Career In Forestry And Wildlife - The Sakala
ଦିନକୁ ଦିନ ବନ୍ୟସମ୍ପଦ ହ୍ରାସ ପାଇବାରେ ଲାଗିଛି। ଜଙ୍ଗଲ କ୍ଷୟ ଯୋଗୁ ଜଳବାୟୁ ଉପରେ ବ୍ୟାପକ ପ୍ରଭାବ ପଡ଼ୁଛି। ବିଶ୍ବତାପନ ବୃଦ୍ଧି ପାଉଛି। ସେହିପରି ଅବାଧ ଶିକାର ଯୋଗୁଁ ବନ୍ୟପ୍ରାଣୀଙ୍କ ସଂଖ୍ୟା ଉଦ୍‌ବେଗଜନକଭାବେ କମି ଯାଉଛି। ଏହି ବିପର୍ଯ୍ୟୟ କେବେଳ ଗୋଟିଏ ରାଜ୍ୟ କିମ୍ବା ଦେଶରେ ସୀମିତ ହୋଇ ରହିନାହିଁ। ଏହା ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ସହ ବନ୍ୟ ସମ୍ପଦର ସଂରକ୍ଷଣ କରାଯିବାକୁ ପ୍ରୟାସ କରାଯାଉଛି। ଯେଉଁଥିପାଇଁ ପର୍ଯ୍ୟପ୍ତ ମାନବ ସମ୍ବଳର ଆବଶ୍ୟକତା ପଡ଼ୁଛି। ଏହି ପ୍ରେକ୍ଷାପଟ୍ଟରେ ଫରେଷ୍ଟ ଆଣ୍ଡ ୱାଇଲ୍ଡଲାଇଫ୍‌ କ୍ଷେତ୍ରରେ ନିଯୁକ୍ତିର ବ୍ୟାପକ ସମ୍ଭାବନା ରହିଛି।
ଶିକ୍ଷାଗତା ଯୋଗ୍ୟତା
ଫରେଷ୍ଟ ଆଣ୍ଡ ୱାଇଲ୍ଡଲାଇଫ୍‌ରେ କ୍ୟାରିୟର କରିବାକୁ ହେଲେ ଯୁକ୍ତ ଦୁଇ ବିଜ୍ଞାନରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ବିଷୟବସ୍ତୁ ଥିବା ଅନିବାର୍ଯ୍ୟ। ଏଥିସହ ୫୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ଜରୁରି। କେତେକ ଶିକ୍ଷାନୁଷ୍ଠାନରେ ପ୍ରବେଶିକା ପରୀକ୍ଷା ଓ କାଉସେଲିଂ ମଧ୍ୟ କରାଯାଏ। ଏହାପରେ ବିଏସ୍‌ସି ଫରେଷ୍ଟ୍ରି, ଫରେଷ୍ଟ ମ୍ୟାନେଜ୍‌ମେଣ୍ଟ, ଫରେଷ୍ଟ ଇକୋନୋମିକ୍ସ, ୱାଇଲ୍ଡଲାଇଫ୍‌ ସାଇନ୍ସ ଆଦି କୋର୍ସ କରିପାରିବେ। ଏ କ୍ଷେତ୍ରରେ ଅଧÒକ ପାଠ ପଢ଼ିବାକୁ ଚାହୁଁଥିଲେ, ଏମ୍‌ଫିଲ୍‌ କିମ୍ବା ପିଏଚ୍‌ଡି କରିପାରିବେ।
ନିଯୁକ୍ତି ସୁଯୋଗ
ଉଭୟ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ରହିଛି। ୱାଇଲ୍ଡଲାଇଫ୍ ରେଞ୍ଜ, ପ୍ରାଣୀ ଉଦ୍ୟାନ, ନ୍ୟାସ୍‌ନାଲ୍‌ ବନ୍ୟପ୍ରାଣୀ ଅନୁସନ୍ଧାନ ପ୍ରତିଷ୍ଠାନ, ଭାତୀୟ ବନ ବିଭାଗ ଅନୁସନ୍ଧାନ ଏବଂ ଶିକ୍ଷା ପରିଷଦ, ବନ୍ୟଜନ୍ତୁ ବିଭାଗ, ଜଙ୍ଗଲ ବିଭାଗ ଇତ୍ୟାଦିରେ ଚାକିରି କରି ପାରିବେ। ଏହି କ୍ଷେତ୍ରର ଭାରତୀୟ ବନ ସେବା ଅର୍ଥାତ୍‌ ଆଇଏଫ୍‌ଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜଣେ ଉଚ୍ଚ ପଦବୀରେ ଅଧÒଷ୍ଠିତ ହୋଇପାରିବେ।
କାର୍ଯ୍ୟ
ପଦବୀ ଓ ବିଭାଗକୁ ନେଇ ଏ କ୍ଷେତ୍ରରେ କାର୍ଯ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଯେପରିକି ଜଣେ ଫରେଷ୍ଟର୍‌ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା କରିବା ସହିତ ଲ୍ୟାଣ୍ଡସ୍କେପ୍ ପରିଚାଳନା, ଜଙ୍ଗଲ ଏବଂ ପ୍ରକୃତି ସହିତ ଜଡ଼ିତ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରିଥା’ନ୍ତି। ସେହିଭଳି ଜଣେ ଫରେଷ୍ଟ ରେଞ୍ଜର ଜଙ୍ଗଲରେ ଗଛ କାଟିବା ଏବଂ ପଶୁ ଶିକାରକୁ ଆଦିକୁ ରୋକିଥା’ନ୍ତି। ଜଣେ ପରିବେଶ ଅନୁସନ୍ଧାନକାରୀ ଜଙ୍ଗଲରେ ଆସୁଥିବା ପରିବର୍ତ୍ତନ, ପଶୁମାନଙ୍କର ପରିବର୍ତ୍ତନ ଏବଂ ନୂତନ ଉଦ୍ଭିଦ ପ୍ରଜାତିର ସନ୍ଧାନ କରିଥା’ନ୍ତି। ସେହିଭଳି ପ୍ରାଣୀ ଉଦ୍ୟାନରେ କାର୍ଯ୍ୟ କରୁଥÒବା କ୍ୟୁରେଟରମାନେ ପଶୁମାନଙ୍କର ଦିନଚର୍ଯ୍ୟା ଅନୁଧ୍ୟାନ କରିଥା’ନ୍ତି।
ପ୍ରମୁଖ ଅନୁଷ୍ଠାନ
ଓୟୁଏଟି, ଭୁବନେଶ୍ବର
ପଞ୍ଜାବ ଏଗ୍ରିକଲଚର୍‌ ୟୁନିଭର୍‌ସିଟି, ପଞ୍ଜାବ
ମାୟା କଲେଜ୍‌ ଅଫ୍‌ ଏଗ୍ରିକଲ୍‌ଚର୍‌ ଆଣ୍ଡ ଟେକ୍ନୋଲୋଜି, ଡେରାଡୁନ୍‌
କଲେଜ୍‌ ଅଫ୍‌ ହର୍ଟିକଲ୍‌ଚର ଆଣ୍ଡ ଫରେଷ୍ଟ୍ରି, ଅରୁଣାଚଳ ପ୍ରଦେଶ
ୱାଇଲ୍ଡଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ, ଡେରାଡୁନ୍‌
ଆନନ୍ଦ ନିକେତନ କଲେଜ୍‌ ଅଫ୍‌ ଏଗ୍ରିକଲ୍‌ଚର୍‌, ମହାରାଷ୍ଟ୍ର
ରୋଜଗାର
ଅଭିଜ୍ଞତା ଓ ପଦବୀକୁ ନେଇ ଏ କ୍ଷେତ୍ରରେ ରୋଜଗାର ନିର୍ଭର କରେ । ଜଣେ ମାସିକ ୪୦/୫୦ ହଜାରରୁ ଅଧÒକ ଟଙ୍କା ରୋଜଗାର କରିପାରିବେ। ସରକାରୀ କ୍ଷେତ୍ରରେ ପ୍ରାରମ୍ଭିକ ଦରମା ୫୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଅନ୍ୟପକ୍ଷରେ, ବେସରକାରୀ କ୍ଷେତ୍ରରେ ଦକ୍ଷତା ଏବଂ କମ୍ପାନୀ ଅନୁଯାୟୀ ମାସକୁ ୨୫ ହଜାରରୁ ୩ ଲକ୍ଷ ଟଙ୍କା ରୋଜଗାର କରିପାରିବେ।