andhrapradesh - The Sakala

ବାଇକ୍ ସହ ଧକ୍କା ହୋଇ ବସରେ ଲାଗିଗଲା ନିଆଁ, ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ
ବିଶାଖାପାଟଣା: ବାଇକ୍ ସହ ଧକ୍କା ହୋଇ ବସରେ ଲାଗିଗଲା ନିଆଁ । ଜୀବନ୍ତ ଜଳିଗଲେ ୨୦ ଯାତ୍ରୀ । ହାଇଦ୍ରାବାଦ-ବେଙ୍ଗାଲୁରୁ ଏନ୍‌ଏଚ୍‌ରେ କାବେରୀ ଟ୍ରଭେଲସର ଏକ ଯାତ୍ରୀବାହୀ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗତକାଲି ରାତିରେ ଆନ୍ଧ୍ରର କର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ଏହି ଅଘଟଣ ଘଟିଛି । ବାଇକ୍‌ ସହ ଧକ୍କା ହେବାରୁ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଟି କିଛି ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ଜଳିଯାଇଥିଲା । ବସ୍‌ରେ ୪୨ ଜଣ ଯାତ୍ରୀ ଥିଲେ । ବସରେ ନିଆଁ ଲାଗିଯିବାରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ । ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା ଏହି ବସ୍ ।

ପୋଲିସ ସୂତ୍ର ଅନୁଯାୟୀ, ବସଟି ଗୋଟିଏ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲା ଏବଂ ବାଇକଟି ବସ ଚକାରେ ଚାପି ହୋଇ କିଛି ଦୂର ଘସି ହୋଇ ଯିବା ଦ୍ୱାରା ସାରା ବସରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ବସ ଝରକା ଭାଙ୍ଗି ୧୨ ଜଣ ଯାତ୍ରୀ ଖସି ପଳାଇବାରେ ସଫଳ ହୋଇଥିଲେ । ଡାକ୍ତରଖାନାରୁ ଚିକିତ୍ସାଧିନ ଜଣେ ଯାତ୍ରୀ କହିଛନ୍ତି ଯେ ସେ ଚାରି ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ , କିନ୍ତୁ ତାଙ୍କ ପରିବାରର କିଛି ସଦସ୍ୟ ନିଆଁରେ ଫସି ଯାଇଥିଲେ। ଏହି ଦୁର୍ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ହୃଦୟରୁ ସମବେଦନା ଜଣାଇଛି ।

ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ: ୬ ମହିଳା ଶ୍ରମିକ ମୃତ
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ଏକ ଟ୍ରକ୍‌ ଧକ୍କା ଦେଇଛି। ଫଳକେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛିି। ଏହି ଦୁର୍ଘଟଣାରେ ଆହୁରି ଅନେକ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ସମସ୍ତେ ମହିଳା ଶ୍ରମିକ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ହାଇଦ୍ରାବାଦ-ବାଙ୍ଗାଲୋର ହାଇୱେରେ ଏକ ଯାତ୍ରୀବାହୀ ଅଟୋ ମହିଳା ଶ୍ରମିକଙ୍କୁ ନେଇ ଯାଉଥିଲା। ଅଟୋଟି ଅନନ୍ତପୁରର ପମିଡି ମଣ୍ଡଳ ଅଞ୍ଚଳରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ଟି ଅଟୋକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୬ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତେ ଅନନ୍ତପୁରର କୋପଲ୍ଲାକୋଁଡା ଗାଁର ବୋଲି ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆନ୍ଧ୍ରକୁ କୋଟିଆ ଜବାବ୍‌ : ଓଡ଼ିଶାରେ ମିଶିବାକୁ ଆନ୍ଧ୍ର ସୀମାନ୍ତ ୧୮ ଗ୍ରାମବାସୀଙ୍କ ନିବେଦନ
ପଟାଙ୍ଗି : କୋରାପୁଟ ଜିଲ୍ଲା କୋଟିଆବାସୀଙ୍କୁ ଆନ୍ଧ୍ର ସରକାର ପ୍ରଲୋଭନ ଦେଖାଇ ନିଜ କବଜାକୁ ନେବାକୁ ଉଦ୍ୟମ କରୁଥିବା ବେଳେ ଏବେ ଆନ୍ଧ୍ରର ୧୮ଟି ଗ୍ରାମବାସୀ ଓଡ଼ିଶାରେ ମିଶିବାକୁ ନିବେଦନ କରିବା ଘଟଣା ଚର୍ଚ୍ଚାକୁ ଆସିଛି। ଆନ୍ଧ୍ର ସରକାର ସେମାନଙ୍କ ପାଇଁ କୋଣସି କାର୍ଯ୍ୟ କରୁନଥିବାରୁ ସାଲୁର ବ୍ଲକ ଅନ୍ତର୍ଗତ କୋଡମା ପଞ୍ଚାୟତର ୨ ହଜାରରୁ ଅଧିକ ଲୋକ ଏବେ ଓଡ଼ିଶାର ବିକାଶ ଧାରାରେ ନିଜକୁ ସାମିଲ କରିବା ନେଇ କୋରାପୁଟର ପୂର୍ବତନ ସାଂସଦଙ୍କୁ ନିବେଦନ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ପ୍ରକାରେ, ଓଡ଼ିଶାରେ ସାମିଲ ହେବାକୁ ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ ଅନ୍ତର୍ଗତ କୋଡମା ପଞ୍ଚାୟତର ୧୮ଟି ଗ୍ରାମବାସୀ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କୁ ନିବେଦନ କରିଛନ୍ତି। ଆନ୍ଧ୍ରପ୍ରଦେଶ ପକ୍ଷରୁ କୌଣସି ସୁବିଧା ପ୍ରଦାନ କରାଯାଉନଥିବାରୁ ଓଡ଼ିଶାରେ ସାମିଲ କରାଯିବାକୁ ସେମାନେ ନିବେଦନ କରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ଭୋଟ ସମୟରେ ସୁବିଧା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଉଥିବା ବେଳେ ଭୋଟ ପରେ ଅଞ୍ଚଳବାସୀଙ୍କୁ ଭୁଲି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆନ୍ଧ୍ର ପ୍ରଦେଶର ସାଲୁର ବ୍ଲକର କୋଡମା ପଞ୍ଚାୟତ ଅଞ୍ଚଳରେ ଆୟାଜିତ ଏକ ବୈଠକରେ ୧୮ ଖଣ୍ଡ ଗ୍ରାମର ଦୁଇ ହଜାରୁ ଅଧିକ ଲୋକ ସାମିଲ ହୋଇଥିଲେ। ପୂର୍ବତନ ସାଂସଦଙ୍କ ସମେତ ଉକ୍ତ ବୈଠକରେ ପଟାଙ୍ଗି ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି ଏବଂ ଓଡ଼ିଶାର ୩୦ ଜଣିଆ ଦଳ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ସାଲୁର୍ ବ୍ଲକ ଅଧ୍ୟକ୍ଷ ତଉଡିପିଲି ମାଳତୀ ଦୋରା ଯୋଗ ଦେଇଥିଲେ।

କୋଡମା ପଞ୍ଚାୟତରେ ୧୮ ଟି ଗାଁ ତଥା କୋଡମା, ସିତାମାଡା, ସିରୁବାରା, ପୁୟୁମାଡା, କଞ୍ଜାପାକା, ଗୁଞ୍ଜେରି, ମୋଣିଙ୍ଗି, କଡାଙ୍ଗିବାଲସା, ଅଡୁଗୁଡା, ଏମ ସିନ୍ତାଲବାଲସା, ମାଛିକା ସିନ୍ତାଲବାଲସା, ଲଦୋ, ବାଂଦାପାଡୁ, ଶିରିଆରା, ଚିନାସୋରା, ପେଦାସୋରା, ଦଇଆରା, ପୋଈମାଡା ସହ ୧୦ ଟି ୱାର୍ଡରେ ୮୫୦ ପରିବାର ରହିଛନ୍ତି । ପୂର୍ବ ପର୍ଯ୍ୟାୟରେ ୫ ବର୍ଷ ଧରି ସାଲୁର ବ୍ଲକର ଅଧ୍ୟକ୍ଷ ରହିଥିବା ବେଳେ  ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଆନ୍ଧ୍ରପ୍ରଦେଶ ସରକାର କେବଳ ଭୋଟ ନିମନ୍ତେ ଏଠାକୁ ଆସୁଛନ୍ତି । ଗ୍ରାମରେ ଶିକ୍ଷକ, ଅଙ୍ଗନବାଡି କର୍ମୀ ରହିଥିବା ବେଳେ ରାସ୍ତା, ସ୍କୁଲ, ଅଙ୍ଗନାବାଡି ଘର ଖଣ୍ଡେ ନାହିଁ। ଆନ୍ଧ୍ର ପ୍ରଦେଶ ସରକାର କେବଳ ବିଦ୍ୟୁତ ସହ ମାସିକ ପେନସନ ପ୍ରଦାନ କରୁଛନ୍ତି। ଅଞ୍ଚଳର ସମସ୍ୟା ନେଇ ବାରମ୍ବାର ଆନ୍ଧ୍ରପ୍ରଦେଶ ସରାକରଙ୍କୁ ଅବଗତ କରିବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ସେ କହିଛନ୍ତି ।

ଅପରପକ୍ଷରେ ପଞ୍ଚାୟତ ଠାରୁ ୭୦ କିମି ଦୂର ପଟାଙ୍ଗି ବ୍ଲକର କୁନ୍ଦୁଲି ହାଟପଦା ଉପରେ ରାସ୍ତା ସୁବିଧା ସହ ସ୍ବଳ୍ପ ଦିନ ମଧ୍ୟରେ ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତରେ ଉନ୍ନୟନ ଓ ବିକାଶ କାର୍ଯ୍ୟ ହୋଇଛି । ତେଣୁ କୋଟିଆ ଭଳି କୋଡମା ପଞ୍ଚାୟତର ୧୮ ଖଣ୍ଡ ଗ୍ରାମକୁ ମଧ୍ୟ ଓଡ଼ିଶାରେ ସାମିଲ କରିବା ସହ ଓଡ଼ିଶା ସରକାରଙ୍କ ଏହାର ବିକାଶ ପ୍ରତି ଗୁରୁତ୍ବ ଦେବା ନେଇ ସେମାନେ ଆଶାବ୍ୟକ୍ତ କରିଥିଲେ । ବୈଠକରେ ସେମିଳିଗୁଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଏସ. ନାରାୟଣ ରାଓ, କୋରାପୁଟ ଜିଲ୍ଲା କୁଇ ସମାଜର ସଭାପତି ଦାମୋଦର ଜାନୀ, ବିଙ୍ଗୁ ଜାନୀ, ନାରାୟଣ ଚୌଧୁରୀ, କୁଇ ସମାଜର କର୍ମକର୍ତ୍ତା ଏବଂ କାଣ୍ଟି ଓ ତଳଗୁମାଣ୍ଡି ଗ୍ରାମପଞ୍ଚାୟତର ଶିକ୍ଷିତ ଯୁବକ ପ୍ରମୁଖ ଉପସ୍ଥିତ ଥିଲେ ।