INDvsPAK - The Sakala

ବାବର-ବିରାଟଙ୍କ ଜର୍ସି ଉପହାର ନେଇଥିବା ଦେଖି ରାଗିଲେ ଆକ୍ରମ
ନୂଆଦିଲ୍ଲୀ: ଗତକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା ବିଶ୍ବକପର ସବୁଠାରୁ ବଡ଼ ମ୍ୟାଚ୍ । ତେବେ ମ୍ୟାଚ ପରେ ଷ୍ଟାଡିୟମରେ ଥାଇ ଦର୍ଶକ ଦେଖିଥିଲେ ଏକ ନିଆରା ଦୃଶ୍ୟ । ଖେଳ ଶେଷ ପରେ ପାକିସ୍ତାନ ଅଧିନୟକ ବାବର ଆଜମ ବିରାଟଙ୍କ ପାଖରୁ ତାଙ୍କ ଅଟୋଗ୍ରାଫ ଥିବା ଟି-ସାର୍ଟ ନେଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରମ ଏବେ ବାବରଙ୍କୁ କଡା ସମାଲୋଚନା କରିଛନ୍ତି । ଆଜି ଏ ଭଳି କାର୍ଯ୍ୟ କରିବାର ଦିନ ନ ଥିଲା । ଯଦି ତୁମ ଭଣଜା କିମ୍ବା ପୁତୁରା ଜର୍ସି ପାଇଁ ଜିଦ ଧରିଛି ତେବେ ତୁମେ ମ୍ୟାଚ ପରେ ଡ୍ରେସିଂ ରୁମରେ ଏହି କାର୍ଯ୍ୟ କରି ପାରିଥାନ୍ତ । ପାକିସ୍ତାନର କ୍ରିକେଟ ପ୍ରଶଂସକ ମନ ଦୁଃଖରେ ଥିବା ବେଳେ ତୁମେ ଏ ଭଳି କାର୍ଯ୍ୟ କରିବା ଠିକ ନୁହେଁ ।

ବାବର ଅବଶ୍ୟ ଆକ୍ରମଙ୍କ ବୟାନକୁ ନେଇ କୌଣସି ଉତର ରଖି ନଥିବା ବେଳେ । ସେ ମ୍ୟାଚ ସମ୍ପର୍କରେ କହିଥିଲେ, ଭଲ ଆରମ୍ଭ କରିବା ସତ୍ୱେ ଆମେ ମଝିରେ ଭୁଲ କରିଥିଲୁ । ଏକଦା ୨୮୦ରୁ ୨୯୦ ସ୍କୋର କରିବୁ ବୋଲି ଆଶା କରିଥିବା ବେଳେ ନାଟକୀୟ ଢ଼ଙ୍ଗରେ ସବୁ କିଛି ଏପଟ ସେପଟ ହୋଇ ଯାଇଥିଲା

ସୂଚନାଯୋଗ୍ୟ, ବିରାଟ ଓ ବାବରଙ୍କ ମଧ୍ୟରେ ଏହି ବନ୍ଧୁତ୍ବ କହୁଛି, କ୍ରିକେଟ ସବୁ ସୀମାରୁ ଉପରେ । ବିରାଟ ଯେତେବେଳେ ଖରାପ ଫର୍ମରେ ଥିଲେ ସେ ସମୟରେ ବାବର ଖୋଲାଖୋଲି ତାଙ୍କ ସମର୍ଥନରେ ବାହାରିଥିଲେ । ବାବର ଉଭୟଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ଏ ସମୟ ବି ଚାଲିଯିବ ।’ ବାବରଙ୍କ ପୋଷ୍ଟର କିଛିଦିନ ପରେ କୋହଲି ଫର୍ମକୁ ଫେରିଥିଲେ । ୨୦୨୩ ଏସିଆ କପ୍ ସମୟରେ ମଧ୍ୟ କ୍ରିକେଟ ପ୍ରେମୀ ଉଭୟଙ୍କ ବନ୍ଧୁତ୍ବ ଦେଖିଥିଲେ ।

ଏସିଆ କପ: ଆଜି ସୁପରସଣ୍ଡେର ହାଇଭୋଲଟେଜ ମ୍ୟାଚରେ ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ
ଦୁବାଇ: ସୁପରସଣ୍ଡେରେ ଆଜି ପୁଣି ଏକ ମହା ମୁକାବିଲା । ଏସିଆ କପର ସୁପର-୪ ପର୍ଯ୍ୟାୟରେ ଆଜି ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ । ଚଳିତ ଟୁର୍ଣ୍ଣାମେଣ୍ଟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏହା ଦ୍ୱିତୀୟ ମୁକାବିଲା। ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ । ପ୍ରଥମ ମ୍ୟାଚ୍‍ ରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଏଥିରେ ଦଳଗତ ଖେଳ ଦେଖିବାକୁ ମିଳି ନଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲାଗି ଭାରତ ଏହି ମ୍ୟାଚ୍‍କୁ ଜିତିନେଇଥିଲା। ଭାରତ ଏବେ ସୁଦ୍ଧା ଦୁଇଟି ମ୍ୟାଚ୍‍ ଖେଳିସାରିଛି। ଏହି ଦୁଇଟି ମୁକାବିଲାରେ ଭାରତର ଟପ୍‍ ଅର୍ଡର ବ୍ୟାଟିଂ ଓ ଡେଥ୍‍ ବୋଲିଂ ପ୍ରଭାବଶାଳୀ ହୋଇପାରି ନାହିଁ। ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଏହି ଦୁଇଟି ବିଭାଗରେ ବିଫଳ ହେବା ଦଳର ଚିନ୍ତା ବଢ଼଼ାଇଦେଇଛି। ଲୋକେଶ ରାହୁଲ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେଇ ଗଠିତ ଟପ୍‍ ଅର୍ଡର ପାୱାର ପ୍ଲେ’ରେ ଯେପରି ଖେଳିବା କଥା ତାହା କରିପାରି ନାହାନ୍ତି। ଉଭୟ ରୋହିତ ଓ କୋହଲି ଦୁବାଇର ସ୍ଲୋ ପିଚ୍‍ରେ ଆଦୌ ସହଜ ବ୍ୟାଟିଂ କରିପାରୁ ନାହାନ୍ତି। ପାକିସ୍ତାନ ବିପକ୍ଷରେ ପ୍ରଥମ ବଲ୍‍ରେ ଓ ହଂକଂ ବୋଲିଂ ବିପକ୍ଷରେ ୩୯ ବଲ୍‍ରେ ୩୮ ରନ୍‍ କରିଥିଲେ ରାହୁଲ। ଏହା ତାଙ୍କ କ୍ୟାରିୟରର ସବୁଠାରୁ ସ୍ଲୋ ବ୍ୟାଟିଂ। ଏମାନଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ହଂକଂ ବିପକ୍ଷ ମ୍ୟାଚ୍‍ରେ ସୂର୍ଯ୍ୟକୁମାର ଯାଦବ ଭାରତକୁ ବିପଦରୁ ରକ୍ଷା କରିଛନ୍ତି। ଏବେ ଜାଡେଜା ଆହତ ହୋଇ ଦଳରୁ ବାଦ୍‍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଅକ୍ଷର ପଟେଲ ସାମିଲ ହୋଇଥିଲେ ମଧ୍ୟ ସେ କିପରି ଖେଳିବେ ତାହାକୁ ନେଇ ସନ୍ଦେହ ରହିଛି। ଜାଡେଜାଙ୍କ ଯୋଗୁଁ ପନ୍ତ୍‍ଙ୍କୁ ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‍ରୁ ବାଦ୍‍ ଦିଆଯାଇଥିଲା। ଏବେ ସେ କିମ୍ବା ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣେ ଖେଳିବେ।

ଜାଡେଜା ବାଦ୍‍ ପଡ଼ିବା ପୂର୍ବରୁ ହେଡ୍‍ କୋଚ୍‍ ରାହୁଲ ଦ୍ରାବିଡ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ଦ୍ରାବିଡ ଏଯାଏ ଯାହା କରିଛନ୍ତି ତାହା ପୂର୍ବରୁ କରାଯାଇଥିବା ଯୋଜନା ଅନୁଯାୟୀ ହୋଇଛି। ଏଣୁ ଏହି ମ୍ୟାଚ୍‍ରେ କିଛି ନୂଆ କଥା ଦେଖିବାକୁ ମିଳିଲେ ଏହା ମଧ୍ୟ ଟିମ୍‍ ମ୍ୟାନେଜମେଣ୍ଟର ଏକ ଯୋଜନା ବୋଲି ଧରି ନେବାକୁ ହେବ। ସେ କୋଚ୍‍ ଦାୟିତ୍ୱ ନେବା ପରଠାରୁ ଯାହା କିଛି ନିଷ୍ପତ୍ତି ନେଇଛନ୍ତି ତାହା ଯୋଜନାବଦ୍ଧ ଭାବେ ହୋଇଛି। ଏହି ଯୋଜନା ଅନୁଯାୟୀ ଖେଳାଳିଙ୍କ ଅଦଳ ବଦଳ କରାଯାଉଛି, ଅଧିନାୟକ ଏବଂ କୋଚ୍‍ ବିଶ୍ରାମ ନେଉଛନ୍ତି, ନୂଆ ଖେଳାଳିଙ୍କୁ ସୁଯୋଗ ମିଳୁଛି। ଏସବୁ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‍କୁ ଆଖିଆଗରେ ରଖି କରାଯାଉଛି।

ଏବେ କିନ୍ତୁ ଦଳର ଚିନ୍ତା ଟପ୍‍ ଅର୍ଡର ବ୍ୟାଟିଂ ଓ ଡେଥ୍‍ ଓଭର ବଢ଼଼ାଇଦେଇଛି। ଟପ୍‍ ଅର୍ଡରରେ ରାହୁଲଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଏହା ମଧ୍ୟ ହୋଇପାରେ ବାମହାତୀ ଋଷଭ ପନ୍ତ ଇନିଂସ ଓପନ କରିପାରନ୍ତି। ସେ ଯହି ରାହୁଲ କିମ୍ବା କୋହଲିଙ୍କ ସ୍ଥାନରେ ଖେଳନ୍ତି ତେବେ ଉଭୟ ଦିନେଶ କାର୍ତ୍ତିକ ଓ ଅକ୍ଷର ପଟେଲଙ୍କୁ ଖେଳିବା ସୁଯୋଗ ମିଳିପାରେ। ପାକିସ୍ତାନ ଟପ୍‍ ଅର୍ଡରରେ ଦୁଇ ଜଣ ବାମହାତୀ ଥିବାରୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ଖେଳିବାକୁ ମଧ୍ୟ ଏଡ଼ାଇଦେଇ ହେବ ନାହିଁ। ସେହିପରି ଡେଥ୍‍ ଓଭରରେ କୌଣସି ବୋଲର ରନ୍‍ ନିୟନ୍ତ୍ରଣ କରିପାରୁ ନାହାନ୍ତି। ପାକିସ୍ତାନ ବିପକ୍ଷରେ ହେଉ ଅବା ହଂକଂ ବିପକ୍ଷରେ ଡେଥ୍‍ ବୋଲିଂ କାମ କରୁନାହିଁ। ଆଭେଶ ଖାନ୍‍ ଓ ଅର୍ଶଦୀପ ସିଂଙ୍କ ଲାଗି ଏହା ଆଉ ଏକ ପରୀକ୍ଷା ହୋଇପାରେ।

ପାକିସ୍ତାନର ମଧ୍ୟ ସମାନ ଅସୁବିଧା। ଦଳର ସର୍ବଶ୍ରେଷ୍ଠ ଖେଳାଳି ଅଧିନାୟକ ବାବର ଆଜମ ଦୁଇଟିଯାକ ମ୍ୟାଚ୍‍ରେ ଫେଲ ମାରିଛନ୍ତି। ତାହା ଅର୍ଥ ନୁହେଁ ଯେ ଭାରତ ଏହି ଷ୍ଟାର ଖେଳାଳିଙ୍କୁ ହାଲକା ଭାବେ ନେଉଛି। ଭାରତ ଭଳି ଏହାର ଟପ୍‍ ଅର୍ଡର ମଧ୍ୟ ପାୱାର ପ୍ଲେ’ରେ ଦ୍ରୁତ୍‍ ରନ୍‍ ସଂଗ୍ରହ କରିପାରୁ ନାହାନ୍ତି। କିନ୍ତୁ ପ୍ରଥମ ୩ ବ୍ୟାଟରଙ୍କ ବାଦ୍‍ ଦଳରେ ଆଉ ଅଭିଜ୍ଞ ଖେଳାଳି ନାହାନ୍ତି। ବୋଲିଂରେ ଯୁବ ଖେଳାଳି ଶାହନୱାଜ ଦାହନି ଆହତ ହୋଇ ଏହି ମ୍ୟାଚ୍‍ରୁ ବାଦ୍‍ ପଡ଼ିଛନ୍ତି। ୧୯ ବର୍ଷୀୟ ଫାଷ୍ଟ ବୋଲର ନସୀମ ଶାହାଙ୍କୁ ଖେଳିବା ଖୁବ୍‍ କଷ୍ଟକର ହେଉଛି। ପାୱାର ପ୍ଲେ’ରେ ଦଳ ଭଲ ବୋଲିଂ କରିଛି। କିନ୍ତୁ ଅନ୍ୟମାନେ ପ୍ରଭାବୀ ହୋଇ ପାରି ନାହାନ୍ତି। ନସୀମ ଓ ବାମହାତୀ ସ୍ପିନର ମହମ୍ମଦ୍‍ ନୱାଜଙ୍କୁ ଖେଳିବା ଭାରତୀୟ ବ୍ୟାଟରଙ୍କ ଲାଗି ସମସ୍ୟା ସୃଷ୍ଟି କରିଛି। ଏମାନଙ୍କ ୮ ଓଭରକୁ ଭଲରେ ଖେଳିଦେଲେ ଅବଶ୍ୟ ଭାରତ ଏକ ବଡ଼ ସ୍କୋର କରିପାରିବ। ଦୁଇ ଦଳ ମଧ୍ୟରେ ଏପରି ହାଇଭୋଟେଜ୍‍ ମୁକାବିଲାରେ ସବୁଠାରୁ ବଡ଼ ସଫଳତା ହେଲା ଚାପକୁ ଉଚିତ ମୁକାବିଲା କରିବା। ଯେଉଁ ଦଳ କିମ୍ବା ଖେଳାଳି ମ୍ୟାଚ୍‍ର ଚାପକୁ ଠିକ୍‍ ଭାବେ ମୁକାବିଲା କରିପାରିବେ ସେହି ଦଳ କିମ୍ବା ଖେଳାଳିମାନେ ଏହି ମ୍ୟାଚ୍‍ରେ ସଫଳ ହେବେ।

ଦୁବାଇରେ ଆଜି ଦମ୍‍ ଦେଖାଇବ ମେନ ଇନ୍ ବ୍ଲୁ; ମଇଦାନକୁ ଓହ୍ଲାଇବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ
ବିଶ୍ୱ କ୍ରିକେଟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ଦେଶ ଭାବେ ଭାରତ ଓ ପାକିସ୍ତାନର ସ୍ୱତନ୍ତ୍ର ପରିଚୟ ରହିଛି। କିନ୍ତୁ ପରିସ୍ଥିତି ଏମାନଙ୍କୁ କେବଳ ଆଇସିସି ଇଭେଣ୍ଟରେ ମୁକାବିଲା କରିବାକୁ ସୁଯୋଗ ଦେଉଛି। ଯେତେ କମ୍‍ ମୁକାବିଲା ହେଉଥିଲେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ସେତିକି ଅଧିକ ଉତ୍କଣ୍ଠା ବୃଦ୍ଧି ପାଉଛି। ଗତ ବିଶ୍ୱକପ୍‍ରେ ଉଭୟଙ୍କ ମଧ୍ୟରେ ଶେଷଥର ଟି-୨୦ କ୍ରିକେଟରେ ମୁକାବିଲା ହୋଇଥିଲା। ଏଥିରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା ପାକିସ୍ତାନ। ଏହା ପରେ ଏସିଆ କପ୍‍ରେ ରବିବାର ଦୁଇ ଦଳ ମଧ୍ୟରେ ପୁଣିଥରେ ମୁକାବିଲା ହେବାକୁ ଯାଉଛି। ଏହି ମୁକାବିଲା ପୂର୍ବରୁ ଭାରତ କିନ୍ତୁ ବେଶ୍‍ ଶକ୍ତିଶାଳୀ ହୋଇଯାଇଛି।

ଏହା ମଧ୍ୟରେ ଉଭୟ ଦେଶର ଖେଳ ଶୈଳୀରେ ଅନେକ କିଛି ପରିବର୍ତ୍ତିନ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏକ ଆକ୍ରମଣାତ୍ମକ ଦଳରେ ପରିଣତ ହୋଇଛି। ସେହିପରି ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନର ଉନ୍ନତି ଚମକପ୍ରଦ ହୋଇଛି। ବିଶ୍ୱ ଟି-୨୦ ରାଙ୍କିଙ୍ଗରେ ନଂ-୧ ଭାରତ ଓ ନଂ-୩ ପାକିସ୍ତାନ ମଧ୍ୟରେ ଅଗଷ୍ଟ ୨୮ ତାରିଖ ମୁକାବିଲା ବେଶ ରୋମାଞ୍ଚକ ହେବ ବୋଲି ଆଶା କରିବା ସ୍ୱାଭାବିକ୍‍। ଏହି ମୁକାବିଲା ପୂର୍ବରୁ କେଉଁ ଦଳ କେଉଁଥିରେ ଶକ୍ତିଶାଳୀ ତାହା ନିମ୍ନରେ ଆଲୋଚନା କରାଗଲା।

ଟପ୍‍ ଅର୍ଡର

ଭାରତ: ଗତ କିଛିବର୍ଷର ଉଭୟଙ୍କ ମଧ୍ୟରେ ଯେଉଁ ମୁକାବିଲା ହୋଇଛି ସେଥିରେ ଭାରତୀୟ ଟପ୍‍ ଅର୍ଡର ଓ ପାକିସ୍ତାନୀ ଫାଷ୍ଟ ବୋଲରଙ୍କ ମଧ୍ୟରେ ଲଢ଼େଇର ଆଖ୍ୟା ଦିଆଯାଇଛି। ଏହା ନିଃସନ୍ଦେହ ଭାରତର ଟପ୍‍ ଅର୍ଡରକୁ ବିଶ୍ୱର ସମସ୍ତ ଦଳ ଭୟ କରିଥାନ୍ତି। ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଗଠିତ ଟପ୍‍ ଅର୍ଡର ଯେ କୌଣସି ବୋଲିଂକୁ ଧୂଳିସାତ କରିବାର ଦକ୍ଷତା ରଖିଛନ୍ତି। ରୋହିତ, କୋହଲି ଓ ରାହୁଲଙ୍କ ରେକର୍ଡ ଓ ରେପୁଟେସନର ତୁଳନା ନାହିଁ। କିନ୍ତୁ ଶେଷ ଦୁଇ ବ୍ୟାଟର ଆହତ ସମସ୍ୟାରୁ ଓ ବିଶ୍ରାମ ନେବା ପରେ ଦଳକୁ ଫେରିଛନ୍ତି। ଏମାନଙ୍କ ଅଭିଜ୍ଞତାକୁ ଅଣଦେଖା କରି ହେବ ନାହିଁ। ଉଭୟଙ୍କୁ ସୁଯୋଗ ଦେବା ଲାଗି ରୋହିତ ଜବରଦସ୍ତ ଫର୍ମରେ ଥିବା ସୂର୍ଯ୍ୟକୁମାର କିମ୍ବା ଋଷଭ ପନ୍ତ୍‍ଙ୍କୁ ପାର୍ଟନର କରି ଇନିଂସ ଓପନ କଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ପାକିସ୍ତାନ: ଅଧିନାୟକ ବାବର ଆଜମ ଓ ୱିକେଟକିପର ମହମ୍ମଦ୍‍ ରିଜୱାନ୍‍ ଗତ ସିଜନରେ ଏକ ଭୟଙ୍କର ଓପନିଂ ଯୋଡିରେ ପରିଣତ ହୋଇଛନ୍ତି। ୨୦୨୧ରେ ଆଜମ ୨୬ଟି ମ୍ୟାଚ୍‍ରୁ ୧୩୨୬ ଓ ରିଜୱାନ ସମାନ ସଂଖ୍ୟକ ମ୍ୟାଚ୍‍ ଖେଳି ୯୩୯ ରନ କରି ପ୍ରଥମ ଦୁଇଟି ସ୍ଥାନରେ ରହିଥିଲେ। ଏମାନେ ଭୟ ନକରି ଖେଳିବାର ନଜିର ରହିଛି। ନଂ-୩ରେ ଫକର ଜମାନ ଶକ୍ତିଶାଳୀ ମନେହେଉଥିଲେ ମଧ୍ୟ ତାଙ୍କର ଫର୍ମକୁ ନେଇ ଚିନ୍ତା ରହିଛି।

ମିଡଲ ଅର୍ଡର ଓ ଫିନିସର

ଭାରତ: ସୂର୍ଯ୍ୟକୁମାର, ଋଷଭ ପନ୍ତ୍‍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଗଠିତ ଭାରତୀୟ ମିଡଲ ଅର୍ଡର କ୍ବଚିତ ବିଫଳ ହୋଇଛନ୍ତି। ଭଲରେ ହେଉ କିମ୍ବା ଚାପରେ ସେମାନେ ଆକ୍ରମଣାତ୍ମକ ବ୍ୟାଟିଂ କରିବାରେ ସକ୍ଷମ। ଏମାନଙ୍କ ମଧ୍ୟରୁ କେହି ଜଣେ ଫିନସର ଭୂମିକା ଗ୍ରହଣ କରିଥାନ୍ତି। ଯଦି କେହି ଏଥିରେ ବିଫଳ ହୁଅନ୍ତି, ତେବେ ନୂଆ ଫିନିସର ଆଖ୍ୟା ପାଇଥିବା ଦିନେଶ କାର୍ତ୍ତିକ ଅଛନ୍ତି। ଗତ ଏକବର୍ଷ ମଧ୍ୟରେ ଏମାନଙ୍କ ଷ୍ଟ୍ରାଇକ୍‍ରେଟ ବେଶ ଉତ୍ସାହଜନକ ରହିଛି। ଏଥିରେ ଭାରତ ଖୁବ୍‍ ଶକ୍ତିଶାଳୀ।

ପାକିସ୍ତାନ: ହାଇଦର ଅଲ୍ଲୀ, ଇଫତିକର ଅହମ୍ମଦ୍‍ ଓ ଆସିଫ୍‍ ଅଲ୍ଲୀଙ୍କ ଭଳି ଦକ୍ଷ ବ୍ୟାଟର ଥିଲେ ମଧ୍ୟ ଏମାନଙ୍କ ନିକଟରେ ଅଭିଜ୍ଞତାର ଅଭାବ ରହିଛି। କିନ୍ତୁ ପ୍ରତିପକ୍ଷ ବୋଲରଙ୍କୁ ଏହି ୩ଜଣ ନାକେଦମ କରିବେ ବୋଲି ଅଧିନାୟକ ଆଜମ କହିଛନ୍ତି।

ପେସ୍‍ ବୋଲର

ପାକିସ୍ତାନ: ଦଶନ୍ଧି ଦଶନ୍ଧି ଧରି ବିଶ୍ୱସ୍ତରର ପେସ୍‍ ବୋଲର ସୃଷ୍ଟି କରିବାରେ ପାକିସ୍ତାନର ରେକର୍ଡ ରହିଛି। ଏମାନଙ୍କ ପେସ୍‍ ଯୋଗୁଁ ବିଶ୍ୱର ପ୍ରାୟ ସମସ୍ତ ବ୍ୟାଟର ଅସୁବିଧା ଭୋଗିଥାନ୍ତି। ବିଶ୍ୱର ଶ୍ରେଷ୍ଠ ବୋଲର ସାହିନ୍‍ ଶାହ ଆଫ୍ରିଦୀ ଆହତ ଯୋଗୁ ଖେଳୁ ନଥିଲାବେଳେ ହାରିସ୍‍ ରଫ୍‍, ୧୯ ବର୍ଷୀୟ ନସୀମ ଶାହ, ମହମ୍ମଦ୍‍ ହାସନେନ୍‍ ଓ ଶାହନୱାଜ ଦାହନିଙ୍କ ନିକଟରେ ଟି-୨୦ ଖେଳିବାରେ ଅନେକ ଅଭିଜ୍ଞତା ରହିଛି। ଏମାନଙ୍କଠାରୁ ନିୟମିତ ୧୪୦ରୁ ୧୫୦ କିଲୋମିଟର ବେଗରେ ବୋଲିଂ କରିଥାନ୍ତି। କିନ୍ତୁ ଭାରତୀୟ ବ୍ୟାଟରଙ୍କ ଏମାନଙ୍କ ଅପେକ୍ଷା ଅଧିକ ଅଭିଜ୍ଞତା ଥିବାରୁ ମୁକାବିଲା ବେଶ ରୋମାଞ୍ଚକ ହେବ।

ଭାରତ: ଦଳର ନଂ-୧ ବୋଲର ଯଶପ୍ରୀତ୍‍ ବୁମ୍‍ରା, ହର୍ଷଲ ପଟେଲଙ୍କ ଅନୁପସ୍ଥିତିରେ ଅଭିଜ୍ଞ ଭୁବନେଶ୍ୱର କୁମାର ନେତୃତ୍ୱ ନେବେ। ବାମହାତୀ ଅର୍ଶଦୀପ ସିଂ ଓ ଆଭେଷ ଖାନ୍‍ ଟି-୨୦ ଫର୍ମାଟରେ ବେଶ ଅଭିଜ୍ଞ ବୋଲର ଓ ସେମାନଙ୍କ ପ୍ରଦର୍ଶନ ମଧ୍ୟ ଉତ୍ସାହଜନକ ରହିଛି।

ଅଲରାଉଣ୍ଡର

ଟି-୨୦ରେ ଅଲରାଉଣ୍ଡରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଦୀପକ ହୁଦା ଓ ଆର୍‍ ଅଶ୍ୱିନଙ୍କ ପରି ଅଲରାଉଣ୍ଡରଙ୍କୁ ନେଇ ଭାରତ ବେଶ ଶକ୍ତିଶାଳୀ। କିନ୍ତୁ ପାକିସ୍ତାନୀ ଉପଅଧିନାୟକ ସଦାବ ଖାନ୍‍ ଏହି ବିଭାଗରେ ସବୁଠାରୁ ଅଭିଜ୍ଞ। ୱିକେଟ କିପର ମହମ୍ମଦ୍‍ ରିଜୱାନ ମଧ୍ୟ ଦଳର ଆସେଟ।

ସ୍ପିନର ଓ ଫିଲ୍ଡର

ଭାରତ: ଟି-୨୦ କ୍ରିକେଟ ଓ ୟୁଏଇରେ ସ୍ପିନରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଭାରତର ଲେଗ୍‍ ସ୍ପନି ଯୁଜବେନ୍ଦ୍ର ଚହଲ, ଅଶ୍ୱିନ, ଜାଡେଜା ଓ ରବି ବିଷ୍ଣୋଇଙ୍କୁ ନେଇ ଭାରତୀୟ ସ୍ପିନ ବିଭାଗ ବେଶ ଶକ୍ତିଶାଳୀ। ଭାରତ ଏବେ ଏହି ବିଭାଗରେ ବିପଜ୍ଜନକ ଓ ଅଧିନାୟକ ରୋହିତ ଶର୍ମାଙ୍କ ନିକଟରେ ଅନେକ ବିକଳ୍ପ ରହିଛି।

ପାକିସ୍ତାନ: ଏହି ବିଭାଗରେ ପାକିସ୍ତାନୀ ଅଧିନାୟକ ବାବର ଆଜମଙ୍କ ନିକଟରେ ବିକଳ୍ପ ନାହିଁ। ଲେଗ୍‍ ସ୍ପିନର ସଦାବ ଖାନ୍‍ ଓ କିମ୍ବଦନ୍ତୀ ସ୍ପିନର ଅବ୍‍ଦୁଲ କାଦିରଙ୍କ ସୁପୁତ୍ର ଉସ୍‍ମାନଙ୍କୁ ନେଇ ସ୍ପିନ ବାହିନୀ ଗଠିତ। ଅବଶ୍ୟ ଏମାନେ ଭାରତୀୟ ବ୍ୟାଟିଂକୁ ଧୂଳିସାତ କରିବା ଦକ୍ଷତା ରଖିଛନ୍ତି।

ଏସିଆ କପ: ଆଜି ସୁପରସଣ୍ଡେର ହାଇଭୋଲଟେଜ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ଦୁବାଇ: ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ ମହା ମୁକାବିଲା ରବିବାର ଏଠାରେ ଅନୁଷ୍ଠିତ ହେବ। ଏହି ମୁକାବିଲାରେ ଭାରତର ଆକ୍ରମଣାତ୍ମକ ଖେଳ ଓ ପାକିସ୍ତାନର ନୂଆ ସଫଳତା ମଧ୍ୟରେ ଏକପ୍ରକାର ମୁକାବିଲା ହେବ ବୋଲି ଆଶା କରାଯାଉଛି। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍‍ ଗତ ଏକ ଦଶନ୍ଧି ହେଲା ଆୟୋଜିତ ହୋଇନାହିଁ। ଯାହା ଫଳରେ ପରସ୍ପର ସହ ମୁକାବିଲା କେବଳ ଏପରି ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ହେଉଛି। ଟି-୨୦ ବିଶ୍ୱକପ୍‍ରେ ଶେଷଥର ଏଠାରେ ଉଭୟ ପରସ୍ପରକୁ ଭେଟିଥିଲେ। ଏଥିରେ ଭାରତ ୧୦ ୱିକେଟରେ ଶୋଚନୀୟ ଭାବେ ପରାଜିତ ହୋଇଥିଲାବେଳେ ରୋହିତ ଶର୍ମାଙ୍କ ଭାରତ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି। ସବୁଠାରୁ ବଡ଼ କଥା ହେଲା ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‍ ଲାଗି ସମସ୍ତ ଅଂଶଗ୍ରହଣକାରୀ ଦଳ ସେମାନଙ୍କ କମ୍ବିନେସନ ଠିକ୍‍ କରିବା ଉପରେ ଏହି ଟୁର୍ଣ୍ଣାମେଣ୍ଟକୁ ଏକ ଭଲ ପ୍ଲାଟଫର୍ମ ଭାବେ ବିନିଯୋଗ କରୁଛନ୍ତି।

କ୍ରିକେଟରେ ଭାରତ ବନାମ ପାକିସ୍ତାନ ମୁକାବିଲାର ଗୁରୁତ୍ୱ କେବଳ ଦୁଇ ଦେଶ ନୁହେଁ ବରଂ ବିଶ୍ୱର ସମର୍ଥକ ଉତ୍କଣ୍ଠାର ସହ ଉପଭୋଗ କରିଥାନ୍ତି। ଏଭଳି ସ୍ଥିତିରେ ଭାରତ ଏହି ମ୍ୟାଚ୍‍ରେ ନିଜର ପ୍ରାଧାନ୍ୟ ଅବ୍ୟାହତ କରିବା ଲକ୍ଷ୍ୟ ନେଇ ଖେଳିବାକୁ ଯାଉଛି। ଦଳର ୩ ଜଣ ଟପ୍‍ ଅର୍ଡର ବ୍ୟାଟର ତଥା ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଲାଗି ପରୀକ୍ଷା ଦେବା ଭଳି। ପାକିସ୍ତାନ ସହ ଏଠାରେ ଶେଷ ମୁକାବିଲାରେ ଭାରତର ଟପ୍‍ ଅର୍ଡର ମାତ୍ର ୨ ଓଭରରେ ପାଭିଲିୟନ ଫେରିଯାଇଥିଲେ। ଯାହା ଫଳରେ ଭାରତ ଶୋଚନୀୟ ପରାଜୟ ବରଣ କରିଥିଲା। ଏଥିରୁ ମୁକୁଳିବାକୁ ଅଧିନାୟକ ରୋହିତ ଏଥର ନିଶ୍ଚୟ ଚେଷ୍ଟା କରିବେ। ସେହିପରି ଫର୍ମ ଫେରିପାଇବାକୁ ବିରାଟ କୋହଲିଙ୍କ ଲାଗି ଏକ ବଡ଼ ସୁଯୋଗ। କିଛି ଦିନର ଭଲ ବିଶ୍ରାମ ନେବା ପରେ କୋହଲି ଏହି ମ୍ୟାଚ୍‍ରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ। ତାଙ୍କଠାରୁ ଭଲ ଇନିଂସ ଆଶା କରାଯାଉଛି। ରୋହିତ ଓ ରାହୁଲଙ୍କଠାରୁ ମଧ୍ୟ ସେମାନଙ୍କ ସ୍ୱଭାବ ସୁଲଭ ବ୍ୟାଟିଂ ସମର୍ଥକ ଆଶା ରଖିଛନ୍ତି। ଭାରତର ଟପ୍‍ ଅର୍ଡର ଏସବୁର ସମାଧାନ କରିବା ସହ ନିଜ କ୍ୟାରିୟର ମଧ୍ୟ ସଜାଡିବେ। ଯଦିଓ ପୂର୍ବ ମୁକାବିଲା ଭଳି ଭାରତର ଟପ୍‍ ଅର୍ଡର ଏହି ମ୍ୟାଚ୍‍ରେ ଫେଲ ମାରେ ତେବେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଫିନିସର ଦିନେଶ କାର୍ତ୍ତିକ ବିପଦରୁ ରକ୍ଷା କରିବାକୁ ପ୍ରସ୍ତୁତ। ମୋଟାମୋଟି କହିବାକୁ ଗଲେ ପାକିସ୍ତାନୀ ପେସ୍‍ ବୋଲରଙ୍କୁ ମୁକାବିଲା କରିବାକୁ ଭାରତୀୟ ବ୍ୟାଟର ଏଥର ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। ପ୍ରତିପକ୍ଷ ଫାଷ୍ଟ ବୋଲର ସାହିନ ଶାହ ଆଫ୍ରିଦୀ ଆହତ ଯୋଗୁ ଏହି ମ୍ୟାଚ୍‍ ଖେଳୁ ନଥିବାରୁ ଭାରତୀୟ ବ୍ୟାଟର କିଛିଟା ଆଶ୍ୱସ୍ତ ହେବା ସ୍ୱାଭାବିକ୍‍।

ବୋଲିଂରେ ମଧ୍ୟ ଭାରତୀୟ ବୋଲର ଫର୍ମରେ ଅଛନ୍ତି। କିନ୍ତୁ ପାକିସ୍ତାନ ବିପକ୍ଷରେ ଚାପରେ ରହି ଖେଳିବା ଲାଗି ଯେଉଁ ଅଭିଜ୍ଞତା ଆବଶ୍ୟକ ତାହା ଦଳରେ ସ୍ଥାନ ପାଇଥିବା ଦୁଇ ପେସ୍‍ ବୋଲର ଅର୍ଶଦୀପ ସିଂ କିମ୍ବା ଆଭେଶ ଖାନଙ୍କ ନିକଟରେ ନାହିଁ। କେବଳ ସିନିୟର ବୋଲର ଭୁବନେଶ୍ୱର କୁମାର ଏହାର ଉଚିତ ମୁକାବିଲା କରିବାକୁ ସକ୍ଷମ। କିନ୍ତୁ ସ୍ପିନ୍‍ ବିଭାଗରେ ଭାରତ ଶକ୍ତିଶାଳୀ। ରବୀନ୍ଦ୍ର ଜାଡେଜା, ରବି ଅଶ୍ୱିନ ଓ ଯୁଜବେନ୍ଦ୍ର ଚହଲଙ୍କ ଭାରତ ଏହି ମ୍ୟାଚ୍‍ରେ ଖେଳିବାକୁ ସୁଯୋଗ ଦେଇପାରେ।

ଅନ୍ୟପକ୍ଷରେ ପାକିସ୍ତାନୀ ଅଧିନାୟକ ବାବର ଆଜମ ଓ ତାଙ୍କ ଓପନିଂ ପାର୍ଟନର ମହମ୍ମଦ୍‍ ରିଜୱାନ୍‍ ସେମାନଙ୍କ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଏମାନଙ୍କ ଯୋଡି ଏବେ ଶ୍ରେଷ୍ଠ ଯୋଡି ଭାବେ ବିବେଚିତ ହେଉଛନ୍ତି। ଭାରତ ବିପକ୍ଷରେ ସଫଳତା ପାଇଥିବା ଫକର ଜମାନ ନଂ-୩ରେ ଖେଳିବେ। ଏମାନଙ୍କ ବ୍ୟତୀତ ୩ ଯୁବ ଖେଳାଳି ମିଡଲ ଅର୍ଡରରେ ଖେଳୁଥିବାରୁ ସେମାନଙ୍କଠାରୁ କି ପ୍ରକାର ଖେଳ ଦେଖିବାକୁ ମିଳିବ ତାହା କହିହେବ ନାହଁ। କିନ୍ତୁ ଦଳର ପେସ୍‍ ବୋଲିଂ ପୂର୍ବପରି ଶାଣିତ ରହିଛି। ଏମାନଙ୍କୁ ମୁକାବିଲା କରିବାକୁ ଭାରତୀୟ ବ୍ୟାଟର କେତେ ପ୍ରସ୍ତୁତ ତାହା ରବିବାର ମୁକାବିଲାରୁ ସ୍ପଷ୍ଟ ହେବ।