IND vs PAK T20 - The Sakala

ଏସିଆ କପ୍‌ ସୁପର-୪ : ଟସ୍‌ ଜିତି ଭାରତକୁ ବ୍ୟାଟିଂ ନିମନ୍ତ୍ରଣ କଲା ପାକିସ୍ତାନ, ଟିମ୍‌ ଇଣ୍ଡିଆରେ ୩ ପରିବର୍ତ୍ତନ
ଦୁବାଇ: ସୁପରସଣ୍ଡେରେ ଆଜି ପୁଣି ଏକ ମହା ମୁକାବିଲା । ଏସିଆ କପର ସୁପର-୪ ପର୍ଯ୍ୟାୟରେ ଆଜି ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ। ଆଜିର ମୁକାବିଲାରେ ଟସ୍ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଛି। ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ୍ ଟସ୍ ଜିତିଥିଲେ । ଏହାପରେ ସେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଫାଇନାଲ ଆଡକୁ ଅଗ୍ରସର ହେବାକୁ ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

Three changes for #TeamIndia going into this game.

Deepak Hooda, Hardik Pandya and Ravi Bishnoi come in the Playing XI.

Live – https://t.co/xhki2AW6ro #INDvPAK #AsiaCup202 pic.twitter.com/ZeimY92kpW

— BCCI (@BCCI) September 4, 2022

ଆଜିର ମ୍ୟାଚ ପାଇଁ ଭାରତୀୟ ଦଳରେ ୩ଟି ପରିବର୍ତ୍ତନ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଥିବା ବେଳେ ଦୀପକ ହୁଡ୍ଡା ଏବଂ ରବି ବିଷ୍ଣୋଇଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି। ଦିନେଶ କାର୍ତ୍ତିକଙ୍କୁ ଦଳରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଋଷଭ ପନ୍ତ ଖେଲିବେ।

ତେବେ ୭ ଦିନ ମଧ୍ୟରେ ଦୁଇ ଦଳ ମଧ୍ୟରେ ପୁଣି ଥରେ ଦେଖିବାକୁ ମିଳିବ କଡା ଟକ୍କର । ଚଳିତ ଏସିଆ କପରେ ଦ୍ୱିତୀୟ ଥର ପାଇଁ ଏହି ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି । ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହିତ । ଗତ ୨୮ ତାରିଖରେ ଖେଳାଯାଇଥିବା ମୁକାବିଲାରେ ଭାରତ ୫ ୱିକେଟରେ ବିଜୟୀ ହୋଇଥିଲା । ତେଣୁ ଲଗାତର ବିଜୟ ଧାରା ବଜାୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ସେପଟେ ପାକିସ୍ତାନ ପାଖରେ ପ୍ରଥମ ମ୍ୟାଚ୍ ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି । ଆଜିର ସୁପର-୪ ମୁକାବିଲାରେ ଯିଏ ଜିତିବ ସେହି ଦଳ ଫାଇନାଲ ଖେଳିବାର ନିକଟତର ହେବ ।

ପ୍ରଥମ ମ୍ୟାଚ୍‍ ରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଏଥିରେ ଦଳଗତ ଖେଳ ଦେଖିବାକୁ ମିଳି ନଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲାଗି ଭାରତ ଏହି ମ୍ୟାଚ୍‍କୁ ଜିତିନେଇଥିଲା। ଭାରତ ଏବେ ସୁଦ୍ଧା ଦୁଇଟି ମ୍ୟାଚ୍‍ ଖେଳିସାରିଛି। ଏହି ଦୁଇଟି ମୁକାବିଲାରେ ଭାରତର ଟପ୍‍ ଅର୍ଡର ବ୍ୟାଟିଂ ଓ ଡେଥ୍‍ ବୋଲିଂ ପ୍ରଭାବଶାଳୀ ହୋଇପାରି ନାହିଁ। ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଏହି ଦୁଇଟି ବିଭାଗରେ ବିଫଳ ହେବା ଦଳର ଚିନ୍ତା ବଢ଼଼ାଇଦେଇଛି। ଲୋକେଶ ରାହୁଲ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେଇ ଗଠିତ ଟପ୍‍ ଅର୍ଡର ପାୱାର ପ୍ଲେ’ରେ ଯେପରି ଖେଳିବା କଥା ତାହା କରିପାରି ନାହାନ୍ତି। ଉଭୟ ରୋହିତ ଓ କୋହଲି ଦୁବାଇର ସ୍ଲୋ ପିଚ୍‍ରେ ଆଦୌ ସହଜ ବ୍ୟାଟିଂ କରିପାରୁ ନାହାନ୍ତି। ପାକିସ୍ତାନ ବିପକ୍ଷରେ ପ୍ରଥମ ବଲରେ ଓ ହଂକଂ ବୋଲିଂ ବିପକ୍ଷରେ ୩୯ ବଲ୍‍ରେ ୩୮ ରନ୍‍ କରିଥିଲେ ରାହୁଲ। ଏହା ତାଙ୍କ କ୍ୟାରିୟରର ସବୁଠାରୁ ସ୍ଲୋ ବ୍ୟାଟିଂ। ଏମାନଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ହଂକଂ ବିପକ୍ଷ ମ୍ୟାଚ୍‍ରେ ସୂର୍ଯ୍ୟକୁମାର ଯାଦବ ଭାରତକୁ ବିପଦରୁ ରକ୍ଷା କରିଛନ୍ତି। ଏବେ ଜାଡେଜା ଆହତ ହୋଇ ଦଳରୁ ବାଦ୍‍ ପଡ଼ିଛନ୍ତି। ଏବେ କିନ୍ତୁ ଦଳର ଚିନ୍ତା ଟପ୍‍ ଅର୍ଡର ବ୍ୟାଟିଂ ଓ ଡେଥ୍‍ ଓଭର ବଢ଼଼ାଇଦେଇଛି। ଟପ୍‍ ଅର୍ଡରରେ ରାହୁଲଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଏହା ମଧ୍ୟ ହୋଇପାରେ ବାମହାତୀ ଋଷଭ ପନ୍ତ ଇନିଂସ ଓପନ କରିପାରନ୍ତି।

🏏 Pakistan win the toss and opt to field first 🏏

One change to our playing XI for today's match 👇#AsiaCup2022 | #INDvPAK pic.twitter.com/EtchyU02mD

— Pakistan Cricket (@TheRealPCB) September 4, 2022

ପାକିସ୍ତାନର ମଧ୍ୟ ସମାନ ଅସୁବିଧା। ଦଳର ସର୍ବଶ୍ରେଷ୍ଠ ଖେଳାଳି ଅଧିନାୟକ ବାବର ଆଜମ ଦୁଇଟିଯାକ ମ୍ୟାଚରେ ଫେଲ ମାରିଛନ୍ତି। ତାହା ଅର୍ଥ ନୁହେଁ ଯେ ଭାରତ ଏହି ଷ୍ଟାର ଖେଳାଳିଙ୍କୁ ହାଲକା ଭାବେ ନେଉଛି। ଭାରତ ଭଳି ଏହାର ଟପ୍‍ ଅର୍ଡର ମଧ୍ୟ ପାୱାର ପ୍ଲେ’ରେ ଦ୍ରୁତ୍‍ ରନ୍‍ ସଂଗ୍ରହ କରିପାରୁ ନାହାନ୍ତି। କିନ୍ତୁ ପ୍ରଥମ ୩ ବ୍ୟାଟରଙ୍କ ବାଦ୍‍ ଦଳରେ ଆଉ ଅଭିଜ୍ଞ ଖେଳାଳି ନାହାନ୍ତି। ବୋଲିଂରେ ଯୁବ ଖେଳାଳି ଶାହନୱାଜ ଦାହନି ଆହତ ହୋଇ ଏହି ମ୍ୟାଚ୍‍ରୁ ବାଦ୍‍ ପଡ଼ିଛନ୍ତି। ୧୯ ବର୍ଷୀୟ ଫାଷ୍ଟ ବୋଲର ନସୀମ ଶାହାଙ୍କୁ ଖେଳିବା ଖୁବ୍‍ କଷ୍ଟକର ହେଉଛି। ପାୱାର ପ୍ଲେ’ରେ ଦଳ ଭଲ ବୋଲିଂ କରିଛି। କିନ୍ତୁ ଅନ୍ୟମାନେ ପ୍ରଭାବୀ ହୋଇ ପାରି ନାହାନ୍ତି। ନସୀମ ଓ ବାମହାତୀ ସ୍ପିନର ମହମ୍ମଦ୍‍ ନୱାଜଙ୍କୁ ଖେଳିବା ଭାରତୀୟ ବ୍ୟାଟରଙ୍କ ଲାଗି ସମସ୍ୟା ସୃଷ୍ଟି କରିଛି। ଏମାନଙ୍କ ୮ ଓଭରକୁ ଭଲରେ ଖେଳିଦେଲେ ଅବଶ୍ୟ ଭାରତ ଏକ ବଡ଼ ସ୍କୋର କରିପାରିବ। ଦୁଇ ଦଳ ମଧ୍ୟରେ ଏପରି ହାଇଭୋଟେଜ୍‍ ମୁକାବିଲାରେ ସବୁଠାରୁ ବଡ଼ ସଫଳତା ହେଲା ଚାପକୁ ଉଚିତ ମୁକାବିଲା କରିବା। ଯେଉଁ ଦଳ କିମ୍ବା ଖେଳାଳି ମ୍ୟାଚ୍‍ର ଚାପକୁ ଠିକ୍‍ ଭାବେ ମୁକାବିଲା କରିପାରିବେ ସେହି ଦଳ କିମ୍ବା ଖେଳାଳିମାନେ ଏହି ମ୍ୟାଚରେ ସଫଳ ହେବେ।