irrigation project - The Sakala

କ୍ଷୀପ୍ର ଗତିରେ ଆଗେଇ ଚାଲିଛି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ଯ, ନିର୍ଦ୍ଧାରିତ ସମୟରେ ସାରିବାକୁ ମୁଖ୍ଯମନ୍ତ୍ରୀଙ୍କ ଗୁରୁତ୍ବ
ଭୁବନେଶ୍ବର: କ୍ଷେତରେ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ। କେବଳ ବର୍ଷା ଉପରେ ଆଉ ଚାଷୀକୁ ନିର୍ଭର କରିବାକୁ ପଡ଼ିବ ନାହିଁ। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ଜମି ଜଳସେଚିତ ହେବ। ଏହି ପରିପ୍ରେକ୍ଷୀରେ ବିଜେପୁର ନିର୍ବାଚନମଣ୍ଡଳୀରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଦ୍ବାରା ୯୨ କିମି ପର୍ଯ୍ଯନ୍ତ ୬୪ ହଜାର ଏକର ଶୁଖିଲା ଜମିକୁ ପାଣି ପହଞ୍ଚାଇବା ପାଇଁ ପାଇପ ଲାଇନ ବିଛାଯାଇଛି। ଯାହାର ଏକ ଚିତ୍ର ୫ଟି ସଚିବ ଭିକେ ପାଣ୍ଡିଆନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ପ୍ରକଳ୍ପକୁ ଖୁବ ଶୀଘ୍ର ଶେଷ କରିବାକୁ ମୁଖ୍ଯମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଏ ନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ବୈଷୟିକ ଟିମ ସହ ମଧ୍ଯ ଆଲୋଚନା କରିଛନ୍ତି।

ରାଜ୍ୟରେ ଜାରି ରହିଥିବା ବିଭିନ୍ନ ବୃହତ୍‍ ଜଳସେଚନ ପ୍ରକଳ୍ପ ଯେପରି ନିର୍ଦ୍ଧାରିତ ସମୟରେ ଶେଷ ହେବ ସେନେଇ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ମାସରେ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହେବା ସହ ଆସନ୍ତା ୨୦୨୪ ସୁଦ୍ଧା ରାଜ୍ୟର ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା।  ଆସନ୍ତା ୨୦୨୩ ମସିହା ଜୁନ୍‍ ମାସ ସୁଦ୍ଧା ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲୁଥିବା ବେଳେ ଆସନ୍ତା ଖରିଫରେ କୃଷକମାନେ ଚାଷଜମିକୁ ପାଣି ପାଇବେ। କେବଳ ଗଙ୍ଗାଧର ମେହେର ପ୍ରକଳ୍ପ ନୁହେଁ,ଏହା ସହ ଲୋୟର ସୁକତେଲ, କାନପୁର ଜଳସେଚନ ପ୍ରକଳ୍ପ, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ସହ ଅନ୍ୟାନ୍ୟ କେତେକ ପ୍ରକଳ୍ପ ଶେଷ କରିବାକୁ ସରକାରୀସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରାୟ ୧୧୩୮ କୋଟି ୬୩ ଲକ୍ଷ ଟଙ୍କା ବିନିମୟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରଥମେ ୨୫ ହଜାର ୬୦୦ ହେକ୍ଟର ଚାଷଜମିକୁ ଜଳ ଯୋଗାଣ ନେଇ ସରାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ତନ୍ମଧ୍ୟରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକର ୭୭ଟି ଗ୍ରାମର ୧୫ ହଜାର ୨୦୦ ହେକ୍ଟର, ସୋହେଲା ବ୍ଲକର ୨୩ ଗୋଟି ଗ୍ରାମର ୬ ହଜାର ୪୦୦ ହେକ୍ଟର ଏବଂ ବରପାଲି ବ୍ଲକର ୧୯ଟି ଗ୍ରାମର ୩ ହଜାର ୮୪୦ ହେକ୍ଟର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ୫ଟି ଗ୍ରାମର ୧୬୦ ହେକ୍ଟର ଚାଷଜମିକୁ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଗତ ମଇ ମାସରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରକଳ୍ପ ଅଧିନରେ ଆଉ ଅତିରିକ୍ତ ୫୭୨୦ ହେକ୍ଟର ଚାଷଜମିକୁ ଜଳସେଚନ କରିବା ନେଇ ପ୍ରସ୍ତାବ ଉପରେ ମୋହର ବାଜିଥିଲା। ଏଥିପାଇଁ ଅତିରିକ୍ତ ଭାବେ ୧୮୫ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

କ୍ଷେତରେ ମାଡ଼ିବ ପାଣି : ୨୦୨୪ ମଧ୍ୟରେ ୧୫ଟି ପ୍ରମୁଖ ଜଳପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ
ଭୁବନେଶ୍ୱର : କ୍ଷେତରେ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ। କେବଳ ବର୍ଷା ଉପରେ ଆଉ ଚାଷୀକୁ ନିର୍ଭର କରିବାକୁ ପଡ଼ିବ ନାହିଁ। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ୩୧ ହଜାରରୁ ଊର୍ଦ୍ଧ୍ବ ଜମି ଜଳସେଚିତ ହେବ। ଆସନ୍ତା ମାର୍ଚ୍ଚ ମାସରୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଅନୁରୂପ ଭାବରେ ପଶ୍ଚିମ ଓଡ଼ିଶାର ଅନ୍ୟତମ ବୃହତ୍‍ ଓ ମହତ୍ୱାକାଂକ୍ଷୀ ଲୋୟର ସୁକତେଲ ସ୍ପିଲ୍‍ ୱେ କାମ ମଧ୍ୟ ଆଉ ୨ ମାସ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଫଳରେ ବଲାଙ୍ଗିର ଜିଲ୍ଲାର ଏହି ବହୁମୁଖୀ ପ୍ରକଳ୍ପ ଜଳସେଚନ, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ରାଜ୍ୟରେ ଜାରି ରହିଥିବା ବିଭିନ୍ନ ବୃହତ୍‍ ଜଳସେଚନ ପ୍ରକଳ୍ପ ଯେପରି ନିର୍ଦ୍ଧାରିତ ସମୟରେ ଶେଷ ହେବ ସେନେଇ ରାଜ୍ୟ ସରକାର ଗୁରିତ୍ୱାରୋପ କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ମାସରେ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହେବା ସହ ଆସନ୍ତା ୨୦୨୪ ସୁଦ୍ଧା ରାଜ୍ୟର ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ଆସନ୍ତା ୨୦୨୩ ମସିହା ଜୁନ୍‍ ମାସ ସୁଦ୍ଧା ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲୁଥିବା ବେଳେ ଆସନ୍ତା ଖରିଫ୍‍ରେ କୃଷକମାନେ ଚାଷଜମିକୁ ପାଣି ପାଇବେ। କେବଳ ଗଙ୍ଗାଧର ମେହେର ପ୍ରକଳ୍ପ ନୁହେଁ,ଏହା ସହ ଲୋୟର ସୁକତେଲ, କାନପୁର ଜଳସେଚନ ପ୍ରକଳ୍ପ, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ସହ ଅନ୍ୟାନ୍ୟ କେତେକ ପ୍ରକଳ୍ପ ଶେଷ କରିବାକୁ ସରକାରୀସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରାୟ ୧୧୩୮ କୋଟି ୬୩ ଲକ୍ଷ ଟଙ୍କା ବିନିମୟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରଥମେ ୨୫ ହଜାର ୬୦୦ ହେକ୍ଟର ଚାଷଜମିକୁ ଜଳ ଯୋଗାଣ ନେଇ ସରାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ତନ୍ମଧ୍ୟରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକର ୭୭ଟି ଗ୍ରାମର ୧୫ ହଜାର ୨୦୦ ହେକ୍ଟର, ସୋହେଲା ବ୍ଲକର ୨୩ ଗୋଟି ଗ୍ରାମର ୬ ହଜାର ୪୦୦ ହେକ୍ଟର ଏବଂ ବରପାଲି ବ୍ଲକର ୧୯ଟି ଗ୍ରାମର ୩ ହଜାର ୮୪୦ ହେକ୍ଟର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ୫ଟି ଗ୍ରାମର ୧୬୦ ହେକ୍ଟର ଚାଷଜମିକୁ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଗତ ମଇ ମାସରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରକଳ୍ପ ଅଧିନରେ ଆଉ ଅତିରିକ୍ତ ୫୭୨୦ ହେକ୍ଟର ଚାଷଜମିକୁ ଜଳସେଚନ କରିବା ନେଇ ପ୍ରସ୍ତାବ ଉପରେ ମୋହର ବାଜିଛି। ଏଥିପାଇଁ ଅତିରିକ୍ତ ଭାବେ ୧୮୫ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ବରଗଡ଼ ଜିଲ୍ଲାର ୧୨ଟି ଗ୍ରାମର ଲୋକେ ଉପକୃତ ହୋଇପାରିବେ। ସମୀକ୍ଷା ବୈଠକରେ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ(ୟୁଏମବି)ଙ୍କ ଅନୁଯାୟୀ ପ୍ରକଳ୍ପର ପାଇପ୍‍ ବିଛାଇବା କାର୍ଯ୍ୟ ସୁଚାରୁ ରୂପେ ଜାରି ରହିଛି।

ସେହିପରି ପ୍ରକଳ୍ପ ଅଧିନରେ ମୋଟ ୩ଟି ପମ୍ପ ହାଉସ୍‍ ସ୍ଥାପନ ହେବାକୁ ଥିବାବେଳେ ଗୋଟିଏ ପମ୍ପ ହାଉସ୍‍ ସ୍ଥାପନ କାର୍ଯ୍ୟ ସରିଛି। ବଳକା ୨ଟି ନିର୍ମାଣଧୀନ ରହିଛି। ସେହିପରି ଅତିରିକ୍ତ ଜମିକୁ ଜଳସେଚନ କରିବାର ଯେଉଁ ନିଷ୍ପତ୍ତି ଗତ କ୍ୟାବିନେଟ ବୈଠକରେ ନିଆଯାଇଥିଲା ତାହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି। ନିର୍ଦ୍ଧାରିତ ସମୟସୀମା ଅର୍ଥାତ୍‍ ୨୦୨୩ ଜୁନ୍‍ ସୁଦ୍ଧା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଚାଷଜମିକୁ ପାଣି ଦିଆଯିବ ବୋଲି ମୁଖ୍ୟଯନ୍ତ୍ରୀ ପ୍ରକାଶ କରିଥିଲେ। ପ୍ରକଳ୍ପ କାମ ଶୀଘ୍ର ସାରିବା ପାଇଁ ଆବଶ୍ୟକସ୍ଥଳେ ଅଧିକ କର୍ମଚାରୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ରାଜ୍ୟ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକର ଲୋୟର ସୁକତେଲ ପ୍ରଳ୍ପର ଆର୍ଥ ଡ୍ୟାମ ନିର୍ମାଣ କାମ ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ଶେଷ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପରି ପ୍ରକଳ୍ପର ସ୍ପିଲ ୱେ ନିର୍ମାଣ କାମ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ପ୍ରକଳ୍ପ ଅଧିନରେ ସମସ୍ତ ଗେଟ୍‍ ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୩ ମସିହା ମୌସୁମୀ ପୂର୍ବରୁ ଶେଷ କରିବାକୁ ବିଭାଗୀୟସ୍ତରରେ ପଦକ୍ଷେପ ନିଆଯାଉଥିବା ସିସିଇ କହିଛନ୍ତି। ଅନୁରୂପ ଭାବରେ ବୈଠକରେ କାନପୁର ଜଳସେଚନ ପ୍ରକଳ୍ପ ଏବଂ ଆନନ୍ଦପୁର ବ୍ୟାର୍ଜ ପ୍ରକଳ୍ପର ଅଗ୍ରଗତି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି।