Mo Bus Service - The Sakala
ସମ୍ବଲପୁର ଓ ବ୍ରହ୍ମପୁରରେ ମୋ ବସ୍ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସମ୍ବଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ମୋ ବସ୍। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଟ୍ ଅନ୍ତର୍ଗତ ମୋ ବସ୍ ସେବା ସବୁ ବର୍ଗର ଲୋକଙ୍କ ପାଇଁ ବେଶ୍ ସହାୟକ ହେଉଥିବାରୁ ସମ୍ବଲପୁରବାସୀ ଓ  ବ୍ରହ୍ମପୁରବାସୀ ଖୁସି ବ୍ୟକ୍ତ କରିଛନ୍ତି। ସମ୍ବଲପୁର ଅଇଁଠାପାଲି ବସ୍ ଟର୍ମିନାଲରେ ଲୋକାର୍ପଣ ଉତ୍ସବ ହୋଇଥିବାବେଳେ ବ୍ରହ୍ମପୁର ହଳଦିଆ ପଦରରେ ନିର୍ମାଣ ହେଇଥିବା ମୋ ବସ୍ ଟର୍ମିନାଲର ଲୋକାର୍ପଣ ଓ ମୋ ବସ୍ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବ୍ରହ୍ମପୁର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଡେପୁଟି ମେୟର, ଜିଲ୍ଲାପାଳ ଗଞ୍ଜାମ, ପ୍ରମୁଖ ଉପସ୍ଥିତ ଥିଲେ।
ହକି ବିଶ୍ୱ କପ୍‌ ପାଇଁ କ୍ରୁଟ୍‌ର ଅଭିନବ ପ୍ରୟାସ: ଟିକଟ ଥିଲେ ମାଗଣା ଯାତ୍ରା, ପର୍ଯ୍ଯଟକଙ୍କ ପାଇଁ ‘ହେରିଟେଜ ଅନ୍‌ ମୋ ଇ-ରାଇଡ’
ଭୁବନେଶ୍ୱର: କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଯେଉଁଭଳି ଭାବରେ ନାଗରିକମାନଙ୍କର ଦୈନନ୍ଦିନ ଗମନାଗମନ ଆବଶ୍ୟକତାକୁ ଉଲ୍ଲେଖନୀୟ ଭାବରେ ସହଜ କରିଦେଇଛି। ଏହାର ପରିବହନ ସେବା ସବୁଠାରୁ ପସନ୍ଦଯୋଗ୍ୟ ଗଣପରିବହନ ମାଧ୍ୟମ ହୋଇଛି । କ୍ରୁଟ୍‌ର ମୋ ବସ୍‌ ପ୍ରଚଳନ ଦିନଠାରୁ ଏହାର ସେବା ଯୋଗାଣ ଅଞ୍ଚଳରେ ଗମନାଗମନ କ୍ଷେତ୍ରରେ ଜୀବନରେଖା ପାଲଟିଛି । ସ୍ମାର୍ଟସିଟି ରାଉରକେଲାର ନାଗରିକ ଏବଂ ପର୍ଯ୍ୟଟକ ଯେଭଳି ସମସ୍ୟାରହିତ ଗମନାଗମନ ଅନୁଭୂତି ପାଇପାରିବେ, ବିଶେଷକରି ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ ସମୟରେ ଗମନାଗମନକୁ ସୁଗମ କରିବାକୁ ନିକଟରେ ମୋ ବସ୍‌ ସେବା ରାଉରକେଲାରେ ପ୍ରଚଳନ କରାଯାଇଛି ।
କ୍ରୁଟ୍‌ ଭୁବନେଶ୍ୱର ଓ ରାଉରକେଲା ସହର ମଧ୍ୟରେ ଏବଂ ଏହାର ସଂଯୋଗକାରୀ ସ୍ଥାନଗୁଡିକରେ ନାଗରିକ ଓ ପର୍ଯ୍ୟଟକଙ୍କୁ ସହଜରେ ଗମନାଗମନରେ ସହାୟତା କରିବାକୁ ଏହାର ଅତିପ୍ରିୟ ପରିବହନ ସେବା ଯୋଗାଇଦେଇ ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ ପରିପ୍ରେକ୍ଷୀରେ କ୍ରୁଟ୍‌ ନିକଟରେ ଭୁବନେଶ୍ୱରରେ ତାହାର ମୋ ବସ୍‌ ସେବାରେ ଆଉ ୧୫ଟି ଇ-ବସ୍‌ ଯୋଗ କରିଛି, ଯେଉଁଗୁଡିକ ୨୦୨୩ ଜାନୁଆରୀ ୧୨ ତାରିଖ ଠାରୁ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଛି । ଖୁବଶୀଘ୍ର ଆଉ ୧୦ଟି ଇ-ବସ୍‌ ଭୁବନେଶ୍ୱରରେ ସାମିଲ ହେବ ଯଦ୍ୱାରା ଜନସାଧାରଣଙ୍କ ବର୍ଦ୍ଧିତ ଚାହିଦା ପୂରଣ କରାଯାଇପାରିବ ।
ଜନସାଧାରଣଙ୍କୁ ଘରୋଇ ଯାନବାହନ ପରିବର୍ତ୍ତେ ଗଣପରିବହନ ବ୍ୟବସ୍ଥାକୁ ପସନ୍ଦ କରିବା ଏବଂ ଏହି ପ୍ରକ୍ରିୟାରେ ଟ୍ରାଫିକ ଭିଡ ହ୍ରାସ କରିବାକୁ କ୍ରୁଟ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ର ବୈଧ ଟିକେଟ/ପାସ୍‌ଧାରୀ ଭୁବନେଶ୍ୱର ନାଗରିକମାନେ ମୋ ବସ୍‌ର ସ୍ୱତନ୍ତ୍ର ସଟଲ୍‌ ସେବାରେ ଟିକେଟ/ପାସ୍‌ରେ ଉଲ୍ଲେଖ କରାଯାଇଥିବା ତାରିଖରେ ମାଗଣାରେ ଯାତ୍ରା କରିପାରିବେ । ହକି ସ୍ପେଶାଲ ସଟଲ ସେବା ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ତିନିଟି ଭିନ୍ନ ଭିନ୍ନ ରୁଟ୍‌ରେ ଚଳାଚଳ କରିବ ଯେଉଁଥିରେ କଳିଙ୍ଗ ଷ୍ଟାଡିୟମ ଏବଂ ସିଟି ଫେଷ୍ଟିଭାଲ-ଡଟ୍‌ଫେଷ୍ଟ ସ୍ଥଳ ରହିବ ।
ସାମାଜିକ ଏବଂ ଲିଙ୍ଗଗତ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଏହାର ଅନନ୍ୟ ପ୍ରୟାସ ନିମନ୍ତେ କ୍ରୁଟ୍‌ ସୁପରିଚିତ ଏବଂ ଏହି ତାଲିକାରେ ଏହା ଆଉଏକ ପ୍ରୟାସ ଯୋଗକରିଛି, ଯାହାକୁ ‘ହେରିଟେଜ ଅନ୍‌ ମୋ ଇ-ରାଇଡ’ କୁହାଯାଉଛି । ଏହାକୁ ସ୍ୱତନ୍ତ୍ର ଭାବରେ ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ ଅବସରରେ ନାଗରିକ ଓ ପର୍ଯ୍ୟଟକଙ୍କ ପାଇଁ ଯୋଜନା କରାଯାଇଛି । ହେରିଟେଜ ଅନ୍ୟ ମୋ ଇ-ରାଇଡ ଏକ ପ୍ରକାର ହପ୍‌ ଅନ ହପ୍‌ ଅଫ୍‌ ସେବା ଭଳି ହେବ ଯାହା ଏକାମ୍ର କ୍ଷେତ୍ର (ଭୁବନେଶ୍ୱର ଓଲ୍‌ଡ ଟାଉନ)ର କିମ୍ବଦନ୍ତୀପୂର୍ଣ୍ଣ ଏବଂ ଐତିହ୍ୟସ୍ଥଳଗୁଡିକୁ ନେଇ ଏକ ବୃ୍‌ତାକାର ଯାତ୍ରା ହେବ । ସେଥିରେ କ୍ରୁଟ୍‌ର ଇ-ରିକ୍ସା ଚଳାଚଳ କରିବ, ଯାହା ମୋ ଇ-ରାଇଡ ଭାବରେ ସୁପରିଚିତ । ସ୍ଥାନୀୟ ଐତିହ୍ୟକୁ ପ୍ରୋତ୍ସାହିତ କରିବା ତଥା ନାଗରିକ ଓ ପର୍ଯ୍ୟଟକଙ୍କୁ ସମୃଦ୍ଧ ଓଡ଼ିଆ ସଂସ୍କୃତିର ଅନୁଭୂତି ହାସଲ କରିବାକୁ ହେରିଟେଜ ଅନ୍‌ ମୋ ଇ-ରାଇଡ ସେବାକୁ ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ମାଗଣା ଘୋଷଣା କରାଯାଇଛି ଏବଂ ଏଥିପାଇଁ ସମୟ ସକାଳ ୭ଟାରୁ ୯ଟା ଏବଂ ଅପରାହ୍ଣ ୩ଟାରୁ ୫ଟା ଧାର୍ଯ୍ୟ କରାଯାଇଛି ।
ହକି ସ୍ପେଶାଲ ମୋ ବସ୍‌ ସଟଲ୍‌ ସେବା, ହେରିଟେଜ ଅନ୍‌ ମୋ ଇ-ରାଇଡ ଏବଂ ମୋ ବସ୍‌ର ନିୟମିତ ଯାତ୍ରା ସୂଚୀ ସମ୍ପର୍କିତ ବିସ୍ତୃତ ସୂଚନା କ୍ରୁଟର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡଲ୍‌ରେ ଉପଲବ୍ଧ ଅଛି ।
“ସହର ହକି ପାଇଁ ପ୍ରସ୍ତୁତ ହେଉଥିବା ଏବଂ ନାଗରିକମାନଙ୍କୁ ହକିରେ ନିୟୋଜିତ ରଖିବା ସହିତ ହକି ସମ୍ପର୍କରେ ସେମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ସାରା ସହର ସମ୍ପ୍ରତ ସକ୍ରିୟ ହୋଇଉଠିଛି । ସହରରେ ପ୍ରତ୍ୟେକ ଦିନ ଏକ ଉତ୍ସବ ପାଳନ ଭଳି ମନେହେଉଛି । ଏସବୁକୁ ମନ ଭିତରେ ରଖି ଏବଂ ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଧିବାସୀ ଯେଭଳି ସହରରେ ଏଫଆଇଏଚ ହକି ପୁରୁଷ ବିଶ୍ୱ କପ୍‌ ଅବସରରେ ଚାଲିବାକୁ ଥିବା କାର୍ଯ୍ୟକ୍ରମର ଅନୁଭୁତି ନେବାକୁ ସହଜରେ ଗମନାଗମନ କରିପାରିବେ, ସେଥିପାଇଁ କ୍ରୁଟ୍‌ ଏଭଳି ପ୍ରୟାସ ହାତକୁ ନେଇଛି ଯାହା ଯାତ୍ରାକାରୀଙ୍କୁ ଆରାମରେ ଓ ସୁଲଭ ମୂଲ୍ୟରେ ଯାତ୍ରାସେବା ଯୋଗାଁଇଦେବା ସୁନିଶ୍ଚିତ କରିବ । ମୁଁ ଆଶା କରୁଛି ଯେ ଜନସାଧାରଣ ଏହି ପ୍ରୟାସରେ ସାମିଲ ହେବେ ଏବଂ ସେମାନଙ୍କର ପରିବହନ ମାଧ୍ୟମ ଭାବରେ ମୋ ବସ୍‌ ଓ ମୋ ଇ-ରାଇଡକୁ ବ୍ୟବହାର କରିବେ,” ବୋଲି ଶ୍ରୀ ବିଜୟ ଅମୃତକୁଲାଙ୍ଗେ, ଏମ୍‌ଡି, କ୍ରୁଟ୍‌ କହିଛନ୍ତି ।
“ମୋତେ ଖୁସି ଲାଗୁଛି ଯେ ଟିମ୍‌ କ୍ରୁଟ୍‌ ଏଭଳି ପ୍ରୟାସଗୁଡିକ ହାତକୁ ନେଇଛି ଯାହା ନାଗରିକମାନଙ୍କୁ ହକି ଉତ୍ସବ ସମୟରେ ସ୍ୱତନ୍ତ୍ର ସଟଲ୍‌ ସେବାରେ ଯାତାୟତ ନିମନ୍ତେ ସହାୟତା କରିବ, ଏବଂ ତାହାସହିତ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କୁ ହେରିଟେଜ ଅନ୍‌ ମୋ ଇ-ରାଇଡ ଜରିଆରେ ମାଗଣାରେ ସହରର ସୌନ୍ଦର୍ଯ୍ୟପୂର୍ଣ୍ଣ ଐତିହ୍ୟସ୍ଥଳଗୁଡିକ ଉପଭୋଗ କରିବାର ସୁଯୋଗ ଯୋଗାଇଦେବ। ଆମେ ମଧ୍ୟ ହକି ପାଇଁ ନୂଆ ରୁଟ୍‌ ଏବଂ ୧୫ଟି ଇ-ବସ୍‌ ସେବା ଯୋଗକରିଛୁ, ଯାହା ଜନସାଧାରଣଙ୍କ ବର୍ଦ୍ଧିତ ଚାହିଦା କାରଣରୁ ଖୁବଶୀଘ୍ର ୨୫କୁ ବୃଦ୍ଧିପାଇବ । କ୍ରୁଟ୍‌ ସର୍ବଦା ଆପଣଙ୍କ ସେବାରେ ରହିଥିବାରୁ ମୋର ଆଶା, ଜନସାଧାରଣ ଏହି ଉତ୍ସବରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ ଅଛନ୍ତି,” ବୋଲି ଦୀପ୍ତି ମହାପାତ୍ର, ଜିଏମ୍‌, କ୍ରୁଟ୍‌ କହିଛନ୍ତି । ଏଫଆଇଏଚ୍‌ ପୁରୁଷ ହକି ବିଶ୍ୱ କପ୍‌ ୨୦୨୩କୁ ‘ଇଣ୍ଡିଆସ୍‌ ବେଷ୍ଟ-କେପ୍ଟ ସିକ୍ରେଟ’ ଭାବରେ ପରିଚିତ ଓଡ଼ିଶାରେ ଏକ ସ୍ମରଣୀୟ ଘଟଣାରେ ପରିଣତ କରିବା ଏବଂ ମୋ ବସ୍‌ ଓ ଇ-ରାଇଡ ସହିତ ଆସନ୍ତୁ, ‘ଗର୍ବର ସହିତ ଯାତ୍ରା କରିବା ।’
ଭୁବନେଶ୍ୱର: ସ୍ମାର୍ଟ ସଲ୍ୟୁସନ୍‍ ଚାଲେଞ୍ଜ ଆଣ୍ଡ ଇନ୍‍କ୍ଲୁସିଭ ସିଟିଜ୍‍ ଆୱାର୍ଡ ଗ୍ରହଣ କରିଛି କ୍ରୁଟ୍‍। ୨୦୨୨ରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କ୍ରୁଟ୍‍କୁ ଏହି ଆୱାର୍ଡ ମିଳିଛି। ଆୱାର୍ଡ ମିଳିବା ନେଇ ଗତ ୨୬ ଜୁଲାଇରେ ଘୋଷଣା କରାଯାଇଥିଲା। ଗୁରୁବାର ବିଧିବଦ୍ଧ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ରୁଟ୍‍ ଜେନେରାଲ୍‍ ମ୍ୟାନେଜର୍‍ ଦିପ୍ତୀ ମହାପାତ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ହର୍‍ଦୀପ୍‍ ସିଂ ପୁରୀଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଜନସାଧାରଣଙ୍କ ସହଜ ଯାତାୟାତ ଏବଂ ବଜାରର ଚାହିଦା ଅନୁଯାୟୀ କ୍ର୍ରୁଟ୍‍ ‘ମୋ ବସ୍‍’ ସେବାରେ ଅଭିନବ ଓ ନିରାପଦ ଯାତ୍ରା ଯୋଗାଇ ଦେଉଛି। ଏଥିପାଇଁ କ୍ରୁଟ୍‍କୁ ଏହି ପୁରସ୍କାର ଦିଆଯାଇଛି।
ଏହି ଅବସରରେ କ୍ରୁଟ୍‍ ପକ୍ଷରୁ କୁହାଯାଇଛି ଯେ କ୍ରୁଟ୍‍ ଦ୍ୱାରା ଯୋଗାଇ ଦିଆଯାଉଥିବା ମୋ ବସ୍‍ ସେବା ସାଧାରଣ ଜନତାଙ୍କ ବିଶ୍ୱାସଭାଜନ ହୋଇପାରିଛି। ଯାହାଦ୍ୱାରା ଜନସାଧାରଣ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟକ୍ତିଗତ ଯାନବାହାନ ବ୍ୟବହାର କରିବା ପରିବର୍ତ୍ତେ ସରକାରୀ ମୋ ବସ୍‍ରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରୁଛନ୍ତି। କ୍ରୁଟ୍‍ ଏକମାତ୍ର ସହରାଞ୍ଚଳ ପରିବହନ ସେବା ପ୍ରଦାନକାରୀ ସଂସ୍ଥା ଭାବେ ବରିଷ୍ଠ ନାଗରିକ ଯାତ୍ରୀମାନଙ୍କ ପାଇଁ ସଂରକ୍ଷିତ ସିଟ୍‍ ସହିତ ଟିକଟ୍‍ ମୂଲ୍ୟରେ ୫୦% ରିହାତି ଦେଉଛି। ମୋ ବସ୍‍ରେ ମହିଳାମାନଙ୍କ ପାଇଁ ସିଟ୍‍ ସଂରକ୍ଷଣ ଏବଂ ଦିବ୍ୟାଙ୍ଗ ଯାତ୍ରୀଙ୍କ ଟିକଟ୍‍ ମୂଲ୍ୟରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ମଧ୍ୟ ରହିଛି। ଓଡ଼ିଶାରେ ପ୍ରଥମଥର ପାଇଁ ଇଲେକ୍ଟ୍ରିକ୍‍ ଯାନ ନୀତିକୁ କାର୍ଯ୍ୟକାରୀ କରାଯିବା ସହିତ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ବିହୀନ ଇ-ବସ୍‍ ଏବଂ ଇ-ରିକ୍ସା ସେବା ଆରମ୍ଭ କରାଯାଇଛି ବୋଲି ସଂସ୍ଥା କହିଛି।
ଏହି ପୁରସ୍କାର ମିଳିବା ପରେ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ କ୍ର୍ରୁଟ୍‍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପାଇଁ କୃତଜ୍ଞତା ଜଣାଇବା ସହ ମୋ ବସ୍‍କୁ ଦୈନନ୍ଦିନ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହି ଆୱାର୍ଡ ମିଳିଛି ବୋଲି କହିଛନ୍ତି। କ୍ରୁଟ୍‍ ଦ୍ୱାରା ଯୋଗାଇ ଦିଆଯାଉଥିବା ମୋ ବସ୍‍ ସେବା ଲିଙ୍ଗ, ବୟସ ଏବଂ ଦକ୍ଷତା ଅନୁଯାୟୀ ପ୍ରତିଟି ବର୍ଗର ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଯାନର କମ୍‍ ବ୍ୟବହାର କରି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜନପରିବହନ ଯାନକୁ ବ୍ୟବହାର କଲେ ଟ୍ରାଫିକ୍‍ ସମସ୍ୟାରେ ନିୟମିତ ସୁଧାର ଆସିପାରିବ ବୋଲି ଶ୍ରୀ କୁଲାଙ୍ଗେ କହିଛନ୍ତି।
ସେହିପରି କ୍ରୁଟ୍‍ ଜେନେରାଲ୍‍ ମ୍ୟାନେଜର୍‍ ଦିପ୍ତୀ ମହାପାତ୍ର ଖୁସି ବ୍ୟକ୍ତ କରିବା ସହ କ୍ର୍ରୁଟ୍‍ ସର୍ବଦା ଯାତ୍ରୀମାନଙ୍କୁ ଏକ ଉତ୍ତମ ଓ ସୁରକ୍ଷିତ ଯାତ୍ରାର ଅନୁଭୂତି ଦେବାକୁ କାର୍ଯ୍ୟ ଜାରିରଖିଛି ବୋଲି କହିଛନ୍ତି। ଏହି ସମ୍ମାନଜନକ ଜାତିସଂଘ ପୁରସ୍କାର ଗ୍ରହଣ କରିବା ସାରାରାଜ୍ୟ ପାଇଁ ଏକ ଗର୍ବର ବିଷୟ। ବର୍ତ୍ତମାନ ମୋ ବସ୍‍ ସେବା ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ସହିତ ଯୋଡ଼ି ହୋଇପାରିଛି। ସହରାଞ୍ଚଳ ପରିବହନ କ୍ଷେତ୍ରରେ ମୋ ବସ୍‍ ସେବା ବିଶେଷ ପ୍ରଭାବୀ ହୋଇଥିବା ବେଳେ ସମସ୍ତ ଜନସାଧାରଣଙ୍କ ପାଖରେ ପହଞ୍ଚିପାରିଛି। ମୋ ବସ୍‍ ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସ ଥିବାରୁ ରାଜ୍ୟ ସରକାର ଓ ପ୍ରତ୍ୟେକ ଯାତ୍ରୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।