Subhashree Mohapatra - The Sakala

ଘର ଭିତରୁ ଶୁଭଶ୍ରୀଙ୍କ ମୃତଦେହ ମିଳିବା ଘଟଣା : ମୃତ୍ୟୁ ପଛରେ ପୁରୁଷ ବନ୍ଧୁଙ୍କ ହାତ,ଖୋର୍ଦ୍ଧାରୁ ମିଳିଲା ଶୁଭଶ୍ରୀଙ୍କ ଓଢଣୀ
ଭୁବନେଶ୍ବର : ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାରେ ପୁଲିସ ହାତରେ ଲଗିଛି ବଡ଼ ପ୍ରମାଣ। ସେହି ଆଧାରରେ ପୁଲିସ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁଙ୍କ ଅଟକ ରଖି ଘଟଣାର ଛାନଭିନ୍‌ କରୁଛି। ମୃତ ଶୁଭଶ୍ରୀ ମହାପାତ୍ରଙ୍କ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଥ୍ୟ ପ୍ରମାଣ ପାଇଁ ପୁରୁଷ ବନ୍ଧୁଙ୍କୁ ବିଭିନ୍ନ ଜାଗାକୁ ନେଇ ତଦନ୍ତ କରୁଛି ପୁଲିସ।

ମୃତ ଶୁଭଶ୍ରୀଙ୍କ ଗାଁରେ ଚିତ୍ତରଞ୍ଜନଙ୍କ ଘର ହୋଇଥିବା ଜଣାପଡ଼ିଛି। ହତ୍ୟାଦିନ ଚିତ୍ତରଞ୍ଜନ ଏକାଧିକ ଥର ଶୁଭଶ୍ରୀଙ୍କ ସହ କଥା ହୋଇଥିବା ନେଇ ସିଡିଆର୍‍ରେ ସ୍ପଷ୍ଟ ହେବା ପରେ ପୁଲିସ ଗତକାଲି ନୟାଗଡ଼ରୁ ଚିତ୍ତରଞ୍ଜନକୁ ଉଠାଇଥିଲା। ସକାଳୁ ଡିସିପି ପ୍ରତୀକ ସିଂ,ଏସିପି ମାନସ ଗଡ଼ନାୟକ ଏବଂ ଖାରବେଳ ନଗର ଥାନା ଅଧିକାରୀ ଅଭିଯୁକ୍ତକୁ ମାରାଥନ ଜେରା ପରେ ସେ ପୂରା ହତ୍ୟାକାଣ୍ଡ ସମ୍ପର୍କରେ ଖୁଲାସା କରିଥିଲା।ଶୁଭ୍ରଶ୍ରୀ ହତ୍ୟା ମାମଲାରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ବୟାନ ଘଟଣାକୁ ଭିନ୍ନ ମୋଡ଼ ଦେଇଛି। ଅଧିକାରୀ ଜଣଙ୍କ କହିଛନ୍ତି କଲେଜ ପଢ଼ିବା ସମୟରୁ ଚିତ୍ତରଞ୍ଜନ ଶୁଭଶ୍ରୀଙ୍କୁ ଭଲ ପାଉଥିଲା। ଶୁଭଶ୍ରୀଙ୍କ ବିବାହ ପରେ ମଧ୍ୟ ଚିତ୍ତରଞ୍ଜନ ପୂର୍ବ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲା। ସ୍ୱାମୀ ନ ଥିବା ବେଳେ ଶୁଭଶ୍ରୀଙ୍କୁ ଚିତ୍ତରଞ୍ଜନ ଫୋନ କରି କଥା ହେଉଥିବା ଜଣାପଡ଼ିଛି।

ହେଲେ ଗତ ଜୁଲାଇ ମାସରେ ଚିତ୍ତରଞ୍ଜନର ବିବାହ ଅନ୍ୟ ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ଯେଉଁଥି ପାଇଁ ଶୁଭଶ୍ରୀ ତାଙ୍କୁ ଏହା କରାଇଦେବାକୁ ଚାହୁଁ ନ ଥିଲେ ବୋଲି ଚିତ୍ତରଞ୍ଜନ ପୁଲିସ ଆଗରେ କହିଛି। ଚିତ୍ତରଞ୍ଜନର କହିବାନୁଯାୟୀ ଘଟଣା ଦିନ ଶୁଭଶ୍ରୀ ୭ଥର ଫୋନ୍‍ କରି ତାଙ୍କୁ ଘରକୁ ଡାକିଥିଲେ। ଘର ନିକଟରେ ଚିତ୍ତରଞ୍ଜନକୁ ଛିଡ଼ା କରି ପିଲାକୁ ଟିଉସନ୍‍ ଛାଡ଼ିବାକୁ ଯାଇଥିଲେ। ସେଠାରେ ଛାଡ଼ି ଆସିବା ପରେ ଘର ଭିତରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେଠାରୁ ଚିତ୍ତରଞ୍ଜନ ଆସିବା ପରେ ଶୁଭଶ୍ରୀ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲା। କିନ୍ତୁ ଏହାର କିଛି ସମୟ ପରେ ଚିତ୍ତରଞ୍ଜନ ଯିବା ପରେ ସେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସେ ଫସି ଯିବା ଭାବି ତୁରନ୍ତ ଦଉଡ଼ି କାଟି ମୃତଦେହ ତଳକୁ କାଢ଼ିଥିଲା ବୋଲି ଚିତ୍ତରଞ୍ଜନ ପୁଲିସ ଆଗରେ ବୟାନ ଦେଇଛି।

ଗାଁରେ ରହି ଶୁଭଶ୍ରୀ ନିକଟ କଲେଜରେ ପାଠ ପଢୁ୍‍ଥିବା ବେଳେ ତାଙ୍କ ସହ ଭଲ ପାଇବା ହୋଇଥିଲା ବୋଲି ଚିତ୍ତରଞ୍ଜନ କହିଛି। ପରେ ଏରସମା ଅଞ୍ଚଳର ଅନନ୍ତଙ୍କୁ ଭଲ ପାଇ ବିବାହ କରିଥିଲେ ଶୁଭଶ୍ରୀ। ଇତି ମଧ୍ୟରେ ତାଙ୍କର ଏକ ୪ବର୍ଷର ପୁଅ ରହିଥିଲା। କିନ୍ତୁ ବିବାହର କିଛିଦିନ ପରେ ତାଙ୍କର ପୁରୁଣା ପ୍ରେମିକ ଚିତ୍ତରଞ୍ଜନ ଖୋଜି ଖୋଜି ଶୁଭଶ୍ରୀଙ୍କ ନମ୍ବର ପାଇ ତାଙ୍କୁ ଫୋନ୍‍ କରିଥିଲା ଓ ସମ୍ପର୍କ ରଖିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି।

ଅନ୍ୟପଟେ ପୁଲିସ ନିକଟରେ ଶୁଭଶ୍ରୀଙ୍କ ପ୍ରାଥମିକ ଶବ ବ୍ୟବଛେଦ ରିପୋର୍ଟ ହସ୍ତଗତ ହୋଇଛି। ଏଥିରେ ଦର୍ଶାଯାଇଛି ଯେ, ଶ୍ୱାସରୁଦ୍ଧରୁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଛି। ବେକରେ ଦଉଡ଼ି ଚିହ୍ନ ରହିବା ସହ ଗାଲ ଏବଂ ଅନ୍ୟାନ ସ୍ଥାନରେ ଚିହ୍ନ ରହିଛି। ଗାଲରେ ଥିବା ଚିହ୍ନ ଛୋଟ ପିଲାର ବୋଲି ଜଣାପଡ଼ିଛି। ମୃତ୍ୟୁ ପରେ ଶୁଭଶ୍ରୀଙ୍କ ଛୋଟ ପୁଅ ଡାକିବା ସମୟରେ ଆମ୍ପୁଡ଼ି ହୋଇଥିବା ସନ୍ଦେହ କରାଯାଉଛି। ତେଣୁ ବେକରେ ଥିବା ଚିହ୍ନ ଆତ୍ମହତ୍ୟା ଦିଗକୁ ଦର୍ଶାଉଥିବା ଡାକ୍ତର ପରୋକ୍ଷରେ ପୁଲିସକୁ କହିଛି।

ଶୁଭଶ୍ରୀଙ୍କ ସିଡିଆରରେ ଏକାଧିକ ଥର ଚିତ୍ତରଞ୍ଜନଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ହେଲେ ମୃତ୍ୟୁ ଦିନ ସେ ୧୫ ମିନିଟ୍‍ରୁ ଅଧିକ ସମୟ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହୋଇଛନ୍ତି। ଉକ୍ତ ବ୍ୟକ୍ତିଙ୍କ ବିଷୟରେ ତଦନ୍ତ କରିବା ପରେ ସେ ଶୁଭଶ୍ରୀଙ୍କ ସାନ ଭାଇ ବୋଲି ଜଣାପଡ଼ିଛି। ତେଣୁ ଶୁଭଶ୍ରୀ ତାଙ୍କ ଆଗରେ କଣ କହିଛନ୍ତି, ସେନେଇ ପୁଲିସ ତାଙ୍କ ସାନଭାଇକୁ ପଚରାଉଚରା କରିବ।