loan app - The Sakala

ଋଣ ଦେଇ ଲୋକଙ୍କୁ ଫସାଉଥିବା ଚାଇନା ଆପ୍‌ ଉପରେ ଲାଗିବ ପ୍ରତିବନ୍ଧକ
ନୂଆଦିଲ୍ଲୀ(ଏଜେନ୍ସି): ଏବେ ସାରା ଦେଶରେ ବହୁ ଚାଇନା ଆପ୍‌ ଲୋକଙ୍କୁ ସହଜରେ ଋଣ ଉପଲବ୍ଧ କରାଇବା ନାଁରେ ଫସାଇବାକୁ ଲାଗିଛନ୍ତି। ବିଗତ ଦିନରେ ଏଭଳି ବହୁ ଘଟଣାକୁ ନେଇ କିଛି ଲୋକ ଆତ୍ମହତ୍ୟା କରିଥିବା ମଧ୍ୟ ଖବର ଆସିଛି। ତେବେ ଏଭଳି ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ପ୍ରମୁଖ ବିତ୍ତୀୟ ଅନୁଷ୍ଠାନର ସମନ୍ବିତ ଉଦ୍ୟମରେ ଏହି ଆପ୍‌ଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ପ୍ରକାଶ କରିଛନ୍ତି।

ସହଜରେ ଋଣ ଯୋଗାଇ ଦେବାକୁ କହି ଲୋକଙ୍କୁ ଠକିବା ସହିତ ସେମାନଙ୍କୁ ହଇରାଣ ହରକତ୍‌ କରାଯାଉଥିବା ଜଣାପଡ଼ିବା ପରେ ଗତ ୬ ମାସ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମେତ କର୍ପୋରେଟ ମନ୍ତ୍ରାଳୟ ସହ ଆଲୋଚନା କରାଯାଇଛି ବୋଲି ନିର୍ମଳା କହିଛନ୍ତି। ସେହିପରି ଲୋକଙ୍କୁ ଋଣ ଦେଇ ଅତ୍ୟଧିକ ହଇରାଣ କରୁଥିବା ବହୁ ଆପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ଆଇଟି ମନ୍ତ୍ରାଳୟକୁ ମଧ୍ୟ କୁହାଯାଇଛି। ତେବେ ବର୍ତ୍ତମାନ ଆରବିଆଇ, କେନ୍ଦ୍ର କର୍ପୋରେଟ୍‌ ମନ୍ତ୍ରାଳୟ, ଆଇଟି ମନ୍ତ୍ରାଳୟ ଏବଂ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରସଙ୍ଗରେ ମିଳିତ ଭାବେ କାର୍ଯ୍ୟ କରାଯାଉଛି। ଆଗାମୀ ଦିନରେ ଏହି ଆପ୍‌ଗୁଡିକ କାର୍ଯ୍ୟକଳାପକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ମଳା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, କ୍ଷୁଦ୍ର ଋଣ ଯୋଗାଇ ଦେବା ନାଁରେ ବିନା କାଗଜପତ୍ରରେ ପ୍ରାୟ ୬୦୦ ଚାଇନା ଆପ୍‌ କାର୍ଯ୍ୟ କରୁଛି ବୋଲି ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦ ନଦିମୁଲ ହକ୍‌ ରାଜ୍ୟସଭାରେ ପ୍ରଶ୍ନ ଉଠାଇବା ସହିତ ଏଗୁଡିକର କାର୍ଯ୍ୟକଳାପ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ଆପ୍‌ଗୁଡିକ ଋଣ ନେଇଥିବା ଲୋକମାନଙ୍କ ଫଟୋ ଏବଂ ଭିଡିଓ ସମେତ ବ୍ୟକ୍ତିଗତ ତଥ୍ୟ ହାସଲ କରି ସେମାନଙ୍କୁ ବ୍ଲାକମେଲ କରୁଥିବା କହିଥିଲେ। ତେଣୁ ଏଗୁଡିକ ବିରୋଧରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ସେ ଦାବି କରିଥିଲେ ।

ଅଧିକ ଟଙ୍କା ସୁଧ ନ ଦେବାରୁ ସାମ୍ବାଦିକାଙ୍କୁ କଲ୍‍ଗାର୍ଲ ସଜେଇଦେଲା ଲୋନ୍‍ ଆପ୍‍
ଭୁବନେଶ୍ୱର: ଲୋନ୍‍ ଆପ୍‍ ରେ ଲୋନ୍‍ ନେଇ ଫସିଲେ ଏକ ପ୍ରତିଷ୍ଠିତ ଖବର କାଗଜର ସାମ୍ବାଦିକା। ଠକମାନେ ଅଧିକ ଟଙ୍କା ସୁଧ ମାଗିଲେ। ସାମ୍ବାଦିକା ଜଣକ ନ ଦେବାରୁ ତାଙ୍କ ମୋବାଇଲ୍‍କୁ ହ୍ୟାକ୍‍ କରି ସବୁ ଫଟୋ ଏବଂ ଫୋନ୍‍ ରେ ଥିବା ନମ୍ବର ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ସାମ୍ବାଦିକାଙ୍କ ଫଟୋକୁ ଅଶ୍ଳୀଳ କରି କଲ୍‍ଗାର୍ଲ ବନାଇ ସୋସିଆଲ ମିଡିଆରେ ଛାଡ଼ିଦେଲେ। ଏଥିସହ ଉକ୍ତ ଅଫିସ୍‍ ରେ କାମ କରୁଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ କଲ୍‍ଗାର୍ଲର ଏଜେଣ୍ଟ ବନାଇ ଉଭୟଙ୍କ ନମ୍ବର ସୋସିଆଲ ମିଡିଆରେ ଦେଇଦେଲେ। ଯାହାଫଳରେ ଉଭୟଙ୍କ ନିକଟକୁ ଏକାଧିକ ଫୋନ୍‍ କଲ୍‍ ଆସିବାରୁ ସେମାନେ ସହିଦ ନଗର ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ପୁଲିସ ଏନେଇ ତଦନ୍ତ କରୁଛି।

ଏକ ଘରୋଇ ଖବରକାଗଜ ସଂସ୍ଥାରେ ଯୁବତୀ ଜଣକ ସାମ୍ବାଦିକା ଭାବେ କାର୍ଯ୍ୟ କରନ୍ତି। ଗତ ୧୫ ତାରିଖରେ ସାମ୍ବାଦିକାଙ୍କୁ ଏକ ମେସେଜ୍‍ ଓ ଫୋନ୍‍ କଲ୍‍ ଆସିଥିଲା। ସେପ୍ଟି ଲୋନ୍‍ ଆପ୍‍ ଜରିଆରେ ୩୫୦୦ ଟଙ୍କା ନେଇ ଏକ ମାସ ପରେ ୩୫୫୦ ଟଙ୍କା ଫେରାଇବାକୁ କୁହାଯାଇଥିଲା। ସାମ୍ବାଦିକା ରାଜି ହୋଇ ଆପ୍‍ ଇନ୍‍ଷ୍ଟଲ କରିବା ପରେ ତାଙ୍କର ଆକାଉଣ୍ଟକୁ ୨୧୦୦ ଟଙ୍କା ଆସିଥିଲା। ହେଲେ ଏତେ କମ୍‍ ଟଙ୍କା କାହିଁକି ଅସିଲା ପଚାରିବାରୁ ଓଲଟା ଗାଳିଗୁଲଜ ଆରମ୍ଭ ହୋଇଯାଇଥିଲା। ଏକ ବାଂଲାଦେଶୀ ମୋବଇଲ୍‍ ନମ୍ବରରୁ ତାଙ୍କୁ କଲ୍‍ ଆସୁଥିବା ଟ୍ରୁ କଲ୍‍ରୁ ଜଣାପଡ଼ିବା ପରେ ସାମ୍ବାଦିକା ଟଙ୍କା ଫେରାଇଥିଲେ। ହେଲେ ସେତେବେଳକୁ ସେ ସାଇବର ଠକଙ୍କ ଜାଲରେ ଫସି ସାରିଥିଲେ। ତାଙ୍କ ମୋବାଇଲ୍‍ରୁ ଜଣେ ସମ୍ପର୍କୀୟ ଭଉଣୀଙ୍କ ଫଟୋକୁ ସାଇବର ଅପରାଧୀ ଏଡିଟିଂ କରି ନଗ୍ନ ଫଟୋ ତିଆରି କରିଥିଲେ। ସେଥିରେ ତାଙ୍କୁ କଲ୍‍ଗାର୍ଲ ଉଲ୍ଲେଖ କରି ତାଙ୍କ ମୋବାଇଲ୍‍ ନମ୍ବର ଦେଇଥିଲେ। ଆଉ ତଳେ ସାମ୍ବାଦିକାଙ୍କୁ ଦେହ ବ୍ୟବସାୟୀ ସଜାଇ ତାଙ୍କର ନମ୍ବର ଉଲ୍ଲେଖ କରିଥିଲେ। ସାମ୍ବାଦିକାଙ୍କ ହ୍ୟାକ୍‍ ହୋଇଥିବା ମୋବଇଲ୍‍ କଣ୍ଟାକ୍ଟ ଲିଷ୍ଟରୁ କିଛି ସମ୍ପର୍କୀୟ ଓ ପରିବାର ଲୋକଙ୍କ ପାଖକୁ ଉକ୍ତ ଫଟୋକୁ ପଠାଇଥିଲେ। ଫଳରେ ଅନେକ ବେନାମୀ କଲ୍‍ ସାମ୍ବାଦିକା ଓ ତାଙ୍କ ଭଉଣୀଙ୍କ ପାଖକୁ ଯିବା ପରେ ଜୀବନ ଦୁର୍ବିର୍ସହ ହୋଇପଡ଼ିଛି। ବର୍ତ୍ତମାନ ୧୦ ହଜାର ଟଙ୍କା ପଇଠ ନ କଲେ ସାଇବର ଠକ ଉକ୍ତ ଫଟୋକୁ ଭାରିମାତ୍ରାରେ ଭାଇରାଲ କରିବାକୁ ଧମକ ଦେଉଛନ୍ତି।

ଭାରତ ବିରୋଧରେ ଚୀନ୍‌ର ଆର୍ଥିକ ଯୁଦ୍ଧ: ଲୋନ୍‌ ଆପ୍‌ ମାଧ୍ୟମରେ ଚୀନ୍‌କୁ ଯାଇଛି ହଜାର ହଜାର କୋଟି
ନୂଆଦିଲ୍ଲୀ: ଭାରତ ବିରୋଧୀ କାର୍ଯ୍ୟକଳାପକୁ ନେଇ ଚୀନ୍‌ର ଉଦ୍ୟମ କିଛି ନୂଆ କଥା ନୁହେଁ ।ଭାରତୀୟ ଅଞ୍ଚଳ ଦଖଲ କରିବାକୁ ସୀମାରେ ଚୀନ୍‌ ସେନାର ଔଦ୍ଧତ୍ୟ, ଭାରତ ବିରୋଧରେ ସାଇବର ଯୁଦ୍ଧ ଭଳି ଅନେକ କଥା ରହିଆସିଛି। କିନ୍ତୁ ଭାରତ ବିରୋଧରେ ଚୀନ୍‌ ଚଳାଇଥିବା ଆର୍ଥିକ ଯୁଦ୍ଧକୁ ନେଇ ଏକ ଉଦବେଗଜନକ ଖବର ସାମ୍ନାକୁ ଆସିଛି। ଭାରତରେ ଲୋକଙ୍କୁ ଋଣ ଯୋଗାଇ ଦେବା ପାଇଁ ଲୋନ୍‌ ଆପ୍‌ , ଡେଟିଂ ଏବଂ ବେଟିଂ ଆଦିକୁ ନେଇ ବହୁ ଚାଇନା କମ୍ପାନୀ ହଜାର ହଜାର ଟଙ୍କା ଲୁଟିବା ସହିତ ତାହାକୁ ଚୀନ୍‌କୁ ପଠାଇଥିବା ବିଷୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାଣିବାକୁ ପାଇଛି।

ଭାରତରେ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ସହାୟତାରେ ବହୁ ଚାଇନା କମ୍ପାନୀ ପ୍ରଥମେ ନୂଆ କମ୍ପାନୀ ଗଢିବା ସହିତ ପ୍ରାଥମିକ ସ୍ତରରେ କିଛି ଭାରତୀୟଙ୍କୁ ଏଥିରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଅନ୍ତି। ପରେ ପରେ ଚାଇନା ନାଗରିକ ହିଁ ସେମାନଙ୍କୁ ହଟାଇ ନିଜେ ନିର୍ଦ୍ଦେଶକ ହୋଇଥାଆନ୍ତି। ଏହି କମ୍ପାନୀ ଭାରତରେ କାରବାର କରିବା ସହିତ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ଲୁଟିଥାଆନ୍ତି। ଏହି ବଷୟରେ ଅବଗତ ହେବା ପରେ ଇଡି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିବା ସହିତ ୧୦୦ ରୁ ଅଧିକ ଚାଇନା କମ୍ପାନୀ ଲୋନ ଆପ୍‌ , ବେଟିଂ ଏବଂ ଡେଟିଂ ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ହଡ଼ପ କରିଥିବା ଜାଣିଥିଲା। କେବଳ ବେଟିଂ ଆପ୍‌ ମାଧ୍ୟମରେ ୧୩୦୦ କୋଟି ଟଙ୍କା ହଡ଼ପ କରାଯାଇଥିବା ଇଡି କହିଛି।

ଗୁଗୁଲ୍‌ର କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ଲେ ଷ୍ଟୋରରୁ ହଟାଇଲା ୨୦୦୦ ପର୍ସନାଲ ଲୋନ୍‌ ଆପ୍‌
ନୂଆଦିଲ୍ଲୀ: ଆଗକୁ ଆପଣ ଯେଉଁ ଆପ୍‌ରୁ ଋଣ ନେଇଛନ୍ତି କିମ୍ବା ବ୍ୟକ୍ତିଗତ ଋଣ ନେବାକୁ ଯୋଜନା କରୁଛନ୍ତି ତାହା ପ୍ଲେ ଷ୍ଟୋରରେ ଦୃଶ୍ୟମାନ ହୋଇ ନ ପାରେ। ଗୁଗୁଲ ଭାରତରେ ଏହାର ଆପ୍ ମାର୍କେଟପ୍ଲେସରେ ପ୍ରାୟ ୨୦୦୦ ବ୍ୟକ୍ତିଗତ ଋଣ ଆପ୍ ବ୍ଲକ୍‌ କରିଛି। ଗୁଗୁଲ କହିବାନୁଯାୟୀ, ଏହି ଆପ୍‌ଗୁଡିକ ଏହାର ନୀତିର ଉଲ୍ଲଂଘନ କରିଛନ୍ତି। ଗୁଗୁଲ ଏସିଆ-ପାସିଫିକ୍‌ର ସିନିୟର ଡାଇରେକ୍ଟର ତଥା ଟ୍ରଷ୍ଟ ଆଣ୍ଡ ସେଫ୍ଟିର ମୁଖ୍ୟ ସାଇକତ ମିତ୍ର କହିଛନ୍ତି ଯେ, ପ୍ଲେ ଷ୍ଟୋରରୁ ଋଣ ଆପ୍ ଅପସାରଣ କରାଯାଇଛି।। ମିତ୍ର କହିଛନ୍ତି ଯେ ଗୁଗୁଲ ଦୀର୍ଘ ଦିନ ଧରି କିଛି ହିତାଧିକାରୀଙ୍କ ସହ କାମ କରିଆସୁଥିଲା। ଏଥିମଧ୍ୟରେ ସରକାରୀ ଏଜେନ୍ସି, ମିଡିଆ ଏବଂ ୟୁଜର୍ ରେଫରାଲ୍ ଅନ୍ତର୍ଭୁକ୍ତ। ଏହାବ୍ୟତୀତ, ପ୍ଲେ ଷ୍ଟୋରରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ପ୍ରଣାଳୀ ସଂସ୍ଥାପିତ କରିଛି। ସେଥରୁ ମିଳିଥିବା ରିପୋର୍ଟ ଆଧାରରେ ଏହି ଆପ୍ସକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା।

ମିତ୍ର କହିଛନ୍ତି ଯେ ,ଭୂଲ ବ୍ୟବସାୟ ଅଭ୍ୟାସ ଅନୁସରଣ କରୁଥିବା ଆପ୍ସକୁ ଅବରୋଧ କରିବା ଭାରତ ଅପେକ୍ଷା ଇଣ୍ଡୋନେସିଆ ଭଳି ଦେଶରେ ସହଜ। ସେଠାରେ କେବଳ ସରକାରୀ ଅନୁମୋଦିତ ଆପ୍ ଦେଇପାରିବେ। ଗୁଗୁଲ ସ୍ପଷ୍ଟ କରିଛି ଯେ ପ୍ଲେ ଷ୍ଟୋରରେ ବ୍ଲକ୍‌ ହୋଇଥିବା ଆପଗୁଡିକ ଅତ୍ୟଧିକ ସୁଧହାର ଓ ଉଚ୍ଚ ପ୍ରକ୍ରିୟାକରଣ ଶୁଳ୍କ ସହ ଋଣ ପ୍ରଦାନ କରିବାକୁ କୁହାଯାଇପାରିବନାହିଁ। ଏଗୁଡିକ ହଟାଇବା ପାଇଁ କମ୍ପାନୀର ନିଜସ୍ୱ ମାନଦଣ୍ଡ ରହିଛି। ଅନଲାଇନ୍ ଋଣ ସମ୍ବନ୍ଧରେ ଅନେକ ଅଭିଯୋଗ ଗ୍ରହଣ କରାଯାଇଥିଲା।