TeachersDay - The Sakala
ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ୍‌ ଈଶ୍ବର । ଈଶ୍ବରଙ୍କ ଅନ୍ୟ ରୂପ ହେଲେ ଗୁରୁ। ଗୁରୁ ହେଉଛନ୍ତି ସାକ୍ଷାତ୍‌ ପରମ୍‌ବ୍ରହ୍ମ। ଭାରତବର୍ଷର ଗୁରୁଶିଷ୍ୟ ପରମ୍ପରା ବହୁ ପ୍ରାଚୀନ। ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରି ନ ଥାଏ। ବିଦ୍ୟାଳୟରେ ଗୁରୁଙ୍କ ବେତ ପାହାର ପିଲାର ଉତ୍ତମ ଜୀବନ ଗଠନରେ ସହାୟକ ହୁଏ। କଞ୍ଚାମାଟି ପିଣ୍ଡୁଳାକୁ ସୁନ୍ଦର ପ୍ରତିମା ରୂପେ ଗଢ଼ିବାରେ ନିରନ୍ତର ଚେଷ୍ଟା କରିଥାନ୍ତି ଗୁରୁ।  ଅଜ୍ଞାନ ରୂପକ ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି, ସେ ହିଁ ଗୁରୁ। ବାପାମା’ଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢ଼ିବା ପାଇଁ ସଠିକ୍ ମାର୍ଗ ଦେଖାଇଥାନ୍ତି। ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ, ଶୃଙ୍ଖଳିତ କରିବାରେ ତାଙ୍କ ଅବଦାନ ଥାଏ ଖୁବ୍ ଗୁରୁତ୍ବପୂର୍ଣ୍ଣ। ପାଠଠାରୁ ଖେଳକୁଦ ପୁଣି ନୃତ୍ୟ ସଙ୍ଗୀତ ଅଭିନୟ, ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଗୁରୁଙ୍କ ଯୋଗଦାନ ଲୋଡ଼ାଥାଏ । ଛାତ୍ରର ମାର୍ଗଦର୍ଶକ ସାଜି ଛାତ୍ରକୁ ଭଲ ମଣିଷ ରୂପେ ଗଢ଼ିତୋଳିବାରେ ଗୁରୁଙ୍କ ଭୂମିକା ସର୍ବାଗ୍ରେ। ତେଣୁ ଭାଗବତରେ ଅଛି ‘‘ଗୁରୁ ନ ଥାଇ ତୁ ଅର୍ଜୁନ, କାହୁଁ ପାଇବୁ ସଦଜ୍ଞାନ।’’ ଶିକ୍ଷାର୍ଥୀ-ଶିକ୍ଷକ-ଶିକ୍ଷାୟତନ ତ୍ରିଭୁଜ ଭଳି। ପ୍ରତ୍ୟେକ ପରସ୍ପରର ପରିପୂରକ। ଜଣକ ବିନା ଅନ୍ୟର ସ୍ଥିତି ନିରର୍ଥକ। ଭାରତୀୟ ସଂସ୍କୃତି ହିଁ ଗୁରୁ-ଶିଷ୍ୟ ପରମ୍ପରା ଉପରେ ପ୍ରତିଷ୍ଠିତ। ଅତୀତରେ ଗୁରୁକୁଳ ଆଶ୍ରମଗୁଡ଼ିକରେ ଶିଷ୍ୟମାନଙ୍କୁ ସାଧୁତା-ନୈତିକତା ମୂଲ୍ୟବୋଧ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଉଥିଲା। ଗୁରୁଙ୍କ ଭିତରେ ଯେ ବିଶ୍ବ ଓ ବିଶ୍ବ ଭିତରେ ଯେ ଗୁରୁଙ୍କୁ ଅନୁଭବ କରେ ସେ ଗୁରୁକୃପା ଲାଭ କରିଥାଏ। ବିନା ଗୁରୁରେ ଜୀବନରେ ଗତି, ମୁକ୍ତି, ମୋକ୍ଷ ପ୍ରାପ୍ତି ସମ୍ଭବ ନୁହେଁ।
ଆମ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମତିଥିରେ ପାଳିତ ହୁଏ ଗୁରୁ ଦିବସ। ୧୮୮୮ ମସିହା ଆଜିର ଦିନରେ ତାମିଲନାଡ଼ୁର ତିରୁଟ୍ଟନୀ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କର ଅବଦାନକୁ ମନେ ରଖିବା ପାଇଁ ଏହି ଦିବସ ପାଳନ କରାଯାଏ। ୧୯୬୨ ମସିହାରେ ସେ ଭାରତର ଦ୍ବିତୀୟ ରାଷ୍ଟ୍ରପତି ହେେଲ। ସେ ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ। ମାତ୍ର ସେ ସେମାନଙ୍କୁ ନିଜ ଜନ୍ମଦିନ ପାଳିବାକୁ ମନା କରିଥିଲେ। ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁମାନଙ୍କ ଦିବସ ଭାବେ ପାଳନ କରାଗଲେ, ତାହା ତାଙ୍କ ପାଇଁ ବଡ଼ ସମ୍ମାନ ହେବ ବୋଲି କହିଥିଲେ। ସେବେଠୁ ତାଙ୍କ ଜନ୍ମଦିବସକୁ ‘ଗୁରୁ ଦିବସ’ ଭାବେ ପାଳନ କରାଯାଇ ଆସୁଛି। ରାଧାକ୍ରିଷ୍ଣନ୍‌ଙ୍କ କ୍ୟାରିୟର ଶିକ୍ଷକତାରୁ ଆରମ୍ଭ ହୋଇଥିଲା। ଶିକ୍ଷାର ମହତ୍ତ୍ବ ଉପରେ ସଚେତନତା ସୃଷ୍ଟି କରିବା ସହ ଦେଶର ସାକ୍ଷରତା ହାର କିଭଳି ଉପରକୁ ଉଠିବ, ତାହା ଥିଲା ତାଙ୍କର ଲକ୍ଷ୍ୟ। ସେ ଭାରତୀୟ ଦର୍ଶନ, ଧର୍ମ ଦର୍ଶନରେ ଶିକ୍ଷାଦାନ କରିଥିଲେ। ବେଦ, ଉପନିଷଦକୁ ସେ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିନ ସ୍କୁଲ, କଲେଜ ତଥା ବିଭିନ୍ନ ଅନୁଷ୍ଠାନରେ ଗୁରୁ ଦିବସ ପାଳନ କରାଯାଏ।
ଆଜି ପବିତ୍ର ଗୁରୁଦିବସ: ଦେଶର ଶ୍ରେଷ୍ଠ ୪୬ ଜଣ ଶିକ୍ଷକଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଆଜି ପବିତ୍ର ଗୁରୁଦିବସ । ଏହି ଅବସରରେ ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ୨୦୨୨ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ୪୬ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଓଡ଼ିଶାରୁ ଈଶ୍ବର ଚନ୍ଦ୍ର ନାୟକ ମଧ୍ଯ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପାଇଛନ୍ତି। ସେ ପୁରୀ ନିମାପଡ଼ା କନପୁର ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ କାର୍ଯ୍ଯରତ। ନିଆରା ଢଙ୍ଗରେ ଶିକ୍ଷା ଦେଇ ଛାତ୍ରଛାତ୍ରୀଙ୍କ ପଇଁ ଆଦର୍ଶ ପାଲଟିଛନ୍ତି। ସେ କେବଳ ଶିକ୍ଷକ ନୁହନ୍ତି ଜଣେ ଲେଖକ ମଧ୍ଯ। ଅଳିଆରୁ ଅ..ଆ, ପାପ, ଘୃଣ୍ଯ, ପ୍ରହେଳିକା ଆଦି ପୁସ୍ତକ ଲେଖିଛନ୍ତି।
ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ ହେଉଛି ଗୁରୁବ୍ରହ୍ମା ସମ୍ମାନ କାର୍ଯ୍ଯକ୍ରମ
ବନେଶ୍ୱର: ଗୁରୁ ହେଉଛନ୍ତି ସାକ୍ଷାତ ପରମ୍‌ବ୍ରହ୍ମ। ଭାରତୀୟ ପରମ୍ପରାରେ ଗୁରୁ ପୂଜା କାହିଁ କେଉଁ କାଳରୁ ପ୍ରଚଳିତ। ‘ଗୁ’ ଅର୍ଥ ଅନ୍ଧାର। ‘ରୁ’ ଅର୍ଥ ଦୂରେଇବା। ଅଜ୍ଞାନ ରୂପକ ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି ସେ ହିଁ ଗୁରୁ। ବାପାମା’ଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢ଼ିବା ପାଇଁ ସଠିକ୍ ମାର୍ଗ ଦେଖାଇଥାନ୍ତି। ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ, ଶୃଙ୍ଖଳିତ କରିବାରେ ତାଙ୍କ ଅବଦାନ ଥାଏ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଆମ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଏ।ଆଜିର ପବିତ୍ର ଦିନରେ ଗୁରୁଙ୍କୁ ସମ୍ମାନିତ କରିବାକୁ ନନ୍ଦିଘୋଷ ଟିଭି ଓ ସକାଳ ପକ୍ଷରୁ ଆୟୋଜନ କରାଯାଉଛି ନିଆରା କାର୍ଯ୍ୟକ୍ରମ ଗୁରୁବ୍ରହ୍ମା । ଅପରାହ୍ମ ୪ଟାରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
ଏହି ଅବସରରେ ରାଜ୍ୟର ପ୍ରାଥମିକ, ମାଧ୍ୟମିକ, ଓ ଉଚ୍ଚ ମାଧ୍ୟମିକ ସ୍କୁଲର ୧୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯିବ । ସମ୍ମାନ ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ସମ୍ମାନିତ ଅତିଥି ଭାବେ ସ୍କୁଲ ଏବଂ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ସକାଳର ସଂପାଦକ ଡଃ. ଉମାକାନ୍ତ ମିଶ୍ର ଓ ସିଭିରମଣ ଗ୍ଲୋବାଲ ୟୁନିଭରସିଟିର ଅଧ୍ୟକ୍ଷ ପ୍ରଫେସର ସଞ୍ଜୀବ ରାଉତ ଯୋଗଦେବେ ।
ଗୁରୁ ହେଉଛନ୍ତି ସାକ୍ଷାତ ପରମ୍‌ବ୍ରହ୍ମ। ଭାରତୀୟ ପରମ୍ପରାରେ ଗୁରୁ ପୂଜା କାହିଁ କେଉଁ କାଳରୁ ପ୍ରଚଳିତ। ‘ଗୁ’ ଅର୍ଥ ଅନ୍ଧାର। ‘ରୁ’ ଅର୍ଥ ଦୂରେଇବା। ଅଜ୍ଞାନ ରୂପକ ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି ସେ ହିଁ ଗୁରୁ। ବାପାମା’ଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢ଼ିବା ପାଇଁ ସଠିକ୍ ମାର୍ଗ ଦେଖାଇଥାନ୍ତି। ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ, ଶୃଙ୍ଖଳିତ କରିବାରେ ତାଙ୍କ ଅବଦାନ ଥାଏ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଆମ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଏ।
ଏହାହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସ। ୧୮୮୮ ମସିହା ଆଜିର ଦିନରେ ତାମିଲନାଡୁର ତିରୁତାନି ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ଏକାଧାରରେ ଜଣେ ଶିକ୍ଷକ, ଦାର୍ଶନିକ ଓ କୂଟନୀତିଜ୍ଞ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ମନେ ରଖିବା ପାଇଁ ଏହାକୁ ପାଳନ କରାଯାଏ। ୧୯୬୨ ମସିହାରେ ସେ ଭାରତର ଦ୍ବିତୀୟ ରାଷ୍ଟ୍ରପତି ହେେଲ। ସେ ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ। ମାତ୍ର ସେ ସେମାନଙ୍କୁ ନିଜ ଜନ୍ମଦିନ ପାଳିବାକୁ ମନା କରିଥିଲେ। ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁମାନଙ୍କ ଦିବସ ଭାବେ ପାଳନ କରାଗଲେ, ତାହା ତାଙ୍କ ପାଇଁ ବଡ଼ ସମ୍ମାନ ହେବ ବୋଲି କହିଥିଲେ। ସେବେଠୁ ରାଧାକୃଷ୍ଣନଙ୍କ ଜନ୍ମଦିବସକୁ ‘ଗୁରୁଦିବସ’ ଭାବେ ପାଳନ ହୋଇ ଆସୁଛି।
ରାଧାକୃଷ୍ଣନଙ୍କ କ୍ୟାରିୟର ଶିକ୍ଷକତାରୁ ଆରମ୍ଭ ହୋଇଥିଲା। ଶିକ୍ଷାର ମହତ୍ତ୍ବ ଉପରେ ସଚେତନ କରିବା ଥିଲା ତାଙ୍କ ଜୀବନର ଲକ୍ଷ୍ୟ। ତା’ସହ ଦେଶର ସାକ୍ଷରତା ହାର କିଭଳି ଉପରକୁ ଉଠିବ, ତାହା ଥିଲା ତାଙ୍କର ଅନ୍ୟତମ ଲକ୍ଷ୍ୟ। ସେ ଭାରତୀୟ ଦର୍ଶନ, ଧର୍ମ ଦର୍ଶନରେ ଶିକ୍ଷାଦାନ କରିଥିଲେ। ବେଦ ଉପନିଷଦକୁ ସୁନ୍ଦର ଭାବେ ସେ ବ୍ୟାଖ୍ୟା କରୁଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିନ ସ୍କୁଲ, କଲେଜ ତଥା ବିଭିନ୍ନ ଅନୁଷ୍ଠାନରେ ଶ୍ରଦ୍ଧା ତଥା ସମ୍ମାନ ପୂର୍ବକ ଗୁରୁଙ୍କୁ ପୂଜା କରାଯାଏ। ଏଥର ଏହି ଦିବସର ବିଷୟବସ୍ତୁ ଅଛି, ‘ଶିକ୍ଷକ: ବଢୁଥିବା ସଙ୍କଟ ମଧ୍ୟରେ ଭବିଷ୍ୟତର ନୂତନ କଳ୍ପନା।’