଜର ଅବ୍ୟବହିତ ପୂର୍ବରୁ ଗତ ୬ ତାରିଖରେ ମୁକ୍ତିଲାଭ କରିଛି ଶ୍ରୀଧର ମାର୍ଥା ଓ କିଶୋର ନାୟକଙ୍କ ପ୍ରଯୋଜିତ ଆଉ ଏକ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍‌’। ରଜ ଉପଲକ୍ଷେ ଏହି ୩ଟି ସିନେମା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିବ ବୋଲି ସିନେମାର ପ୍ରଯୋଜନା ସଂସ୍ଥା ଓ ନିର୍ଦ୍ଦେଶକ ଆଶା ରଖିଛନ୍ତି। ‘ବୋଉ ବୁଟୁ ଭୂତ’ ଏବଂ ‘ଅନନ୍ତା’ ଆସନ୍ତା ୧୨ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଏହି ସିନେମାଗୁଡ଼ିକର ଟ୍ରେଲର୍‌ ଓ ପୋଷ୍ଟର ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି।
ସାଧାରଣତଃ ଆଗରୁ ରଜ, ଦୁର୍ଗାପୂଜା ଆଦି ପର୍ବପର୍ବାଣିରେ ପ୍ରତିଯୋଗିତା ଭାବେ ସିନେମା ରିଲିଜ୍‌ ହେଉଥିବାବେଳେ ଚଳିତବର୍ଷ ରଜରେ ମାତ୍ର ୨ଟି ସିନେମା ପରଦାକୁ ଆସିବ। କରୋନା ମହାମାରୀ ପରଠୁ ଯଦିଓ ଓଡ଼ିଆ ସିନେମାଠାରୁ ଦର୍ଶକ ମୁହଁ ଫେରାଇ ନେବା ଭଳି ପ୍ରତୀୟମାନ ହେଉଛି, ତଥାପି ମୌଳିକ କାହାଣୀକୁ ନେଇ ନିର୍ମିତ କେତୋଟି ଓଡ଼ିଆ ସନେମା ପରଦାକୁ ଆସିବା ପରେ ଦର୍ଶକ ହଲ୍‌ମୁହାଁ ହେଉଥିବା ବି ଦେଖିବାକୁ ମିଳିଛି। ରଜରେ ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ‘ରାଣ୍ଡିପୁଅ ଅନନ୍ତା’ର କାହାଣୀକୁ ନେଇ ନିର୍ମିତ ‘ଅନନ୍ତା’ ଶେଷରେ ଦର୍ଶକଙ୍କ ନିଟକରେ ପହଞ୍ଚିବାକୁ ଯାଉଛି। ସିନେମାର ନାଁକୁ ନେଇ ଅନେକ ବିବାଦ ପରେ ନାଁ ବଳାଯାଇଥିଲା। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ ଓ ସୂର୍ଯ୍ୟମୟୀ ରହିଛନ୍ତି। ସୁଶାନ୍ତ କୁମାର ମହାପାତ୍ର ଓ ଶ୍ୱେତପଦ୍ମା ମହାନାତ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଡ. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡ଼ିକ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମ୍‌ଦାର।
ସେହିପରି ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ଏବଂ ତୃପ୍ତୀ ମହାନ୍ତିଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ରେ ବାବୁଶାନ୍‌ଙ୍କ ସହିତ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଯୋଡ଼ିକୁ ଦୀର୍ଘବର୍ଷର ବ୍ୟବଧାନ ପରେ ପୁଣିଥରେ ଏକାଠି ଦେଖିବାକୁ ମିଳିବ। ସେହିପରି ଅପରାଜିତା ଏବଂ ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କୁ ମଧ୍ୟ ଏହି ସିନେମାରେ ଦେଖିବାକୁ ପାଇବେ ଦର୍ଶକ।
ସେହିପରି ରେଞ୍ଜ ରୟାଲ୍‌ ଲାବ୍‌ ବ୍ୟାନର୍‌ରେ ଏବଂ ଜୀ ସାର୍ଥକ ସହଯୋଗରେ ପ୍ରସ୍ତୁତ ‘ଫାଷ୍ଟ ଲଭ୍‌’ ଚଳିତ ମାସ ୬ ତାରିଖରେ ମୁକ୍ତିଲାଭ କରିଥିବାବେଳେ ରଜରେ ମଧ୍ୟ ସିନେମାଟି ଦର୍ଶକଙ୍କୁ ହଲମୁହାଁ କରାଇବ ବୋଲି ପ୍ରଯୋଜନା ସଂସ୍ଥା ଆଶାବ୍ୟକ୍ତ କରିଛନ୍ତି। ଏଥିରେ ଶୈଳେନ୍ଦ୍ର ଓ ଦିବ୍ୟାଙ୍କ ସମେତ ଚୌଧୁରୀ ଜୟପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି ପ୍ରମୁଖ ଅଭିନୟ କରିଛନ୍ତି।
ଓଡ଼ିଆ ବୈଜ୍ଞାନିକ ଶେଷ କିଷାନଙ୍କ ହୃଦୟସ୍ପର୍ଶୀ ଜୀବନ ଯାତ୍ରାର କାହାଣକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର ‘ଶେଷ କିଷାନ-ବଲାସିଙ୍ଘାରୁ ବର୍ଲିନ’
ଭୁବନେଶ୍ୱର: ଉତ୍କଟ ଦାରିଦ୍ରତାର ଶେଷ ସୀମାରେ ଥିଲେ ଶେଷ। ନିରାଟ ମଫସଲର ଏକ ଆଦିବାସୀ କିଷାନ କୁଳରେ ଜନ୍ମ ନେଇଥିଲେ ଶେଷ କିଶାନ୍‌‌। ଅନେକ ଅଭାବ ଅନାଟନ ଦେଇ ବାପା ମାଆ ଛେଉଣ୍ଡ ଶେଷ ଛୁଆଟି ଦିନୁ ଆମ୍ୱୁଲ ଭାତ ଖାଇ, ପର ଘରେ ମଜୁରି ଲାଗି, ଗାଈ, ଛେଳି ଚରାଇ ଜୀବନ ବିତାଉଥିଲେ। ହେଲେ ସେ ଆଜି ଦୁନିଆର ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅଧିନସ୍ଥ ବଲାସିଙ୍ଘା ଗାଁ ର କିଷାନ ପୁଅ ଗାଁ ଚାଟଶାଳୀରୁ ପାଠ ପଢ଼଼ା ଆରମ୍ଭ କରି ନବୋଦୟ, ତା’ପରେ ନାଇଜରରୁ ପାଠ ସାରି ସୁଦୂର ଜର୍ମାନ ଯାତ୍ରା କରି ପାଲଟିଛନ୍ତି ଜଣେ ସୁଖ୍ୟାତ ବୈଜ୍ଞାନିକ। ସେଇ ଅଭାବୀ, ଅସହାୟ, କଷ୍ଟସହିଷ୍ଣୁ ଶେଷ କିଷାନଙ୍କ ହୃଦୟସ୍ପର୍ଶୀ ଜୀବନ ଯାତ୍ରାର କାହାଣଚୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର ‘ଶେଷ କିଷାନ-ବଲାସିଙ୍ଘାରୁ ବର୍ଲିନ’। ଯାହାର ଟାଇଟଲ ଶନିବାର ସ୍ଥାନୀୟ ଏକ ଘରୋଇ ହୋଟେଲରେ ଘୋଷଣା ହୋଇଯାଇଛି।
ଏହି ଟାଇଟଲ ଘୋଷଣା ଅବସରରେ ବୈଜ୍ଞାନିକ ଡ. ଶେଷ କିଷାନ, ତାଙ୍କ ସହଧର୍ମିଣୀ ଜୟଶ୍ରୀ, ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଯୋଜିକା ରଶ୍ମି ଧଳ, ରଜତ ଧଳ, ପ୍ରଯୋଜକ ନିର୍ମଳ ଜୟଶ୍ୱାଲ, ନାଇଜର୍‌‌ର ପ୍ରଫେସର ଡକ୍ଟର ହିମାଂଶୁ ବିଶ୍ୱାଳ, ନବୋଦୟର ପ୍ରିନସିପାଲ ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଚଳଚ୍ଚିତ୍ର ରଶ୍ମି ଧଳ ପ୍ରଡକସନ୍ସ ଏବଂ ନିର୍ମଳ ଜୟଶ୍ୱାଲ ପ୍ରଡକସନ୍‌‌ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି। ଯାହାର ପ୍ରଯୋଜକ ରଜତ ଧଳ ଏବଂ ନିର୍ମଳ ଜୟଶ୍ୱାଲ ରହିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି। ବୈଜ୍ଞାନିକ ଶେଷ କିଷାନ ଚରିତ୍ରରେ ନଜର ଆସିବେ ସ୍ୱରାଜ ବାରିକ ଏବଂ ତାଙ୍କ ଜୀବନସାଥୀ ଭୂମିକାରେ ନଜର ଆସିବେ କୁକିଜ୍‌‌ ସ୍ୱାଇଁ। ତେବେ ଡକ୍ଟର ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ବର୍ତ୍ତମାନ ପିଢ଼ିର ଛାତ୍ର ସମାଜ ତଥା ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ହେବ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ପ୍ରକାଶ କରିଛନ୍ତି।
ଭୁବନେଶ୍ବର: ‘ଭୋଟ’ ବେଳ ପାଖେଇ ଆସୁଥିବାରୁ ଦର୍ଶକଙ୍କ ମନରେ ଆଗ୍ରହ ବଢ଼ିବାରେ ଲାଗିଛି। ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ରିତୁପ୍ରିୟା ପ୍ରଡ଼କସନ୍ସ ବ୍ୟାନରରେ ଅତୀଶ କୁମାର ରାଉତଙ୍କ ପ୍ରଯୋଜନାରେ ଭୋଟ ନିର୍ମିତ ହୋଇଛି। ଆସନ୍ତା ୨୩ ଫେବ୍ରୁଆରୀରେ ମୁକ୍ତିଲାଭ କରିବା ପାଇଁ ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା କରାଯାଇଥିବା ବେଳେ ଆଜି ଭୁବନେଶ୍ୱର ସ୍ଥିତ ଶୀତଲ ହୋଟେଲରେ ଏହାର ଟ୍ରେଲର ରିଲିଜ୍ ହୋଇଛି । ଏହି ଟ୍ରେଲର ରିଲିଜ୍ ଅବସରରେ ପ୍ରଯୋଜକ ଅତୀଶ କୁମାର ରାଉତ, ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର, କାହାଣୀକାର ଅଜୟ ମହାପାତ୍ର, ସଂଗୀତ ନିର୍ଦ୍ଦେଶକ ବିକାଶ ଦାସ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଣୟ ଜେଠୀ ଙ୍କ ସମେତ ସମସ୍ତ କଳାକାର ଯୋଗଦେଇଥିଲେ। ରୁପାଲୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
https://www.youtube.com/watch?v=FVjAXDbpo8U&t=1s
ଆଗରୁ ଦର୍ଶକଙ୍କ ଅଭିଯୋଗ ଥିଲା ପାରିବାରିକ ସିନେମା ହେଉନଥିବାରୁ ଦର୍ଶକ ହଲ୍ ରୁ ମୁହଁ ଫେରେଇନେଉଛନ୍ତି। ହେଲେ ଏବେ ପ୍ରତିଟି ପରିବାରର ନିଚ୍ଛକ ମୌଳିକ କାହାଣୀକୁ ନେଇ ସିନେମା ତିଆରି ହେଉଛି ଯାହା ଫଳରେ ସପରିବାର ହଲ୍ ମୁହାଁ ହେଉଛନ୍ତି। ଅଜୟ ମହାପାତ୍ର ଙ୍କ ସୁ-ପ୍ରସିଦ୍ଧ ମଞ୍ଚ ନାଟକର କାହାଣୀକୁ ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ଯୁବ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର। ଚିତ୍ରତ୍ତୋଳନ ଦାୟିତ୍ୱ ତୁଲାଇଛନ୍ତି କେରଲା ଷ୍ଟୋରୀ ର କ୍ୟାମେରାମାନ ପ୍ରଶାନ୍ତନୁ ମହାପାତ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ । ସମ୍ପାଦନା କରିଥିଲେ ସ୍ବର୍ଗତ ରବି ପଟ୍ଟନାୟକ ।
ମଞ୍ଚ ଦୁନିଆର ଅନେକ ବିଶିଷ୍ଟ କଳାକାରଙ୍କୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର ଭୋଟ । ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, ଦିଲ୍ଲୀ ରୁ ପାଠ ପଢି ଆସିଥିବା ବରିଷ୍ଠ ମଞ୍ଚ ଅଭିନେତା ସୂର୍ଯ୍ୟ ମହାନ୍ତି, ସ୍ବର୍ଗତ ଚକ୍ରଧର ଜେନା ଙ୍କ ସମେତ ଅନେକ ନାଟକର ସଫଳ ମଞ୍ଚ ଅଭିନେତା ସୁଶାନ୍ତ, ହର ରଥ, ଉଷସୀ ମିଶ୍ର, ରାନୁ ପାଢ଼ୀ, ବନମାଳୀ ପାଣ୍ଡିଆ, ହାଡୁ, ଦେବୀ ବାରିକ, ସତ୍ୟ ପାଣିଗ୍ରାହୀ, ମନୋରଞ୍ଜନ ଦାସ, ରଞ୍ଜନ ରାଉତ, ସୀତାଂଶୁ, ସୌମ୍ୟ, ଶ୍ରେୟା, ପିଙ୍କି ପ୍ରିୟଦର୍ଶିନୀ ପ୍ରମୁଖ ଅଭିନୟ କରିଛନ୍ତି ।
ମୋହିତ ଚକ୍ରବର୍ତ୍ତୀ ଏବଂ ବାପୁ ଗୋସ୍ୱାମୀ ଗୀତ ଗୁଡିକୁ ରଚନା କରିଛନ୍ତି। ଓଲିଉଡ଼ର ଆଗଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ଶିବାଶିଷ ମିଶ୍ର, ଲିପ୍ସା ମହାପାତ୍ର, ବିଷ୍ଣୁ ମୋହନ କବି ଏବଂ ସତ୍ୟଜିତ ପ୍ରଧାନ କଣ୍ଠଦାନ କରିଛନ୍ତି । ଭୋଟ ସିନେମାର ଦର୍ଶକଙ୍କ ମନକୁ ନିଶ୍ଚିତ ଭାବେ ଛୁଇଁବା ଏକଥା ପ୍ରଚାର ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ପୂଜା ବଜାରକୁ ସରଗରମ କରିବ ୩ ଓଡ଼ିଆ ଫିଲ୍ମ: ରାମ, ମାଲ୍ୟଗିରୀକୁ ଟକ୍କର ଦେବ କଟକ
କଟକ: ପୂଜା ବଜାରକୁ ସରଗରମ କରିବା ପାଇଁ ରିଲିଜ ଅପେକ୍ଷାରେ ୩ଟି ନୂଆ ଫିଲ୍ମ । ରାମ, ମାଲ୍ୟଗିରୀ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ପୂଜାରେ ଅରିନ୍ଦମ, ବାବୁସନ, ସିଦ୍ଧାନ୍ତ, ଅନୁଭବ, ଦେବାଶିଷ, ଅମ୍ଳାନଙ୍କ ସହ ବଲିଉଡ ଅଭିନେତା ରାହୁଲ ଦେବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ସଫଳତା ପାଇଁ ଆଶାବାଦୀ ପୂରା ଟିମ୍ ।
ଦଶହରା ବଜାରରୁ ସରଗରମ କରିବ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି । ରିଲିଜ ଅପେକ୍ଷାରେ ୩ଟି ଚଳଚ୍ଚିତ୍ର । ରାମ, ମାଲ୍ୟାଗିରୀ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ଅରିନ୍ଦମ, ବାବୁସାନ, ସିଦ୍ଧାନ୍ତ, ଅନୁଭବ ଓ ଅମ୍ଲାନଙ୍କ ଦମଦାର ଆକ୍ସନ ଦେଖିବାକୁ ପାଇବେ ସିନେ ପ୍ରେମି । ରାମ ଫିଲ୍ମରେ ଦେଖାଦେବେ ବଲିଉଡର ଖଳନାୟକ ରାହୁଲ୍ ଦେବ । ପୂଜା ବଜାରକୁ ସରଗରମ କରିବା ପାଇଁ ରିଲିଜ ଅପେକ୍ଷାରେ ୩ଟି ନୂଆ ଫିଲ୍ମ । ରାମ, ମାଲ୍ୟାଗିରୀକୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ପୂଜାରେ ଅରିନ୍ଦମ, ବାବୁସନ, ସିଦ୍ଧାନ୍ତ, ଅନୁଭବ, ଦେବାଶିଷ, ଅମ୍ଳାନଙ୍କ ସହ ବଲିଉଡ ଅଭିନେତା ରାହୁଲ ଦେବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ସଫଳତା ପାଇଁ ଆଶାବାଦୀ ପୂରା ଟିମ୍ ।
ପୂଜା ବଜାରକୁ ସରଗରମ କରିବ ଓଡ଼ିଆ ଫିଲ୍ମ । ରାମ, ମାଲ୍ୟାଗିରୀକୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ମାଲ୍ୟଗିରିରେ ବାବୁସାନ ଏବଂ ଅମ୍ଲାନଙ୍କ ଦମଦାର ଫାଇଟ ସାଙ୍ଗକୁ ଓଲିଉଡ଼ର ଚୁଲବୁଲି ନାୟିକା ଶିବାନୀ ଓ ସୂର୍ୟମୟୀଙ୍କୁ ଦେଖିବାକୁ ମିଳିବ । ଏକ ଆଇଟମ ସଙ୍ଗରେ ଏଲିନା ଦମଦାର ଡ୍ୟାନ୍ସ ଦେଖିବାକୁ ପାଇବେ ଦର୍ଶକ । ପୃଥିବୀରାଜ୍ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଥିବେଳେ ଫିଲ୍ମଟିର ଆକ୍ସନ ଶୁଟିଂ ବିଭିନ୍ନ ଜଙ୍ଗଲରେ ହୋଇଛି ।
ଓଡ଼ିଆ ଇଣ୍ଡଷ୍ଟ୍ରିର ଆକ୍ସନ ଷ୍ଟାର ଅରିନ୍ଦମ୍ ନିଜ ହୋମ୍ ପ୍ରଡକ୍ସନରେ ନିର୍ମାଣ ହୋଇଛି ଫିଲ୍ମ ରାମ୍ । ଫିଲ୍ମରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ପାଇବେ ଦର୍ଶକ । ବଙ୍ଗୀୟ ଅଭିନେତ୍ରୀ ରୂପସା ମୁଖ୍ୟ ନୀୟିକା ଭାବରେ ଅଭିନୟ କରିଥିବା ବେଳେ ବଲିଉଡ୍ ର ଖଳନାୟକ ରାହୁଲ୍ ଦେବଙ୍କୁ ଏଥିରେ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି ।
ଦୁଇଟି ଆକ୍ସନ ଫିଲ୍ମ ସହ ଦଶହରାରେ ମୁକ୍ତିଲାଭ କରିବ ଆଉଏକ ଫିଲ୍ମ କଟକ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ଏଥିରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ଅନ୍ୟମାନଙ୍କ ମଧ୍ୟରେ ଅନୁ ଚୌଧୁରୀ, ଦେବାଶିଷ ପାତ୍ର, ପୁନମ୍ ମିଶ୍ର ଭଳି କଳାକାରମାନେ ଅଭିନୟ କରିଛନ୍ତି । ଫିଲ୍ମଟି ସମ୍ପୂର୍ଣ୍ଣ କ୍ରାଇମ ସିଣ୍ଡିକେଟ ସହ ଗ୍ୟାଙ୍ଗୱାର ଉପରେ ପର୍ୟ୍ୟବେସିତ ।
କଟକ ଏବଂ ମାଲ୍ୟଗିରି ସିନେମାର ଆଇଟମ ସଙ୍ଗ ରଙ୍ଗଲତା ଓ ଧୂଳିଆ ଜନ୍ଦାରେ ଦର୍ଶକ ଢେର ସାରା ମନୋରଞ୍ଜନ ପାଇବେ ବୋଲି ଆଶା ରଖିଛନ୍ତି ପୁରା ଟିମ୍ । ଦଶହରା ବଜାରରେ ଏହି ୩ଟି ନୂଆ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ପୂରା ଟିମ୍ ।
ନୂଆଦିଲ୍ଲୀ: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପ୍ରତୀକ୍ଷା ବିବେଚିତ ହୋଇଥିବା ବେଳେ ସର୍ଦ୍ଦାର ଉଦ୍ଧମକୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ବିବେଚିତ କରାଯାଇଛି। ପୁଷ୍ପା ପାଇଁ ଦେବୀ ଶ୍ରୀପ୍ରସାଦଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିଛି।
ଶ୍ରେଷ୍ଠ ଅଭିନେତା – ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ
ଶ୍ରେଷ୍ଠ ଅଭିନେତ୍ରୀ – ଗଙ୍ଗୁବାଇ କାଥିଆୱାଡ଼ ପାଇଁ ଆଲିଆ ଭଟ୍ଟ
ଶ୍ରେଷ୍ଠ କଣ୍ଠଶିଳ୍ପୀ- ଶ୍ରେୟା ଘୋଷାଲ ଓ କାଳ ଭୈରବ
ଶ୍ରେଷ୍ଠ ନିର୍ଦ୍ଦେଶକ – ମରାଠି ଫିଲ୍ମ ଗୋଦାବରୀ ପାଇଁ ନିଖିଲ ମହାଜନ
ଶ୍ରେଷ୍ଠ ସହ ଅଭିନେତା – ‘ମିମି’ ପାଇଁ ପଙ୍କଜ ତ୍ରିପାଠୀ
ଶ୍ରେଷ୍ଠ ସହ ଅଭିନେତ୍ରୀ- ‘କାଶ୍ମୀର ଫାଇଲ’ ପାଇଁ ପଲ୍ଲବୀ ଯୋଶୀ , ‘ମିମି’ ପାଇଁ କ୍ରିତି ସାନୋନ୍‌ ବି ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ
ସର୍ବାଧିକ ଲୋକପ୍ରିୟ ଚଳଚ୍ଚିତ୍ର- ‘RRR’
ହଲ୍‌‌ମୁହାଁ ହେବେ ଦର୍ଶକ; ଏଥର ରଜ ବଜାରକୁ ଆସୁଛି ଦୁଇ ନୂଆ ଓଡ଼ିଆ ସିନେମା ‘ଲଭ ଇନ୍‌‌ ଲ୍‌‌ଣ୍ଡନ୍‌‌’ ଓ ‘ଗୁଡ୍ଡୁ ଗ୍ୟାଙ୍ଗଷ୍ଟର’
ଭୁବନେଶ୍ୱର: ଦୀର୍ଘ ଦୁଇବର୍ଷ ପରେ ଏଥର ରଜ ବଜାରକୁ ଆସୁଛି ଦୁଇ ନୂଆ ଓଡ଼ିଆ ସିନେମା ‘ଲଭ ଇନ୍‌‌ ଲ୍‌‌ଣ୍ଡନ୍‌‌’ ଓ ‘ଗୁଡ୍ଡୁ ଗ୍ୟାଙ୍ଗଷ୍ଟର’। ରଜ ଉପଲକ୍ଷେ ଏହି ଦୁଇଟି ସିନେମା ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ଉଭୟ ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶା ରଖିଛନ୍ତି। ପହିଲି ରଜରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଥିବା ଏହି ଦୁଇଟି ସିନେମାର ଆଗୁଆ ଟିକଟ ବୁକିଂ ମଧ୍ୟ ହୋଇଥିବା ଜଣାପଡ଼ିଛି।
ପାରମ୍ପରିକ ଭାବେ ଓଡ଼ିଶାର ଗଣପର୍ବ ରଜରେ ସିନେମା ହଲ୍‌‌ରେ ଭିଡ଼ ଦେଖିବାକୁ ମିଳେ। କିନ୍ତୁ କରୋନା ପରଠୁ ସିନେମା ହଲ୍‌‌ଗୁଡ଼ିକ ପ୍ରାୟ ବନ୍ଦ ପଡ଼ିଥିଲା। ମାତ୍ର ଏଥର ହଲ୍‌‌ରେ ଭରପୂର ଦର୍ଶକଙ୍କୁ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ସେହିପରି ରଜ ଉପଲକ୍ଷେ ଚଳିତ ବର୍ଷ ୨ଟି ଓଡ଼ିଆ ସିନେମା ଭୁବନେଶ୍ୱରର ବିଭିନ୍ନ ପ୍ରେକ୍ଷାଳୟରେ ଦେଖିବାର ସୁଯୋଗ ମିଳିବ। ଏଥିପାଇଁ ସପ୍ତାହେ ଆଗରୁ ଟିକଟ୍‌‌ ବୁକିଂ ହୋଇଥିବା ଜଣାପଡ଼ିଛି।
ବଲିଉଡ୍‌‌ର ବାସ୍ନା
‘ଲଭ୍‌‌ ଇନ୍‌‌ ଲଣ୍ଡନ୍‌‌’ ସିନେମାଟି ବଲିଉଡ୍‌‌ ସିନେମାର ଅନୁଭବ ଦେବ ବୋଲି ନିର୍ଦ୍ଦେଶକ ତାପସ ସରଗରିଆ କହିଛନ୍ତି। ସିନେମାଟି ଲଣ୍ଡନରେ ସୁଟିଂ ହୋଇଥିବା ବେଳେ ଏହାର ଗ୍ରାଫିକ୍ସ ପାଇଁ ସମୟ ଦେବାକୁ ପଡ଼ିଛି ବୋଲି କହିଛନ୍ତି ନିର୍ଦ୍ଦେଶକ। ଏଥିରେ ଅଭିନେତା ଅନୁଭବ ମହାନ୍ତି ମୁଖ୍ୟ ଆକର୍ଷଣ ସାଜିଥିବାବେଳେ ଗୀତଗୁଡ଼ିକ ମଧ୍ୟ ପୂର୍ବରୁ ଲୋକପ୍ରିୟତା ହାସଲ କରିଥିବା ସେ କହିଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅନୁଭବଙ୍କ ବିପକ୍ଷରେ ସ୍ୱପ୍ନା ପ୍ରିଦର୍ଶନୀ, ସୌମ୍ୟା ସଚଦେବଙ୍କ ସହିତ ଅନ୍ୟ ବରିଷ୍ଠ କଳାକାରମାନେ ମଧ୍ୟ ଅଭିନୟ କରିଛନ୍ତି। ଜେ ବି ଫିଲ୍ମ ଆଣ୍ଡ୍‌‌ ଅମର ଷ୍ଟୁଡିଓଜ୍‌‌ ବ୍ୟାନରେ ନିର୍ମିତ ଏହି ସିନେମାର କୋରିଓଗ୍ରାଫର୍‌‌ରେ ଗିରିଶ ମହାନ୍ତି ରହିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ, ଆସଦ୍‌‌ ନିଜାମ୍‌‌, ଡ. ବିନୟ ଏବଂ ସୋମେଶ।
ସପରିବାର ଦେଖିପାରିବେ
ସେହିପରି ଅଶୋକ ପତିଙ୍କ ନିର୍ଦ୍ଦେଶିତ ସିନେମା ‘ଗୁଡ୍ଡୁ ଗ୍ୟାଙ୍ଗଷ୍ଟର’ ମଧ୍ୟ ଦର୍ଶକଙ୍କୁ ଏକ ଭିନ୍ନ ଅନୁଭୂତି ଦେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଜଣେ ୧୩୦ କିଲୋ ଓଜନର ମୋଟା ମଣିଷ ଉପରେ ସିନେମାଟି ନିର୍ମିତ ହୋଇଥିବା ବେଳେ ମୋଟାପଣ କିଭଳି ଜୀବନକୁ ପ୍ରଭାବିତ କରେ ଏବଂ ପରବର୍ତ୍ତୀ ସମୟରେ ମୋଟାରୁ ପତଳା ହେବାର ଯାତ୍ରାକୁ ଦର୍ଶାଯାଇଛି। ଏଥିରେ ସିଦ୍ଧାନ୍ତ ମହାପାତ୍ର ଓ ଶୈଳେନ୍ଦ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଅନ୍ୟ ବରିଷ୍ଠ କଳାକାରମାନଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାଟି ଦର୍ଶକମାନେ ପରିବାର ସହ ଦେଖିପାରିବେ ବୋଲି ନିର୍ଦ୍ଦେଶକ ଅଶୋକ ପତି କହିଛନ୍ତି। ଏଥିରେ ରହିଥିବା ୫ଟି ଗୀତ ରହିଥିବାବେଳେ ୧୩ ତାରିଖରେ ସାରା ଓଡ଼ିଶାରେ ବିଭିନ୍ନ ସିନେମା ହଲ୍‌‌ରେ ଏହା ମୁକ୍ତିଲାଭ କରିବ ବୋଲି ଶ୍ରୀ ପତି କହିଛନ୍ତି।
ଭୁବନେଶ୍ୱର: ପରଦାରେ ମୁକ୍ତିଲାଭ କଲା ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’ । ପିତା-ପୁତ୍ରଙ୍କ ମଧ୍ୟରେ ଥିବା ଆବେଗପୂର୍ଣ୍ଣ ସମ୍ପର୍କକୁ ନେଇ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଅନୁମପ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପ୍ରତୀକ୍ଷା’ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ଓ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ। ଦର୍ଶକଙ୍କ ଦ୍ୱାରା ବହୁ ଆଦୃତ ହେବା ସହ ଢେର ପ୍ରଶଂସା ସାଉଁଟିଛି ଏହି ଫିଲ୍ମ ।
ଅମୀୟ ପଟ୍ଟନାୟକ ପ୍ରଡକସନ ନିବେଦିତ ‘ପ୍ରତୀକ୍ଷା’ର ମୁଖ୍ୟ କଳାକାରମାନେ ହେଲେ ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର। ପ୍ରଯୋଜକ-ନିର୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ସିନେମା ‘ପ୍ରତୀକ୍ଷା’ରେ ଏକ ନୂଆ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ। ଏହି ଯୋଡ଼ି ହେଲେ ଦୀପନ୍ବିତ-ବର୍ଷା। ଦୀପନ୍ବିତଙ୍କ ଅଭିନୟକୁ ଦର୍ଶକ ନିକଟରେ ମୁକ୍ତିଲାଭ କରିଥିବା ଯୁଗାନ୍ତକାରୀ ଓଡ଼ିଆ ସିନେମା ‘ଦମନ’ରେ ଖୁବ୍ ପସନ୍ଦ କରିଥିଲେ।
ଅନ୍ୟପଟେ ‘ପ୍ରତିକ୍ଷା’ ଫିଲ୍ମର ହିନ୍ଦୀ ରିମେକର ପ୍ରଯୋଜନା କରିବେ ବୋଲି ବଲିଉଡର ଭେଟେରାନ କଳାକାର ଅନୁମପ୍ ଖେର ଆଗରୁ ଘୋଷଣା କରିଛନ୍ତି । ଏଥିସହିତ ନିଜେ ମଧ୍ୟ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରିବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ରେ ମଧ୍ୟ ପ୍ରଦର୍ଶିତ ହୋଇସାରିଛି ଏହି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’।
ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଓଡିଆ ଫିଲ୍ମ ଦମନ ରିଲିଜ ହୋଇଛି। ପାଖାପାଖି ୫୦ଟି ହଲରେ ଏହି ଓଡିଆ ଫିଲ୍ମଟି ରିଲିଜ ହୋଇଛି। ଜଣେ ଡାକ୍ତରଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପାରେ ଆଧାର କରି ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ନିର୍ମାଣ କରାଯାଇଛି ।ମାତ୍ର ବିଡମ୍ବନାର କଥା କି, ଫିଲ୍ମଟି ରିଲିଜ ହେବାର କେଇ ଘଣ୍ଟା ପରେ ବିଭିନ୍ନ ୟୁଟ୍ୟୁବରେ ଫିଲ୍ମଟିର ହଲ ପ୍ରିଣ୍ଟ ଭିଡିଓକୁ ଅପଲୋଡ଼ କରାଯାଇଛି । ଫିଲ୍ମ ହଲରେ ବେଆଇନ ସୁଟିଂ କରାଯାଇଥିବା ନେଇ ‘ଦମନ୍‌’ର ପ୍ରଯୋଜକ ଦୀପେନ୍ଦ୍ର ସାମଲ ସାଇବର ଥାନାରେ ଲିଖିତ ଭା‌ବେ ଅଭିଯୋଗ କରିଛନ୍ତି। ୧୧ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲରେ ଫିଲ୍ମ ଅପଲୋଡ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଦମନ ଚଳଚ୍ଚିତ୍ରର ପ୍ରଯୋଜକ ।
ଅପହଞ୍ଚ ଇଲାକାର ଏକ ବାସ୍ତବ କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ଦମନ । କିନ୍ତୁ ଫିଲ୍ମ ରିଲିଜର ଗୋଟିଏ ଦିନ ମଧ୍ୟରେ ଏହାକୁ କିଛି ବ୍ୟକ୍ତି ହଲରେ ସୁଟିଂ କରିବା ସହ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିନେଇଛନ୍ତି । ଯାହାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛି ପ୍ରଯୋଜନା ସଂସ୍ଥା । ଅପଲୋଡ଼ କରିଥିବା ୟୁଟୁବ ଚ୍ୟାନେଲକୁ ବ୍ଲକ୍ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।
ଆଜି ଷ୍ଟାର୍‍ କିରଣରେ ‘ବିଦ୍ୟାରାଣ’ର ପ୍ରିମିୟର
ଭୁବନେଶ୍ୱର: ନୂତନ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର୍‍ କିରଣ ଦର୍ଶକଙ୍କୁ ପ୍ରତି ସପ୍ତାହ ଶେଷରେ ବ୍ଲକ୍‍ ବଷ୍ଟର ଚଳଚ୍ଚିତ୍ର ମାଧ୍ୟମରେ ସନ୍ଧ୍ୟାରେ ଏକତ୍ରିତ କରିପାରୁଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଷ୍ଟାର୍‍ କିରଣରେ ବିଦ୍ୟାରାଣ ଚଳଚ୍ଚିତ୍ରର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର୍‍ ପ୍ରସାରିତ ହେବ। ଏହି ଚଳଚ୍ଚିତ୍ରରେ ନାୟକ ଓ ନାୟିକା ଭୂମିକାରେ ସୁପରଷ୍ଟାର ବାବୁସାନ ମହାନ୍ତି ଏବଂ ଶିବାନୀ ସଙ୍ଗୀତା ଅଭିନୟ କରିଛନ୍ତି। ଏହା ଏକ ପାରିବାରିକ ମନୋରଞ୍ଜନ ଚଳଚ୍ଚିତ୍ର ଅଟେ। ବିଦ୍ୟାରାଣ ଏକ ଛୋଟ ବାଳକ ସିଦ୍ଧ ମହାବୀରର କାହାଣୀ। ଯିଏ କି ତାଙ୍କ ପିତାଙ୍କ ଦ୍ୱାରା ଅସ୍ୱୀକାର ହୋଇ ପଳାତକ ହିସାବରେ ବଢିଥିଲା। ପରିଶେଷରେ ସେ ଏକ ଝିଅ ମିଠିଙ୍କୁ ପ୍ରେମ କରନ୍ତି ଯିଏ ତାଙ୍କର ପ୍ରକୃତ ପରିଚୟ ବିଷୟରେ ଅବଗତ ନୁହଁନ୍ତି। ବିଦ୍ୟାରାଣର ଶକ୍ତିଶାଳୀ କାହାଣୀ ଏକାଧିକ ମୋଡ଼ ନେଇଛି। ଚଳଚ୍ଚିତ୍ରଟି ଏକ ଆକ୍ସନ୍‍ ଥ୍ରୀଲର ଅଟେ। ଯାହା ଦର୍ଶକଙ୍କୁ ସେମାନଙ୍କର ଟିଭି ପରଦାରେ ବାନ୍ଧି ରଖିବ। ସିଦ୍‍ର ଭୂମିକାରେ ସୁପରଷ୍ଟାର୍‍ ବାବୁସାନ ମହାନ୍ତି ଓ ମିଠି ଭୂମିକାରେ ସୁନ୍ଦରୀ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଅଭିନୟ କରିଛନ୍ତି।
ଜାତୀୟସ୍ତରରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ‘ଏଡିୟୁ ଗୋଦାର’
ମୁମ୍ବାଇ: ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଏଡିୟୁ ଗୋଦାର’ ପ୍ରଥମଥର ପାଇଁ ଜାତୀୟସ୍ତରରେ ମୁକ୍ତିଲାଭ କରିଛି। ଚଳିତ ବର୍ଷ ୨୭ତମ କୋଲକାତା ଆନ୍ତର୍ଜାତିକ ଫିଲ୍ମ ଉତ୍ସବରେ ଭାରତୀୟ ଭାଷା ପ୍ରତିଯୋଗିତାରେ ଏହି ଚଳଚ୍ଚିତ୍ର ସର୍ବଶ୍ରେଷ୍ଠ ଫିଲ୍ମ ଆୱାର୍ଡରେ ସମ୍ମାନିତ ହେବା ସହିତ ପରେ ପରେ ୨୪ତମ ୟୁକେ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ‘ ଡେୟାର ଟୁ ଡ୍ରିମ୍‌’ ଆୱାର୍ଡରେ ସମ୍ମାନିତ ହୋଇଥିଲା। ସେହିପରି ମସ୍କୋ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଏହାର ପ୍ରଦର୍ଶନ ସହିତ ଜର୍ମାନୀ, କ୍ରୋଏସିଆ, ଏବଂ କାନାଡାରେ ଅନୁଷ୍ଠିତ ଦକ୍ଷିଣ ଏସିଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଶଂସିତ ହୋଇଥିଲା। ପରେ ପରେ ଏହା ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିବାରୁ ବଲିଉଡ ଜଗତର ବହୁ ପ୍ରମୁଖ ଫିଲ୍ମ ନିର୍ଦ୍ଦେଶକ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଏଡିୟୁ ଗୋଦାର’ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବା ଓଡ଼ିଆ ସିନେ ଜଗତ ପାଇଁ ଗର୍ବର ବିଷୟ ବୋଲି ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ କହିଛନ୍ତି। ଏହାବ୍ୟତୀତ ଅଧÒକାଂଶ ସ୍ଥାନରେ ଏହି ଫିଲ୍ମଟିକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢିଥÒବା ଦେଖାଯାଇଛି।
ଓଡ଼ିଶାରେ ମଧ୍ୟ ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ଯଥେଷ୍ଟ ଆଗ୍ରହ ଦେଖାଯାଇଛି। ତେବେ ଜାତୀୟସ୍ତରରେ ଲୋକଙ୍କ ଆଗ୍ରହ ଓଡ଼ିଆ ସିନେ ଶିଳ୍ପଜଗତ ପାଇଁ ଏକ ନୂତନ ଦିଗ ସୃଷ୍ଟି କରିଛି ବୋଲି ବହୁ ପ୍ରତିଷ୍ଠିତ ଫିଲ୍ମ ନିର୍ମାତା କହିଛନ୍ତି। ଏହାଯୋଗୁ ବିଗତ କିଛି ବର୍ଷ ହେଲା ମାନ୍ଦା ରହି ଆସିଥÒବା ଓଡ଼ିଆ ଫିଲ୍ମ ଜଗତକୁ ଆହୁରି ଖେରାକ୍‌ ମିଳିପାରିବ ବୋଲି କିଛି ବଲିଉଡ କଳାକାର ଆଶା ପ୍ରକଟ କରିଛନ୍ତି।