Prabhas - The Sakala

ପ୍ରଭାସ ନୁହଁନ୍ତି, ୪୪ ବର୍ଷ ବୟସରେ ଏହି ବିଜନେସମ୍ୟାନଙ୍କୁ ବିବାହ କରିବେ 'ବାହୁବଲୀ' ଫେମ୍ ଅନୁଷ୍କା ଶେଟ୍ଟୀ!
ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। 'ବାହୁବଲୀ'ରେ ଦେବସେନା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁଷ୍କା ୪୪ ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ସେ ତାଙ୍କର କଥିତ ପ୍ରେମିକ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କୁ ନୁହେଁ, ବରଂ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବିବାହ କରିବେ ବୋଲି ଖବର ମିଳିଛି।

ପରିବାରର ସହମତିରେ ହେବ ବିବାହ

ମିଡିଆ ରିପୋର୍ଟ ଅନୁଯାୟୀ, ଅନୁଷ୍କାଙ୍କ ହେବାକୁ ଥିବା ସ୍ୱାମୀ ଫିଲ୍ମ ଇଣ୍ଡଷ୍ଟ୍ରିର ନୁହଁନ୍ତି। ସେ ବେଙ୍ଗାଲୁରୁର ଜଣେ ସଫଳ ବିଜନେସମ୍ୟାନ୍ (ବ୍ୟବସାୟୀ) ଏବଂ ଅନୁଷ୍କାଙ୍କ ପରିବାର ସହ ତାଙ୍କର ପୂର୍ବରୁ ଭଲ ସମ୍ପର୍କ ରହିଛି। ବର୍ତ୍ତମାନ ଉଭୟ ପରିବାର ମଧ୍ୟରେ ବିବାହକୁ ନେଇ ଆଲୋଚନା ଚାଲିଥିବା ବେଳେ ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ସବୁକିଛି ଠିକ୍ ରହେ, ତେବେ ୨୦୨୬ ମସିହାରେ ହିଁ ଅନୁଷ୍କା ନିଜ ଜୀବନର ଏହି ନୂଆ ଅଧ୍ୟାୟ ଆରମ୍ଭ କରିବେ। ଏହି ବିବାହ ଉତ୍ସବ ସମ୍ପୂର୍ଣ୍ଣ ଘରୋଇ ଭାବେ ଅନୁଷ୍ଠିତ ହେବ, ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ସାମିଲ ହେବେ।

ପ୍ରଭାସଙ୍କ ସହ ଯୋଡ଼ା ଯାଉଥିଲା ନାଁ

ଦୀର୍ଘ ବର୍ଷ ଧରି ଅନୁଷ୍କା ଶେଟ୍ଟୀ ଏବଂ ପ୍ୟାନ୍-ଇଣ୍ଡିଆ ଷ୍ଟାର ପ୍ରଭାସଙ୍କ ସମ୍ପର୍କକୁ ନେଇ ଖୁବ୍ ଗୁଜବ ସୃଷ୍ଟି ହୋଇଥିଲା। ବିଶେଷ କରି 'ବାହୁବଲୀ: ଦ ବିଗିନିଂ' ଏବଂ 'ବାହୁବଲୀ: ଦ କନକ୍ଲୁଜନ୍' ଚଳଚ୍ଚିତ୍ରର ଅପାର ସଫଳତା ପରେ ଉଭୟଙ୍କ ଅନ୍-ସ୍କ୍ରିନ୍ କେମେଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଅନେକ ପ୍ରଶଂସକ ଆଶା କରିଥିଲେ ଯେ ଏହି ଯୋଡ଼ି ରିଅଲ୍ ଲାଇଫରେ ମଧ୍ୟ ଏକାଠି ହେବେ। କିନ୍ତୁ ଉଭୟ କଳାକାର ଏହି ଖବରକୁ ବାରମ୍ବାର ଖଣ୍ଡନ କରିବା ସହ ନିଜକୁ କେବଳ 'ଭଲ ବନ୍ଧୁ' ବୋଲି କହିଥିଲେ। ବର୍ତ୍ତମାନ ଅନୁଷ୍କା ଜଣେ ବ୍ୟବସାୟୀଙ୍କୁ ବିବାହ କରିବା ଖବର ପ୍ରକାଶ ପାଇବା ପରେ ପ୍ରଭାସଙ୍କ ଫ୍ୟାନ୍ସମାନେ ସାମାନ୍ୟ ନିରାଶ ହୋଇଛନ୍ତି।

ଅଫିସିଆଲ୍ ଘୋଷଣାକୁ ଅପେକ୍ଷା

ଯଦିଓ ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି, ତଥାପି ଏଯାଏଁ ଅନୁଷ୍କା ଶେଟ୍ଟୀ କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ନିଜର ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖିବାକୁ ପସନ୍ଦ କରୁଥିବା ଏହି ଅଭିନେତ୍ରୀଙ୍କ ଆଧିକାରୀକ ବୟାନକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଅନୁଷ୍କା ଶେଷଥର ପାଇଁ 'ମିସ୍ ଶେଟ୍ଟୀ ମିଷ୍ଟର ପୋଲିଶେଟ୍ଟୀ' ଏବଂ 'ଘାଟୀ' ଭଳି ଚଳଚ୍ଚିତ୍ରରେ ନଜର ଆସିଥିଲେ। ଖୁବଶୀଘ୍ର ସେ 'କଥାନାର - ଦ ୱାଇଲ୍ଡ ସର୍ସରର୍' ଜରିଆରେ ମାଲାୟାଲମ୍ ସିନେମା ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି |

ପ୍ରଭାସଙ୍କ ଫିଲ୍ମ 'ସ୍ପିରିଟ୍'ରୁ ବାଦ୍ ପଡ଼ିଲେ ପ୍ରକାଶ ରାଜ? ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ସହ ହେଲା ଜୋରଦାର ଝଗଡ଼ା
ବଲିଉଡ ଏବଂ ଟଲିଉଡର ସବୁଠାରୁ ଚର୍ଚ୍ଚିତ ଫିଲ୍ମ 'ସ୍ପିରିଟ୍' (Spirit) କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। 'ଆନିମଲ୍' ଫେମ୍ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ଏବଂ ସୁପରଷ୍ଟାର୍ ପ୍ରଭାସଙ୍କ ଏହି ଆଗାମୀ ସିନେମାରୁ ବରିଷ୍ଠ ଅଭିନେତା ପ୍ରକାଶ ରାଜ ବାଦ୍ ପଡ଼ିଥିବା ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ସୁଟିଂ ସେଟରେ ନିର୍ଦ୍ଦେଶକଙ୍କ ସହ ମତଭେଦ କାରଣରୁ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଛନ୍ତି।

କାହିଁକି ଫିଲ୍ମ ଛାଡ଼ିଲେ ପ୍ରକାଶ ରାଜ?

ମିଡିଆ ରିପୋର୍ଟ ମୁତାବକ, ହାଇଦ୍ରାବାଦରେ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ଏବଂ ସ୍କ୍ରିପ୍ଟକୁ ନେଇ ପ୍ରକାଶ ରାଜ ଓ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣା ପରେ ନିର୍ମାତାମାନେ କଠୋର ନିଷ୍ପତ୍ତି ନେଇ ପ୍ରକାଶ ରାଜଙ୍କୁ ଫିଲ୍ମରୁ ହଟାଇ ଦେଇଥିବା କୁହାଯାଉଛି। ଯଦିଓ ଏନେଇ କୌଣସି ଅଧିକାରୀକ ଘୋଷଣା ହୋଇନାହିଁ, ତେବେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିନେତାଙ୍କୁ ନେବା ପାଇଁ ପ୍ରସ୍ତୁତି ଚାଲିଛି।

ପୁଣିଥରେ ହେବ ସୁଟିଂ

ପ୍ରକାଶ ରାଜ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ଅଭିନୀତ କିଛି ଦୃଶ୍ୟର ସୁଟିଂ ମଧ୍ୟ ଶେଷ ହୋଇସାରିଥିଲା। ତେବେ ସେ ଫିଲ୍ମରୁ ବାଦ୍ ପଡ଼ିବା ପରେ ଏହି ଦୃଶ୍ୟଗୁଡ଼ିକୁ ପୁଣିଥରେ ସୁଟିଂ କରାଯିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଡେଟ୍ ସମସ୍ୟା ଯୋଗୁଁ ଏହି ଫିଲ୍ମରୁ ଓହରି ଯାଇଥିବା ଖବର ଆସିଥିଲା, ଯାହା ପରେ ତୃପ୍ତି ଡିମରିଙ୍କୁ ଫିଲ୍ମରେ ସାମିଲ କରାଯାଇଥିଲା।

‘ସାଲାର୍‌’ରେ ପ୍ରଭାସ-ପୃଥ୍ବୀରାଜ ଯୋଡ଼ି
ସାଉଥ୍ ସୁପରଷ୍ଟାର୍ ପ୍ରଭାସ ଏବେ ତାଙ୍କର ଆଗାମୀ ଫିଲ୍ମ ‘ସାଲାର୍‌’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ପ୍ରଭାସଙ୍କ ସହ ଶ୍ରୁତି ହାସନ୍‌, ଜଗପତି ବାବୁ ମଧ୍ୟ ଅଭିନୟ କରୁଛନ୍ତି। ଏଥିରେ ଏବେ ଆଉ ଜଣେ ସୁପରଷ୍ଟାର୍‌ଙ୍କର ଏଣ୍ଟ୍ରି ହୋଇଛି। ଫିଲ୍ମରେ ମଲାୟାଲାମ୍‌ ସୁପରଷ୍ଟାର୍ ତଥା ଫିଲ୍ମ ନିର୍ମାତା  ପୃଥ୍ବୀରାଜ ସୁକମାରନ୍‌ ମଧ୍ୟ ଦେଖାଯିବେ। ନିକଟରେ ନିଜେ ପୃଥ୍ବୀରାଜ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଏ ବିଷୟରେ ସୂଚନା ଦେଇଛନ୍ତି। ‘ସାଲାର୍‌’ କାହାଣୀ ତାଙ୍କୁ ବେଶ୍ ଭଲ ଲାଗିବା  ସହ ପ୍ରଭାସଙ୍କ ଭଳି ଜଣେ ସୁପରଷ୍ଟାର୍‌ଙ୍କ ସହ କିଏ କାମ କରିବାକୁ ଚାହିଁବ ନାହିଁ ବୋଲି ସେ  ମତ ରଖିଛନ୍ତି। ବହୁତ ଜଲ୍‌ଦି ପୃଥ୍ବୀରାଜ ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି କହିଛନ୍ତି। ‘ସାଲାର୍’ ୨୦୨୩ରେ ରିଲିଜ୍‌ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ୍।

ପୁଣି ବାହୁବଳୀ ହେବେ ପ୍ରଭାସ
ବୋଲି ଅନେକ ଦିନରୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। କିନ୍ତୁ ‘ରାଧେଶ୍ୟାମ’ର ପ୍ରମୋସନ ସମୟରେ ପ୍ରଭାସ ଏହି ସିରିଜ୍‌ର ତୃତୀୟ ଫିଲ୍ମରେ କାମ କରୁଛନ୍ତି ବୋଲି ଇସାରା ଦେଇଛନ୍ତି। ଯଦିଓ ସେ ଖୋଲାଖୋଲି କିଛି କହିନାହାନ୍ତି କିନ୍ତୁ ସେ ରାଜମୌଲିଙ୍କ ସହ ଏକ ଫିଲ୍ମରେ କାମ କରୁଥିବା କଥା ସ୍ପଷ୍ଟ କରିଛନ୍ତି। ଅବଶ୍ୟ ଏହି ଫିଲ୍ମ ପାଇଁ ଦର୍ଶକଙ୍କୁ ବେଶ୍ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ଏବେ ରାଜମୌଲି ‘ଆର୍‌ଆର୍‌ଆର୍ ପରେ ତେଲୁଗୁ ସୁପରଷ୍ଟାର୍ ମହେଶ ବାବୁଙ୍କ ସହ ଏକ ଫିଲ୍ମ ନିର୍ମାଣ କରିବେ । ସେହିଭଳି ପ୍ରଭାସ ‘ଆଦିପୁରୁଷ’ ସହ ‘ସାଲାର’, ‘ସ୍ପିରିଟ୍’, ‘ପ୍ରୋଜେକ୍ଟ କେ’ର ସୁଟିଂରେ ବ୍ୟସ୍ତ।ବୋଲି ଅନେକ ଦିନରୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

କିନ୍ତୁ ‘ରାଧେଶ୍ୟାମ’ର ପ୍ରମୋସନ ସମୟରେ ପ୍ରଭାସ ଏହି ସିରିଜ୍‌ର ତୃତୀୟ ଫିଲ୍ମରେ କାମ କରୁଛନ୍ତି ବୋଲି ଇସାରା ଦେଇଛନ୍ତି। ଯଦିଓ ସେ ଖୋଲାଖୋଲି କିଛି କହିନାହାନ୍ତି କିନ୍ତୁ ସେ ରାଜମୌଲିଙ୍କ ସହ ଏକ ଫିଲ୍ମରେ କାମ କରୁଥିବା କଥା ସ୍ପଷ୍ଟ କରିଛନ୍ତି। ଅବଶ୍ୟ ଏହି ଫିଲ୍ମ ପାଇଁ ଦର୍ଶକଙ୍କୁ ବେଶ୍ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ଏବେ ରାଜମୌଲି ‘ଆର୍‌ଆର୍‌ଆର୍ ପରେ ତେଲୁଗୁ ସୁପରଷ୍ଟାର୍ ମହେଶ ବାବୁଙ୍କ ସହ ଏକ ଫିଲ୍ମ ନିର୍ମାଣ କରିବେ । ସେହିଭଳି ପ୍ରଭାସ ‘ଆଦିପୁରୁଷ’ ସହ ‘ସାଲାର’, ‘ସ୍ପିରିଟ୍’, ‘ପ୍ରୋଜେକ୍ଟ କେ’ର ସୁଟିଂରେ ବ୍ୟସ୍ତ।

ପ୍ରଭାସଙ୍କ ପାଇଁ ଦାମ୍ କମାଇଲେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ବହୁତ ଜଲ୍‌ଦି ଦକ୍ଷିଣର ସୁରପଷ୍ଟାର୍ ପ୍ରଭାସଙ୍କ ସହ ନଜର ଆସିବେ । ନାଗ ଅଶ୍ବିନ୍‌ଙ୍କ ଏକ ଫିଲ୍ମରେ ଦୀପିକା ପ୍ରଭାସଙ୍କ ନାୟିକା ହେବେ । ଏଥିରେ ବିଗ୍ ବି ଅମିତାଭ ମଧ୍ୟ ନଜର ଆସିବେ । ଫିଲ୍ମଟି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମ ଏବେ ପ୍ରି ପ୍ରଡକ୍ସନ ଷ୍ଟେଲ୍‌ରେ ରହିଛି। ଫିଲ୍ମର ସୁଟିଂ ଏଯାବତ୍ ହୋଇନାହିଁ । ପ୍ରଭାସ ଓ ଦୀପିକାଙ୍କୁ ଏକତ୍ର ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକେ ମଧ୍ୟ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ପାଇଁ ଦୀପିକା ବେଶ୍ ମୋଟା ଅଙ୍କର ଅର୍ଥ ନେବେ ବୋଲି ଚର୍ଚ୍ଚା ହେଉଥିଲା।

କିନ୍ତୁ ଏବେ ସେ ଏହି ଫିଲ୍ମ ପାଇଁ ତାଙ୍କ ଫିସ୍ କମାଇଥିବା ଜଣାପଡିଛି। ଏହି ଫିଲ୍ମ ପାଇଁ ଦୀପିକା ୮ କୋଟି ଟଙ୍କା ନେଇଛନ୍ତି । ଏହାପୂର୍ବରୁ ସେ ‘ପଦ୍ମାବତ୍’ ପାଇଁ ୧୨ରୁ ୧୩ କୋଟି ଟଙ୍କା ନେଇଥିଲେ | ପ୍ରଭାସଙ୍କ ଫିଲ୍ମି ଗ୍ରାଫ୍କୁ ଦେଖିଲେ ଦୀପିକା ବହୁତ କମ୍ ଫିସ୍ ନେଉଛନ୍ତି ବୋଲି ଜଣାପଡୁଛି। ତେବେ ପ୍ରଭାସଙ୍କ ସହ ଫିଲ୍ମ କଲେ ଏହା ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହେବ ଓ ତାଙ୍କ କ୍ୟାରିୟର ପାଇଁ ଏହା ଏକ ଭଲ ସୁଯୋଗ ହେବ ବୋଲି ଦୀପିକା ଏପରି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

‘ୱାର୍-୨’ ରେ ହିତ୍ରିକ୍‌ ଙ୍କୁ ଟକ୍କର ଦେବେ ପ୍ରଭାସ
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ୱାର୍‌’ ବ୍ଲକ୍‌ ବ୍ଲଷ୍ଟର୍ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଆୟ ମାମଲାରେ ଏହା ବଲିଉଡ୍‌ର ବହୁ ଫିଲ୍ମକୁ ପଛରେ ପକାଇ ଦେଇଥିଲା। ଏହାର ସଫଳତାକୁ ଆଖି ଆଗରେ ରଖି ସିଦ୍ଧାର୍ଥ ଏହି ଫିଲ୍ମର ସ୍ବିକେଲ ଏବେ ନିର୍ମାଣ କରିବାକୁ ଯାଉଛନ୍ତି। ‘ୱାର୍-୨’ ରେ ‘ୱାର୍’ ଭଳି ଦମଦାର୍ ଆକ୍ସନ୍ ସିନ୍‌ ରହିଛି। ଏହା ଏକ ଆକ୍ସନ୍‌ ଥ୍ରିଲର୍‌ ଫିଲ୍ମ ହେବ। ଏହି ଫିଲ୍ମରେ ହ୍ରିତିକ୍‌ ରୋଶନଙ୍କ ସହିତ ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସ ମଧ୍ୟ ଲିଡ୍ ରୋଲ୍‌ରେ ଦେଖାଯିବେ। ଅବଶ୍ୟ ଏଥିରେ ପ୍ରଭାସ ନେଗେଟିଭ୍‌ ରୋଲ୍‌ରେ ଦେଖାଯିବେ। ସିଦ୍ଧାର୍ଥ ଅନେକ ଦିନରୁ ପ୍ରଭାସଙ୍କୁ ନେଇ ଏକ ବିଗ୍‌ ବଜେଟ୍‌ର ଫିଲ୍ମ ତିଆରି କରିବାକୁ ଚାହୁଁଥିଲେ।

ସେ ‘ୱାର୍-୨’ ପାଇଁ ପ୍ରଭାସଙ୍କୁ ନେବା ପାଇଁ ଗତବର୍ଷ ଅନେକଥର ହାଇଦ୍ରାବାଦ୍‌ ଯାଇଥିଲେ। ଶେଷରେ ପ୍ରଭାସ ଏଥିରେ କାମ କରିବା ପାଇଁ ରାଜି ହୋଇଯାଇଛନ୍ତି। ତେବେ ଏହି ଫିଲ୍ମରେ ଉଭୟ ହ୍ରିତିକ୍‌ ଓ ପ୍ରଭାସ ଦୁଇ ସୁପରଷ୍ଟାର୍‌ କାମ କରୁଥିବାରୁ ଉଭୟଙ୍କ ମଧ୍ୟରେ ଅଭିନୟକୁ ନେଇ କଡ୍ଡା ଟକ୍କର ହେବ ବୋଲି ଆଶା କରାଯାଉଛି। ତେବେ ‘ୱାର୍’ରେ କାମ କରିଥିବା ଟାଇଗର ସ୍ରଫ୍‌ ‘ୱାର୍-୨’ରେ କାମ କରିବେକି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ସିଦ୍ଧାର୍ଥ ଏବେ ଶାହାରୁଖ୍ ଖାନ୍‌ ଓ ଦୀପିକା ପାଦ୍ୟୁକୋନଙ୍କ ସହ ସାଉଦି ଆରବରେ ‘ପଠାନ୍‌’ର ସୁଟିଂରେ ବ୍ୟସ୍ତ। ‘ପଠାନ୍‌’ ସୁଟିଂ ସରିବା ପରେ ସିଦ୍ଧାର୍ଥ ‘ୱାର୍-୨’ର ସୁଟିଂ ଆରମ୍ଭ କରିବେ।