G. Udayagri - The Sakala

ଜି.ଉଦୟଗିରି ଥାନା ମହିଳା ଏସ୍ଆଇ ମୃତ୍ୟୁ ଘଟଣା: ଥାନା ଆଇଆଇସିଙ୍କ ନାଁରେ ଏତଲା
ଜି.ଉଦୟଗିରି: ଜି.ଉଦୟଗିରି ଥାନାର ମହିଳା ଏସଆଇ ମୃତ୍ୟୁ ଘଟଣାରେ ଥାନା ଆଇଆଇସିଙ୍କ ନାଁରେ ଏତଲା । ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିବା ସହ ଥାନା ଆଇଆଇସି ରେବତୀ ଶବରଙ୍କୁ ଦାୟୀ କରି ତାଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ଏସଆଇ ସ୍ୱାଗତିକା ବେହେରାଙ୍କ ପରିବାର ଲୋକ। ଜି. ଉଦୟଗିରି SDPO ବି.ଆର୍‌ ପଟ୍ଟନାୟକଙ୍କ ଏତଲା ଦିଆଯାଇଛି। ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି। ତେବେ ଅନ୍ୟପଟେ ଆଜି ଏସଆଇଙ୍କ ଶବବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସମନାକୁ ଆସିବ ।

ରେବତୀ ଶବର ସ୍ୱାଗତିକାଙ୍କୁ ସବୁବେଳେ ମାନସିକ ସ୍ତରରେ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ଏହା ସହ ତାଙ୍କୁ ସବୁବେଳେ ଟର୍ଚର ମଧ୍ୟ କରୁଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି। ମୁଁ ଆଉ ସହିପାରୁନି ବୋଲି ସ୍ୱାଗତିକା କହିଥିବା ସେ କହିଛନ୍ତି। ଗତକାଲି ସରକାରୀ କ୍ୱାର୍ଟର୍ସରୁ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

ଘଟଣାର ତଦନ୍ତ କରି ଆଇଆଇସି ରେବତୀ ଶବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାଗତିକାଙ୍କ ପରିବାର ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ସ୍ଥାନୀୟ ଥାନାର ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାରେ ଏସପି ଆସି ଅନୁଧ୍ୟାନ କରି ଯାଇଛନ୍ତି। ତଦନ୍ତ ଆରମ୍ଭ ହୋଇଛି। ସ୍ୱାଗତିକାଙ୍କ ଭାଇ ଏବଂ ମା ମୋତେ ଦେଖା କରିଛନ୍ତି। କୌଣସି ଅଭିଯୋଗ ମୁଁ ପାଇନି। ଯଦି କିଛି ଲିଖିତ ଅଭିଯୋଗ ପାଏ, ତାହାହେଲେ ତା ଆଧାରରେ ତଦନ୍ତ ହେବ ଏବଂ ଯିଏ ଦୋଷୀ ସେ ଦଣ୍ଡ ପାଇବେ।