Actress Varsha Priyadarshini - The Sakala

ସୋସିଆଲ ମିଡିଆରେ ବର୍ଷାଙ୍କୁ ଅନୁଭବଙ୍କ ପ୍ରଶ୍ନ: ବିବାହ ବିଫଳ ହୋଇଥିଲେ ବି, ବିଚ୍ଛେଦ ପରେ ବନ୍ଧୁ ହୋଇ ରହିପାରିବେ ନାହିଁ କି ?
ଭୁବନେଶ୍ବର: ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଭିତରେ ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ  ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି । ବିବାହ ପରେ ବିଦାୟ ବେଳର ଫୋଟୋ ପୋଷ୍ଟ କରିଛନ୍ତି । ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି।

ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ସେ ତାଙ୍କୁ ହୃଦୟରୁ ବହୁତ ଭଲ ପାଆନ୍ତି । ଯେକୌଣସି କାରଣରୁ ବିବାହ ବିଫଳ ହୋଇଥିଲେ ବି, ବିବାହ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିପାରିବେ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି । ଏହି ବିଚ୍ଛେଦ ଏତେ ତିକ୍ତତା ହେଉ ବୋଲି ସେ କେବେ ଚାହିଁ ନାହାନ୍ତି ବୋଲି ଲେଖିଛନ୍ତି । ବିଚ୍ଛେଦ ତ ନିଶ୍ଚିତ ହେବ, ହେଲେ କାହିଁକି ସମ୍ମାନର ସହ ନହେବ ବୋଲି ସେ ପୋଷ୍ଟ କରିଛନ୍ତି।

Isn’t she your childhood friend #ShomaChakraborty !?

— Anubhav Mohanty (@AnubhavMohanty_) October 6, 2023

ଖବର ଅନୁଯାୟୀ, କିଛି ଦିନ ତଳେ ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାକୁ ଅଗ୍ରାହ୍ୟ କରି ଦେଇଥିଲେ ପରିବାର ଅଦାଲତ । ୨୦୨୦ରେ ଦିଲ୍ଲୀ ପଟିୟାଲା କୋର୍ଟରେ ଛାଡ଼ପତ୍ର ମାମଲା କରିଥିଲେ ସାଂସଦ । ମାମଲା କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟରେ ବର୍ଷା ଆବେଦନ କରିବା ପରେ ହାଇକୋର୍ଟରେ ବିଚାର ଆରମ୍ଭ ହୋଇଥିଲା । ପରେ କଟକ ଫ୍ୟାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରଥିଲେ ପଟିୟାଲା କୋର୍ଟ ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶାଶୂଘର ଛାଡିଲେ ବର୍ଷା, ଘରେ ପ୍ରବେଶ ପାଇଁ ପୁଲିସ ସହାୟତା ମାଗିଲେ ଅନୁଭବ
କଟକ : କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ମାସେ ମଧ୍ୟରେ ଶାଶୁ ଘର ଛାଡ଼ିବା ପାଇଁ ଗତ ଅଗଷ୍ଟ ୩୦ ତାରିଖରେ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ କଟକ ଜିଲ୍ଲା ଜଜ୍‌ଙ୍କ କୋର୍ଟ। ଶୁକ୍ରବାର ଦିନ ସମୟସୀମା ପୂରଣ ହୋଇଥିବା ବେଳେ ବର୍ଷା ଶାଶୂ ଘର ଛାଡି ନିଜ ଘରକୁ ଚାଲି ଯାଇଛନ୍ତି।

ବର୍ଷା ନିଜ ଘରକୁ ଚାଲିଯାଇଥିବା ବେଳେ ପୁଲିସ୍ ଉପସ୍ଥିତିରେ ପରିବାର ସହ ଘରେ ପ୍ରବେଶ କରିବା ପାଇଁ ପୁରୀଘାଟ ଥାନାରେ ଲିଖିତ ଆବେଦନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ବର୍ଷାଙ୍କ ବିକଳ୍ପ ରହଣୀ ବାବଦକୁ ଅନୁଭବ ମହାନ୍ତି ମାସିକ ୩୦ ହଜାର ଟଙ୍କା ପ୍ରଦାନ କରିବେ। ଏହି ଟଙ୍କା ସେ ପ୍ରତିମାସର ୧୦ ତାରିଖ ବା ତା’ପୂର୍ବରୁ ଦେବେ।

ଖବର ଅନୁଯାୟୀ, ଅକ୍ଟୋବର ୩୦ ତାରିଖ ସୁଦ୍ଧା ଶାଶୂ ଘର ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହିପ୍ରରିପେକ୍ଷୀରେ ଏବେ ସେ ଘର ଛାଡିଛନ୍ତି । ତେବେ କୋର୍ଟରେ ଚାଲିଥିବା ସ୍ୱାମୀ-ସ୍ତ୍ରୀଙ୍କ ପାରିବାରିକ ବିବାଦରେ ଅନୁଭବଙ୍କୁ ବଡ ଆଶ୍ବସ୍ତି ମିଳିଛି । କାରଣ ସେ ଦୀର୍ଘଦିନ ହେଲା ଚାହୁଁଥିଲେ ଯେ, ତାଙ୍କ ପତ୍ନୀ ଶାଶୂ ଘର ତୁରନ୍ତ ଛାଡନ୍ତୁ ।

ସୂଚନାଯୋଗ୍ୟ, ଏବେ କଟକ ପରିବାର ଅଦାଲତରେ ମାମଲାର ବିଚାର ଚାଲିଛି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ବି ତାହା ବିଫଳ ହୋଇଛି। ଏହାସହ ମଧ୍ୟସ୍ଥତା ନକରି ମାମଲାର ଶୁଣାଣି ଶୀଘ୍ର ସାରିବାକୁ ଗତ ସେପ୍ଟେମ୍ବର ୨୭ ତାରିଖରେ ଫ୍ୟାମିଲ କୋର୍ଟଙ୍କୁ ନିବେଦନ କରିଛନ୍ତି ଅନୁଭବ। ସେପଟେ କୋର୍ଟ ଯାହା ନିଷ୍ପତ୍ତି ନେବେ ସେଥିରେ ସେ ସହଯୋଗ କରିବେ ବୋଲି କହିଛନ୍ତି ବର୍ଷା।

ଅଭିନେତ୍ରୀ ବର୍ଷା ଲେଖିବେ ‘ଅନ୍ତଃସ୍ୱର’; ସ୍ଥାନ ପାଇବ କି ଦାମ୍ପତ୍ୟ ଜୀବନର ଅକୁହା କଥା ?
କଟକ: ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଲାଗିରହିଥିବା ବିବାଦରେ ଅଦାଲତଙ୍କ ରାୟକୁ ଉଭୟଙ୍କ ଫ୍ୟାନ୍‍ ଏବେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଉଭୟଙ୍କ ପକ୍ଷରୁ ଦାୟର ଏକାଧିକ ମାମଲା ଏବେ ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି। ଠିକ ଏହି ସମୟରେ ବର୍ଷାଙ୍କ କଲମମୁନରୁ ଅନ୍ତଃସ୍ୱର ନାମରେ ଏକ ପୁସ୍ତକ ଲେଖା ଆରମ୍ଭ ହେବାକୁ ଯାଉଛି। ଏ ସମ୍ପର୍କରେ ଖୋଦ ବର୍ଷା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ବର୍ଷା କ’ଣ ଲେଖିବାକୁ ଯାଉଛନ୍ତି ଓ ଏହା କେବେ ଉନ୍ମୋଚନ ହେବ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବର୍ଷା ଯଦିଓ ସବିସ୍ତୃତ ସାର୍ବଜନୀନ କରିନାହାନ୍ତି; କିନ୍ତୁ ଅନ୍ତଃସ୍ୱର ଯେ ଅନେକ ଅକୁହା କଥାର ସମାହାର ହେବ ତାହା ସ୍ପଷ୍ଟ କରିଛନ୍ତି। ବର୍ଷା ନିଜ କ୍ୟାରିଅରଠାରୁ ଆରମ୍ଭ କରି ଦାମ୍ପତ୍ୟ ଜୀବନ ସମ୍ପର୍କରେ ଥିବା ଅନେକ ଅକୁହା କଥାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି। ବର୍ଷା ଟ୍ୱିଟ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ତଥା ତାଙ୍କ ପ୍ରଶଂସକଙ୍କ ସ୍ନେହ ଶ୍ରଦ୍ଧା, ଅଗ୍ରପୂଜ୍ୟ ବିନାୟକଙ୍କ ଆଶୀର୍ବାଦ ନେଇ ତାଙ୍କ ପ୍ରଥମ ପୁସ୍ତକ ଲେଖିବାକୁ ଯାଉଛନ୍ତି। ଏହା ସୃଜନଶୀଳତାର ପ୍ରୟାସ ବୋଲି ବର୍ଷା ଉଲ୍ଲେଖ କରିଥିଲେ ମଧ୍ୟ ପୁସ୍ତକର ନାମକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପ୍ରକାଶଥାଉକି, ପୂର୍ବରୁ ଅନୁଭବ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦାମ୍ପତ୍ୟ ଜୀବନକୁ ନେଇ ଗୋଟିଏ ପରେ ଗୋଟିଏ ଭିଡିଓ ଅପଲୋଡ କରି ବିବାଦରେ ଛନ୍ଦି ହୋଇଥିଲେ। ଏବେ ବର୍ଷାଙ୍କ ‘ଅନ୍ତଃସ୍ୱର’କୁ ନେଇ ଆଲୋଚନା ଜୋର ଧରିଲାଣି। ସୂଚନାଯୋଗ୍ୟ ଯେ ନିକଟରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ସ୍ୱାମୀ ଅନୁଭବଙ୍କ ପୈତୃକ ଘରକୁ ବର୍ଷା ଛାଡିବାକୁ ଯାଉଛନ୍ତି। ଏସଡିଜେଏମ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ବର୍ଷାଙ୍କୁ ଜିଲ୍ଲା ଅଦାଲତରୁ ନିରାଶ ହେବାକୁ ପଡ଼ିଥିଲା। ସେହିପରି ପରିବାର ଅଦାଲତରେ ଚାଲିଥିବା ମାମଲାରେ ଅନୁଭବଙ୍କୁ ଅଧିକ ଜେରା ପାଇଁ କରିଥିବା ଆବେଦନକୁ ପରିବାର ଅଦାଲତ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ମାମଲାର ଫଳାଫଳ ଆସନ୍ତା ୭ରେ ଆସିବାର ସମ୍ଭାବନା ରହିଛି।