Suryakiran Aerobatic team - The Sakala

ରାଜଧାନୀ ଆକାଶରେ ଜଲୱା ଦେଖାଇଲେ ବାୟୁବୀର; କୂଆଖାଇ ପଠାରେ ସୂର୍ଯ୍ୟକିରଣ ସୋ ଦେଖି ତାଜୁବ ଓଡ଼ିଶାବାସୀ
ଭୁବନେଶ୍ୱର: ଆକାଶରେ ଗର୍ଜିଲା ବାୟୁସେନାର ୯ ଲଢୁଆ ହକ୍ ବିମାନ । ରାଜଧାନୀବାସୀ ଦେଖିଲେ ବାୟୁବୀରଙ୍କ ଦମ୍ । ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର୍ଯ୍ୟକିରଣ’ ଟିମ୍‌। ଘଣ୍ଟାକୁ ୧୬୦୦ କିଲୋମିଟରେ ବେଗରେ ଉଡିଥିଲା ଲଢୁଆ ବିମାନ । ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ ।

ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’ । ୯ଟି ହକ୍ ବିମାନରେ ଭଳିକି ଭଳି ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇଲେ ବାୟୁ ବୀର। ଆକାଶ ମାର୍ଗରେ ସାହସିକ ପ୍ରଦର୍ଶନ ଦେଖାଇଛି ଏରୋବେଟିକ୍ ଟିମ୍‌ । ଟିମ୍‌ର ଲିଡ୍ ନେଇଥିଲେ ଗ୍ରୁପ୍ କ୍ୟାପଟେନ୍ ଜି.ଏସ ଝେଲନ । ଏକା ସଙ୍ଗେ ୯ଟି ଫାଇଟର୍ ଜେଟ୍ ଉଡ଼ିଲା ବେଳକୁ ଦେଖଣାହାରୀଙ୍କ ଲୋମ ଟାଙ୍କୁରି ଉଠୁଥିଲା ତଳେ। ହଠାତ୍ ବିମାନଗୁଡିକ ୫୦୦ ମିଟର ତଳକୁ ସିଧା ଖସିଆସିଲେ । ଆଖି ପିଛୁଳାକେ ବିମାନ ସବୁ ଦୃଶ୍ୟମାନ ହୋଇନଥିଲା । ଏହା ପରେ ଗୋଟିଏ ପରେ ଗୋଟିଏ ବିମାନ ନିଜର ରଣକୌଶଳ ଦେଖାଇଥିଲା ।

ପୂର୍ବରୁ ଏହି ଶୋ’ ଟିଭି ମାଧ୍ୟମରେ ଦେଖିବାକୁ ମିଳୁଥିବାବେଳେ ପ୍ରଥମଥର ନିଜ ଅଞ୍ଚଳରେ ଏଭଳି ଶୋ’ ଦେଖିବାର ସୁଯୋଗ ପାଇଥିବାରୁ ରାଜଧାନୀ ତଥା ରାଜଧାନୀ ଉପକଣ୍ଠବାସୀ ଅଭିଭୂତ ହୋଇଯାଇଛନ୍ତି । ଏହି ଏୟାର ଶୋ’ କାର୍ଯ୍ୟକ୍ରମ ପାଇଁ କମିସନରେଟ୍‍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିଲା । କୁଆଖାଇ ନଦୀ ପଠାର ଦୁଇ ପାର୍ଶରେ କାର ପାର୍କିଙ୍ଗ ପାଇଁ ଚାରୋଟି ସ୍ଥାନରେ ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ୧୫ ପ୍ଲାଟୁନ ଫୋର୍ସ , ୧୦ ଜଣ ଏସିପି ଓ ୧୫ ଜଣ ଥାନା ଅଧିକାରୀଙ୍କ ସହ ୩୦ ଜଣ ସବ୍ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଥିଲା ।