kotia odisha - The Sakala

କୋଟିଆ ଅଞ୍ଚଳବାସୀଙ୍କ ବିକାଶକୁ ଗୁରୁତ୍ବ ଦେବି: ମମତା ଯାନୀ
ପଟାଙ୍ଗି : କୋଟିଆକୁ ନେଇ ଓଡ଼ିଶା ସରକାର ବହୁତ ଚିନ୍ତିତ ହୋଇ ପଡ଼ିଥିବା ବେଳେ କୋରାପୁଟ ଜିଲ୍ଲାର ସର୍ବଦଳୀୟ ନେତୃମଣ୍ଡଳୀ ଏକହୋଇ ପଟାଙ୍ଗି ବ୍ଲକ ଅନ୍ତର୍ଗତ ଜୋନ ୧ ନିମନ୍ତେ ଏକ ସର୍ବସମ୍ମତ ପ୍ରାର୍ଥୀ ଦେବା ନିମନ୍ତେ କୋଟିଆ ପଞ୍ଚାୟତ ଅନ୍ତର୍ଗତ ତୁରିଆ ଗ୍ରାମର ମମତା ଯାନୀ(୨୫)ଙ୍କୁ ଚୟନ କରାଯାଇଛି। ସେ କୋରାପୁଟ ଜିଲ୍ଲାର ସର୍ବଦଳୀୟ ନେତୃମଣ୍ଡଳୀଙ୍କ ସହମତିରେ କୋଟିଆ ନିମନ୍ତେ ପଟାଙ୍ଗି ଜିଲ୍ଲା ପରିଷଦ ସଦସ୍ୟା  ଜୋନ ୧ ନିମନ୍ତେ ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବାରୁ ସର୍ବଦଳୀୟ ଜନପ୍ରତିନିଧିଙ୍କୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି।

ଜିଲ୍ଲା ପରିଷଦ ସଦସ୍ୟ ଭାବେ ଜୟଯୁକ୍ତ ହୋଇ ଆସିଲେ ପଟାଙ୍ଗି ଜୋନ ୧ ର ୭ ଗୋଟି ପଞ୍ଚାୟତ ତଥା କୋଟିଆ, ପଟାଙ୍ଗି, ନୂଆଗାଁ, ମାଳିପୁଟ, ଦେଓପଟାଙ୍ଗି, ପୁକାଲି ଓ ଗାଙ୍ଗରାଜପୁର ପଞ୍ଚାୟତବାସୀଙ୍କ ନିକଟରେ ପହଞ୍ଚି ସେମାନଙ୍କର ସମସ୍ତ ଦୁଃଖକୁ ସରକାରଙ୍କ ନିକଟରେ ଉପସ୍ଥାପନା କରି ସମାଧାନ ରାସ୍ତା ବାହାର କରିବି। ଅଞ୍ଚଳବାସୀଙ୍କ ବିକାଶକୁ ପ୍ରାଥମିକତା ଦେବି। ଯେହେତୁ କୋଟିଆ ପଞ୍ଚାୟତର ଜଣେ ବୋହୂ ଏବଂ କୋଟିଆ ପଞ୍ଚାୟତର ବିବାଦୀୟ ୨୧ ଖଣ୍ଡ ଗ୍ରାମରେ ମୋର ଜାତିଭାଇ ତଥା ମୋ ଲୋକମାନେ  ବସବାସ କରିଆସୁଛନ୍ତି, ସେମାନଙ୍କ ଦୁଃଖଲାଘବ ଲାଗି ପ୍ରୟାସ କରିବି। ସେମାନେ ପ୍ରାୟତଃ କନ୍ଧ କୁଇ ଭାଷା ଜାଣିଥିବା କାରଣରୁ ସେମାନଙ୍କୁ ବିଗତ କିଛିବର୍ଷ ଧରି ଆନ୍ଧ୍ର ବିଭ୍ରାନ୍ତ କରୁଛି। କୋଟିଆକୁ ହାତେଇବା ନିମନ୍ତେ ସ୍ଥାନୀୟ ଲୋକଙ୍କୁ ଲାଳସା ଦେଖାଇ ଭୂତେଇବାରେ ଲାଗିଛି। ତାହାକୁ ଭଣ୍ଡୁର କରିବା ନିମନ୍ତେ ଘରେ ଘରେ ପହଞ୍ଚି ନିଜ ଭାଷାରେ ସେମାନଙ୍କୁ ସଚେତନ କରାଇବି ବୋଲି ମମତା କହିଛନ୍ତି।ଆନ୍ଧ୍ର ଷଡ଼ଯନ୍ତ୍ର କେବେହେଲେ ସଫଳ ହେବନାହିଁ ଓ ତାକୁ ଭଣ୍ଡୁର କରାଯିବ ବୋଲି ସେ ମତ ଦେଇଛନ୍ତି।

ପ୍ରକାଶଥାଉ କି, ମମତା ଜାନି ସେମିଳିଗୁଡ଼ା ବ୍ଲକ ଦୁଧାରୀ ପଞ୍ଚାୟତ ଅନ୍ତର୍ଗତ ପୁଟସିଲ ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କ ପିତାଙ୍କ ନାମ ଡୁମୁରୀ ଯାନୀ ଏବଂ ମାତାଙ୍କ ନାମ ସାନ୍ଦ ଯାନୀ। ସେ ୨୦୨୦ ମସିହାରେ ଆଇଟିଆଇ ଶେଷକରିବା ପରେ ନିଜ ଗ୍ରାମରେ ଏକ ଜେରକ୍ସ ଦୋକାନ ଦେଇଛନ୍ତି। ପ୍ରଦୀପ କୁମାର ପାଙ୍ଗିଙ୍କୁ ବିବାହ କରି ଗୃହିଣୀ ଭାବେ ସ୍ୱାମୀଙ୍କୁ ସମସ୍ତ କାର୍ଯ୍ୟରେ ସହଯୋଗ କରୁଛନ୍ତି। ସେ +୩ ଗାଙ୍ଗେଶ୍ୱରୀ ମହାବିଦ୍ୟାଳୟ ପଟାଙ୍ଗିଠାରେ ୨୦୧୮ ମସିହାରେ ଇତିହାସ ଅନର୍ସ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଜଣେ ଶିକ୍ଷିତ ଓ ଦୂରଦୃଷ୍ଟି ସମ୍ପନ୍ନା ମହିଳା ହୋଇଥିବାରୁ ସର୍ବସମ୍ମତିକ୍ରମେ ତାଙ୍କୁ କୋଟିଆ ଜୋନ୍‌ ୧ରୁ ସର୍ବଦଳୀୟ ପ୍ରାର୍ଥୀ କରାଯାଇଛି।

ଆନ୍ଧ୍ରକୁ ବଡ଼ ଝଟକା, ଜିଲ୍ଲା ପରିଷଦ ଓ ମଣ୍ଡଳ ପରିଷଦ ନିର୍ବାଚନକୁ ରଦ୍ଦ କଲେ ଆନ୍ଧ୍ର ହାଇକୋର୍ଟ
ଆନ୍ଧ୍ର ସରକାରଙ୍କୁ ବଡ଼ ଝଟକା । ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ଆନ୍ଧ୍ର ସରକାର ୪ ସପ୍ତାହ ପୂର୍ବରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନ କରି ନିର୍ବାଚନ କରିଥିବାରୁ ବିରୋଧୀ ଦଳ ହାଇକୋର୍ଟର ଦ୍ଵାରସ୍ତ ହୋଇ ଥିଲେ । ଆଜି ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ବେଆଇନ ଘୋଷଣା କରିଛନ୍ତି । ସେହି କ୍ରମରେ କୋଟିଆରେ ବି ଆନ୍ଧ୍ର ନିର୍ବାଚନ କରିଥିବା ବେଳେ କୋଟିଆର ନିର୍ବାଚନ ବେଆଇନ ପ୍ରମାଣିତ ହୋଇଛି । ଏହି ପଞ୍ଚାୟତ ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା କହିଲେ କୋର୍ଟ। ଏବେ ନିର୍ବାଚନ ଅସିଦ୍ଧ ସହ ପୁଣି ଥରେ ନିୟମାନୁସାରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ସୂଚନା ଯୋଗ୍ୟ ଯେ, ଫେବ୍ରୁଆରୀ ୧୩ ତାରିଖରେ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗାଁରେ ଆରମ୍ଭ ନିର୍ବାଚନ କରାଇଥିଲା ଆନ୍ଧ୍ର । ଫାଟୁସିନେରୀ ପାଇଁ ୨ ଜଣ ପ୍ରାର୍ଥୀ ହୋଇଥିବା ବେଳେ ପୋଲିଂ ବୁଥ ମଧ୍ୟ ସେଠାରେ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ଗଠନ ପୂର୍ବରୁ ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଦେଇ ଆସୁଛନ୍ତି। ଏହାର ପ୍ରାୟ ୧୫ବର୍ଷ ପରେ ୧୯୫୬ ମସିହାରେ ଆନ୍ଧ୍ରପ୍ରଦେଶ ଗଠନ ହୋଇଛି।

ଆନ୍ଧ୍ରକୁ କୋଟିଆ ଜବାବ୍‌ : ଓଡ଼ିଶାରେ ମିଶିବାକୁ ଆନ୍ଧ୍ର ସୀମାନ୍ତ ୧୮ ଗ୍ରାମବାସୀଙ୍କ ନିବେଦନ
ପଟାଙ୍ଗି : କୋରାପୁଟ ଜିଲ୍ଲା କୋଟିଆବାସୀଙ୍କୁ ଆନ୍ଧ୍ର ସରକାର ପ୍ରଲୋଭନ ଦେଖାଇ ନିଜ କବଜାକୁ ନେବାକୁ ଉଦ୍ୟମ କରୁଥିବା ବେଳେ ଏବେ ଆନ୍ଧ୍ରର ୧୮ଟି ଗ୍ରାମବାସୀ ଓଡ଼ିଶାରେ ମିଶିବାକୁ ନିବେଦନ କରିବା ଘଟଣା ଚର୍ଚ୍ଚାକୁ ଆସିଛି। ଆନ୍ଧ୍ର ସରକାର ସେମାନଙ୍କ ପାଇଁ କୋଣସି କାର୍ଯ୍ୟ କରୁନଥିବାରୁ ସାଲୁର ବ୍ଲକ ଅନ୍ତର୍ଗତ କୋଡମା ପଞ୍ଚାୟତର ୨ ହଜାରରୁ ଅଧିକ ଲୋକ ଏବେ ଓଡ଼ିଶାର ବିକାଶ ଧାରାରେ ନିଜକୁ ସାମିଲ କରିବା ନେଇ କୋରାପୁଟର ପୂର୍ବତନ ସାଂସଦଙ୍କୁ ନିବେଦନ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ପ୍ରକାରେ, ଓଡ଼ିଶାରେ ସାମିଲ ହେବାକୁ ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ ଅନ୍ତର୍ଗତ କୋଡମା ପଞ୍ଚାୟତର ୧୮ଟି ଗ୍ରାମବାସୀ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କୁ ନିବେଦନ କରିଛନ୍ତି। ଆନ୍ଧ୍ରପ୍ରଦେଶ ପକ୍ଷରୁ କୌଣସି ସୁବିଧା ପ୍ରଦାନ କରାଯାଉନଥିବାରୁ ଓଡ଼ିଶାରେ ସାମିଲ କରାଯିବାକୁ ସେମାନେ ନିବେଦନ କରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ଭୋଟ ସମୟରେ ସୁବିଧା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଉଥିବା ବେଳେ ଭୋଟ ପରେ ଅଞ୍ଚଳବାସୀଙ୍କୁ ଭୁଲି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆନ୍ଧ୍ର ପ୍ରଦେଶର ସାଲୁର ବ୍ଲକର କୋଡମା ପଞ୍ଚାୟତ ଅଞ୍ଚଳରେ ଆୟାଜିତ ଏକ ବୈଠକରେ ୧୮ ଖଣ୍ଡ ଗ୍ରାମର ଦୁଇ ହଜାରୁ ଅଧିକ ଲୋକ ସାମିଲ ହୋଇଥିଲେ। ପୂର୍ବତନ ସାଂସଦଙ୍କ ସମେତ ଉକ୍ତ ବୈଠକରେ ପଟାଙ୍ଗି ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି ଏବଂ ଓଡ଼ିଶାର ୩୦ ଜଣିଆ ଦଳ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ସାଲୁର୍ ବ୍ଲକ ଅଧ୍ୟକ୍ଷ ତଉଡିପିଲି ମାଳତୀ ଦୋରା ଯୋଗ ଦେଇଥିଲେ।

କୋଡମା ପଞ୍ଚାୟତରେ ୧୮ ଟି ଗାଁ ତଥା କୋଡମା, ସିତାମାଡା, ସିରୁବାରା, ପୁୟୁମାଡା, କଞ୍ଜାପାକା, ଗୁଞ୍ଜେରି, ମୋଣିଙ୍ଗି, କଡାଙ୍ଗିବାଲସା, ଅଡୁଗୁଡା, ଏମ ସିନ୍ତାଲବାଲସା, ମାଛିକା ସିନ୍ତାଲବାଲସା, ଲଦୋ, ବାଂଦାପାଡୁ, ଶିରିଆରା, ଚିନାସୋରା, ପେଦାସୋରା, ଦଇଆରା, ପୋଈମାଡା ସହ ୧୦ ଟି ୱାର୍ଡରେ ୮୫୦ ପରିବାର ରହିଛନ୍ତି । ପୂର୍ବ ପର୍ଯ୍ୟାୟରେ ୫ ବର୍ଷ ଧରି ସାଲୁର ବ୍ଲକର ଅଧ୍ୟକ୍ଷ ରହିଥିବା ବେଳେ  ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଆନ୍ଧ୍ରପ୍ରଦେଶ ସରକାର କେବଳ ଭୋଟ ନିମନ୍ତେ ଏଠାକୁ ଆସୁଛନ୍ତି । ଗ୍ରାମରେ ଶିକ୍ଷକ, ଅଙ୍ଗନବାଡି କର୍ମୀ ରହିଥିବା ବେଳେ ରାସ୍ତା, ସ୍କୁଲ, ଅଙ୍ଗନାବାଡି ଘର ଖଣ୍ଡେ ନାହିଁ। ଆନ୍ଧ୍ର ପ୍ରଦେଶ ସରକାର କେବଳ ବିଦ୍ୟୁତ ସହ ମାସିକ ପେନସନ ପ୍ରଦାନ କରୁଛନ୍ତି। ଅଞ୍ଚଳର ସମସ୍ୟା ନେଇ ବାରମ୍ବାର ଆନ୍ଧ୍ରପ୍ରଦେଶ ସରାକରଙ୍କୁ ଅବଗତ କରିବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ସେ କହିଛନ୍ତି ।

ଅପରପକ୍ଷରେ ପଞ୍ଚାୟତ ଠାରୁ ୭୦ କିମି ଦୂର ପଟାଙ୍ଗି ବ୍ଲକର କୁନ୍ଦୁଲି ହାଟପଦା ଉପରେ ରାସ୍ତା ସୁବିଧା ସହ ସ୍ବଳ୍ପ ଦିନ ମଧ୍ୟରେ ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତରେ ଉନ୍ନୟନ ଓ ବିକାଶ କାର୍ଯ୍ୟ ହୋଇଛି । ତେଣୁ କୋଟିଆ ଭଳି କୋଡମା ପଞ୍ଚାୟତର ୧୮ ଖଣ୍ଡ ଗ୍ରାମକୁ ମଧ୍ୟ ଓଡ଼ିଶାରେ ସାମିଲ କରିବା ସହ ଓଡ଼ିଶା ସରକାରଙ୍କ ଏହାର ବିକାଶ ପ୍ରତି ଗୁରୁତ୍ବ ଦେବା ନେଇ ସେମାନେ ଆଶାବ୍ୟକ୍ତ କରିଥିଲେ । ବୈଠକରେ ସେମିଳିଗୁଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଏସ. ନାରାୟଣ ରାଓ, କୋରାପୁଟ ଜିଲ୍ଲା କୁଇ ସମାଜର ସଭାପତି ଦାମୋଦର ଜାନୀ, ବିଙ୍ଗୁ ଜାନୀ, ନାରାୟଣ ଚୌଧୁରୀ, କୁଇ ସମାଜର କର୍ମକର୍ତ୍ତା ଏବଂ କାଣ୍ଟି ଓ ତଳଗୁମାଣ୍ଡି ଗ୍ରାମପଞ୍ଚାୟତର ଶିକ୍ଷିତ ଯୁବକ ପ୍ରମୁଖ ଉପସ୍ଥିତ ଥିଲେ ।