health benifits - The Sakala
ଅଶ୍ବଗନ୍ଧାର ବୈଜ୍ଞାନିକ ନାଁ ଉଇଥାନିଆ ସୋମନିଫେରା। ଏଥିରେ ଭିଟାମିନ୍‌ -ବି, ଡି, ଇ, କ୍ୟାଲସିୟମ, ପଟାସିୟମ,ମ୍ୟାଗ୍ନେସିୟମ, ଜିଙ୍କ ଭଳି ଅନ୍ୟାନ୍ୟ ପୋଷକତତ୍ତ୍ବ ରହିଛି। ଅଶ୍ବଗନ୍ଧାର ମୂଳଟି ମାଂସାଳ । ପତ୍ରଗୁଡ଼ିକ ଅଣ୍ଡାକୃତି। ଏହାର ଚେରରେ ବିଭିନ୍ନ ପ୍ରକାର ଆଲକାଲଏଡ଼୍‌, ଫ୍ଲାବୋନଏଡ୍‌ ଆଦି ଥିବାରୁ ଏହା ବହୁ ଔଷଧ ତିଆରିରେ ବ୍ୟବହୃତ ହୁଏ। ଆୟୁର୍ବେଦରେ ଅଶ୍ବଗନ୍ଧାକୁ ଔଷଧ ଭାବେ ବ୍ୟବହାର କରାଯାଏ।
ଏଥିରେ ଥିବା ହେମାଟିନିକ ରକ୍ତରେ ଲୌହ ଅଂଶ ବୃଦ୍ଧି କରାଏ। କୃମିନାଶକ, ବ୍ୟଥା ଉପଶମକାରୀ, ରକ୍ତବିଶୋଧକ, ପୌରୁଷତ୍ବବର୍ଦ୍ଧକ ପାଇଁ ଏହା ବହୁତ ହିତକର। ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ କ୍ଷୀରରେ ଏକ ଚାମଚ ଅଶ୍ବଗନ୍ଧା ପାଉଡର ପିଇବା ସର୍ବୋତ୍ତମ। ମହୁ ସହିତ ମଧ୍ୟ ସେବନ କରଯାଇପାରେ।
ଏହାର ମୂଳର ଚୂର୍ଣ୍ଣ କ୍ଷୀର କିମ୍ବା ଘିଅ ସହିତ ସେବନ କଲେ ସ୍ବାସ୍ଥ୍ୟ ଏବଂ ମେଧା ଉଭୟ ବୃଦ୍ଧି ପାଏ। ଅଶ୍ବ ଗନ୍ଧାର ପତ୍ରଗୁଡିକ ଜ୍ବର, ଆଖିଫୁଲା ଆଦିରେ ବ୍ୟବହାର କରାଯାଏ। ଏହା ଚିନ୍ତା ଓ ଥକ୍କାପଣ ଦୂର କରେ। ଓଜନ ହ୍ରାସ କରେ।
ତିନି ଗ୍ରାମ୍‌ ଅଶ୍ବଗନ୍ଧାକୁ ୫୦ ମିଲି ଗ୍ରାମ୍‌ ପିପ୍ପଳି, ୫ଗ୍ରାମ୍‌ ଘିଅ ଓ ୫ଟି ତୁଳସୀ ପତ୍ର ସହିତ ମିଶାଇ ସେବନ କଲେ ଅର୍ଶ ରୋଗରୁ ଉପଶମ ଦିଏ। ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ। ମାନସିକ ସ୍ବାସ୍ଥ୍ୟକୁ ସୁଦୃଢ଼ କରିବା ସହ ଶରୀରକୁ ଶକ୍ତି ପ୍ରଦାନ କରେ।
ମହିଳାଙ୍କ ଋତୁସ୍ରାବ ଅନିୟମିତତାକୁ ଦୂର କରେ। ତେବେ ଅଶ୍ବଗନ୍ଧା ସେବନ ପୂର୍ବରୁ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରି। ଗର୍ଭବତୀ ମହିଳା, ରକ୍ତଚାପ କିମ୍ବା ଥାଇରଏଡ ରୋଗୀ ଚିକିତ୍ସକଙ୍କ ବିନା ପରାମର୍ଶରେ ଏହାକୁ ସେବନ କରିବା ଅନୁଚିତ।
ଜଣେ ନାରୀ ଜୀବନରେ ମାତୃତ୍ବ ହିଁ ପୂର୍ଣ୍ଣତା ଆଣିଦିଏ। ‘ଗର୍ଭଧାରଣ’ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ଅନୁଭୂତି। ଏହି ସମୟଟି ଉଭୟ ମା’ ଓ ଶିଶୁଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥାଏ। ତେବେ ବେଳେ ବେଳେ ଜଣେ ମହିଳା ଗର୍ଭଧାରଣ କରିଥିଲେ ମଧ୍ୟ ଅଚାନକ ତାଙ୍କର ଗର୍ଭନଷ୍ଟ ହୋଇଯାଏ। ତେବେ ଏହା ପଛର କାରଣ, କିପରି ଏହି ସମସ୍ୟାର ସମାଧାନ ହୋଇପାରିବ, ତାହାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।
କାରଣ: ସାଧାରଣତଃ ୩୫ ବର୍ଷ ବୟସ ପରେ ମିସ୍‌କ୍ୟାରେଜ୍‌ ବା ଗର୍ଭନଷ୍ଟ ହେବାର ଆଶଙ୍କା ଅଧିକ ରହିଥାଏ। ଏହି ବୟସରେ ଓଭାରି ବା ଡିମ୍ବାଶୟ ଦୁର୍ବଳ ହୋଇଥାଏ। ତାସହିତ ଏହି ବୟସରେ ଜଣଙ୍କୁ ବିଭିନ୍ନ ଗମ୍ଭୀର ରୋଗ ଗ୍ରାସିବା ଆରମ୍ଭ କରିଦେଇଥାଏ। ଜେନେଟିକ୍‌ ଡିଫେକ୍ଟ ତଥା ସ୍ବାସ୍ଥ୍ୟଗତ ସମସ୍ୟା, ଗର୍ଭାଶୟରେ କୌଣସି ସମସ୍ୟା ଥିଲେ, ଗର୍ଭ ନଷ୍ଟ ହୋଇଯାଇଥାଏ। ତେବେ ଗର୍ଭଧାରଣ ପରେ ମହିଳାଙ୍କ ଋତୁସ୍ରାବ ବନ୍ଦ ହେବାର ୨୮ ସପ୍ତାହ ମଧ୍ୟରେ ମିସ୍‌କ୍ୟାରେଜ୍‌ ହେବାର ଆଶଙ୍କା ଅଧିକ ଥାଏ। ଏବେ ୭ ସପ୍ତାହରୁ ୧୩ ସପ୍ତାହ ମଧ୍ୟରେ ମଧ୍ୟ ମିସ୍‌ କ୍ୟାରେଜ ଅଧିକ ହେଉଛି। ଗର୍ଭପାତ ହେବା ପୂର୍ବରୁ ରକ୍ତସ୍ରାବ, ତଳିପେଟରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦିଏ। ତେବେ ପ୍ରଥମ ତିନି ମାସରେ ଶୁକ୍ରାଣୁ ଏବଂ ଡିମ୍ବାଣୁରେ କିଛି ସମସ୍ୟା, ସଂକ୍ରମଣ, ଗର୍ଭସ୍ଥ ଶିଶୁକୁ ରକ୍ତ ସଂଚାରଣ ହୋଇ ନ ପାରିବା କାରଣରୁ ଗର୍ଭନଷ୍ଟ ହୋଇପାରେ। ଦ୍ବିତୀୟ ତିନି ମାସରେ ଜରାୟୁରେ କୌଣସି ସମସ୍ୟା ଥିଲେ ଯଥା- ଜରାୟୁ ଟ୍ୟୁମର୍‌ ଆଦି କାରଣରୁ ଗର୍ଭନଷ୍ଟ ହୁଏ। ଏହାଛଡ଼ା ଅଧିକ ବୟସରେ ଗର୍ଭଧାରଣ, ଧାଁ ଧଉଡ଼, ପେଟ ଉପରେ ଚାପ ପଡ଼ିବା, ଯୌନାଙ୍ଗ ସଂକ୍ରମଣ ଆଦି କାରଣରୁ ବାରମ୍ବାର ଗର୍ଭନଷ୍ଟ ହୋଇଥାଏ।
କେଉଁମାନଙ୍କୁ ଅଧିକ ବିପଦ
ଗର୍ଭାବସ୍ଥାରେ ମହିଳାଙ୍କ ଶାରୀରିକ ଅସୁସ୍ଥତା, ହର୍ମୋନାଲ ଅସନ୍ତୁଳନ, ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି, ରକ୍ତ ଜମାଟର ସମସ୍ୟା, ଥାଇରଏଡ୍‌, ଅନିୟନ୍ତ୍ରିତ ମଧୁମେହ, ଉଚ୍ଚରକ୍ତଚାପ ସମସ୍ୟା, ଧୂମ୍ରପାନ, ବଂଶାନୁଗତ, ଭ୍ରୂଣରେ ରକ୍ତ ଏବଂ ପୋଷକତତ୍ତ୍ବର ଅଭାବ ଆଦି ଥିବା ମହିଳାଙ୍କ ପାଇଁ ଅଧିକ ବିପଦ ହୋଇଥାଏ। ଦୁର୍ବଳ ଭ୍ରୂଣକୋଷ, ଯୌନାଙ୍ଗ ସଂକ୍ରମଣ, ସେକ୍ସୁଆଲ ଟ୍ରାନ୍ସମିଶନ ରୋଗ, ଗର୍ଭାଶୟ ଆକାର, ପିସିଓଏସ୍‌ ଆଦି ବିଭିନ୍ନ କାରଣରୁ ଗର୍ଭନଷ୍ଟ ହୋଇଥାଏ ବୋଲି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ. ହରପ୍ରୀତ୍‌ କୌର କୁହନ୍ତି।
ଗର୍ଭନଷ୍ଟ ରୋକିବାର ଉପାୟ: ମହିଳାମାନେ ଗର୍ଭଧାରଣ କରିବା ପୂର୍ବରୁ ଏବଂ ଗର୍ଭବତୀ ହେବା ସମୟରେ ଫଲିକ୍‌ ଏସିଡ୍‌ ଏବଂ ଅନ୍ୟ ଭିଟାମିନ୍‌ ନେବାକୁ ପରାମର୍ଶ ଦିଆଯାଇଥାଏ। ରକ୍ତ ଶର୍କରା ଓ ଥାଇରଏଡ୍‌ ପରୀକ୍ଷା କରାଇବା ନିହାତି ଆବଶ୍ୟକ। କିଛି ପୁରୁଣା ରୋଗ ଯୋଗୁଁ ମଧ୍ୟ ଗର୍ଭନଷ୍ଟର ଆଶଙ୍କା ବଢ଼ିପାରେ, ଏପରିସ୍ଥିତିରେ ଟିକାକରଣ ଜରୁରି । ଯେଉଁ ମହିଳାଙ୍କର ବାରମ୍ବାର ଗର୍ଭପାତ ହେଉଛି, ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଜରୁରି।
ଆମ ଶରୀରର ପ୍ରତ୍ୟେକ ଜୀବକୋଷ ଏକ ନିର୍ଦ୍ଦିଷ୍ଟ ସମୟରେ ବଢ଼େ ଓ ମୃତ୍ୟୁବରଣ କରିଥାଏ। ମାତ୍ର ଶରୀର କୋଷ ଗୁଡ଼ିକର ଅନିୟନ୍ତ୍ରିତ ଅଭିବୃଦ୍ଧିକୁ କର୍କଟ କୁହାଯାଏ। କର୍କଟ କୋଷକୁ ନଷ୍ଟ କରିବାକୁ କେମୋଥେରାପି ଦିଆଯାଏ। କର୍କଟ ଯଥା ଲିମ୍ଫୋମା/ରକ୍ତ କର୍କଟ/ଜର୍ମ ସେଲ୍‌ ଟ୍ୟୁମର୍‌ ଆଦିରୁ କେମୋଥେରାପି ଦ୍ବାରା ଆରୋଗ୍ୟ ମିଳିଥାଏ। ତେବେ କେମୋଥେରାପି ନେଉଥିବା ବ୍ୟକ୍ତି କ’ଣ ଖାଇବା ଉଚିତ ବା ଅନୁଚିତ, ସେ ବିଷୟରେ ଜାଣନ୍ତୁ।
-କେମୋଥେରାପି ନେଉଥିଲେ, କଞ୍ଚା କିମ୍ବା ଅଧାସିଝା ମାଂସ, ମାଛ ଆଦି ଖାଦ୍ୟ ଖାଆନ୍ତୁନି। ଏହାଦ୍ବାରା ଜୀବାଣୁ ସଂକ୍ରମଣ ବୃଦ୍ଧିର ଆଶଙ୍କା ଥାଏ। ସେହିପରି ଭଲ ଭାବେ ସିଝା ହୋଇ ନ ଥିବା ଦୁଗ୍ଧ କିମ୍ବା ଦୁଗ୍ଧଜାତୀୟ ଖାଦ୍ୟ ଖାଇବା ଅନୁଚିତ। ଫଳ କିମ୍ବା ପରିବା ଜୁସ୍‌ରେ ଜୀବାଣୁ ଥାଇପାରନ୍ତି। ତେଣୁ ଜୁସ୍‌ ବଦଳରେ ମୋଟା ଚୋପା ଯୁକ୍ତ ଧୁଆଫଳକୁ ଛୋଟ ଖଣ୍ଡ କରି ଖାଇବା ଭଲ।
-ଅଧିକ ତେଲ ମସଲାଯୁକ୍ତ ଓ ପ୍ରୋସେସ୍‌ଡ ଖାଦ୍ୟ, ରାସ୍ତାକଡ଼ରେ ମିଳୁଥିବା ଖାଦ୍ୟ ଆଦିକୁ ଖାଆନ୍ତୁନି। ଏହାଦ୍ବାରା ପେଟ ଜଳାପୋଡ଼ା ସହ ବାନ୍ତି ହେବାର ଆଶଙ୍କା ଅଧିକ ଥାଏ। ଏହାଦ୍ବାରା ପାଚନ ସମସ୍ୟା ସୃଷ୍ଟି ହୁଏ। ନିଶାସେବନରୁ ଦୂରେଇ ରୁହନ୍ତୁ।
-ଅନ୍ୟପଟେ ସିଝା ତଥା କମ୍ ତେଲ ମସଲାଯୁକ୍ତ ମାଛ, ମାଂସ ଅଣ୍ଡା ଆଦି ଖାଇପାରିବେ। କେମୋଥେରାପି ନେବା ସମୟରେ ପାଣି, ସୁପ୍‌ ଆଦି ପିଇବା ସବୁଠୁ ଭଲ। ଏହି ସମୟରେ ଭଲ ଭାବେ ହଜମ ହେଉଥିବା ପୁଷ୍ଟିକର ଖାଦ୍ୟ ଖାଇବାକୁ ଗୁରୁତ୍ବ ଦିଅନ୍ତୁ।
ବିଭିନ୍ନ ସଂକ୍ରମଣରୁ ଜିଭ ଧଳା ତଥା ଶ୍ବେତା ଦିଶିଥାଏ। ନଚେତ୍‌ ଲ୍ୟୁକୋପ୍ଲାକିୟାରେ ମଧ୍ୟ ଜିଭର ରଙ୍ଗ ଧଳା ଦେଖାଯାଏ। ମୁଖ୍ୟତଃ ଛୋଟ ପିଲା ତଥା ବୟସ୍କଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ। ଧଳା ରଙ୍ଗର ଜିଭ ଡିହାଇଡ୍ରେଶନ ସମସ୍ୟାକୁ ଦର୍ଶାଇଥାଏ।
ଜିଭର ରଙ୍ଗ କଳା ଦେଖାଯିବା ଗଳା ସଂକ୍ରମଣ କିମ୍ବା ଜୀବାଣୁର ସଙ୍କେତ ଦେଇଥାଏ। ମାତ୍ରାଧିକ ଔଷଧ ସେବନ, ଅଧିକ କେରାଟିନ୍‌ରୁ ଜିଭର ରଙ୍ଗ କଳା ମଧ୍ୟ ହୋଇଯାଏ। ମଧୁମେହ ରୋଗୀ, କର୍କଟ ରୋଗ କିମ୍ବା ପେଟରେ ଘା’ ହେଲେ ମଧ୍ୟ ଜିଭ କଳା ରଙ୍ଗ ହୁଏ। ସେହିପରି ଜିଭ ହଳଦିଆ ରଙ୍ଗ ଦେଖାଗଲେ, ଏହା କାମଳ ରୋଗକୁ ସୂଚାଏ। ସର୍ବଦା ଡାକ୍ତରଙ୍କ ପରାମର୍ଶ ନେଇ ଜିଭ ରଙ୍ଗ ଅନୁସାରେ ଚିକିତ୍ସା କରିବା ନିହାତି ଜରୁରି।
ଜିଲ୍‌ ଲାଲ୍‌ ହେବା କାୱାସାକି ରୋଗ, ଭିଟାମିନ୍‌ ଅଭାବ କିମ୍ବା ଏଲାର୍ଜିର ସଙ୍କେତ ଦେଇଥାଏ। ପିଲାଙ୍କୁ ଜ୍ବର ଥÒଲେ ମଧ୍ୟ ଜିଭ ଲାଲ୍‌ ରଙ୍ଗ ହୋଇଥାଏ। ନୀଳ ରଙ୍ଗ ଜିଭକୁ ସବୁଠୁ ଅଧିକ ବିପଜ୍ଜନକ କୁହାଯାଏ। କାରଣ ଜିଭ ନୀଳ ରଙ୍ଗ ହେବା ହୃତ୍‌ ସମସ୍ୟାର ସଙ୍କେତ ଦିଏ। ହୃତ୍‌ପିଣ୍ଡରେ ରକ୍ତ ସଞ୍ଚାଳନ ଧୀର ହେଲେ ତଥା ଶରୀରରେ କମ୍‌ ଅମ୍ଳଜାନ ଯୋଗୁଁ ଜିଭ ରଙ୍ଗ ନୀଳ ଦେଖାଯାଏ। ତେଣୁ ହୃତ୍‌ଜନିତ ଏକ ଗମ୍ଭୀର ସମସ୍ୟା ହୋଇଥିବାରୁ ଏଥିପ୍ରତି ସତର୍କ ରହିବା ଆବଶ୍ୟକ।
ଯଦି ଜିଭ ରଙ୍ଗ ଫିକା କିମ୍ବା ହାଲୁକା ଗୋଲାପି ରଙ୍ଗ ଦେଖାଯାଏ, ରକ୍ତର ଅଭାବକୁ ଏହା ସଙ୍କେତ ଦିଏ। ଫଳରେ ରକ୍ତହୀନତା, ଭିଟାମିନ୍‌ ବି-୧୨ର ଅଭାବ ପରିଲକ୍ଷିତ ହୁଏ। ଏହା ସହ ହଜମଜନିତ ସମସ୍ୟା ଥିଲେ ମଧ୍ୟ ଏହି ରଙ୍ଗ ଦେଖାଯାଏ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଫିକା ଗୋଲାପି ତଥା କୌଣସି ଦାଗ ନ ଥିବା ଜିଭ ହିଁ ସୁସ୍ଥତାକୁ ସୂଚାଏ।
ଗୁଡ଼ୁଚିକୁ ଦେଶୀୟ ଭାଷାରେ ଗୁଳୁଚି ଲଟା କୁହାଯାଏ। ଏହାର ପତ୍ର ହୃଦୟାକାର। ଏହା ଗୁରୁ, ସ୍ନିଗ୍ଧଗୁଣ, ତିକ୍ତ ଓ କଷାୟ ରସଯୁକ୍ତ, ବିପାକରେ ମଧୁର ଓ ବୀର୍ଯ୍ୟରେ ଉଷ୍ମ ହୋଇଥାଏ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଜ୍ୱର, ଆମଦୋଷ, କଣ୍ଡୁ, ଅର୍ଶ, ମଧୁମେହ, ବ୍ରଣ, କାଶ, ଶ୍ୱାସ, କାମଳ, ହୃଦ୍‌ରୋଗ, ଶୂଳ, ବାତ, ରକ୍ତ ବିକାର ଆଦି ଉପଚାର ପାଇଁ ଗୁଡୁଚିର କାଣ୍ଡ, ପତ୍ରକୁ କ୍ୱାଥ ବା ଚୂର୍ଣ୍ଣ କରି ବ୍ୟବହାର କରାଯାଇଥାଏ।
-ଗୁଡ଼ୁଚି ପତ୍ରରସକୁ ବାତରୋଗ, ପିତ୍ତରୋଗରେ ଶର୍କରା, କଫ ଆଦି ପାଇଁ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ବ୍ୟବହାର କରାଯାଏ। ଗୁଡ଼ୁଚି ପତ୍ର ଓ ନିମ୍ବ ପତ୍ରର ସମପରିମାଣ କ୍ୱାଥକୁ ବାତରକ୍ତ, ଆମବାତ, ଚର୍ମରୋଗ ପାଇଁ ପ୍ରୟୋଗ କରିବା ଦ୍ୱାରା ଉପଶମ ହୋଇଥାଏ।
-ମଧୁମେହ, ଜୀର୍ଣ୍ଣଜ୍ୱର, ଡେଙ୍ଗୁ, ଦୁର୍ବଳତା ଆଦିରେ ଗୁଡ଼ୁଚି କ୍ୱାଥ୍‌ ସେବନ କଲେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ମଧୁମେହ ରୋଗୀଙ୍କ ରକ୍ତଶର୍କରା ସ୍ତର କମ୍‌ ମଧ୍ୟ ହୋଇଥାଏ।
ଗୁଡ଼ୁଚି କ୍ୱାଥ ସହ ମହୁ  ଓ ମିଶ୍ରି ଆବଶ୍ୟକତା ଅନୁଯାୟୀ ମିଶାଇ ସେବନ କଲେ ଜୀର୍ଣ୍ଣକାଶ ଶାନ୍ତ ହୋଇଥାଏ। ପାଚନକ୍ରିୟା ସୁସ୍ଥ ରୁହେ।
-କୃମି, ମସ୍ତିଷ୍କ ଜ୍ୱର, ପେଟଗତ ଯନ୍ତ୍ରଣା କମ୍ କରିବାକୁ ଗୁଡୁଡ଼ି ରସରେ ସମପରିମାଣ କଞ୍ଚା ହଳଦୀରସ ୨ରୁ ୪ଭାଗ ୧ ବିଡ଼ଙ୍ଗ ଚୂର୍ଣ୍ଣ ମିଶାଇ ସେବନ କରିବା  ହିତକର। ପୋଟଳ ପତ୍ର, ଗୁଳୁଚି ପତ୍ର, ଶୁଣ୍ଠି, ଧନିଆର ଶୀତକଷାୟ କରି ୫୦ ମିଲି ମାତ୍ରା ସେବନ କଲେ ପୁରାତନ ଅମ୍ଳପିତ୍ତ ରୋଗ ଶାନ୍ତ ହୋଇଥାଏ। ବର୍ଷାଦିନେ ଥଣ୍ଡା ଜନିତ ସମସ୍ୟାରୁ ମଧ୍ୟ ଉପଶମ ମିଳିଥାଏ…
ବର୍ଷାଦିନ ଆରମ୍ଭ ହେବା ସହ ଏବେ ଗାଁଠୁ ଆରମ୍ଭ କରି ସହରରେ ଭରପୁର ପରିମାଣରେ ମିଳୁଛି ଜାମୁକୋଳି। ସହରର ରାସ୍ତା କଡରେ ବହୁ ବ୍ୟବସାୟୀ ଜାମୁକୋଳିର ପରସା ମେଲାଇ ବସୁଛନ୍ତି। ଏହି ରସାଳ ଫଳରେ ଥିବା ପୋଷକ ତତ୍ତ୍ବ ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର। ଆୟୁର୍ବେଦ ଅନୁଯାୟୀ, ଏହା ଅନେକ ରୋଗର ମହୌଷଧି ବୋଲି କୁହାଯାଏ। ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ମିନେରାଲ୍ସ ଜାମୁରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ମଧୁମେହ, ହୃଦ ରୋଗ ଏବଂ ହଜମ ଜନିତ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ମାତ୍ରାଧିକ ଜାମୁକୋଳି ଖାଇବା ଦ୍ବାରା ସ୍ବାସ୍ଥ୍ୟହାନି ହୋଇଥାଏ। ତେବେ କେଉଁ ରୋଗୀ ଜାମୁକୋଳି ଖାଇବା ଉଚିତ ନୁହେଁ ଏବଂ ଏହାର ମାତ୍ରାଧିକ ସେବନ ଦ୍ବାରା କ’ଣ ସବୁ ରୋଗ ହୋଇଥାଏ, ଆସନ୍ତୁ ଜାଣିବା।
ମଧୁମେହ ରୋଗୀ
ଜାମୁକୋଳିରେ ପ୍ରାକୃତିକ ଭାବରେ ରହିଥିବା ଚିନି ରକ୍ତରେ ଥିବା ଗ୍ଲୁକୋଜ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯଦିଓ, ଯଦି ଆପଣ ମଧୁମେହ ପାଇଁ ମେଡିସିନ୍‌ ସେବନ କରୁଛନ୍ତି, ତେବେ ଜାମୁକୋଳି ଅତ୍ୟଧିକ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବହୁତ କମ୍ ହୋଇପାରେ, ଯାହା ହାଇପୋଗ୍ଲାଇସେମିଆ ( ରକ୍ତରେ ଶର୍କରା ଅତ୍ୟଧିକ କମ୍) ହୋଇପାରେ।
ହଜମ ସମସ୍ୟା
ଜାମୁକୋଳିରେ ଫାଇବରର ମାତ୍ରା ଅଧିକ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । କିନ୍ତୁ, ଯଦି ଆପଣଙ୍କର ପୂର୍ବରୁ ଡାଇରିଆ, ଫ୍ଲାଟୁଲେନ୍ସ କିମ୍ବା ଗ୍ୟାସ୍ ଭଳି ହଜମ ପ୍ରକ୍ରିୟା ଅଛି, ତେବେ ଜାମୁନ୍ ଖାଇବା ଦ୍ୱାରା ଏହି ସମସ୍ୟା ବଢିପାରେ।ଜାମୁକୋଳିରେ ଭିଟାମିନ୍‌ ‘ସି’ର ପରିମାଣ ଭରପୂର ଥୁବାରୁ, ଏହାର ଅଧୁକ ସେବନ ଦ୍ବାରା ପାଚନ ଶକ୍ତିରେ ସମସ୍ୟା ଦେଖାଦିଏ। ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
ଆଲର୍ଜି
କିଛି ଲୋକ ଜାମୁକୋଳି ପାଇଁ ଆଲର୍ଜି ହୋଇପାରନ୍ତି। ଆଲର୍ଜି ଲକ୍ଷଣ ମଧ୍ୟରେ ଚର୍ମ ଦାଗ, କୁଣ୍ଡେଇ ହେବା, ଫୁଲିଯିବା, ପେଟ ଯନ୍ତ୍ରଣା, ବାନ୍ତି କିମ୍ବା ନିଶ୍ୱାସ ନେବାରେ ଅସୁବିଧା ଅନ୍ତର୍ଭୁକ୍ତ ହୋଇପାରେ । ଜାମୁକୋଳି ଖାଇବା ପରେ ଯଦି ଆପଣ ଏହି ଲକ୍ଷଣଗୁଡିକ ମଧ୍ୟରୁ କୌଣସିଟି ଲକ୍ଷ୍ୟ କରନ୍ତି, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।
ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳା
ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାମାନେ ସତର୍କତାର ସହିତ ଜାମୁକୋଳି ଖାଇବା ଉଚିତ୍। ଜାମୁନରେ ଉପସ୍ଥିତ ଥିବା କେତେକ ତତ୍ବ  ଅକାଳରେ ପ୍ରସବ କିମ୍ବା ଗର୍ଭଧାରଣ ହେବାର ଆଶଙ୍କାକୁ ବଢାଇଦେଇଥାଏ। ଏଥି ସହିତ ସ୍ତନ୍ୟପାନ କରାଉଥିବା ମହିଳା ଜାମୁକୋଳି ଖାଇଲେ ଶିଶୁର ଆଲର୍ଜି କିମ୍ବା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇପାରେ।
ଏଥେରୋସ୍କୋଲେରୋସିସ୍‌ ରୋଗରେ ଆକ୍ରାନ୍ତ ବ୍ୟକ୍ତି
ଯେଉଁମାନଙ୍କର ଏଥେରୋସ୍କୋଲେରୋସିସ୍‌ କିମ୍ବା ରକ୍ତ ଜମାଟ ବାନ୍ଧିବାର ସମସ୍ୟା ରହିଛି  ସେମାନେ ଜାମୁକୋଳି ଖାଇବା ଉଚିତ୍ ନୁହେଁ।  ଜାମୁକୋଳି ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧିବା ସମସ୍ୟା ଉତ୍ପନ୍ନ ହୁଏ।
ସ୍ୱାସ୍ଥ୍ୟକ୍ଷେତ୍ରରେ ୩ଟି ଦିଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ବର: ରାଜ୍ୟର ସ୍ୱାସ୍ଥ୍ୟସେବାର ଉପଲବ୍ଧିକୁ ନେଇ ବିଜେଡି ଏକ ସମ୍ବାଦିକ ସମ୍ମିଳନୀ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକୁ ସମ୍ପଦ ଭାବେ ଗ୍ରହଣ କରିଛନ୍ତି। ତେଣୁ ରାଜ୍ୟର ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ବିବେଚନା କରନ୍ତି। ଫଳରେ ସେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩ଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି। କିଭଳି ପ୍ରତ୍ୟେକ ଲୋକ ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇବେ। ଭଲ ଚିକିତ୍ସା ପାଇବେ ଓ ଶସ୍ତାରେ କିଭଳି ଗୁଣାତ୍ମକ ଚିକିତ୍ସା ପାଇବେ ସେ ନେଇ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଥାନ୍ତି।
ସ୍ୱାସ୍ଥ୍ୟର ପ୍ରତିଶୋଧକ ଟୀକା ମୁଖ୍ୟ। ତେଣୁ କୋଭିଡ ସମୟରେ ୯୦ ପ୍ରତିଶତ ଲୋକଙ୍କୁ ରାଜ୍ୟସରକାର ଟୀକା ଦେଇଛନ୍ତି । ଯାହାକି ଜାତୀୟ ହାରଠାରୁ ମଧ୍ୟ ଅଧିକ। ଏହାସହ ଯଦି ପୁଣି କେବେ କୋଭିଡ ମହାମାରୀ ଭଳି ଅବସ୍ଥା ଆସେ ସେଥିପାଇଁ ସରକାର ପ୍ରସ୍ତୁତି କରିଛନ୍ତି। ଖେଳ ଭିତ୍ତିଭୂମିର ବିକାଶ କରାଯାଇଛି ଲୋକଙ୍କୁ ଫିଟ୍ ରଖିବା ପାଇଁ।
ଓଡ଼ିଶାରେ ୨୨-୨୩ରେ ୨୫୨୫  ଡାକ୍ତର ଓ ୧୦୪୪ ବିଶାରଦ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ସେହିଭଳି ଗତ ୪ ବର୍ଷରେ ୪ ହଜାର ଡାକ୍ତର , ୯ ହଜାର ନର୍ସ ନିଯୁକ୍ତି ହୋଇଛନ୍ତି। ଏମିତି କି ଓଡ଼ିଆ ମିଡିୟମରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଡାକ୍ତରି ପାଠରେ ୧୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଯେଉ ଯୋଜନା ପୃଥିବୀରେ ବିରଳ। ଏହା ମଧ୍ୟରେ ଗରିବ ଲୋକ ବଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରୁଛନ୍ତି। ରାଜ୍ୟରେ ୬୫୨ ହସ୍ପିଟାଲ, ରାଜ୍ୟ ବାହାରେ ୧୬୪ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରୁଛନ୍ତି। ଏଥିରେ କୋଟିଏ ଲୋକ ସାମିଲ ହୋଇଛନ୍ତି। ୨୦୨୦ରେ ୭୦ ପ୍ରତିଶତ ଲୋକ ଥିବା ବେଳେ ଏବେ ଏହା ମାତ୍ର ୧୦ ରୁ ୧୧ ପ୍ରତିଶତରେ ପହଁଚିଛି।
ନିରାମୟ ଯୋଜନାରେ ମାଗଣାରେ ୭୫୦ଟି ଔଷଧ ମିଳୁଛି। ନିଦାନରେ ମାଗଣାରେ ପରୀକ୍ଷା ହେଉଛି। ୧୦୮ ଆମ୍ବୁଲାନ୍ସ ଦ୍ୱାରା ଲୋକ ଡାକ୍ତରଖାନା ପହଁଚି ପାରୁଛନ୍ତି। ୨୦ ମିନିଟରେ ରୋଗୀ ଡାକ୍ତରଖାନାରେ ପହଞ୍ଚି ପାରୁଛନ୍ତି। ଆମ କ୍ଲିନିକ ପାଇଁ ମଧ୍ୟ ଅନେକ ଲୋକ ସୁବିଧା ପାଇ ପାରୁଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ବାୟୁସେନା ମାଧ୍ୟମରେ ଡାକ୍ତରମାନେ ଗାଁକୁ ଯାଇ ଚିକିତ୍ସା କରିବେ। ମୋବାଇଲ କ୍ଲିନିକର ବ୍ୟବସ୍ଥା ହୋଇଛି। ବିଏସକେଓ୍ବାଇ ପାଇଁ ୨୦୦୫ରୁ ୨୦୨୦ ଶିଶୁ ମୃତ୍ୟୁ ହାର ୭୫ ରୁ ୩୬କୁ ଖସିଛି।
ମାତୃମୃତ୍ୟୁହାରରେ ବି ଜାତୀୟ ହାରଠୁ ଓଡିଶା କମ୍ । ମ୍ୟାଲେରିଆ ସର୍ବୋଚ୍ଚ ୯୪ ପ୍ରତିଶତ କମିଛି । ସରକାର କୀଟାଣୁ ନାସକ ମଶାରୀ ଯୋଗାଇ ଦିଆଯାଇଛି । ଟିବି ମଧ୍ୟ କମିଛି ବୋଲି ବିଜେଡିର ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି।
ବଢୁଛି ହୃଦ୍ ରୋଗୀଙ୍କ ସଂଖ୍ୟା: ଜାଣନ୍ତୁ କେଉଁସବୁ ଖାଦ୍ୟ ଖାଇଲେ ହୃତ୍‌ପିଣ୍ଡ ରହିଥାଏ ସୁସ୍ଥ
ହୃତ୍‌ପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ହୃତ୍‌ପିଣ୍ଡ ସୁସ୍ଥ ରହିଲେ, ଆମେ ସୁସ୍ଥ ରହିପାରିବା। ଆଜିକାଲିର ଅନିୟମିତ ଓ ଅନିୟନ୍ତ୍ରିତ ଖାଦ୍ୟ ଶୈଳୀ ଏବଂ ପରିବେଶ ପ୍ରଦୂଷଣ ଯୋଗୁଁ ହୃଦ୍‌ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ସହିତ ବିଭିନ୍ନ ପ୍ରକାର ପୋଷକତତ୍ତ୍ବ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି। ତେଣୁ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ବ ହୃଦୟ ଦିବସ ବା ୱାଲର୍ଡ ହାର୍ଟ ଡେ’ ଭାବେ ପାଳନ କରାଯାଉଛି। ତେବେ କେଉଁସବୁ ଖାଦ୍ୟ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ, ତାହା ନିମ୍ନରେ ଦିଆଯାଇଛି।
-ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ପାଳଙ୍ଗ ବହୁତ ହିତକାରୀ। ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍‌ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ।
-ଅଖରୋଟ୍‌କୁ ପ୍ରତିଦିନ ସୀମିତ ପରିମାଣରେ ଖାଇବା ଦ୍ବାରା ଖରାପ କୋଲେଷ୍ଟ୍ରଲ୍‌ର ସ୍ତର ହ୍ରାସ ହୁଏ। ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ଏବଂ ହୃଦ୍‌ଘାତର ଆଶଙ୍କା କମ୍ ହୁଏ।
-ଟମାଟୋ ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧିପାରେ ନାହିଁ, ଯାହାକି ରକ୍ତ ସଞ୍ଚାଳନ ସଠିକ୍‌ କରିଥାଏ ଏବଂ ହୃତ୍‌ପିଣ୍ଡ ସୁସ୍ଥ ରହେ।
-ବାଦାମ୍‌ ହେଉଛି ମୋନୋଅନ୍‌ସାଚୁରେଟେଡ୍‌ ଫ୍ୟାଟ୍‌ ଏବଂ ଫାଇବର୍‌ର ମୁଖ୍ୟ ସ୍ରୋତ। ଏହା ଦ୍ବାରା ଅତିରିକ୍ତ କୋଲେଷ୍ଟ୍ରଲ୍‌ ହ୍ରାସ ହୋଇ ହୃତ୍‌ପିଣ୍ଡର ରକ୍ତ ସଞ୍ଚାଳନ ନିୟନ୍ତ୍ରଣରେ ରହିଥାଏ।
-ରସୁଣରେ ପ୍ରଚୁର ମାତ୍ରାରେ ମାଙ୍ଗାନିଜ୍‌, କ୍ୟାଲ୍‌ସିୟମ୍‌, ସେଲେନିୟମ୍‌, ଭିଟାମିନ୍‌ ସି’ ଆଦି ରହିଛି, ଯାହାକି ହୃତପିଣ୍ଡ ପାଇଁ ବେଶ୍‌ ଜରୁରି।
-ବ୍ରକୋଲିରେ ଥିବା ଫାଇବର୍‌ ଓ ପୋଟାସିୟମ୍‌ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
-ପ୍ରତିଦିନ ଗାଜରକୁ ଖାଦ୍ୟରେ ସାମିଲ କରିବା ଦ୍ବାରା ହୃତ୍‌ପିଣ୍ଡ ସୁସ୍ଥସବଳ ରହିଥାଏ।
-ଏଭୋକାଡୋ ମଧ୍ୟ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ।
-ବିଭିନ୍ନ ପ୍ରକାର ଫଳ ଏବଂ ଶସ୍ୟଜାତୀୟ ଖାଦ୍ୟକୁ ମଧ୍ୟ ପ୍ରତିଦିନ ଖାଇବା ଉଚିତ।
-କ୍ଷୀର ଚା’ ପରବର୍ତ୍ତେ ବ୍ଲାକ୍‌ ଟି’ ବା ଗ୍ରୀନ୍‌ ଟି’ ପିଇବା ହୃତ୍‌ପିଣ୍ଡ ପାଇଁ ହିତକର।
ଜାଇଫଳ ଖାଦ୍ୟର ସ୍ବାଦ ବଢ଼ାଇବା ସହିତ ଔଷଧୀୟ ଗୁଣରେ ମଧ୍ୟ ଭରପୂର। ଜାଇଫଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ଅନେକ ପ୍ରକାର ସଂକ୍ରମଣଜନିତ ରୋଗ ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସହାୟକ। ଜାଇଫଳକୁ କଫି, ହଟ୍‌ ଚକଲେଟ୍‌, ଚା’ କିମ୍ବା ଉଷୁମ କ୍ଷୀରରେ ପକାଇ ପିଇବା ଉଚିତ। ଏହା ବ୍ୟତୀତ ଖାଦ୍ୟ ରାନ୍ଧିବା ସମୟରେ ଏହାକୁ ମସଲା ଭାବେ ପକାଇ ପାରିବେ। କାରଣ ଜାଇଫଳର ଅନେକ ସ୍ବାସ୍ଥ୍ୟଲାଭକାରୀ ଗୁଣ ରହିଛି।
-ଦାନ୍ତଜନିତ ସମସ୍ୟା ଦୂର କରିବା କ୍ଷେତ୍ରରେ ଜାଇଫଳ ବେଶ୍‌ ଲାଭଦାୟକ। ତେଣୁ ଅନେକ ଦାନ୍ତ ଉତ୍ପାଦଗୁଡ଼ିକରେ ଜାଇଫଳ ତେଲ ମିଶ୍ରଣ ହୋଇଥାଏ। ଜାଇଫଳ ଦ୍ବାରା ମୁଖ ଦୁର୍ଗନ୍ଧ ଦୂର ହେବା ସହିତ ପାଟିରେ ଥିବା ରୋଗ ସୃଷ୍ଟିକାରୀ ଜୀବାଣୁ ନଷ୍ଟ ହୋଇଯାନ୍ତି।
-ଏକ ପରୀକ୍ଷଣରୁ ଜଣାପଡ଼ିଛି ଯେ, ଜାଇଫଳରେ ଅବସାଦ ହ୍ରାସ କରିବାର ଗୁଣ ମଧ୍ୟ ରହିଛି। ତେଣୁ ମୁଡ୍‌ ଖରାପ ଥିଲେ, ଜାଇଫଳ ବେଶ୍‌ ଉପଯୋଗୀ ହୋଇପାରିବ। ମୂଷାମାନଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିଲେ ମଧ୍ୟ ଆହୁରି କିଛି ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟ ବିଜ୍ଞାନୀମାନେ କହିଛନ୍ତି।
-ରାତିରେ ଶୋଇବା ପୂର୍ବରୁ ଜାଇଫଳ ଗୁଣ୍ଡକୁ ପାଣିରେ ପକାଇ ପିଇବା ଦ୍ବାରା ଅନିଦ୍ରା ସମସ୍ୟା ଦୂର ହୁଏ।
ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କାଙ୍କଡ଼, ରହିଛି ଅନକ ପ୍ରକାର ଔଷଧୀୟ ଗୁଣ
ବର୍ଷାଋତୁରେ ମିଳୁଥିବା ଅନେକ ପ୍ରକାର ଫଳ ଓ ପନିପରିବା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭପ୍ରଦ। ସେସବୁ ମଧ୍ୟରୁ କାଙ୍କଡ଼ରେ ଅନକ ପ୍ରକାର ଔଷଧୀୟ ଗୁଣ ରହିଛି, ଯାହାକି ବର୍ଷାଦିନିଆ ଥଣ୍ଡା, କାଶ ଓ ଆଲର୍ଜି ଦୂର କରିଥାଏ। ଏଥିରେ ପ୍ରୋଟିନ୍‌ର ପରିମାଣ ଅଧିକ ଥାଏ, ଯାହାକି ଶାରୀରିକ ଶକ୍ତି ବୃଦ୍ଧି କରେ। କାଙ୍କଡ଼ ଖାଇବା ଦ୍ବାରା ଆଉ କ’ଣସବୁ ସ୍ବାସ୍ଥ୍ୟ ଲାଭ ହୋଇଥାଏ, ଆସନ୍ତୁ ଜାଣିବା।
ଓଜନ ହ୍ରାସରେ ସହାୟକ
କାଙ୍କଡ଼ରେ ପ୍ରଚୁର ମାତ୍ରାରେ ଫିଟୋନ୍ୟୁଟ୍ରିଅନ୍ସ ମିଳିଥାଏ, ଯାହାକି ଅନେକ ପ୍ରକାର ରୋଗ ଦୂର କରିଥାଏ। ଏଥିରେ କ୍ୟାଲୋରିର ମାତ୍ରା ଖୁବ୍ କମ୍‌ ଥାଏ ଏବଂ ପ୍ରଚୁର ଜଳୀୟ ଅଂଶ ରହିଥାଏ। ତେଣୁ ଏହି ଦୁଇଟିର ସମାହାର ଯୋଗୁଁ କାଙ୍କଡ଼ ଖାଇବା ଦ୍ବାରା ଶୀଘ୍ର ଶରୀରର ଓଜନ ହ୍ରାସ ହୋଇଥାଏ। ମେଦବହୁଳ ବ୍ୟକ୍ତିମାନେ କାଙ୍କଡ଼ ଖାଇବା ଉଚିତ।
ଋତୁଜନିତ ରୋଗ ଦୂର ହୁଏ
କାଙ୍କଡ଼ରେ ଆଣ୍ଟି ଆଲର୍ଜିକ୍‌ ଓ ଏନାଲଜିଷ୍ଟିକ୍‌ ତତ୍ତ୍ବ ରହିଛି। ଏହା ବର୍ଷାଦିନିଆ ଜ୍ବର, ଥଣ୍ଡା, କାଶ ଓ ଚର୍ମ ଆଲର୍ଜିରୁ ସୁରକ୍ଷା ପ୍ରଦାନ କରିଥାଏ।
ରକ୍ତଶର୍କରା ନିୟନ୍ତ୍ରଣ
ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। କାଙ୍କଡ଼ ଖାଇବା ଦ୍ବାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। କାଙ୍କଡ଼ରେ ଫାଇବର୍‌ ଓ ଜଳୀୟ ଅଂଶ ଅଧିକ ରହିଛି। ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇପାରିବ।
ଦୂର ହୁଏ ଚର୍ମ ସମସ୍ୟା
ବର୍ଷାଦିନରେ ଅନେକ ପ୍ରକାର ଚର୍ମରୋଗ ହୋଇଥାଏ। ଏହାଠାରୁ ଦୂରେଇ ରହିବା ପାଇଁ କାଙ୍କଡ଼ ଖାଇବା ଲାଭଦାୟକ ହେବ। କାରଣ କାଙ୍କଡ଼ରେ ଥିବା ବିଟା କେରୋଟିନ୍‌, ଲ୍ୟୁଟେନ୍‌ ଆଦି ତତ୍ତ୍ବ ସୁରକ୍ଷା ପ୍ରଦାନକାରୀ ଗୁଣ ଭାବେ ଚର୍ମ ସଂକ୍ରମଣ ଦୂର କରିଥାଏ। କାଙ୍କଡ଼ରେ ଥିବା ଆଣ୍ଟି ଏଜିଙ୍ଗ୍‌ ତତ୍ତ୍ବ ଚର୍ମର ଚମକ ମଧ୍ୟ ବଢ଼ାଇଥାଏ।
ହ୍ୟାଙ୍ଗ୍‌ନେଲ୍‌ ହେଉଛି, ହାତନଖର ଚାରିପଟେ ଥିବା ଚର୍ମ, ଯାହାକି ଶୁଷ୍କ ହୋଇ ମାଛକାତି ଭଳି ହୋଇଯାଏ। ଏହା ବେଶ୍‌ ଯନ୍ତ୍ରଣାଦାୟକ ଏବଂ ଏହାକୁ ବାହାର କରିବା ସମୟରେ ରକ୍ତ ବାହାରିଥାଏ। ଫଙ୍ଗସ୍‌ ଏବଂ ଭୂତାଣୁ ପ୍ରଭାବରେ ଆଙ୍ଗୁଠି ପାଖର ଏହି ତ୍ବଚାରେ ଘା’ ମଧ୍ୟ ହୋଇଥାଏ। ତେବେ, ଏହାକୁ ଦୂର କରିବା ପାଇଁ କେତେକ ଘରୋଇ ଉପାୟ ରହିଛି।
ହ୍ୟାଙ୍ଗ୍‌ନେଲ୍‌କୁ ନେଲ୍‌ କଟର୍‌ରେ କାଟିଦେବା ଦ୍ବାରା ସଂକ୍ରମଣ ହେବାର ଆଶଙ୍କା ଥାଏ। ତେଣୁ ପ୍ରଥମେ ଗୋଟିଏ ପାତ୍ରରେ ଗରମ ପାଣି ଆଣି ସେଥିରେ ଭିଟାଇନ୍‌ ଇ’ ତେଲରୁ କିଛି ବୁନ୍ଦା ପକାଇ ଛୋଟ ଟାୱଲ୍‌କୁ ୧୦-୧୫ ମିନିଟ୍‌ ବୁଡ଼ାଇ ରଖନ୍ତୁ। ସେହି ଟାୱଲ୍‌କୁ ଆଙ୍ଗୁଠିେର ଗୁଡ଼ାଇ କିଛି ସମୟ ଛାଡ଼ିଦିଅନ୍ତୁ। ଏହାଦ୍ବାରା ହ୍ୟାଙ୍ଗ୍‌ନେଲ୍‌ କୋମଳ ହୋଇଯାଏ। ଏହାପରେ ତାହାକୁ କାଟିବ। ପାଇଁ କ୍ୟୁଟିକଲ୍ସ ନିପ୍ପର ବ୍ୟବହାର କରନ୍ତୁ।
-ପ୍ରତ୍ୟେକ ଦିନ ଆଙ୍ଗୁଠିରେ ଆଣ୍ଟିବ୍ୟାକ୍ଟେରିଆଲ୍‌ କ୍ରିମ୍‌ ଲଗାନ୍ତୁ।
-ହ୍ୟାଙ୍ଗ୍‌ନେଲ୍‌ ଅଧିକ ହୋଇଥିଲେ, ବ୍ୟାଣ୍ଡେଡ୍‌ ଲଗାନ୍ତୁ।
-ହାତ ଓ ନଖ ଶୁଷ୍କ ନ ହେବା ପାଇଁ ପେଟ୍ରୋଲିୟମ୍‌ ଜେଲି, ଶୁଦ୍ଧ ନଡ଼ିଆ ତେଲ ଓ ଅଲିଭ୍‌ ଅଏଲ୍‌ ଲଗାନ୍ତୁ।
-ଅଧିକ ଡିଟରଜେଣ୍ଟ୍‌ କିମ୍ବା ସାବୁନ୍‌ର ବ୍ୟବହାରରୁ ଦୂରେଇ ରୁହନ୍ତୁ।
-ଶରୀରର ଜଳୀୟ ଅଂଶ ନ କମିବା ଏବଂ ତ୍ବଚା କୋମଳ ରହିବା ପାଇଁ ସଠିକ୍‌ ପରିମାଣରେ ପାଣି ପିଅନ୍ତୁ।
ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଗଲେ, ସେମାନେ ସାଧାରଣତଃ ପ୍ରଥମେ ଆଖି ଓ ଜିଭ ପରୀକ୍ଷା କରିଥାନ୍ତି। କାରଣ ଆଖି ଓ ଜିଭର ରଙ୍ଗରୁ ଅନେକ ରୋଗର ପ୍ରାଥମିକ ସୂଚନା ମିଳିଥାଏ। ଆସନ୍ତୁ ଜାଣିବା, କେଉଁ ରଙ୍ଗର ଜିଭ କେଉଁ ରୋଗ ସମ୍ପର୍କରେ ସୂଚନା ଦିଏ।
-ଜିଭର ରଙ୍ଗ ନୀଳ କିମ୍ବା ବାଇଗଣୀ ହେଲେ ହୃତ୍‌ପିଣ୍ଡ ସମ୍ପର୍କିତ ରୋଗ ହୋଇଛି ବୋଲି ଜଣାପଡ଼େ। ଏହି ସ୍ଥିତିରେ ହାର୍ଟ ରକ୍ତକୁ ସଠିକ୍‌ ଭାବେ ପମ୍ପ୍‌ କରିପାରେ ନାହିଁ, କିମ୍ବା ରକ୍ତରେ ଅକ୍ସିଜେନ୍‌ କମ୍ ଅଛି ବୋଲି ଜଣାଯାଏ।
-ଯେଉଁମାନେ ଚାହା, କଫି, ବିଡ଼ି ଓ ସିଗାରେଟ୍‌ ଆଦି ଅଧିକ ପିଇଥାନ୍ତି, ସେମାନଙ୍କ ଜିଭର ରଙ୍ଗ ବାଦାମୀ ହୋଇଯାଏ। ତେଣୁ ବାଦାମୀ ରଙ୍ଗର ଜିଭ ଗ୍ୟାଷ୍ଟ୍ରିକ୍‌ ସମସ୍ୟାକୁ ସୂଚାଇ ଥାଏ।
-ଅଧିକ ଲାଲ୍‌ କିମ୍ବା ଗୋଲାପି ରଙ୍ଗର ଜିଭ ସୂଚନା ଦେଇଥାଏ ଯେ, ଶରୀରରେ ଭିଟାମିନ୍‌ ‘ବି-୧୨’ ଓ ଫଲିକ୍‌ ଏସିଡ୍‌ର ଅଭାବ ରହିଛି। ଏହାଦ୍ବାରା ଜିଭ ଉପରେ ଲାଲ୍‌ ରଙ୍ଗର ଦାଗ ଦେଖିବାକୁ ମିଳେ। ଏହାକୁ ଜିଓଗ୍ରାଫିକ୍‌ ଟଙ୍ଗ୍‌ ମଧ୍ୟ କୁହାଯାଏ।
-ଫ୍ଲୁ ଓ ଲିକୋପ୍ଲୋକିୟା କାରଣରୁ ଜିଭର ରଙ୍ଗର ଧଳା ଦେଖାଯାଏ। ଅନେକ ଜଣ ଜିଭ ଓ ପାଟି ଭଲ ଭାବେ ସଫା କରୁ ନଥିବା କାରଣରୁ ମଧ୍ୟ ଜିଭ ଧଳା ଦେଖାଯାଏ।
-ଶରୀରରେ ପୋଷକତତ୍ତ୍ବର ଅଭାବ ହେଲେ, ଜିଭର ରଙ୍ଗ ହଳଦିଆ ଦେଖାଯାଏ। ଏହା ବ୍ୟତୀତ ଲିଭର୍ ଓ ପେଟ ସମ୍ପର୍କିତ ସମସ୍ୟା ଦେଖାଗଲେ ଜିଭର ରଙ୍ଗ ହଳଦିଆ ହୋଇଯାଏ।
-ଜିଭର ରଙ୍ଗ କଳା ହେବା ଅତ୍ୟନ୍ତ କ୍ଷତିକାରକ। ଏହା କ୍ୟାନ୍ସର୍‌ ଆଶଙ୍କା ସୃଷ୍ଟି କରିଥାଏ। ଫଙ୍ଗଲ୍‌ ସଂକ୍ରମଣ ଓ ଅଲ୍‌ସର୍‌ ହେଲେ ମଧ୍ୟ ଜିଭର ରଙ୍ଗ କଳା ପଡ଼ିଯାଏ। ଅଧିକ  ଧୂମପାନ କଲେ ମଧ୍ୟ ଜିଭର ରଙ୍ଗ କଳା ପଡ଼େ।