IAS reshuffle - The Sakala
ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ
ଭୁବନେଶ୍ୱର: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ୨୦୧୨ ବ୍ୟାଚ୍ ଆଇଏଏସ୍ ମନୀଷ କୁମାର ଅଗ୍ରୱାଲଙ୍କୁ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାବେଳେ  ୨୦୨୧ ବ୍ୟାଚ୍ ଆଇଏଏସ୍ ପ୍ରଥମେଶ ଅରବିନ୍ଦ ରାଜେସିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ସେହିପରି ୨୦୧୨ ବ୍ୟାଚର ଆଇଏଏସ୍ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଷ୍ଟାର୍ଟଅପ୍ ଓଡ଼ିଶାର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ସେହିପରି ବରିଷ୍ଠ ଆଇଏଏସ୍‌ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ସଂପଦ ବିଭାଗର ନିର୍ଦ୍ଦେଶକ । ମଧୁସ୍ମିତା ସାହୁଙ୍କୁ ଶିକ୍ଷକ ଶିକ୍ଷା ଓ ତାଲିମ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ଉପମା କାଲୋଙ୍କୁ ଉତ୍ତରାଞ୍ଚଳ ଆର୍‌ଡିସି ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ହେଲେ ଲିଲି କୁମାରୀ କୁଲୁ ।  ସୋମେଶ ଉପାଧ୍ୟାୟଙ୍କ ବୟନ ଓ ହସ୍ତତନ୍ତ ଶିଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି ।
ସେହିପରି ଆଇଏଏସ ଅକ୍ଷୟ ପିଲ୍ଲେଙ୍କୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବ ମିଳିଛି । ଏହା ସହିତ ଭାରତୀୟ ନାଗିରକ ସୁରକ୍ଷା ସଂହିତା ଅନୁଯାୟୀ, ଅକ୍ଷୟ ପିଲ୍ଲେଙ୍କୁ ଜଗତସିଂହପୁର ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ଆଇଏଏସ୍ ଅରୁଗୁଳା ସ୍ନେହାଙ୍କୁ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ତାଳଚେର ସବ୍-କଲେକ୍ଟର ତଥା ୨୦୨୨ ବ୍ୟାଚର ଆଇଏଏସ୍ ସମୀର କୁମାର ଜେନାଙ୍କୁ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛନ୍ତି । ସେହିପରି ରାଇରଙ୍ଗପୁର ଉପ-ଜିଲ୍ଲାପାଳ ଆଇଏଏସ୍ ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିୟୁକ୍ତି ମିଳିଛି ।
ଆଇଏଏସ୍‌ ସ୍ତରରେ ବଡ଼ ଅଦଳବଦଳ; ଚଞ୍ଚଳ ରାଣାଙ୍କୁ ବିଡିଏ ଓ ସ୍ମାର୍ଟସିଟିର ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର: ଆଇଏଏସ୍‌ ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଅଦଳବଦଳ କରିଛନ୍ତି। ଏହି ଅଦଳବଦଳରେ ୩ ଜଣ ବରିଷ୍ଠ ଆଇଏଏସ୍‌ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯିବାପରେ ଖାଲି ପଡ଼ିଥିବା ତାଙ୍କ ପଦବୀରେ ଅନ୍ୟ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଓଏଏସ୍‌ ଅଫିସର କାହ୍ନୁଚରଣ ଧୀରଙ୍କୁ ତାଙ୍କ ପଦରୁ ବଦଳି କରାଯାଇଛି।
ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୨୦୦୧ ବ୍ୟାଚ୍‌ ଆଇଏଏସ୍‌ ଶାଳିନୀ ପଣ୍ଡିତ, ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ସମର୍ଥ ବର୍ମା ଓ ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ସ୍ୱଧା ଦେବ ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯାଇ ସାରିଥିବାରୁ ରାଜ୍ୟ ସରକାର ଏହି ୩ ଜଣ ଅଫିସରଙ୍କୁ ଚଳିତମାସ ୧୩ ତାରିଖ ଅପରାହ୍ନରୁ ଦାୟିତ୍ୱମୁକ୍ତ କରିଛନ୍ତି।
ଅନ୍ୟପଟେ ବିଏମ୍‌ସି କମିସନର ଚଞ୍ଚଳ କୁମାର ରାଣାଙ୍କୁ ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ ସହ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗ ସଚିବ ୨୦୦୨ ବ୍ୟାଚ୍‌ ଆଇଏଏସ୍‌ ଏସଏନ୍‌ ଗିରୀଶଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିପରି ବିଡିଏ ଉପାଧ୍ୟକ୍ଷ ୨୦୦୯ ବ୍ୟାଚ୍‌ ଆଇଏଏସ୍‌ ଏନ୍‌ ଥିରୁମାଳା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି। ୨୦୧୦ ବ୍ୟାଚ୍‌ ଆଇଏଏସ୍‌ ମାନସୀ ନିମ୍ଭଲଙ୍କୁ ଓଡ଼ିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ସହ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ମାନସୀ ଏବେ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୨ ବ୍ୟାଚ୍‌ ଆଇଏଏସ୍‌ ସୁରେନ୍ଦ୍ର କୁମାର ମୀନାଙ୍କୁ ରାଜ୍ୟ  ଅନୁସୂଚିତ ଜାତି ଓ ଜନଜାତି ବଭାଗର ଅତିରକ୍ତ ସଚିବ ଭାବେ ବଦଳି କରାଯାଇଛି। ଶ୍ରୀ ମୀନା ଏବେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ସମେତ ଏସ୍‌ଆଇଆରଡି ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି।
ସେହିପରି ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟଙ୍କୁ ଗୃହ ବିଭାଗର ଅତିରକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ଦୀପଙ୍କର ମହାପାତ୍ରଙ୍କୁ ଓଡ଼ିଶା ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ତାଙ୍କୁ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶ୍ରୀ ମହାପାତ୍ର ଏବେ ହକି ପ୍ରମୋସନ କାଉନସିଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଗୃହ ବିଭାଗର ଅତିରିକ୍ତ ସଚିବ ଥିବା ୨୦୧୫ ବ୍ୟାଚ୍‌ ଆଇଏଏସ୍‌ ନିବେଦିତା ପୃଷ୍ଟିଙ୍କୁ ବୟନିକା ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇିଛି। ସେ ହସ୍ତତନ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ଏସ୍‌ଟି ଏସ୍‌ସି ବିଭାଗର ଅତିରିକ୍ତ ସଚିବ ପ୍ରେମଜିତ ନାୟକଙ୍କୁ ଅନୁସୂଚୀତ ଜନଜାତି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।
ସେହିପରି ୨୦୧୫ ବ୍ୟାଚ୍‌ ଆଇଏଏସ୍‌ ମଧୁସ୍ମିତା ସାମଲଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଶ୍ରୀମତୀ ସାମଲ ଏବେ ଯୋଜନା ଓ ସମନ୍ବୟ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ୨୦୧୫ ବ୍ୟାଚ୍‌ ଆଇଏଏସ୍‌ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିିଳଛି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବ୍ୟକ୍ତିଗତ ସଚିବ ବରିଷ୍ଠ ଓଏଏସ୍‌ କାହ୍ନୁଚରଣ ଧୀର୍‌ଙ୍କୁ ମାଇନର ମିନେରାଲସ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।
IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ବର: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ଦାୟିତ୍ବ  ପ୍ରଦାନ କରାଯାଇଛି। ଅଞ୍ଜନା ପଣ୍ଡା ଆୟୁଷ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ପ୍ରେମଜିତ୍ ନାୟକ ST/SC ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ପ୍ରଦାନ କରାଯାଇଥିବାବେଳେ ପି. ଅନ୍ୱେଷା ରେଡ୍ଡୀଙ୍କୁ IGR କଟକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ
ଭୁବନେଶ୍ବର: ପୁଣି ଆଇଏଏସ ସ୍ତରରେ ଛୋଟିଆ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।  ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପକ୍ରକାଶ ପାଇଛି ।
୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ବା ଏମଡି ଭାବରେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ସେ ପୂର୍ବରୁ ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ସେ ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶୁଭମ୍ ସକ୍ସେନାଙ୍କ ସ୍ଥାନ ନେଇଛନ୍ତି । ଯାହାଙ୍କୁ ଓଡ଼ିଶାରେ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି ।
ସେହିପରି ୨୦୧୧ ବ୍ୟାଚର ସମର୍ଥ ବର୍ମାଙ୍କୁ ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକଙ୍କୁ କ୍ଷୁଦ୍ର ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ସେ ଡିଟିଇଟି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।
ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ବୁଧବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଏନେଇ ସାଧାରଣ ପ୍ରସାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୧୮ ଜଣଙ୍କୁ ଅଦଳ ବଦଳ କରାଯାଇଛି। ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ (ACS) ଦାୟିତ୍ୱ ପ୍ରଦାନ କରାଯାଇଛି। ଦେଓ ରଞ୍ଜନ କୁମାର ସିଂହ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ACS । ଏଥିସହ SRC ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଦେଓ ରଞ୍ଜନ କୁମାର ସିଂହ।
[wp-embedder-pack width=”100%” height=”400px” download=”all” download-text=”” attachment_id=”132462″ /]
ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଥିବା ବିଷ୍ଣୁପଦ ସେଠିଙ୍କୁ ଓଡ଼ିଆ ଭାଷା, ସଂସ୍କୃତି ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି । କୌଶଳ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଉଷା ପାଢ଼ୀଙ୍କୁ ନଗରଉନ୍ନୟନ ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି। ସେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ବିଶାଳ ଗଗନଙ୍କୁ ନୂଆଦିଲ୍ଲୀରେ ଆବାସିକ କମିଶନର ଭାବେ ବଦଳି କରାଯାଇଛି। ରାଜ୍ୟପାଳଙ୍କ ମୁଖ୍ୟ ସଚିବ ଥିବା ଏନବିଏସ ରାଜପୁତଙ୍କୁ କୌଶଳ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୁଖ୍ୟ ସଚିବ ଥିବା ଶାଳିନୀ ପଣ୍ଡିତଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଭାବେ ବଦଳି କରାଯାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଥିବା ଅସ୍ବଥି ଏସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ଭାବେ ବଦଳି କରାଯାଇଛି। ଅନୁସୂଚିତ ଜାତି-ଜନଜାତି ବିଭାଗର କମିଶନର ଥିବା ରୁପା ରୋଶନ ସାହୁଙ୍କୁ ଦକ୍ଷିଣାଂଚଳ ଆରଡିସି ଭାବେ ବଦଳି କରାଯାଇଛି। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ଆରଡିସି, ସମ୍ବଲପୁର ଓ ଓଏମସି ନିର୍ଦ୍ଦେଶକ ବଳବନ୍ତ ସିଂହଙ୍କୁ ପର୍ଯ୍ୟଟନ ବିଭାଗର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସେହିପରି ବି ପରମେଶ୍ୱରନଙ୍କୁ ଆରଡିସି, କଟକ, ଏନ ତିରୁମାଲା ନାୟକଙ୍କୁ ବିଡିଏର ଭାଇସ ଚେୟାରମ୍ୟାନ ଭାବେ ବଦଳି କରାଯାଇଛି। ସେହିପରି ସମର୍ଥ ବର୍ମାଙ୍କୁ ପର୍ୟ୍ୟଟନ ବିଭାଗର ନିର୍ଦ୍ଦେଶକ, ଅନନ୍ୟା ଦାସଙ୍କୁ ଓସେପାର ନିର୍ଦ୍ଦେଶିକା ଭାବେ ବଦଳି କରାଯାଇଛି ।
ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ, ଯାମିନୀ ଷଡ଼ଙ୍ଗୀ ହେଲେ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ
ଭୁବନେଶ୍ୱର: ଆଇଏଏସ ସ୍ତରରେ ରାଜ୍ୟ ସରକାର ଛୋଟଧରଣର ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି । ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଏହାସହିତ ସେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।
ଅନ୍ୟପଟେ ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଧର୍ମଗଡ଼ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ୨୦୨୦ ବ୍ୟାଚ୍ ଆଇଏଏସ୍ ବେଦଭୂଷଣଙ୍କୁ ସମ୍ବଲପୁର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠ ଓଏଏସ୍ ତଥା ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ନୃସିଂହ ଚରଣ ସ୍ୱାଇଁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।
ଆଇଏଏସ୍‌ ସ୍ତରରେ ବଡଧରଣର ଅଦଳବଦଳ, ଶାଳିନୀ ପଣ୍ଡିତଙ୍କୁ ମିଳିଲା ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ
ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇଏଏସ୍‍ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି । ୨୦୦୧ ବ୍ୟାଚ୍‍ ଆଇଏଏସ୍‍ ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଭାବେ ନିଯୁକ୍ତ ହୋଇଥିବାବେଳେ ୧୯୯୯ ବ୍ୟାଚ୍‍ ଆଇଏଏସ୍‍ ଶୁଭା ଶର୍ମାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଦାୟିତ୍ୱ ମିଳିଛି ।
ସେହିଭଳି ୧୯୯୬ ବ୍ୟାଚ୍‍ ଆଇଏଏସ୍‍ ଅରବିନ୍ଦ କୁମାର ପାଢୀଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ପାଢୀ ଏବେ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି।
୧୯୯୮ ବ୍ୟାଚ୍‍ ଆଇଏଏସ୍‍ ସୁରେଶ ବଶିଷ୍ଟଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୧୯୯୩ ବ୍ୟାଚ ଆଇଏଏସ୍‍ ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଓ ଗ୍ରିଡ୍‍କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ଧଳ ଏବେ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି ।
୧୯୯୯ ବ୍ୟାଚ୍‍ ଆଇଏଏସ୍‍ ଭାଷ୍କର ଜ୍ୟୋତି ଶର୍ମାଙ୍କୁ ବିଜ୍ଞାନ ଓ କାରଗରି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ଶର୍ମା ଏବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଦାୟିତ୍ୱ ତୁଲାଉଛନ୍ତି । ୨୦୦୮ ବ୍ୟାଚ୍‍ ଆଇଏଏସ୍‍ ଗୁହା ପୁନମ ତାପସ କୁମାରଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବାବେଳେ ସେ ଅତିରିକ୍ତ ଭାବେ ଓରମାସ ସିଇଓ ଦାୟିତ୍ୱ ତୁଲାଇବେ ।
୨୦୧୦ ବ୍ୟାଚ୍‍ ଆଇଏଏସ୍‍ ଡକ୍ଟର ବୃନ୍ଦାଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଭାବେ ବଦଳି କରାଯାଇଛି । ଏଥି ସହିତ ସେ ଓଡିଶା ଔଷଧ ନିଗମର ଏମଡି ଓ ଖାଦ୍ୟ ସୁରକ୍ଷା କମିଶନ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
୧୯୯୨ ବ୍ୟାଚ୍‍ ଆଇଆରଟିଏସ୍‍ ଅଫିସର ସଞ୍ଜୟ କୁମାର ମିଶ୍ରଙ୍କୁ ଅତିରିକ୍ତ ଭାବେ ଓପିଟିସିଏଲ୍‍ର ସିଏମ୍‍ଡି ଦାୟିତ୍ୱ ଦିଆଯାଇଛି । ଶ୍ରୀ ମିଶ୍ର ଏବେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି ।
ବରିଷ୍ଠ ଓଏଏସ୍‍ ଅଫିସର ସରୋଜ କୁମାର ମିଶ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଥିବାବେଳେ ଶ୍ରୀ ମିଶ୍ର ମଧ୍ୟ ଅତିରିକ୍ତ ଭାବେ ହୋମ୍‍ ପ୍ରେଟୋକଲ ଦାୟିତ୍ୱ ତୁଲାଇବେ ।
ଆଇଏଏସ ସ୍ତରରେ ଛୋଟ ଅଦଳବଦଳ : କେନ୍ଦ୍ରକୁ ଗଲେ ଅଶୋକ ମୀନା, ଲୋହାନୀଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ବର : ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସରେ ଯିବାପରେ ରାଜ୍ୟ ସରକାର ଛୋଟ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଅନୁସାରେ ୧୯୯୫ ବ୍ୟାଚ୍‌ ଆଇଏଏସ ସୁଶୀଲ କୁମାର ଲୋହାନୀ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ  ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଶ୍ରୀ ଲୋହାନୀ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି।ଏଥିସହ ତାଙ୍କ ପାଖରେ ଅବାକାରୀ ବିଭାଗର ସଚିବ ପଦ ରହିଛି।
ସେହିପରି ୧୯୯୩ ବ୍ୟାଚ୍‌ ଆଇଏଏସ ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ ସିଂହଙ୍କୁ ରାଜ୍ୟ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଶ୍ରୀ ସିଂହ ଓଏମସି ଅଧ୍ୟକ୍ଷ, ଇଡକଲ ଅଧ୍ୟକ୍ଷ, ଓଏମସିଏଲର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇବେ। ଶ୍ରୀ ସିଂହ ଅବକାରୀ ସଚିବ ଭାବେ ଦାୟିତ୍ୱ ନେବା ପରେ ଲୋହାନୀ ଆପେଆପେ ଏହି ପଦରୁ ଅବ୍ୟାହତ ନେଇଯିବେ।
୧୯୯୭ ବ୍ୟାଚ୍‌ ଆଇଏଏସ୍‌ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ କର ଓ ଜିଏସ୍‌ଟି କମିଶନ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଶ୍ରୀ ସିଂହ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ, ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟସିଟି ପରିଚାଳନା ନିର୍ଦ୍ଦେଶ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସୂଚନାଯୋଗ୍ୟ, ଆଇଏଏସ ଅଶୋକ କୁମାର ମୀନାଙ୍କୁ ଗତ ମାସରେ କେନ୍ଦ୍ର ସରକାରରେ ନୂଆ ଦାୟିତ୍ୱ ମିଳିଥିଲା। ସେ ଭାରତୀୟ ଖାଦ୍ୟ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ। ରାଜ୍ୟ ସରକାର ଶୁକ୍ରବାର ତାଙ୍କୁ ରିଲିଭ କରିଥିଲେ ।