festivals - The Sakala

ମାଟି ମାଆର ପର୍ବ ରଜ, ମୁଖ୍ୟ ଆକର୍ଷଣ ହେଉଛି ରଜପାନ ଓ ପୋଡ଼ପିଠା….
ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ରଜ । ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି । କୃଷି ଓଡ଼ିଶାର ମୁଖ୍ୟ ଜୀବିକା ହୋଇଥିବାରୁ ମାଟି ମା’କୁ ବିଶ୍ରାମ ଦେବା ଏହି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ବାଗତ କରି ସୃଷ୍ଟି ହୋଇଛି ରଜ ପର୍ବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ବୃଷ ରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରନ୍ତି, ତା’ର ପୂର୍ବଦିନ ଓ ପରଦିନକୁ ମିଶାଇ ମୋଟ ତିନିଦିନ ଧରି ରଜପର୍ବ ପାଳନ କରାଯାଏ । ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଆଷାଢ଼ର ପ୍ରଥମ ବର୍ଷାରେ ପୃଥିବୀ ଶୀତଳ ହେବା ସହ ପ୍ରଜନନକ୍ଷମ ହୋଇଥାଏ। ପୃଥିବୀମାତାର ଏହି ଅବସ୍ଥାକୁ ରଜସ୍ୱଳା ନାରୀ ସହ ତୁଳନା କରି ପୂର୍ଣ୍ଣ ବିଶ୍ରାମ ଦିଆଯାଏ । ଏଥିସହିତ କୃଷି କର୍ମରୁ ଅବ୍ୟାହତି ନେଇ ଆନନ୍ଦ ଉଲ୍ଲାସରେ ମାତିଯାନ୍ତି କୃଷକ ସମାଜ । ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡ଼ିଶାର ପୁରପଲ୍ଲୀ ।

ରଜପାନ ଖିଆ, ଦୋଳିରେ ଝୁଲିବା,ଲୁଡୁ, ତାସ୍ ଓ ବାଗୁଡ଼ି ଖେଳ ମଧ୍ୟରେ ପୂରି ଉଠେ ଓଡ଼ିଶାର ପୁରପଲ୍ଲୀ। ରଜ ତିନିଦିନ ମଧ୍ୟରୁ ପ୍ରଥମ ଦିନ ପହଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଭୂମି ଦହନ। ଏହି ତିନି ଦିନ ପରେ ଶେଷ ଦିନ ବସୁମତୀ ସ୍ନାନ କରାଯାଇଥାଏ। ଯେପରି ଏକ ରଜସ୍ବଳା ନାରୀ ମୋଟ ୪ ଦିନ ପାଇଁ ଅଛୁତ ରୁହେ, ସେପରି ବସୁଧା ମାତାଙ୍କୁ ଏହି ଚାରିଦିନ ଅକ୍ଷତ ଓ ଅସ୍ପୃଶ୍ୟ କରି ରଖାଯାଏ । ଧରିତ୍ରୀ ନିଜେ ରଜଃସ୍ରାବିତ ହୋଇ ନିଜ ସନ୍ତାନ ପାଇଁ ଶସ୍ୟ ଉତ୍ପାଦନକ୍ଷମତା ବଢ଼ାଏ । ଏହି ସମୟରେ ପୃଥିବୀ ମାତାକୁ ଆଘାତ ନ ଦେବା ପାଇଁ କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ । ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ରଜପାନ ଓ ପୋଡ଼ପିଠା ।  ଘରେ ଘରେ ପୋଡ଼ପିଠା ସହିତ ବିଭିନ୍ନ ପ୍ରକାର ପିଠା ହେଇଥାଏ। ଗାଁଠୁ ସହର ପୋଡ଼ପିଠାରେ ମହକି ଉଠେ ସାରା ଓଡ଼ିଶା। ନିୟମିତ ରୋଷେଇ କରିବା ହେଉଛି ମହିଳାଙ୍କ କାର୍ଯ୍ୟ। କିନ୍ତୁ ରଜରେ ଧରିତ୍ରୀ ମାତାଙ୍କୁ ଯେପରି ବିଶ୍ରାମ ଦିଆଯାଏ ସେପରି ଝିଅ, ବୋହୂମାନଙ୍କୁ ବିଶ୍ରାମ ଦିଆଯାଏ। ଝିଅ ବୋହୂମାନେ ଏକାଠି ହୋଇ ଦୋଳି ଖେଳିବା ସହ ଘରେ ବସି ତାସ୍‌ ଓ ଲୁଡୁ ଖେଳିଥାନ୍ତି। ଏହି ସମୟରେ ନୂଆ ବାହା ହୋଇଥିବା ଝିଅଟି ଘରୁ ରଜଭାର ଆସିଥାଏ। କୁଆଁରୀ ଝିଅମାନେ ଅତି ଆନନ୍ଦରେ ରଜରେ ନୂଆ ପୋଷାକ ପିନ୍ଧି , ମଥାରେ କୁଙ୍କୁମ,ପାଦରେ ଅଳତା ଓ ଅନ୍ୟ ଶୃଙ୍ଗାର କରି ରଜଦୋଳିର ଆନନ୍ଦ ଉଠାନ୍ତି। ଗାଁ ଗହଳିରେ ଝିଅମାନେ ଦୋଳି ଖେଳି ଗୀତ ଗାଉଥାନ୍ତି..

“ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ,

ଆସିଛି ରଜ ଲୋ ଘେନି ନୂଆ ସଜବାଜ ॥’’

‘‘ରଜ ଦୋଳି କଟ ମଟ,ମୋ ଭାଇ ମଥାରେ ସୁନା-ମୁକୁଟ,

ସୁନା ମୁକୁଟ ଲୋ ଦିଶୁଥାଏ ଝଟଝଟ ॥’’

ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । ଏହି ଦିନଗୁଡ଼ିକର ରୀତିନୀତିରେ ସମ୍ପୂର୍ଣ୍ଣ ଓଡ଼ିଆ ଘରର ଚଳଣି ପ୍ରତିଫଳିତ ହୋଇଥାଏ। କିନ୍ତୁ ଆଧୁନିକତାର ଛାପରେ ଯଦିଓ ପୂର୍ବଭଳି ରଜପର୍ବ ଗାଁରେ ଏକାଠି ପାଳନ କରିବାର ପରମ୍ପରା ଆଉ ନାହିଁ, ତଥାପି ରଜପର୍ବ ପାଇଁ ଉତ୍ସାହ କମିନାହିଁ।

ସବୁରି ମନ ରଜ ପାନ

ପ୍ରଚଣ୍ଡ ରୌଦ୍ରତାପରେ ମୌସୁମୀର ଆଗମନରେ, ପକ୍ବ ଆମ୍ବ, ପଣସର ବାସ୍ନାରେ ଆସିଥାଏ ରଜ । ରଜ ପାଇଁ ଗାଁଠୁ ସହର ଉତ୍ସବମୁଖର।  ରଜରେ ଘରେ ଘରେ ପିଠାପଣା, ଦୋଳିଖେଳ ସହ ରଜ ପାନର ମଜା ଉଠାଇଥାନ୍ତି ଲୋକେ। ଯେମିତି ସଜବାଜ ହେବା, ପୋଡ଼ପିଠା ଖାଇବା ଆଉ ଦୋଳି ଖେଳିବା ରଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଠିକ୍‌ ସେମିତି ପାନଖିଆ ବି ଏହି ଗଣପର୍ବର ଏକ ବିଶେଷ ଆକର୍ଷଣ। ଅନ୍ୟ ଦିନମାନଙ୍କରେ ପାନ ନ ହେଲେ ନାହିଁ, କିନ୍ତୁ ରଜରେ ଝିଅମାନେ ପାନ ଖାଇବା ଥୟ। ଖିଲିପାନ ବିନା ତ ରଜ ଅଧୁରା। ସେଥିପାଇଁ ତ କୁହାଯାଏ “ବାଇଶି ମସଲା ଗୁଆ ଗୁଜୁରାତି ଆଉ ଚୂନ, ଖୋସାରେ ମାରି ଗୋଟେ ଲବଙ୍ଗ ମୁନ, ରଜ ବଜାରରେ ଖିଲିଖିଲି ହସେ ଖିଲିପାନ”। ମହାପ୍ରଭୁ ଜଗନ୍ନାଥ ତ ବିନା ପାନରେ ଶୁଅନ୍ତି ନାହିଁ। ରଜରେ ଘରେ ଘରେ ନାନା ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ରଜରେ ଆମେ ଅନେକ ପ୍ରକାର ଗରିଷ୍ଠ ଖାଦ୍ୟ, ବିଭିନ୍ନ ପ୍ରକାରର ପିଠା ଖାଇଥାଉ, ତେଣୁ ଏହାକୁ ହଜମ କରିବାକୁ ରଜରେ ମୁଖ୍ୟତଃ ପାନକୁ ଗୁରୁତ୍ୱ ଦିଆଯାଇଥାଏ । ଅନେକ ମଧ୍ୟ କୁହନ୍ତି ଆଗକାଳରେ ଲିପ୍‌ଷ୍ଟିକ୍‌ ନ ଥିବାରୁ ଓଠ ନାଲି କରିବାକୁ ଝିଅମାନେ ପାନ ଖାଉଥିଲେ। ସେଇଥିପାଇଁ ତ ପ୍ରତି ବର୍ଷ ରଜ ଆସିଲେ ଜମି ଉଠେ ପାନ ବଜାର। ପାନରେ ଗୁଆ, ପାନମଧୁରୀ, କେଶର, ରଙ୍ଗିନ ଶୁଖିଲା ନଡ଼ିଆ, ଖଜୁର, ଗୁଲକନ୍ଦ ପକାଇ ତ୍ରିକୋଣିଆ କରି ଲବଙ୍ଗମାରି ଦୋକାନୀମାନେ ଗ୍ରାହକମାନଙ୍କୁ ଦିଅନ୍ତି। ଏବେ ଲୋକେ ଅନ୍‌ଲାଇନ୍‌ରେ ଅର୍ଡର କରି ଘରେବସି ରଜପାନ ପାଇପାରୁଛନ୍ତି।

ପୂଜା ପୂର୍ବରୁ ଜେଲ୍‍ର ଚାରି କାନ୍ଥ ଦେଖିବେ ଅପରାଧୀ: ସବୁ ଥାନା ଅଧିକାରୀଙ୍କୁ ଅପରାଧୀଙ୍କ ତାଲିକା ମାଗିଲେ ଡିସିପି
ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ। ଏହାକୁ ନଜରରେ ରଖି ଅପରାଧୀ ସହରରେ ଲୁଟ୍‍ପାଟ୍‍ ଛିନ୍‍ତାଇ, ଦାଦାବଟି ମାଗିବା ଆଦି କାର୍ଯ୍ୟ କରିବେ। ତେଣୁ ପୁଲିସ ସହରରୁ ଅପରାଧୀ ପରିଷ୍କାର କରିବା ପାଇଁ ଯୋଜନା କରିବେ। ପାର୍ବଣ ପୂର୍ବରୁ ଏହି ଅପରାଧୀମାନେ ଜେଲ୍‍ର ଚାରିକାନ୍ଥ ଦେଖିବେ। ତେଣୁ ଡିସିପି ପ୍ରତୀକ ସିଂ ଏନେଇ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ସମସ୍ତ ଥାନା ଅଧିକାରୀଙ୍କୁ ସେମାନଙ୍କ ଥାନା ଅଞ୍ଚଳରେ ଥିବା ପେଶାଦାର ଅପରାଧୀଙ୍କ ତାଲିକା ଦେବାକୁ କୁହାଯାଇଛି। ତେଣୁ ୧୫ ଦିନ ଭିତରେ ସମସ୍ତ ଥାନା ଅଧିକାରୀ ନିଜ ଅଞ୍ଚଳରେ ଥିବା ଅପରାଧୀଙ୍କ ତାଲିକା ଦେବେ। ସେମାନଙ୍କ ମଧ୍ୟରୁ କେତେଜଣ ଗିରଫ ହୋଇଛନ୍ତି, ଆଉ ସେଥିରୁ କେତେଜଣ ବାହାରେ ବୁଲୁଛନ୍ତି। ସମସ୍ତ ତଥ୍ୟ ଡିସିପିଙ୍କୁ ଦେବେ। ଫେରାର୍‍ ଥିବା ଅପରାଧୀଙ୍କୁ ଗିରଫ କରିବା ପାଇଁ ଚଢ଼ଉ କରାଯିବ।

ରାତିଅଧିଆ ଚଢ଼ଉ କରିବ ପୁଲିସ

ଫେରାର୍‍ ଥିବା ହାର୍ଡକୋର୍‍ ଅପରାଧୀଙ୍କୁ ଧରିବା ପାଇଁ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ଥାନାରେ ଏକ ଟିମ୍‍ ଗଠନ କରାଯାଇଛି। ଏହି ଟିମ୍‍ ରାତିଅଧିଆ ଅପରାଧୀଙ୍କ ଘରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିବ। ଯଦି ସେମାନେ ଫେରାର୍‍ ରହିଥିବେ ତେବେ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇ ଗିରଫ କରିବା ପାଇଁ ଉଦ୍ୟମ କରିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଏହି ଚଢ଼ଉ ଟିମ୍‍ରେ ପିଓପିଡି ଟିମ୍‍ର ଅଧିକାରୀମାନେ ସାମିଲ୍‍ ହେବେ ବୋଲି ଜଣାପଡ଼ିଛି। ଏଭଳି ହେବା ଦ୍ୱାରା ଅପରାଧୀ କ୍ଲିକ୍‍ ରାଜଧାନୀ ହେବ ବୋଲି ପୁଲିସ ଆଶା ରଖିଛି।

ଫାଇଦା ଦେଉଛି ଜେଲ୍‍ ପରେଡ୍‍

ଡିସିପି ପ୍ରତୀକ ସିଂ ଆସିବା ପରେ ଜେଲ୍‍ ପରେଡ୍‍ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରତି ରବିବାର ସମସ୍ତ ଥାନାର ପିଓପିଡି ଟିମ୍‍ ଏବଂ ଅଧିକାରୀମାନେ ଝାରପଡ଼ା ଜେଲ୍‍ ଯାଉଛନ୍ତି। ସେଠାରେ ସେମାନେ ବିଭିନ୍ନ ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଅପରାଧୀଙ୍କୁ ଚିହ୍ନଟ କରୁଛନ୍ତି। ଏହା ହେବା ଦ୍ୱାରା ଅନ୍ୟ ଥାନା ଅଞ୍ଚଳରେ ହାର୍ଡକୋର୍‍ ଅପରାଧୀଙ୍କୁ ପୁଲିସ ଚିହ୍ନି ପାରୁଛି। ସେମାନେ ଜେଲ୍‍ରୁ ବାହାରିବା ପରେ କେଉଁଠି ଯଦି ଅପରାଧ ଘଟାଉଛନ୍ତି, ତେବେ ତୁରନ୍ତ ତାଙ୍କୁ ପୁଲିସ ଗିରଫ କରି ଜେଲ୍‍ ପଠାଉଛି। କେଉଁ ଅପରାଧୀ ବେଲ୍‍ରୁ ବାହାରୁଛି, କି ଭିତରେ ରହିଛି, ତାହା ଜେଲ୍‍ ପରେଡ୍‍ ଦ୍ୱାରା ହିଁ ଜଣାପଡୁଛି।

କେଉଁ ଥାନା ଅଞ୍ଚଳରେ କେତେ ପେଶାଦାର ଅପରାଧୀ

ମିଳିଥିବା ତଥ୍ୟ ଅନୁସାରେ, ରାଜଧାନୀରେ ୧୫୩ରୁ ଊର୍ଦ୍ଧ୍ବ ପେଶାଦାର ଅପରାଧୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୮ ଜଣ ଜେଲ୍‍ ଭିତରେ ଥିବା ବେଳେ ୯୫ ଜଣ ବାହାରେ ଥିବା ଜଣାପଡ଼ିଛି। ଖଣ୍ଡଗିରିରେ ସର୍ବାଧିକ ୧୮ ଜଣ ଥିବାବେଳେ ନୂଆପଲ୍ଲୀ ୧୫ ଜଣ। ପାହାଳ ୨, ବାଲିପାଟଣା ୫, ବାଲିଅନ୍ତା ୬, ଇନ୍‍ଫୋସିସି ୩, ତମାଣ୍ଡୋ ୩, ସହିଦନଗର ୧୦, ମଞ୍ଚେଶ୍ୱର ୧୩, ଲକ୍ଷ୍ମୀସାଗର ୧୪, ବଡ଼ଗଡ଼ ୭, କ୍ୟାପିଟାଲ ଥାନାଞ୍ଚଳରେ ୧୨ ଜଣ ଅଛନ୍ତି। ଏୟାରପୋର୍ଟ ଥାନା ୩, ଏୟାରଫିଲ୍ଡ ୧୧, ଧଉଳି ୫, ଚନ୍ଦ୍ରଶେଖରପୁର ୯, ଇନ୍‍ଫୋସିଟି ୪, ନନ୍ଦନକାନନ ୩ ଏବଂ ଭରତପୁର ଥାନା ଅଞ୍ଚଳରେ ୬ ଜଣ ହାର୍ଡକୋର୍‍ ଅପରାଧୀ ଅଛନ୍ତି।

ଜିରୋ ଟଲେରାନ୍ସ ନୀତି ଲାଗୁ

ହାର୍ଡକୋର୍‍ ଅପରାଧୀ ପୂଜା ପୂର୍ବରୁ ବାହାରେ ରହିଲେ ସେମାନେ ଦାଦାଗିରି ଏବଂ ମାଫିଆଗିରି କାର୍ଯ୍ୟ କରିବେ। କାରଣ ପୂଜାରେ ସେମାନେ ମଉଜମସ୍ତି କରିବା ଲାଗି ଅର୍ଥ ଆବଶ୍ୟକ। ସେଥିଲାଗି ସେମାନେ ଦାଦାବଟି ମାଗିବେ। କିନ୍ତୁ ଏଥର ଦାଦାବଟି ଏବଂ ମାଫିଆଗିରିକୁ ନାଁ କରିଛି କମିସନରେଟ୍‍ ପୁଲିସ। ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ଯଦି କୌଣସି ଅପରାଧୀ ଦାଦାବଟି ମାଗୁଛି ତେବେ ନିକଟ ଥାନାରେ ଅଭିଯୋଗ କରନ୍ତୁ। ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଥିସହ ପୁଲିସ ଦାଦାବଟି ଏବଂ ମାଫିଆଗିରି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି।