nuankhai - The Sakala

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଲାଗିହେବ ନବାନ୍ନ
ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ । ବଲାଙ୍ଗୀରର ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ଧାର୍ଯ୍ୟ କରାଯାଇଛି । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀରେ ଇଷ୍ଟଦେବୀଙ୍କ ନିକଟରେ ଲାଗିହେବ ନବାନ୍ନ । ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ବୁଧବାର ସକାଳ ୧୦ଟା ୨୮ମିନିଟରୁ ୧୦ଟା ୪୧ ମିନିଟ ମଧ୍ୟରେ ଦେବାଦେବୀଙ୍କ ଠାରେ ନବାନ୍ନ ଲାଗି କରିବେ ବୋଲି ପଣ୍ଡିତ ମାନେ ନିର୍ଦ୍ଧାରିତ କରିଛନ୍ତି ।

ପାଟଣା ଷ୍ଟେଟ ହାଉସ୍ ହୋଲଡ଼ ଅଫିସରୁ ବାହାରିଲା ଲଗ୍ନ I ବଲାଙ୍ଗୀର ରାଜ ପୁରୋହିତ ସନ୍ତୋଷ ଦାସ ଏନେଇ ସୂଚନା ଦେଇଛନ୍ତି । ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ଏହି ଲଗ୍ନ ଧାର୍ଯ୍ୟ ହୋଇଛି । ଏହି ସମୟରେ ବଲାଙ୍ଗୀରବାସୀ ନୂଆଁଖାଇବେ ।

ନୂଆଁଖାଇ ପାଇଁ ମାଁ ସମଲେଶ୍ବରୀଙ୍କ ପୀଠକୁ ଆସିଲା ନୂଆଁ ଧାନ, ସେପ୍ଟେମ୍ବର ପହିଲାରେ ସମସ୍ତେ ଖାଇବେ ନୂଆଁ
ସମ୍ବଲପୁର: ଭାଦ୍ରବ ମାସ ପଂଚମୀ ତିଥିରେ ପାଳନ ହୁଏ ନୂଆଁଖାଇ ପର୍ବ । ସେଥିପାଇଁ ଗାଁ ଠୁ ସହର ଚଳଚଂଚଳ । ଘରେ ଘରେ ଲିପା ପୋଛା, ସଫାସୁତୁରା ଆଦି କାର୍ୟ୍ୟ ଆରମ୍ଭ ହୋଇଗଲାଣି । ଗତ ଦୁଇ ବର୍ଷ ହେଲା କରୋନା କଟକଣା ପରେ ଏଥର ବେଶ ଜାକ ଜମକରେ ପରିବାର ସହ ମିଶି ଉତ୍ସବ ମନାଇବାକୁ ଉତ୍ସାହିତ ଅଛନ୍ତି ଲୋକେ । ସେଥିପାଇଁ ଗାଁ ଗାଁରେ ବସିଲାଣି ନୁଆଁଖାଇ ହାଟ । ଲୋକ ମାନେ ମଧ୍ୟ କିଣାକିଣି ଆରମ୍ଭ କଲେଣି ।ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖରେ ନୂଆଁଖାଇ ପର୍ବ ପାଳନ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଇଷ୍ଟ ଦେବୀ ମା’ ସମଲେଶ୍ବୀରଙ୍କ ଠାରେ ଦିନ ୧୦.୫୬ ମିନିଟ ରୁ ୧୧.୧୦ ମିନିଟ ମଧ୍ୟରେ ଲାଗି ହେବ ନବାର୍ଣ୍ଣ। ଏହି ପରିପ୍ରେକ୍ଷୀରେ ମାଁ ସମଲେଶ୍ବରୀଙ୍କ ପୀଠକୁ ଆଜି ନୂଆଁ ଧାନ ଆସି ପହଞ୍ଚିଛି। ଏଥିରୁ ପ୍ରସ୍ତୁତ ନବାନ୍ନ ଆସନ୍ତା ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମାଁଙ୍କ ନିକଟରେ ଲାଗି ହେବ।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମାଁଙ୍କ ନିକଟରେ ଲାଗି ହେବାକୁ ଥିବା ନୂଆଁ ଧାନ ଆସି ପହଞ୍ଚିଛି। ସମ୍ବଲପୁର ସହର ଉପକଣ୍ଠ ବଲବସପୁରର ଚାଷୀ ସୁବାସ ବେହେରା ଏହି ସ୍ବତନ୍ତ୍ର ସରିଆ କିସମ ଧାନକୁ ଆଣି ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ହସ୍ତାନ୍ତର କରିଛନ୍ତି। ବିନା ରାସାୟନିକ ସାର ତଥା କୀଟନାଶକରେ ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ଶ୍ରୀ ବେହେରା ଏହି ଧାନଚାଷ କରିଥାନ୍ତି। ତେବେ, ଏହି ଧାନକୁ କେଣ୍ଡାରୁ ଛିଣ୍ଡାଇ ଘିଅରେ ଭାଜି ସେଥିରେ ଗୁଡ, ମହୁ, ରାଶି ଆଦି ବିଭିନ୍ନ ସାମଗ୍ରୀ ଦେଇ ଶ୍ରୀ ରାୟଙ୍କ ପରିବାର ସ୍ବତନ୍ତ୍ର ଚରୁ ବା ନବାନ୍ନ ପ୍ରସ୍ତୁତ କରିଥାନ୍ତି। ଆଉ ଏହାକୁ ଆସନ୍ତା ଗୁରୁବାର ୧ ତାରିଖ ଦିନ ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୦ ମିନିଟ ମଧ୍ୟରେ ତୁଳା ଲଗ୍ନରେ ମାଁଙ୍କ ନିକଟରେ ଅର୍ପଣ କରାଯିବ। ଏହାପରେ ପଶ୍ଚିମ ଓଡ଼ିଶାବାସୀ ନିଜ ନିଜ କୂଳ ଦେବାଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ। ଏଥିପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।