ORMAS - The Sakala

ଓରମାସ୍‌‌ ଦ୍ୱାରା ୧୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ: ସୃଷ୍ଟି ହେବ ୧୭ ହଜାର ୨୭୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର: ଦକ୍ଷତା ବିକାଶ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଦିଗରେ ଓରମାସ୍‌‌ ଦ୍ୱାରା ଆଉ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓର୍‌‌ମାସ୍‌‌) ପକ୍ଷରୁ ଆଜି ୧୦ଟି ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଦକ୍ଷତା ବିକାଶ ଦିଗରେ ରାଜ୍ୟରେ ଏହା ଏକ ଐତିହାସିକ ପଦକ୍ଷେପ ଏବଂ ଏହାଦ୍ୱାରା ୧୭, ୨୭୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ। ଭୁବନେଶ୍ୱରସ୍ଥିତ ଏସ୍‌‌ଆଇଆର୍‌‌ଡି ସମ୍ମିଳନୀ କକ୍ଷରେ ଓର୍‌‌ମାସ୍‌‌ ପକ୍ଷରୁ ୧୦ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ସହ ୧୩ଟି ବୁଝାମଣାପତ୍ର ଦିନଦୟାଲ୍‌‌ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧୀନ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାମାନଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର ସ୍ୱାକ୍ଷରିତ ହୋଇଛି। ଏହାଦ୍ବାରା ଓଡ଼ିଶାର ସାମଗ୍ରିକ ବିକାଶ ହେବ ବୋଲି ମନ୍ତ୍ରୀ ଶ୍ରୀ ନାଏକ ମତପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓରମାସ୍‌‌ ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁନମ୍‌‌ ଟି. ଗୁହା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ବିଭାଗରେ ଚାଲିଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଓ ନିଯୁକ୍ତି ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ପାଇଁ ମୋଟ ୧୨୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପାନୀୟ ଜଳ ଓ ସ୍ୱଚ୍ଛତା ନିର୍ଦ୍ଦେଶକ ବିନିତ ଭରଦ୍ବାଜ ଧନ୍ୟବାଦ ଦେଇଥିଲେ।

ଭୁବନେଶ୍ୱର ବିମାନବନ୍ଦରରେ ମହିଳା ଉତ୍ପାଦକ ଗୋଷ୍ଠୀଙ୍କ ସ୍ୱତନ୍ତ୍ର ଷ୍ଟଲ୍‌; ଯାତ୍ରୀଙ୍କ ମନ କିଣୁଛି ହସ୍ତଶିଳ୍ପ ସାମଗ୍ରୀ
ଭୁବନେଶ୍ୱର: ମହିଳା ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ କେବଳ ରାଜ୍ୟ ଭିତରେ ସୀମିତ ହୋଇରହିନାହିଁଁ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ରାଜ୍ୟ ତଥା ଦେଶ ବାହାରେ ଆଦୃତ କରିବା ପାଇଁ ଆରମ୍ଭ ହୋଇଛି ନିଆରା ପ୍ରୟାସ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓଡ଼ିଶା ଗ୍ରାମୀଣ ମହିଳା କାରିଗରଙ୍କ ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟ ପଦାର୍ଥ ଏବଂ ଘର ସାଜସଜ୍ଜା ଜିନିଷ ଆଦି ମିଳୁଛି। ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା ପାଇଁ କରାଯାଇଛି ଭିନ୍ନ ପ୍ରୟାସ। ଏଥିପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ବିମାନ ବନ୍ଦରର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଖୋଲାଯାଇଛି ଏକ ସ୍ୱତନ୍ତ୍ର ଷ୍ଟଲ। ୨ମାସ ଭିତରେ ମୋଟ ଅଢେଇ ଲକ୍ଷ ଟଙ୍କାର ବିକ୍ରି ବଟା ହୋଇଛି। ଏବେ ମାସକୁ ପ୍ରାୟ ୮୦-୧ଲକ୍ଷ ଟଙ୍କାର ବ୍ୟବ୍ୟସାୟ ହେଉଥିବା ସୂଚନା ମିଳିଛି। ଏହାଫଳରେ ଗ୍ରାମାଞ୍ଚଳର ମହିଳାମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି।

ଏହି ବିକ୍ରୟ କେନ୍ଦ୍ରରେ ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ, ହସ୍ତତନ୍ତ ସାମଗ୍ରୀ, ଖାଦ୍ୟ ପଦାର୍ଥ ଓ ବନଜାତ ଦ୍ରବ୍ୟ ଆଦି ବିକ୍ରି କରାଯାଉଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ସମେତ ଖାଦ୍ୟ ପଦାର୍ଥ ଓ ବନଜାତ ଦ୍ରବ୍ୟର ବ୍ରାଣ୍ଡିଂ କରାଯାଇ ବିମାନବନ୍ଦରରେ ବିକ୍ରି କରାଯାଉଛି। ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝରର ଜ୍ୟୋତି ପେପର ମାସେ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପେପର ମାସେ ଷ୍ଟେସନାରୀ ଓ ଡେକୋରେଟିଭ ସାମଗ୍ରୀ ସହିତ ମୟୂରଭଞ୍ଜ ସବାଇ ଘାସରୁ ତିଆରି ଘର ସାଜସଜ୍ଜା ସାମଗ୍ରୀ, ଯାଜପୁର ଟସର ସାମଗ୍ରୀ ଏବଂ ଅନୁଗୋଳ ଜିଲ୍ଲାର ହସ୍ତତନ୍ତ ଓ ବାଉଁଶରୁ ପ୍ରସ୍ତୁତ ଜିନିଷ ମିଳିବାର ବ୍ୟବସ୍ଥା କରାଯାଇଛି। ଏହି ବିକ୍ରୟ କେନ୍ଦ୍ରକୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠୀ ପରିଚାଳନା କରୁଛନ୍ତି। ଯାହା ଦ୍ୱାରା ମହିଳାମାନେ ଅଧିକ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ହୋଇପାରିଛନ୍ତି। ପ୍ରତି ୧୫ଦିନରେ ଥରେ ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହାର ଦାୟିତ୍ୱଭାର ଦିଆଯାଇଛି। ଏହି ଷ୍ଟଲରେ ପ୍ରାୟ ୩୦-୪୦ଟି ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ଖାଦ୍ୟ ସାମଗ୍ରୀ ରହିଛି।

ଓଡ଼ିଶାକୁ ଆସୁଥିବା ଜାତୀୟ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ମଧ୍ୟରେ ରାଜ୍ୟର ଗ୍ରାମୀଣ ମହିଳା କାରିଗରଙ୍କ ଏହି ହସ୍ତଶିଳ୍ପ ସାମଗ୍ରୀ ଚାହିଦା ସୃଷ୍ଟି କରୁଛି। ବିଶେଷକରି ହସ୍ତଶିଳ୍ପ କାରିଗରୀ ଓ ମାସ୍କ ଅଧିକ ବିକ୍ରି ହେଉଛି। ଏଥିପାଇଁ ଦିନ ପ୍ରାୟ ୩-୪ହଜାର ଟଙ୍କାର ବ୍ୟବସାୟ ମଧ୍ୟ ହେଉଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଏହି ସବୁ ସାମଗ୍ରୀର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଦିଗରେ ମଧ୍ୟ ଏହି ଷ୍ଟଲ ସହାୟକ ହୋଇପାରିବ ବୋଲି ଓରମାସ ତରଫରୁ ସୂଚନା ଦିଆଯାଇଛି। ଓରମାସ ଆଉଟଲେଟରେ ବିକ୍ରି ପାଇଁ ଉପଲବ୍ଧ ସାମଗ୍ରୀଗୁଡ଼ିକର ଗୁଣବତ୍ତା, ବ୍ରାଣ୍ଡିଂ ଓ ପ୍ୟାକେଜିଂ ଆଦି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଗ୍ରାହକମାନଙ୍କଦ୍ୱାରା ସେଗୁଡ଼ିକ ଭଲ ଆଦୃତି ଲାଭ କରିପାରୁଛି।