Women SI Death Case - The Sakala
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାର ମହିଳା ସବ୍‌-ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ତାଙ୍କ ମା’ ଓ ଭାଇ। ଆତ୍ମହତ୍ୟାକୁ ୧୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପଞ୍ଚନାମା ହୋଇପାରିନାହିଁ। ସ୍ଥାନୀୟ ତହସିଲଦାର ଶୁଭ୍ରଞ୍ଜଳି ପ୍ରଧାନ, ଡ଼ିଏସପି ବି ଏମ ହରପାଲ ଓ ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ଉପସ୍ଥିତ ରହି ପରିବାରଙ୍କୁ ବୁଝାସୁଝା କରିବା ପରେ ବି ପରିବାର ଗୋଟିଏ ଜିଦରେ ଅଟଳ ଅଛନ୍ତି। ସ୍ୱାଗତିକାଙ୍କ ମୃତ୍ୟୁ ପାଇଁ ଥାନା ଆଇଆଇସି ରେବତୀ ଶବର ଦାୟୀ ବୋଲି ସେମାନେ ଅଭିଯୋଗ କରିଥିବା ବେଳେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିବେ ବୋଲି କହିଛନ୍ତି।
ସ୍ବାଗତିକାଙ୍କ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଭାବେ ଥାନା ଅଧିକାରୀ ଦାୟୀ ବୋଲି ପରିବାର ଲୋକ କହିଛନ୍ତି । ଏମିତିକି ଏସଡିପିଓଙ୍କୁ ମୌଖିକ ଭାବେ ଜଣାଇବା ପରେ  କାର୍ଯ୍ୟାନୁଷ୍ଠାନ ବଦଳରେ ଭିତିରିଆ ସମାଧାନ କରିବାକୁ ଚେଷ୍ଟା କରାଯାଇଥିବା ମା ଅଭିଯୋଗ କରିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ କଲେ ସମସ୍ତ ସତ୍ୟ ସାମ୍ନାକୁ ଆସିବ ବୋଲି ମୃତ ସାଗରିକାଙ୍କ ଭାଇ ମନୋରଞ୍ଜନ ବେହେରା କହିଛନ୍ତି ।
ଝିଅକୁ ମାରି ଝୁଲାଇ ଦେଇଛନ୍ତି କିମ୍ବା ଥାନା ଆଇଆଇସି ରେବତୀ ଶବରଙ୍କ ଗାଳି ଓ ନିର୍ଯାତନା ସହି ନପାରି ଝିଅ ଆତ୍ମହତ୍ୟା କରିଥିବା ମାଆ ଅଭିଯୋଗ କରିଛନ୍ତି । ଝିଅ ସ୍ବାଗତିକାଙ୍କୁ ଦିଆଯାଉଥିଲା ମାନସିକ ନିର୍ଯାତନା । ଭାଙ୍ଗି ପଡ଼ିଥିଲେ ସ୍ବାଗତିକା । ସୂଚନା ଅନୁସାରେ ୨୦୧୯ରେ କାର୍ଯ୍ୟରେ ଯୋଗଦେଇଥିଲେ ସ୍ବାଗତିକା । ସେବେଠାରୁ ସ୍ବାଗତିକାଙ୍କୁ ଆଇଆଇସି ରେବତୀ ଶବର ବିଭିନ୍ନ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଖରାପ ବ୍ୟବହାର କରୁଥିବା ଫୋନ୍ ଯୋଗେ ମାଆଙ୍କୁ ଜଣାଇଥିଲେ ସ୍ବାଗତିକା । ସ୍ବାଗତିକା ସବୁବେଳେ ମାନସିକ ଚାପରେ ରହୁଥିଲେ । କାନ୍ଦିବା ସହ ଚାକିରି ଛାଡି ଦେଇ ଆତ୍ମହତ୍ୟା କରିବେ ବୋଲି କହୁଥିଲେ ।