Twin Tower - The Sakala

ମାଟିରେ ମିଶିଲା ନୋଏଡାର ଟ୍ୱିନ୍ ଟାୱାର, ମାତ୍ର ୯ ସେକେଣ୍ଡରେ ଧୂଳିସାତ୍‌ ହେଲା ବିରାଟକାୟ ଅଟ୍ଟାଳିକା
ନୂଆଦିଲ୍ଲୀ: ମାଟିରେ ମିଶିଲା ନୋଏଡା ଟ୍ଵିନ ଟାଓ୍ଵାର। ମାତ୍ର ୯ ସେକେଣ୍ଡରେ ଧୂଳିସାତ୍‌ ହେଲା ବିରାଟକାୟ ଅଟ୍ଟାଳିକା । ବିସ୍ଫୋରଣ କରି ଉଡାଇ ଦିଆଯାଇଛି ନଏଡାର ସେକ୍ଟର ୯୩-ଏ ଅଞ୍ଚଳରେ ବେଆଇନ୍‌ ତିଆରି ହୋଇଥିବା ସୁଉଚ୍ଚ ଅଟ୍ଟାଳିକା। ୯ ବର୍ଷର ବିବାଦ ଶେଷ ହେଲା ମାତ୍ର ୯ ସେକେଣ୍ଡରେ । ନୋଏଡାର ସୁପରଟେକ୍‌ ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ପାଇଁ ଲଗାଯାଇଛି ୩,୭୦୦ କେଜି ବିସ୍ଫୋରକ। ବିସ୍ଫୋରଣ ପୂର୍ବରୁ ସାଇରନ ବାଜିଥିଲା। ବିସ୍ଫୋରଣ ପରେ ବହୁତ ଉଚ୍ଚତା ପର୍ଯ୍ୟନ୍ତ ଧୂଳି ଉଠିଥିଲା। ଏଥିରୁ ୯୦୦ରୁ ଅଧିକ ଧ୍ୱଂସାବିଶେଷ ବାହାରିବ। ଯାହାକୁ ସଫା କରିବା ପାଇଁ ପାଖାପାଖି ୩ ମାସ ଲାଗିବ।

ସୂଚନାଯୋଗ୍ୟ ଯେ, ନୋଏଡାରେ ଥିବା ଟ୍ବିନ୍‌ ଟାଓ୍ବାର ନିକଟରେ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ କୌଣସି ଜନଗହଳି ଯେପରି ନହୁଏ ସେଥିପାଇଁ ୫୬୦ ଜଣ ପୋଲିସ କର୍ମୀ, ରିଜର୍ଭ ପୋଲିସ ଫୋର୍ସର ୧୦୦ ଯବାନ, ୪ଟି କ୍ବିକ୍‌ ରିସ୍ପୋନ୍ସ ଟିମ୍‌ ଏବଂ ଏନଡିଆରଏଫ ଟିମ୍‌ ମୁତୟନ କରାଯାଇଛି । ୧୩ ବର୍ଷ ହେଲା ସେଠାରେ ଛିଡା ହୋଇଥିବା ଟ୍ବିନ୍‌ ଟାଓ୍ବାର ମାତ୍ର କିଛି ସେକେଣ୍ଡରେ ଧ୍ବଂସ ହୋଇଛି ।

ନୋଇଡା ପ୍ରାଧିକରଣ ମୁତାବକ ଟାୱାର ବିସ୍ଫୋରଣ ପରେ ଯେଉଁ ଧୂଳି ଉଡିଛି ସେଥିରୁ ରକ୍ଷା ପାଇବା ପାଇଁ ୧୦୦ ଟ୍ୟାଙ୍କର ପାଣି ସ୍ପ୍ରେ କରାଯିବାର ବ୍ୟବସ୍ଥା ହୋଇଛି । ଏହାସହ ୧୫ ଟି ଆଣ୍ଟି ସ୍ମଗ ଗନ, ୬ ମେକାନିକଲ ସ୍ୱିପିଂ ମେସିନ ଓ ୨୦୦ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ହଠାତ ଅଳିଆ ଉଠାଇବାକୁ ୨୦ ଟି ଟ୍ରାକ୍ଟର ମଧ୍ୟ ନିୟୋଜିତ କରାଯାଇଛି । ଏହାସହ ସ୍ଥାନୀୟ ଅଞ୍ଚଳରେ ଥିବା ଗଛରୁ ଧୂଳି ସଫା କରିବାର ମଧ୍ୟ ବ୍ୟବସ୍ଥା ହୋଇଛି ।

ବିସ୍ଫୋରଣ ପରେ ବାୟୁ ପ୍ରଦୁର୍ଷଣକୁ ରୋକିବାକୁ ୬ ଟି ସ୍ଥାନରେ ମାନୁଆଲ ଏମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ ସ୍ଥାପନ କରାଯାଇଛି । ଯାହା ମାଧ୍ୟମରେ ପବନର ଗୁଣବତ୍ତା ମପାଯାଇ ପାରିବ । ଏହାସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କିଛିଦିନ ପାଇଁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ଆଜି ମାଟିରେ ମିଶିବ ନୋଏଡାର ଟୁଇନ୍ ଟାଓ୍ୱାର, ୯ ସେକେଣ୍ଡରେ ଧୂଳିସାତ ହେବ କୋଠା
ନୋଏଡା: ଆଜି ମାଟିରେ ମିଶିବ ନୋଏଡା ସ୍ଥିତ ଟୁଇନ୍ ଟାୱାର । ମାତ୍ର ୯ ସେକେଣ୍ଡ ମଧ୍ୟରେ ଧ୍ୱଂସ ହୋଇଯିବ ଦିଲ୍ଲୀ ନଏଡା ସ୍ଥିତ ଏହି ୧୩୦ ମିଟର ଉଚ୍ଚ ଅଟ୍ଟାଳିକା। ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ଭଙ୍ଗାଯିବ। ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଏହି ଟ୍ବିନ୍‌ ଟାୱାରକୁ ରବିବାର ଦ୍ବିପହର ୨ଟା୩୦ ସମୟରେ ଧ୍ବଂସ କରିଦିଆଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୩ ବର୍ଷରେ ନିର୍ମାଣ ହୋଇଥିବା ଏହି ୪୦ ମହଲା କୋଠାକୁ ଭୁଶୁଡେଇବା ପାଇଁ ମାତ୍ର ୯ ସେକେଣ୍ଡ ଲାଗିବ। ଉଭୟ ଟାୱାରର ୯,୬୦୦ ସ୍ଥାନରେ ଗାତ କରାଯାଇ ୩,୫୦୦ କେଜି ବାରୁଦ ଭରି ଦିଆଯାଇଛି।

ଦୁଇଟି ଯାକ ଅଟ୍ଟାଳିକା ଚାରିପଟେ ୧୦୦ ମିଟରକୁ ନିଷିଦ୍ଧାଂଚଳ କରାଯାଇଛି । ଏହି ଅଂଚଳରେ କେବଳ ୬ ଜଣ ଲୋକଙ୍କୁ ରହିବା ପାଇଁ ଅନୁମତି ଦିଆଯିବ । ବ୍ଲିଙ୍କ ମ୍ୟାନ୍ ଓ ତାଙ୍କ କମ୍ପାନୀର ଦୁଇ ଜଣ ବିଶେଷଜ୍ଞ, ଏଡିଫାଇସ୍ ଇଞ୍ଜିନିୟରିଂର ଜଣେ ଅଧିକାରୀ, ଜଣେ ବରିଷ୍ଠ ପୋଲିସ ଅଧିକାରୀ ଓ ଯିଏ ବିସ୍ଫୋରଣ କରିବେ ସେ ଉପସ୍ଥିତ ରହିବେ । ସେପଟେ ବିଲ୍‌ଡିଂକୁ ଭଙ୍ଗାଯିବା ଲାଗି ବ୍ୟବହାର କରାଯାଉଥିବା ବିସ୍ଫୋରକ ସ୍ୱତନ୍ତ୍ର ପ୍ରକାରର ହୋଇଥିବାରୁ ଧ୍ୱଂସାବଶେଷ ବେଶୀ ଦୂର ଯାଏ ଯିବ ନାହିଁ ବୋଲି କଂପାନି ଦାବି କରିଛି । ଟ୍ୱିନ୍‌ ଟାୱାରକୁ ଭାଙ୍ଗିବା ଲାଗି ଯେଉଁ କୌଶଳର ବ୍ୟବହାର କରାଯାଉଛି ତାହା ହେଲା ଇମ୍ପେ୍ଲାଜନ୍‌ । ଏହି କୌଶଳର ବ୍ୟବହାର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗଗନଶ୍ଚୁମ୍ଭୀ ଅଟ୍ଟାଳିକାଗୁଡ଼ିକୁ ଭାଙ୍ଗିବା ଲାଗି କରାଯାଇଥାଏ ।

ନିୟମ ଉଲ୍ଲଂଘନ ହେବା ପରେ ସୁପ୍ରିମକୋର୍ଟ ଏହି ଟ୍ୱିନ୍‌ ଟାୱାର୍‌କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ଏଡିଫାଇସ ଇଞ୍ଜିନିୟରିଂ ଏହି ଭାଙ୍ଗିବା ଦାୟିତ୍ୱ ନେଇଛି। ଏଥିପାଇଁ ପ୍ରାୟ ୭ ମାସ ଧରି ଯୋଜନା ପ୍ରସ୍ତୁତ କରିଛି ସଂସ୍ଥା। ଗତ ୨୧ଫେବ୍ରୁଆରୀରୁ ୩୫୦ ଶ୍ରମିକ ଏବଂ ୧୦ଜଣ ଇଞ୍ଜିନିୟର କାମରେ ଲାଗିଥିଲେ।