Shweta Utkal Kumari - The Sakala

ସପ୍ଟୱେୟାର ଇଂଜିନିୟର ଶ୍ଵେତା ଉତ୍କଳ କୁମାରୀ ମୃତୁ ମାମଲା, ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର ଗିରଫ
ଭୁବନେଶ୍ବର : ସପ୍ଟୱେୟାର ଇଂଜିନିୟର ଶ୍ଵେତା ଉତ୍କଳ କୁମାରୀ ମୃତୁ ମାମଲା, ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର ଗିରଫ। ସମ୍ବଲପୁର ଘରୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ। ସୌମ୍ୟଜିତଙ୍କୁ ସମ୍ବଲପୁରର ଗିରଫ କରି ଭୁବନେଶ୍ୱର ଆଣୁଚି ପୋଲିସ । ଦୀର୍ଘ 6ମାସ ପରେ ସୌମ୍ୟଜିତଙ୍କୁ ଗିରଫ କଲା ପୋଲିସ । ଶୈଳଶ୍ରୀ ବିହାର ଘରୁ ଅଗଷ୍ଟ 2022ରେ ଶ୍ଵେତା ଉତ୍କଳ କୁମାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ଶ୍ଵେତାଙ୍କ ବାପା, ମା, ଭାଇ ଆଣିଥିଲେ ହତ୍ୟା ଅଭିଯୋଗ । ପରେ ପୋଲିସ ଏ ମାମଲାର ତଦନ୍ତ କରିଥିଲା ।

ଶ୍ୱେତା ଆତ୍ମହତ୍ୟା ମାମଲା : ସୌମ୍ୟଙ୍କ ପତ୍ତା ପାଉନି ପୁଲିସ, ଘର ତାଲା ଦେଇ ପରିବାର ବି ଫେରାର୍‌
ଭୁବନେଶ୍ବର : ଶ୍ୱେତା ଆତ୍ମହତ୍ୟା ମାମଲାରେ ସୌମ୍ୟଜିତଙ୍କ ବିରୋଧରେ ଦିନକୁ ଦିନ ନୂଆ ଅଭିଯୋଗ ଆସୁଛି। ପୁଲିସ ମଧ୍ୟ ପ୍ରମାଣ ଯୋଗାଡ଼ରେ ଲାଗିଛି। ସେପଟେ ସୌମ୍ୟଜିତ୍‍ ଓ ତାଙ୍କ ପରିବାର ଫେରାର ହୋଇଯାଇଥିବା ବେଳେ ସୌମ୍ୟଙ୍କୁ ଧରିବା ପାଇଁ ପୁଲିସ ଏକାଧିକ ସ୍ଥାନରେ ଚଢ଼ଉ କରିଛି। ଚନ୍ଦ୍ରଶେଖରପୁର ଥାନାର ତଦନ୍ତ ଅଧିକାରୀ ଦୁଇଥର ତାଙ୍କ ଘରକୁ ଯାଇଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳୁନି।

ସେପେଟ ଭଲ ପାଇବା ଆଳରେ ସୌମ୍ୟଜିତ୍‍ ଟଙ୍କା ଲୁଟୁଥିବା ସ୍ପଷ୍ଟ ପ୍ରମାଣ ହୋଇଛି। କାରଣ ଶ୍ୱେତା ଭଲ ଚାକିରି କରି ମୋଟା କରମର ଦରମା ପାଉଥିଲେ। ତଥାପି ଶ୍ୱେତା କରିଥିଲେ ୨ଲକ୍ଷ ୩୦ ହଜାର ଟଙ୍କାର ବ୍ୟାଙ୍କ୍‍ ଲୋନ୍‍। ଏସମ୍ପର୍କରେ ପରିବାର ଲୋକଙ୍କୁ ମଧ୍ୟ ସେ ଜଣାଇ ନ ଥିଲେ। ପୁଲିସ ବ୍ୟାଙ୍କରେ ପଚରାଉଚରା କରିବା ପରେ ଏଭଳି ଲୋନ୍‍ ଘଟଣା ପଦାକୁ ଆସିଛି। ଶ୍ୱେତା ଲୋନ୍‍ ନେବା ସମୟରେ ମଧ୍ୟ ପ୍ରେମିକ ସୌମ୍ୟଜିତ୍‍ ଉପସ୍ଥିତ ରହିଥିବା ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ ବେଳେ ଜାଣିବାକୁ ପାଇଛି।

ଅନ୍ୟପଟେ ସୌମ୍ୟଜିତ୍‍ ଏବଂ ତାଙ୍କ ପରିବାର ଲୋକେ ଫୋନ୍‍ ବନ୍ଦ କରି ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି। ତେଣୁ ପୁଲିସ ସୌମ୍ୟଜିତ୍‍ଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନ୍‍ଭିନ୍‍ କରୁଛି। ସୌମ୍ୟଜିତ୍‍ଙ୍କ ବିରୋଧରେ ପୁଲିସ ୩୦୬ରେ ଏକ ମାମଲା କରିଛି।। କିନ୍ତୁ ୩୦୬ ମାମଲାରେ ହାଇକୋର୍ଟ ଜାମିନ୍‍ ଦେବେ କୋର୍ଟରେ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେବେ। ସୌମ୍ୟଜିତ୍‍ ଦୁଇ ଦିନ ଭିତରେ ତଳ କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି। ଅନ୍ୟପଟରେ ମଧ୍ୟ ଶ୍ୱେତାଙ୍କ ପରିବାର ମଧ୍ୟ ସୌମ୍ୟଙ୍କ ଜାମିନ୍‍ ଆବେଦନକୁ ଖାରଜ କରିବା ପାଇଁ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।

ପୂର୍ବରୁ ଶ୍ୱେତା-ସୌମ୍ୟଜିତ୍‍ଙ୍କ ହ୍ୱାଟ୍ସଆପ୍‍ ଚାର୍ଟରେ ଟଙ୍କା ସମ୍ପର୍କରେ ଉଲ୍ଲେଖ ରହିଛି। ବଡ଼ କଥା ହେଲା ଯେଉଁ ସମୟରେ ଶ୍ୱେତା ବ୍ୟାଙ୍କ୍‍ରୁ ଲୋନ୍‍ ଆଣିଥିଲେ ସେହି ସମୟରେ ସୌମ୍ୟଜିତ୍‍ ଚାକିରି ହରାଇଥିଲେ। ଏହି ସମୟରେ ସେ ଶ୍ୱେତାଙ୍କ ନିକଟରେ ରହୁଥିଲେ। ଶ୍ୱେତା ତାଙ୍କୁ ରହିବା, ଖାଇବା ଏବଂ ପକେଟ ଖର୍ଚ୍ଚ ମଧ୍ୟ ଦେଉଥିଲେ। ତେଣୁ ଏହି ଲୋନ୍‍ ଟଙ୍କା ସୌମ୍ୟଜିତ୍‍ଙ୍କ ମଉଜମସ୍ତି ପାଇଁ ଶ୍ୱେତା ଖର୍ଚ୍ଚ କରିଥିବା ତାର ସାଙ୍ଗ ପୁଲିସ ଆଗରେ ପ୍ରକାଶ କରିଛି। ଏପରିକି ଶ୍ୱେତା ଦେଇଥିବା ଟଙ୍କା ଦେବାକୁ ମଧ୍ୟ ସୌମ୍ୟଜିତ୍‍ ମା’ଙ୍କୁ କହୁଥିବାରୁ ହ୍ୱାଟ୍ସଆପ୍‍ ଚାଟ୍‍ରେ ଦେଖିବାକୁ ମିଳିଥିଲା। ତେଣୁ ପୁଲିସ ଏହି ସବୁ ପ୍ରମାଣକୁ ନେଇ ତଦନ୍ତ କରୁଛି।

ଶ୍ୱେତା ଆତ୍ମହତ୍ୟା ମାମଲା : ଭଲ ପାଇବାର ନାଟକ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ପ୍ରେମିକ ସୌମ୍ୟଜିତ୍‍
ଭୁବନେଶ୍ବର : ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାରେ ଦିନକୁ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଭଲ ପାଇବାର ନାଟକ କରି ପ୍ରେମିକ ସୌମ୍ୟଜିତ୍‍ ଶ୍ୱେତାଙ୍କଠାରୁ ଟଙ୍କା ଲୁଟୁଥିଲେ। ଆଉ ଯେତେବେଳେ କାମ ସରିଗଲା ସେତେବେଳେ ଜାତକ ମେଳ ଖାଉ ନ ଥିବା କହି ବିବାହକୁ ଟାଳିଦେଇଥିଲେ। ଶ୍ୱେତାଙ୍କ ନମ୍ବରକୁ ବ୍ଲକ କରିଦେଇଥିଲେ। ଶ୍ୱେତାଙ୍କ ସାଙ୍ଗ ଓ ପରିବାର ସଦସ୍ୟଙ୍କୁ ଜେରା କରିବା ପରେ ଏମିତି ସବୁ ଅଭିଯୋଗ ଆସିଛି। ଡାଏରୀରେ ଶ୍ୱେତାଙ୍କ ଅଭିବ୍ୟକ୍ତି, ସାଙ୍ଗସାଥୀ, ପରିବାର ଲୋକଙ୍କ ବୟାନ ପରେ ସୌମ୍ୟଜିତ୍‍ଙ୍କ ଅଡୁଆ ବଢ଼଼ିବାରେ ଲାଗିଛି। ସୌମ୍ୟଜିତଙ୍କୁ ଗିରଫ କରିବା ପାଇଁ ପୁଲିସ ଏକାଧିକ ସ୍ଥାନରେ ଚଢ଼ଉ କରିଥିବା ସୂଚନା ମିଳିଛି।

ଶ୍ୱେତାଙ୍କ ସାଙ୍ଗ ଓ ପରିବାର ଲୋକଙ୍କ ବୟାନ ଅନୁସାରେ ଶ୍ୱେତା ସୌମ୍ୟଜିତଙ୍କୁ ଲକ୍ଷ ଲକ୍ଷ ଦାମୀ ପୋଷାକ, ମୋବାଇଲ ଉପହାର ଦେଇଥିଲେ। କଲେଜ ଆଡମିସନ ଖର୍ଚ୍ଚଠାରୁ ଆରମ୍ଭ କରି ହାତଖର୍ଚ୍ଚ ଟଙ୍କା ବି ଶ୍ୱେତା ଦେଇଥିଲେ ବୋଲି ଶ୍ୱେତାଙ୍କ ୪ ସାଙ୍ଗ ଚନ୍ଦ୍ରଶେଖରପୁର ପୁଲିସକୁ କହିଥିବା ସୂଚନା ମିଳିଛି। ଭୟରେ ସାଙ୍ଗମାନେ ଥାନାରେ ହାଜର ହୋଇ ନ ଥିବା ବେଳେ ଫୋନ୍‍ ମାଧ୍ୟମରେ ପୁଲିସ ସେମାନଙ୍କୁ ପଚରାଉଚରା କରିଛି। ବେଙ୍ଗାଲୁୁରରେ ଥିବା ସାଙ୍ଗ ଏବଂ ଭୁବନେଶ୍ୱରରେ ଥିବା ସାଙ୍ଗଙ୍କୁ ପୁଲିସ ପଚରାଉଚରା କରିଛି। ୬ମାସ ହେଲା ଉଭୟଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିଥିଲା। ଏକାଧିକ ଝିଅଙ୍କ ସହ ସୌମ୍ୟଙ୍କ ଆଫେୟାର୍ସ ଥିଲା ବୋଲି ସାଙ୍ଗ କହିଛନ୍ତି। ପୁଲିସ ଶ୍ୱେତାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛି। ଗତ ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ସୌମ୍ୟଜିତଙ୍କ ଅକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାଞ୍ଚାକ୍‍ସନ୍‍ ହୋଇଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।

ଏହାରି ମଧ୍ୟରେ ଆଉ ଏକ ଚାଞ୍ଚଲ୍ୟକର ଖବର ଆସିଛି। ଭଲ ଚାକିରିକୁ ମୋଟା ଅଙ୍କର ବେତନ ସହ ବିନ୍ଦାସ ଲାଇଫ ବଞ୍ଚୁଥିବା ଲେଡି ଇଞ୍ଜିନିୟର ଶ୍ୱେତା ଉତ୍କଳ ଭାରତୀ ୨ ଲକ୍ଷ ୩୦ ହଜାର ଟଙ୍କାର ଲୋନ୍‌ କରିଥିଲେ। ଏ ସମ୍ପର୍କରେ ପରିବାର ଲୋକଙ୍କୁ କିଛି ଜଣାଇ ନ ଥିଲେ। ଏତେ ଅୟସ ଆରାମରେ ବଞ୍ଚୁଥିବା ଜଣେ ଯୁବତୀଙ୍କର ଲୋନ୍‌ କରିବାର ଆବଶ୍ୟକତା କ’ଣ ପଡ଼ିଲା ତାହାକୁ ଏବେ ଘାଣ୍ଟୁଛି ପୁଲିସ୍‌।ଲେଡି ଇଞ୍ଜିନିୟର ଶ୍ୱେତା ଉତ୍କଳ ଭାରତୀଙ୍କ ଆତ୍ମହତ୍ୟା ପରଠୁ ଏହି ଘଟଣା ଦିନକୁ ଦିନ ସୁତା ଖିଅ ପରି ଅଡ଼ୁଆ ହେବାରେ ଲାଗିଛି। ପୂର୍ବରୁ ଶ୍ୱେତାଙ୍କ ହ୍ୱାଟ୍ସ ଆପ୍‌ ଚାଟ୍‌ ଭାଇରାଲ ହୋଇଥିବା ବେଳେ ଏବେ ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ସାମନାକୁ ଆସିଛି। ମୃତ୍ୟ ପୂର୍ବରୁ ଶ୍ୱେତା କରିଥିଲେ ୨ଲକ୍ଷ ୩୦ ହଜାର ଟଙ୍କାର ଲୋନ୍ । ହେଲେ ଏହାର ଟେର୍‌ ପାଇପାରି ନ ଥିଲେ ଶ୍ୱେତାଙ୍କ ପରିବାର ଲୋକେ । ତେବେ ଏତେ ଟଙ୍କା କ’ଣ ପାଇଁ ଲୋନ୍‌ କରିଥିଲେ, ତାକୁ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦେଇଛନ୍ତି ନା ଆଉ କେଉଁଠି ବିନିଯୋଗ କରିଛନ୍ତି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

ବୟଫ୍ରେଣ୍ଡ ସୌମ୍ୟଙ୍କୁ ଶ୍ୱେତା ଟଙ୍କା ଦେଇଥିବାର ଚାଟ୍ ସାମନାକୁ ଆସିବା ପରେ ଏବେ ଋଣ କରିଥିବା ମାମଲା ରହସ୍ୟକୁ ଆହୁରି ବଢାଇଛି । ପୂର୍ବରୁ ଶ୍ୱେତା-ସୌମ୍ୟଜିତଙ୍କ ଚାଟ୍‌ରେ ଟଙ୍କା ସଂପର୍କରେ ଉଲ୍ଲେଖ ରହିଛି । ସେହିପରି ଲୋନ୍‌ ଆଣିବା ସମୟରେ ଜବଲେସ୍ ହୋଇଯାଇଥିବା ସୌମ୍ୟ ଶ୍ୱେତାଙ୍କ ସହ ରହୁଥିଲେ । ଏଣୁ ସେହି ସମୟରେ ଶ୍ୱେତା ଏହି ଲୋନ କରିବା ସନ୍ଦେହ ବଢାଇଛି। ପୂର୍ବରୁ ସାମନାକୁ ଆସିଥିବା ଚାଟ୍‌ରେ ସୌମ୍ୟଜିତଙ୍କ ମା’ଙ୍କ ସହିତ ଶ୍ୱେତା ଚାଟ୍ କରି ଟଙ୍କା ଫେରାଇବାକୁ କହିଥିଲେ । ଚାଟିଂରେ ଲେଖିଥିଲେ ଯେ, ହଷ୍ଟେଲ୍ ଯିବା ପୂର୍ବରୁ ସୌମ୍ୟ ବହୁତ ପଇସା ନେଇଯାଇଛି । ଏବେ ଫେରାଇବା ବେଳକୁ ଦୁଇ ହଜାର ଦେବି ବୋଲି କହୁଛି । ତେଣୁ ଆପଣ ବାକି ଟଙ୍କା ଫେରାଇ ଦିଅନ୍ତୁ ଓ ସେଟେଲମେଣ୍ଟ କରି ଦିଅନ୍ତୁ ବୋଲି ଶ୍ୱେତା ସୌମ୍ୟଙ୍କ ମା’ଙ୍କୁ ମେସେଜ୍ କରିଥିଲେ । ହ୍ୱାଟ୍ସଆପ୍‍ ମେସେଜରେ ଲଭ କ୍ଳାଇମାକ୍ସ ପରର କଥା ଉଲ୍ଲେଖ ରହିଛି। ସୌମ୍ୟ ନେଇଥିବା ଟଙ୍କା ଫେରାଇବାକୁ ଶ୍ୱେତା ତାଙ୍କ ମା’ଙ୍କୁ ଦେଇଛନ୍ତି ମେସେଜ। ସୌମ୍ୟ ଫଟୋ ଭାଇରାଲ କରିବାକୁ ଧମକ ଦେଉଥିଲେ। ଚାକିରି ଛାଡିବା ପରେ ଶ୍ୱେତାଙ୍କ ଟଙ୍କାରେ ଅୟସ୍‍ କରୁଥିଲେ ସୌମ୍ୟ। ହ୍ୱାଟ୍ସଆପ୍‍ ଚାଟରେ ପୁରା ଘଟଣାର ସତ ସାମ୍ନା କୁ ଆସିଛି। ପୁଲିସ ଶ୍ୱେତାଙ୍କ ଡାଏରୀକୁ ଷ୍ଟେଟ୍‍ ହ୍ୟାଣ୍ଡ୍‍ରାଇଟିଂ ବ୍ୟୁରୋକୁ ପଠାଇଥିବା ଜଣାପଡ଼ିଛି।