Ultimate Kho Kho - The Sakala

ଆଜିଠୁ କଟକରେ ଅଲ୍ଟିମେଟ୍‌ ଖୋ ଖୋ, ଓଡ଼ିଶା ଜଗରନଟ୍ସ ଓ ରାଜସ୍ଥାନ ୱାରିୟର୍ସ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା
ଭୁବନେଶ୍ୱର: ଭାରତର ପାରମ୍ପରିକ କ୍ରୀଡ଼ା ଭାବେ ପରିଚିତ ଖୋ ଖୋ’ର ଫ୍ରାଞ୍ଚାଇଜଭିତ୍ତିକ ପ୍ରତିଯୋଗିତା ଅଲ୍ଟିମେଟ୍‌ ଖୋ ଖୋ’ର ଦ୍ୱିତୀୟ ସଂସ୍କରଣ ଆଜିଠୁ କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ସଂସ୍କରଣରେ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଥିବା ଓଡ଼ିଶା ଜଗରନଟ୍ସ ଓ ରାଜସ୍ଥାନ ୱାରିୟର୍ସ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଖେଳାଯିବ। ଯାହାକୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କ୍ରିକେଟ୍‌, ହକି, ଫୁଟ୍‌ବଲ ପରେ ରାଜ୍ୟରେ ଆଉ ଏକ ଫ୍ରାଞ୍ଚାଇଜଭିତ୍ତିକ କ୍ରୀଡ଼ା ପ୍ରତିଯୋଗିତା ଅଲ୍ଟିମେଟ୍‌ ଖୋ ଖୋ’କୁ ଏଥର ଓଡ଼ିଶାବାସୀ ସିଧାସଳଖ ଦେଖିବାର ସୁଯୋଗ ପାଇଛନ୍ତି।

ଭାରତୀୟ ଖୋ ଖୋ ମହାସଂଘର ସହଭାଗିତାରେ ଅମିତ୍‌ ବର୍ମନଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍‌ ଖୋ ଖୋ’ର ପ୍ରଥମ ସଂସ୍କରଣ ୨୦୨୨ରେ ପୁଣେର ବାଲେୱାଡିସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଇଥିଲା। ଓଡ଼ିଶା ସରକାରଙ୍କ ମାଲିକାନାରେ ଥିବା ଓଡ଼ିଶା ଜଗରନଟ୍ସ ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ତେଲୁଗୁ ଯୋଦ୍ଧାସକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା। ଦ୍ୱିତୀୟ ସଂସ୍କରଣ ଆରମ୍ଭ ପୂର୍ବରୁ ଅଲ୍ଟିମେଟ୍‌ ଖୋ ଖୋ’ର ସିଇଓ ଓ କମିଶନର ତେଞ୍ଜିଙ୍ଗ ନିୟୋଗୀ ଶନିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଉଦ୍‌ଘାଟନୀ ସଂସ୍କରଣରେ ଏହି ପ୍ରତିଯୋଗିତା ଅତୁଳନୀୟ ସଫଳତା ହାସଲ କରିଥିଲା। ଟେଲିଭିଜନ ଓ ଓଟିଟି ପ୍ଲାଟଫର୍ମରେ କେବଳ ଭାରତରୁ ୪୧ ମିଲିୟନ ଦର୍ଶକ ଏବଂ ୬୪ ମିଲିୟନ ଅନ୍ତର୍ଜାତୀୟ ଦର୍ଶକ ଏହାକୁ ଉପଭୋଗ କରିଥିଲେ। ତେଣୁ କଟକରେ ହେବାକୁ ଥିବା ୨ୟ ସଂସ୍କରଣକୁ ଅସାଧାରଣ ଭାବେ ପରିଣତ କରିବା ପାଇଁ ଆମ ଦାୟିତ୍ୱ ବଢ଼ାଇଦେଇଛି। ଏହି ଚମତ୍କାର ଖେଳ ପାଇଁ ଉଭୟ କ୍ରୀଡ଼ାପ୍ରେମୀ ଓ କର୍ପୋରେଟ ସଂସ୍ଥାଗୁଡ଼ିକ ପ୍ରଦର୍ଶିତ କରିଥିବା ଉତ୍ସାହ ଲିଗ୍‌ ସହ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଏକ ପ୍ରେରଣା ଭାବେ ପ୍ରମାଣିତ ହୋଇଛି। ଚଳିତବର୍ଷ ଏହାର ଭ୍ୟୁୟରଶିପ୍‌ ଆହୁରି ବଢ଼ିବ ବୋଲି ଆମର ଆଶା ରହିଛି। ସେହିଭଳି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ନିୟୋଗୀ ବେଶ୍‌ ପ୍ରଶଂସା କରିଛନ୍ତି। ‘ଓଡ଼ିଶା ଗତ ଦଶନ୍ଧି ମଧ୍ୟରେ କ୍ରୀଡ଼ାକୁ ସମର୍ଥନ କରିବା କ୍ଷେତ୍ରରେ ଦେଶର ଏକ ନମ୍ବର ସ୍ଥାନ ଗ୍ରହଣ କରିଛି। ଓଡ଼ିଶା ସରକାର ରାଜ୍ୟରେ ଏକ ଖୋ ଖୋ ଉଚ୍ଚ ପ୍ରଦର୍ଶନକ୍ଷମ କେନ୍ଦ୍ର (ଏଚ୍‌ପିସି) କେନ୍ଦ୍ର ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କାରଣରୁ ବର୍ତ୍ତମାନ ଓଡ଼ିଶା ଦେଶରେ କ୍ରୀଡ଼ାକୁ ଅନୁସରଣ କରିବା କ୍ଷେତ୍ରରେ ଏକଅଗ୍ରଗାମୀ ରାଜ୍ୟ ଭାବେ ଛିଡ଼ା ହୋଇଛି। ରାଜ୍ୟ ସରକାର ଅନେକ ସମ୍ମାନଜନକ ଇଭେଣ୍ଟର ଆୟୋଜନ କରିଛନ୍ତି, ଯାହାଫଳରେ ଏକ ଅନ୍ତର୍ଜାତୀୟ ଅନୁସରଣ ସୃଷ୍ଟି ହୋଇଛି। କଟକ ଓ ସମଗ୍ର ଦେଶର ଲୋକମାନଙ୍କୁ ଏଠାକୁ ଆସି ଉଚ୍ଚମାନର ଖେଳର ସାକ୍ଷୀ ହେବାପାଇଁ ସମସ୍ତଙ୍କୁ ଆବେଦନ କରୁଛି’ ବୋଲି ନିୟୋଗୀ ଶନିବାର ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସଙ୍କ ସମେତ ଅଂଶଗ୍ରହଣକାରୀ ୬ ଦଳର ଅଧିନାୟକ ଉପସ୍ଥିତ ରହିଥିଲେ।

୬ଟି ଫ୍ରାଞ୍ଚାଇଜ୍‌ରେ ୧୪୫ ଖେଳାଳି:

ପ୍ରଥମ ସଂସ୍କରଣ ଭଳି ଅଲ୍ଟିମେଟ୍‌ ଖୋ ଖୋ’ର ୨ୟ ସଂସ୍କରଣରେ ୬ଟି ଫ୍ରାଞ୍ଚାଇଜ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ସରକାରଙ୍କ ମାଲିକାନାରେ ଥିବା ଡିଫେଣ୍ଡିଂ ଚାମ୍ପିଅନ ଓଡ଼ିଶା ଜଗରନଟ୍‌ସ ସମେତ ରାଜସ୍ଥାନ ୱାରିୟର୍ସ (କାପ୍ରି ଗ୍ଲୋବାଲ ସ୍କୁଲ ମାଲିକାନାରେ ରହିଛି), ଚେନ୍ନାଇ କୁଇକ୍‌ ଗନ୍ସ (କେଏଲ୍‌ଓ ସ୍ପୋର୍ଟ୍ସ ମାଲିକାନା), ଗୁଜରାଟ ଜାଏଣ୍ଟସ (ଆଦାନି ସ୍ପୋର୍ଟ୍ସ ଲାଇନ), ମୁମ୍ବାଇ ଖିଲାଡିସ (ପୁନିତ୍‌ ବଲାନ ଗ୍ରୁପ୍‌) ଓ ଗତ ସଂସ୍କରଣର ଉପବିଜେତା ତେଲୁଗୁ ଯୋଦ୍ଧାସ (ଜିଏମ୍‌ଆର୍‌ ସ୍ପୋର୍ଟ୍ସ) ଏଥର ମଧ୍ୟ ଲଢେ଼ଇରେ ଅବତୀର୍ଣ୍ଣ ହେବେ। ଅଂଶଗ୍ରହଣକାରୀ ୬ଟି ଫ୍ରାଞ୍ଚାଇଜ ନିଲାମୀରେ ମୋଟ୍‌ ୧୪୫ଜଣ ଖେଳାଳିଙ୍କୁ କ୍ରୟ କରିଛନ୍ତି। ଯେଉଁମାନଙ୍କ ମଧ୍ୟରେ ୧୬ରୁ ୧୮ ବର୍ଷ ମଧ୍ୟରେ ୩୩ଜଣ ଖେଳାଳି ରହିଛନ୍ତି। ପ୍ରତ୍ୟେକ ଦଳ ଖେଳାଳି ନିଲାମୀରେ ୬୫ ଲକ୍ଷ ମଧ୍ୟରେ କ୍ରୟ କରିବାର ନିୟମ ରହିଥିଲା। ଏଥିରେ ଗତ ସଂସ୍କରଣର ରିଟେନ ଖେଳାଳିଙ୍କୁ ୬ଲକ୍ଷ, ଗ୍ରେଡ୍‌-ଏ’ରେ ଥିବା ଖେଳାଳିଙ୍କୁ ୫ ଲକ୍ଷ, ଗ୍ରେଡ୍‌-ବି ୩ ଲକ୍ଷ, ଗ୍ରେଡ୍‌-ସି ୨ ଲକ୍ଷ ଏବଂ ଗ୍ରେଡ୍‌-ଡି’ରେ ଯେଉଁ ଖେଳାଳି ରହିଛନ୍ତି ସେମାନେ ୧ ଲକ୍ଷ ଟଙ୍କାରେ କ୍ରୟ ହୋଇଛନ୍ତି।

୬ ଦଳରେ ୧୨ ଓଡ଼ିଆ:

ଚଳିତ ଅଲ୍ଟିମେଟ୍‌ ଖୋ ଖୋ’ର ଦ୍ୱିତୀୟ ସଂସ୍କରଣରେ ଅଂଶଗ୍ରହଣକାରୀ ୬ ଦଳରେ ମୋଟ୍‌ ୧୨ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶା ଜଗରନଟ୍ସରେ ସର୍ବାଧିକ ୫ଜଣ ରହିଛନ୍ତି। ସେମାନେ ହେଲେ ଦୀପକ କୁମାର ସାହୁ, ସିଦ୍ଧେଶ୍ୱର ଟୁଡୁ, ନିରଞ୍ଜନ ସାମଲ, ବିଶାଲ ଓରାମ ଓ ଦେବେନ୍ଦ୍ର ନାଥ। ସେହିଭଳି ରାଜସ୍ଥାନ ୱାରିୟର୍ସରେ ଜଗନ୍ନାଥ ଦାସ ଓ ଜଗନ୍ନାଥ ମୁର୍ମୁ, ମୁମ୍ବାଇ ଖିଲାଡିସରେ ସୁନିଲ ପାତ୍ର, ଗୁଜରାଟ ଜାଏଣ୍ଟ୍‌ସରେ ଭରତ କୁମାର ଓ ପବନ ଶବର, ଚେନ୍ନାଇ କୁଇକ ଗନ୍ସରେ ଅର୍ଜୁନ ସିଂ ଓ ତେଲୁଗୁ ଯୋଦ୍ଧାସରେ ଲିପୁନ ମୁଖି ଖେଳୁଛନ୍ତି।

୨୧ ଦିନରେ ୩୪ ମ୍ୟାଚ୍‌:

ରବିବାରଠାରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତା ୨୧ ଦିନ ଧରି କଟକରେ ଚାଲିବ। ଯେଉଁଥିରେ ଫାଇନାଲକୁ ମିଶାଇ ୩୪ ମ୍ୟାଚ୍‌ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୨ଟି ଓ ଜାନୁଆରୀ ୧୩ରେ ଗ୍ରାଣ୍ଡ ଫାଇନାଲ ଖେଳାଯିବ। ରାଉଣ୍ଡରବିନ ଭିତ୍ତିରେ ପ୍ରତ୍ୟେକ ଦଳ ପରସ୍ପରକୁ ଦୁଇଥର ଭେଟିବେ। ଏହାପରେ ଶ୍ରେଷ୍ଠ-୪ ଦଳ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ। ସୋନି ସ୍ପୋର୍ଟ୍ସ ନେଟ୍‌ୱର୍କରେ ସମସ୍ତ ମ୍ୟାଚର ସିଧାପ୍ରସାରଣ କରାଯିବ।

ଡିସେମ୍ବର ୨୪ରୁ ‘ଅଲ୍‌‌ଟିମେଟ୍‌‌ ଖୋ ଖୋ’ : କଟକରେ ଖେଳାଯିବ ସମସ୍ତ ମ୍ୟାଚ
ଭୁବନେଶ୍ୱର : ରାଜ୍ୟ କ୍ରୀଡ଼ା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଫ୍ରାଞ୍ଚାଇଜଭିତ୍ତିରେ ଖେଳାଯାଉଥିବା ଖୋ ଖୋ ପ୍ରତିଯୋଗିତା ‘ଅଲ୍‌‌ଟିମେଟ୍‌‌ ଖୋ ଖୋ’ (ୟୁକେକେ)ର ଆଗାମୀ ଦ୍ୱିତୀୟ ସଂସ୍କରଣ ଓଡ଼ିଶାରେ ଆୟୋଜିତ ହେବ। ପ୍ରଥମ ସଂସ୍କରଣର ସଫଳତା ପରେ ଅଲ୍ଟିମେଟ୍‌‌ ଖୋ ଖୋ ଏହାର ବିଶାଳ ୨ୟ ସଂସ୍କରଣ ପାଇଁ ଜୋର୍‌‌ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଡିସେମ୍ବର ୨୪ରୁ ଓଡ଼ିଶାରେ ଆରମ୍ଭ ହେବ ଅଲ୍ଟିମେଟ ଖୋ ଖୋ’ ଦ୍ୱିତୀୟ ସଂସ୍କରଣ। କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ଜାନୁଆରୀ ୧୩ରେ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ କ୍ରୀଡା ଏବଂ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ‘ଆମେ ଓଡ଼ିଶାରେ ଅଲ୍ଟିମେଟ ଖୋ ଖୋର ୨ୟ ସଂସ୍କରଣର ଆୟୋଜନ କରିବା ପାଇଁ ଖୁବ୍‌‌ ଉତ୍ସାହିତ ରହିଛୁ। ଏହା ଆମ ସମସ୍ତଙ୍କ ପାଇଁ ଏକ ଉତ୍ସାହଜନକ ସୁଯୋଗ। ଓଡ଼ିଶାର ଯୁବପିଢି ବହୁମାତ୍ରାରେ ଖୋ ଖୋ ଖେଳିବା ସହ ଏହାକୁ ଅନୁସରଣ କରିଥାନ୍ତି। ଦ୍ୱିତୀୟ ସଂସ୍କରଣର ଆୟୋଜନ କରି ରାଜ୍ୟବାସୀଙ୍କୁ ଏହି ଚମତ୍କାର ଖେଳର ପ୍ରତ୍ୟକ୍ଷ ଅନୁଭୂତି ସହ ଏକ ସୁଯୋଗ ଦେବ ଏବଂ ସେମାନଙ୍କୁ ଏହି ଖେଳ ଖେଳିବା ଓ ଏହାକୁ ଅନୁସରଣ କରିବା ପାଇଁ ଅନୁପ୍ରାଣିତ କରିବ। ଆମେ ଚଳିତ ସଂସ୍କରଣକୁ ଏକ ବିଶାଳ ସଫଳତାରେ ପରିଣତ କରିବା ପାଇଁ ପ୍ରତିବଦ୍ଧ ରହିଛୁ।’ କ୍ରୀଡ଼ାମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ଏହା ପ୍ରକାଶ କରିଛନ୍ତି।

ଖୋ ଖୋ ଫେଡେରେଶନ ଅଫ୍‌‌ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନଙ୍କ ଦ୍ୱାରା ପ୍ରୋତ୍ସାହିତ ‘ୟୁକେକେ’ ଅଧିକ ନିୟୋଜିତ ଶୈଳୀରେ ଏହି ସ୍ୱଦେଶୀ କ୍ରୀଡ଼ାକୁ ପୁନର୍ଜୀବିତ ଓ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ ରହିଛି। ଅଲ୍ଟିମେଟ୍‌‌ ଖୋ ଖୋ’ର ସିଇଓ ଓ ଲିଗ୍‌‌ କମିଶନର୍‌‌ ତେଞ୍ଜିଙ୍ଗ ନିୟୋଗି କହିଛନ୍ତି, ‘ସଂସ୍କରଣ-୨ ଆୟୋଜନ ପାଇଁ ସମସ୍ତ ସହାୟତା ଓ ସହଯୋଗ ପ୍ରଦାନ ଲାଗି ପ୍ରତିଶ୍ରୁତି ଦେଇଥିବାରୁ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମେ କୃତଜ୍ଞତା ଜଣାଉଛୁ। ଉଦ୍‌‌ଘାଟନୀ ସଂସ୍କରଣର ଚମତ୍କାର ସଫଳତା ବ୍ରାଣ୍ଡଗୁଡିକୁ ବହୁମାତ୍ରାରେ ଆକର୍ଷିତ କରିଥିଲା ଏବଂ ଆମକୁ ନୂଆ ସହଯୋଗୀ ହାସଲ କରିବାରେ ସାହାଯ୍ୟ କରିଥିଲା। ସଂସ୍କରଣ-୨ ଭବିଷ୍ୟତର ନୂତନ ଯୁଗର ସୁପରଷ୍ଟାରମାନଙ୍କୁ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।’ ନିକଟରେ ଏକ ଘରୋଇ ଇକ୍ୱିଟି ଇନ୍‌‌ଭେଷ୍ଟମେଣ୍ଟ୍‌‌ ଫାର୍ମ ଫିନ୍‌‌ନେଷ୍ଟ (ଏକ ବିଏନ୍‌‌ପି ଗ୍ରୁପ୍‌‌ କମ୍ପାନୀ) ସ୍ୱଦେଶୀ ବିକାଶର କାହାଣୀକୁ ସୁଦୃଢ଼ କରିବା ପାଇଁ ଅଲ୍ଟିମେଟ ଖୋ ଖୋରେ ନିବେଶ କରିଥିଲା। ବିଏନ୍‌‌ପି ଗ୍ରୁପ୍‌‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡଃ ବିଶ୍ୱନାଥ ପଟ୍ଟନାୟକ କହିଛନ୍ତି, ‘ଘରୋଇ କ୍ରୀଡ଼ାକୁ ନୂଆ ରୂପ ଦେଉଥିବା ଏବଂ ଦେଶର ଉଚ୍ଚାଭିଳାଷୀ ଯୁବପିଢିଙ୍କୁ ଉଜ୍ଜ୍ୱଳିତ ହେବା ପାଇଁ ସଶକ୍ତ କରୁଥିବା ଏହି ଆନ୍ଦୋଳନର ଏକ ଅଂଶ ହୋଇ ଆମେ ଉତ୍ସାହିତ। ୟୁକେକେ ହେଉଛି ଆମର ବର୍ଦ୍ଧିତ ସ୍ପୋର୍ଟସ୍‌‌ ଇନ୍‌‌ଭେଷ୍ଟମେଣ୍ଟ୍‌‌ ପ୍ରୋଫାଇଲର ଏକ ଅଂଶବିଶେଷ।’

ଉଲ୍ଲେଖଯୋଗ୍ୟ, ଅଲ୍ଟିମେଟ ଖୋ ଖୋ’ର ପ୍ରଥମ ସଂସ୍କରଣ ପୁଣେରେ ଗତବର୍ଷ ସଫଳତାର ସହ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଦଳ ଓଡ଼ିଶା ଜଗରନଟ୍ସ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଥିଲା। ଦ୍ୱିତୀୟ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିଅନ ଓଡ଼ିଶା ଜଗରନଟ୍ସ ସମେତ ଚେନ୍ନାଇ କୁଇକ୍‌‌ ଗନ୍‌‌ସ, ଗୁଜରାଟ ଜାଏଣ୍ଟ୍‌‌ସ, ମୁମ୍ବାଇ ଖିଲାଡିସ୍‌‌, ରାଜସ୍ଥାନ ୱାରିୟର୍ସ, ତେଲୁଗୁ ଯୋଦ୍ଧାଜ୍‌‌ ଆଦି ୬ଟି ଫ୍ରାଞ୍ଚାଇଜ ଟାଇଟଲ୍‌‌ ପାଇଁ ଅବତୀର୍ଣ୍ଣ ହେବେ। ଏଥର ଭାରତର ଶୀର୍ଷ ୧୪୫ ଜଣ ଖେଳାଳି ରହିବେ ଯେଉଁଥିରେ ୧୬ରୁ ୧୮ ବର୍ଷ ବୟସର ୩୩ ଜଣ ଯୁବ ପ୍ରତିଭା ସାମିଲ ରହିଛନ୍ତି। ୟୁକେକେ ସଂସ୍କରଣର ସିଧା ପ୍ରସାରଣ କରାଯିବ।

ଅଲଟିମେଟ ଖୋ ଖୋ ଲିଗ୍ ଚାମ୍ପିଅନ ଓଡିଶା ଜଗରନଟ୍ସ ଟିମଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଅଲଟିମେଟ ଖୋ ଖୋ ଲିଗରେ ଚାମ୍ପିଅନ ଓଡିଶା ଜଗରନଟ୍ସ ଟିମଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଅପରାହ୍ଣ ୫ ଟାରେ ଓଡିଶା ଜଗରନଟ୍ସ ଟିମକୁ ସମ୍ବର୍ଦ୍ଧିତ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶା ଜଗରନଟ୍ସ ଟିମର ଖେଳାଳିଙ୍କୁ ଭେଟିବା ସହ ସେମାନଙ୍କ ସହ ଏକ ଫଟୋ ସେସନର କାର୍ଯ୍ଯକ୍ରମ ମଧ୍ଯ ରହିଛି। ନିକଟରେ ପୁନେରେ ଅନୁଷ୍ଠିତ ଅଲଟିମେଟ ଖୋ ଖୋ ଲିଗର ପ୍ରଥମ ସଂସ୍କରଣରେ ତେଲଗୁ ଯୋଦ୍ଧାକୁ ହରେଇ ଚାମ୍ପିଅନ ହୋଇଥିଲା ଓଡିଶା ।

ଅଲ୍‍ଟିମେଟ୍‍ ଖୋ ଖୋ : ଆଜି ଓଡ଼ିଶା ଜଗରନଟ୍ସ-ତେଲଗୁ ଯୋଦ୍ଧାସ୍‌ ଫାଇନାଲ
ପୁନେ : ଅଲ୍‍ଟିମେଟ୍‍ ଖୋ ଖୋ ଲିଗ୍‍ର ପ୍ରଥମ ସଂସ୍କରଣ ଫାଇନାଲ ଲାଇନ୍‍ଅପ୍‍ ଚୂଡ଼ାନ୍ତ ହୋଇଯାଇଛି। ଆଜି ରାତି ୮ଟାରେ ଖେଳାଯିବାକୁ ଥିବା ଗ୍ରାଣ୍ଡ ଫାଇନାଲରେ ଓଡ଼ିଶା ଜଗରନଟ୍ସର ମୁକାବିଲା ତେଲଗୁ ଯୋଦ୍ଧାସ ସହ ହେବ। ଶନିବାର ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟରରେ ତେଲଗୁ ୨୩ ପଏଣ୍ଟ (୬୭-୪୪)ରେ ଲିଗ୍‍ ପର୍ଯ୍ୟାୟର ଶ୍ରେଷ୍ଠ ଦଳ ଗୁଜରାଟ ଜ୍ୟାଣ୍ଟସକୁ ପରାସ୍ତ କରିଛି। ପୂର୍ବରୁ କ୍ୱାଲିଫାୟର-୧ରେ ଓଡ଼ିଶା ଜଗରନଟ୍ସ ଗୁଜରାଟ ଜ୍ୟାଣ୍ଟସକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା।

ଶେଷ ଦୁଇଟି ଲିଗ୍ ମ୍ୟାଚରେ ଓଡିଶା ଜଗରନଟ୍ସ ଭଲ ପ୍ରଦର୍ଶନ କରିନଥିଲେ ବି କ୍ବାଲିଫାୟର ୧ରେ ଗୁଜୁରାଟ ଜିଆଣ୍ଟସକୁ ୧୪ ପଏଣ୍ଟରେ ହରେଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା । ଶନିବାର ଖେଳାଯାଇଥିବା ଲିଗ ପର୍ଯ୍ୟାୟର କ୍ବାଲିଫାୟର-୨ରେ ତେଲୁଗୁ ଯୋଦ୍ଧାସ ୬୭-୪୪ ଲିଗ ପର୍ଯ୍ୟାୟରେ ଟେବୁଲ ଟପର ଗୁଜୁରାଟ ଜାଏଣ୍ଟସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଲିଗ୍ ମ୍ୟାଚରେ ଓଡିଶା ଜଗରନଟ୍ସ ତେଲୁଗୁ ଯୋଦ୍ଧାସ ଠାରୁ ଶୋଚନୀୟ ଭାବରେ ପରାସ୍ତ ହେଇଥିଲା । ଚଳିତ ସିଜନରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିବା ତେଲୁଗୁ ଯୋଦ୍ଧାସ ଅଲରାଉଣ୍ଡ ପ୍ରଦର୍ଶନ କରିଛି । ତେଣୁ ଆଜିର ଫାଇନାଲ ମ୍ୟାଚ କଡା ମୁକାବିଲା ହେବ ବୋଲି ଆଶା କରାଯାଉଛି ।

ଓଡ଼ିଶା ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଅଲ୍‍ଟିମେଟ୍‍ ଖୋ ଖୋ ଲିଗ୍‍ର ପ୍ରଥମ ସଂସ୍କରଣ ଫାଇନାଲରେ ପ୍ରବେଶ କରିଥିବା ଓଡ଼ିଶା ଜଗରନଟ୍ସ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ଦଳ ‘ଓଡ଼ିଶା ଜଗରନଟ୍ସ’ର ଖେଳାଳି ଓ କୋଚ୍‍ଙ୍କ ସହ ମୁଖ୍ୟମନ୍ତ୍ରୀ ଶନିବାର ଭିଡିଓ କନଫରେନ୍ସ ମାଧ୍ୟମରେ କଥା ହୋଇଥିଲେ। ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିସହ ଫାଇନାଲ ମ୍ୟାଚ୍‍ ନିମନ୍ତେ ଉତ୍ସାହିତ କରିବା ସହ ଶୁଭକାମନା କରିଥିଲେ। ଅପରପକ୍ଷରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିବାରୁ ଓଡ଼ିଶା ଦଳର ଖେଳାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅଲ୍‍ଟିମେଟ୍‍ ଖୋ ଖୋ ବିଜେତାଙ୍କୁ ମିଳିବ ୧ ‌କୋଟି

ପୁଣେରେ ଚାଲିଥିବା ଭାରତର ପ୍ରଥମ ଫ୍ରାଞ୍ଚାଇଜ୍‌ଭିତ୍ତିକ ଖୋ ଖୋ ଲିଗ୍‌ ‘ଅଲ୍‍ଟିମେଟ୍‍ ଖୋ ଖୋ ’ ଗୁରୁବାର ପ୍ରତିଯୋଗିତାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏହି ପ୍ରଥମ ସଂସ୍କରଣ ପାଇଁ ମୋଟ ୨ କୋଟି ଟଙ୍କାର ପୁରସ୍କାର ବ୍ୟବସ୍ଥା କରାଯାଇଛି। ବିଜେତା ଦଳକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ମିଳିବାକୁ ଥିଲା ବେଳେ ଉପବିଜେତା ଦଳକୁ ୫୦ ଲକ୍ଷ ଏବଂ ତୃତୀୟ ସ୍ଥାନ ଦଳକୁ ୩୦ ଲକ୍ଷ ଟଙ୍କା ମିଳିବ। ଅବଶିଷ୍ଟ ୨୦ ଲକ୍ଷ ଟଙ୍କା ଅନ୍ୟାନ୍ୟ ପୁରସ୍କାର ବାବଦରେ ବ୍ୟୟ କରାଯିବ। ପ୍ରଥମ ଋତୁର ଏହି ପୁରସ୍କାର ଅର୍ଥ କୌଣସି ଭାରତୀୟ ଅଣଅଲିମ୍ପିକ୍‌ ଏବଂ ଅଣ କ୍ରିକେଟ୍‌ ଲିଗ୍‌ ତୁଳନାରେ ସର୍ବାଧିକ ବୋଲି କୁହାଯାଇଛି। ପୁରସ୍କାର ରାଶି କେବଳ ଦଳକୁ ନୁହେଁ ସମସ୍ତ ଖେଳାଳିଙ୍କୁ ପ୍ରେରିତ କରିବ ବୋଲି କହିଛନ୍ତି ସିଇଓ ଏବଂ ଲିଗ୍‌ କମିଶନର ତେନ୍‌ଜିଙ୍ଗ୍‌ ନିୟୋଗୀ।