Investors - The Sakala
ନୂଆଦିଲ୍ଲୀ: ସମ୍ପ୍ରତି ଘରୋଇ ବଜାରରେ ସୁନା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପୁଞ୍ଜି ଜବାରରେ ଅନିଶ୍ଚିତତା ଯୋଗୁ ଘରୋଇ ବଜାରରେ ନିବେଶକଙ୍କ ଲାଗି ସୁନା ଏକ ଭରସାଯୋଗ୍ୟ ନିବେଶମାଧ୍ୟମ ସାଜିଛି। ତେବେ ସୁନା ତୁଳନାରେ ରୁପା ମଧ୍ୟ କୌଣସି ଗୁଣେ ପଛରେ ପଡିନାହିଁ । ସଚୁନା ଭଳି ବର୍ତ୍ତମାନ  ରୁପା ମଧ୍ୟ ନିବେଶକଙ୍କୁ ନିବେଶ ପାଇଁ ବେଶ ଆକର୍ଷିତ କରୁଥିବା ଜଣାପଡିଛି।
ଏହି ଅନୁଯାୟୀ, ଚଳିତ ବର୍ଷ ରୁପା ଏ ପର୍ଯ୍ୟନ୍ତ ନିବେଶକଙ୍କୁ ୧୧ ପ୍ରତିଶତ ରିଟର୍ଣ୍ଣ ଦେଇସାରିଲାଣି। ପୁଞ୍ଜି ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ, ରୁପା ଆଗାମୀ ୩-୪ ବର୍ଷ ମଧ୍ୟରେ ନିବେଶକଙ୍କୁ ଅଧିକ ରିଟର୍ଣ୍ଣ ଦେବ। ଏଥିସହ ସୁନା ତୁଳନାରେ ରୁପାର ମୂଲ୍ୟ ଅଧିକ ବଢୁଛି। ରୂପା ମୂଲ୍ୟରେ ବୃଦ୍ଧିର ମୁଖ୍ୟ କାରଣ ହେଉଛି, ଏହି ଧାତୁ ଇନଭେଷ୍ଟମେଣ୍ଟ ଆସେଟ ସହ ଶିଳ୍ପ କ୍ଷେତ୍ରରେ ଅଧିକ ବ୍ୟବହାର କରାଯାଉଛି। ଏଥିସହ ସୁନା ତୁଳନାରେ ଏହା ଅଧିକ ସୁଲଭ। ଏଥିପାଇଁ ନିବେଶକମାନେ ଏହାକୁ ଅଧିକ ସହଜରେ କିଣିପାରିବେ।
ଏ ସମ୍ପର୍କରେ ମେହେଟା ଇକ୍ୟୁଟିଜ୍ ଲିମିଟେଡର ଉପାଧ୍ୟକ୍ଷ ରାହୁଲ କଲନ୍ତ୍ରୀ କହିଛନ୍ତି ଯେ, ଦେଶରେ ରୁପାର ଫ୍ୟୁଚର ମୂଲ୍ୟ ଗତବର୍ଷ ୧୭.୫୦ ପ୍ରତିଶତ ବଢିଛି। ଏହା ବିଗତ ୧୦ ବର୍ଷରେ ହାରାହାରି ୯.୫୬ ପ୍ରତିଶତରୁ ଅଧିକ। ଗତ ଦୁଇ ବର୍ଷରେ ଏଥିରେ ଦୃଢ ପ୍ରଦର୍ଶନ ଦେଖିବାକୁ ମିଳିଛି ଏବଂ ଚଳିତ ବର୍ଷ ଏପର୍ଯ୍ୟନ୍ତ ଏଥିରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ଆଜି ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୦,୫୭୦ ଟଙ୍କା ରହିଥÒବାବେଳେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୮୭,୮୮୦ ଟଙ୍କା ରହିଛି। ସେହିପରି ରୁପା କିଲୋ ପିଛା ୧,୦୨,୨୦୦ ଟଙ୍କାରେ ପହଞ୍ଚିଛି।
ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ : ନନ୍‌ ଷ୍ଟପ୍‌ ନବୀନ, ୫ ଘଣ୍ଟାରେ ୩୭ ନିବେଶକଙ୍କ ସହ ୱାନ ଟୁ ୱାନ୍‌ ଆଲୋଚନା
ଭୁବନେଶ୍ବର : ସୋମବାର ହାଇଦ୍ରାବାଦରେ ଅନୁଷ୍ଠିତ ହେଉଛି ଓଡ଼ିଶା ନିବେଶକ ସମ୍ମିଳନୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିଛନ୍ତି ନବୀନ।
Pleasure meeting Shri Rameshwar J Rao, Executive Chairman of Maha Cement at #OdishaInvestorsMeet 2022 in #Hyderabad. Discussed further expansion of the company’s existing footprint & the huge opportunities available in construction sector in #Odisha. #MakeInOdisha pic.twitter.com/GXCRIxRizO
— Naveen Patnaik (@Naveen_Odisha) October 17, 2022
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଦିନ ଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ ଜନ୍ମ ଦିନକୁ ପାଳନ ନକରି ଓଡ଼ିଶାର ତଥା ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳରେ ଆଇବିଏମର ଭୁବନେଶ୍ୱର କାର୍ୟ୍ୟାଳୟକୁ ଉଦଘାଟନ କରି ହାଇଦ୍ରାବାଦରେ ହେଉଥିବା ଇନଭେଷ୍ଟର୍ସ ମିଟ୍ ଯୋଗ ଦେବା ପାଇଁ ବାହାରି ଯାଇଥିଲେ।
Pleasure meeting Shri K Veerbhadra Rao, CMD, Sandhya Aqua at #OdishaInvestorsMeet 2022 in #Hyderabad. Highlighted the incentives offered as per #Odisha Food Processing Policy. Food processing is a focus sector for Odisha & invited him to explore huge #InvestInOdisha opportunities pic.twitter.com/8f3cejf8WJ
— Naveen Patnaik (@Naveen_Odisha) October 17, 2022
ତେବେ ଆଜି ଅନୁଷ୍ଠିତ ହେଉଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଘଣ୍ଟାରେ ୩୭ ନିବେଶକଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ୭୭ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ନବୀନ କ୍ଲାନ୍ତ ଅନୁଭବ ନକରି ନିବଶକମାନଙ୍କ ସହ ନନ୍‌ ଷ୍ଟପ୍‌ ଆଲୋଚନା କରିଛନ୍ତି। ଓଡ଼ିଶା ଶିଳ୍ପାୟନ ପାଇଁ ସର୍ବୋକୃଷ୍ଟ। ବିଶାଳ ବେଳାଭୂମି, ଖଣିଜ ଶିଳ୍ପରେ ସମୃଦ୍ଧ ରାଜ୍ୟ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉତ୍ତମ ପରିବେଶ ରହିଛି। ଏଥି ସହିତ ରାଜ୍ୟ ସରକାର ମଧ୍ୟ ରାଜ୍ୟରେ ପୁଞ୍ଜିନିବେଶ କରୁଥିବା ନିବେଶକମାନଙ୍କୁ ସମସ୍ତ କ୍ଷେତ୍ରରେ ସହଯୋଗର କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମଧ୍ୟ ନବୀନ ଜଣାଇଛନ୍ତି।
Glad to meet Shri N V Ramana, CMD of Neptunus Ship Builders & Recyclers at #OdishaInvestorsMeet 2022 in #Hyderabad. Discussed the immense business opportunities available in metal downstream sector in #Odisha and invited him to #MakeInOdishaConclave2022. pic.twitter.com/KmnQo2qn5Z
— Naveen Patnaik (@Naveen_Odisha) October 17, 2022
ଆସନ୍ତା ନଭେମ୍ବର-ଡିସେମ୍ବରରେ ଭୁବନେଶ୍ବରରେ ହେବାକୁ ଥିବା ମେକ ଇନ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ୮ମ ରୋଡ ସୋ । ପୂର୍ବରୁ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁରେ ଏହି ମିଟ ଆୟୋଜିତ ହୋଇସାରିଛି।
Pleasure meeting Shri K Ragava Ram, Director of Crane Global Solutions at #OdishaInvestorsMeet 2022 in #Hyderabad. Highlighted that #Odisha is fast emerging as the technology resource hub of India and the incentives offered in the #Odisha IT Policy 2022. #MIO2022 pic.twitter.com/3CSARo1kmv
— Naveen Patnaik (@Naveen_Odisha) October 17, 2022
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭାରତ ବାୟୋଟେକର ଅଧ୍ୟକ୍ଷ ଡ.କ୍ରିଷ୍ଣା ଏଲାଙ୍କୁ ଭେଟି ଓଡ଼ିଶାରେ ପ୍ରସ୍ତାବିତ ଟିକା କାରଖାନା ଉପରେ ଆଲୋଚନା କରିଥିଲେ । ରାମକି ଗ୍ରୁପର ଏମଡି ଓ୍ବାଇଆର. ନାଗରାଜା, ଶ୍ରୀମଲାନି ଫୋମ୍ସର ଅଧ୍ୟକ୍ଷ ପୁରୁଷୋତ୍ତମ ମଲାନି, ଦିବ୍ୟଶକ୍ତି ଇଣ୍ଡିଆର ଅଧ୍ୟକ୍ଷ ରବୀନ୍ଦ୍ର ଅଗ୍ରଓ୍ବାଲ,ଡେଲଏଟ ଇଣ୍ଡିଆର ଏମଡି ଏମ.ଭେଙ୍କଟରାମ, ସାନିଭିରା ଇଣ୍ଡଷ୍ଟ୍ରିଜର ଏମଡି ଓ୍ବାଇ.ରାଜୀବ ରେଡ୍ଡୀ, ଆରନ କ୍ୟାପିଟାଲର ଅଧ୍ୟକ୍ଷ ଡେଭିଡ୍ ଓଲଫ, କଣ୍ଟ୍ରୋଲ-ଏସ ଡାଟାସେଣ୍ଟରର ସିଏମଡି ପିଏସ ରେଡ୍ଡୀ , ମାଇକ୍ରୋସଫ୍ଟ ଇଣ୍ଡିଆର ଏମଡି ରାଜୀବ କୁମାର, ଓରାକଲ ଇଣ୍ଡିଆର ଏମଡି ଶୈଳେନ୍ଦ୍ର କୁମାର ପ୍ରମୁଖଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ବ୍ୟବସାୟିକ ବାତାବରଣ ରହିଛି ବୋଲି କହିଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Glad to meet Shri M Prabhakar Rao, Chairman of NSL Group at #OdishaInvestorsMeet 2022 in #Hyderabad. Highlighted that chemical is a focus sector of #Odisha and conducive business environment makes the state an attractive destination for #InvestInOdisha. pic.twitter.com/0QOyQgJp1u
— Naveen Patnaik (@Naveen_Odisha) October 17, 2022
Glad to meet Shri P S Reddy, CMD of @CtrlS at #OdishaInvestorsMeet 2022 in #Hyderabad, the curtain raiser event for #MakeInOdisha Conclave. Highlighted the incentives offered by #Odisha as per the State Data Center Policy and invited him to explore huge opportunities. #MIO2022. pic.twitter.com/DNAlB8pe1e
— Naveen Patnaik (@Naveen_Odisha) October 17, 2022
ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ନୂଆଦିଲ୍ଲୀ ନିବେଶକ ସମ୍ମେଳନରେ ୧୬ଟି ରାଷ୍ଟ୍ରର ଶିଳ୍ପପତି, ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିବେ ନବୀନ
ଭୁବନେଶ୍ୱର: ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ସକାଳ ୯.୪୦ ସମୟରେ ମୁଖ୍ୟମନ୍ତ୍ରୀ ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଏବଂ ୬ ତାରିଖ ଦିନ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ହେବାକୁ ଥିବା ନିବେଶକ ଓ ରାଷ୍ଟ୍ରଦୂତଙ୍କ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଆମେରିକା, ୟୁଏଇ, କାତର, ଓମାନ୍‍, ବାହାରିନ୍‍, ସାଉଦି ଆରବ, ୟୁକେ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବେଲଜିୟମ୍‍, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଭଳି ଦେଶର ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବେ।
ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାର ମେକ୍‍ ଇନ୍‍ କନକ୍ଲେଭ୍‍ ଆୟୋଜନ କରୁଥିବାରୁ ଏଥିରେ ଯୋଗଦେବା ଲାଗି ଏସବୁ ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯିବ। ଓଡ଼ିଶାରେ ଯେପରି ସେମାନେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ସେମାନଙ୍କ ସହ ଆଲୋଚନା ହେବ। କରୋନା ପାଇଁ ଦୁଇ ବର୍ଷ ପରେ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ ଆୟୋଜନ ହେଉଥିବାରୁ ରାଜ୍ୟ ପାଇଁ ଏହା ବେଶ୍‍ ଗୁରୁତ୍ୱ ବହନ କରୁଛି। ଅପରପକ୍ଷେ ଆସନ୍ତା ୪ ତାରିଖ ଦିନ ଦିଲ୍ଲୀରେ ଆୟୋଜିତ ସମାରୋହରେ କ୍ୟାପିଟାଲ ଫାଉଣ୍ଡେସନ୍‍ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଜୀବନ ବ୍ୟପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ଉଲ୍ଲେଖନୀୟ ସେବା ଏବଂ ଅସାଧାରଣ ନେତୃତ୍ୱ ପାଇଁ ଏହି କାର୍ଯ୍ୟକ୍ରମରେ ସୁପ୍ରିମ୍‍ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ୍‍ଭି ରମଣା ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରିବେ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁବାଇରେ ମଧ୍ୟ ଇନଭେଷ୍ଟର୍ସ ମିଟ୍‍ରେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ରାଜ୍ୟରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଥିଲା। ମଧ୍ୟ ପ୍ରାଚ୍ୟଏବଂ ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥା ମେକ ଇନ୍‍ କନକ୍ଲେଭରେ ଅଂଶଗ୍ରହଣ କରିବା ନେଇ ସେ ସମୟରେ ସମ୍ମତି ପ୍ରଦାନ କରିଥିଲେ। ଆଗାମୀ ଦଶନ୍ଧିରେ ରାଜ୍ୟରେ ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍‍, କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‍ ଓ ବିପଣନ ଏବଂ ଲଜିଷ୍ଟିକ୍‍ ଓ କ୍ଲିନ ଏନର୍ଜି ଆଦି କ୍ଷେତ୍ରରେ ରାଜ୍ୟରେ ନିବେଶ ସୁଯୋଗ ସୃଷ୍ଟି କରାଯିବ। ଏଫଆଇସିସିଆଇ(ଫିକି) ଡିଜି ଅରୁଣ ଚାୱଲା, ଇନଭେଷ୍ଟ ଇଣ୍ଡିଆର ସିଇଓ ଏବଂ ଏମଡି ଦୀପକ ବଗଲା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଜଣାପଡିଛି।
ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଇଡକୋ ଏମ୍‍ଡି ଭୂପେନ୍ଦ୍ର ସିଂ ପୁନିଆ ଏବଂ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସଦ୍ଦିକ ଆଲାମ ପ୍ରମୁଖ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ସମ୍ପର୍କିତ ଏକ ପ୍ରେଜେଣ୍ଟେସନ୍‍ କାର୍ଯ୍ୟକ୍ରମରେ ଉପସ୍ଥାପନ କରିବେ। ମନ୍ତ୍ରୀ ପ୍ରତାପ ଦେବ ନିର୍ଦ୍ଦିଷ୍ଟ ଭାବେ ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବେ। ସେହିପରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଶିଳ୍ପସଂସ୍ଥା ଏବଂ କମ୍ପାନୀ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କେନ୍ଦ୍ର ସରକାରଙ୍କ ନିକଟରେ ପଡି ରହିଥିବା କେତେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।