Post Office - The Sakala

ଡାକଘର ସଞ୍ଚୟ ଯୋଜନା: ରିଟର୍ଣ୍ଣରୁ ନିବେଶକ ମାଲେମାଲ୍‌, ମିଳୁଛି ଟିକସ ଛାଡ ସହିତ ଅଧିକ ସୁଧ
ନୂଆଦିଲ୍ଲୀ: ସମ୍ପ୍ରତି ଆକ୍ସିସ୍, ଆଇସିଆଇସିଆଇ ଏବଂ କାନାରା ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଉପରେ ସୁଧ ହାରରେ ବୃଦ୍ଧି କରିଛନ୍ତି। ଅବଶ୍ୟ, ଏହାପରେ ମଧ୍ୟ ଅନେକ ଡାକଘର ଯୋଜନା ଅଛି ଯେଉଁଥିରେ ଆପଣ ଏଫ୍‌ଡି ଅପେକ୍ଷା ଅଧିକ ସୁଧ ସହିତ ଆୟକର ଛାଡ ସୁବିଧା ପାଇପାରିବେ। ଆୟକର ଅଧିନିୟମର ଧାରା ୮୦ସି ଅନୁଯାୟୀ, ଆପଣ ଏହି ଡାକଘର ଯୋଜନାଗୁଡିକରେ ଅର୍ଥ ବିନିଯୋଗ କରି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ସଞ୍ଚୟ କରିପାରିବେ। ଡାକଘର ଦ୍ୱାରା ପରିଚାଳିତ ଏହି ୫ଟି ଯୋଜନା ହେଉଛି, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (ଏସ୍‌ସିଏସ୍‌ଏସ୍‌), ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି), ଅବଧି ଜମା ଯୋଜନା ଏବଂ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ୍‌ (ପିପିଏଫ୍)।

ସୁକନ୍ୟା ସମୃଦ୍ଧି ଯୋଜନା

ଏହି ଯୋଜନା ଅଧୀନରେ ଏକ କନ୍ୟା ସନ୍ତାନର ଜନ୍ମ ହେବା ପରେ ୧୦ ବର୍ଷ ବୟସ ପୂର୍ବରୁ ତାଙ୍କର ଆକାଉଣ୍ଟ ଖୋଲାଯାଇପାରିବ। ଆପଣ ଏହି ଆକାଉଣ୍ଟକୁ ମାତ୍ର ୨୫୦ ଟଙ୍କା ଦେଇ ଖୋଲିପାରିବେ। ଏଥିରେ ବାର୍ଷିକ ୭.୬% ସୁଧ ହାର ମିଳିବ। ଚଳିତ ଆର୍ଥିକବର୍ଷରେ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରାଯାଇପାରିବ। ବ୍ୟାଙ୍କର ଯେ କୌଣସି ଡାକଘର କିମ୍ବା ପ୍ରାଧିକୃତ ଶାଖାରେ ଏହାର ଆକାଉଣ୍ଟ ଖୋଲାଯାଇପାରିବ।

ଜାତୀୟ ସଞ୍ଚୟ ପ୍ରମାଣପତ୍ର(ଏନ୍‌ଏସ୍‌ସି)

ଡାକଘର ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି)ରେ ଅର୍ଥ ବିନିଯୋଗ ଉପରେ ବର୍ତ୍ତମାନ ବାର୍ଷିକ ୭% ସୁଧ ମିଳୁଛି। ଏଥିରେ ବାର୍ଷିକ ଭିତ୍ତିରେ ସୁଧ ହିସାବ କରାଯାଏ, କିନ୍ତୁ ସୁଧର ପରିମାଣ କେବଳ ବିନିଯୋଗ ଅବଧି ପରେ ଦିଆଯାଏ। ଏକ ଏନ୍‌ଏସ୍‌ସି ଖାତା ଖୋଲିବାକୁ ଆପଣଙ୍କୁ ସର୍ବନିମ୍ନ ୧୦୦୦ ଟଙ୍କା ବିନିଯୋଗ କରିବାକୁ ପଡିବ। ଆପଣ ଏନ୍‌ଏସ୍‌ସିରେ ଯେକୌଣସି ରାଶି ବିନିଯୋଗ କରିପାରିବେ। ଏଥିରେ କୌଣସି ସର୍ବାଧିକ ବିନିଯୋଗ ସୀମା ନାହିଁ।

ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ୍‌

ଡାକଘର ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ୍‌ (ପିପିଏଫ୍) ଜମା ଉପରେ ବର୍ତ୍ତମାନ ୭.୧% ସୁଧହାର ମିଳିଥାଏ। ଜମା ଉପରେ ସୁଧ ହାର ବାର୍ଷିକ ଭିତ୍ତିରେ ହିସାବ କରାଯାଏ, ଯାହାର ଅର୍ଥ ହେଉଛି ଏହା ପ୍ରତିବର୍ଷ ମୂଳ ରାଶି ସହିତ ଯୋଡା ଯାଇଥାଏ। ପିପିଏଫ୍‌ରେ ମିଳୁଥିବା ଛାଡ ‘ଇଇଇ’ ବର୍ଗ ଅଧୀନରେ ଆସିଥାଏ। ଏହାର ଅର୍ଥ ହେଉଛି ଉପଲବ୍ଧ ରିଟର୍ଣ୍ଣ, ପରିପକ୍ୱତା ପରିମାଣ ଏବଂ ସୁଧରୁ ଆୟ ଏଥିରେ ଆୟକର ମୁକ୍ତ। ଏହି ଆକାଉଣ୍ଟ ୧୫ ବର୍ଷ ପାଇଁ ଖୋଲାଯାଇପାରିବ, ଯାହାକି ଆହୁରି ୫ ବର୍ଷ ପାଇଁ ବୃଦ୍ଧି କରାଯାଇପାରିବ। ପିପିଏଫରେ ସର୍ବନିମ୍ନ ୫୦୦ ଟଙ୍କା ଦେଇ ଏକ ଆକାଉଣ୍ଟ ଖୋଲାଯାଇପାରିବ। ଏଥିରେ ଅତି କମ୍‌ରେ ୫୦୦ ଟଙ୍କା ବିନିଯୋଗ କରିବା ଆବଶ୍ୟକ। ଏହି ଯୋଜନା ଅଧୀନରେ, ଆପଣ ଗୋଟିଏ ବର୍ଷରେ ଆକାଉଣ୍ଟରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଅର୍ଥ ବିନିଯୋଗ କରିପାରିବେ।

ଅବଧି ଜମା ଯୋଜନା

ଅବଧି ଜମା ଯୋଜନା ହେଉଛି ଏକ ପ୍ରକାର ସ୍ଥାୟୀ ଜମା (ଏଫ୍‌ଡି) ଯୋଜନା। ଏଥିରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏକ ଲକ୍ଷ ଟଙ୍କା ବିନିଯୋଗ କରି, ଆପଣ ନିଶ୍ଚିତ ରିଟର୍ଣ୍ଣ ଏବଂ ସୁଧ ଦେୟ ଉପଭୋଗ କରିପାରିବେ। ଡାକ ଘର ଅବଧି ଜମା ଯୋଜନା ୧ ରୁ ୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ପାଇଁ ୫.୫ ରୁ ୭% ସୁଧ ହାର ପ୍ରଦାନ କରିଥାଏ। ଏଥିରେ ଆପଣ ୫ ବର୍ଷର ସ୍ଥିର ଜମା ଉପରେ ବିନିଯୋଗ ପାଇଁ ୮୦ ସି ଅଧୀନରେ ଟିକସ ରିଆତି ଲାଭ ଉଠାଇପାରିବେ। ଏଥିରେ ସର୍ବନିମ୍ନ ୧୦୦୦ ଟଙ୍କା ବିନିଯୋଗ କରିବାକୁ ପଡିବ। ସର୍ବାଧିକ ବିନିଯୋଗ ଉପରେ କୌଣସି ସୀମା ନାହିଁ ।

ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା(ଏସ୍‌ସିଏସ୍‌ଏସ୍‌)

ଏହି ଯୋଜନାରେଜମାକାରୀ ବାର୍ଷିକ ୮% ସୁଧ ହାର ଉପଲବ୍ଧ କରୁଛନ୍ତି। ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଜଣେ ବ୍ୟକ୍ତି ଏଥିରେ ଆକାଉଣ୍ଟ ଖୋଲାଯାଇପାରିବେ। ସ୍ବେଚ୍ଛାକୃତ ଅପସର ଯୋଜନା(ଭିଆର୍‌ଏସ୍‌) ନେଇଥିବା ଜଣେ ବ୍ୟକ୍ତି ୫୫ ବର୍ଷରୁ ଅଧିକ କିନ୍ତୁ ୬୦ ବର୍ଷରୁ କମ୍ ସେ ମଧ୍ୟ ଏହି ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ଏହି ଯୋଜନା ଅଧୀନରେ ୫ ବର୍ଷ ପାଇଁ ଟଙ୍କା ବିନିଯୋଗ କରାଯାଇପାରିବ। ପରିପକ୍ବତା ପରେ ଏହି ଯୋଜନା ୩ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ। ଏଥିରେ ଆପଣ ସର୍ବାଧିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ବିନିଯୋଗ କରିପାରିବେ।

ଆୟକର ଧାରା ୮୦ ସି କ’ଣ?

ଆୟକର ଅଧିନିୟମର ଧାରା ୮୦ ସି ଅନୁଯାୟୀ, ଆପଣ ଆପଣଙ୍କର ମୋଟ ଆୟରୁ ୧.୫ ଲକ୍ଷ ଟଙ୍କା ରିଆତି ଦାବି କରିପାରିବେ। ସରଳ ଭାଷାରେ କହିବାକୁ ଗଲେ ଆପଣ ୮୦ ସି ମାଧ୍ୟମରେ ଆପଣଙ୍କର ମୋଟ ଟିକସଯୋଗ୍ୟ ଆୟରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ଉପଲବ୍‌ଧ କରିପାରିବେ।

ଡାକଘରେ ମିଳୁନି ମୌଳିକ ସେବା; ଦିନକୁ ମାତ୍ର ୨ ଘଣ୍ଟା ଖୋଲା, ଚିଠି ପହଞ୍ଚିବାକୁ ଲାଗୁଛି ୧୦ ଦିନ
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଏକାମ୍ର ନିର୍ବାଚନ ମଣ୍ଡଳୀର ଲିଙ୍ଗିପୁର ଗ୍ରମାପଞ୍ଚାୟତରେ ଥିବା ଶାଖା ଡାକଘର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କୌଣସି ମୌଳିକ ସେବା ପାଇବାରେ ଜନସାଧାରଣ ବଞ୍ଚିତ। ଡାକ ଟିକେଟ, ରେଭିନ୍ୟୁ ଷ୍ଟାମ୍ପ, ପୋଷ୍ଟକାର୍ଡ, ଇତ୍ୟାଦି ଜମା ଉପଲବ୍ଧ ହେଉନାହିଁ। ଏହାକୁ ନେଇକରି ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଶିଶୁପାଳଗଡ ଏବଂ ଲିଙ୍ଗିପୁର ପଞ୍ଚାୟତର ୨୬ଟି ୱାର୍ଡର ଲୋକମାନେ ଡାକସେବାର କୌଣସି ସେବା ପାଇପାରୁନାହାଁନ୍ତି। ସ୍ପିଡ ପୋଷ୍ଟ ସେବା ଏହି ଶାଖା ଡାକ ଘରେ ଉପଲବ୍ଧ ଥିଲେ ମଧ୍ୟ ବିଡମ୍ବନାର ବିଷୟ ଇଣ୍ଟରନେଟ୍‍ ସେବା ଉପଲବ୍ଧି ହେଉନାହିଁ। ଫଳରେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡାକବାକ୍ସଟି ଭାଙ୍ଗି ଉପୁଡି ଯାଇଛି। ଫଳରେ ୪ କିଲୋମିଟର ଦୂର ପୁରୁଣା ଭୁବନେଶ୍ୱର ପୋଷ୍ଟ ଅଫିସ ଉପରେ ନିର୍ଭର କରିବାକୁ ପଡୁଛି। ଦିନକୁ ହାରାହାରି ୧ଘଣ୍ଟାରୁ ୨ଘଣ୍ଟା ଖୋଲା ରହୁଛି ଶାଖା ଡାକଘର (୧୦-୧୨ପର୍ଯ୍ୟନ୍ତ ଖୋଲା ରହୁଛି)। କୌଣସି ଚିଠି ଆସିଲେ ଠିକଣାରେ ପହଞ୍ଚିବା ପାଇଁ ୧୦ଦିନରୁ ଊର୍ଦ୍ଧ୍ବ ଲାଗୁଛି।

୧୦ହଜାରରୁ ଊର୍ଦ୍ଧ୍ବ ଏହି ଦୁଇ ପଞ୍ଚାୟତର ଲୋକ ବାଧ୍ୟ ହୋଇ ୪ କିଲୋମିଟର ଦୂର ଯିବାକୁ ପଡୁଛି ଏବଂ ଗରିବ ଲୋକମାନେ ବହୁ ହଇରାଣ ହେଉଛନ୍ତି। ଡାକ ବାକ୍ସ୍ସଟି ବିଗତ ବହୁ ଦିନ ହେଲାଣି ଅକାମୀ ହୋଇ ପଡ଼ିରହିଛି। ଶାଖା ଡାକ ଘରେ ପାଣିର କୌଣସି ସୁବିଧା ନାହିଁ। ଫଳରେ ବହୁ ଅସନ୍ତୋଷ ଦେଖାଯାଉଛି। ଡାକଘରର ନାଁ ଭିତ୍ତିଭୂମି ଅଛି ନାଁ ମୌଳିକ ସେବା ମିଳୁଛି। ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ଡାକଘର ଉପରେ ଲେଖାହୋଇଛି ୧୦ଟାରୁ ୨ଟା ଖୋଲା ରହୁଛି। କିନ୍ତୁ ସବୁଦିନ ୧ଟା ବେଳେ ବନ୍ଦ ହୋଇଯାଉଛି। ଫଳରେ ଜରୁରୀ ଚିଠି ଡାକଟିକଟ ପାଇବାରେ ସାଧାରଣ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଶାଖା ଡାକ ଘରର ଭିତ୍ତିଭୂମି ଏବଂ ମୌଳିକ ସେବା ସହିତ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲିବା ପାଇଁ ସ୍ଥାନୀୟବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି। କେନ୍ଦ୍ର ସରକାର ଡାକଘରେ ବିଭିନ୍ନ ଯୋଜନା ଥିଲେ ମଧ୍ୟ ପୋଷ୍ଟ ଅଫିସରେ କେମିତି କାର୍ଯ୍ୟକାରୀ ହେବ ତଥା ଆଧାର କାର୍ଡ ଭେରିଫିକେସନ୍‍, ଜମା ଖାତା, ଏନ୍‍ଏସି, ସୁକନ୍ୟା ଯୋଜନା ଏବଂ କେନ୍ଦ୍ର ସରକାରଙ୍କର ସବୁ ଜନକଲ୍ୟାଣକାରୀ ସୁବିଧା ମିଳିବା ପାଇଁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବୀ କରିଛନ୍ତି।