burkha - The Sakala

ଶ୍ରୀଲଙ୍କାରେ ବୁର୍ଖା ବ୍ୟାନ୍, ବନ୍ଦ ହେବ ହଜାରେରୁ ଊର୍ଦ୍ଧ୍ବ ମଦ୍ରାସା
କଲମ୍ବୋ :  ଶ୍ରୀଲଙ୍କାରେ ବୁର୍ଖା ବ୍ୟାନ(ନିଷିଦ୍ଧ) ହେବାକୁ ଯାଉଛି। ଏହା ସହିତ ହଜାରେରୁ ଊର୍ଦ୍ଧ୍ବ ମଦ୍ରାସାକୁ ମଧ୍ୟ ବନ୍ଦ କରାଯିବ ବୋଲି ଶନିବାର ଶ୍ରୀଲଙ୍କାର ଜଣେ ମନ୍ତ୍ରୀ କହିଛନ୍ତି। ତେବେ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ଦ୍ବାରା ଦେଶର ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟ ପ୍ରଭାବିତ ହେବେ। ଶ୍ରୀଲଙ୍କାର ଜନସୁରକ୍ଷା ମନ୍ତ୍ରୀ ସରଥ ବିରାସେକେରା କହିଛନ୍ତି ଯେ କ୍ୟାବିନେଟ ମଞ୍ଜୁରି ପାଇଁ ସେ ଶୁକ୍ରବାର ଏକ ବିଲରେ ହସ୍ତାକ୍ଷର କରିଛନ୍ତି। ଏଥିରେ ଜାତୀୟ ସୁରକ୍ଷାକୁ ଦେଖି ମୁସଲମାନ ମହିଳାଙ୍କ ବୁର୍ଖା ପିନ୍ଧିବାକୁ ବ୍ୟାନ କରାଯିବାର ବ୍ୟବସ୍ଥା ରହିଛି।

ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଥମେ ପ୍ରଥମେ ଦେଶରେ ମୁସଲମାନ ଯୁବତୀ ଏବଂ ମହିଳାମାନେ ବୁର୍ଖା ପିନ୍ଧୁ ନ ଥିଲେ। ବିଗତ ବର୍ଷଗୁଡ଼ିକରେ ଏହାର ପ୍ରଚଳନ ବୃଦ୍ଧି ପାଇଛି। ଏହାର ବଡ଼ କାରଣ ହେଉଛି ଦେଶରେ ଧାର୍ମିକ କଠୋରପନ୍ଥୀଙ୍କ ବୃଦ୍ଧି। ଅନେକ ଦେଶ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ନିକଟରେ ସ୍ବିଜରଲ୍ୟାଣ୍ଡ ବି ଜନମତ ଆଧାରରେ ବୁର୍ଖା ଉପରେ କଟକଣା ଲାଗୁ କରିଥିଲା। ଭୀରାସେଖରାଙ୍କ କହିବା ଅନୁସାରେ, ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଉପହାସ କରୁଥିବା ୧ ହଜାର ମଦ୍ରାସା ଏବଂ ଇସଲାମିକ ସ୍କୁଲ ଉପରେ ରୋକ୍‌ ଲଗାଯିବାକୁ ପ୍ରସ୍ତାବ ରହିଛି। କାହାକୁ ମନମୁତାବକ ଶିକ୍ଷା ଦେବାର ଅନୁମତି ଦିଆଯାଇ ପାରିବ ନାହିଁ।